ଚିତ୍ରକଳା ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା

Published: May 2, 2020, 2:48 pm IST

କନ୍ଦର୍ପ ବେହେରା
ରେଢାଖୋଲ : ରେଢାଖୋଲ ସହରର ଭୀମଭୋଇ ଛକ ଠାରେ ଭୀମଭୋଇ ଆର୍ଟ ସୋସାଇଟି ରେଢାଖୋଲ ତରଫରୁ ଚିତ୍ର କଳା ମାଧ୍ୟମରେ କରୋନା ସଂପର୍କରେ ଜନ ସଚେତନତା ସୃଷ୍ଟି କରାଯାଇଛି । ଚିତ୍ର ଶିଳ୍ପୀ ସୁଧୀର କୁମାର ସ୍ୱାଇଁ ଓ ସୁରେଶ କୁମାର ପୋଢ ଭୀମଭୋଇ ଛକ ନିକଟରେ କରୋନା ସଂପର୍କରେ ଏକ ଚିତ୍ର କରି ମହାମାରୀ କରୋନାକୁ କିପରି ସାରା ବିଶ୍ୱରୁ ହଟାଯାଇପାରିବ ଲୋକମାନଙ୍କୁ ଚିତ୍ରମାଧ୍ୟମରେ ବାର୍ତ୍ତା ଦେଇଥିଲେ । କରୋନା ଠାରୁ ଦୂରେଇ ରହିବାକୁ ହେଲେ ପ୍ରତ୍ୟେକ ମଣିଷ ମାକ୍ସ ପିନ୍ଧି ନିଜକୁ କରୋନା ଠାରୁ ସୁରକ୍ଷା ପାଇବା ପାଇଁ ମଧ୍ୟ ଚିତ୍ରମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ଭିନ୍ନ ଭିନ୍ନ ସମୟରେ ଚିତ୍ରଶିଳପୀ ସୁଧୀର କୁମାର ସ୍ୱାଇଁ ରେଢାଖୋଲ ସହରରେ ଜନସଚେତନତା ସୃଷ୍ଟି ପାଇଁ ଏମିତି ପଥ ପାଶ୍ୱର୍ରେ ଚିତ୍ରକରି ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ବାଂଟିଥାନ୍ତି । ଚିତ୍ରଶିଳପୀ ସୁଧୀର ରେଢାଖୋଲ ମାଟିରେ ଜନ୍ମ ଲାଭ କରିଥିଲେ ମଧ୍ୟ ସେ ଏବେ ଡିଏଭି ମେନେଜିଙ୍ଗ କମିଟିର ଚିତ୍ରକଳା ବିଭାଗରେ ଅଧ୍ୟାପନା କରୁଛନ୍ତି ।

ରେଢାଖୋଲ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ କନିକା ଚକ୍ରବର୍ତୀ, ଉପାଧ୍ୟକ୍ଷ ସୁନୀଲ କୁମାର ପ୍ରଧାନ ଯୋଗଦେଇ ଚିତ୍ରଶିଳପୀଙ୍କୁ ଭୂୟଂସୀ ପ୍ରଶଂସା କରିବା ସହ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଏହି ଚିତ୍ରକାଳରେ ରଂଜିତ ସିଂହ , ଅରୁଣ କୁମାର ଦେହୁରୀ ଏବଂ ପର୍ଶୁରାମ ପ୍ରଧାନ ସହଯୋଗ କରିଥିଲେ ।

Related posts