Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହଜାର ସଂଖ୍ୟାରେ ଟିକଟରୁ ବଞ୍ଚିତ ନେତା ଯିବେ କୁଆଡେ ? କେଉଁ ଦଳରେ ହଜାର ହଜାର ଟିକଟ ବଣ୍ଟାହେବାର ସମ୍ଭାବନା ଅଛି ?
ବିଶେଷ ଖବର

ହଜାର ସଂଖ୍ୟାରେ ଟିକଟରୁ ବଞ୍ଚିତ ନେତା ଯିବେ କୁଆଡେ ? କେଉଁ ଦଳରେ ହଜାର ହଜାର ଟିକଟ ବଣ୍ଟାହେବାର ସମ୍ଭାବନା ଅଛି ?

March 16, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
leaders joined in BJD at naveen niwas
leaders joined in BJD at naveen niwas

କେଦାର ମିଶ୍ର

ବିଜେପିର ଆଭ୍ୟନ୍ତରୀଣ ଖବର ରଖୁଥିବା ଜଣେ ସାମ୍ବାଦିକଙ୍କ ସହ ଆଜି ସନ୍ଧ୍ୟାରେ ଦେଖାହେଲା। ତାଙ୍କ କହିବା ମୁତାବକ, ବିଜେପି ପାଇଁ ୨୦୧୯ ନିର୍ବାଚନରେ ସବୁଠୁ ବଡ ଶକ୍ତି ହେଉଛନ୍ତି, ବିଜେଡ଼ିରୁ ବହିଷ୍କୃତ ଓ ଟିକଟରୁ ବଞ୍ଚିତ ନେତାମାନେ। ବିଜେଡି ଭିତରେ ଟିକଟ ଆଶାୟୀଙ୍କ ସଂଖ୍ୟା ଏତେ ଅଧିକ ଯେ ସେଥିରୁ ହଜାର ହଜାର ସଂଖ୍ୟାରେ ଅସନ୍ତୁଷ୍ଟ ହେବାର ସମ୍ଭାବନା ସର୍ବାଧିକ। ମାତ୍ର ୧୪୭ ବିଧାନସଭା ଓ ୨୧ ବିଧାନସଭା ଲାଗି କେବଳ ବିଜେଡିରେ ତିରିଶ ହଜାର ଆବେଦନକାରୀ ଅଛନ୍ତି ବୋଲି କୁହାଯାଉଛି। ଅର୍ଥାତ ପ୍ରତି ଆସନ ପିଛା କେବଳ ବିଜେଡି ଆଶାୟୀଙ୍କ ହାରାହାରି ସଂଖ୍ୟା ହେଉଛି ୧୭୮। ତିରିଶ ହଜାରରୁ ମାତ୍ର ୧୬୮ ଜଣ ଟିକଟ ପାଇବେ ଓ ବାକି ସବୁ ନିରାଶ ହେବେ।  ଏଇ ହତାଶ ଓ ନିରାଶ ନେତାମାନେ ବିଜେପି ପାଇଁ ସବୁଠୁ ବଡ ଶକ୍ତି ହେବାକୁ ଯାଉଛନ୍ତି ବୋଲି ବିଜେପି ଶିବିର ଏବେ ଆକଳନ କରୁଛି। କେବଳ ବିଜେଡ଼ିର ୨୯,୮୦୦ ନେତା ବିଜେଡ଼ିକୁ ଚାଲି ଆସିବେ ଓ ସେମାନେ ଆସିଲେ ବିଜେପିର ମିଶନ ୧୨୦ ସହଜ ହୋଇଯିବ ବୋଲି ବିଚାର ଚାଲିଛି। ତାହା ସହିତ କଂଗ୍ରେସ ରୁ ମଧ୍ୟ କିଛି ନେତା ଏବେ ବିଜେପିକୁ ଆସୁଛନ୍ତି। ସାଲେପୁରର କଂଗ୍ରେସ ବିଧାୟକ ପ୍ରକାଶ ବେହେରା ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ଚାଲିଛି। ଏହାର ଅର୍ଥ ହେଉଛି, ଏବେ ବିଜେପି ଅସନ୍ତୁଷ୍ଟ ଓ ଦଳବଦଳକାରୀ ନେତାମାନଙ୍କର ସବୁଠୁ ବଡ ଧର୍ମଶାଳା।

