ନୂଆଦିଲ୍ଲୀ: ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରିଲିଫ ଆୟୁକ୍ତ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବମାନଙ୍କ ବାର୍ଷିକ ସମ୍ମିଳନୀ ଗତକାଲି ନୂଆଦିଲ୍ଲୀଠାରେ କେନ୍ଦ୍ର ଗୃହ ସଚିବଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି। ଆଗାମୀ ଦକ୍ଷିଣ ପଶ୍ଚିମ ମୌସୁମୀ ଋତୁରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ପ୍ରସ୍ତୁତି ସମୀକ୍ଷା ପାଇଁ ଏହି ଦୁଇଦିନିଆ ସମ୍ମିଳନୀ ଅନୁଷ୍ଠିତ ହେଉଛି। କୋଭିଡ-୧୯ମହାମାରୀ ଯୋଗୁଁ ଦୁଇବର୍ଷ ବ୍ୟବଧାନ ପରେ ଏହି ସମ୍ମିଳନୀ ପ୍ରତ୍ୟକ୍ଷ ଉପସ୍ଥିତି ସହ ଅନୁଷ୍ଠିତ ହେଉଛି। ଉଦ୍ଘାଟନୀ ଅଭିଭାଷଣରେ କେନ୍ଦ୍ର ଗୃହ ସଚିବ ରାଜ୍ୟ ଓ କେନ୍ଦ୍ର ସରକାରୀ ଅଧିକାରୀମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସମ୍ଭାବ୍ୟ ବାତ୍ୟା, ଝଡ ଓ ଭୂସ୍ଖଳନ ଯୋଗୁଁ ଯେପରି କମ୍ ଧନଜୀବନ ହାନୀ ହୁଏ ସେଥିପ୍ରତି ଭଲଭାବେ ପ୍ରସ୍ତୁତ ରହିବାକୁ କହିଥିଲେ। ସେ ବର୍ଷ ତମାମ ଅହୋରାତ୍ର ପ୍ରସ୍ତୁତି ବଳବତ୍ତର ରଖିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…
Author: Samikhsya Bureau
ଭୁବନେଶ୍ବର: ଜୀବନର ଆଇନା ହେଉଛି ସ୍ବପ୍ନ। ସ୍ବପ୍ନ ଶାସ୍ତ୍ର ପୂରାପୂରି ସ୍ବପ୍ନ ଉପରେ ଆଧାରିତ। ଏହି ଶାସ୍ତ୍ରରେ ସ୍ବପ୍ନ ବିଷୟରେ ଲେଖାଯାଇଛି। ତେବେ ଆସନ୍ତୁ ଜାଣିବା ସ୍ବପ୍ନରେ ଜୀବଜନ୍ତୁଙ୍କୁ ଦେଖିବା ଶୁଭ ନା ଅଶୁଭ। ମାନ୍ୟତା ଅନୁସାରେ ସ୍ବପ୍ନରେ କିଛି ଜୀବଜନ୍ତୁଙ୍କୁ ଦେଖିଲେ ଖାସ୍ ଯୋଗ ହୋଇଥାଏ। ଗାଈ: ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନରେ ଗାଈ ଦେଖିବା ବହୁତ ଶୁଭ ହୋଇଥାଏ। କୁହାଯାଏ ସ୍ବପ୍ନରେ ଗାଈକୁ ଦେଖିଲେ ଭାଗ୍ୟ ଖୋଲିଥାଏ। ଗାଈ ଅର୍ଥାତ୍ ଗୋମାତାଙ୍କଠାରେ ୩୩ କୋଟି ଦେବୀଦେବତା ବାସ କରିଥା’ନ୍ତି। ଗାଈଙ୍କୁ ସ୍ବପ୍ନରେ ଦେଖିବା ଅର୍ଥ ଈଶ୍ବରଙ୍କ କୃପା ମିଳିଥାଏ। ହାତୀ: ହାତୀକୁ ଐଶ୍ବର୍ଯ୍ୟର ପ୍ରତୀକ ରୂପେ ମନାଯାଏ। ଯଦି ସ୍ବପ୍ନରେ କେହି ହାତୀ ଦେଖନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ ଫଳ ଦେଇଥାଏ। ହାତୀ ସ୍ବପ୍ନରେ ଦେଖିଥିବା ବ୍ୟକ୍ତିଙ୍କୁ ଜୀବନରେ ଉନ୍ନତି ମିଳିଥାଏ। ସୁଖ ସମୃଦ୍ଧି ପ୍ରାପ୍ତ ହୋଇଙଥାଏ। କୁହାଯାଏ ହାତୀ ସ୍ବପ୍ନ ଦେଖିବା ପରେ ମାତା ଲକ୍ଷ୍ମୀଙ୍କୁ ହାତୀର ପ୍ରତିମା…
