Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଜ ଜୀବନକୁ ବାଜି ଲଗାଇ ପାଣିଟାଙ୍କି ଉପରେ ଅନଲାଇନରେ ପାଠପଢୁଛନ୍ତି ଛାତ୍ରଛାତ୍ରୀ
ଆଜିର ଖବର

ନିଜ ଜୀବନକୁ ବାଜି ଲଗାଇ ପାଣିଟାଙ୍କି ଉପରେ ଅନଲାଇନରେ ପାଠପଢୁଛନ୍ତି ଛାତ୍ରଛାତ୍ରୀ

July 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ବିଶ୍ୱରେ କରୋନା ଯୋଗୁଁ ଛାତ୍ରଛାତ୍ରୀମାନେ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଛି। ସରକାର ଗତ ମାର୍ଚ୍ଚ ମାସରୁ ବିଦ୍ୟାଳୟ, ମହାବିଦ୍ୟାଳୟ ଗୁଡିକୁ ସଂପୂର୍ଣ ବନ୍ଦ କରିଥିବା ବେଳେ ଛାତ୍ରଛାତ୍ରୀମାନେ ଅନଲାଇନରେ ପାଠ ପଢିବାକୁ ସରକାର ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଗ୍ରାମାଂଚଳର ସମସ୍ତ ପିଲାମାନଙ୍କ ଠାରେ ଏସବୁର ସୁବିଧା ଉପଲବ୍ଧ ହୋଇପାରୁନାହିଁ। ସେମିତି ଏକ ଗାଁ ସମ୍ବଲପୁର ଜିଲ୍ଲାରେ ରହିଛି ଯେଉଁଠି ପିଲାମାନେ ପାଣିଟାଙ୍କି ଉପରକୁ ଚଢି ପାଠପଢୁଥିବାର ଦେଖିବାକୁ ମିଳିଛି।

ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକର ଘୋଷରାମାଳ ପଂଚାୟତର ଲାଣ୍ଡିମାଳ ଗ୍ରାମର ଛାତ୍ରଛାତ୍ରୀମାନେ ଗାଁରେ କୌଣସି ନେଟୱର୍କର ସୁବିଧା ନ ଥିବାରୁ ସେମାନେ ବାଧ୍ୟ ହୋଇ ଗ୍ରାମରେ ଥିବା ପାଣି ଟାଙ୍କି ଉପରେ ଚଢି ଜୀବନକୁ ବାଜି ଲଗାଇ ଅନଲାଇନରେ ପାଠ ପଢୁଥିବାର ଦୃଶ୍ୟ ଆମ ପ୍ରତିନିଧିଙ୍କ ନଜରକୁ ଆସିଛି।

ସରକାର ପିଲାମାନେ ଅନଲାଇନରେ ପାଠ ପଢିବାକୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହେଲେ ଗ୍ରାମାଂଚଳରେ ଏସବୁର ସୁବିଧା ଓ ସମସ୍ତଙ୍କ ପାଖରେ ମୋବାଇଲ ଫୋନର ସୁବିଧା ଅଛି କି ନାହିଁ ସେ ସଂପର୍କରେ ଅବଗତ ନାହାନ୍ତି। ଯାହା ପାଖରେ ଅଛି ସେଇ ଗାଁରେ ନେଟୱର୍କର ସୁବିଧା ମଧ୍ୟ ନାହିଁ। ସରକାର କେମିତି ଅନଲାଇନ ପାଠ ପଢାକୁ ଗୁରୁତ୍ୱ ଦେଲେ ତାହା ଆଦୌ ବୁଝାପଡୁନାହିଁ ବୋଲି ଲାଣ୍ଡିମାଳର ଏହି ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି। ସରକାର ଏ ସଂପର୍କରେ ଚିନ୍ତା କରିବାର ସମୟ ଆସିଛି ବୋଲି ଅଭିଭାବକ ମାନେ ମଧ୍ୟ ପ୍ରକାଶ କରିଛନ୍ତି।

ଲାଣ୍ଡିମାଳରେ କୌଣସି ଟାଓାର ମଧ୍ୟ ନାହିଁ। ପାଣିଟାଙ୍କି ଉପରକୁ ଚଢିଲେ ସେଠାରେ ନାକଟିଦେଉଳ କିମ୍ବା ରିଆମାଳ ନେଟୱର୍କ ଆସିଥାଏ। ଯା’ ଫଳରେ ପିଲାମାନେ କିଛି ସମୟ ପର୍ଯ୍ୟନ୍ତ ପଢିବାର ସୁଯୋଗ ପାଇଥାନ୍ତି। ହେଲେ ବର୍ଷା ଦିନରେ ସେ ସବୁର ସୁବିଧା ମଧ୍ୟ ହୋଇ ପାରି ନଥାଏ। ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି।

rairakhola sambalapur students
Share. Facebook Twitter LinkedIn Email WhatsApp Copy Link

Related Posts

ମାର୍ଚ୍ଚ ୧୪ ରେ ବ୍ରହ୍ମପୁରରେ ଜାତୀୟ ଲୋକ ଅଦାଲତ

February 26, 2026

‘ଦି କେରଳ ଷ୍ଟୋରୀ 2’ ର ମୁକ୍ତିଲାଭ ଉପରେ ହାଇକୋର୍ଟଙ୍କ ରୋକ: ସୁପ୍ରିମକୋର୍ଟ ଯିବେ ନିର୍ମାତା

February 26, 2026

CBSEର ବଡ଼ ନିଷ୍ପତ୍ତି: ଷଷ୍ଠ ଶ୍ରେଣୀରୁ ପଢ଼ାଯିବ ତିନୋଟି ଭାଷା

February 26, 2026

‘ନିଶାମୁକ୍ତ ଓଡ଼ିଶା ଅଭିଯାନ’: ୨୨୫ କୋଟି ମୂଲ୍ୟର ହାଶିଶ ତେଲ ଓ ୫ କୋଟିର ଗଞ୍ଜେଇ ଜବତ

February 26, 2026
Latest News

ଏପଷ୍ଟାଇନ୍ ଫାଇଲ୍ସରେ ନାମ ଆସିବା ପରେ WEF ର CEO ଙ୍କ ଇସ୍ତଫା

February 26, 2026

ମାର୍ଚ୍ଚ ୧୪ ରେ ବ୍ରହ୍ମପୁରରେ ଜାତୀୟ ଲୋକ ଅଦାଲତ

February 26, 2026

‘ଦି କେରଳ ଷ୍ଟୋରୀ 2’ ର ମୁକ୍ତିଲାଭ ଉପରେ ହାଇକୋର୍ଟଙ୍କ ରୋକ: ସୁପ୍ରିମକୋର୍ଟ ଯିବେ ନିର୍ମାତା

February 26, 2026

CBSEର ବଡ଼ ନିଷ୍ପତ୍ତି: ଷଷ୍ଠ ଶ୍ରେଣୀରୁ ପଢ଼ାଯିବ ତିନୋଟି ଭାଷା

February 26, 2026

‘ଆଶ୍ରମର ପରିବେଶ ପବିତ୍ର ନୁହେଁ’: ଶଙ୍କରାଚାର୍ଯ୍ୟଙ୍କ ଉପରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଭୂମିକା ଦ୍ୱିବେଦୀ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.