ତେବେ ବୁଝିବା ଲୋକ ବୁଝନ୍ତି ଯେ, ବିଜେପି ଧର୍ମଶାଳାରେ ମଧ୍ୟ କୋଠରି ସଂଖ୍ୟା ସେହି ୧୪୭+୨୧=୧୬୮। ହଜାର ସଂଖ୍ୟାର  ଯେଉଁ ଉଦବାସ୍ତୁ ନେତା ଆସିବେ ସେମାନେ କେବଳ ଟୋପି ପିନ୍ଧି ନାଚିବାକୁ ଆସିବେନି। କିଛି ନେତା ହୁଏତ ନିଜ ପୁରୁଣା ଦଳ ପ୍ରତି ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ ଅସୁବିଧାରେ ପକାଇବାକୁ ଚାହୁଁଥିବେ। କିନ୍ତୁ ବଡ ଭାଗ ନେତାଙ୍କ ଏକମାତ୍ର ଆଶା ସେଇ ଟିକଟ ଖଣ୍ଡକ। ଏପଟେ ବିଜେପି ଭିତରେ ଆବେଦନକାରୀଙ୍କ ସଂଖ୍ୟା କିଛି କମ ନୁହେଁ। ବିଜେଡି ଅଫିସରେ ଯଦି ତିରିଶ ହଜାର ଦରଖାସ୍ତ ପଡିଛି, ବିଜେପି ଅଫିସରେ ବି ସେଇ ପନ୍ଦର କୋଡିଏ ହଜାର ଦରଖାସ୍ତ ଅଛି। ଏଥିରୁ ଯେଉଁ ହତାଶ ଓ ଅସନ୍ତୁଷ୍ଟ ବାହାରିବେ ସେମାନେ ତ ପୁଣି କେଉଁଠିକି ଯିବେ ନା! ବାସ, ଗଣିତ ଏଇଠି ଜଟିଳ।

ଦଳ ବଦଳକାରୀଙ୍କ ଭରସାରେ ଯେଉଁ ଦଳ ରହେ ସେ ନିର୍ବାଚନରେ ସବୁଠୁ ଦୁର୍ବଳ ଦଳ ବୋଲି ଭାବିବାକୁ ପଡିବ। ତେବେ ଏହାର ବ୍ୟତିକ୍ରମ ଭାବରେ କେହି କେହି ୨୦୧୪ ସାଧାରଣ ନିର୍ବାଚନ କଥା ଉଠାଇପାରନ୍ତି। ୨୦୧୪ ରେ କଂଗ୍ରେସର ପାଖାପାଖି ଶହେ ଜଣ ପୁରୁଣା ସାଂସଦ ବିଜେପିକୁ ଆସିଥିଲେ ଓ ସେମାନେ ଜିତିକରି ବିଜେପି ର ବଡ ସମ୍ପତ୍ତି ହୋଇଥିଲେ। ଏବେ ସେକଥା ଓଡିଶାରେ ଘଟିବ କି? ବିଜେଡି ଲୋକସଭା ଓ ବିଧାନସଭା ପାଇଁ ଯେହେତୁ ନୂଆ ମୁହଁ ଦେବାକୁ ବଦ୍ଧ ପରିକର, ସେହି କାରଣରୁ ବିଜେଡିରେ ବଡ ଧରଣର ଅସନ୍ତୋଷ ଆସିପାରେ। ହେଲେ ଏ ପ୍ରକାର ଅସନ୍ତୋଷକୁ ବିଜେଡି ମୁକାବିଲା କରିବାରେ ସବୁବେଳେ ସମର୍ଥ ରହି ଆସିଛି। ୨୦୧୪ ନିର୍ବାଚନ ପୂର୍ବରୁ ବିଜେଡି ମୋଦୀ ହାୱା ଓ ପ୍ୟାରୀମୋହନ ମହାପାତ୍ରଙ୍କ ବ୍ରାହ୍ମାସ୍ତ୍ରକୁ ଏକା ସାଙ୍ଗରେ ମୁକାବିଲା କରିଥିଲା। ତେଣୁ ଆଜି, ତଥାକଥିତ ଦାମ-ବୈଜୟନ୍ତ ଆହ୍ଵାନ ଓ ବିଜେପିର ଉଗ୍ର ଜାତୀୟତାବାଦକୁ ଏକା ସାଙ୍ଗରେ ବିଜେଡି କେମିତି ସାମ୍ନା କରୁଛି, ତାହା ଦେଖିବା ପାଇଁ ଆମେ ସାମ୍ବାଦିକମାନେ ବେଶ ଉଦଗ୍ରୀବ।

