ରେଢ଼ାଖୋଲ(କନ୍ଦର୍ପ ବେହେରା): ରେଢ଼ାଖୋଲ ଜଙ୍ଗଲରୁ ବୌଦ୍ଧର ଯୁବ ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲା (୩୧)ଙ୍କ ମୃତଦେହ ଆଜି ରେଢ଼ାଖୋଲ ଥାନା ଅନ୍ତର୍ଗତ ମହତପୁର-ତ୍ରିବଣପୁର ରାସ୍ତାର ବଘାରପାଲି ନିକଟସ୍ଥ ଜଙ୍ଗଲରୁ ଉଦ୍ଧାରକରିଛି ବୌଦ୍ଧ ଓ ରେଢ଼ାଖୋଲ ପୋଲିସ ।
ଆଜି ରେଢ଼ାଖୋଲ ତନ୍ତଗାଡ଼ ଜଙ୍ଗଲରେ କାହାର ମୃତଦେହ ପଡ଼ିଥିବା ପୋଲିସ ଖବର ପାଇ ସେଇ ଜଙ୍ଗଲକୁ ଯାଇଥିଲା। ହତ୍ୟାକାରୀ ଘଞ୍ଚ ଜଙ୍ଗଲ ମଧ୍ୟରେ ମୃତଦେହକୁ ଡାଳପତ୍ରରେ ଘୋଡ଼ାଇ ଫେରାର ହୋଇଯାଇଥିଲା । ବୌଦ୍ଧ ଏସ୍ପି କୁଳଦୀପ ମୀନା ଓ ରେଢ଼ାଖୋଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛନ୍ତି। ଡଗ୍ ସ୍କ୍ୱାଡ୍ ମଧ୍ୟ ତଦନ୍ତରେ ସାମିଲ ହୋଇଛି। ସୂଚନା ଅନୁସାରେ, ଗତ ଗୁରୁବାର ଜଣେ ବ୍ୟକ୍ତିଙ୍କ ସହ ବାଇକ୍ରେ ଆସିବା ପରେ ବିରୁପାକ୍ଷ ଆଉ ଘରକୁ ଫେରି ନଥିଲେ।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ବୌଦ୍ଧ ର ଯୁବ ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲ ଗତ 13 ନଭେମ୍ବର ରୁ ନିଖୋଜ ହୋଇଥିଲେ। କଦଳିଗଡ଼ ରେ ସିସି କ୍ୟାମେରାରୁ ଯାହା ସୂଚନା ମିଳିଛି ଜଣେ ଅଜଣା ବ୍ୟକ୍ତିଙ୍କ ବାଇକରେ ବ୍ୟବସାୟୀ ବିରୁପାକ୍ଷ ବସିଥିବା ଜଣା ପଡିଛି । କିନ୍ତୁ ରେଢ଼ାଖୋଲରୁ ବୌଦ୍ଧ ପଟେ ଯିବା ସମୟରେ ସ୍ୱାଧୀନ ଏକୁଟିଆ ଫେରୁଥିବା ସିସି କ୍ୟାମେରରୁ ସ୍ପଷ୍ଟ ଜଣାପଡିଛି । କପଡା ବ୍ୟବସାୟକୁ ନେଇ ଯୁବ ବ୍ୟବସାୟଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ସନ୍ଦେହରେ ପୋଲିସ ଶିକ୍ଷକ ସ୍ୱାଧୀନ ପ୍ରଧାନ ଙ୍କୁ ଖୋଜା ଖୋଜି କରୁଛି । ହେଲେ ଏ ପର୍ଯ୍ୟନ୍ତ ତାର ପତ୍ତା ପାଇନି ବୌଦ୍ଧ ଓ ରେଢ଼ାଖୋଲ ପୋଲିସ। ଏଥିରେ ଏକରୁ ଅଧିକ ବ୍ୟକ୍ତି ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି।


