Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଯୁଦ୍ଧର ଘନଘଟା ଓ ନିର୍ବାଚନ ପ୍ରଚାର ଏକା ସାଙ୍ଗରେ ଚାଲିପାରିବ କି ?
ବିଶେଷ ଖବର

ଯୁଦ୍ଧର ଘନଘଟା ଓ ନିର୍ବାଚନ ପ୍ରଚାର ଏକା ସାଙ୍ଗରେ ଚାଲିପାରିବ କି ?

March 2, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ପାକିସ୍ତାନକୁ ବୁଦ୍ଧି ଶିଖାଇବାକୁ ହେଲେ ଯୁଦ୍ଧ ହିଁ ଏକମାତ୍ର ମାର୍ଗ, ଭାରତର ଶାସକ ଦଳ ଓ ଶାସକ ଦଳର ପୋଷା ଗଣମାଧ୍ୟମ ଏକଥା ବେଶ ବୁଝି ଯାଇଛନ୍ତି। ଟେଲିଭିଜନ ଷ୍ଟୁଡିଓ ରେ ସୈନିକର ପୋଷାକ ପିନ୍ଧି ନାଟକ କରୁଥିବା ସାମ୍ବାଦିକମାନେ ଏବେ ଆମ ସେନାବାହିନୀର ନୀତି ନିର୍ଦ୍ଧାରକ। ତେଣୁ ଯୁଦ୍ଧଖୋର ସାମ୍ବାଦିକଙ୍କ ନେତୃତ୍ଵରେ ଏବେ ସାରାଦେଶରେ ଯୁଦ୍ଧ ହିଁ ଚାଲିଛି। ଷୋଡଶ ଲୋକସଭା ପାଇଁ ନିର୍ବାଚନ ହେବାକୁ ଆଉ ମାତ୍ର ସପ୍ତାହଟେ ବାକି ଥିବା ବେଳେ ଟେଲିଭିଜନ ପରଦାରେ ଯୁଦ୍ଧ ନାଟକ ସାଧାରଣ ଭାରତୀୟ ନାଗରିକଙ୍କୁ ବ୍ୟତିବ୍ୟସ୍ତ କରିସାରିଲାଣି। ପାକିସ୍ତାନ ପରି ଏକ ଦେଶ ଯାହାର ସରକାର ସେନାବାହିନୀ ଦ୍ଵାରା ନିୟନ୍ତ୍ରିତ ବୋଲି କୁହାଯାଏ, ସେଠାରେ ଆମେ ଭାରତ ପାକିସ୍ତାନର ମୁହାଁମୁହିଁ ଅବସ୍ଥା ବିଷୟରେ ସଂସଦୀୟ ବିତର୍କ ଦେଖୁଛୁ। ହେଲେ ପୃଥିବୀର ସର୍ବ ବୃହତ ଗଣତନ୍ତ୍ର ବୋଲି ଗର୍ବ କରୁଥିବା ଆମ ଦେଶରେ ରାଜନୈତିକ ନେତୃତ୍ୱ ଗୋଟେ ପ୍ରକାର ଭକ୍ତି ଭାଗବତ ପାଲଟି ଯାଇଛି। ନିର୍ବାଚନ ପୂର୍ବରୁ ନିର୍ବାଚିତ ସରକାରର ସଫଳତା ଓ ବିଫଳତା ବିଷୟରେ ଆକଳନ କରିବା ଆଉ ସମ୍ଭବପର ନୁହେଁ।

ନିର୍ବାଚନ ପୂର୍ବରୁ ସାରା ଦେଶର ଜନମତକୁ ଯୁଦ୍ଧ ଓ ଶାନ୍ତି ଭିତରେ ବାଣ୍ଟି ଦିଆ ଯାଇଛି। ଯେଉଁମାନେ ଯୁଦ୍ଧର କଥା କହୁଛନ୍ତି ସେମାନେ ଦେଶପ୍ରେମୀ ଓ ଯେଉଁମାନେ ଶାନ୍ତିର ବାର୍ତ୍ତା ଦେବାକୁ ଚାହୁଛନ୍ତି ସେମାନଙ୍କୁ ଦେଶଦ୍ରୋହୀ ବୋଲି କହିବାର ଏକ ଭୟଙ୍କର ଷଡଯନ୍ତ୍ର ଏ ଦେଶର ମୂଳ ଅସ୍ତିତ୍ଵକୁ ଦୋହଲାଇ ଦେଉଛି। ଗୋଟିଏ ପକ୍ଷରେ ଆନ୍ତର୍ଜାତିକ ଚାପ ଆଗରେ ଉଭୟ ଭାରତ ଓ ପାକିସ୍ତାନ ଯୁଦ୍ଧ ଉତ୍ତେଜନାକୁ ପ୍ରଶମିତ କରିବାର ଉଦ୍ୟମ କରୁଥିବା ବେଳେ ଉଭୟ ଦେଶର ଗଣମାଧ୍ୟମରେ ଏହାକୁ ନେଇ ବିକୃତ ବିଚାର ବଢିଚାଲିଛି। ତେବେ ପାକିସ୍ତାନରେ ଅବିକା ନିର୍ବାଚନ ହେବାର ନାହିଁ। ଭାରତ କିନ୍ତୁ ନିର୍ବାଚନ ସପ୍ତାହରେ ପ୍ରବେଶ କରିସାରିଛି। ଦେଶର ପ୍ରଧାନମନ୍ତ୍ରୀ ଷାଠିଏ ମାସ ସମୟ ମାଗିଥିଲେ ଦେଶର ସର୍ବାଙ୍ଗୀନ ବିକାଶ ପାଇଁ। ଆଜି ତାଙ୍କୁ ପ୍ରଶ୍ନ ପଚାରିବାର ଓ ସେ ନିହାତି ଉତ୍ତର ଦେବାର ସମୟ ଆସିଛି। ହେଲେ ଠିକ ସେଇ ସମୟରେ ଆମେ ଯୁଦ୍ଧର ନିଶାରେ ମାତିଛୁ। ଆମର ଶହୀଦ ସୈନିକଙ୍କ ଶବ ଉପରେ ଶାସକ ଦଳ ନିଜର ଆସନ ସଂଖ୍ୟା ଗଣୁଛି।