ନିର୍ବାଚନ ଘୋଷଣା ହେବା ପରେ ଯେଉଁ ନେତାମାନେ ଦଳ ବଦଳ କରନ୍ତି, ସେମାନେ ଲୋକ ଚକ୍ଷୁରେ ଅପାରଗ ଓ ସେମାନେ ନିଜ ପୁରୁଣା ଦଳର ଉଚ୍ଚିଷ୍ଟ ଭାବରେ ବିବେଚିତ ହୁଅନ୍ତି। ଯେତେ ଟାଣୁଆ ନେତା ହେଲେ ମଧ୍ୟ ନୂଆ ଦଳରେ ପୁରୁଣା ଦଳର ନେତାଟି ଅଚିହ୍ନା ଓ ଅସ୍ପୃଶ୍ୟ ହୋଇ କିଛି ଦିନ ରହେ। ତୃଣମୂଳ ସ୍ତରରେ ଏ ସ୍ଥିତି ଆହୁରି ଗମ୍ଭୀର। ଦଳବଦଳକାରୀ ନେତାକୁ ନୂଆ ଦଳର କର୍ମୀ ପ୍ରତ୍ୟାଖ୍ୟାନ କରିବାର ବହୁ ଉଦାହରଣ ରହିଛି। ତେବେ ଦଳବଦଳକାରୀ ନେତାଙ୍କର ସ୍ତର ଯଦି ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ବଳଭଦ୍ର ମାଝୀ କିମ୍ବା ସୁକାନ୍ତ ନାୟକଙ୍କ ପରି ହୋଇଥାଏ, ସେଠି ପରିସ୍ଥିତି ଅଲଗା ହେବ କି? ଏହାର ଉତ୍ତରରେ ଆମେ କହିବୁ ଯେ, ଏ ସ୍ତରର ନେତା ନିଜ ନୂଆ ଦଳ ଲାଗି ସବୁଠୁ ବଡ ବୋଝ ହୋଇଥାନ୍ତି। ଆଜି ଭାରତୀୟ ଜନତା ପାର୍ଟିର ରାଜ୍ୟ କର୍ମକର୍ତ୍ତାମାନଙ୍କର ଏକ ବୈଠକର ଫଟୋ ବାହାରିଛି। ସେଥିରେ ବୈଜୟନ୍ତ ପଣ୍ଡା ହଠାତ କେନ୍ଦ୍ରୀୟ ଭୂମିକାରେ ଦୃଶ୍ୟମାନ ହେଉଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଣଠେସା ହୋଇ ବସିଛନ୍ତି। ନୂଆ ନେତାଙ୍କୁ ନେଇ ପୁରୁଣା ନେତାଙ୍କ ଅସୁରକ୍ଷାର ଭାବନା ଅନେକ ସଙ୍କଟ ସୃଷ୍ଟି କରିଥାଏ। ଏଇ ନିର୍ବାଚନରେ ବିଜେପି ଲାଗି ଅସନ୍ତୁଷ୍ଟ ବିଜେଡି ନେତାମାନେ ସବୁଠୁ ବଡ ବୋଝ ହେବାକୁ ଯାଉଛନ୍ତି। ଯେଉଁ ଅସନ୍ତୁଷ୍ଟ ବିଜେଡି ନେତାମାନେ ବୈଜୟନ୍ତ ଓ ଦାମଙ୍କ ମାର୍ଫତରେ ବିଜେପିକୁ ଆସିବେ, ସେମାନେ ବିଜେପିର ପୁରୁଣା ନେତାଙ୍କ ଲାଗି କଣ୍ଟା ହୋଇକି ରହିବେ। ତେଣୁ ଦଳବଦଳକାରୀଙ୍କ ଉପରେ ଆସ୍ଥା ରଖି ବିଜେପିର ନିର୍ବାଚନ ଜିତିବା ସ୍ଵପ୍ନ, କେବଳ ଆକାଶ କଇଆଁ ହୋଇ ରହି ନ ଯାଏ ଯେମିତି!!

assemblyelection BJD BJP cong election naveenniwas
Share. Facebook Twitter LinkedIn Email WhatsApp Copy Link

Related Posts

ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ ଓ ଏନସିବିର ବାର୍ଷିକ ରିପୋର୍ଟ- ୨୦୨୫’ ଉନ୍ମୋଚିତ

June 26, 2026

ସ୍କୁଲ ବହିରେ ତ୍ରୁଟି: ନିଲମ୍ବିତ ହେଲେ ପୂର୍ବତନ ନିର୍ଦ୍ଦେଶକଙ୍କ ସହ ତିନି ଅଫିସର, ୬ ଜଣଙ୍କ ବିରୋଧରେ..

June 26, 2026

ଭାରତରେ କେତେ ଲୋକ ଟ୍ରମ୍ପଙ୍କୁ ପସନ୍ଦ କରନ୍ତି?: ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଜନମତ

June 26, 2026

ରାମ ମନ୍ଦିର ଦାନ ଚୋରି ମାମଲା: ୬ ରୁ ଅଧିକ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ

June 25, 2026
Latest News

ମହିଳା T20 ବିଶ୍ୱକପ୍: କିପରି ସେମିଫାଇନାଲ୍ ରେ ପହଞ୍ଚିବ ଭାରତ, ଜାଣନ୍ତୁ ଗଣିତ

June 27, 2026

ନାଚୁଣୀରେ ଅଘଟଣ: ୩ ଥର ପଲଟି ବିଲକୁ ଖସିଲା କାର୍

June 27, 2026

ପୂର୍ବ ଭାରତର ଶିଳ୍ପାୟନକୁ ନୂଆ ଦିଗ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘GO EAST’ ପ୍ଲାଟଫର୍ମ

June 27, 2026

ମହାପ୍ରଭୁଙ୍କ ଦେବସ୍ନାନ ଲୀଳା ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ନୀତିକାନ୍ତି

June 27, 2026

ମଇରେ ଓଡ଼ିଶାରେ ୧ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଯୋଡ଼ିଲା ଜିଓ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.