Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସଙ୍ଗରୋଧ କେନ୍ଦ୍ରରେ ପାଳିଲେ ରଜ :ପ୍ରବାସୀଙ୍କୁ ରଜପିଠା ସହ ନୂଆବସ୍ତ୍ର ଉପହାର ଦେଲେ ସରପଞ୍ଚ
ଆଞ୍ଚଳିକ

ସଙ୍ଗରୋଧ କେନ୍ଦ୍ରରେ ପାଳିଲେ ରଜ :ପ୍ରବାସୀଙ୍କୁ ରଜପିଠା ସହ ନୂଆବସ୍ତ୍ର ଉପହାର ଦେଲେ ସରପଞ୍ଚ

June 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : କରୋନା ମହାମାରୀ ପାଇଁ ଫିକା ପଡିଛି ଓଡିଆଙ୍କ ମୁଖ୍ୟପର୍ବ ରଜ।ଜଗତସିଂହପୁର ଜିଲ୍ଲାରେ ଦୁଇଦିନିଆ ସଟ୍‌ ଡାଉନ୍‌ ଯୋଗୁଁ ସବୁଆଡେ ଖାଁଖାଁ ଲାଗୁଥିବା ବେଳେ ରଜମୌଜରେ ଡୋରିବନ୍ଧା ହୋଇଛି।ତଥାପି ସଙ୍ଗରୋଧ କେନ୍ଦ୍ରରେ ଥିବା ଅନ୍ତେବାସୀମାନେ ଯେପରି ଦୁଃଖୀ ନହେବେ ସେଥିପାଇଁ ସେମାନଙ୍କୁ ସରପଞ୍ଚ ଦେଇଛନ୍ତି ରଜଭେଟି।ସ୍ୱତନ୍ତ୍ର ଖାଦ୍ୟପେୟ ସାଙ୍ଗକୁ ନୂଆବସ୍ତ୍ର ଦେଇ ରଜ ପାଳିଲେ ସରପଞ୍ଚ।ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତରେ।

ଉକ୍ତ ଗରାମ ପଞ୍ଚାୟତର ଭଗବତୀ ଉଚ୍ଚ ବିଦ୍ୟାଳୟ ଠାରେ କୋଭିଡ-୧୯ ପାଇଁ ସଙ୍ଗରୋଧ କେନ୍ଦ୍ର କରାଯାଇଛି। ପହିଲି ରଜ ଉପଲକ୍ଷେ ସଙ୍ଗରୋଧ କେନ୍ଦ୍ରରେ ଥିବା ସମସ୍ତ ଅନ୍ତେବାସୀ ମାନଙ୍କ ପାଇଁ ସରପଞ୍ଚ ବନଜା ବାସିନୀ ଦାସ ସ୍ୱତନ୍ତ୍ର ଖାଦ୍ୟପେୟର ବନ୍ଦୋବସ୍ତ କରିବା ସହ ନୂଆବସ୍ତ୍ର ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ଦେଖିବାକୁ ମିଳିଛି।

ସରପଞ୍ଚଙ୍କ ଏପରି ଉଲ୍ଲେଖନୀୟ ଅବଦାନକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ପ୍ରଶଂସା କରିଥିବା ବେଳେ ଅନ୍ତେବାସୀମାନେ  ଖୁସିବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ, ଉକ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ କିଶୋର କୁମାର ସାହୁ, ସମିତି ସଭ୍ୟା ପ୍ରିୟଙ୍କା ସ୍ୱାଇଁ,ନିକୁଞ୍ଜ କିଶୋର ଶତପଥୀ, ବିଶ୍ୱଜିତ ତାରେଣିଆ, ଯଶୋବନ୍ତ ସାହୁ, ଚିତ୍ତରଞ୍ଜନ ନାୟକ, ପ୍ରଭାତ କୁମାର ବିଶ୍ବାଳ ପ୍ରମୁଖ ସାମିଲ୍ ହୋଇଥିଲେ।

ରଜପର୍ବ ସଙ୍ଗରୋଧ କେନ୍ଦ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

August 24, 2026

ବାଣପୁର: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

August 22, 2026

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026
Latest News

କୃତ୍ରିମ ବୁଦ୍ଧିମତା ଓ ମାନବିକୀ ବିଜ୍ଞାନ ମଧ୍ୟରେ ସେତୁ ସ୍ଥାପନ ପାଇଁ ସୋଆରେ କମର୍ଶାଳା

August 26, 2026

ଶିକ୍ଷକ କର୍ମଚାରୀଙ୍କର ଦାବିକୁ ଅବିଳମ୍ବେ ମାନି ନିଅନ୍ତୁ ସରକାର: ସମନ୍ୱୟ ସମିତି

August 26, 2026

ରାସ୍ତାରେ ଧାନ ରୋପଣ କରି ଅଭିନବ ପ୍ରତିବାଦ: ଦାବି ନମାନିଲେ ଭୋଟ ବର୍ଜନ ନିଷ୍ପତ୍ତି

August 26, 2026

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ବାତିଲ ହେଲା ଏହି ଟ୍ରେନ୍

August 26, 2026

ଭାରତର ବିଜୟରେ ବାଧା ସୃଷ୍ଟି କରିବ କି ବର୍ଷା?: ଜାଣନ୍ତୁ କିପରି ରହିବ କଲମ୍ବୋରେ ପାଗ

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.