ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳରେ ବେପରୁଆ ଗାଡ଼ିଚାଳନା ବୃଦ୍ଧି ହେଉଥିବାର ବାରମ୍ବାର ଅଭିଯୋଗ ହୋଇଆସୁଛି। ଯାହାଫଳରେ ଏକାଧିକ ସଡ଼କ ଦୁର୍ଘଟଣା ମଧ୍ୟ ଘଟୁଛି। ଯେଉଁଥିରେ ନିରୀହ ଲୋକଙ୍କ ଜୀବନ ଯାଉଛି। ମଦ୍ୟପାନ କରି ଗାଡ଼ି ଚଳାଇବା ହେଉ କିମ୍ବା ଲାଇସେନ୍ସ ନଥିବା ଅନଭିଜ୍ଞ ଗାଡ଼ିଚାଳକଙ୍କ ଲାଗି ଦୁର୍ଘଟଣା ଘଟୁଥିବା ବେଳେ ପୋଲିସ ତଥା ଆରଟିଓ ପକ୍ଷରୁ କୌଣସି ଚଢ଼ାଉ ହେଉନଥିବାର ଅଭିଯୋଗ ହୋଇଆସୁଥିଲା। ଏପରିକି ପୁର୍ବରୁ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏ ନେଇ ଖବର ପ୍ରସାରଣ ହେବା ସହ ବିଭାଗୀୟ ଅଧିକାରୀଙ୍କ ଏ ବାବଦରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ଏହାକୁ ଆରଟିଓ ଗୁରୁତର ସହ ନେଇଛି। ଆଜି ବାଣପୁରର ଏକାଧିକ ସ୍ଥାନରେ ଆରଟିଓ ଏବଂ ପୋଲିସର ମିଳିତ ଚେକିଂ ଅନୁଷ୍ଠିତ ହୋଇଥିଲା। ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ଏବଂ ଖୋର୍ଦ୍ଧା ମୋଟରଯାନ ନିରୀକ୍ଷକ ଅମିତ ରଣାଙ୍କ ନେତୃତ୍ୱରେ ଉକ୍ତ ଯାଞ୍ଚ ଅଭିଯାନ ଅନୁଷ୍ଠିତ ହୋଇଥିଲା। ବହୁ…
Author: Samikhsya Bureau
କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଅଂଚଳରୁ ଚୋରାରେ କେନ୍ଦୁପତ୍ର ଚାଲାଣ ବେଳେ ବନବିଭାଗ ପିଛା କରି ଟ୍ରକ୍ ସହ କେନ୍ଦୁପତ୍ର ଜବତ କରିଛି। ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଆଜି ସକାଳ ୫ଟାରେ ଚାରମାଳ ଅଂଚଳରେ ଚୋରାରେ କେନ୍ଦୁପତ୍ର ଚାଲାଣ ହେଉଥିବାର ବନବିଭାଗ ଖବର ପାଇଥିଲା। ବନବିଭାଗର ପଦାଧିକାରୀମାନେ ଟ୍ରକକୁ ପିଛା କରିଥିଲେ। ଏହା ଜାଣିପାରି ଗାଡ଼ି ତଥା ବେପାରୀମାନେ ଚାରମାଳ ନିକଟସ୍ଥ ମା’ ଢ଼ାବା ନିକଟରେ ଗାଡ଼ି (ଟାଟା ୧୧୦୯ ଓଆର୍ ୦୫ ଏବି ୭୪୪୯) ଛାଡ଼ି ଫେରାର୍ ହେବାରେ ସଫଳ ହୋଇଥିଲେ। ବନବିଭାଗ ଗାଡ଼ଟିକୁ ଜବତ କରି ୯୪୫ ବିଡା କେନ୍ଦୁ ପତ୍ର ଜବତ କରିଥିଲା। ଏହି ଚଢ଼ଉରେ ରେଢ଼ାଖୋଲ ଏସିଏଫ୍ ଦେବିପ୍ରସାଦ୍ ରାଉତ୍, ଚାରମାଳ ଫରେଷ୍ଟର ପ୍ରବୀଣ କୁମାର ସାହୁ, ବଂଶାଜାଲ୍ ଫରେଷ୍ଟର ବିଜୟ କୁମାର ବିଶ୍ବାଳ, ରାମପୁର ଫରେଷ୍ଟର ସୁରେନ୍ଦ୍ର ସାହୁ, ଫରେଷ୍ଟଗାର୍ଡ ଅଜିତ୍ ସାହୁ, ଟିକେଶ୍ବର ନାଏକ, ଅରୁଣ କୁମାର ବେହେରା…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରକୁ ମୁହାଇଁଛନ୍ତି ଜଙ୍ଗଲୀ ହାତୀ। ବାଣପୁର ବ୍ଲକ ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ପଞ୍ଚାୟତରେ ଦେଖିବାକୁ ମିଳିଛି ଜଙ୍ଗଲୀ ହାତୀଙ୍କ ଆତଙ୍କରାଜ। ଖବର ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ଜଙ୍ଗଲୀ ହାତୀ ପଲ ଅରାଙ୍ଗ ଗ୍ରାମର ୩ ଗୋଟି ଘର ଭାଙ୍ଗିବା ସହ ଘରର ସମସ୍ତ ଆସବାବପତ୍ର ନଷ୍ଟ କରିଦେଇଛନ୍ତି। ତେବେ ଗତ କିଛି ଦିନ ହେବ ଟାଙ୍ଗୀରୁ ବାଣପୁର ଆଡକୁ ମୁହାଁଉଛନ୍ତି ଜଙ୍ଗଲୀ ହାତୀ ପଲ। ସାଧାରଣ ଗରିବ ଲୋକଙ୍କ ଧନଜୀବନ ହାନି ହେଉଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର ଏକାନ୍ତ ଜରୁରୀ ହୋଇଉଠିଛି। ତେବେ ଏ ନେଇ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କୁ ପଚାରିବାରୁ, ହାତୀ ପଲ ୩ ଗୋଟି ଘର ଭାଙ୍ଗିଥିବା ସେ କହିଛନ୍ତି। ସେହିପରି ଭାବେ କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ବନବିଭାଗ ପହଞ୍ଚିଛି। ଏବଂ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ସରକାରଙ୍କ ନିକଟକୁ କାଗଜପତ୍ର ପଠାଇଦେଇଥିବାର କହିଛନ୍ତି ଶ୍ରୀ…
ନୂଆଦିଲ୍ଲୀ: ଯଦି ଆପଣ ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି ଏବଂ ଏକାଦଶ କିସ୍ତି ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଖୁବ୍ ଶୀଘ୍ର ଏକାଦଶ କିସ୍ତିର ୨୦୦୦ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବାକୁ ଯାଉଛି। କୃଷକମାନଙ୍କୁ ବାର୍ଷିକ ୬୦୦୦ ଟଙ୍କା ଆର୍ଥିକ ସହାୟତା କେନ୍ଦ୍ର ସରକାର ପ୍ରଦାନ କରୁଛନ୍ତି। ଯଦି ଆପଣ ଏପର୍ଯ୍ୟନ୍ତ କେୱାଇସିକୁ ଅପଡେଟ କରିନାହାଁନ୍ତି, ତେବେ ଏହାକୁ ମେ ୩୧ ତାରିଖ ସୁଦ୍ଧା ଶେଷ କରନ୍ତୁ। କେଉଁ ଦିନ ଟଙ୍କା ଆସିବ ଜାଣନ୍ତୁ?: କେୱାଇସିକୁ ଅପଡେଟ କରିବାର ଶେଷ ତାରିଖ ମଇ ୩୧ ତାରିଖ ଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ମାର୍ଚ୍ଚ ୩୧ ତାରିଖକୁ ବୃଦ୍ଧି କରାଯାଇଛି। ଏହି କିସ୍ତିର ଟଙ୍କା ଏପ୍ରିଲ ୧ ତାରିଖରୁ ଜୁଲାଇ ୩୧ ତାରିଖ ମଧ୍ୟରେ ଚାଷୀଙ୍କୁ ହସ୍ତାନ୍ତର କରିବାକୁ ପଡିବ। ବିଶ୍ୱାସ ରହିଛି ଯେ, ଚଳିତ ମାସ ଶେଷ ସୁଦ୍ଧା…
ଭୁବନେଶ୍ୱର: ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଂଜନ ନାୟକଙ୍କୁ କମ୍ପିଟିସନ୍ ସକ୍ସେସ ରିଭ୍ୟୁ (ସିଏସ୍ଆର) ପତ୍ରିକା ପକ୍ଷରୁ ଚଳିତ ବର୍ଷ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସମ୍ମାନ ପ୍ରଦାନ କରାଯାଇଛି। ସେହିପରି ଚଳିତ ବର୍ଷ ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ସୋଆକୁ ସିଏସ୍ଆର ପକ୍ଷରୁ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଏବଂ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଦେଶର ଶ୍ରେଷ୍ଠ ଇଞ୍ଜିନିୟରିଂ ଓ ହୋଟେଲ ମ୍ୟାନେଜମେଂଟ ଶିକ୍ଷାନୁଷ୍ଠାନ ଭାବେ ଯୋଗ୍ୟ ବିବେଚିତ ହୋଇଛି। ସିଏସ୍ଆରର ପତ୍ରିକାର ୬୦ବର୍ଷ ପୁର୍ତି ଅବସରରେ ରାଜଧାନୀ ଦିଲ୍ଲୀର ଏକ ତାରକା ହୋଟେଲରେ ରବିବାର ସନ୍ଧ୍ୟାରେ ଆୟୋଜିତ ହୋଇଥିବା ସମାରୋହରେ ସୋଆର ଅଫିସର ଅନ୍ ସ୍ପେସିଆଲ ଡିୟୁଟି (ଓଏସ୍ଡି) ପ୍ରୀତମ ନାୟକ ଏହି ପୁରସ୍କାର…
ସ୍ୱାସ୍ଥ୍ୟ ଟିପ୍ସ: ଗ୍ରୀନ୍-ଟି ପିଇବାର ଅନେକ ଲାଭ ଅଛି। କିନ୍ତୁ ଆପଣ ଜାଣନ୍ତି କି ଗ୍ରୀନ୍-ଟି ର ଗୁଣବତ୍ତା ବଢାଇଇବାକୁ, ଆପଣ ଏଥିରେ ଅଧିକ ଜିନିଷ ଯୋଗ କରିପାରିବେ। ଏହା କରିବା ଦ୍ୱାରା ଗ୍ରୀନ୍ ଟି ର ଲାଭ ବଢିଥାଏ। ୧- ଲେମ୍ବୁ- ଗ୍ରୀନ ଟି’ର ତିକ୍ତ ସ୍ୱାଦକୁ କମାଇବା ପାଇଁ ଲେମ୍ବୁ ରସ କାମ କରେ। ଏହା ସହିତ ଲେମ୍ବୁ ରସ ଗ୍ରୀନ୍ ଟିର ଆଣ୍ଟିଅକ୍ସିଡାଣ୍ଟ ବଢାଇଥାଏ, ଯାହା ଆପଣଙ୍କ ଶରୀର ପାଇଁ ଅଧିକ ଲାଭଦାୟକ ଅଟେ। କିନ୍ତୁ ଧ୍ୟାନ ଦିଅନ୍ତୁ ଯେ ଏହାକୁ ଗ୍ରୀନ୍-ଟି କପରେ ଫିଲ୍ଟର୍ କରିବା ପରେ ସେଥିରେ ଲେମ୍ବୁ ରସ ମିଶ୍ରଣ କରନ୍ତୁ। ୨- ଅଦା- ଯଦି ଆପଣ ଗ୍ରୀନ ଟି’ର ସ୍ୱାଦ ବଢାଇବାକୁ ଚାହାଁନ୍ତି, ତେବେ ଆପଣ ଏଥିରେ ଅଦା ମଧ୍ୟ ମିଶାଇ ପାରିବେ। ଏହା କରିବା ଦ୍ୱାରା, ଗ୍ରୀନ୍ ଟି ର ସ୍ୱାସ୍ଥ୍ୟ ଉପକାରିତା ବୃଦ୍ଧି ପାଇଥାଏ। ଆପଣ ଜାଣନ୍ତି କି ଯଦି ଆପଣ ଗ୍ରୀନ୍…
ବାସ୍ତୁ ଶାସ୍ତ୍ର: ସୂର୍ଯ୍ୟଦେବ ଅଗ୍ନି ଦେବଙ୍କ ସ୍ବରୂପ ଏବଂ ପ୍ରତ୍ୟକ୍ଷ ଦେବତା ରୂପେ ମନାଯାଇଥାଏ। ବାସ୍ତୁ ଶାସ୍ତ୍ରରେ ସୂର୍ଯ୍ୟଙ୍କର ବିଶେଷ ମହତ୍ତ୍ଵ ରହିଛି। ଶକ୍ତିର ଅସୀମ ଭଣ୍ଡାର ସୂର୍ଯ୍ୟଦେବଙ୍କୁ ନେଇ ବାସ୍ତୁ ଶାସ୍ତ୍ରରେ ବହୁ ରୋଚକ ଉପାୟ ରହିଛି, ଯାହାର ଉପଯୋଗରେ ଆମ ଜୀବନରେ ବେଶ୍ ଉନ୍ନତି ହୋଇଥାଏ। ସୂର୍ଯ୍ୟୋଦୟର ପୂର୍ବରୁ ବ୍ରହ୍ମମୁହୂର୍ତ୍ତ ସମୟଟି ଅଧ୍ୟୟନ ପାଇଁ ସର୍ବଶ୍ରେଷ୍ଠ। ବିଦ୍ୟାର୍ଥୀମାନେ ଏହି ସମୟକୁ ସଦୁପଯୋଗ କରିବା ଉଚିତ୍। ସୂର୍ଯ୍ୟୋଦୟ ସମୟରେ ଘରର ସମସ୍ତ ଝରକା କବାଟ ଖୋଲିବା ଉଚିତ୍। ଯଦି କୌଣସି ଘରେ ସୂର୍ଯ୍ୟ କିରଣ ଠିକ୍ ଭାବରେ ପଡିପାରୁନାହିଁ, ତେବେ ସେହି ଘରେ ସୂର୍ଯ୍ୟ ଦେବଙ୍କ ତମ୍ବାର ପ୍ରତିମା ଲଗାଇବା ଉଚିତ୍। ସେହିପରି ରୋଷେଇ ଘର ଓ ସ୍ନାନ ଘରେ ସୂର୍ଯ୍ୟର ପ୍ରକାଶ ପହଞ୍ଚିବା ଅତ୍ୟନ୍ତ ଆବଶ୍ୟକ। ସେହିପରି ଯେଉଁ ଘରେ ଧନ ସମ୍ପତ୍ତି ରଖୁଛନ୍ତି ,ସେହି ଘରେ ସୂର୍ଯ୍ୟଦେବଙ୍କ ପ୍ରତିମା ଲଗାଇଲେ ଘରେ କେବେ ଆର୍ଥିକ ସମସ୍ୟା ଉପୁଜିବ ନାହିଁ।…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରରେ ଚୋରିକରି ଫେରାର ଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏହାସହ ଅଭିଯୁକ୍ତଙ୍କ ଠାରୁ ନଗଦ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଉଦ୍ଧାର କରିଛି। ଜୁନାଗଡ ଥାନା କେଶ ନଂ. ୨୧୪ ତା.୦୯.୦୫.୨୦୨୨ ଆଇପିସିର ଧାରା ୩୯୪ ଅନୁସାରେ ଏକ କେଶ ରୁଜ୍ଜୁ କରି ଗିରଫ ଅଭିଯୁକ୍ତକୁ ପୋଲିସ କୋର୍ଟ ଚାଲାଣ କରିଥିବାବେଳେ ଜଣେ ଫେରାର ଥିବା ସୂଚନା ମିଳିଛି। ପ୍ରକାଶ ଯେ, ଗତ ୯ ତାରିଖ ଦିନ ସହରର ପ୍ରଭାକର ସାହୁ ତାଙ୍କ ବୋଲେରୋ ଗାଡ଼ିରୁ ୭୦ ହଜାର ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଥିଲେ। ଏଥିନେଇ ଏକ ମାମଲା ରୁଜୁକରି ପୋଲିସ ତଦନ୍ତ ଚଳାଇଥିଲା। ଗତ ୧୩ ତାରିଖରେ ଗଂଜାମ ଆସିକା ଅଂଚଳର ଅଭିଯୁକ୍ତ ଏ ଅଞ୍ଜନା ରାଓ (୩୦) ଙ୍କୁ ସ୍ଥାନୀୟ ଅକ୍ସିସ ବ୍ୟାଙ୍କ ସମ୍ମୁଖରୁ ଗିରଫ କରିଥିଲା ଏବଂ ଅନ୍ୟଜଣେ ସହଯୋଗୀ ସେଠାରୁ ଫେରାର…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ରୋଗୀ ନେଇ ଯାଉଥିବା କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ୟୁମର ଅପରେସନ ରୋଗୀଙ୍କୁ ଭୁବନେଶ୍ୱର ଏମସ୍ ହସ୍ପିଟାଲ ନେଉଥିବା କାର୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ରୋଗୀଙ୍କ ସମେତ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନର୍ଗତ ବାଲି କଣିଆ ଗ୍ରାମର ଗୁରୁ ଶବର (୬୦ ବର୍ଷ) ବ୍ରେନ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇଥିଲେ। କିଛି ଦିନ ତଳେ ସେ ଭୁବନେଶ୍ୱର ଏମସ୍ ହସ୍ପିଟାଲରେ ଅସ୍ତ୍ରୋପଚାର କରିଥିଲେ। ଆଜି ସେ ଷ୍ଟିଚ୍ ଖୋଲିବା ପାଇଁ କାର ଯୋଗେ ଏମ୍ସ ହସ୍ପିଟାଲ ଯାଉଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ କାରଟିର ଟାଙ୍ଗୀ ଥାନା କୋଚିଲା ଛକରେ ବ୍ରେକ ଫେଲ ହୋଇଯାଇଥିଲା। ଫଳରେ କାରଟି ଭାରସାମ୍ୟ ହରାଇ ଏକ ମାଲ ବୋଝେଇ ଟ୍ରକ୍ ପଛରେ ପିଟି ହୋଇଥିଲା। ଏଥିରେ ରୋଗୀଙ୍କ ସମେତ ୩ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ…
ବାଣପୁର: ଦିବଂଗତ ବିଚାରପତି ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ବିୟୋଗରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘ ତରଫରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଆଜି ବାଣପୁର ବାର ହଲ ପରିସରରେ ଉକ୍ତ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ସଭ୍ୟମାନେ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ। ଏହି ଅବସରରେ ସଂଘର ସଭାପତି ପ୍ରଭାତ କୁମାର ପଟ୍ଟଯୋଶୀ ଓ ସମ୍ପାଦକ ଜଗନ୍ନାଥ ଭୋଳଙ୍କ ସମେତ ବରିଷ୍ଠ ଆଇନଜୀବୀ ଗୌରୀଶଙ୍କର ଷଡ଼ଙ୍ଗୀ, ଶରତ କୁମାର ପଟ୍ଟନାୟକ, ରବିନ୍ଦ୍ରନାଥ ମାନସିଂହ, ଜଗଦୀଶ ପଟ୍ଟନାୟକ, ବିପ୍ଳବ ମୁଦୁଲି ଇତ୍ୟାଦି ସ୍ବର୍ଗତ ମିଶ୍ରଙ୍କ କାର୍ଯ୍ୟାଧାରା ଓ ବହୁ ମୂଲ୍ୟବାନ ସିଦ୍ଧାନ୍ତ ତଥା ତାଙ୍କର ଅମାୟିକ ବ୍ୟବହାର ଆଦି ବିଭିନ୍ନ ଦିଗରେ ନିଜ ନିଜ ଅଭିଭାଷଣ ମାଧ୍ୟମରେ ଆଲୋକପାତ କରିଥିଲେ। ଉକ୍ତ ସଭାକୁ ଆଇନଜୀବୀ ରଞ୍ଜନ କୁମାର ବେଦମତା ସଂଯୋଜନା କରିଥିଲେ।
ଭୁବନେଶ୍ୱର: ଭୁବନେଶ୍ୱର ମଦନପୁର ସ୍ଥିତ ନିସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନ ପରିସରରେ ଜାତୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି। ଏହାର ଶୀର୍ଷକ ‘୪ର୍ଥ ଶିଳ୍ପ ବିପ୍ଳବ ଏବଂ ଏହି ଦିଗରେ ବାଣିଜ୍ୟ ଜଗତର କ୍ରମବର୍ଦ୍ଧିତ ଉନ୍ନତି’ ରହିଛି। ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ସେମିନାରକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ଆଇଆଇଏମର ଆସୋସିଏଟ ପ୍ରଫେସର ଡକ୍ଟର ରାମକୃଷ୍ଣ ପାଢ଼ୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ଏମ୍ ଏସ ପି ଏଲର ଭାଇସ ପ୍ରେସିଡେଣ୍ଟ ଡକ୍ଟର ଦେବବ୍ରତ ଦାସ, କିଟ୍ ବିଶ୍ୱବିଦ୍ୟାଳୟର ଡାଇରେକ୍ଟର ଡକ୍ଟର ସୁମନ ଭଟ୍ଟାଚାର୍ଯ୍ୟ, ଜାଭିୟର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟର ପ୍ରଫେସର ଡକ୍ଟର ଡବ୍ଲ୍ୟୁ ଏସ୍ ଉଇଲିୟମ୍ ପ୍ରମୁଖ ସମ୍ମାନିତ ଅତିଥୀ ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ। ନିସ୍ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାତା ଡକ୍ଟର ସୁଭାଷ ଚନ୍ଦ୍ର ନାୟକ ସ୍ୱାଗତ ଭାଷଣ ଦେବା ସହିତ ଶିଳ୍ପ ବିପ୍ଳବ…
ମୁମ୍ବାଇ: ଆଇପିଏଲ୍ ୨୦୨୨ ରେ କେବଳ ଗୁଜୁରାଟ ଟାଇଟାନ୍ସ ପ୍ଲେ ଅଫ୍ ପାଇଁ ସକ୍ଷମ ହୋଇଛି। ଏହା ବ୍ୟତୀତ ଚେନ୍ନାଇ ଏବଂ ମୁମ୍ବାଇ ଏଭଳି ଦଳ, ଯେଉଁମାନେ ଏଥର ପ୍ଲେ ଅଫ୍ ଦୌଡରୁ ଦୂରେଇ ରହିଛନ୍ତି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ୭ ଟି ଦଳ ମଧ୍ୟରେ ପ୍ଲେ ଅଫ୍ ର ଅବଶିଷ୍ଟ ତିନୋଟି ସ୍ଥାନ ପାଇଁ ଦୌଡ ଚାଲିଛି। ସମ୍ପ୍ରତି ରାଜସ୍ଥାନ, ଲକ୍ଷ୍ନୌ ଏବଂ ବାଙ୍ଗାଲୋରର ଦଳ ଏହି ରେସରେ ଆଗୁଆ ଅଛନ୍ତି। କିନ୍ତୁ ଏହି ପର୍ଯ୍ୟାୟ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ମଧ୍ୟ ସୁଯୋଗ ଅଛି। ଦିଲ୍ଲୀର ପ୍ଲେ ଅଫ୍ ଖେଳିବା ପାଇଁ ସମୀକରଣ ଜାଣନ୍ତୁ .. ଦିଲ୍ଲୀ କ୍ୟାପିଟାଲ୍ସ ଏପର୍ଯ୍ୟନ୍ତ ୧୨ ଟି ମ୍ୟାଚ ମଧ୍ୟରୁ ୬ ଟି ଜିତିଛି। ତାଙ୍କର ନେଟ୍ ରନ୍ ହାର ମଧ୍ୟ ଭଲ। ଯଦି ସେ ତାଙ୍କର ଅବଶିଷ୍ଟ ଦୁଇଟି ମ୍ୟାଚ୍ ଜିତନ୍ତି, ତେବେ ସମୁଦାୟ ୮ ଟି ବିଜୟ ସହିତ ସେ ସହଜରେ…
ଭୁବନେଶ୍ବର: ଓଡିଶା କଂଗ୍ରେସକୁ ମଜବୁତ କରିବା ପାଇଁ ଖୁବ ଶିଘ୍ର ଓଡିଶା ଆସିବେ କଂଗ୍ରେସ ନେତ୍ରୀ ତଥା ଏଆଇସିସିର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ। ଏହା କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ। ରାଜସ୍ଥାନର ଉଦୟପୁରରେ ଚାଲିଥିବା ଚିନ୍ତନ ଶିବିରରେ ନିରଂଜନ ଯୋଗଦେଇଛନ୍ତି। ସେଠାରେ ସେ ପ୍ରିୟଙ୍କାଙ୍କ ସହିତ ଆଲୋଚନା କରିଥିଲେ। ଏଥିସହିତ ନିରଂଜନ ରାହୁଳ ଗାନ୍ଧୀ, ସୋନିଆ ଗାନ୍ଧୀ, ସଚିନ ପାଇଲଟ, ଜନର୍ଦ୍ଦନ ଦ୍ବୀବେଦି, କେ ସି ଭେନୁଗୋପାଳଙ୍କ ସହିତ ଆଲୋଚନା କରିଛନ୍ତି। ବର୍ତ୍ତମାନ ଓଡିଶାରେ ଲୋକେ ଏକ ବିକଳ୍ପ ଖୋଜୁଥିବାରୁ କଂଗ୍ରେସ ପାଇଁ ଏହା ଏକ ବଡ ସୁଯୋଗ। ସେଥିପାଇଁ ଏହି ନେତାମାନେ କଂଗ୍ରେସ ସଂଗଠନକୁ ମଜବୁତ କରିବା ପାଇଁ ନିଷ୍ପତି କରିଛନ୍ତି ବୋଲି ନିରଂଜନ କହିଛନ୍ତି।