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ ଲୋକଙ୍କୁ କେବେ ବି ବିଶ୍ବାସ କରିବ ନାହିଁ ତାହାର ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ। କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଘାଟାରେ ପକାନ୍ତି। ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।
ନୂଆଦିଲ୍ଲୀ: କେନ୍ଦ୍ର ବୟନ, ବାଣିଜ୍ୟ, ଉଦ୍ୟୋଗ, ଖାଉଟି ବ୍ୟାପାର ତଥା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଦେଶରେ ଖୁବ ଶୀଘ୍ର ଏକ କାର୍ପାସ ପରିଷଦ ଗଠନ କରାଯିବ ଏବଂ ବିଶିଷ୍ଟ କାର୍ପାସ ଉଦ୍ୟୋଗୀ ସୁରେଶ ଭାଇ କୋଟାକ ଏହାର ଅଧ୍ୟକ୍ଷଭାବେ କାର୍ଯ୍ୟ କରିବେ। ଏହି ଅଣଆନୁଷ୍ଠାନିକ ସଂଗଠନରେ ବୟନ, କୃଷି, ବାଣିଜ୍ୟ, ଅର୍ଥ, ଉଦ୍ୟୋଗ ମନ୍ତ୍ରଣାଳୟ ତଥା ଭାରତୀୟ କାର୍ପାସ ନିଗମ ଓ କାର୍ପାସ ଗବେଷଣା ପ୍ରତିଷ୍ଠାନର ପ୍ରତିନିଧି ସଭ୍ୟ ରହିବେ। ଏହି ପ୍ରସ୍ତାବିତ ପରିଷଦର ପ୍ରଥମ ବୈଠକ ୨୦୨୨ ମେ ୨୮ତାରିଖରେ ଅନୁଷ୍ଠିତ ହେବ। ଏଥିରେ କାର୍ପାସ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ପାଇଁ ଏକ ଦୃଢ କାର୍ଯ୍ୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରିବାକୁ ବିଚାର ଆଲୋଚନା କରାଯିବ। କାର୍ପାସ ବ୍ୟବସାୟ ସହିତ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିବା ଅବସରରେ ମନ୍ତ୍ରୀ ଶ୍ରୀ ଗୋୟଲ ଏହି ଘୋଷଣା କରିଛନ୍ତି। ଗତକାଲି ମନ୍ତ୍ରୀ ଶ୍ରୀ ଗୋୟଲଙ୍କ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବିଗତ ୨୦୧୭ ମସିହା ତ୍ରୀସ୍ତରୀୟ ପଂଚାୟତିରାଜ ନିର୍ବାଚନରେ ନର୍ଲା ବ୍ଲକରେ ମହାଂତି ଦଂପତି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ହେବା ପରେ ୨୦୨୨ ରେ ଦ୍ୱିତୀୟ ଥର ପାଇଁ ମଧ୍ୟ ଜନସମର୍ଥନ ମିଳିବା ପରେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ହେବାର ସୁଯୋଗ ପାଇଛନ୍ତି। ସେହି କ୍ରମରେ ଧର୍ମଗଡ ବିଧାନସଭା ଆସନ ଅନ୍ତର୍ଗତ କୋକସରା ବ୍ଲକରେ ମଧ୍ୟ ଚଳିତ ୨୦୨୨ ତ୍ରୀସ୍ତରୀୟ ପଂଚାୟତିରାଜ ନିର୍ବାଚନରେ ଅଗ୍ରୱାଲ ଦଂପତି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ହେବାର ସୁଯୋଗ ପାଇଛନ୍ତି। ହାର୍ଡୱେର ଦୋକାନ ବ୍ୟବସାୟରୁ ସିଧାସଳଖ ପଂଚାୟତ ସମିତି ରାଜନୀତିରେ ପ୍ରବେଶ କରି ଜନମତ ପାଇବା ପରେ ସିଧାସଳଖ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ହେବାର