ଭୁବନେଶ୍ବର: ଷ୍ଟକ ମାର୍କେଟରେ ବିନିଯୋଗ କରିବା କିଛି ଖରାପ ନୁହେଁ। ହେଲେ ସଂଯତ ଏବଂ ଧ୍ୟାନର ସହିତ ବିନିଯୋଗ କଲେ ବେଶ ଲାଭବାନ ହୋଇପାରିବ। ଏହାର କୌଶଳ ବର୍ତ୍ତମାନ ଛାତ୍ରଛାତ୍ରୀମାନେ ଜାଣିବା ଆବଶ୍ୟକ ବୋଲି ଭୁବନେଶ୍ବର ପୋଖରୀପୁଟ ଡିଏଭି ସ୍କୁଲରେ ଆୟୋଜିତ କର୍ମଶାଳାରେ ବିଶେଷଜ୍ଞମାନେ କହିଥିଲେ।ସ୍କୁଲର ବାଣିଜ୍ୟ ବିଭାଗ ତରଫରୁ ଆୟୋଜିତ ଏହି କର୍ମଶାଳାରେ ଏଚଡିଏଫସି ମ୍ୟୁଚିୟାଲ ଫଣ୍ଡ କଂପାନୀର ସେଲସ ଆଣ୍ଡ ଡିଷ୍ଟ୍ରିବ୍ୟୁସନ ମ୍ୟାନେଜେର ମାନସ ରଂଜନ ମିଶ୍ର, ମ୍ୟାନେଜର ସେଲସ ସେଫାଳି ସାହାଣୀ, କଳିଙ୍ଗ ବୁଲସର ମ୍ୟାନେଜିଂ ପାର୍ଟନର ପ୍ରଦୀପ ପ୍ରଧାନ ଏବଂ ଅବସରପ୍ରାପ୍ତ ଅଧ୍ୟାପକ ଭବାନୀ ପ୍ରସାଦ ଦାସ ଯୋଗ ଦେଇଥିଲେ। ଏହି ବିଶେଷଜ୍ଞମାନେ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କୁ ଷ୍ଟକ ମାର୍କେଟର କୌଶଳ ଉପରେ ଆଲୋକପାତ କରିଥିଲେ। ଏହି କର୍ମଶାଳାକୁ ସ୍କୁଲ ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ମନସ୍ବନୀ ମହାନ୍ତି ଏବଂ ଫରାତ୍ କୟେନେତ୍ ପରିଚାଳନା କରିଥିଲେ।
Author: Samikhsya Bureau
ଭୁବନେଶ୍ୱର : ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ, ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡ଼ିଶା ଓ ୟୁନିସେଫ୍ ଓଡ଼ିଶାର ମିଳିତ ସହଯୋଗରେ ଜାତୀୟ ଉପଲବ୍ଧି ସର୍ବେକ୍ଷଣ ରିପୋର୍ଟ କାର୍ଡର ଦୁଇଦିନିଆ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଯୋଗଦାନ କରି ଓଡ଼ିଶା ରିପୋର୍ଟ କାର୍ଡ ଉନ୍ମୋଚନ କରି କହିଲେ ଯେ ଓଡ଼ିଶାର ପିଲାମାନଙ୍କର ଶିକ୍ଷଣ ସ୍ତର ଜାତୀୟ ସ୍ତରଠାରୁ ଅନେକ କ୍ଷେତ୍ରରେ ଆଗୁଆ ରହିଛି। ତୃଣମୂଳ ସ୍ତରରେ ଶିକ୍ଷାର ମାନ ଓ ଶିକ୍ଷଣ ଫଳାଫଳକୁ ତ୍ୱରାନ୍ୱିତ କରିବା ପାଇଁ ସମଗ୍ର ଶିକ୍ଷା ଅଭିଯାନ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଶିକ୍ଷାର ଉନ୍ନତି ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ ବାସ୍ତବ ରୂପ ଦେବା ପାଇଁ ଆମେ ଆପ୍ରାଣ ଉଦ୍ୟମ କରିବା ବୋଲି…
ଭୁବନେଶ୍ୱର : ବିଶ୍ୱର ପ୍ରମୁଖ ଉଦ୍ୟୋଗୀମାନେ ଓଡ଼ିଶାର ଯୁବଗୋଷ୍ଠୀଙ୍କ ପ୍ରତିଭା ପ୍ରତି ଆକର୍ଷିତ ହୋଇ ସେମାନଙ୍କୁ ନିଯୁକ୍ତିଦେବା ପାଇଁ ଆଗେଇ ଆସିବେ ବୋଲି ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ଆଜି ବିଶ୍ୱ ଯୁବ ଦକ୍ଷତା ଦିବସରେ ସରକାରୀ ଆଇଟିଆଇ ଭୁବନେଶ୍ୱରଠାରେ ରାଜ୍ୟର ଦ୍ୱିତୀୟ ସ୍କିଲ ମ୍ୟìଜିୟମ୍କୁ ଉଦ୍ଘାଟନ କରି ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି ଯେ ପୁନଃନିର୍ମାଣ ଓ ପୁନର୍ଗଠନ ନିମନ୍ତେ ଯୁବଗୋଷ୍ଠୀଙ୍କୁ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ପଡ଼ିବ। ଦକ୍ଷତା, ଉପଯୁକ୍ତ କାର୍ଯ୍ୟ ଏବଂ ଉଦ୍ୟମିତା ପାଇଁ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ଚିହ୍ନଟ କରିବା ସହ ସାମ୍ପ୍ରତିକ ତଥା ଭବିଷ୍ୟତରେ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା କରିବା ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ କରିବାକୁ ହେବ ବୋଲି ପ୍ରଫେସର ଲାଲ କହିଛନ୍ତି । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍ଚୀ ଛାତ୍ରଛାତ୍ରୀଙ୍କୁ ବିଶ୍ୱ ଯୁବ ଦକ୍ଷତା ଦିବସର ଅଭିନନ୍ଦନ ଜଣାଇ ଜଣାଇବା ସହ ଚଳିତ ବର୍ଷ…
ଭୁବନେଶ୍ୱର: ଚଳିତ ଖରିଫରେ ଜିଲ୍ଲାରେ ଧାନ, ଅଣଧାନ ଚାଷର ସ୍ଥିତି ସମେତ ଉନ୍ନତ ମାନର ବିହନ ଓ ସାର ଯୋଗାଣ ସଂପର୍କରେ ଏକ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଜି କୃଷି ଭବନଠାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, କୃଷି ଓ କୃଷକ ସଶକ୍ତିକରଣ ଶ୍ରୀ ସଂଜୀବ ଚୋପ୍ରା, ସ୍ୱତନ୍ତ୍ର ସଚିବ ଶ୍ରୀ ସଂଜୀବ କୁମାର ଚଢ଼ା, ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ର ପ୍ରମୁଖ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଜିଲ୍ଲାସ୍ତରୀୟ କୃଷି ଅଧିକାରୀଙ୍କ ସହିତ ଚାଷୀମାନଙ୍କୁ ବିହନ ଓ ସାର ଯୋଗାଣ ନେଇ ବିଶଦ ଆଲୋଚନା କରିଥିଲେ। ବୈଠକରେ ଚଳିତ ଖରିଫରେ ଜିଲ୍ଲାରେ କରାଯାଇଥିବା ଧାନ ଓ ଅଣଧାନ ଫସଲ ଜମିର ପରିମାଣ ସଂପର୍କରେ ଆଲୋଚନା ହେବା ସହ ଚାଷୀମାନେ ଯେପରି…
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଆୟୋଜିତ ରାଜ୍ୟ କୃଷି ଏବଂ ଉଦ୍ୟାନ କୃଷି ମନ୍ତ୍ରୀମାନଙ୍କର ଦୁଇ ଦିନିଆ ସମ୍ମିଳନୀ ଆଜି ଉଦଯାପିତ ହୋଇଯାଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ କର୍ଣ୍ଣାଟକ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀ ଅବସରରେ ବିଭିନ୍ନ ପ୍ରସଙ୍ଗ ଉପରେ ଏକାଧିକ ଅଧିବେଶନ ମାଧ୍ୟମରେ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା। ପ୍ରାକୃତିକ କୃଷି, ଡିଜିଟାଲ କୃଷି, ଫସଲ ବୀମା, କୃଷକ ଉତ୍ପାଦକ ସଂଗଠନ (ଏଫପିଓ)ଗୁଡ଼ିକୁ ପ୍ରୋତ୍ସାହନ ଏବଂ କୃଷି ଭିତ୍ତିଭୂମି ପାଣ୍ଠି ଭଳି କ୍ଷେତ୍ରରେ ଅଧିକ ଯୋଗଦାନ ଦେବା ଲାଗି ରାଜ୍ୟମାନେ ସହମତ ହୋଇଥିଲେ। ଦୀର୍ଘସ୍ଥାୟୀ କୃଷି ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ହାସଲ ନିମନ୍ତେ କୃଷି ଭିତ୍ତିଭୂମି ପାଣ୍ଠିର ଯୋଗଦାନ ବିଷୟରେ ମଧ୍ୟ ସମ୍ମିଳନୀରେ ଆଲୋଚନା ହୋଇଥିଲା। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପକୁ ସାକାର କରିବା ଦିଗରେ ଏକ ଦୃଢ଼ ପଦକ୍ଷେପ ସାବ୍ୟସ୍ତ ହେବ। ଏହି…
