Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଓଡିଶାକୁ ଏବେ ଛପର ଫାଡି ଅଜାଡି ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜ୍ଞା ତାହାର କାରଣ କଣ ଟିକିଏ କହିବେ କି ?
ମତାମତ

ଓଡିଶାକୁ ଏବେ ଛପର ଫାଡି ଅଜାଡି ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜ୍ଞା ତାହାର କାରଣ କଣ ଟିକିଏ କହିବେ କି ?

September 4, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

ପଞ୍ଚାନନ ଦଳାଇ

ଭାଇ ନମସ୍କାର। କେମିତି ଅଛନ୍ତି, ଆପଣମାନେ ପେପରରେ ଗୋଟିଏ ବଢିଆ ଖବରଟିଏ ଦେଇଥିଲେ। ହେଲେ ସେଇଟା ପ୍ରଥମ ପୃଷ୍ଠାରେ ବଡବଡ ଅକ୍ଷରରେ ଛାପିବାର ଥିଲା। ଏମିତି ବଡ ପାଟିରେ କହି କହି ଆମ ପାଖକୁ ଆସିଲେ ବିଜେପିର ଜଣେ ନେତା। ଅବଶ୍ୟ ସେ ବିଜେପିରେ ଅଛନ୍ତି, ହେଲେ ବର୍ତ୍ତମାନ ପରିସ୍ଥିତିରେ ସେ ବିଜେପି ସହିତ ଖାପ ଖୁଆଇ ଚଳିପାରୁ ନାହିଁନ୍ତି। ସେଥିପାଇଁ ସେ ବିଜେପିର ଜଣେ ସକ୍ରିୟ ନେତା ନୁହଁନ୍ତି ବୋଲି କହିବାକୁ ପଡିବ। ତାଙ୍କ କଥା ସରିବା ପରେ ଆମେ ପଚାରିଲୁ ଭାଇ କେଉଁ ଖବର କଥା କହୁଛନ୍ତି କି? ଏଇ ଅଳ୍ପଦିନ ତଳେ ଯେଉଁ ବାହାରିଥିଲା, କାମ୍ପା ଟଙ୍କା, ସେହି ଖବର କଥା କହୁଛି। କେନ୍ଦ୍ର ସରକାର ଓଡିଶାକୁ ଦେଲେ ଏକାଥରକେ ୫ ହଜାର ୯ଶହ ୩୪କୋଟି ଟଙ୍କା। ଭାଇ ସତ କହିଲ ଏତେ ଟଙ୍କା ଏହି ଫଣ୍ଡରୁ ଓଡିଶାକୁ କେବେ ମିଳିଥିଲା ?୨୭ଟି ରାଜ୍ୟକୁ ୪୭ହଜାର କୋଟି ଟଙ୍କା ଦିଆଯାଇଛି। ହେଲେ ସବୁଠୁ ଅଧିକା ଟଙ୍କା ପାଇଛି ଓଡିଶା। ଭାଇ ଆପଣ ତ ସାମ୍ବାଦିକ ଲୋକ, ଟିକିଏ କହିଲେ, ମୋଦି ଏତେ ଟଙ୍କା ଓଡିଶାକୁ କାହିଁକି ଦେଲେ। ପ୍ରଶ୍ନଟିଏ ଆମ ଉପରକୁ ଫୋପାଡି ଦେଇ ଅନେଇ ରହିଲେ। ଆମେ ମଧ୍ୟ ହଠାତ୍ କଥାଟିକୁ ଠଉରେଇ ପାରିଲୁ ନାହିଁ। କହିଲୁ ସେମାନେ ଓଡିଶାରୁ ଏହି ଟଙ୍କା ନେଇଥିଲେ, ଓଡିଶାକୁ ଦେଲେ। ଏଥିରେ ପ୍ରଶ୍ନ କରିବାର କଣ ଅଛି।