ସୁଯୋଗ ପାଇଥିବା ବେଳେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଧର୍ମଗଡ ସାଧାରଣ ବିଧାନସଭା ଆସନ ପାଇଁ ପ୍ରସ୍ତୃତି ଚଳାଇଥିବା ସେମାନଙ୍କ ନିକଟତମ ମହଲରୁ ଜଣାପଡିଛି। ବିଗତ ଦିନରେ ଥିବା କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀ…
ମେଷ- ଆପଣଙ୍କର ବକ୍ତବ୍ୟରେ ମୃଦୁତା ରହିବ, କିନ୍ତୁ ପ୍ରକୃତିରେ କ୍ରୋଧ ମଧ୍ୟ ହୋଇପାରେ। ଯାହା ଆପଣଙ୍କ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ, ତେଣୁ ସତର୍କ ରୁହନ୍ତୁ । ଯଦି ଆପଣ ସଜାଗ ରୁହନ୍ତି ତେବେ ଆପଣ ଭଲ ଫଳାଫଳ ପାଇବେ। ଆପଣଙ୍କ ଜୀବନ ସହଜ ହେବ, କିନ୍ତୁ ସାମଗ୍ରିକ ଭାବେ ଆପଣଙ୍କର ଆୟ ଆଜି ବୃଦ୍ଧି ପାଇବ। ବୃଷ- ଆଜି ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ, ଏଥିରେ କୈଣସି ସନ୍ଦେହ ନାହିଁ। ଭାଇଭଉଣୀ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସମର୍ଥନ ପାଇବ, ଯାହା ଆପଣଙ୍କୁ ଖୁସିର ଅନୁଭବ ମଧ୍ୟ ଦେବ । ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ରହିବ। ମିଥୁନ- ଆପଣ ଆତ୍ମବିଶ୍ୱାସୀ ହେବେ, କିନ୍ତୁ କିଛି ବିଷୟରେ ମାନସିକ ଚାପ ରହିପାରେ। ଚାପ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରାଧାନ୍ୟ ଦେବାକୁ ଦିଅନ୍ତୁ ନାହିଁ, ଏହାର ନକାରାତ୍ମକ ପ୍ରଭାବ ପଡିପାରେ । ପିତାମାତାଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ । କର୍କଟ- ଯଦି…
ଭୁବନେଶ୍ୱର: ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୩୨ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସେଥିରେ ରହିଛି ଆସନ୍ତା ୩ବର୍ଷରେ ନିର୍ମାଣ ହେବ ୧୨୮୦ ଚେକ ଡ୍ୟାମ। ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା ୧୧୧କୋଟି ଟଙ୍କାକୁ ଆଜି କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି। ସେହିପରି ଏହି ବୈଠକରେ ଜଳ ସେଚନ ସହ ଭୂତଳ ଜଳସ୍ତର ବୃଦ୍ଧି ପାଇଁ ଯୋଜନା ମଧ୍ୟ କରାଯାଇଛି । ଏହି ବୈଠକରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ମଧ୍ୟ ମଂଜୁରୀ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୧୨ନୂଆ ଗାଁର ୫,୫୫୦ହେକ୍ଟର ଜମି ଜଳସେଚିତ ହୋଇପାରିବ। ଏଥିପାଇଁ ବ୍ୟ ଅଟକଳ ରଖାଯାଇଛି ୧୮୫କୋଟି ଟଙ୍କା। କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ରାଜ୍ୟ ସରକାର ୨୦୨୪ ସୁଦ୍ଧା ପ୍ରତ୍ୟେକ ଗାଁରେ ସବୁ ଘରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ କ୍ୟାବିନେଟ…
