Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜଧାନୀ ସାରା ଦିଲ୍ଲୀପ ରାୟଙ୍କ ହୋଡିଂ ଲଗିବା ପଛରେ କଣ ରହିଛି ରହସ୍ୟ, ରାଜ୍ୟସଭା ଯିବା ଖୁସିରେ କି ?
ବିଶେଷ ଖବର

ରାଜଧାନୀ ସାରା ଦିଲ୍ଲୀପ ରାୟଙ୍କ ହୋଡିଂ ଲଗିବା ପଛରେ କଣ ରହିଛି ରହସ୍ୟ, ରାଜ୍ୟସଭା ଯିବା ଖୁସିରେ କି ?

January 10, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Ex minister Dillip Ray may Join BJD

ସଂବିତ ତ୍ରିପାଠୀ

ଭୁବନେଶ୍ବର- ବର୍ତ୍ତମାନ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ପୂର୍ବତ୍ତନ ବିଧାୟକ ତଥା ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ହୋଡିଂ ଦେଖିବାକୁ ମିଳିଛି। ଯେଉଁଥିରେ ଲେଖା ଅଛି  ICON OF SILENT SUCESS । ଯାହାକୁ ଓଡିଆରେ କୁହାଯାଇ ପାରିବ ନିରବର ସଫଳ ବ୍ୟକ୍ତିତ୍ବ । ତେବେ ଏହା ଦିଲ୍ଲୀପ ରାୟଙ୍କ ଜୟନ୍ତି କମିଟ ତରଫରୁ କରାଯାଇଥିଲେ ମଧ୍ୟ ତା ପଛରେ ଦିଲ୍ଲୀପଙ୍କ ହାତ ରହିଛି ଏଥିରେ ସନ୍ଦେହ ନାହିଁ। ଏହି କମିଟ ତରଫରୁ ଦିଲ୍ଲୀପଙ୍କ ଜନ୍ମଦିନ ପ୍ରତିବର୍ଷ ପାଳନ କରାଯାଏ। ହେଲେ ଚଳିତ ବର୍ଷ ଯେପରି ଧୂମଧାମରେ ପାଳନ କରାଯାଇଛି ସେଥିରୁ କାହିଁକି କେଜାଣି ରାଜନୈତିକ ଗନ୍ଧ ବାରି ହୋଇ ପଡୁଛି। ତାଙ୍କର ଜନ୍ମଦିନ କାର୍ଯ୍ୟକ୍ରମରେ ବଲଉଡ ଅଭିନେତା ଗୋବିନ୍ଦା ଆସିଥିଲେ। ହେଲେ ତାହା ବଡ କଥା ନୁହେଁ। ବଡ କଥା ହେଲା ତାଙ୍କ ଜନ୍ମଦିନରେ ମଞ୍ଚରେ ଏବଂ ଦର୍ଶକ ଭାବେ ବସିଥିଲେ ବହୁ ବିଜେଡି ନେତା ଆଉ ଖୁବ କମ ବିଜେପି ନେତା।

