ଭୁବନେଶ୍ବର: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି। ସେଠାରେ ସଂରକ୍ଷିତ ପୋଲିଂ କର୍ମଚାରୀଙ୍କୁ ମିଶାଇ ମୋଟରେ ୧୩୯୬ ଜଣ ପୋଲିଙ୍ଗ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ଭୋଟଗ୍ରହଣ ସଂପର୍କରେ ବିସ୍ତୃତ ତାଲିମ ପ୍ରଦାନ କରାଯାଇଛି। ଗୋଟିଏ ବୁଥ୍ ପାଇଁ ପୁଲିଙ୍ଗ ଦଳରେ ଜଣେ ପ୍ରଜାଇଡିଂ ଅଫିସରଙ୍କ ସହ ତିନିଜଣ ପୁଲିଙ୍ଗ ଅଫିସର ରହି ସୁରୁଖୁରୁରେ ମତଦାନ ଗ୍ରହଣ କରିବେ। ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲଠାରେ ଭୋଟଗ୍ରହଣ ନିମନ୍ତେ ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ମତଦାନ ପରେ ଇଭିଏମ୍ ଏବଂ ଭିଭିପ୍ୟାଟ୍ ଗ୍ରହଣ କେନ୍ଦ୍ର ସହ ଷ୍ଟ୍ରଙ୍ଗରୁମ୍ ସ୍ଥାପନା ଓ ଭୋଟଗଣତି କେନ୍ଦ୍ର କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ପ୍ରକାଶ କରିଛନ୍ତି। ଉପନିର୍ବାଚନକୁ ଅବାଧ, ମୁକ୍ତ ଓ ସ୍ୱଚ୍ଛ କରିବା ନିମନ୍ତେ ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଲାଇସେନ୍ସପ୍ରାପ୍ତ…
Author: Samikhsya Bureau
ଭୁବନେଶ୍ୱର: ସମଗ୍ର ଦେଶରେ ଆତଙ୍କବାଦ ବିରୋଧୀ ଦିବସ ପାଳନ ଅବସରରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶାଳୟରେ ଆଜି ପୂର୍ବାହ୍ନରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ନିର୍ଦ୍ଦେଶିତ ସମୟ ଅନୁସାରେ ପୂର୍ବାହ୍ନ ୧୧ ଘଟିକା ସମୟରେ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଆତଙ୍କବାଦ ବିରୋଧୀ ଶପଥପାଠ କରାଇଥିଲେ। ଅହିଂସା ଓ ସହନଶୀଳତା ପରମ୍ପରାରେ ବିଶ୍ୱାସ ରଖୁଥିବା ଆମେ ଭାରତବାସୀ, ସବୁ ପ୍ରକାର ଆତଙ୍କବାଦ ଓ ହିଂସାକୁ ଦୃଢ ଭାବରେ ବିରୋଧ କରିବା ସହ, ଶାନ୍ତି ବଜାୟ ରଖି ପାରସ୍ପରିକ ଭାବଗତ ଐକ୍ୟ ଓ ବୁଝାମଣା ସହକାରେ ମାନବ ଜୀବନ ଓ ମାନବୀୟ ମୂଲ୍ୟବୋଧରେ ବାଧକ ସାଜୁଥିବା ସମସ୍ତ ବିଚ୍ଛିନ୍ନତାବାଦୀ ଶକ୍ତି ବିରୋଧରେ ନିରବଚ୍ଛିନ୍ନ ସଂଗ୍ରାମ ଜାରି ରଖିବାକୁ ସମସ୍ତେ ଶପଥ ନେଇଥିଲେ। ପ୍ରକାଶ ଥାଉକି,…
ଭୁବନେଶ୍ୱର: ଓଡ଼ିଶାରେ ସମବାୟ ଆନ୍ଦୋଳନର ଆଦ୍ୟପ୍ରବକ୍ତା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ସ୍ମୃତିରେ ସମବାୟ ବିଭାଗ ପକ୍ଷରୁ କଟକଠାରେ ଉତ୍କଳଗୌରବ ମଧୁସୂଦନ ଭବନ ନିର୍ମାଣ କରାଯିବ। କଟକ ଜେଲ୍ରୋଡ଼ସ୍ଥିତ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ଶାଖା କାର୍ଯ୍ୟାଳୟ ପରିସରରେ ଏହି ଭବନ ନିର୍ମାଣ କରାଯିବ। ଆଜି ଏହି ପରିପ୍ରେକ୍ଷୀରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ ସମବାୟ ବିଭାଗର ସଚିବଙ୍କ ନେତୃତ୍ୱରେ ପୂର୍ତ୍ତ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, କଟକ ଜିଲ୍ଲା ପ୍ରଶାସନ, କଟକ ମହାନଗର ନିଗମ, କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧିକାରୀମାନେ ଆସନ୍ତା ୨୬ ତାରିଖରେ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବେ। ପରିଦର୍ଶନ ପରେ ରାସ୍ତା ଓ କୋଠାବାଡ଼ି ବିଭାଗ, କଟକର ଅଧୀକ୍ଷଣ ଯନ୍ତ୍ରୀ…
