ରଞ୍ଜିତ୍ ପଣ୍ଡା
କୁଜଙ୍ଗ :ଜଗତସିଂହପୁର ଜିଲ୍ଲା ପାରାଦ୍ଵୀପ ପୌରପାଳିକା ଅନ୍ତର୍ଗତ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ତରଫରୁ କରୋନାର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୫,୦୦୦ ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଛି। ପାରାଦ୍ୱୀପଠାରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାରାଦ୍ୱୀପ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟର ସଭାପତି ସଚିତ୍ର କୁମାର ରାଉତ ଚେକ୍ ପ୍ରଦାନ କରିଥିଲେ । ଏହି ଅବସରରେ ସେକ୍ରେଟାରୀ ସ୍ୟୋମ୍ୟକାନ୍ତ ମହାନ୍ତି, ମାର୍ଗଦର୍ଶକ ବରିଷ୍ଟ ଆଇନଜୀବୀ ସୁରେଶ ଚନ୍ଦ୍ର ଦାସ ଓ ସଦସ୍ୟ ମାନଙ୍କ ମଧ୍ୟରେ ମନୋଜ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହ ମହାମାରୀ କରୋନା ଅବସରରେ ଟ୍ରଷ୍ଟର ବିଭିନ୍ନ ଜନହିତକର କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧିର ଉଚ୍ଚପ୍ରଶଂସା କରିବା ସହ ଟ୍ରଷ୍ଟର ସଭାପତିଙ୍କୁ ଧନ୍ୟବାଦ ଜଣାଇଥିଲେ।
Tags: