Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭାରତୀୟ ଖାଦ୍ୟର ପ୍ରଶଂସା କଲେ ତାଇଓ୍ବାନ ରାଷ୍ଟ୍ରପତି : ଜାଣନ୍ତୁ କେଉଁ ଭାରତୀୟ ବ୍ୟଞ୍ଜନ ତାଙ୍କର ପସନ୍ଦ
ଅନ୍ତରାଷ୍ଟ୍ରୀୟ

ଭାରତୀୟ ଖାଦ୍ୟର ପ୍ରଶଂସା କଲେ ତାଇଓ୍ବାନ ରାଷ୍ଟ୍ରପତି : ଜାଣନ୍ତୁ କେଉଁ ଭାରତୀୟ ବ୍ୟଞ୍ଜନ ତାଙ୍କର ପସନ୍ଦ

October 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ତାଇଓ୍ବାନ ରାଷ୍ଟ୍ରତି ସାଇ ଇଙ୍ଗ୍‌ ଓ୍ବାନ୍‌ ଭାରତୀୟ ଖାଦ୍ୟର ପ୍ରଶଂସା କରିଛନ୍ତି । ତାଇଓ୍ବାନ୍‌ ରାଷ୍ଟ୍ରପତି ଗୁରୁବାର ଏକ ଟୁଇଟ୍‌ ଜରିଆରେ ଭାରତୀୟ ଖାଦ୍ୟ ମଧ୍ୟରେ ନିଜର ପସନ୍ଦିତା ଖାଦ୍ୟ ସମ୍ପର୍କରେ ସୂଚନା ଦେବା ସହ କହିଛନ୍ତି ଯେ, ତାଇଓ୍ବାନର ଲୋକେ ମଧ୍ୟ ଭାରତୀୟ ବ୍ୟଞ୍ଜନକୁ ବହୁତ ପସନ୍ଦ କରିଥା’ନ୍ତି ।

#Taiwan is lucky to be home to many Indian restaurants, & Taiwanese people love them. I always go for chana masala and naan, while #chai always takes me back to my travels in #India, and memories of a vibrant, diverse & colourful country. What are your favourite Indian dishes? pic.twitter.com/IJbf5yZFLY

— 蔡英文 Tsai Ing-wen (@iingwen) October 15, 2020

ଚଣା ମସଲା ଓ ନାନା ଖାଇବାକୁ ପସନ୍ଦ କରନ୍ତି ବୋଲି କହିଛନ୍ତି ତାଇଓ୍ବାନ ରାଷ୍ଟ୍ରପତି ।  ଏହା ସହିତ ଭାରତୀୟ ଚା’କୁ ମଧ୍ୟ ମନେ ପକାଇଛନ୍ତି । ତାଇଓ୍ବାନ୍‌ରେ ମଧ୍ୟ କିଛି ଭାରତୀୟ ରେସ୍ତୋରାଁ ରହିଛି । ତାଇଓ୍ବାନ ବାସିନ୍ଦାମାନେ ଭାରତୀୟ ଖାଦ୍ୟକୁ ପସନ୍ଦ କରିଥା’ନ୍ତି । ସେ ଚଣା ମସଲା ନାନା ଖାଇଲେ ଭାରତ ଗସ୍ତ ସମ୍ପର୍କରେ ମନେ ପକାଇଥା’ନ୍ତି ବୋଲି କହିଛନ୍ତି ତାଇଓ୍ବାନ ରାଷ୍ଟ୍ରପତି । ଭାରତୀୟ ଖାଦ୍ୟ ଖାଇଲେ ବିବିଧତାପୂର୍ଣ୍ଣ ତଥା ରଙ୍ଗ ବେରଙ୍ଗ ଭାରତର ସ୍ମୃତି ସର୍ବଦା ତାଜା ହୋଇଯାଇଥାଏ ବୋଲି କହିଛନ୍ତି ରାଷ୍ଟ୍ରପତି । ତେବେ କେଉଁ  ଭାରତୀୟ ବ୍ୟଞ୍ଜନ ତାଙ୍କର ପସନ୍ଦର ଉତ୍ତରେ ସେ ଏକ ଭାରତୀୟ ଥାଳିର ଫଟୋ ସେୟାର କରିଛନ୍ତି । ଏହି ଥାଳିରେ ଭାତ, ନାନ, ସାଲାଡ୍‌, ଚଣା ମସଲା, ସାଲାଡ୍‌ ସହିତ ଅନ୍ୟାନ୍ୟ ବ୍ୟଞ୍ଜନ ମଧ୍ୟ ରହିଛି ।

Taiwan

ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ତାଇଓ୍ବାନର ରାଷ୍ଟ୍ରପତି ଭାରତକୁ ନେଇ ଏକ ଟୁଇଟ୍‌ କରିବା ସହିତ । ତାଜମହଲ ପରିଦର୍ଶନର ଏକ ଫଟୋ ସେୟାର କରି ଭାରତୀୟଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହା ସହିତ ଟୁଇଟ୍‌ରେ ଭାରତର ସମସ୍ତ ବନ୍ଧୁଙ୍କୁ ପ୍ରଣାମ ଜଣାଇଥିଲେ ତାଇଓ୍ବାନ ରାଷ୍ଟ୍ରପତି । ଏହା ସହିତ ଭାରତର ସଂସ୍କୃତି, ସ୍ଥାପତ୍ୟକୁ ପ୍ରଶଂସା କରିଥିଲେ ।

Taiwan

ବିଦେଶର ନେତାମାନେ ଭାରତୀୟ ଖାଦ୍ୟକୁ ବେଶ୍‌ ପସନ୍ଦ କରିଥା’ନ୍ତି । ଲକ୍‌ଡାଉନ୍‌ ସମୟରେ ମେ’ ମାସରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍‌ ମ୍ୟାରିସନ୍‌ ଘରେ ସିଙ୍ଗଡା ବନାଇ ଏକ ଫଟୋ ସେୟାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ୍‌ କରିଥିଲେ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଭିଏତନାମରେ ବୁଡ଼ିଲା ଭାରତୀୟ ପର୍ଯ୍ୟଟକଙ୍କ ଡଙ୍ଗା: ୧୫ ମୃତ, ହେଲ୍ପଲାଇନ୍ ନମ୍ବର ଜାରି

July 11, 2026

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନାର ଶକ୍ତି ପ୍ରଦର୍ଶନ: ସୁରକ୍ଷିତ ଭାରତ ଆସିଲେ ୧୮ ଜାହାଜ

July 11, 2026

ନ୍ୟୁଜିଲ୍ୟାଣ୍ଡରେ ବ୍ୟବସାୟିକ ନେତୃବୃନ୍ଦଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

July 11, 2026

ବାଙ୍କିପୁର ଉପ-ନିର୍ବାଚନ: ନୂଆ ପ୍ରାର୍ଥୀଙ୍କୁ ନେଇ ପୁଣି ଏକ ବଡ ଭୁଲ କଲା କି ବିଜେପି?

July 11, 2026
Latest News

ଭିଏତନାମରେ ବୁଡ଼ିଲା ଭାରତୀୟ ପର୍ଯ୍ୟଟକଙ୍କ ଡଙ୍ଗା: ୧୫ ମୃତ, ହେଲ୍ପଲାଇନ୍ ନମ୍ବର ଜାରି

July 11, 2026

ରାଜ୍ୟ ସରକାର ୬୭ଟି ପ୍ରାଥମିକ ବିଦ୍ୟାଳୟକୁ କଲେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦେଖନ୍ତୁ ପୁରା ତାଲିକା

July 11, 2026

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନାର ଶକ୍ତି ପ୍ରଦର୍ଶନ: ସୁରକ୍ଷିତ ଭାରତ ଆସିଲେ ୧୮ ଜାହାଜ

July 11, 2026

ନ୍ୟୁଜିଲ୍ୟାଣ୍ଡରେ ବ୍ୟବସାୟିକ ନେତୃବୃନ୍ଦଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

July 11, 2026

ପାଠ୍ୟ ପୁସ୍ତକରେ ତ୍ରୁଟି: ସମଗ୍ର ପ୍ରକ୍ରିୟାର ହେବ ଅପରାଧିକ ତଦନ୍ତ, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

July 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.