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା ଖାତା ଦେଖା। ଏ ନେଇ କଟକସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ବୋର୍ଡ ପକ୍ଷରୁ ରାଜ୍ୟର ୫୮ଟି ଖାତାଦେଖା କେନ୍ଦ୍ର କରାଯାଇଛି। ଏଥିପାଇଁ ୪୮୧ ଜଣ ମୁଖ୍ୟ ପରୀକ୍ଷାନିରୀକ୍ଷକ ସହ ୯୦୦ ଜଣ ଡେପୁଟି ନିରୀକ୍ଷକ, ୮୯୧୯ ଜଣ ସହକାରୀ ନିରୀକ୍ଷକ, ୯୩୦ ସ୍କ୍ରୁଟିନାଇଜରଙ୍କୁ ବୋର୍ଡ ପକ୍ଷରୁ ନିୟୋଜିତ କରାଯାଇଛି। ଏହି ଖାତା ଦେଖା ପ୍ରାୟ ୧୦ ରୁ ୧୫ ଦିନ ପର୍ଯ୍ୟନ୍ତ ଲାଗିଯିବ ବୋଲି ଅନୁମାନ କରାଯାଇଛି। ଖାତାଦେଖା ପର୍ଯ୍ୟାୟ ସରିବା ପରେ ଅନଲାଇନରେ ମାର୍କସିଟ ଅପଲୋଡ଼ କରାଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତି ନେଇଛନ୍ତି।
ଭୁବନେଶ୍ବର: ବିବାହ ବିଚ୍ଛେଦ ମାମଲାରେ ଛନ୍ଦି ହୋଇପଡିଥିବା ସାଂସଦ ଅନୁଭବନ ମହାନ୍ତିଙ୍କ ଦୁଃଖ ପ୍ରକାଶ ଭିଡିଓ ପରେ ଅଭିନେତ୍ରୀ ବର୍ଷା ତାହାର ଜବାବ ଦେଇଛନ୍ତି। ଅନୁଭବ ବର୍ଷାଙ୍କୁ ଛାଡପତ୍ର ଦେବେ ବୋଲି ନ୍ୟାୟଳୟର ଆଶ୍ରୟ ନେଇଛନ୍ତି। ହେଲେ ତାଙ୍କର ନ୍ୟାୟ ଏ ପର୍ଯ୍ୟନ୍ତ ସମାଧାନ ହୋଇ ପାରୁ ନ ଥିବାରୁ ସେ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି। ହତାଶ ହୋଇ ସେ ଏକ ଭିଡିଓ ଜାରି କରିବା ପରେ ତାହାକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି। ଏହି ଭିଡିଓ ଜାରି ପରେ ତାଙ୍କର ଧର୍ମପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଜବାବ ଦେଇ କହିଛନ୍ତି ଯେ, ଆପଣ ହାଇଡ୍ରାମା କରୁଛନ୍ତି। ତାଙ୍କ ଟୁଇଟରେ ସେ ଲେଖିଛନ୍ତି ଯେ, ‘ମିଥ୍ୟାବାଦୀର ମିଥ୍ୟା ଆରୋପର ଗପ। ମିଛର ମହାଡ୍ରାମା, ସତ୍ୟ ଉପରେ ଅସତ୍ୟର ଚାଦର ଘୋଡାଇବା ପାଇଁ ମିଛ କାନ୍ଦ, ଡରେଇ ଧମକେଇ, ମିଥ୍ୟା ଆରୋପ ଲଗାଇ ଆପଣଙ୍କୁ ବରବାଦ କରିବାର ବଡ଼ ଷଡଯନ୍ତ୍ର। ଆପଣଙ୍କ କ୍ୟାରିୟର ନଷ୍ଟ କରିଛନ୍ତି,…
ନୂଆଦିଲ୍ଲୀ, ଯଦି ଆପଣଙ୍କର କୈଣସି ଗ୍ରହ ଖରାପ କିମ୍ବା କୁପ୍ରଭାବ ରହିଛି ତେବେ ନିମ୍ନଲିଖିତ ପ୍ରତିକାରଗୁଡିକ ଚେଷ୍ଟା କରନ୍ତୁ। ସୂର୍ଯ୍ୟ– ଚାଲୁଥିବା ପାଣିରେ ତମ୍ବା କିମ୍ବା ତମ୍ବାମୁଦ୍ରା ପକାନ୍ତୁ। ଚନ୍ଦ୍ର – ଏକ ପାତ୍ରରେ କ୍ଷୀର କିମ୍ବା ପାଣି ମୁଣ୍ଡ ପାଖରେ ରଖି ଶୋଇ ପଡନ୍ତୁ। ପରଦିନ ସମସ୍ତ ଜଳକୁ ବାଗୁଲ ଗଛ ମୂଳରେ ରଖ। ବୁଧ– ଝିଅମାନଙ୍କୁ ସବୁଜ ପୋଷାକ ଏବଂ ସବୁଜ ଚୁଡି ଦାନ କରନ୍ତୁ, ଦାନ୍ତକୁ ସଫା ରଖନ୍ତୁ। ଗୁରୁ- କପାଳରେ ଚନ୍ଦନ ତିଳକ ଲଗାନ୍ତୁ, ତୁଳସୀ ଗଛ ମୂଳରେ ପାଣି ଦିଅନ୍ତୁ, ଡାଲି ଦାନ କରନ୍ତୁ। ଶୁକ୍ର- ଘିଅ, କର୍ପୁର, ଦହି ଦାନ କରନ୍ତୁ ଏବଂ ସୁଗନ୍ଧିତ ପଦାର୍ଥ ବ୍ୟବହାର କରନ୍ତୁ। ଶନି- ବାଗୁଲ ଗଛ ଦାନ୍ତକାଠି ଘଷନ୍ତୁ, ଓସ୍ତ ଗଛ ମୂଳରେ ତେଲ ଢାଳନ୍ତୁ। ରାହୁ- ଗହମକୁ କ୍ଷୀରରେ ଧୋଇ ଏହାକୁ ପ୍ରବାହିତ ପାଣିରେ ଢାଳନ୍ତୁ, ମୂଳା ଦାନ କରନ୍ତୁ, ପକେଟରେ ରୂପା ମୁଦ୍ରା ରଖନ୍ତୁ।…
ଜ୍ୟୋତିଷ ଶାସ୍ତ୍ର: ଜ୍ୟୋତିଷ ଶାସ୍ତ୍ରରେ, ଜଣେ ବ୍ୟକ୍ତିର ଶକ୍ତି ଏବଂ ଦୁର୍ବଳତା ଜାଣିବାର ଅନେକ ଉପାୟ ଅଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ହିନ୍ଦୁ ଧର୍ମରେ ପ୍ରତ୍ୟେକ ଜିନିଷର ବିଶେଷ ମହତ୍ତ୍ୱ ରହିଛି, ଯାହା କୁହାଯାଏ ଯେ, ରାତିରେ ଜନ୍ମ ହୋଇଥିବା ପିଲା ଦିନରେ ଜନ୍ମ ହୋଇଥିବା ପିଲାମାନଙ୍କ ଅପେକ୍ଷା ଅଧିକ ଭାଗ୍ୟବାନ ଅଟେ। ତେବେ ଆସନ୍ତୁ ଏହି ଜିନିଷକୁ ସମ୍ପୂର୍ଣ୍ଣ ବିସ୍ତୃତ ଭାବରେ ଜାଣିବା। ପ୍ରତ୍ୟେକଟି କଥା ହିନ୍ଦୁ ଧର୍ମର ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ଏଥିରେ, ଜଣେ ବ୍ୟକ୍ତିଙ୍କ ଜନ୍ମ ଉପରେ ଆଧାରିତ ଗ୍ରହ ଅନୁଯାୟୀ, ତାଙ୍କ ଜୀବନର ବାହ୍ୟରେଖା ପ୍ରସ୍ତୁତ ହୋଇଥାଏ । ସେହି ଅନୁଯାୟୀ, ତାଙ୍କ ଜୀବନରେ ବିଭିନ୍ନ ପରିବର୍ତ୍ତନ ଏବଂ ବିକାଶ ଘଟେ । କୁହାଯାଏ ଯେ ରାତିରେ ଜନ୍ମ ହୋଇଥିବା ପିଲାମାନେ ଦିନରେ ଜନ୍ମ ହୋଇଥିବା ପିଲାମାନଙ୍କ ଅପେକ୍ଷା ଅଧିକ ଭାଗ୍ୟବାନ ଅଟନ୍ତି। ସେମାନେ ସେମାନଙ୍କ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଆନ୍ତି । ହିନ୍ଦୁ ବିଶ୍ୱାସ…
ମେଷ- ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସମର୍ଥନ କରିବାକୁ ସମର୍ଥ ହେବେ। ଆପଣ ସାମାଜିକ ସ୍ତରରେ ସମ୍ମାନ ପାଇବ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ହେବ। ନୂତନ କାମ ପାଇବେ। ଆୟ ବୃଦ୍ଧି ପାଇବ, ଖୁସି ହେବ । ନୂତନ ଲୋକ ପରିଚିତ ହେବେ। ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ପରିବାର ପାଇଁ ଚିନ୍ତା ହେବ । ବୃଷ- ବରିଷ୍ଠମାନଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ, ସେଠାରେ ଲାଭ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆଇନଗତ ପ୍ରତିବନ୍ଧକ ସାମ୍ନା କରି ପାରନ୍ତି, ବ୍ୟସ୍ତ ହୁଅନାହିଁ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଚିନ୍ତା ରହିବ। ବ୍ୟବସାୟ ଭଲ କରିବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଏକ ଅପଚୟ ହେବ। ଅସଂଗଠିତତା କ୍ଷତି ଘଟାଇବ। ମିଥୁନ- ଭ୍ରମଣ ଲାଭଦାୟକ ହେବ। ଅଟକି ରହିଥିବା ଟଙ୍କା ଧରିବାକୁ ଚେଷ୍ଟା କରନ୍ତୁ।…