ଭୁବନେଶ୍ଵର: ନିଜର ଏକ ଦଶନ୍ଧିର ଗୌରବମୟ ଯାତ୍ରାରେ ଆଉ ଏକ ସଫଳ ଅଧ୍ୟାୟ ଯୋଡ଼ିଛି ଏମ୍ସ ଭୁବନେଶ୍ୱର। ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା (ଏନଆଇଆରଏଫ)ରେ ଏମ୍ସ ଭୁବନେଶ୍ୱରକୁ ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ବର୍ଗରେ ୨୬ତମ ସ୍ଥାନ ମିଳିଛି। ଗତ ବର୍ଷ ଏହି ଜାତୀୟ ଅନୁଷ୍ଠାନ ଏନଆଇଆରଏଫ ତାଲିକାରେ ୩୧ତମ ସ୍ଥାନରେ ଥିଲା। ଚଳିତ ବର୍ଷ ଏହା ପାଞ୍ଚଟି ସୋପାନ ଉପରକୁ ଉଠି ୨୬ତମ ମାନ୍ୟତା ହାସଲ କରିଛି। ଶିକ୍ଷାଦାନ, ଶିକ୍ଷା ଏବଂ ସମ୍ବଳ (ଟିଏଲଆର), ଅନୁସନ୍ଧାନ ଏବଂ ବୃତ୍ତିଗତ ଅଭ୍ୟାସ (ଆରପି), ସ୍ନାତକୋତ୍ତର ଫଳାଫଳ (ଜିଓ), ଆଉଟରିଚ୍ ଏବଂ ଇନକ୍ଲୁସିଭିଟି (ଓଆଇ) ଏବଂ ସାଥୀ ଧାରଣା (ପିପି) ଭଳି ପାଞ୍ଚଟି ପାରାମିଟରକୁ ଭିତ୍ତି କରି ଏହି ମାନ୍ୟତା ତାଲିକା ପ୍ରସ୍ତୁତ କରାଯାଇଛି। ଏମ୍ସ ଭୁବନେଶ୍ୱର ଚଳିତ ବର୍ଷ ୧୦୦ରୁ ୫୪.୭୧ ସ୍କୋର କରିଛି। ଏହି ଅବସରରେ ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର…
ନୂଆଦିଲ୍ଲୀ/ଭୁବନେଶ୍ୱର: ଆମର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ଯୁବପିଢିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକ କାର୍ଯ୍ୟ କରୁଛନ୍ତି। ତେବେ ଏହି ଉଚ୍ଚ ଶିକ୍ଷା ପରିସଂସ୍ଥାନର ଗୁଣାତ୍ମକ ମାନ ବୃଦ୍ଧି କରିବାରେ ଏକ ସୁଦୃଢ ତଥା ଆସେସମେଂଟ୍, ଆକ୍ରେଡିଟେସନ ଓ ର୍ୟାଙ୍କିଂ ପାଇଁ ଉଦ୍ଦେଶ୍ୟମୂଳକ ଫ୍ରେମୱାର୍କ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶୁକ୍ରବାର ନୂଆଦିଲ୍ଲୀ ଠାରେ ଶିକ୍ଷା ମନ୍ତ୍ରଣାଳୟର ନ୍ୟାସନାଲ ଇନଷ୍ଟିଚ୍ୟୁସନ ର୍ୟାକିଙ୍ଗ୍ ଫେମୱାର୍କ (ଏନଆଇଆରଏଫ) ଅନ୍ତର୍ଗତ ଇଣ୍ଡିଆ ର୍ୟାକିଙ୍ଗସ୍- ୨୦୨୨କୁ ଉନ୍ମୋଚନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। ଦେଶର ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକୁ ପୁରସ୍କୃତ କରିବା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଆମେ ନବସୃଜନ ଏବଂ ପ୍ରôଯୁକ୍ତିବିଦ୍ୟା ଯୁକ୍ତ ଶିକ୍ଷା ଆଧାରିତ ଅର୍ଥନୀତି ଗଠନ କରିବାରେ…
ଭୁବନେଶ୍ୱର: ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ସ୍ଥିତିକୁ ବଜାୟ ରଖି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦେଶର ୧୬ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ହାସଲ କରିଛି। ଶୁକ୍ରବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସନାଲ୍ ର୍ୟାଙ୍କିଙ୍ଗ ଫ୍ରେମ୍ୱାର୍କ (ଏନ୍ଆଇଆର୍ଏଫ୍) ର୍ୟାଙ୍କିଙ୍ଗସ-୨୦୨୨ରେ ଓଡ଼ିଶାର ଏକ ନମ୍ବର ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ପୁଣି ଥରେ ପ୍ରତିପାଦିତ କରିପାରିଛି ସୋଆ। ଗତ ବର୍ଷ ଏନ୍ଆଇଆର୍ଏଫ୍ ର୍ୟାଙ୍କିଙ୍ଗ୍ସର ବିଶ୍ୱବିଦ୍ୟାଳୟ କ୍ୟାଟେଗୋରୀରେ ଜାତୀୟ ସ୍ତରରେ ୨୦ ତମ ସ୍ଥାନରେ ଥିବା ସୋଆ ଚଳିତ ବର୍ଷ ନିଜର ଉତ୍କର୍ଷ ପ୍ରଦର୍ଶନ କରି ଦେଶର ୧୬ ତମ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନୀତ ହୋଇଛି। ସେହିପରି ୪ଟି କ୍ୟାଟେଗୋରୀରେ ନିଜର ସ୍ଥାନକୁ ଉନ୍ନୀତ କରିଥିବା ବେଳେ ଦୁଇଟି କ୍ୟାଟେଗୋରୀରେ ଦେଶର ଶ୍ରେଷ୍ଠ ୧୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜକୁ ସ୍ଥାନୀତ କରିପାରିଛି ସୋଆ। ସୋଆର ଦୁଇଟି ଅନୁଷ୍ଠାନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ (ଫ୍ୟାକଲ୍ଟି…
ରାୟପୁର: ଛତିଶଗଡର ପାରମ୍ପାରିକ ପର୍ବ ହରେଲି ପର୍ବ ଜୁଲାଇ ୨୮ ତାରିଖରେ ପାଳନ କରାଯିବ। ରାଜ୍ୟରେ ପ୍ରତିବର୍ଷ ହରେଲି ପର୍ବ ପାଳନ କରାଯାଏ। ଏଥର ମଧ୍ୟ ସରକାର ଏକ ସ୍ୱତନ୍ତ୍ର ଢଙ୍ଗରେ ହରେଲି ପର୍ବ ପାଳନ କରିବାକୁ ଯାଉଛନ୍ତି। ପ୍ରଥମତଃ ଏହି ଦିନ ସମସ୍ତ ବିଦ୍ୟାଳୟର ପିଲାମାନେ ଗେଡି ନୃତ୍ୟ କରିବେ, ଏଥିପାଇଁ ଏକ ପ୍ରତିଯୋଗିତା ଆୟୋଜିତ ହେବ। ଦ୍ୱିତୀୟରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ସରକାର ଗୋମୁତ୍ର କ୍ରୟ ଯୋଜନା ଆରମ୍ଭ କରିବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ନିକଟରେ ଗୋମୂତ୍ର କ୍ରୟ ଟିମ ଏକ ରିପୋର୍ଟ ଦାଖଲ କରିଛନ୍ତି। ଏହି ଅନୁଯାୟୀ ଲିଟର ପିଛା ୪ ଟଙ୍କା ମୂଲ୍ୟରେ ଗୋମୁତ୍ର କ୍ରୟ କରାଯିବ। ଏହି ଯୋଜନା ଆରମ୍ଭ ହେବା ପରେ ଛତିଶଗଡ ଦେଶର ପ୍ରଥମ ରାଜ୍ୟ ହୋଇ ଗାଈ ଗୋବର ଏବଂ ମୁତ୍ର କ୍ରୟ କରିବ। ବାସ୍ତବରେ ୨୦୨୦ ରେ ହରେଲି ପର୍ବ ଦିନ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଗାଈ…
ନୂଆଦିଲ୍ଲୀ: ଅତୀତର ସବୁ ରେକର୍ଡ ଭଙ୍ଗ କରି କେନ୍ଦ୍ର ସରକାର ୨୦୨୨-୨୩ ଆର୍ଥିକ ବର୍ଷରେ ଚାଷୀଙ୍କଠାରୁ ୨.୫୦ଲକ୍ଷ ଟନ୍ ପିଆଜ ସଂଗ୍ରହ କରିଛନ୍ତି। ଭବିଷ୍ୟତରେ ତିରୋଟ ସମୟର ଆବଶ୍ୟକତା ପୂରଣ କରିବାକୁ ଏହି ପିଆଜକୁ ମହଜୁଦ (ବଫର ଷ୍ଟକ) ରଖାଯାଇଛି। ୨୦୨୧-୨୨ରେ କେନ୍ଦ୍ର ସରକାର ୨ଲକ୍ଷ ଟନ୍ ପିଆଜ ମହଜୁଦ ରଖିଥିଲେ। ଚଳିତବର୍ଷ ଏହାକୁ ଆଉ ୦.୫୦ଲକ୍ଷ ଟନ୍ ବଢାଇ ଦିଆଯାଇଛି। ଚଳିତ ରବି ଋତୁରେ ଅମଳ ହୋଇଥିବା ପିଆଜକୁ ସଂଗ୍ରହ କରି ସରକାର ଏହାର ମୂଲ୍ୟ ସ୍ଥିର ରଖିବାକୁ ଏହି ମହଜୁଦ ବ୍ୟବସ୍ଥା କରିଛନ୍ତି। ଜାତୀୟ ଭାରତୀୟ କୃଷି ସମବାୟ ବିପଣନ ସହଯୋଗ ମହାସଂଘ ବା ନାଫେଡ ସହାୟତାରେ କୃଷକ ଉତ୍ପାଦନ ସଂଗଠନ(ଏଫ୍ପିଓ) ମାଧ୍ୟମରେ ଏହି ପିଆଜ ସବୁ ସରକାର ମହାରାଷ୍ଟ୍ର, ଗୁଜରାଟ ଓ ମଧ୍ୟପ୍ରଦେଶ ଭଳି ପିଆଜ ଉତ୍ପାଦନକାରୀ ରାଜ୍ୟର ଚାଷୀଙ୍କଠାରୁ କିଣିଛନ୍ତି। ଆସନ୍ତା ଅଗଷ୍ଟରୁ ଡିସେମ୍ବର ପର୍ଯ୍ୟନ୍ତ ପିଆଜ ଉତ୍ପାଦନ ପ୍ରାୟତଃ କମ୍ ରହିବ। ଏହି ନିଅଣ୍ଟିଆ…
