ସାବିତ୍ରୀ ଅମାବାସ୍ୟା ପାଇଁ କ୍ୱାରେନଣ୍ଟାଇନ ସେଣ୍ଟରରେ ମହିଳାଙ୍କୁ ଫଳ ବାଣ୍ଟିଲେ ବିଧାୟିକା

Published: May 22, 2020, 2:56 pm IST

ପିଣ୍ଟୁ ବିଷୋୟୀ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଗସ୍ତ କରି କରୋନା ସ୍ଥିତି ସମୀକ୍ଷା କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ। ବ୍ଲକର 22 ଗୋଟି  ପଞ୍ଚାୟତରେ ଥିବା କ୍ୱାରେଣ୍ଟିନ ସେଣ୍ଟର ଗୁଡିକ ପରିଦର୍ଶନ କରିବା ସହ କ୍ୱାରେଣ୍ଟିନ ସେଣ୍ଟର ପରିଚାଳନାର ସମୀକ୍ଷା କରିଛନ୍ତି ବିଧାୟିକା। ଏଥିସହ ସାବିତ୍ରୀ ବ୍ରତ ପାଇଁ କ୍ୱାରେନଣ୍ଟାଇନ ସେଣ୍ଟରରେ ଥିବା ମହିଳାମାନଙ୍କ ପାଇଁ ଫଳମୂଳ ବଣ୍ଟନ କରିଛନ୍ତି।

ବିଧାୟିକା ଲତିକା ପ୍ରଧାନ ମହିଳାଙ୍କୁ ଫଳମୂଳ ବାଣ୍ଟିବା ସହ ସାବିତ୍ରୀ ଅମାବସ୍ୟାର ଶୁଭେଚ୍ଛା ଜଣାଇଛନ୍ତି ଏବଂ  ସେଣ୍ଟରରେ ଥିବା ଛୋଟଛୋଟ ଶିଶୁଙ୍କୁ ଖେଳନା ମଧ୍ୟ ବଣ୍ଟନ କରିଛନ୍ତି ବିଧାୟିକା। କରୋନା ଯୁଦ୍ଧରେ ଯୋଦ୍ଧା ସାଜିଥିବା ସ୍ଥାନୀୟ ସରପଞ୍ଚ ,ଶିକ୍ଷକ, ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀଙ୍କୁ ସମ୍ୱର୍ଦ୍ଧନା କରିବା ସହ କ୍ବାରେନଟାଇନ ସେଣ୍ଟରରେ ଥିବା ପ୍ରବାସୀ ଓଡ଼ିଆମାନଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି ବିଧାୟିକା।

Related posts