ଭୁବନେଶ୍ୱର: ସମୟ ସହ ତାଳଦେଇ ଭାରତୀୟ ଚଳଚ୍ଚିତ୍ରର ପରିବର୍ତ୍ତନ ଘଟୁଛି ଏବଂ ଭବିଷ୍ୟତରେ ଓ.ଟି.ଟି. ପ୍ଲାଟଫର୍ମକୁ ଏହା ଆସିଯିବ ବୋଲି ପ୍ରଫେସର ହିମାଂଶୁ ଖଟୁଆ କହିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଆୟୋଜିତ ‘ଭାରତୀୟ ଚଳଚ୍ଚିତ୍ର-୪ସି’ ଶୀର୍ଷକ ୱେବିନାର ଆଲୋଚନାଚକ୍ରରେ ଯୋଗଦେଇ କିଟ୍ ବିଶ୍ୱବିଦ୍ୟାଳୟର ଫିଲ୍ମ ଏବଂ ଗଣମାଧ୍ୟମ ବିଭାଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫେସର ଖଟୁଆ ଭାରତୀୟ ଚଳଚ୍ଚିତ୍ରର ବିଭିନ୍ନ ଦିଗ ଉପରେ ଆଲୋଚନା କରି ପୌରାଣିକ ବିଷୟବସ୍ତୁରୁ ଆରମ୍ଭ ହୋଇଥିବା ଭାରତୀୟ ଚଳଚ୍ଚିତ୍ର ଐତିହାସିକ, ସାମାଜିକ ଏବଂ ପ୍ରେମକାହାଣୀର ଆଧାର ପରେ ପରୀକ୍ଷାମୂଳକ କାହାଣୀରେ ପହଞ୍ଚିଛି ବୋଲି କହିଛନ୍ତି। ମୋଟ ଉପରେ ଚଳଚ୍ଚିତ୍ର ଦର୍ଶକର ଅଂଶଗ୍ରହଣ ଉପରେ ନିର୍ଭର କରୁଥିବାରୁ ଦର୍ଶକ ହଲକୁ ନ ଆସିଲେ ଚଳଚ୍ଚିତ୍ର ଶିଳ୍ପ ତିଷ୍ଠିବ ନାହିଁ ବୋଲି କହିଥିଲେ। ଚଳଚ୍ଚିତ୍ର ଶିଳ୍ପ ଟେଲିଭିଜନକୁ ଅନେକ କିଛି ଦେଇଛି ଏବଂ ଷ୍ଟୁଡିଓରୁ ବାହାରି ମୁକ୍ତ…
ନୂଆଦିଲ୍ଲୀ: ବିଶ୍ୱ ମହୁମାଛି ଦିବସ ଆଜି ବହୁତ ଉତ୍ସାହର ସହିତ ପାଳନ କରାଯାଇଛି। ଏହି ଅବସରରେ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କ ଉପସ୍ଥିତିରେ ଗୁଜୁରାଟର ନର୍ମଦା ସ୍ଥିତ ଏକତାନଗରର ଟେଣ୍ଟ ସିଟି-୨ରେ ଏକ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଶ୍ରୀ ତୋମର କାର୍ଯ୍ୟକ୍ରମ ସ୍ଥଳରେ ପୁଲୱାମା, ବାନ୍ଦିପୁରା ଏବଂ ଜାମ୍ମୁ କାଶ୍ମୀରର ଜମ୍ମୁ, କର୍ଣ୍ଣାଟକର ତୁମକୁର, ଉତ୍ତରପ୍ରଦେଶର ସାହାରଣପୁର, ମହାରାଷ୍ଟ୍ରର ପୁଣେ ଏବଂ ଉତ୍ତରାଖଣ୍ଡରେ ମହୁ ପରୀକ୍ଷଣ ଲାବୋରେଟୋରୀ ଏବଂ ପ୍ରକ୍ରିୟାକରଣ କେନ୍ଦ୍ର ସହିତ ଏକ ପ୍ରଦର୍ଶନୀକୁ ଗୁଜୁରାଟରୁ ଭର୍ଚୁଆଲ ମୋଡରେ ଉଦଘାଟନ କରିଛନ୍ତି। ଶ୍ରୀ ତୋମର ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ଆଲୋଚନା ସମୟରେ ବିଭିନ୍ନ ରାଜ୍ୟର ମହୁଚାଷୀମାନେ କହିଛନ୍ତି ଯେ, ଏଭଳି ଅତିରିକ୍ତ କାର୍ଯ୍ୟକଳାପ ହେତୁ ସେମାନଙ୍କର ଆୟ ଯଥେଷ୍ଟ ବୃଦ୍ଧି ପାଇଛି। ଶ୍ରୀ ତୋମର କହିଛନ୍ତି, କ୍ଷୁଦ୍ର ଚାଷୀଙ୍କୁ ସଶକ୍ତ କରିବା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର…
ସୀତାରାମ ଅଗ୍ରୱାଲ ବାଣପୁର: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଓ ଏନଏସି ର କିଛି ଅଞ୍ଚଳରେ ଚାରି ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ଭୋଲଟେଜ ସମସ୍ୟା ଦୂର ପାଇଁ ଟ୍ରାନ୍ସଫର୍ମର ଅପଗ୍ରେଡେସନ ନିମନ୍ତେ ଆସନ୍ତାକାଲି ସକାଳ ୬ ଘଟିକାରୁ ଅପରାହ୍ନ ୧୦ ଘଟିକା ଯାଏଁ ବାଣପୁର ବ୍ଲକ ଓ ଏନଏସି ର ଏକାଧିକ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ଏହି ପରିପ୍ରେକ୍ଷୀରେ ଉପଭୋକ୍ତା ସହଯୋଗ କରିବାକୁ ନିବେଦନ କରିଛନ୍ତି ଉପଖଣ୍ଡ ଅଧିକାରୀ ଶ୍ରୀ ଦଳେଇ। ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକ ଅନ୍ତର୍ଗତ କୁମାରାଙ୍ଗ ପଞ୍ଚାୟତର କୁମାରାଙ୍ଗ, ଗୋବିନ୍ଦପୁର, ମାଳିଗୋବିନ୍ଦପୁର, ଦୁଲ୍ଲଣୀ ଶାସନ, ଏକଡାଳିଆ ଗ୍ରାମ ଏବଂ ବାଣପୁର ଏନଏସିର ଦକ୍ଷପ୍ରଜାପତି ସାହି, ଗଡ଼ସାହି, କଲେଜ ରୋଡ଼, ପିଏନବି-୨୫୦ କେଭି (ବଜାର) ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ।
ଗୌହ୍ୱାଟି: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆଇଆଇଟି ଗୌହ୍ୱାଟି ଠାରେ ‘ନର୍ଥ-ଇଷ୍ଟ୍ ରିସର୍ଚ୍ଚ କନକ୍ଲେଭ(ଏନଇଆରସି)’ ଏବଂ ଅନ୍ୟ ଏକ ପୃଥକ ‘ଆସାମ ବାୟୋଟେକ୍ କନକ୍ଲେଭ ୨୦୨୨’ରେ ଯୋଗ ଦେଇ ଦେଶକୁ ନୂତନ ଶିଖରକୁ ନେବା ପାଇଁ କର୍ତବ୍ୟ ଏବଂ ଦାୟିତ୍ୱ ପଥରେ ବ୍ରତୀ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଦୁଇଦିନିଆ ଆସାମ ଗସ୍ତରେ ଥିବା ଶ୍ରୀ ପ୍ରଧାନ ଏହି ଦୁଇଟି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କହିଛନ୍ତି ଯେ ଗବେଷଣା ପରିସଂସ୍ଥାନକୁ ମଜଭୂତ କରିବା, ତୃଣମୂଳ ସ୍ତରରେ ନବସୃଜନକୁ ପ୍ରୋତ୍ସାହନ ଦେବା ଏବଂ ଭାରତକୁ ଆତ୍ମନିର୍ଭର କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ରାଷ୍ଟ୍ରୀୟ ଶିକ୍ଷା ନୀତି(ଏନଇପି)ର ପରାମର୍ଶ ଅନୁସାରେ ଦେଶରେ ୫୦ ହଜାର କୋଟି ଟଙ୍କା ବ୍ୟୟରେ ଜାତୀୟ ଗବେଷଣା ପ୍ରତିଷ୍ଠାନ(ଏନଆରଏଫ) ସ୍ଥାପନ ହେବାକୁ ଯାଉଛି। ଦେଶ ସମସ୍ୟାର ସମାଧାନ ବାହାର କରିବା ଗବେଷଣାର ମୁଖ୍ୟ ଉଦ୍ଦେଶ୍ୟ…
ନୂଆଦିଲ୍ଲୀ: ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରରେ କୋଭିଡ-୧୯ ଟିକାକରଣର ମାତ୍ରା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଉଦ୍ବେଗ ପ୍ରକାଶ ପାଇଛି ଏବଂ ମନ୍ତ୍ରଣାଳୟ ପକ୍ଷରୁ ସେହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରଗୁଡ଼ିକୁ ପୁଣି ଉଲ୍ଲେଖନୀୟ ଭାବେ ଟିକାକରଣ ମାତ୍ରାକୁ ବୃଦ୍ଧି କରିବା ସହ ସଂପୂର୍ଣ୍ଣ ଟିକାକରଣର ଲକ୍ଷ୍ୟ ହାସଲ ଏବଂ ସମସ୍ତ ଯୋଗ୍ୟ ହିତଧାରକଙ୍କୁ ଟିକାକରଣ କରାଯିବା ପାଇଁ ପରାମର୍ଶ ଦିଆଯାଇଛି। ଏହି ପରାମର୍ଶ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରଙ୍କୁ ଜଣାଇ ଦିଆଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟସଚିବ ରାଜେଶ ଭୂଷଣ କହିଛନ୍ତି। ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ସ୍ୱାସ୍ଥ୍ୟ ସଚିବ ଏବଂ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶକମାନଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ କୋଭିଡ ଟିକାକରଣ ସଂପର୍କରେ ସମୀକ୍ଷା କରିବା ଅବସରରେ ଶ୍ରୀ ଭୂଷଣ ଏହି ପରାମର୍ଶ ଦେଇଥିବା ଜଣାଯାଇଛି। କୋଭିଡ ଟିକାକରଣକୁ ସାରା ଦେଶରେ ମିଶନ ମୋଡ୍ରେ ତ୍ୱରାନ୍ୱିତ…