ଭୁବନେଶ୍ବର: ଆଜି ନ୍ୟୁଜ 18 ଓଡିଆ ଚ୍ୟାନେଲରୁ ବିଦାୟ ନେଇଛନ୍ତି ବରିଷ୍ଠ ସଂପାଦକ ଦୟାନିଧି ଦାସ। ତାଙ୍କର ଅବସର ସମୟ ପୂର୍ବରୁ ସେ ଇସ୍ତଫା ପ୍ରଦାନ କରିଥିଲେ। ନେଟୱର୍କ 18 କଂପାନୀ ତାଙ୍କର ଇସ୍ତଫାକୁ ଗ୍ରହଣ କରି ଦୁଇ ମାସ କାମ କରିବା ପାଇଁ କହିଥିଲେ। ସେହି ଅନୁସାରେ ଆଜି ତାଙ୍କର ଶେଷ ଦିନ ଥିଲା। ତାଙ୍କୁ ଆଜି ନ୍ୟୁଜ 18 ର କର୍ମଚାରୀଙ୍କ ତରଫରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଲୁଇସ ରୋଡରେ ଥିବା କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀ ଫୁଲତୋଡା ତଥା ଉପହାର ଦେଇ ବିଦାୟ ଦେଇଥିଲେ। ଦୟାନିଧି ଦୀର୍ଘ ପାଞ୍ଚ ବର୍ଷ ଧରି ଏହି ଚ୍ୟାନେଲରେ ବରିଷ୍ଠ ସଂପାଦକ ଭାବ କାର୍ଯ୍ୟ କରୁଥିଲେ।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ପଦନପୁର ଗ୍ରାମ ଛକରେ ଥିବା ଅବସରପ୍ରାପ୍ତ ଅଧ୍ୟାପକ ଅନଙ୍ଗଭୀମ ବିଶ୍ୱାଳଙ୍କ ଘରେ ଗୁରୁବାର ବିଳମ୍ବିତ ରାତିରେ ଏକ ଲୁଟ ହୋଇଛି। ଏ ନେଇ ବାଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସର ସୂଚନା ମୁତାବକ ଅନଙ୍ଗ ଏବଂ ତାଙ୍କ ପରିବାରବର୍ଗ ଗତକାଲି ରାତିରେ ଶୋଇଥିବା ବେଳେ ବିଳମ୍ବିତ ରାତ୍ରିରେ କିଛି ଦୁର୍ବୁତ୍ତମାନେ ତାଙ୍କ ଘରେ ପଶି ଲୁଟ କରୁଥିଲେ। ତେବେ ହଠାତ ପରିବାରର ଜଣେ ସଦସ୍ୟଙ୍କ ନିଦ ଭାଙ୍ଗିଯିବାରୁ ସେ ଏହା ଜାଣିବାକୁ ପାଇଥିଲେ ଓ ଚିତ୍କାର କରିଥିଲେ। ଚିତ୍କାର ଶୁଣି ଲୁଟେରାମାନେ ଲୁଟିଥିବା ଅଳ୍ପ ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ। ତେବେ ଲୁଟ ହୋଇଥିବା ସୁନା ଓ ରୁପା ଅଳଙ୍କାରର ମୂଲ୍ୟ ଆନୁମାନିକ ୫୦ ରୁ ୬୦ ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ଏ ସଂକ୍ରାନ୍ତରେ ବାଣପୁର ପୋଲିସ କେଶ ନମ୍ବର ୨୭୫/୨୨ ରେ…
ଭୁବନେଶ୍ବର: ଭିନ୍ନକ୍ଷମ ମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (NCSCDA), ଭୁବନେଶ୍ୱର, ରୋଜଗାର ମହାନିର୍ଦ୍ଦେଶାଳୟ (ଡିଜିଇ), ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଦ୍ଵାରା ଏକ ନିଯୁକ୍ତି ମେଳା ଆୟୋଜିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାର୍ଥୀ ମାନେ (ଉଭୟ ଭିନ୍ନକ୍ଷମ ଏବଂ ଅଣ ଭିନ୍ନକ୍ଷମ) ଏନ.ସି.ଏସ.ସି.ଡି.ଏ କାର୍ଯ୍ୟାଳୟ ପରିସରରେ ଏହି ନିଯୁକ୍ତି ମେଳାରେ ଭାଗ ନେଇଥିଲେ। ଏହି ନିଯୁକ୍ତି ମେଳାରେ ଚଳନ ଶକ୍ତି ବାଧିତ ଏବଂ ଶ୍ରବଣ ଶକ୍ତି ବାଧିତ ଭିନ୍ନକ୍ଷମମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ପଦବୀ ଥିଲା। ଏହି ନିଯୁକ୍ତି ମେଳାଟି ବିଭିନ୍ନ ନିଯୁକ୍ତିଦାତା ଯଥା ସାଇଣ୍ଟିଷ୍ଟିକ ମାଇଣ୍ଡ, ଗର୍ଗ ଲଜିଷ୍ଟିକ, କମଳିନୀ ଆସୋସିଏଟ ମାନଙ୍କ ସକ୍ରିୟ ସହଯୋଗରେ ସଫଳ ହୋଇଛି। ସେମାନେ ୬୭ ଜଣ ଚାକିରି ଆଶାୟୀ ମାନଙ୍କର ଇଣ୍ଟରଭ୍ୟୁ ନେଇଥିଲେ, ସେଥି ମଧ୍ୟରୁ ୬୩ ଜଣ ପ୍ରାର୍ଥୀ (ଭିନ୍ନକ୍ଷମ ସହିତ) ସର୍ଟଲିଷ୍ଟ ହୋଇଛନ୍ତି।ଏହି ନିଯୁକ୍ତି ମେଳାରେ ବିଭିନ୍ନ କ୍ଷେତ୍ରରୁ ଯଥା ଲଜିଷ୍ଟିକ, ରିଟେଲ…