ଚା ଦୋକାନ ପାଖରେ ଥିବା କାଠ ବେଞ୍ଚରେ ବସି ପଡି ମୁଣ୍ଡ ହଲାଇ କହିଲେ, ନା ନା ସେ କଥା ନୁହେଁ ସାମ୍ବାଦିକ ଭାଇ। ଏ ଟଙ୍କା ସେମାନେ କଣ ଏବେ ନେଲେ କି, ବର୍ଷବର୍ଷ ଧରି ଖଣି କଂପାନୀମାନେ ଏ ଟଙ୍କା ସରକାରଙ୍କୁ ଦେଉଛନ୍ତି। କାହିଁ ଆଗରୁ ତ କେବେ ଏତେ ଟଙ୍କା ଆସୁ ନ ଥିଲା। ସମୁଦ୍ରରୁ ଟୋପାଏ ଟୋପାଏ ଜଳ ଦେବା ଭଳିଆ ଟଙ୍କା ମିଳୁଥିଲା। ହଠାତ୍ ଏତେ ଟଙ୍କା ଦେବା, ସେ ପୁଣି ଓଡିଶା ରାଜ୍ୟ…କୁ ! କିଛି ବୁଝି ହେଉ ନାହିଁ ଭାଇ। ଆପଣ ଠିକ୍ ଜାଣିଛନ୍ତି, କିଛି କହୁ ନାହାଁନ୍ତି। ଏ କଥା ଶୁଣିବା ପରେ ଆମେ କହିଲୁ, ଆପଣଙ୍କୁ ଲୁଚାଇବାରେ କଣ ଅଛି। ଆମେ ପଚାରିଲୁ, ଭାଇ ଆପଣ କୁହନ୍ତୁ ଏତେ ଟଙ୍କା ନରେନ୍ଦ୍ର ମୋଦୀ ନବୀନବାବୁଙ୍କୁ କାହିଁକି ଦେଲେ। କଥା ନ ସରୁଣୁ ସେ ହସି ଉଠିଲେ। ଚଟକରି କହିଲେ ହାଁ..ଏବେ ଠିକ୍ କଥା ଧରିଲ ଭାଇ। ଆମେ ବି ବୁଝିପାରିଲୁ ନାହିଁ, କେଉଁଟା ଠିକ୍ କଥା।

ମୁରୁକା ମୁରୁକା ହସି ସେ ବନ୍ଧୁ ଟିକିଏ ପାଖକୁ ଲାଗି ଆସିଲେ। ଚୁପଚୁପ କରି କହିଲେ, ପ୍ରକୃତରେ ଭାରତ ସରକାର ଓଡିଶା ସରକାରଙ୍କୁ ଏତେ ଟଙ୍କା ଦେଇ ନାହାଁନ୍ତି। ଆମେ ଆଁ କରି ତାଙ୍କ ମୁହଁକୁ ଅନାଇଲୁ। ଏ ଟଙ୍କା ନବୀନବାବୁଙ୍କୁ ମୋଦି ଜି ଦେଇଛନ୍ତି। ଟିକିଏ ଦବା ଗଳାରେ ସେ କହିଲେ। ଆମେ କହିଲୁ ଭାଇ ସବୁ ଏକା କଥା, କେନ୍ଦ୍ର ସରକାର ରାଜ୍ୟକୁ ଦିଅନ୍ତୁ କିମ୍ବା ମୋଦି ନବୀନଙ୍କୁ ଦିଅନ୍ତୁ, ଏସବୁ ଗୋଟିଏ କଥା। ଆମ ଉତ୍ତର ଶୁଣି ସେ ଚା ପିଇସାରି ପୁଣି ଟିକିଏ ହସିଲେ। କହିଲେ ଭାଇ ଆପଣ ସବୁକଥା ଜାଣିଛନ୍ତି। ମୁଁ ଭାବୁଛି ମୋଦିସାହା ଭୟରେ ଆପଣ କିଛି କହୁ ନାହାଁନ୍ତି। ଚା ଟା ପାଟିରେ ପଶୁଥିଲା ,ହଠାତ କଥା ଶୁଣି ତଣ୍ଟିରେ ଚା ଲାଗିଗଲା। ତା ସହିତ ଜୋରରେ ହସ ମଧ୍ୟ ଲାଗିଲା। ଚା ଗ୍ଲାସଟି କାଠ ଉପରେ ଥୋଇ ତାଙ୍କୁ କହିଲୁ ଭାଇ ଆମେ ତ ଓଡିଶା ସାମ୍ବାଦିକ, ମୋଦିସାହା କିଏ ଆମେ କିଏ। ସେ ଆମକୁ କାହିଁକି ପଚାରିବେ ଆମେ ବା ତାଙ୍କୁ କାହିଁକି ଡରିବୁ। ଛାଡ, ମୁଖ୍ୟ କଥାଟି କଣ କହୁନ।