ନୂଆଦିଲ୍ଲୀ: ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ୍ ୨୦୨୨ ର ୬୮ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ ଧୋନି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜସ୍ଥାନ ରୟାଲ୍ସ ଦଳ ପ୍ରଥମେ ବୋଲିଂ କରିବ। ଚେନ୍ନାଇ ସୁପର କିଙ୍ଗ୍ସ ଏକାଦଶ ଖେଳାଳି- ରୁତୁରାଜ ଗାଇକେ=ୱାଡ, ଡିଭନ୍ କନୱେ, ମୋଇନ୍ ଅଲି, ଅମ୍ବାତି ରାୟଡୁ, ଏନ ଜଗଦୀସନ, ଏମଏସ ଧୋନି (କ୍ୟାପଟେନ ଏବଂ ୱିକେଟ୍ କିପର), ମିଚେଲ ସାଣ୍ଟନର୍, ପ୍ରଶାନ୍ତ ସୋଲାଙ୍କି, ସିମରଜିତ ସିଂ, ମଥିଶା ପଥରିନା ଏବଂ ମୁକେଶ ଚୌଧୁରୀ। ରାଜସ୍ଥାନ ରୟାଲ୍ସ ଏକାଦଶ ଖେଳାଳି: ଯଶସ୍ୱୀ ଜୟସ୍ଵାଲ, ଜୋସ୍ ବଟଲର, ସଞ୍ଜୁ ସାମସନ (କ୍ୟାପଟେନ ଏବଂ ୱିକେଟ୍ କିପର), ଦେବଦତ୍ତ ପାଡିକ୍କାଲ, ଶିମ୍ରନ୍ ହେଟମିୟର, ରିୟାନ୍ ପରାଗ, ରବିଚନ୍ଦ୍ରନ୍ ଅଶ୍ୱିନ୍, ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କୃଷ୍ଣ, ୟୁଜଭେନ୍ଦ୍ର ଚହଲ, ଓବେଦ ମ୍ୟାକକୋଇ।
ଭୁବନେଶ୍ଵର: ଚଳିତ ବର୍ଷ ପାଇଁ ଚାଲିଥିବା ଯୁକ୍ତ ୨ ପରୀକ୍ଷାକୁ ଘୁଞ୍ଚାଇଦିଆଯାଇଛି। ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଥିବାରୁ ଏହି ପରୀକ୍ଷାକୁ ଘୁଞ୍ଚାଇଦିଆଯାଇଛି। ମେ’ ୩୧ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ଜୁନ ୪ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇଦିଆଯାଇଛି। କଳା ବିଭାଗର ଗଣିତ ଓ ଗୃହ ବିଜ୍ଞାନ ପରୀକ୍ଷାକୁ ଘୁଞ୍ଚାଇଦିଆଯାଇଥିବା ବେଳେ ବିଜ୍ଞାନ ବିଭାଗର ଗଣିତ ପରୀକ୍ଷାକୁ ୪ ତାରିଖରେ ଧାର୍ଯ୍ୟ କରାଯାଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଦିଆଯାଇଛି।
କନ୍ଦର୍ପ ବେହେରା ରେଢ଼ାଖୋଲ: ରେଢାଖୋଲ ରାସ୍ତାର ପଣ୍ଡକିମାଲ ଚଉରା ଛକରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ମୃତକ ଜଣଙ୍କ ହେଲେ ରେଢାଖୋଲ ଥାନା ପଣ୍ଡକିମାଳଗ୍ରାମ ମୁଣ୍ଡାସାହିର ମହେନ୍ଦ୍ର ମୁଣ୍ଡା। ସେ ରାତିରେ ପଣ୍ଡକିମାଳକୁ କୌଣସି ଏକ କାମରେ ଆସି ଘରକୁ ଫେରୁଥିବା ସମୟରେ ଏକ ଅଜଣା ଗାଡ଼ି ତାକୁ ଧକ୍କା ଦେଇ ଫେରାର୍ ହୋଇଥିଲା। ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ଆଜି ଭୋରରୁ ଗ୍ରାମର କିଛି ଲୋକ ଶବ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ, ଦୁର୍ଘଟଣା ସ୍ଥଳରେ ରେଢ଼ାଖୋଲ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ରେଢ଼ାଖୋଲ ଉପଖଣ୍ଡ ଡ଼ାକ୍ତରଖାନାକୁ ଶବଟିକୁ ଆଣି ବ୍ୟବଚ୍ଛେଦ କରାଯାଇଥିଲା। ରେଢ଼ାଖୋଲ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣା ପଡ଼ିଛି।