ଫେବୃଆରୀ ୧୪ ପୁଲବାମା ଆକ୍ରମଣ ପରଠୁ ଏମିତି ଗୋଟେ ଦିନ ନାହିଁ, ଯେଉଁ ଦିନ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର କରିନାହାନ୍ତି। ଯୁଦ୍ଧ ସମୟରେ ସାରା ଦେଶ ଏକ ରହିବା ଉଚିତ ବୋଲି କହି ପରବର୍ତ୍ତୀ ଧାଡିରେ ପ୍ରଧାନମନ୍ତ୍ରୀ ବିରୋଧିଦଳଙ୍କୁ ଦେଶଦ୍ରୋହୀ ବୋଲି କହିବାକୁ ପରୋକ୍ଷ ଉଦ୍ୟମ କରୁଛନ୍ତି। ପ୍ରଧାନମନ୍ତ୍ରୀ ଭୁଲି ଯାଉଛନ୍ତି ଯେ, ଯୁଦ୍ଧ ସମୟରେ ଦଳ ମତ ନିର୍ବିଶେଷରେ ସବୁ ନାଗରିକଙ୍କୁ ଏକ କରିବାର ଦାୟିତ୍ଵ ତାଙ୍କର। ପ୍ରଧାନମନ୍ତ୍ରୀ ଏଠି ଗୋଟେ ନିର୍ଦ୍ଦିଷ୍ଟ ଦଳର ପ୍ରଧାନମନ୍ତ୍ରୀ ହୋଇ କଥାବାର୍ତ୍ତା କରୁଛନ୍ତି। ତାଙ୍କ ଆଚରଣ ଓ ଉଚ୍ଚାରଣରେ ଦେଶପ୍ରେମ ଅପେକ୍ଷା ନିର୍ବାଚନ ପ୍ରେମ ଅଧିକ ବାରି ହୋଇପଡୁଛି। ଏଠି କହି ରଖିବା ଉଚିତ ହେବ ଯେ ନିର୍ବାଚନ ସମୟରେ ସବୁ ରାଜନୈତିକ ଦଳ ନିଜର ରଣନୀତି ରଖିବେ ଓ ସେମାନଙ୍କ ବିଶ୍ଵସ୍ତତାର ଆଧାରରେ ଲୋକ ତାଙ୍କୁ ନିର୍ବାଚିତ କରିବେ। ସେହି ସମୟରେ ଶାସକ ଦାୟିତ୍ବରେ ଥିବା ଦଳ ଯଦି ଅନ୍ୟ ପ୍ରତିପକ୍ଷ ଦଳଙ୍କ ଦେଶପ୍ରେମ ଉପରେ ପ୍ରଶ୍ନଚିହ୍ନ ଲଗାଏ ତାହା ସବୁଠୁ ବଡ ଦେଶ ବିରୋଧୀ କାର୍ୟ।

