Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜିଓର ପୋଷ୍ଟ୍‌ପେଡ୍ ପ୍ଲାନ ଘୋଷଣା ପରେ ଟେଲିକମ୍ ଷ୍ଟକ ମାର୍କେଟରେ ହଲଚଲ, ଖସିଲା ବିଭିନ୍ନ ସେୟାର
ଜାତୀୟ ଖବର

ଜିଓର ପୋଷ୍ଟ୍‌ପେଡ୍ ପ୍ଲାନ ଘୋଷଣା ପରେ ଟେଲିକମ୍ ଷ୍ଟକ ମାର୍କେଟରେ ହଲଚଲ, ଖସିଲା ବିଭିନ୍ନ ସେୟାର

September 24, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଜିଓର ପୋଷ୍ଟ୍‌ପେଡ୍ ପ୍ଲାନ ଘୋଷଣା ପରେ ଟେଲିକମ୍ ଷ୍ଟକ ମାର୍କେଟରେ ହଲଚଲ, ଖସିଲା ବିଭିନ୍ନ ସେୟାର

ମୁମ୍ବାଇ, ରିଲାଏନ୍ସ ଜିଓ ତାହାର ନୂଆ ପୋଷ୍ଟପେଡ ପ୍ଲାନ ସମ୍ପର୍କରେ ଘୋଷଣା କରିବାର ଦିନକ ପରେ ଦୂରସଂଚାର କ୍ଷେତ୍ରରେ ପ୍ରତିଦ୍ୱନ୍ଦୀ କମ୍ପାନୀଗୁଡିକର ଷ୍ଟକମୂଲ୍ୟରେ ବୁଧବାର ଆକସ୍ମିକ ଭାବେ ୧୦% ପର୍ଯ୍ୟନ୍ତ ହ୍ରାସ ଘଟିଥିଲା । ଭୋଡାଫୋନ ଆଇଡିଆ ଷ୍ଟକ ମୂଲ୍ୟ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ସର୍ବାଧିକ ୧୦.୦୫% ହ୍ରାସ ପାଇ ସେୟାର ପିଛା ୯.୨୨ ଟଙ୍କାରେ ବନ୍ଦ ହୋଇଥିଲା । ଦିନର କାରବାର ସମୟରେ ଏହା ୧୪% ହ୍ରାସପାଇ ୮.୮୧ ଟଙ୍କା ପର‌୍ୟ୍ୟନ୍ତ ହ୍ରାସ ପାଇଥିଲା । ଅନୁରୂପ ଭାବେ ଭାରତୀ ଏୟାରଟେଲ ସେୟାର ମୂଲ୍ୟ ବୁଧବାର ଦିନ ୭.୮୯% ହ୍ରାସପାଇ ୪୩୩.୯୦ ଟଙ୍କାରେ ବନ୍ଦ ହୋଇଥିଲା । ଦିନର କାରବାର ସମୟରେ ଏଥିରେ ୯.୯୯% ହ୍ରାସ ପରିଲକ୍ଷିତ ହେବା ସହିତ ଏହା ୪୨୩.୯୫ ଟଙ୍କା ପର‌୍ୟ୍ୟନ୍ତ ହ୍ରାସ ପାଇଥିଲା ।

ଏସମ୍ପର୍କରେ ବଜାର ବିଶ୍ଳେଷଣକାରୀ ସଂସ୍ଥା ଚଏସ୍ ବ୍ରୋକିଂ ପକ୍ଷରୁ କୁହାଯାଇଛି, ରିଲାଏନ୍ସ ଜିଓ ନୂଆ ପୋଷ୍ଟପେଡ ତାରିଫ ପ୍ଲାନ ଘୋଷଣା କରିବାପରେ ଭୋଡାଫୋନ ଆଇଡିଆ ଏବଂ ଏୟାରଟେଲ ଭଳି ଦୂରସଂଚାର କମ୍ପାନୀଗୁଡିକର ଷ୍ଟକ ମୂଲ୍ୟ ହ୍ରାସ ଘଟିଥିଲା । ପୂର୍ବରୁ ମୋବାଇଲ ତାରିଫ ଏବଂ ଫାଇବର-ବ୍ରଡବ୍ୟାଣ୍ଡ୍ ସେବା ମୂଲ୍ୟରେ ତୀବ୍ର ପ୍ରତିଯୋଗିତା ଆରମ୍ଭ କରିଥିବା ମୁକେଶ ଅମ୍ବାନିଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଜିଓ ମଙ୍ଗଳବାର ଦିନ ନୂଆ ସୁଲଭ ପୋଷ୍ଟପେଡ ପ୍ଲାନ ସମୂହ ଉନ୍ମୋଚନ କରିଥିଲା । ଏଥିରେ ୫୦୦ ଜିବି ପର‌୍ୟ୍ୟନ୍ତ ଡାଟା ଏବଂ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଓ ଡିଜ୍‌ନି+ ହଟ୍‌ଷ୍ଟାର ସବ୍‌ସ୍କ୍ରିପସନକୁ ସଂଯୁକ୍ତ କରାଯାଇଛି ।

