ଓ୍ବାସିଂଟନ୍ : ସାରା ବିଶ୍ବରେ କରୋନା ତା’ର କରାଳ ପ୍ରଭାବ ଜାରି ରଖିଥିବାବେଳେ ଆମେରିକାକୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଗତ 24 ଘଣ୍ଟାରେ ବିଗତ ତିନି ସପ୍ତାହର କରୋନା ଜନିତ ମୃତ୍ୟୁ ରେକର୍ଡର ଦୈନିକ ହାର ତୁଳନାରେ ସବୁଠାରୁ କମ ଲୋକ ଜୀବନ ହାରିଛନ୍ତି। ଶୁକ୍ରବାର ଆମେରିକାରେ 1 ହଜାର 258 ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାର ମୋଟ୍ ମୃତ୍ୟୁ ସଂଖ୍ୟା 52 ହଜାର 185 ରହିଛି। ତେବେ ଆମେରିକାରେ କରୋନାର ସ୍ଥିତି ଉଦବେଗଜନକ ରହିଛି। ଏଠାରେ 9 ଲକ୍ଷ 25 ହଜାର 38 ଜଣ ସଂକ୍ରମିତ ଥିବା ବେଳେ 1 ଲକ୍ଷ 10 ହଜାର 432 ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି 15 ହଜାର 97 ଜଣଙ୍କ ଅବସ୍ଥା ଗୁରୁତର ଅଛି ।
ସେହିପରି ବିଶ୍ୱରେ ମହାମାରୀ କରୋନା ଭାଇରସ ମୃତ୍ୟୁ ସଂଖ୍ୟା 1 ଲକ୍ଷ 97 ହଜାର 263 ଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା 2,830,289 ରହିଛି । ଆମେରିକା ପରେ ସ୍ପେନ୍, ଇଟାଲୀ, ଫ୍ରାନ୍ସ, ବ୍ରିଟେନ୍ ଆଦି ଦେଶରେ କରୋନା ସ୍ଥିତି ମଧ୍ୟ ଜଟିଳ ରହିଛି । ସ୍ପେନରେ ଆକ୍ରାନ୍ତଙ୍କ ସଂଖ୍ୟା 2,19,764 ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 22,524ରେ ପହଞ୍ଚିଛି । ଇଟାଲୀରେ ସଂକ୍ରମିତଙ୍କ ସଂଖ୍ୟା 1,92 ହଜାର ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 25 ହଜାରୁର ଉର୍ଦ୍ଧ୍ବ ରହିଛି । ସେହିପରି ଫ୍ରାନ୍ସରେ 1, 59 ହଜାର 828 ସଂକ୍ରମିତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 22, 245ରେ ପହଞ୍ଚିଛି । (ଏଜେନ୍ସି)