ପୁଣି ଟିକିଏ ପାଖକୁ ଘୁଞ୍ଚି ଆସି ସେ କହିଲେ, ଦେଖ ଭାଇ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ନବୀନ ପଟ୍ଟନାୟକ ସମର୍ଥନ କରି ତାଙ୍କୁ ସାହାର୍ଯ୍ୟ କଲେ। ହିଁ ନା ନାହିଁ ? ଆମେ କହିଲୁ ହଁ । ଗୋଟିଏ ରାଜ୍ୟସଭା ପ୍ରାର୍ଥୀ ଦେବାରେ ନବୀନବାବୁଙ୍କର କିଛି କ୍ଷତି ହୋଇଛି କି ? ଆମେ କହିଲୁ ନାଁ, ବିଜେଡିର ସେମିତି କିଛି କ୍ଷତି ହୋଇ ନାହିଁ। ବରଂ ବିଜେପିର ଲାଭ ହୋଇଛି। ଓ..କେ । ଆଚ୍ଛା, ନବୀନବାବୁ ଯେତେବେଳେ ବିଜେପି ପ୍ରାର୍ଥୀକୁ ସର୍ମଥନ ଦେଲେ, ଆପଣମାନେ ତାଙ୍କୁ ବହୁ ସମାଲୋଚନା କଲେ। ହଁ ନା ନାହିଁ। ଆମେ କହିଲୁ ହଁ । ନବୀନବାବୁଙ୍କ ପାଖରେ ସଂଖ୍ୟା ଥାଇ ମଧ୍ୟ ସେ କାହିଁକି ସମର୍ଥନ କଲେ ଆପଣମାନେ ପ୍ରଶ୍ନ କଲେ କି ନାହିଁ। ଆମେ ହଁ କଲୁ। ମୋଦିସାହାଙ୍କୁ ଡରି ନବୀନବାବୁ ତାଙ୍କୁ ସାହାର୍ଯ୍ୟ କରୁଛନ୍ତି ବୋଲି ଆପଣମାନେ ସମାଲୋଚନା କଲେ। ହିଁ ନା ନାହିଁ। ଆମେ ହଁ କହିଲୁ।

