Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଖ୍ୟାତ ଅଭିନେତା ଅମିତାଭ ବଚ୍ଚନଙ୍କ ନାମରେ ରହଛି ଏକ ମନ୍ଦିର, ସେଠାରେ ମଧ୍ୟ ହୁଏ ପୂଜା ଅର୍ଚ୍ଚନା, ଜାଣନ୍ତୁ କେଉଁଠି
ଜାତୀୟ ଖବର

ପ୍ରଖ୍ୟାତ ଅଭିନେତା ଅମିତାଭ ବଚ୍ଚନଙ୍କ ନାମରେ ରହଛି ଏକ ମନ୍ଦିର, ସେଠାରେ ମଧ୍ୟ ହୁଏ ପୂଜା ଅର୍ଚ୍ଚନା, ଜାଣନ୍ତୁ କେଉଁଠି

October 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Big B turns 78: Amitabh Bachchan temple hosts virtual meet for 'Guru' with his EF

କୋଲକାତା: ଆଜି ପ୍ରଖ୍ୟାତ ଅଭିନେତା ଅମିତାଭ ବଚ୍ଚନ ୭୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତାଙ୍କର ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଆସିବାରେ ଲାଗିଛି। ତେବେ କୋଲକାତାରେ ଥିବା “ଅମିତାଭ ବଚ୍ଚନ ମନ୍ଦିର”ରେ ଏଥର କରୋନା ପାଇଁ ଧୂମଧାମରେ ଜନ୍ନ ଦିନ ପାଳନ ହୋଇପାରି ନାହିଁ।

ଏହି ମନ୍ଦିରର ମୁଖ୍ୟ ପ୍ରତିଷ୍ଠାତା ଏକାକୀ ଯାଇ ଅମିତାଭ ବଚ୍ଚନଙ୍କ ପ୍ରତିମୂର୍ତ୍ତି ଆଗରେ ଆଳତି କରି ଫେରିଛନ୍ତି। ଏହି ଆଳତିଙ୍କୁ ସେହି ମନ୍ଦିର ସହିତ ଜଡିତ ଥିବା ଭକ୍ତମାନେ ସୋସିଆଲ ମିଡିଆରେ ଲାଇଭ ଦେଖିଛନ୍ତି।

ଦକ୍ଷିଣ କୋଲକାତାର ବଲ୍ୟାଗୁଂଗି ଫାରି ନିକଟସ୍ଥ ଏକ ସ୍ଥାନରେ ନିର୍ମାଣ ହୋଇଛି ଏହି “ଅମିତାଭ ବଚ୍ଚନ ମନ୍ଦିର”। ଅମିତାଭଙ୍କ ବହୁ ପ୍ରଶଂସକଙ୍କ ବଦାନ୍ୟରେ ଏହି ମନ୍ଦିର ୨୦୦୧ ମସିହାରେ ନିର୍ମାଣ କରାଯାଇଛି। ଏହି ମନ୍ଦିରରେ ଅମିତାଭ ବଚ୍ଚନଙ୍କ ଏକ ଷ୍ଚାଇଲିସ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ସେହି ମୂର୍ତ୍ତିଙ୍କୁ ସମସ୍ତେ ଗୁରୁ ବୋଲି ସମ୍ବୋଧନ କରୁଛନ୍ତି।

ଏହି ମନ୍ଦିରରେ ପ୍ରତ୍ୟେକ ଦିନ ପୂଜା ଅର୍ଚ୍ଚନା କରାଯାଇଥାଏ। ମନ୍ଦିର ପରି ଏଠାରେ ମଧ୍ୟ ଭକ୍ତମାନ ଏକଜୁଟ ହୋଇଥାନ୍ତି। ତେବେ ଏହି ଭକ୍ତଙ୍କ ସଂଖ୍ୟା ସୀମିତ। ପ୍ରତ୍ୟେକ ଦିନ ପୂଜା ସହିତ ବିଶେଷ ଦିନରେ ମଧ୍ୟ ବିଶେଷ ପୂଜା ହୋଇଥାଏ। ମୁଖ୍ୟତଃ ତାଙ୍କ ଜନ୍ମ ଦିନଟି ଏହି ମନ୍ଦିରରେ ବେଶ ଧୂମଧାମରେ ପାଳନ କରାଯାଇଥାଏ।

ପ୍ରତିବର୍ଷ ଜନ୍ମଦିନରେ ଏହି ଅମିତାଭ ବଚନ ମନ୍ଦିରରେ ଅନ୍ନ ପୂଜା ମଧ୍ୟ କରାଯାଇଥାଏ। ଏହା ପୂଜା ହେବା ପରେ ଭକ୍ତମାନଙ୍କୁ ଖାଇବା ପାଇଁ ଦିଆଯାଇଥାଏ। ଏହାକୁ ସେମାନେ ପ୍ରସାଦ ବୋଲି କହିଥାନ୍ତି। ବିଗବିଙ୍କ ଜନ୍ମଦିନରେ ସକାଳୁ ପୂଜା ଅର୍ଚ୍ଚନା ସହିତ କେକ କଟା ମଧ୍ୟ ହୋଇଥାଏ। ଏଥିପାଇଁ ମନ୍ଦିରର ସଦସ୍ୟଗଣ ପୂର୍ବରୁ ସବୁ କିଛି ପ୍ରସ୍ତୁତ କରିଥାନ୍ତି। ଏହି କେକ କଟା ମୂର୍ହୁର୍ତ୍ତ ସେମାନଙ୍କ ପାଇଁ ମୁଖ୍ୟ। ସମସ୍ତେ ଏକାଠି ହେବା ପରେ କେକ କଟା ଆରମ୍ଭ ହୋଇଥାଏ। ସମସ୍ତେ ହାପି ବାର୍ଥ ଡେ ଟୁ ଗୁରୁ ବୋଲି କହି ମନ୍ଦିର ପ୍ରକମ୍ପିତ କରିଦିଅନ୍ତି।

ଜନ୍ମଦିନ ସହିତ ଅମିତାଭଙ୍କ କେତେବେଳେ କଣ ହେଲେ ମଧ୍ୟ ଏଠାରେ ପୂଜା ଅର୍ଚ୍ଚନା କରାଯାଇଥାଏ। ତେବେ ଚଳିତ ବର୍ଷ କରୋନା ଯୋଗୁଁ ମନ୍ଦିରରେ ପୂଜା ଅର୍ଚ୍ଚାନକୁ କାଣ୍ଟଛାଣ୍ଟ କରାଯାଇଛି। ନଚେତ ମନ୍ଦିର ପ୍ରତିଷ୍ଠାଠାରୁ ସବୁ ବର୍ଷ ଅକ୍ଟୋବର ୧୧ ତାରିଖ ବେଶ୍ ଧୂମଧାମରେ ପାଳନ କରାଯାଇଥାଏ।

ଅମିତାଭ ବଚନ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026
Latest News

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.