ହାମିଲ୍ଟନ୍: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ବର୍ଷାରେ ବାଧାପ୍ରାପ୍ତ ହୋଇଛି। ଲଗାତାର ବର୍ଷା ଯୋଗୁଁ ମ୍ୟାଚ୍କୁ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଟସ୍ ହୋଇ ସାରିଥିଲା। ଟିମ୍ ଇଣ୍ଡିଆ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଟସ୍ ପରେ ପରେ ହିଁ ବର୍ଷା ଆସିଗଲା। ଶେଷରେ ଗୋଟିଏ ବଲ୍ ବି ନ ପଡ଼ି ମ୍ୟାଚ୍ ରଦ୍ଦ ହୋଇଗଲା।
ହାମିଲ୍ଟନ୍ରେ ଗତକାଲି ୦୯ ନଭେମ୍ବର ଠାରୁ ହିଁ ବର୍ଷା ଲାଗି ରହିଥିଲା। ବାରମ୍ବାର ପିଚ୍ ଯାଞ୍ଚ କରାଯାଇଥିଲେ ମଧ୍ୟ ପାଗ ସମର୍ଥନ କଲା ନାହିଁ। ଫଳରେ ଦର୍ଶକଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଲା।