ଦିଲ୍ଲୀପଙ୍କ ହୋଡିଂରେ ଲେଖାଥିବା ସେହି ସ୍ଲୋଗାନ, ନିରବତାର ସଫଳ ବ୍ୟକ୍ତିତ୍ବ କଥାକୁ ତର୍ଯ୍ୟମା କଲେ ଜଣାପଡେ ତାହା ସତକଥା । କାରଣ ଗତ ନିର୍ବାଚନରେ ଦିଲ୍ଲୀପ ବିଜେଡି ତରଫରୁ ପ୍ରାର୍ଥୀ ହେବେ ବୋଲି ବହୁ ଆଶା କରିଥିଲେ। ଏପରିକି ସେ ଏକାକି ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଖା ମଧ୍ୟ କରିଥିଲେ। ହେଲେ କାହିଁକି କେଉଁଠି ତାଙ୍କର ସେ ଯୋଜନା ସଫଳ ହୋଇପାରିଲା ନାହିଁ। ତାଙ୍କର ପରମ ବନ୍ଧୁ ବିଜୟ ମହାପାତ୍ର ବିଜେପି ଛାଡିବା ଏବଂ ପୁଣି ଯୋଗଦେବା ପ୍ରସଂଗକୁ ଦିଲ୍ଲୀପଙ୍କ ହଜମ କରିପାରି ନ ଥିଲେ। ସେଥିପାଇଁ ସମସ୍ତେ ଆଶା କରୁଥିଲେ ଦିଲ୍ଲୀପ ବିଜୟ ହାତ ଛାଡି ବିଜେଡି ହାତ ଧରିବେ। ନିର୍ବାଚନ ସରିଗଲା ସିନା ଦିଲ୍ଲୀପଙ୍କ ଭାଗ୍ୟରେ ସେପରି କିଛି ଉଦୟ ହେଲା ନାହିଁ।

ବର୍ତ୍ତମାନ ଦିଲ୍ଲୀପଙ୍କ ନିକଟତମ ମହଲର ଖବର ଅନୁସାରେ ସେ ବିଜେଡିରେ ମିଶିବା ପାଇଁ ସବୁ ପ୍ରକାରର ଯୋଜନା କରିସାରିଛନ୍ତି। ଏତିସହିତ ବିଜେଡି ମଧ୍ୟ ତାଙ୍କୁ ନେବା ପାଇଁ ରାଜି ହୋଇଯାଇଛି। ନିକଟରେ ଯେଉଁ 4ଟି ରାଜ୍ୟସଭା ପଦ ଖାଲି ରହୁଛି ସେଥିରୁ ଦିଲ୍ଲୀପଙ୍କୁ ଗୋଟିଏ ଦେବା ପାଇଁ କୁଆଡେ ସୁପ୍ରିମୋ ରାଜି । ହେଲେ ତା ପୂର୍ବରୁ ଅର୍ଥାତ ଆସନ୍ତା ଫେବୃୟାରୀରେ ଦିଲ୍ଲୀପ ବିଜେଡିରେ ମିଶିବେ। ଫଳରେ ଦୀର୍ଘଦିନ ଧରି ଦିଲ୍ଲୀପ ଯେପରି ରାଜନୈତିକ କ୍ୟାରିୟରକୁ ନେଇ ଚିନ୍ତା ଗ୍ରସ୍ତ ଥିଲେ ଏବେ ଟିକିଏ ହାଲକା ହୋଇଯାଇଛନ୍ତି। ସେଥିପାଇଁ ଏଥରର ଜନ୍ମ ଦିନଟି ବହୁ ଆଡମ୍ବରରେ ପାଳନ କଲେ ବୋଲି ତାଙ୍କ ସମର୍ଥକମାନେ ସ୍ପଷ୍ଟ କରିଛନ୍ତି। କାରଣ ଏତେ ବଡ ନିର୍ବାଚନ ଗଲା ଏତେ ହୋ ହାଲ୍ଲା ହେଲା ହେଲେ ଦିଲ୍ଲୀପ ପୁରୀ ନିରବ ରହିଗଲେ। ଏପରିକି ଲୋକେ ତାଙ୍କର ନାମକୁ ଭୁଲିବାକୁ ମଧ୍ୟ ଯାଉଥିଲେ। ସେପରି ସ୍ଥିତିରେ ତାଙ୍କର ଜନ୍ମଦିନ ପାଳନ ଆଳରେ ସାରା ଭୁବନେଶ୍ବରରେ ହୋଡିଂ ମାରି ଦିଲ୍ଲୀପ ଏବେବି ସକ୍ରିୟ ଅଛନ୍ତି ବୋଲି ଜଣାଇଦେଲେ।

BJD dillipray rajyasabha
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.