ନୂଆଦିଲ୍ଲୀ: ଯେତେବେଳେ ୨୦୨୦ ରେ ନୂତନ ଶିକ୍ଷା ନୀତି କାର୍ଯ୍ୟକାରୀ ହେଲା, ସେତେବେଳେ ରାଜ୍ୟମାନଙ୍କୁ ଏହି ସମୟ ପର୍ଯ୍ୟନ୍ତ NEP କାର୍ଯ୍ୟକାରୀ କରିବାକୁ ୨୦୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ପ୍ରକାଶ ଥାଉକି, ହରିୟାଣା ରାଜ୍ୟ ପ୍ରସ୍ତୁତତା ଦେଖାଇ ଏଠାରେ ଥିବା ବିଦ୍ୟାଳୟଗୁଡ଼ିକରେ ନୂତନ ଶିକ୍ଷା ନୀତି ଲାଗୁ କରିବାକୁ ଲକ୍ଷ୍ୟ ରଖିଛି। ଯଦି ଏହି ବେଗରେ କାର୍ଯ୍ୟ କରାଯାଏ, ତେବେ ୨୦୨୫ ସୁଦ୍ଧା ହରିୟାଣାର ବିଦ୍ୟାଳୟରେ ନୂତନ ଶିକ୍ଷା ନୀତି କାର୍ଯ୍ୟକାରୀ ହେବ। ଏହି କ୍ରମରେ, ହରିୟାଣା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଅନେକ ବଡ଼ ପରିବର୍ତ୍ତନ ଆଣିବା ପାଇଁ ବିଶେଷଜ୍ଞଙ୍କ ମତାମତ ନେବା ଆରମ୍ଭ କରିଛି। ହରିୟାଣା ରାଜ୍ୟର ଉଚ୍ଚଶିକ୍ଷା ପରିଷଦ (ହରିୟାଣା ସରକାର) ସିଲାବସ୍ ବଦଳାଇବା ଠାରୁ ଆରମ୍ଭ କରି ନୂତନ ଶିକ୍ଷା ନୀତି (NEP ୨୦୨୦) କାର୍ଯ୍ୟକାରୀ କରିବା ପାଇଁ ଶିକ୍ଷାଦାନ ପ୍ରଣାଳୀ ପରିବର୍ତ୍ତନ ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗରେ ବିଚାର ବିମର୍ଶ ଆରମ୍ଭ କରିଛି। ଏଥିପାଇଁ ସମସ୍ତ ସ୍ତରର…
ଭୁବନେଶ୍ବର: ଆଜି 2022 ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇଛି। ଏହି ଚନ୍ଦ୍ରଗ୍ରହଣ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ। ଏହି ଚନ୍ଦ୍ରଗ୍ରହଣ ଦୁନିଆର ଅନେକ ସ୍ଥାନରେ ଦେଖାଯାଉଛି। ଭାରତୀୟ ସମୟ ଅନୁଯାୟୀ, ମେ 16 ତାରିଖ ସକାଳ 8.58 ରୁ ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇଛି। ଏହି ଚନ୍ଦ୍ର ଗ୍ରହଣ ଦକ୍ଷିଣ-ପଶ୍ଚିମ ୟୁରୋପ, ଦକ୍ଷିଣ ଆମେରିକା, ଆଫ୍ରିକା, ଉତ୍ତର ଆମେରିକା, ଆଣ୍ଟାଲଟିକା, ଦକ୍ଷିଣ ପଶ୍ଚିମ ଏସିଆରେ ଦୃଶ୍ୟମାନ ହେବ। ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦେଖାଯିବ ନାହିଁ, ଯେଉଁଥିପାଇଁ ଏହାର ସୂତାକ ଅବଧି ପାଳନ ହେବ ନାହିଁ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଚନ୍ଦ୍ର ଗ୍ରହଣକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ଯେତେବେଳେ ପୃଥିବୀ, ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ଆସନ୍ତି ସେତେବେଳେ ପୃଥିବୀର ଛାୟା ଚନ୍ଦ୍ର ଉପରେ ପଡ଼େ। ଫଳେ ଚନ୍ଦ୍ର କିଛି ସମୟ ପାଇଁ ଲୁଚିଯାଆନ୍ତି। ଏହାକୁ ଚନ୍ଦ୍ରଗ୍ରହଣ କୁହାଯାଏ। ଏହା ଜ୍ୟୋତିଷ ଶାସ୍ତ୍ରରେ ବେଶ ଗୁରୁତ୍ବ ରହିଥିବା ବେଳେ ବିଜ୍ଞାନରେ…
ଶ୍ରୀନଗର: ନିକଟରେ ଏକ ସରକାରୀ କାର୍ଯ୍ୟାଳୟରେ କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟ କାର୍ଯ୍ୟ କରୁଥିବା ବେଳେ ଆତଙ୍କବାଦୀଙ୍କ ଦ୍ୱାରା ଗୁଳି ଚଳାଇ ହତ୍ୟା କରାଯାଇଥିଲା। ଏଥି ସହିତ ଜମ୍ମୁ କାଶ୍ମୀରରେ ଟାର୍ଗେଟ କରି ହତ୍ୟା ଷଡଯନ୍ତ୍ରକୁ ଗୁରୁତର ସହ ନେଇ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ପାଇଁ ସରକାର ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହା ଅଧୀନରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ରବିବାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ୍ ଅନୁଯାୟୀ କାଶ୍ମୀରରେ ନିଯୁକ୍ତି ପାଉଥିବା ହିନ୍ଦୁ କର୍ମଚାରୀଙ୍କୁ ସୁରକ୍ଷିତ ଜିଲ୍ଲା ତଥା ତହସିଲ ମୁଖ୍ୟାଳୟରେ ନିୟୋଜିତ କରାଯିବ। ଏହା ସହିତ ରାଜ୍ୟପାଳ ଏହା ମଧ୍ୟ କହିଛନ୍ତି ଯେ, ଜମ୍ମୁ କାଶ୍ମୀର ପୋଲିସ କାଶ୍ମୀର ହିନ୍ଦୁ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇବ। ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପ୍ୟାକେଜ୍ ଅଧୀନରେ ନିଯୁକ୍ତ କର୍ମଚାରୀଙ୍କ କଲ୍ୟାଣ ଏବଂ ନିରାପତ୍ତା ସହ ଜଡିତ ସମସ୍ତ ସମସ୍ୟାର ମଧ୍ୟ ପର୍ଯ୍ୟାୟକ୍ରମେ ସମାଧାନ ହେବ। ପ୍ରକାଶ ଯୋଗ୍ୟ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨ ହଜାର ୨୦୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯାହା ଗତକାଲି ତୁଳନାରେ ୧୧.୫ ପ୍ରତିଶତ କମ୍ ଅଟେ। ଏହି ସମୟ ମଧ୍ୟରେ କରୋନା ଯୋଗୁଁ ସାରା ଦେଶରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ଭାରତରେ କରୋନା ଯୋଗୁଁ ଏପର୍ଯ୍ୟନ୍ତ ୫ ଲକ୍ଷ ୨୪ ହଜାର ୨୪୧ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ କରୋନାରେ ସକ୍ରିୟ ମାମଲା ସଂଖ୍ୟା ୧୭ ହଜାର ୩୧୭ ଅଟେ। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାର ୫୫୦ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହିତ, ଏହି ମାରାତ୍ମକ ଜୀବାଣୁରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪ କୋଟି ୨୫ ଲକ୍ଷ ୮୨ ହଜାର ୨୪୩ ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ଭାରତରେ ସମୁଦାୟ ୪ କୋଟି ୩୧ ଲକ୍ଷ ୨୩ ହଜାର ୮୦୧ ଜଣ ଆକ୍ରାନ୍ତ ହୋଇଛନ୍ତି।
ନୂଆଦିଲ୍ଲୀ: ଆଜି ବୁଦ୍ଧ ପୂର୍ଣ୍ଣିମା ଉପଲକ୍ଷେ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳ ଗସ୍ତ କରିଛନ୍ତି। ସେ ଲୁମ୍ବିନ ଯାଇ ବୁଦ୍ଧଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଟୁଇଟ କରି କହିଛନ୍ତି ଯେ, ମୁଁ ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବାଙ୍କ ନିମନ୍ତ୍ରଣ କ୍ରମେ ୧୬ ମଇ ୨୦୨୨ ରେ ନେପାଳର ଲୁମ୍ବିନି ଗସ୍ତ କରିବି। ବୁଦ୍ଧ ଜୟନ୍ତୀର ଶୁଭ ଅବସରରେ ମୁଁ ମାୟାଦେବୀ ମନ୍ଦିରରେ ପ୍ର।ର୍ଥନା କରିବ।କୁ ଅପେକ୍ଷା କରିଛି। ଭଗବାନ ବୁଦ୍ଧଙ୍କ ଜନ୍ମର ପବିତ୍ର ସ୍ଥ।ନରେ ଶ୍ରଦ୍ଧାଞ୍ଜଳି ଦେବ। ପ।ଇଁ ମୁଁ ଲକ୍ଷ ଲକ୍ଷ ଭ।ରତୀୟଙ୍କ ପଦ।ଙ୍କ ଅନୁସରଣ କରି ନିଜକୁ ଗୌରବାନ୍ୱିତ ମନେ କରୁଛି । ଗତ ମାସରେ ତାଙ୍କର ଭାରତ ଗସ୍ତ ସମୟରେ ଆମର ଫଳପ୍ରଦ ଆଲୋଚନା ପରେ ମୁଁ ପୁଣିଥରେ ପ୍ରଧାନମନ୍ତ୍ରୀ ଦେଓବାଙ୍କୁ ଭେଟିବାକୁ ଅପେକ୍ଷା କରିଛି । ଜଳବିଦ୍ୟୁତ୍, ବିକାଶ ଏବଂ ସଂଯୋଗୀକରଣ ସହିତ ଏକାଧିକ କ୍ଷେତ୍ରରେ…