ନୂଆଦିଲ୍ଲୀ: ‘ଆଜାଦି କା ଅମୃତ ମହୋତ୍ସବ’ ଅନ୍ତର୍ଗତ ଏନଏଚଏଆଇ 17 ଜୁଲାଇ, 2022 ରେ ଦେଶବ୍ୟାପୀ ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଳନ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ସାରା ଦେଶରେ ଗୋଟିଏ ଦିନରେ ଏକ ଲକ୍ଷ ଚାରା ରୋପଣ କରିବା। ଏନଏଚଏଆଇର ଆଞ୍ଚଳିକ କାର୍ଯ୍ୟାଳୟ ଗୁଡ଼ିକ ବୃକ୍ଷରୋପଣ ପାଇଁ 100 ଟି ସ୍ଥାନର ଚିହ୍ନଟ କରିଛନ୍ତି ଯାହାକି ଜାତୀୟ ରାଜପଥ ପାର୍ଶ୍ବ, ଏନଏଚଏଆଇ ଲ୍ୟାଣ୍ଡ ପାର୍ସଲ୍ ଓ ଟୋଲ୍ ପ୍ଲାଜା ନିକଟରେ ରହିଛି। ଭାରତ ସ୍ବାଧୀନତାର 75 ବର୍ଷ ପାଳନ ଅବସରରେ ଅମୃତ ମହୋତ୍ସବକୁ ସ୍ମରଣୀୟ କରିବା ପାଇଁ ଏନଏଚଏଆଇ 15 ଅଗଷ୍ଟ 2022 ସୁଦ୍ଧା 75 ଲକ୍ଷ ବୃକ୍ଷରୋପଣ କରିବାର ଲକ୍ଷ୍ୟ ରଖିଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀଯୁକ୍ତ ନିତିନ ଗଡ଼କରୀ, ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଏନଏଚଏଆଇର ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହା ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରସାର କରାଯିବ। ଏହି…
ଭୁବନେଶ୍ବର: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଭାରତ ସ୍ୱାଧୀନତାର ୭୫ ବର୍ଷକୁ ଆଜାଦୀ କା ଅମୃତ ମହୋତ୍ସବ ଭାବେ ପାଳନ କରୁଛି। ଏହି ଅବସରରେ ଜାତୀୟ ନାଟ୍ୟ ବିଦ୍ୟାଳୟ (ଏନଏସଡି), ନୂଆଦିଲ୍ଲୀଙ୍କ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ସହ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଆଜାଦୀ କା ଅମୃତ ମହୋତ୍ସବ- ୨୦୨୨ ଅନ୍ତର୍ଗତ ଏକ ଉତ୍ସବ “ଆଜାଦୀ କା ଅମୃତ ମହୋତ୍ସବ- ୨୨ତମ ଭାରତ ରଙ୍ଗ ମହୋତ୍ସବ, ୨୦୨୨ (ସ୍ୱାଧୀନତା ଖଣ୍ଡ)” ଆୟୋଜନ କରୁଛନ୍ତି। ୨୧ ରୁ ୨୫ ଜୁଲାଇ ଭୁବନେଶ୍ଵରରେ ଆୟୋଜିତ ହେବ ଏହି ଭାରତ ରଙ୍ଗ ମହୋତ୍ସବ। କିଟ କ୍ୟାମ୍ପସ ୬ ଅଡିଟୋରିଅମରେ ପ୍ରତେକ ସନ୍ଧ୍ୟାରେ ନାଟକ ପରିବେଷିତ ହେବ। ଏଥିରେ ଦୁଇଟି ଓଡ଼ିଆ ନାଟକ ମଧ୍ୟ ସ୍ଥାନ ପାଇଛି। ଜୁଲାଇ ୨୧ ରେ ବିଶ୍ଵଭୂଷଣ ହରିଚନ୍ଦନଙ୍କ ଦ୍ଵାରା ରଚିତ ନାଟକ “ମହାସଂଗ୍ରାମର ମହାନାୟକ” ଏବଂ ୨୫ ଜୁଲାଇରେ ଶଙ୍କର ତ୍ରିପାଠୀଙ୍କ ଦ୍ଵାରା ରଚିତ “ଗାନ୍ଧୀଙ୍କ…
ଭୁବନେଶ୍ୱର: ୧୮୪୪୩/୧୮୪୪୪ କଟକ-ପଲାସା-କଟକ ଏକ୍ସପ୍ରେସର ସେବାକୁ ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ ପାଇଁ ଥିବା ସେବା, ସ୍ଥିରୀକୃତ ଷ୍ଟେସନ ଏବଂ ସମୟ ସାରଣୀ କଟକ ଏବଂ ପଲାସା ମଧ୍ୟରେ ଉଭୟ ପାର୍ଶ୍ୱରୁ ଅପରିବର୍ତ୍ତିତ ରହିବ। ୧୮୪୪୩ କଟକ-ଗୁଣୁପୁର ଏକ୍ସପ୍ରେସ କଟକ ଠାରୁ ୨୦ ଜୁଲାଇ, ୨୦୨୨ ଗୁଣୁପୁର ଯାତ୍ରା କରିବ। ଏହି ଟ୍ରେନ ପଲାସା ଠାରେ ପହଁଚିବା ପରେ ସେଠାରୁ ରାତ୍ର ୧୦ଘ ୨୫ମି ରେ ଛାଡି ଗୁଣୁପୁର ଠାରେ ରାତ୍ରି ୧ଘ ୪୫ମି ରେ ପହଞ୍ଚିବ। ଫେରିବା ମାର୍ଗରେ ୧୮୪୪୪ ଗୁଣୁପୁର-କଟକ ଏକ୍ସପ୍ରେସ ୨୧ ଜୁଲାଇ ୨୦୨୨ ରୁ ଗୁଣୁପୁର ଠାରୁ ରାତ୍ରି ୨ଘ ୪୫ ମି ରେ ଛାଡି ପଲାସା ଠାରେ ଭୋର ୫ଘ ୫୫ମି ରେ ପହଞ୍ଚିବ। ଉଭୟ ପାର୍ଶ୍ୱରୁ ଗୁଣୁପୁର ଓ ପଲାସା ମଧ୍ୟରେ ଏହି ଟ୍ରେନ ପୁଣ୍ଡି, ରୌଥପୁରମ, ନୌପଡା, ଟ୍ୱେକ୍କଲି, ପେଦ୍ଦସନ, ତେମ୍ବୁରୁ, ଗାଙ୍ଗୁଭଡ଼ା, ପଥପଟନମ, ପାରଳାଖେମୁଣ୍ଡି,…