ସୀତାରାମ ଅଗ୍ରୱାଲ ଚିଲିକା: ଖାରଜ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଉଚ୍ଚ ନ୍ୟାୟାଳୟରେ ନିୟମିତ ଜାମିନ ଆବେଦନ ଶୁଣାଣି। ଗତ ୯ ତାରିଖରେ ନିୟମିତ ଜାମିନ ପାଇଁ ଶୁଣାଣି ଶେଷ ହୋଇଥିବା ବେଳେ ତାହାର ରାୟ ଆଜି ପ୍ରକାଶ ପାଇଛି। ରାୟରେ ଉଚ୍ଚ ନ୍ୟାୟାଳୟ ନିୟମିତ ଜାମିନକୁ ଖାରଜ କରିଦେଇଛନ୍ତି। ଏବଂ ଆସନ୍ତା ୨୩ ତାରିଖରେ ବିଧାୟକ ବାଣପୁର ତଳ କୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ପକ୍ଷ ଓକିଲଙ୍କ ଲମ୍ବା ଯୁକ୍ତି ଶୁଣିବା ପରେ ଉଚ୍ଚ ନ୍ୟାୟାଳୟ ଏହି ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏସଏସ ପ୍ରଧାନ ଏବଂ ପୀଡ଼ିତମାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜୟନ୍ତ କୁମାର ଖଣ୍ଡାୟତରାୟ ଓ ସାସ୍ୱତୀ ମହାପାତ୍ର ଉକ୍ତ ମାମଲା ପରିଚାଳନା କରୁଥିଲେ। ବିଧାୟକଙ୍କ ନିୟମିତ ଜାମିନକୁ ସେମାନେ କଡ଼ା ବିରୋଧ କରିଥିଲେ। ସେମାନେ ଯୁକ୍ତି ବାଢିଥିଲେ ଯେ, ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଧାୟକଙ୍କ…
ସ୍ୱାସ୍ଥ୍ୟ ଟିପ୍ସ: ଭାରତର ଅନେକ ପରିବାରରେ ଘିଅକୁ ବହୁ ପରିମାଣରେ ବ୍ୟବହାର କରନ୍ତି। ବୃଦ୍ଧଙ୍କ ଠାରୁ ଆରମ୍ଭ କରି ଘରର ପିଲାମାନଙ୍କ ପର୍ଯ୍ୟନ୍ତ ଘିଅକୁ ପ୍ରଚୁର ପରିମାଣରେ ଖାଇବାକୁ ଦିଆଯାଏ। ବେଳେବେଳେ ରୋଟି ଭାତରେ ଏବଂ ବେଳେବେଳେ ତରକାରୀରେ ମିଶାଯାଏ। ମିଠାରେ ମଧ୍ୟ ଘିଅ ବ୍ୟବହାର କରାଯାଏ। କିନ୍ତୁ, ଲୋକମାନେ ଘିଅକୁ ଚିହ୍ନିବାରେ ଅନେକ ସମୟରେ ଭୁଲ୍ କରନ୍ତି, ଯେଉଁ କାରଣରୁ ସେମାନେ ଅପମିଶ୍ରଣ ଘିଅକୁ ଘରକୁ ଆଣିଥାନ୍ତି। ଏଠାରେ ଅନେକ ଟିପ୍ସ ଅଛି ଯାହା ଆପଣଙ୍କୁ ଶୁଦ୍ଧ ଦେଶୀ ଘିଅକୁ ଚିହ୍ନିବାରେ ସାହାଯ୍ୟ କରିପାରିବ। ଶୁଦ୍ଧ ଘିକୁଅ କିପରି ଚିହ୍ନିବେ?: ଶୁଦ୍ଧ ଘିଅକୁ ଚିହ୍ନିବା ପାଇଁ ସବୁଠାରୁ ସହଜ ଉପାୟ ହେଉଛି ଏକ ଉତ୍ତାପ ପରୀକ୍ଷା। ଏହା ମାଧ୍ୟମରେ ଆପଣ ତୁରନ୍ତ ଜାଣିପାରିବେ ଯେ, ଘିଅ ଅପମିଶ୍ରଣ ହୋଇଛି କି ନାହିଁ। କେବଳ ଜମା ହୋଇଥିବା ଘିଅକୁ ଏକ ଚାମଚରେ ରଖି ନିଆଁରେ ତରଳାଇଦେବାକୁ ପଡିବ। ଯଦି ଘିଅ ତୁରନ୍ତ…
ସ୍ୱାସ୍ଥ୍ୟ ଟିପ୍ସ: ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ଥାଇରଏଡ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛନ୍ତି। ଆଜି ପ୍ରତି ୧୦ ଜଣଙ୍କ ମଧ୍ୟରୁ ୪ ଜଣ ଥାଇରଏଡ ରୋଗରେ ପୀଡିତ ହେଉଛନ୍ତି। ମେଦବହୁଳତା, ଖରାପ ଜୀବନଶୈଳୀ ଏବଂ ହରମୋନରେ ବ୍ୟାଘାତ ହେତୁ ଥାଇରଏଡ ସମସ୍ୟା ବୃଦ୍ଧି ପାଉଛି। ଦୁଇ ପ୍ରକାରର ଥାଇରଏଡ୍ ଅଛି – ହାଇପରଥାଇରଏଡିଜିମ୍ ଏବଂ ହାଇପୋଥାଇରଡ। ବେକର ଭିତର ଭାଗରେ ଏବଂ କଲାରବୋନରେ ଏହାର ପ୍ରଜାପତି ଆକୃତିର ଗ୍ରନ୍ଥି ଅଛି। ଏହା