କନ୍ଦର୍ପ ବେହେରା ରେଢ଼ାଖୋଲ: ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରାର ରଥ ନିର୍ମାଣ ପାଇଁ ରେଢ଼ାଖୋଲ ଜଙ୍ଗଲରୁ ପ୍ରଥମଥର ପାଇଁ ଧଉରା କାଠ ଏକ ଟ୍ରକ୍ ରେ ଆଜି ପଠାଯାଇଛି। ରେଢ଼ାଖୋଲ ବନଖଣ୍ଡ ବୁର୍ଡା ପଂଚାୟତର ଜଙ୍ଗଲରୁ ୬୧ ଖଣ୍ଡ ୧୨ ଫୁଟିଆ ଧଉରା କାଠ ପଠାଯାଇଛି। ବନବିଭାଗର ପଦସ୍ଥ ଅଧିକାରୀ ମାନଙ୍କ ସମେତ ରେଢ଼ାଖୋଲର ବୁଦ୍ଧିଜୀବି, ସାମ୍ବାଦିକ, ରାଜନୈତିକ ବ୍ୟକ୍ତିବିଶେଷ ଉପସ୍ଥିତ ରହି କାଠ ସବୁକୁ ପୂଜାର୍ଚ୍ଚନା କରି ଟ୍ରକ୍ ରେ ଲୋଡ଼୍ କରି ହୁଳହୁଳି, ହରିବୋଲ ଦେଇ ପଠାଯାଇଥିଲା। ଏହି ବିଶ୍ବପ୍ରସିଦ୍ଧ ରଥ ଯାତ୍ରାର ରଥ ନିର୍ମାଣ ପାଇଁ ପ୍ରଥମ ଥର ପାଇଁ ରେଢ଼ାଖୋଲ ଜଙ୍ଗଲରୁ ୬୧ ଖଣ୍ଡ ଧଉରା କାଠ ପୁରୀକୁ ପଠାଯିବା ପ୍ରଥମ ଘଟଣା।
ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି କାନ୍ସ ଚଳଚ୍ଚିତ୍ର ମହୋତ୍ସବ ମାର୍କେଟର ‘ମାର୍ସେ ଡୁ ଫିଲ୍ମ’ ପରିସରରେ ଇଣ୍ଡିଆ ପାଭିଲିଅନକୁ ଉଦଘାଟନ କରିଛନ୍ତି। ବିଦେଶୀ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଭାରତକୁ ଏକ ପସନ୍ଦଯୋଗ୍ୟ ଲକ୍ଷ୍ୟସ୍ଥଳୀରେ ପରିଣତ କରିବା ଲାଗି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ଦୁଇଟି ଆର୍ଥିକ ପ୍ରୋତ୍ସାହନ ଯୋଜନା ଘୋଷଣା କରିଛନ୍ତି। ଭାରତରେ ବିଦେଶୀ ଚଳଚ୍ଚିତ୍ରର ଶୁଟିଂ ଏବଂ ବିଦେଶୀ ସହପ୍ରଯୋଜନା ପାଇଁ ଏହି ପ୍ରୋତ୍ସାହନ ଯୋଜନା ଘୋଷଣା କରାଯାଇଛି। ଏହି ଦୁଇଟି ଯୋଜନା ହେଲା ଅଡିଓ-ଭିଜୁଆଲ ସହପ୍ରଯୋଜନା ପାଇଁ ପ୍ରୋତ୍ସାହନ ଯୋଜନା ଏବଂ ଭାରତରେ ବିଦେଶୀ ଚଳଚ୍ଚିତ୍ର ଶୁଟିଂ ପାଇଁ ପ୍ରୋତ୍ସାହନ ଯୋଜନା। ଭାରତୀୟ ଗଣମାଧ୍ୟମ ଏବଂ ମନୋରଞ୍ଜନ ଜଗତରେ ଥିବା ସମ୍ଭାବନାକୁ ଉଜାଗର କରିବାର ଲକ୍ଷ୍ୟ ନେଇ ଏହି ଯୋଜନା ଦୁଇଟି ଘୋଷଣା କରାଯାଇଛି। ପ୍ରୋତ୍ସାହନ ଯୋଜନାର ବିଭିନ୍ନ ଦିଗ ବିଷୟରେ ସୂଚନା ଦେଇ ଶ୍ରୀ…
