
ଚନ୍ଦ୍ରକାନ୍ତି ବୌଦ୍ଧ
ନରସିଂହପୁର: କରୋନା ମହାମାରୀ ଯୋଗୁ ସାରା ବିଶ୍ୱରେ ଆତଙ୍କ ସୁଷ୍ଟି କରିଥିବା ବେଳେ ନରସିଂହପୁର ପୋଲିସ ତରଫରୁ ଏହାକୁ କଡା ମୁକାବିଲା କରିଯାଉଥିବା ବେଳେ କିଛି ଅମାନିଆ କିନ୍ତୁ ଆଇନକୁ ଆଖିଠାର ମାରି ଖୁଲମ ଖୁଲା ରାସ୍ତାରେ ବୁଲୁଛନ୍ତି । ପ୍ରକାଶ ଥାଉକି ନରସିଂହପୁର ବ୍ଲକର ହାଟ ଛକ ଠାରେ ଏଭଳି କିଛି ଅସାମାଜିକ ଲୁଟେରା ମାତିଛନ୍ତି । ୧୫ ଦିନ ମଧ୍ୟରେ ହାଟ ଛକରେ ପ୍ରାୟ ୫ଟି ଦୋକାନରୁ ଚୋରି ହୋଇଛି। ନିଶା କାରବାରରେ ବୃଦ୍ଧି କାରଣରୁ ଏପରି ଘଟଣା ଘଟୁଥିବା କୁହାଯାଉଛି। ତେବେ ପୋଲିସ୍ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ କାହାକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ।
Tags: ଲକ୍ଡାଉନ୍