ଚାଣକ୍ୟ ନୀତି: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପାଞ୍ଚ ଜଣଙ୍କୁ ପିତା ବୋଲି କୁହାଯିବ ବୋଲି ଉଲ୍ଲେଖ କରିଛନ୍ତି। ଏହି ପାଞ୍ଚ ଜଣ ହେଲେ ୧- ଜନ୍ମଦାତା ପିତା, ୨-ପୁରୋହିତ, ୩- ବିଦ୍ୟାଦାତା, ୪- ଅନ୍ନଦାତା, ୫- ରକ୍ଷାକର୍ତ୍ତା। ଜନ୍ମଦାତା ସବୁବେଳେ ପିତା ଭାବେ କୁହାଯାଇଥାଏ। ସେ ବସ୍ତ୍ର ଏବଂ ବାସ ସ୍ଥାନର ବନ୍ଦୋବସ୍ତ କରନ୍ତି। ସେହିପରି ଯେ ପୂଜାଦି କାର୍ଯ୍ୟ କରିଥାନ୍ତି ସେ ମଧ୍ୟ ପିତା ପଦବାଚ୍ୟ। ଏଥିସହିତ ବିଦ୍ୟାଦାତା ଏବଂ ଅନ୍ନଦାତା ମଧ୍ୟ ପିତା ପଦବାଚ୍ୟ ବୋଲି ଚାଣକ୍ୟ ଉଲ୍ଲେଖ କରିଛନ୍ତି।
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତିକୁ ବଢ଼ାଇବା ପାଇଁ ଦେଶର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲରେ ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା କରାଯାଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱର ୟୁନିଟ୍ -୩ ସ୍ଥିତ ଓଡ଼ିଶାର ସର୍ବପୁରାତନ ଶିଶୁ ବିଦ୍ୟା ମନ୍ଦିରରେ ଅଟଳ ଟିଙ୍କରିଂ ଲ୍ୟାବର ଉଦଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି। ସେ କହିଛନ୍ତି ଯେ ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଶତାବ୍ଦୀ। ଏହି ସମୟରେ ନୂଆପିଢିର ଛାତ୍ରଛାତ୍ରୀମାନେ ଦେଶର ଖ୍ୟାତିସମ୍ପନ୍ନ ବୈଜ୍ଞାନିକ ସ୍ୱର୍ଗତ ଡ଼.ଏପିଜେ ଅବଦୁଲ କଲାମଙ୍କ ପରି ବାଲ୍ୟକାଳରୁ ଦେଶ ପାଇଁ ସ୍ୱପ୍ନ ଦେଖିବା ଦରକାର। ବର୍ତ୍ତମାନର ଅଧୁନିକ ସମୟରେ ୬ ବର୍ଷରୁ ୧୨ବର୍ଷ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ନବସୃଜନ ପ୍ରତି ପ୍ରୋତ୍ସାହିତ କରିବା ପ୍ରଧାନମନ୍ତ୍ରୀଙ୍କ କଳ୍ପନା ରହିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସମଗ୍ର ଶିକ୍ଷା ଅଭିଯାନରେ ଆଗାମୀ ୫ ବର୍ଷ…
ଭୁବନେଶ୍ବର: ହିନ୍ଦୁ ଧର୍ମରେ ସାମୁଦ୍ରିକ ଶାସ୍ତ୍ରର ବିଷେଶ ମହତ୍ବ ରହିଛି। ସାମୁଦ୍ରିକ ଶାସ୍ତ୍ରରେ ମଣିଷ ଶରୀରର କିଛି ଅଙ୍ଗ ଓ ଚିହ୍ନ ଆଧାରରେ ଭବିଷ୍ୟତ ସମ୍ପର୍କରେ ଅନେକ ଜିନିଷ ଜାଣିହୁଏ। ଏହା ଦ୍ବାରା ମଣିଷର ଆର୍ଥିକ ଓ ସାମାଜିକ ସ୍ଥିତିର ମଧ୍ୟ ଅନୁମାନ କରାଯାଇପାରିବ। ସାମୁଦ୍ରିକ ଶାସ୍ତ୍ରର ରଚନା ଋଷି ସମୁଦ୍ର କରିଥିଲେ। ତାଙ୍କ ନାମାନୁସାରେ ଏହି ଶାସ୍ତ୍ରର ନାମ ସାମୁଦ୍ରିକ ଶାସ୍ତ୍ର ରଖାଯାଇଛି। ଏହି ଶାସ୍ତ୍ରରେ ଶରୀରର ଅଙ୍ଗରେ ଆକୃତି ତଥା ଅଙ୍ଗରେ ବର୍ଣ୍ଣିତ ଚିହ୍ନ ଦ୍ବାରା ବ୍ୟକ୍ତିର ସ୍ବଭାବ, ବ୍ୟବହାର ଓ ଭବିଷ୍ୟ ସମ୍ପର୍କରେ ସୂଚନା ମିଳିଥାଏ। କୁହାଯାଏ ଶରୀରର ଅଙ୍ଗ ବ୍ୟକ୍ତିର ବ୍ୟକ୍ତିତ୍ବ ସମ୍ପର୍କରେ ସୂଚନା ଦେଇଥାଏ। ସେହିପରି ହାତ ପାପୁଲିରେ ଥିବା ଚିହ୍ନ ତଥା ରେଖା ଦ୍ବାରା ଆର୍ଥିକ ସ୍ଥିତି ସମ୍ପର୍କରେ ମଧ୍ୟ ସୂଚନା ମିଳିଥାଏ। ସମୁଦ୍ର ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କର ପାପୁଲିର ତ୍ରିଭୁଜ ପରି ଚିହ୍ନ ରହିଛି ତେବେ ସେହି ବ୍ୟକ୍ତି ଜୀବନ…