ଭୁବନେଶ୍ବର: ଭୁବନେଶ୍ୱର ସ୍ଥିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଜୁଲାଇ ୨୦୨୨ ରେ ସ୍ୱତନ୍ତ୍ର ପର୍ଯ୍ୟଟନ ପ୍ୟାକେଜ୍ “ସ୍ଵଦେଶ ଦର୍ଶନ ସହିତ ମାତା ବୈଷ୍ଣୋଦେବୀ ଦର୍ଶନ” ଆୟୋଜନ କରିଛି। ୦୬ ରାତ୍ରି ଏବଂ ୦୭ ଦିନ ଯାତ୍ରା ସହିତ ସ୍ଵଦେଶ ଦର୍ଶନ – ମାତା ବୈଷ୍ଣୋଦେବୀ ଦର୍ଶନ ସହିତ ଉତ୍ତର ଭାରତ ଆଡକୁ ପର୍ଯ୍ୟଟନ ପ୍ୟାକେଜ୍ ସମସ୍ତ ଦେୟ ସହିତ ମାତ୍ର ୧୬୬୫୦/- ଷ୍ଟାଣ୍ଡାର୍ଡ ପ୍ୟାକେଜରେ ପାଉଣା ଦେବାକୁ ହେବ। ଏହି ପର୍ଯ୍ୟଟନ ପ୍ୟାକେଜ ଦ୍ୱାରା କାଟ୍ରା ଠାରେ ମାତା ବୈଷ୍ଣୋଦେବୀ, ଆଗ୍ରା ଠାରେ ତାଜମହଲ ଏବଂ ଦୁର୍ଗ, ମଥୁରାରେ କୃଷ୍ଣ ଜନ୍ମଭୂମି, ଅମୃତସରର ସ୍ବର୍ଣ୍ଣ ମନ୍ଦିର ଏବଂ ୱାଗା ସୀମା ପରିଦର୍ଶନ କରାଯାଇ ହେବ। ଏହି ପ୍ୟାକେଜରେ ରାତ୍ରି ଆବାସ (ଛାତ୍ରାବାସ/ହଲ୍/ବଜେଟ୍ ହୋଟେଲ), ଦର୍ଶନୀୟ ସ୍ଥାନ, ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ, ଟୁର୍ ଏସକର୍ଟ ଏବଂ ସୁରକ୍ଷା ବ୍ୟବସ୍ଥା, ଭ୍ରମଣ ବୀମା ଏବଂ…
କନ୍ଦର୍ପ ବେହେରା ରେଢାଖୋଲ: ଭଗବାନଙ୍କୁ ସାକ୍ଷୀ ରଖି ବିବାହ ବନ୍ଦନରେ ବାନ୍ଧି ହୋଇଥାନ୍ତି ପୁଅ ଆଉ ଝିଅ। ନୂତନ ସଂସାର ଗଢିବା ପାଇଁ ବିବାହ ହେଉଛି ଏକ ପବିତ୍ର ବନ୍ଧନ। ଏହି ବନ୍ଧନ ଯୁଗ ଯୁଗର। ହେଲେ ବିବାହ ପୂର୍ବରୁ ଝିଅଟି ଗର୍ଭବତୀ ହେବା ଏବଂ ପରେ ବିବାହ ବନ୍ଧନରେ ବାନ୍ଧିହେବା , ତିନି ଦିନ ପରେ ସ୍ୱାମୀ ଏ ସଂପର୍କରେ ଜାଣି ପାରିବା ପରେ ସ୍ତ୍ରୀଙ୍କୁ ବାପ ଘରକୁ ପଠାଇଦେବା ଭଳି ଘଟଣା ଘଟିଛି ରେଢାଖୋଲ ଥାନା ଅଂଚଳରେ। ମାନସିକ ଭାରସାମ୍ୟ ହରାଇ ଶେଷରେ ନବବିବାହିତ ପୂରୁଷ ବିବାହିତା ସ୍ତ୍ରୀର ଶାଢୀରେ ଝୁଲି ଆତ୍ମ ହତ୍ୟା କରିବା ଭଳି ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି। ରେଢାଖୋଲ ପୋଲିସ୍ ଘଟଣାର ତଦନ୍ତ କରୁଥିବା ଜଣା ପଡିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଥାନା କୁକୁଡାବାହାଳି ଗ୍ରାମର ମୋହନ ଦେହୁରୀ (୨୪)ଗତ ଜାନୁଆରୀ ମାସ ୨୫ ତାରିଖରେ ଚାରମାଳ ଥାନା ଡଙ୍ଗାପଥର…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଆୟୋଜିତ ଓଡ଼ିଶା ପରିବେଶ କଂଗ୍ରେସ୍ –୨୦୨୨ ଅବସରରେ ଚିତ୍ରଶିଳ୍ପୀ ସୁଧାକର ବିଶ୍ୱାଳଙ୍କୁ “ପରିବେଶ ଓ ବନ୍ୟପ୍ରାଣୀ” ପୁସ୍ତକ ଡିଜାଇନିଂ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ନ୍ୟାସ୍ନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲର ଜୁଡିସିଆଲ୍ ମେମ୍ବର ଜଷ୍ଟିସ୍ ବି. ଅମିତ ସ୍ଥାଲେକର ଏବଂ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ଏନ୍ଜିଟିର ଏକ୍ସପର୍ଟ ମେମ୍ବର ଶ୍ରୀଯୁକ୍ତ ଶୈବାଳ ଦାସଗୁପ୍ତଙ୍କ ଠାରୁ ଶ୍ରୀ ବିଶ୍ୱାଳ ଏହି ସମ୍ମାନ ଓ ମାନପତ୍ର ଗ୍ରହଣ କରିଛନ୍ତି। ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପାଇଁ ଶ୍ରୀ ବିଶ୍ୱାଳଙ୍କ ଡିଜାଇନ୍ ପ୍ରସ୍ତୁତିରେ ପ୍ରମୁଖ ଅଭୟାରଣ୍ୟ ଗୁଡ଼ିକର ସୂଚନା ପୁସ୍ତିକା, ପ୍ରଚାର ପତ୍ର, କଫି ଟେବୁଲ୍ ବୁକ୍ ଓ ସୋସିଆଲ୍ ମିଡିଆ ବିଜ୍ଞାପନ ପ୍ରକାଶ ପାଇଛି। ପ୍ରମୁଖ ପୁସ୍ତକମାନଙ୍କ ମଧ୍ୟରୁ ‘ସାତକୋଶିଆ-ଦି ସିନ୍ ଆଣ୍ଡ ଅନ୍ସିନ୍, ଚିଲିକା, ଭିତରକନିକା,…
ସ୍ୱାସ୍ଥ୍ୟ ଟିପ୍ସ: ତୁଳସୀ ପତ୍ର ଔଷଧୀୟ ଗୁଣରେ ଭରପୂର ଅଟେ। ଥଣ୍ଡା ଏବଂ ଫ୍ଲୁରୁ ରକ୍ଷା ପାଇବା ପାଇଁ ଲୋକମାନେ ଚା’ରେ ତୁଲସୀ ପତ୍ର ବ୍ୟବହାର କରନ୍ତି। ଏଥି ସହିତ, ଆପଣ ଜାଣନ୍ତି କି କେବଳ ଥଣ୍ଡା ନୁହେଁ, ତୁଲସୀ ପତ୍ରକୁ ପ୍ରତିଦିନ ଫୁଟାଇ ପିଇବା ଦ୍ୱାରା ଅନେକ ପ୍ରମୁଖ ରୋଗରୁ ମୁକ୍ତି ମିଳିଥାଏ। ଏପରି ପରିସ୍ଥିତିରେ, ତୁଲସୀ କ୍ଷୀର ପିଇବାର ଲାଭ କ’ଣ ତାହା ଆପଣଙ୍କୁ ଜଣାଇବାକୁ ଆମେ ଏଠାରେ ଅଛୁ। ଆସନ୍ତୁ ଜାଣିବା…… କ୍ଷୀରରେ ତୁଲସୀ ପତ୍ରକୁ ଫୁଟାଇ ପିଇବାର ଉପକାର: ଆଜମା ରୋଗ- ଯଦି ଆପଣ ଆଜମା ଭଳି କୌଣସି ରୋଗରେ ଅସୁବିଧାରେ ପଡ଼ନ୍ତି, ତେବେ ଆପଣ କ୍ଷୀର ସହିତ ତୁଲସୀ ପତ୍ରକୁ ଫୁଟାଇ ପିଇବା ଉଚିତ୍। ଏହା କରିବା ଦ୍ୱାରା ଆଜମା ରୋଗୀ ଉପକୃତ ହେବେ। ମାଇଗ୍ରେନ୍- କ୍ଷୀରରେ ତୁଲସୀ ପତ୍ରକୁ ଫୁଟାଇ ପିଇବା ଦ୍ୱାରା ମୁଣ୍ଡବିନ୍ଧା କିମ୍ବା ମାଇଗ୍ରେନ୍ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ। ନିୟମିତ ଭାବେ ତୁଳସୀ…
ସ୍ୱାସ୍ଥ୍ୟ ଟିପ୍ସ: ବଦଳୁଥିବା ଏହି ଦ୍ରୁତ ଗତିଶୀଳ ଜୀବନରେ ଲୋକମାନେ ପ୍ରାୟତଃ ନିଜ ଯତ୍ନ ନେବାକୁ ଅସମର୍ଥ। ଏହାର ପ୍ରଭାବ ଅନେକ ରୋଗ ପାଇଁ ଆମନ୍ତ୍ରଣ ହୋଇପାରେ। କଳାଜୀରା ବିଷୟରେ କୁହାଯାଏ ଯେ ଏହା ଏକ ସଞ୍ଜୀବନୀ ଔଷଧ ପରି କାର୍ଯ୍ୟ କରେ। ଏହାକୁ ଖାଇବା ଦ୍ୱାରା ଆପଣ ସବୁଠାରୁ ବଡ ରୋଗରୁ ମୁକ୍ତି ପାଇପାରିବେ। ଭାରତୀୟ ରୋଷେଇ ଘରର ଏପରି ଏକ ମସଲା, ଯାହା ଆପଣଙ୍କୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଖାଦ୍ୟରେ ସ୍ୱାଦ ବଢାଇବା ସହିତ ଅନେକ ଉପାୟରେ ଉପକୃତ ହୋଇପାରେ। ଆମେ କଳାଜୀରା ବିଷୟରେ କହୁଛୁ, ଯାହାକୁ କ୍ଷୀରରେ ମିଶାଇ ପିଇବା ଦ୍ଵାରା ଅନେକ ରୋଗରୁ ମୁକ୍ତି ମିଳିପାରିବ। କଳାଜୀରା ସହିତ ଜଡିତ ଏହିପରି କିଛି ଲାଭ, ଯାହା ଦ୍ଵାରା ଆପଣ ଆପଣଙ୍କର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଅନୁସରଣ କରି ନିଜର ଯତ୍ନ ନେଇପାରିବେ। ଏହି ରୋଗରେ କଳାଜୀରା ଲାଭଦାୟକ ଅଟେ: – ଖରାପ କୋଲେଷ୍ଟ୍ରଲର ସ୍ତରକୁ ହ୍ରାସ କରିବାରେ କଳାଜୀରା ମଧ୍ୟ…
