Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସପ୍ତାହରେ ଦୁଇଦିନ ସଟ୍‌ଡ଼ାଉନ୍‌: ସକାଳ ୭ ରୁ ସନ୍ଧ୍ୟା ୭ ଖୋଲିବ ମହାନଗରରେ ସମସ୍ତ ଦୋକାନ
ଆଞ୍ଚଳିକ

ସପ୍ତାହରେ ଦୁଇଦିନ ସଟ୍‌ଡ଼ାଉନ୍‌: ସକାଳ ୭ ରୁ ସନ୍ଧ୍ୟା ୭ ଖୋଲିବ ମହାନଗରରେ ସମସ୍ତ ଦୋକାନ

June 1, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ମେ ମାସ ଲକ୍‌ଡ଼ାଉନ୍‌ର ଅବଧି ଶେଷ ପରେ ରାଜ୍ୟ ସରକାର ଜୁନ୍ ମାସ ପାଇଁ ନୂତନ ଗାଇଡ଼୍‌ଲାଇନ୍ ଜାରି କରିଛନ୍ତି । ରାଜ୍ୟର ଅନ୍ୟ ୧୦ଟି ଜିଲ୍ଲା ସହ ଗଂଜାମ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଅଧିକ ଥିବାରୁ ଏଠାରେ ଏକ ନୂତନ କଟକଣା ଲାଗୁ ହୋଇଛି । ଜୁନ୍ ମାସର ପ୍ରତ୍ୟେକ ସପ୍ତାହର ଶନିବାର ରବିବାର ଦୁଇଦିନ ଅର୍ଥାତ୍ ୪୮ ଘଣ୍ଟା ସଂପୂର୍ଣ୍ଣ ସଟ୍‌ଡ଼ାଉନ୍ ରୂପେ ଘୋଷଣା କରାଯାଇଛି । ଦିନକୁ ଦିନ ସଂକ୍ରମଣର ସଂଖ୍ୟା ବଢ଼ୁଥିବା ତଥା ଲୋକ ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଏହିକ୍ରମରେ ବ୍ରହ୍ମପୁର ମହାନଗର ନିଗମରେ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ମଧ୍ୟ କିଛି ନିୟମରେ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୭ରୁ ସନ୍ଧ୍ୟା ୭ରେ ଖୋଲୁଥିବାବେଳେ ଅନ୍ୟ ଦୋକାନଗୁଡ଼ିକ ଦିନ ୧ ରୁ ସଂନ୍ଧ୍ୟା ୭ ପର୍ଯ୍ୟନ୍ତ ଖୋଲୁଥିଲା । ବର୍ତ୍ତମାନ ନୂଆ ନିୟମ ପ୍ରକାରେ ସମସ୍ତ ଦୋକାନ ସପ୍ତାହରେ ୫ ଦିନ ସୋମବାର-ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଖୋଲିବ । ନାଇଟ୍ କର୍ଫ୍ୟୁ ମଧ୍ୟ ସନ୍ଧ୍ୟା ୭ରୁ ଲାଗୁ ହୋଇ ସକାଳ ୫ ପର୍ଯ୍ୟନ୍ତ ବଳବତ୍ତର ରହିବ । ଜୁନ୍ ୩୦ ପର୍ଯ୍ୟନ୍ତ ଧାର୍ମିକ ସ୍ଥଳ, ସପିଂ ମଲ୍‌, ଆନ୍ତର୍ଜାତିକ ଯାତ୍ରା, ସିନେମା ହଲ୍‌, ଜିମ୍‌, ସୁଇମିଂ ପୁଲ, ପାର୍କ, ବାର୍ ଏବଂ ଅଡ଼ିଟୋରିୟମ, ଏସ୍ମେବ୍ଲି ହଲ୍‌, ସେମିନାର ବନ୍ଦ ରହିବ । ସାମାଜିକ, ରାଜନୈତିକ, ଖେଳକୁଦ, ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ । ୩୦ ପ୍ରତିଶତ କର୍ମଚାରୀରେ ହୋଟେଲ୍‌ଗୁଡ଼ିକ ଖୋଲିବ । ରେଷ୍ଟୁରାଣ୍ଟ, ହୋଟେଲ୍‌ରେ କେବଳ ହୋମ୍ ଡ଼େଲିଭେରି ଦିଆଯିବ । ୩୧ ଜୁଲାଇ ପର୍ଯ୍ୟନ୍ତ ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ ରହିବ । ଏହାସହ କେତେକ ନିୟମକୁ କଡ଼ାକଡ଼ି ଲାଗୁ ପାଇଁ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ସର୍ବସାଧାରଣ ସ୍ଥାନରେ ମୁହଁକୁ ଢ଼ାଙ୍କିବା ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତା ପାଳନ, ଦୋକାନଗୁଡ଼ିକ କଷ୍ଟମରଠାରୁ ଦୂରତାରେ ରହିବା, ସେଲୁନ୍‌, ସ୍ପା, ବିଉଟି ପାର୍ଲରରେ ସୁରକ୍ଷା ବ୍ୟବସ୍ଥା ମାନିବା, ଜଣଙ୍କୁ ସେବା ଯୋଗାଇବା ପରେ ପ୍ରତିଷେଧକ ବ୍ୟବସ୍ଥା କରି ଅନ୍ୟ ଜଣଙ୍କୁ ସେବା ଦେବା, ୭ ଜଣଙ୍କଠାରୁ ଅଧିକ ଲୋକ ସର୍ବସାଧାରଣ ସ୍ଥାନରେ ଜମା ହେବା ନେଇ କଟକଣା, ୫୦ରୁ ଅଧିକ ଅତିଥିଙ୍କୁ ନେଇ ବିବାହ କାର୍ଯ୍ୟ କରିବା ନାହିଁ, ଅନ୍ତିମ କାର୍ଯ୍ୟରେ ୨୦ରୁ ଅଧିକ ଲୋକ ଯୋଗନଦେବା, ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ନାହିଁ, ସର୍ବସାଧାରଣ ସ୍ଥାନରେ ଗୁଟ୍‌ଖା, ମଦ ପିଇବା ମନା ଭଳି ନିର୍ଦ୍ଦେଶ ଜାରି କରାଯାଇଛି । ଏହାସହ ଘରୁ କାମ କରିବାକୁ ପ୍ରଧାନ୍ୟ ଦେବା ସହ ଯଦି ଅଫିସ ଯିବାକୁ ପଡ଼ୁଛି ତେବେ ସ୍କ୍ରିନିଂ ଏବଂ ପରିଚ୍ଛନତା ଉପରେ ଧ୍ୟାନ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଛି । ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ଯାତ୍ରା ନେଇ କୌଣସି କଟକଣା ନାହିଁ । ଅଟୋ ରିକ୍‌ସା, ଟ୍ୟାକ୍‌ସି ସେମାନଙ୍କ ବସିବା ସ୍ଥାନ ଅନୁଯାୟୀ ହିଁ ଯାତ୍ରୀ ନେବେ । ଶନିବାର ଏବଂ ରବିବାର ଦୁଇଦିନ ସଟ୍‌ଡ଼ାଉନ୍ ସମୟରେ କିଛି ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ୍ ଦିଆଯାଇଛି । ସେଗୁଡ଼ିକ ହେଲା ସମସ୍ତ ପ୍ରକାର ମେଡ଼ିକାଲ୍‌, ମେଡ଼ିକାଲ୍ ଷ୍ଟୋର, ଆମ୍ବୁଲାନସ, ମେଡ଼ିକାଲ୍ କର୍ମଚାରୀ, ମ୍ୟୁନସିିପାଲ୍‌ଟି କର୍ମଚାରୀ, ଅଗ୍ନିଶମ, ପୋଲିସ୍‌, କେନ୍ଦ୍ର ତଥା ରାଜ୍ୟସ୍ତରୀୟ ଅଧିକାରୀ, ଟେଲିଫୋନ୍ କର୍ମଚାରୀ, ଇଲୋକ୍ଟୋନିକ ମିଡ଼ିଆ, ପାନୀୟ ଜଳଯୋଗଣ କର୍ମଚାରୀ, ଇଲେକ୍ଟ୍ରି କର୍ମଚାରୀ, କଂପାନୀ, ନିର୍ମାଣ କାର୍ଯ୍ୟ, ରେଳ ଏବଂ ବିମାନ ଯାତ୍ରା ସହ ଷ୍ଟେସନରୁ ଆସୁଥିବା ଅଟେ, ଟ୍ୟାକ୍ସିକୁ ଏଥିରୁ ଛାଡ଼ କରାଯାଇଛି । ଏହାସହ ଆସନ୍ତା ଅଗଷ୍ଟ ୩୧ ପର୍ଯ୍ୟନ୍ତ ୬୫ ବର୍ଷରୁ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍ ଛୁଆଙ୍କୁ ବାହାରକୁ ବାହାରିବାକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି । ଏହି ସମସ୍ତ ନିୟମ ଗୁଡ଼ିକ ଯେଉଁମାନେ ମାନିବେ ନାହିଁ ସେମାନେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ଶ୍ରୀ ରାଠୋର ସୂଚନା ଦେଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.