ଭାରତର ଗଣତନ୍ତ୍ର ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ରାଜନୈତିକ ଦଳ ତଥା ଗଣମାଧ୍ୟମର ଦାୟିତ୍ଵ। ଏହା ନିଭାଇବାରେ ସମର୍ଥ ନହୋଇ ନିର୍ବାଚନ ସମୟରେ ଯୁଦ୍ଧ ଉନ୍ମାଦ ସୃଷ୍ଟି କରିବା ଆମ ଗଣତନ୍ତ୍ର ଲାଗି ସବୁଠୁ ବଡ ବିପଦ । କେହି କେହି ଯୁକ୍ତି କରିପାରନ୍ତି ଦେଶ ବଡ ନା ନିର୍ବାଚନ ବଡ। ସେମାନଙ୍କୁ ଆମର ଉତ୍ତର ହେବ, ଆଜ୍ଞା, ଏମିତି ଯୁକ୍ତିରେ ପାକିସ୍ତାନରେ ସର୍ବାଧିକ ସମୟ ସାମରିକ ଶାସନ ହୋଇଛି। ଏହି ସମାନ ଯୁକ୍ତିର ଆଧାରରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ। ତେଣୁ ଦେଶର ସୁରକ୍ଷା ଅର୍ଥ ଗଣତନ୍ତ୍ର ଓ ସମ୍ବିଧାନର ପ୍ରତ୍ୟାଖ୍ୟାନ ନୁହେଁ। ଗଣତନ୍ତ୍ର ବିନା ଦେଶର ପରିକଳ୍ପନା ମଧ୍ୟ ସମ୍ଭବ ନୁହେଁ। ଯେଉଁମାନେ ଦେଶର ସମ୍ବିଧାନକୁ ଛୁଇଁ ଦେଶ ଶାସନର ଦାୟିତ୍ଵ ନେଇଛନ୍ତି ସେମାନେ ଦେଶର ସେନାବାହିନୀକୁ ନିଜର ଭୋଟ ରାଜନୀତିରେ ବ୍ୟବହାର କରିପାରିବେ ନାହିଁ। ଭାରତୀୟ ସେନାବାହିନୀ ଏ ଦେଶର ଗଣତନ୍ତ୍ର ପ୍ରତି ଏକ ପ୍ରତିବଦ୍ଧ ଅନୁଷ୍ଠାନ। ତେଣୁ ଗଣତନ୍ତ୍ର ବିରୋଧରେ ସେନାକୁ ବ୍ୟବହାର କରିବାର ଉଦ୍ୟମ କଦାପି ସଫଳ ହେବନାହିଁ ବୋଲି ଆମେ ଆଶା କରୁଛୁ।

ରାଜନୀତିରେ ନିର୍ବାଚନର ସମୟ ଆସିଛି। ଏଠି ସବୁ ଦଳ ନିଜର ମତ ଓ ପ୍ରତିଶୃତି ରଖିବେ। ସେଠି କେହି ଯଦି ନିଜକୁ ଅନ୍ୟ ଦଳଠାରୁ ବେଶୀ ଦେଶପ୍ରେମୀ କହୁଛି , ସେ ଦଳର ଦେଶପ୍ରେମ ଉପରେ ଘୋର ସନ୍ଦେହ କରିବାର ଯଥେଷ୍ଟ କାରଣ ରହିଛି। ନିର୍ବାଚନ ସମୟରେ ଯୁଦ୍ଧର ଘନଘଟା ଓ ଦେଶପ୍ରେମର ଉଗ୍ର ନାଟକ ଉପରେ ବିରାମ ଚିହ୍ନ ଲଗାଇବା ଏବେ ନିର୍ବାଚନ କମିଶନଙ୍କ ପ୍ରାଥମିକ ଦାୟିତ୍ଵ ହେବା ଉଚିତ।

election Modi odishanews pakistan thesamikhsya war
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରର ରାଜ ରାସ୍ତାରେ ପୁଣି ରଣହୁଙ୍କାର କରିବ ବିଜେଡି, ଯୋଗ ଦେବେ ନବୀନ

September 24, 2026

“ଜ୍ଞାନେଶ କୁମାର ଇସ୍ତଫା ଦିଅନ୍ତୁ ନଚେତ୍…”: ଅଭିଜିତ୍ ଦୀପକେ ଦେଲେ ୪୮ ଘଣ୍ଟାର ଅଲଟିମେଟମ୍

September 24, 2026

ସୁପର୍ ‘ଏଲ୍-ନିନୋ’ ଆଣୁଛି ବଡ଼ ବିପଦ: ୬ ମାସରେ ଯିବ ବିଶ୍ୱର ୪.୫୧ ଲକ୍ଷଙ୍କ ଜୀବନ

September 24, 2026

“ନିର୍ଣ୍ଣୟ କେବେ? ସମୟସୀମା ପ୍ରଦାନ କରନ୍ତୁ”: ଟିଏମସି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟ

September 24, 2026
Latest News

ଓଡ଼ିଶାରେ ଆଇସିଡିଆଇର ପରାମର୍ଶ କର୍ମଶାଳା ଆୟୋଜିତ

September 25, 2026

ପାର୍ବଣ ଋତୁରେ ଅତିରିକ୍ତ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂଜା ସ୍ପେଶାଲ ଟ୍ରେନ

September 25, 2026

ସ୍ୱଚ୍ଛତା, ସଚେତନତା ଓ ଜନସହଭାଗିତାରେ ଏମସିଏଲ୍‌ର ‘ସ୍ୱଚ୍ଛତା ହିଁ ସେବା-୨୦୨୬’ ଅଭିଯାନ

September 25, 2026

ଦିବ୍ରୁଗଡ଼ ସ୍ଥିତ ଆଇସିଏମଆର-ଏନଆଇଏଚଆର ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 25, 2026

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.