ସ୍ୱାସ୍ଥ୍ୟ ଟିପ୍ସ: ହେମୋଗ୍ଲୋବିନ୍ ଅଭାବ, ଏନିମିୟା, ରକ୍ତହୀନତା କିମ୍ବା ଆଇରନର ଅଭାବ ଶବ୍ଦଗୁଡ଼ିକୁ ଆପଣମାନେ ଅନେକ ଥର ଶୁଣିଥିବେ। ଶବ୍ଦଗୁଡ଼ିକ ଅଲଗା ହୋଇପାରେ, କିନ୍ତୁ ସେଗୁଡ଼ିକର ଅର୍ଥ ସମାନ ଅଟେ ଏବଂ ତାହା ହେଉଛି ରକ୍ତରେ ହେମୋଗ୍ଲୋବିନର ଅଭାବ। ଆମ ଶରୀରରେ ଧଳା ଏବଂ ଲାଲ ରଙ୍ଗର ଦୁଇ ପ୍ରକାରର ରକ୍ତ କଣିକା ମିଳିଥାଏ। ଶରୀରକୁ ସୁସ୍ଥ ରଖିବା ପାଇଁ ଉଭୟ ଅତ୍ୟନ୍ତ ଉପଯୋଗୀ। ଯେତେବେଳେ ଶରୀରରେ ଲାଲ ରକ୍ତ କଣିକାର ଅଭାବ ଥାଏ, ସେତେବେଳେ ରକ୍ତ ଅଭାବ ଦେଖାଯାଏ। ଏହି ଅବସ୍ଥାକୁ ରକ୍ତହୀନତା କୁହାଯାଏ। ରକ୍ତହୀନତା ହେତୁ ପୀଡ଼ିତାର ଥକାପଣ, ବିଚଳିତ, କ୍ରୋଧ, ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା ଭଳି ଅନେକ ସମସ୍ୟା ଦେଖାଯାଏ। ଏପରି ପରିସ୍ଥିତିରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମିଯାଏ, ଯେଉଁ କାରଣରୁ ଅନ୍ୟ ଗୁରୁତର ରୋଗ ମଧ୍ୟ ଘେରି ରହିପାରେ। ସଠିକ୍ ଖାଦ୍ୟ ମାଧ୍ୟମରେ ମାନବ ଶରୀରରେ ଆଇରନ ଅଭାବକୁ ଦୂର କରି ହେମୋଗ୍ଲୋବିନର ସ୍ତର…
ଭୁବନେଶ୍ୱର: ଆସନ୍ତାକାଲି ତଥା ୧୯ ତାରିଖ ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ୧୪ ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ୧୪ ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ଓ ବର୍ଷା ହେବ ନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ବଜ୍ରପାତ ସମୟରେ ଲୋକଙ୍କୁ ଖୋଲାସ୍ଥାନକୁ ବାହାରିବା ପାଇଁ ବାରଣ କରାଯାଇଛି।
ବାଲେଶ୍ଵର: ଓଡ଼ିଶା ଉପକୂଳ ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ଘାଟୀ (ଆଇଟିଆର)ରୁ ମେ ୧୮, ୨୦୨୨ରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ନୌସେନାର ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳ ହୋଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନା ପକ୍ଷରୁ ଏହି ପରୀକ୍ଷଣ ସମ୍ପାଦନ କରାଯାଇଥିଲା। ନୌସେନାର ଏକ ହେଲିକପ୍ଟର ଜରିଆରେ କ୍ଷେପଣାସ୍ତ୍ରର ବୈମାନିକ ପରୀକ୍ଷା ବା ଫ୍ଲାଇଟ୍ ଟେଷ୍ଟ କରାଯାଇଥିଲା। ଏହି ପରୀକ୍ଷଣ ସମସ୍ତ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିଥିଲା। ଭାରତୀୟ ନୌସେନା