ଗ୍ରାହକଙ୍କ ପାଇଁ ଜିଓପୋଷ୍ଟପେଡ ପ୍ଲ୍‌ଓ ପ୍ଲାନ୍‌ରେ ମାସିକ ତାରିଫ ୩୯୯ ଟଙ୍କାରୁ ଆରମ୍ଭ କରି ୧୪୯୯ ଟଙ୍କା ପର‌୍ୟ୍ୟନ୍ତ ରହିଛି ଏବଂ ସେଥିରେ ବିଭିନ୍ନ ଫାଇଦା ମିଳିବ ବୋଲି କମ୍ପାନୀ ପକ୍ଷରୁ ଏକ ପ୍ରେସ୍ ବିବୃତିରେ ସୂଚନା ଦିଆଯାଇଛି । ପୋଷ୍ଟପେଡ କ୍ଷେତ୍ରରେ ଜିଓ ପକ୍ଷରୁ ସୁଲଭ ତାରିଫ୍ ଘୋଷଣା କରାଯାଇଥିବାରୁ ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚିନା କରାଯାଉଛି ।

ନୂଆକରି ପ୍ରଚଳନ କରାଯାଇଥିବା ଜିଓପୋଷ୍ଟପେଡ ପ୍ଲସ୍ ସେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମସ୍ତ ସଂଯୋଗ, ମନୋରଞ୍ଜନ ଏବଂ ଅନୁଭୂତି କ୍ଷେତ୍ରରେ ସର୍ବଶ୍ରେଷ୍ଠ ସେବା ଯୋଗାଣ ବୋଲି ଜିଓ ପକ୍ଷରୁ ପ୍ରକାଶ କରାଯାଇଛି । ତୀବ୍ର ପ୍ରତିଯୋଗିତାମୂଳକ ଭାରତୀୟ ଦୂରସଂଚାର ବଜାରରେ ନିଜର ଅଧୁନାତମ ପୋଷ୍ଟପେଡ ଆକମଣାତ୍ମକ ତାରିଫ ଘୋଷଣା ସହିତ ଜିଓ ମଧ୍ୟ ମାଗଣା ହୋମ୍ ଡେଲିଭରୀ ଏବଂ ଆକ୍ଟିଭେସନ ତଥା ପ୍ରିମିୟମ କଲ୍ ସେଣ୍ଟର ସେବା ଯୋଗାଇ ଦେଉଛି ।

ବଜାର ବିଶ୍ଳେଷଣକାରୀ ସଂସ୍ଥା ଜେପି ମୋର୍ଗାନ ଏହାର ରିପୋର୍ଟରେ କହିଛି ଯେ ଜିଓର ନୂଆ ପୋଷ୍ଟପେଡ୍ ପ୍ଲାନ୍‌ରେ ଓଟିଟି ସମ୍ମିଳିତ ପ୍ରତି ୧ଜିବି ଡାଟା ପିଛା ହାରାହାରି ଯେତିକି ଖର୍ଚ୍ଚ ହେଉଛି, ସମଷ୍ଟିଗତ ଭାବରେ ପ୍ରଦାନ କରାଯିବା ଦ୍ୱାରା ତାହା ଜିଓର ନିଜସ୍ୱ ପ୍ରପେଡ ପ୍ଲାନ୍‌ରେ ସେହି ସମାନ ଡାଟା ଠାରୁ ୫୦ରୁ ୫୩% ପର‌୍ୟ୍ୟନ୍ତ ଶସ୍ତା ପଡୁଛି । ଏହାଦ୍ୱାରା ସାମଗ୍ରିକ ଭାବେ ଦୂରସଂଚାର ବଜାରକୁ ଅଧିକ ରାଜସ୍ୱ ମିଳିପାରିବ ଏବଂ ଏହା ସମୁଦାୟ ଦୂରସଂଚାର ଶିଳ୍ପ ପାଇଁ ଏକ ସକାରାତ୍ମକ ପ୍ରୟାସ। ଜିଓ ମଧ୍ୟ ଏହାର ବିଶାଳ ସ୍ମାର୍ଟଫୋନ ଗ୍ରାହକଙ୍କୁ ପୋଷ୍ଟପେଡ ଗ୍ରାହକଭାବେ ରୂପାନ୍ତରଣ କରିବା ଯୋଜନା ରଖିଥିବା କୁହାଯାଇଛି।

