Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ନଭେମ୍ବର ୩୦ରେ ଅବସର ନେବେ ଡିଜିପି ବିନୟତୋଷ
ରାଜ୍ୟ ଖବର

ନଭେମ୍ବର ୩୦ରେ ଅବସର ନେବେ ଡିଜିପି ବିନୟତୋଷ

November 20, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
DGP Binay Tosh to retire on November 30

ଭୁବନେଶ୍ୱର: ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ୧୯୯୩ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର ଆସନ୍ତା ନଭେମ୍ବର ୩୦ ତାରିଖରେ ଚାକିରିରୁ ଅବସର ନେବେ। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ତାଙ୍କର କାର୍ଯ୍ୟକାଳ ଆଉ ୩ ମାସ ବଢ଼ିବା ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ପୂର୍ବତନ ଡିଜିପି ୱାଇ.ବି ଖୁରାନିଆଙ୍କ ଅବସର ପରେ ଶ୍ରୀ ମିଶ୍ର ଓଡ଼ିଶା ସିଆଇଡି-ସିବି ଡିଜି ସହ ଡିଜିପି ଦାୟିତ୍ୱ ସମ୍ଭାଳି ଆସୁଥିଲେ। ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ଅଗଷ୍ଟ ୧୬ ତାରିଖରେ ଚାକିରିରୁ ଅବସର ନେଇଥିବା ବେଳେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ। ପୁଲିସ ମୁଖ୍ୟ ଚୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନକୁ ପରବର୍ତ୍ତୀ ଡିଜିପି ନିଯୁକ୍ତି ପାଇଁ ଚୟନ ତାଲିକାଚୂଡ଼ାନ୍ତ ନକରିବାକୁ ନିର୍ଦ୍ଦେଶ ଦେବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏକ ଅସ୍ଥାୟୀ ବ୍ୟବସ୍ଥା ଗ୍ରହଣ କରିଥିଲେ। ତେଣୁ ବିନୟତୋଷ ମିଶ୍ରଙ୍କୁ ଡିଜିପି ପଦରେ ଅସ୍ଥାୟୀ ଭାବେ ନିଯୁକ୍ତି ପାଇଥିଲେ। ବର୍ତ୍ତମାନ ସେ ଓଡ଼ିଶା ସିଆଇଡି-ସିବିର ମହାନିର୍ଦ୍ଦେଶକ ସହିତ ଡିଜିପି ତଥା ପୋଲିସ ବାହିନୀର ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ନଭେମ୍ବର ୩୦ ତାରିଖରେ ତାଙ୍କର ଅବସର ପରେ ଜଣେ ନିୟମିତ ପୁଲିସ ମୁଖ୍ୟ ନିଯୁକ୍ତ ହେବେ। ପ୍ରମୁଖ ଦାବିଦାରମାନଙ୍କ ମଧ୍ୟରେ ସଞ୍ଜୀବ ପଣ୍ଡା, ଅଗ୍ନିଶମ ସେବା ଡିଜିପି ସୁଧାଂଶୁ ଷଡ଼ଙ୍ଗୀ ଏବଂ ବରିଷ୍ଠ ଆଇପିଏସ୍ ଅଧିକାରୀ ଆର ପି. କୋଚେ ଅନ୍ତର୍ଭୁକ୍ତ ଅଛନ୍ତି।

ଅବସର ଡିଜିପି ବିନୟତୋଷ
Share. Facebook Twitter LinkedIn Email WhatsApp Copy Link

Related Posts

ବାତ୍ୟା ଅକଭାନ୍‌ ଅପଡେଟ୍‌: ଗଜପତିରେ ବଢ଼ିଲା ବର୍ଷା, ମୋହନାରେ ସର୍ବାଧିକ

November 20, 2026

ଭୁବନେଶ୍ୱର ସ୍ଥିତ ଆଇସିଏଆର୍- ସିଆଇଡବ୍ଲୁଏ ଠାରେ ‘ପୂର୍ବାଞ୍ଚଳ ଆଞ୍ଚଳିକ କୃଷି ମେଳା ୨୦୨୬’ ଆରମ୍ଭ

November 20, 2026

ବାତ୍ୟା ଆଶ୍ରୟସ୍ଥଳରେ ସମୀକ୍ଷା କରି ଲୋକଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ପୁରୀ ଜିଲ୍ଲାପାଳ ଓ ଏସପି

November 19, 2026

ବାତ୍ୟା ‘ଅକୱାନ’ ପାଇଁ ଗଞ୍ଜାମରେ ବଡ଼ କଟକଣା: ବସ୍-ଟ୍ରକ୍ ଚଳାଚଳ ବନ୍ଦ, ଯାତ୍ରୀଙ୍କ ପାଇଁ ବଡ଼ ଖବର

November 19, 2026
Latest News

ବାତ୍ୟା ଅକଭାନ୍‌ ଅପଡେଟ୍‌: ଗଜପତିରେ ବଢ଼ିଲା ବର୍ଷା, ମୋହନାରେ ସର୍ବାଧିକ

November 20, 2026

ମାଲେସିଆରେ ଭିସା-ମୁକ୍ତ ସୁବିଧା ବନ୍ଦ: ଜାନୁଆରୀ ୧ରୁ ଭିସା ବାଧ୍ୟତାମୂଳକ

November 20, 2026

ନଭେମ୍ବର ୩୦ରେ ଅବସର ନେବେ ଡିଜିପି ବିନୟତୋଷ

November 20, 2026

ବିଏସ୍‌-୬ ଗାଡ଼ି ପିୟୁସି ବୈଧତା ୩୬ ମାସକୁ ବୃଦ୍ଧି

November 20, 2026

ନିଶା ମୁକ୍ତ ଭାରତ ଅଭିଯାନର ସଫଳତା ପାଇଁ ସମଗ୍ର ରାଷ୍ଟ୍ର ଆଭିମୁଖ୍ୟ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

November 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.