ଏତେ ପ୍ରଶ୍ନ ଆମକୁ ପଚାରିବା ଭିତରେ ଆମେ ଠିକରେ ଜାଣିପାରୁଲୁ ଯେ, ସେ କଣ କହୁଛନ୍ତି। ତଥାପି ନ ବୁଝିଲା ପରି ତାଙ୍କୁ ପଚାରିଲୁ ଭାଇ କିଛି ବୁଝି ହେଲା ନାହିଁ। ଆପଣ ଯାହା କହିବା କଥା ସିଧା କହୁ ନାହାଁନ୍ତି। ସେ ଟିକିଏ ମୁରୁକି ହସିଲେ। କହିଲେ ଭାଇ କାମ୍ପା ପଇସା ଆସିବା ପୂର୍ବରୁ ଓଡିଶାକୁ କେନ୍ଦ୍ର ସରକାର ଫନୀ ସହାୟତା ଦେଇଥିଲେ। ଟିକିଏ ଚଢା ଗଳାରେ କହିଲେ, କେତେ ଟଙ୍କା ଦେଇଥିଲେ? ଆମେ କହିଲୁ ସେହି 3 ହଜାର 3ଶହ 38 କୋଟି ଟଙ୍କା ବୋଧହୁଏ। ତା ପୂର୍ବରୁ ମୋଦି ୫ଶହ କୋଟି ଦେଇଥିଲେ। ହଁ ନା ନାହିଁ। ଆମେ ହଁ କଲୁ। ସେ କହିଲେ କାମ୍ପା ଓ ଫନୀ ସହାୟତା, ଏ ସବୁ ମିଶାଇଦେଲେ କେତେ ହେବ ? ଏତକ କହି ସେ ଚା ଦୋକାନୀକୁ ବଡ ପାଟିରେ କହିଲେ, ହଇରେ ବିରଞ୍ଚି ଭାଇ ତମ କାଲକୁଲେଟରଟା ଦେଲ। ଚଟାପଟ ସେ ସବୁ ଟଙ୍କା ମିଶାଇ ଦେଲେ। ଆମେ ତାଙ୍କୁ କହିଲୁ ଭାଇ ତା ପୂର୍ବରୁ ଆହୁରି ଟଙ୍କା ଆସିଛି ତାର ହିସାବ କରୁ ନାହାଁନ୍ତି। ସେ ସାଙ୍ଗେ ସାଙ୍ଗେ କହିଲେ ନା..ନା..। ସେଗୁଡିକ ଛାଡ, ବର୍ତ୍ତମାନ ବିଜେଡି ଅଶ୍ବିନୀ ବୈଷ୍ଣବଙ୍କୁ ସାହାଯ୍ୟ କରିବା ପରେ କେତେ ଟଙ୍କା ମିଳିଛି, ତାହାର ହିସାବ କରିବା।

ଆମର ଆଗୋଚରରେ ଆଗରୁ ଆଉ କେତେ ଜଣ ଆମ ଆଲୋଚନାରେ ସାମିଲ ହୋଇ ସାରିଥିଲେ। ତାଙ୍କ କଥା ଶୁଣି ସେମାନେ ଏକା ସାଙ୍ଗରେ ହସି ଉଠିଲେ। ତାଙ୍କ ହସିବା ଦେଖି ଆମର ବନ୍ଧୁ ରାଗରେ କହିଲେ ହେ..ଚୁପ ରୁହ। କିଛି ସମୟ ମଧ୍ୟରେ ସେ ଚଟାପଟ ହିସାବ କରି କହିଲେ ୯ହଜାର ୨ଶହ ୭୨କୋଟି ଟଙ୍କା ହେଲା। ହେଲା ତ ହେଲା କଣ ହେଲା, ଆମେ ପଚାରିଲୁ। ସେ ପୁଣି ହସିଲେ। କହିଲେ ଭାଇ, ଖେଳ, ବଡ ଖେଳ। ତୁଚ୍ଛାକୁ ନବୀନବାବୁ ପାଞ୍ଚଥର ଜିତିକି ଆସିଛନ୍ତି। ଦଳରୁ ଗୋଟିଏ ରାଜ୍ୟସଭା ଆସନ ମୋଦିଙ୍କ ପାଖକୁ ଫୋପାଡି ଦେଲେ, ଆଉ ତା ବଦଳରେ..ହାଁ ହାଁ, ମୋଦି ଛପର ଫାଡିକି ଅଜିଡି ଦେଲେ। ଓଡିଶାର ଚାରିକୋଟି ଲୋକଙ୍କ ଦାୟ ନା ଅଶ୍ବିନୀ ବୈଷ୍ଣବ ଦାୟ। ଭାଇ ମୁଁ କଣ ଭୁଲ କହିଲି କି। ସେ ଯିବାକୁ ଉଦ୍ୟତ ହେବାର ଦେଖି ଆମେ ପଚାରିଲୁ ଭାଇ ଏହାପରେ ଦୁଇଦଳ ଭିତରେ କଣ ହେବ ଟିକିଏ କହୁନ। ସେ ହସି ହସି କହିଲେ ଭାଇ ନମସ୍କାର ନମସ୍କାର ପରେ କଥା ହେବା।

 

Campa fani Modi naveen
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.