ଅନ୍ୟ ଏକ ବିଶ୍ଲେଷଣକାରୀ ସଂସ୍ଥା ଜେଫେରିଜ୍ ପକ୍ଷରୁ କୁହାଯାଇଛି, ପୋଷ୍ଟପେଡ ଗ୍ରାହକଙ୍କୁ ନଜରରେ ରଖି ଜିଓ ପକ୍ଷରୁ ଏହା ଦ୍ୱିତୀୟ ପ୍ରୟାସ ହୋଇଛି ଏବଂ ଏହା ଭୋଡାଫୋନ ଆଇଡିଆର ପ୍ରାୟ ୨୩ ନିୟୁତ ପୋଷ୍ଟପେଡ ଗ୍ରାହକଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିବା ପାଇଁ ଏଭଳି କରାଯାଇଛି। ଭୋଡାଫୋନ ଆଇଡିଆର ସେବାର ମାନରେ ପାର୍ଥକ୍ୟ ବୃଦ୍ଧିପାଇଚାଲିବାବେଳେ ତାହାର ପୋଷ୍ଟପେଡ ଗ୍ରାହକମାନେ ଆନ୍ଦୋଳିତ ହେବାନେଇ ଅତି ସମ୍ବେଦନଶୀଳ ବିବେଚିତ ହେଉଛନ୍ତି ଏବଂ ଏହି ସୁଯୋଗର ସଦ୍‌ବ୍ୟବହାର କରିବାକୁ ଜିଓ ଠିକଣା ସମୟରେ ତାହାର ତାଜା ପୋଷ୍ଟପେଡ ତାରିଫ ପ୍ଲାନ ପ୍ରଚଳନ କରିଛି।

ଏମ୍‌କେ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ କୁହାଯାଇଛି, ପୋଷ୍ଟପେଡ୍ କ୍ଷେତ୍ରରେ ଜିଓ ପକ୍ଷରୁ ପ୍ରଦାନ କରାଯାଉଥିବା ନେଟ୍‌ଫ୍ଲିକ୍ସ, ଆମାଜନ ପ୍ରାଇମ, ଡିଜ୍‌ନି-ହଟ୍‌ଷ୍ଟାର ଭିଆଇପି ଭଳି ବ୍ୟାପକ ମାତ୍ରାରେ ଆକ୍ରମଣାତ୍ମକ କଣ୍ଟେଣ୍ଟ ଗ୍ରାହକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିବା ଆଶା କରାଯାଉଛି। ଅନ୍ୟପକ୍ଷରେ ଭୋଡାଫୋନ ଆଇଡିଆର ଦୁର୍ବଳ ଆର୍ଥିକ ସ୍ଥିତି ଏବଂ ଅଧିକ ସଂଖ୍ୟାରେ ପୋଷ୍ଟପେଡ ଗ୍ରାହକ ଏହାକୁ ଅଧିକ କ୍ଷତି ପହଞ୍ଚାଉଛି।

ଅନ୍ୟତମ ବଜାର ବିଶ୍ଳେଷଣକାରୀ ସଂସ୍ଥା ବିଏନ୍‌ପି ପାରିବାସ୍ କହିଛି, ଜିଓ ଅତ୍ୟନ୍ତ ସୁଲଭ ଓ ପକେଟକୁ ସୁହାଇଲା ଭଳି ମୂଲ୍ୟରେ ତାହାର ପ୍ରିମିୟମ କଣ୍ଟେଣ୍ଟକୁ ଏକତ୍ର ଭାବେ ଯୋଗାଇବା ଆରମ୍ଭ କରିଛି। ଆକର୍ଷଣୀୟ କଣ୍ଟେଣ୍ଟକୁ ଏକାଠି ପ୍ରଦାନ କରାଯିବା ପ୍ରସ୍ତାବ ଯୋଗୁ ବହୁସଂଖ୍ୟକ ଗ୍ରାହକଙ୍କ ପାଇଁ ଏହି ପୋଷ୍ଟପେଡ ଯୋଜନା ଆକର୍ଷଣୀୟ ହୋଇପାରେ ଏବଂ ଏହା ପୋଷ୍ଟପେଡ ବଜାରକୁ ଅଧିକ ପରିବ୍ୟାପ୍ତ କରିବା ସମ୍ଭାବନା ରହିଛି ବୋଲି ଏହା କହିଛି।

ଭାରତୀ ଏୟାରଟେଲ ଭୋଡାଫୋନ ଆଇଡିଆ ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026

ଭୋଟ ଦେଉଛି ତାମିଲନାଡୁ

April 23, 2026

ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟିଂ

April 23, 2026

ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା: ବଙ୍ଗଳାରେ ବିଚାରପତିମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି

April 22, 2026
Latest News

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡର ପର୍ଦ୍ଦାଫାସ

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.