
ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କଳା ବିକାଶ କେନ୍ଦ୍ର ଓ ଜଗତସିଂହପୁର ପୌର ପରିଷଦର ୧୯ ନମ୍ବର ୱାର୍ଡ ବାସୀଙ୍କ ପକ୍ଷରୁ ଖେରସ ଠାରେ ଥିବା ଜିଲ୍ଲା କଳା ବିକାଶ କେନ୍ଦ୍ର ଠାରେ ତିର୍ତ୍ତୋଲର ବିଧାୟକ ତଥା ବରିଷ୍ଠ ବିଜେଡି ସ୍ୱର୍ଗତ ବିଷ୍ଣୁ ଦାସଙ୍କ ଦେହାନ୍ତ ଉପଲେକ୍ଷ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି ।
ପୂର୍ବତନ ପୌରାଧ୍ୟକ୍ଷ ମଧୁସୁଦନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ କଳା ବିକାଶ କେନ୍ଦ୍ରର କର୍ମକର୍ତ୍ତା ମାନଙ୍କ ସହିତ ୧୯ ନମ୍ବର ଞ୍ଚାର୍ଡର ବହୁ ଅଧିବାସୀ ଯୋଗ ଦେଇଥିଲେ । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଏସଭିଏମ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଲିଙ୍ଗରାଜ ବେହେରା,ସମାଜସେବୀ ଗୌରାଙ୍ଗ ହୋତା,ସୁବାଷ ଚନ୍ଦ୍ର ରାଉତ,ବରିଷ୍ଠ ବିଜେଡି ନେତା ଦିପ୍ତି ଦାସ,ଦୋଳଗୋବିନ୍ଦ ଦାଶ,ମିନତୀ ଦାସ,ନିକୁଞ୍ଜ କିଶୋର ବେହେରା,ପ୍ରୀୟବ୍ରତ ମହାପାତ୍ର ପ୍ରମୁଖ ଯୋଗ ଦେଇ ସେହି ମହାନ ନେତାଙ୍କର ସ୍ମୃତି ଚାରଣ କରିବା ସହିତ ୧୯ ନମ୍ବର ୱାର୍ଡର ସର୍ବାଙ୍ଗୀନ ଉନ୍ନତିରେ ସେ କର୍ଣ୍ଣଧାର ବୋଲି କହିଥିଲେ ।
ସେହିପରି ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଜିଲ୍ଲା କଳା ବିକାଶ କେନ୍ଦ୍ର ପକ୍ଷରୁ ବିରଞ୍ଚି ନାରାୟଣ ବେହେରା,ଶ୍ରୀଧର ସାହୁ,ଶୁଭଙ୍କର ଜେନା,ସରିତା ଜୟନ୍ତୀ ପଣ୍ଡା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ଅବଦାନରେ ଜିଲ୍ଲାର ଏହି କଳା ଅନୁଷ୍ଠାନ ଜିଲ୍ଲା କଳା ବିକାଶ କେନ୍ଦ୍ରର ଗଠନ କରାଯାଇଥିବା ବେଳେ ଜିଲ୍ଲା ଓ ଜିଲ୍ଲା ବାହାରେ ଏହାର ସୁନାମ ରହିଛି ।ତେଣୁ ଏହି କଳା ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ବିଷ୍ଣୁ ଦାସଙ୍କୁ ଅନୁଷ୍ଠାନ ହରାଇଥିବାରୁ ଅନୁଷ୍ଠାନ ପକ୍ଷରୁ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛି ବୋଲି କହିଥିଲେ ।ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ସିତାଶୁଂ ଦାଶ,ଲକ୍ଷ୍ମୀଧର ଦାସ,ପଦ୍ମନାଭ ପଣ୍ଡା,ସୁବାଷ ଚନ୍ଦ୍ର ବେହେରା,ବାସୁଦେବ ମହାନ୍ତି,କୃଷ୍ନ ଚନ୍ଦ୍ର ମହାରଣା,ପୁର୍ଣ୍ଣଚନ୍ଦ୍ର ଦାସ,ଟୁକୁ ଭାଇନା ପ୍ରମୁଖ ଉପସ୍ଥିତ ରହିଥିଲେ ।