କୁଜଙ୍ଗ ପାରାଦ୍ଵୀପ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫାଣ୍ଡିକୁ ସହାୟତା

Published: May 13, 2020, 6:50 pm IST

ରଞ୍ଜିତ ପଣ୍ଡା
କୁଜଙ୍ଗ : ଆଜି କୁଜଙ୍ଗ-ପାରାଦ୍ଵୀପ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ମୁ୍ଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ସହାୟତା ପ୍ରଦାନ କରାଯାଇଛି । ସମିତିର ଆବାହକ ରଘୁନାଥ ସାହୁଙ୍କ ନେତୃତ୍ୱରେ ସମସ୍ତ କର୍ମକର୍ତ୍ତା ପାରାଦ୍ବୀପ ସ୍ଥିତ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟରେ ଏହି ଅର୍ଥରାଶି ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧିରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ପୂର୍ବତନ ସରପଞ୍ଚ ସଞ୍ଜୟ ସ୍ୱାଇଁ, ସମିତି କୋଷାଧ୍ୟକ୍ଷ ଦେବ ମହାନ୍ତି, ପ୍ରଶାନ୍ତ ଚୌଧୁରୀ ଏବଂଦେବବାଳା ମହାପାତ୍ର ଅର୍ଥ ପ୍ରଦାନ ସମୟରେ ଉପସ୍ଥିତ ରହିଥିଲେ ।

Related posts