ସ୍ୱାସ୍ଥ୍ୟ ଟିପ୍ସ: ଦୃଷ୍ଟି ଶକ୍ତିର ଅବନତି ବଂଶଗତ, ବୟସ ଏବଂ ଆପଣଙ୍କ ପରିବେଶ ସହିତ ଅନେକ କାରଣ ଉପରେ ନିର୍ଭର କରେ। ଯଦିଓ ଅନେକ ଲୋକ କେବଳ ଆଖିରେ ସଠିକ୍ ଭାବରେ ଦେଖିବା ପାଇଁ ଲେନ୍ସ ବା ଚଷମା ବ୍ୟବହାର କରନ୍ତି, କିନ୍ତୁ ଲୋକମାନେ ଆଖିର ଯତ୍ନ ନେବା ପାଇଁ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତି ନାହିଁ। ଆପଣଙ୍କର ଅନେକ ସାଧାରଣ ଅସ୍ୱାସ୍ଥ୍ୟକର ଅଭ୍ୟାସ ଥାଇପାରେ ଯାହା ଖରାପ ଦୃଷ୍ଟି ଶକ୍ତିର କାରଣ ହୋଇପାରେ। ଏହି ଅଭ୍ୟାସଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ, ସେମାନଙ୍କୁ ଭାଙ୍ଗନ୍ତୁ ଏବଂ ଭବିଷ୍ୟତରେ ବର୍ଷ ବର୍ଷ ଧରି ଆପଣଙ୍କର ସୁସ୍ଥ ଦୃଷ୍ଟି ଶକ୍ତି ବଜାୟ ରଖନ୍ତୁ। ଦୁର୍ବଳ ଆଖିର କାରଣ: ୧) ଅତ୍ୟଧିକ ସ୍ମାର୍ଟଫୋନ୍ ବ୍ୟବହାର: ଆପଣଙ୍କ ସ୍ମାର୍ଟଫୋନରେ ଛୋଟ ଏବଂ ସୂକ୍ଷ୍ମ ଜିନିଷ ପଢିବାକୁ ଚେଷ୍ଟା କରିବା ଦ୍ଵାରା ଆପଣଙ୍କ ଦୃଷ୍ଟି ଶକ୍ତି ଖରାପ ହୋଇପାରେ। ବିଶେଷକରି ଯଦି ଆପଣ ପ୍ରତିଦିନ ଘଣ୍ଟା ଘଣ୍ଟା…
ନୟାଗଡ/ରଣପୁର: ରଣପୁର ଥାନା ଗୋପାଳ ପୁର ପଟା ଶଙ୍ଖ ନିକଟ ଖଜୁରୀ ଖାଲ ନାଳରେ ଯୁବକଙ୍କ ଏକ ମୃତଦେହ ଉଦ୍ଧାର ହୋଇଛି। ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର ମୃତଦେହକୁ ଉଦ୍ଧାର କରାଯାଇଥିବା ବେଳେ ମୃତକଙ୍କ ପରିଚୟ ମିଳିପାରିଛି। ମୃତକ ଜଣଙ୍କ ଗୋପାଳ ପୁର ଗ୍ରାମର ରାମ ଚନ୍ଦ୍ର ମହାରଣା (୨୫ ବର୍ଷ) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର କିଛି ଲୋକ ବିଲକୁ କାମ କରିବାକୁ ଯାଉଥିବା ବେଳେ ନାଳରେ ଯୁବକଙ୍କର ଶବ ମୁହଁ ମାଡି ହୋଇ ପଡିରହିଥିବା ଦେଖିବାକୁ ପାଇଥିଲେ। ଏ ନେଇ ବିଲରେ କାମ କରିବାକୁ ଯାଇଥିବା ଚାଷୀ ମାନେ ତୁରନ୍ତ ପୋଲିସ୍ କୁ ଖବର ଦେଇଥିଲେ। ତେଣୁ ସ୍ଥାନୀୟ ଅଗ୍ନିଶମ ବାହିନୀ ସହ ରଣପୁର ପୋଲିସ୍ ଘଟଣା ସ୍ଥଳରେ ପହଂଚି ଶବକୁ ଉଦ୍ଧାର କରିଥିଲେ। ପରେ ଘଟଣା ସ୍ଥଳରେ ମୃତ ଯୁବକଙ୍କ ପରିବାର ଲୋକେ ପହଂଚି ଶବକୁ ଚିହ୍ନଟ କରିବା ପରେ ପୋଲିସ୍ ଶବ ଜବତ…
ନୂଆଦିଲ୍ଲୀ: ରାଜ୍ୟସଭା ସଚିବାଳୟର ଏକ ନୂତନ ସର୍କୁଲାରରେ କୁହାଯାଇଛି ଯେ ସଂସଦ ଗୃହ ପରିସରରେ ଆଉ ପ୍ରଦର୍ଶନ, ବିରୋଧ, ଧାରଣା, ଅନଶନ କିମ୍ବା ଧାର୍ମିକ ସମାରୋହ ଆୟୋଜନ କରାଯାଇପାରିବ ନାହିଁ। ସଂସଦରେ କିଛି ଶବ୍ଦର ବ୍ୟବହାରକୁ ନିଷେଧ କରିବା ଆଦେଶ ଉପରେ ବିରୋଧୀଙ୍କ ଅସନ୍ତୋଷ ମଧ୍ୟରେ ଧର୍ମ କିମ୍ବା ବିରୋଧ ଉପରେ ସର୍କୁଲାର ଆସିଛି। ଏଭଳି ପରିସ୍ଥିତିରେ ମୁଖ୍ୟ ବିରୋଧୀ କଂଗ୍ରେସ ମଧ୍ୟ ଏହାକୁ ସମାଲୋଚନା କରିଛି। ଜୁଲାଇ ୧୮ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ରାଜ୍ୟସଭା