ଏକ ପ୍ରକାର ଏଣ୍ଡୋକ୍ରାଇନ୍ ଗ୍ରନ୍ଥି, ଯେଉଁଥିରୁ ହରମୋନ୍ ତିଆରି ହୁଏ। ଥାଇରଏଡର ବୃଦ୍ଧି କିମ୍ବା ହ୍ରାସ ହେବାର ସମସ୍ୟା ମହିଳାମାନଙ୍କଠାରେ ଅଧିକ ଦେଖାଯାଏ। ତଥାପି, ଅନେକ ଥର ଲୋକମାନେ ଥାଇରଏଡ୍ ଥିବା ବିଷୟରେ ଅବଗତ ନୁହଁନ୍ତି। ଆଜି ଆମେ ଆପଣଙ୍କୁ ଥାଇରଏଡର ପ୍ରାରମ୍ଭିକ ଲକ୍ଷଣ ଏବଂ ଏହାକୁ ଏଡାଇବା ପାଇଁ ଉପାୟ ବିଷୟରେ ଆଲୋଚନା କରିବୁ। ଥାଇରଏଡ୍ ଲକ୍ଷଣ: – ହାତ ଗୋଡର କମ୍ପନ – କେଶ…
ମୁମ୍ବାଇ: ଗୁରୁବାର ରାତିରେ ଅନୁଷ୍ଠିତ ଆଇପିଏଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜୁରାଟ ଟାଇଟାନ୍ସକୁ ୮ ୱିକେଟରେ ପରାସ୍ତ କରିଛି। ଆରସିବିର ଏହି ବିଜୟ ସହିତ ପଞ୍ଜାବ କିଙ୍ଗସ୍ ଏବଂ ସନରାଇଜର୍ସ ହାଇଦ୍ରାବାଦର ପ୍ଲେ ଅଫ୍ ରେ ପହଞ୍ଚିବାର ଆଶା ଶେଷ ହୋଇଛି। ଏହାର କାରଣ ହେଉଛି ପଞ୍ଜାବ ଏବଂ ସନରାଇଜର୍ସ ବର୍ତ୍ତମାନ ଲିଗ୍ ପର୍ଯ୍ୟାୟରେ ସର୍ବାଧିକ ୭ ଟି ମ୍ୟାଚ୍ ଜିତିପାରିବେ, କିନ୍ତୁ ବର୍ତ୍ତମାନ ଟପ୍ -୪ ର ଚାରିଟି ଦଳ ୮ କିମ୍ବା ଅଧିକ ମ୍ୟାଚ୍ ଜିତିଛନ୍ତି। ଏଭଳି ପରିସ୍ଥିତିରେ, ପ୍ଲେ ଅଫ୍ ର ଅବଶିଷ୍ଟ ଦୁଇଟି ସ୍ଥାନ ପାଇଁ ତିନି ଦଳ ମଧ୍ୟରେ ପ୍ରତିଯୋଗିତା ଚାଲିବ। ଏପର୍ଯ୍ୟନ୍ତ ଗୁଜୁରାଟ ଟାଇଟାନ୍ସ ଏବଂ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଆଇପିଏଲ୍ ୨୦୨୨ ପ୍ଲେ ଅଫ୍ ରେ ସେମାନଙ୍କର ଟିକେଟ୍ ନିଶ୍ଚିତ କରିଛନ୍ତି। ଏଥି ସହିତ ମୁମ୍ବାଇ, ଚେନ୍ନାଇ, କୋଲକାତା, ପଞ୍ଜାବ ଏବଂ ସନରାଇଜର୍ସ ପ୍ଲେ ଅଫ୍ ଦୌଡରୁ ବାଦ ପଡିଛନ୍ତି।…
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ସୀମା ଆରପାର୍ଶ୍ୱରୁ ପ୍ରତ୍ୟେକ ଅନୁପ୍ରବେଶ ଉପରେ ଭାରତୀୟ ସୁରକ୍ଷା ବାହିନୀ ତୀକ୍ଷ୍ଣ ନଜର ରଖିଛି। ଏହି ସମୟ ମଧ୍ୟରେ ଆଜି ଏକ ଅନୁପ୍ରବେଶକୁ ଭାରତୀୟ ସେନା ପୁଣି ଥରେ ବିଫଳ କରିଛି। ଜମ୍ମୁ କାଶ୍ମୀରର କୁପୱାଡାର ତଙ୍ଗଧାର ଅଞ୍ଚଳରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସେନା କର୍ମଚାରୀଙ୍କ ତତ୍ପରତା ହେତୁ ଏହା ସମ୍ଭବ ହୋଇପାରିନଥିଲା। ବର୍ତ୍ତମାନ ଅପରେସନ୍ ଜାରି ରହିଛି। ଏହା କୁହାଯାଇଛି ଯେ ଅନୁପ୍ରବେଶ ଉଦ୍ୟମ ସମୟରେ ସେନା କର୍ମଚାରୀ ଆତଙ୍କବାଦୀଙ୍କ ଉପରକୁ ଗୁଳି ଚଳାଇ ଜଣେ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ତେବେ କେତେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ସେନାଙ୍କ କହିବାନୁସାରେ, ଗତ କିଛି ମାସ ମଧ୍ୟରେ ଅନୁପ୍ରବେଶର ଘଟଣା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିବାବେଳେ ଆତଙ୍କବାଦୀମାନେ ପ୍ରତ୍ୟେକ ଥର ଏପରି ଉଦ୍ୟମ କରିଥିଲେ ମଧ୍ୟ ସେମାନେ ବିଫଳ ହୋଇଛନ୍ତି। ଏଥିସହିତ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ…

