ବାଣପୁର/ବାଲୁଗାଁ: ବିବେକାନନ୍ଦ କେନ୍ଦ୍ର ତରଫରୁ ସ୍ଥାନୀୟ ନେହେରୁ ସେବା ସଙ୍ଘ ଠାରେ ନୈପୂଣ୍ୟ ବର୍ଗ ପାଳିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ବିବେକାନନ୍ଦ କେନ୍ଦ୍ର ଓଡିଶା ପ୍ରାନ୍ତ ପ୍ରମୁଖ ଅନିଲ କୁମାର କର ଓ ଭଞ୍ଜ ବିଭାଗ ସଂଘଠିକା ରେଣୁକା ଦିଦି ଯୋଗ ଦେଇ କେନ୍ଦ୍ରର କାର୍ଯ୍ୟ ପଦ୍ଧତି ଉପରେ ଆଲୋକପାତ କରିଥିଲେ। କିପରି କାର୍ଯ୍ୟକର୍ତ୍ତା ମାନେ ସମାଜରେ ସେବା କରିବେ ଓ କେନ୍ଦ୍ରର ଯେଉଁ ଚାରିଟା ବର୍ଗ ଅଛି ଯଥା ସ୍ୱାଧ୍ୟାୟ ବର୍ଗ, ଯୋଗ ବର୍ଗ, ସଂସ୍କାର ବର୍ଗ ଓ କେନ୍ଦ୍ର ବର୍ଗ ଦ୍ୱାରା ନିଜକୁ ସୁନାଗରିକ ଭାବେ ପ୍ରତିଷ୍ଠିତ କରିବେ ପ୍ରାନ୍ତ ପ୍ରମୁଖ ଆଲୋଚନା କରଥିଲେ।
ଏହି କାର୍ଯ୍ୟକ୍ରମରେ ନଗର ସଂଚାଳକ ସତ୍ୟ ନାରାୟଣ ଷଡ଼ଙ୍ଗୀ, ସହ ସଂଚାଳକ ଆନନ୍ଦ ଚନ୍ଦ୍ର ସେନାପତି, ବ୍ୟବସ୍ଥା ପ୍ରମୁଖ ସୁକାନ୍ତ କୁମାର ଜେନା, ସାହିତ୍ୟ ସେବା ପ୍ରମୁଖ ତରଣୀ ସେନ ପ୍ରଧାନ ଓ ସମ୍ପର୍କ ପ୍ରମୁଖ ବୈରାଗୀ ଚରଣ ବଳ ଓ କାର୍ଯ୍ୟକର୍ତ୍ତା ଭାଇ ଓ ଭଉଣୀ ମାନେ ଉପସ୍ଥିତ ଥିଲେ।