ମହାସଚିବ ପିସି ମୋଦୀ ଏକ ନୂତନ ବୁଲେଟିନ୍ ଜାରି କରିଛନ୍ତି ଯେଉଁଥିରେ ସଦସ୍ୟଙ୍କ ସହଯୋଗ ଆଶା କରାଯାଉଛି। ବିରୋଧୀ ଦଳର ନେତାମାନେ ଅତୀତରେ ସଂସଦ ପରିସରରେ ପ୍ରଦର୍ଶନ କରିଛନ୍ତି। ଏହା ସହିତ ସେ କ୍ୟାମ୍ପସ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ମଧ୍ୟ ଅନଶନ କରିଛନ୍ତି। କିନ୍ତୁ ଏବେ ସଂସଦରେ କିଛି ସର୍ତ୍ତ ଲାଗୁ ହେବା ଦ୍ଵାରା ବିରୋଧୀ ଦଳଗୁଡିକ ସମାଲୋଚନା…
ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅଂସାରୀଙ୍କ ଉପରେ ବିଜେପି ପୁଣି ପ୍ରଶ୍ନ ଉଠାଇଛି। ଦୁଇ ଦିନ ପୂର୍ବେ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଗୌରବ ଭାଟିଆ କିଛି ପ୍ରଶ୍ନ ପଚାରିଥିଲେ। ସେ ଏହାର ଉତ୍ତର ତ ଦେଇଛନ୍ତି, କିନ୍ତୁ ଏହା ପରେ ଯେଉଁ ତଥ୍ୟଗୁଡିକ ସାମ୍ନାକୁ ଆସିଛି, ତାହା ଚିନ୍ତାର ବିଷୟ। ଆଜି ବି ବିଜେପି ମୁଖପାତ୍ର ଗୌରବ ଭାଟିଆ ଅଭିଯୋଗ କରିଛନ୍ତି ଯେ, ହମିଦ ଅଂସାରୀ ଭୁଲ ତଥ୍ୟ ଦେଇଛନ୍ତି। କଂଗ୍ରେସର ତାର ପାକିସ୍ତାନ ସହିତ ସଂଯୁକ୍ତ ଏବଂ କରେଣ୍ଟ ସେଠାରୁ ଆସିଛି। ଭାରତୀୟତାଠାରୁ କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ। ବାସ୍ତବରେ ହମିଦ ଅଂସାରୀ ସମସ୍ତ ଦୋଷ କଂଗ୍ରେସ ଉପରେ ରଖି କହିଛନ୍ତି ଯେ, କୌଣସି ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ କେବଳ ସରକାରଙ୍କ ପରାମର୍ଶରେ କାହାକୁ ଡକାଯାଏ। ଆହୁରି ମଧ୍ୟ ବିଜେପି କହିଛି ଯେ ୨୬/୧୧ ରେ ଭାରତରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। କିନ୍ତୁ ମୁମ୍ବାଇ ଆକ୍ରମଣର ଏକ ବର୍ଷ…
ଲକ୍ଷ୍ନୌ: ରାଷ୍ଟ୍ରପତି ନିର୍ବାଚନରେ ସମାଜବାଦୀ ପାର୍ଟି ସହଯୋଗୀ ଓପି ରାଜଭର ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି। ଜୁଲାଇ ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନକୁ ଭୋଟ୍ ଦେବା ପୂର୍ବରୁ ସେ ଏହି ଘୋଷଣା କରିଛନ୍ତି। ସେ ଲକ୍ଷ୍ନୌରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ମୁର୍ମୁଙ୍କ ପାଇଁ ଆୟୋଜିତ ଏକ ଭୋଜିରେ ମଧ୍ୟ ଯାଇଥିଲେ। ରାଜଭର କହିଛନ୍ତି ଯେ, ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ପାଇଁ ଆୟୋଜିତ ଭୋଜିରେ ଅଖିଳେଶ ତାଙ୍କୁ ନିମନ୍ତ୍ରଣ କରିନାହାଁନ୍ତି। ଏଭଳି ପରିସ୍ଥିତିରେ ସେ ଏନଡିଏକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ସେ ଏହା ସ୍ପଷ୍ଟ କରିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନରେ ସେ ନିଶ୍ଚିତ ଭାବରେ ମୁର୍ମୁଙ୍କୁ ସମର୍ଥନ କରିବେ। କିନ୍ତୁ ଏସପିଙ୍କ ସହ ମେଣ୍ଟ ଭାଙ୍ଗିବେ ନାହିଁ। ପ୍ରାକାଶ ଯୋଗ୍ୟ ଯେ, ଓପି ରାଜଭରଙ୍କ ରାଜନୈତିକ ଦଳ ସୁଭାସପାର ୬ ଜଣ ବିଧାୟକ ଅଛନ୍ତି। ସେହିଭଳି ଏହା ପୂର୍ବରୁ ବିଏସପି ମୁଖ୍ୟ ମାୟାବତୀ…

