Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଉରକେଲାରେ ହେବ ଦୁଇଶହ କୋଟିର ବିଶ୍ବସ୍ତରୀୟ ଟୁଲରୁମ ପ୍ରଶିକ୍ଷଣ କେନ୍ଦ୍ର, ଉପକୂଳ ଓଡିଶାରେ 6 ହଜାର ଏକରର ଆକ୍ବାକଲଚର ପ୍ରକଳ୍ପ
ବିଶେଷ ଖବର

ରାଉରକେଲାରେ ହେବ ଦୁଇଶହ କୋଟିର ବିଶ୍ବସ୍ତରୀୟ ଟୁଲରୁମ ପ୍ରଶିକ୍ଷଣ କେନ୍ଦ୍ର, ଉପକୂଳ ଓଡିଶାରେ 6 ହଜାର ଏକରର ଆକ୍ବାକଲଚର ପ୍ରକଳ୍ପ

February 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଖୁବ ଶିଘ୍ର ରାଉରକେଲାରେ ପ୍ରତିଷ୍ଠା ହେବ ବିଶ୍ବସ୍ତରୀୟ ଟୁଲରୁମ ଏବଂ ପ୍ରଶିକ୍ଷଣ କେନ୍ଦ୍ର। ଏଥିପାଇଁ ପ୍ରାୟ 200 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ରାଜ୍ୟ ସରକାର ଜମି ଯୋଗାଇଦେଲେ ଏହାର କାମ ଆରମ୍ଭ ହେବ। ଆଜି କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପ୍ରସ୍ତାବ ଦେଇଛନ୍ତି। ରାଉରକେଲାରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରକଳ୍ପ ସଂପୂର୍ଣ୍ଣ ଭାବେ କେନ୍ଦ୍ର ସରକାର ସହଯୋଗରେ ହେବ। ରାଜ୍ୟ ସରକାର କେବଳ ଜମି ଯୋଗାଇଦେବେ।

ଏଥିସହିତ ଓଡିଶାରେ 4ଟି ଟୁଲରୁମର ସଂପ୍ରସାରିତ ଶାଖା ମଧ୍ୟ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଏହି 4ଟି ଶାଖା ବ୍ରହ୍ମପୁର, କେଉଁଝର, କଳାହାଣ୍ଡି ଏବଂ ବାଲେଶ୍ବରରେ ପ୍ରତିଷ୍ଠା କରାଯିବ। ଏଥିପାଇଁ 20 କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ଓଡିଶାକୁ 45ଟି ଏମଏସଏମଇ କ୍ଲଷ୍ଟର ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ସାରା ଦେଶରେ 226ଟି କ୍ଲଷ୍ଟର କରାଯିବାକୁ ଥିବା ବେଳେ ଓଡିଶାରେ 45 ଟି କରାଯିବ। ସେଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଷଡଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି।

ତେବେ ଆଉ ଏକ ବଡ ପ୍ରକଳ୍ପ ଓଡିଶା ପାଇଁ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପରୋକ୍ଷରେ ସୂଚନା ଦେଇଥିଲେ। ତାହା ହେଲା ଓଡିଶାର ଉପକୂଳ ଜିଲ୍ଲାର କୌଣସି ଏକ ସ୍ଥାନରେ କରାଯିବ ଲୁଣି ଆକ୍ବାକଲଚର ପ୍ରକଳ୍ପ। ଏଥିପାଇଁ ପ୍ରାୟ 6700 ଏକର ପରିମିତ ସ୍ଥାନର ଆବଶ୍ୟକତା ରହିଛି। ଉପକୂଳ ଅଞ୍ଚଳରେ ଥିବା ଅବ୍ୟବହୃତ ସ୍ଥାନ ରାଜ୍ୟ ସରକାର ଯୋଗାଇ ଦେଲେ ତାହାର କାମ ମଧ୍ୟ ଆରମ୍ଭ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଥିଲେ। ଏହି ପ୍ରକଳ୍ପ ଦ୍ବାରା କ୍ଷୁଦ୍ର ଓ ମଧ୍ୟମ ମତ୍ସ୍ୟଚାଷୀ ଉପକୃତ ହୋଇପାରିବେ।

ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ସହ 5ଟି ସଚିବ ଭି କେ ପାଣ୍ଡିୟାନ ଏବଂ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଠା ଆର କେ ବାଳକୃଷ୍ଣନ ମଧ୍ୟ ଭାଗ ନେଇଥିଲେ।

MSME pratapsarangi
Share. Facebook Twitter LinkedIn Email WhatsApp Copy Link

Related Posts

ରାଞ୍ଚିରେ ରାଜନୈତିକ ତାପମାତ୍ରା ବଢ଼ିଲା: ଉଭୟ ମେଣ୍ଟରେ ଚାଲିଛି ଜୋରଦାର ରଣନୀତି

June 16, 2026

ଗ୍ରାମୀଣ ଶାସନ ବ୍ୟବସ୍ଥାରେ ନୂଆ ଦିଗ: ପଞ୍ଚାୟତ ସଂସ୍କାର ଓ ନବସୃଜନର ୧୨ ବର୍ଷ

June 16, 2026

ସ୍ଲୋଭାକ ଗଣରାଜ୍ୟର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

June 16, 2026

ଭାରତ-ସ୍ଲୋଭାକିଆ ମିଳିତ ବିବୃତ୍ତି

June 15, 2026
Latest News

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କି ଭଗବନ୍ତ ମାନ?: ଉଠିଲା ପ୍ରଶ୍ନ 

June 16, 2026

ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବଦଳିବ ଟିମ୍ ଇଣ୍ଡିଆ?: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

June 16, 2026

ଭାରତର ଶକ୍ତି କ୍ଷେତ୍ର ପାଇଁ ଏକ ବଡ଼ ବିଜୟ: ହର୍ମୁଜ୍ ପ୍ରଣାଳୀ ପାର କଲା ‘ଦିଶା’

June 16, 2026

ରାଞ୍ଚିରେ ରାଜନୈତିକ ତାପମାତ୍ରା ବଢ଼ିଲା: ଉଭୟ ମେଣ୍ଟରେ ଚାଲିଛି ଜୋରଦାର ରଣନୀତି

June 16, 2026

ପକେଟ ଉପରେ ମୁଦ୍ରାସ୍ଫୀତିର ‘ନୀରବ ଆକ୍ରମଣ’ : ଖାଦ୍ୟ ଓ ଆବଶ୍ୟକ ସାମଗ୍ରୀ ହେଲା ମହଙ୍ଗା

June 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.