ପାଇଁ ଏହା ହେଉଛି ଆକାଶ ମାର୍ଗରୁ ନିକ୍ଷେପ କରାଯାଇ ପାରୁଥିବା ପ୍ରଥମ ସ୍ବଦେଶୀ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ର ପ୍ରଣାଳୀ। ପରୀକ୍ଷା ସମୟରେ ଏହି କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ସାମୁଦ୍ରିକ ମାର୍ଗରେ ଗତି କରିଥିଲା ଏବଂ ନିର୍ଦ୍ଧାରିତ ଲକ୍ଷ୍ୟକୁ ସମ୍ପୂର୍ଣ୍ଣ ସଠିକ୍ ଭାବେ ଭେଦ କରିବାରେ ସକ୍ଷମ ହୋଇଥିଲା। ଏଥିସହିତ ନିୟନ୍ତ୍ରଣ, ମାର୍ଗଦର୍ଶନ ଓ ମିଶନ ଆକଳନକୁ ସମ୍ପୂର୍ଣ୍ଣ ସଠିକ୍ ଭାବେ କାର୍ଯ୍ୟକାରୀ…
ନୂଆଦିଲ୍ଲୀ: ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି। ଦୁଇଟି ନୂତନ ସ୍ୱଦେଶୀ ଯୁଦ୍ଧ ଜାହାଜ INS ‘ସୁରଥ’ ଏବଂ INS ଉଦୟଗିରି ନୌସେନାରେ ଯୋଗ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଦିନ ମୁମ୍ବାଇର ମଝଗାଁ ଡକରେ ଦୁଇଟି ସ୍ୱଦେଶୀ ନିର୍ମିତ ଯୁଦ୍ଧ ଜାହାଜ ‘ସୁରଥ’ ଏବଂ ‘ଉଦୟଗିରି’ ଲଞ୍ଚ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ନୌସେନାରେ ଉଭୟ ଯୁଦ୍ଧ ଜାହାଜ ଆସିବା ପରେ ସେନାର ଅସ୍ତ୍ରଶସ୍ତ୍ରର ଶକ୍ତି ଆହୁରି ବୃଦ୍ଧି ପାଇଛି। ରାଜନାଥ ସିଂ କହିଛନ୍ତି ଯେ, ଏହି ଦୁଇଟି ଯୁଦ୍ଧ ଜାହାଜ ବିଶ୍ୱ ସାମ୍ନାରେ ଭାରତର ରଣନୈତିକ ଶକ୍ତି ତଥା ଆତ୍ମନିର୍ଭରଶୀଳତାର ପ୍ରତିନିଧିତ୍ୱ କରିବ। ଏଥି ସହିତ ମଝଗାଁ ଡକ୍ ସିପବିଲଡର୍ସ ଲିମିଟେଡ୍ କହିଛି ଯେ, ଏହା ହେଉଛି ପ୍ରଥମ ଥର ପାଇଁ ଦୁଇଟି ସ୍ୱଦେଶୀ ନିର୍ମିତ ଯୁଦ୍ଧ ଜାହାଜ, ଯାହାକୁ ଏକାସାଙ୍ଗରେ ଲଞ୍ଚ କରାଯାଇଛି।
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜାତୀୟ ରାଜପଥରେ ଲୁଟେରାମାନଙ୍କ ପ୍ରାଦୁର୍ଭାବ ବଢିଚାଲିଛି। ଆଜି ମଧ୍ୟ ଟାଙ୍ଗୀ-ଚାନ୍ଦପୁର ବାଇପାସ୍ ରେ ଲୁଟ୍ ଘଟଣା ସାମ୍ନାକୁ ଆସିଛି। ଏଥିରେ କିନ୍ତୁ ଲୁଟେରାମାନେ ସଫଳ ହୋଇପାରିନାହାନ୍ତି। ଜଣେ କାଜୁ ବ୍ୟବସାୟୀଙ୍କ ଠାରୁ ଲୁଟ୍ କରି ୩ ଜଣ ଲୁଟେରା ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ପ୍ରୟାସ ଯୋଗୁଁ ଜଣେ ଲୁଟେରା ଧରାପଡିଛି। ସୂଚନା ଅନୁଯାୟୀ, ଆଜି ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ଚାନ୍ଦପୁର ବାଇପାସ୍ ରେ ପିକ୍ ଅପ୍ ଭ୍ୟାନ ନେଇ ଯାଉଥିବା ଚାଳକଙ୍କୁ ପଲସର ବାଇକ୍ ରେ ଆସି ୩ ଜଣ ଲୁଟେରା ଅଟକାଇଥିଲେ। ଗାଡିଟି ଅଟକିବା ପରେ ସେହି ଗାଡିରେ ଥିବା କାଜୁ ବେପାରୀଙ୍କୁ ଲୁଟେରାମାନେ ଛୁରା ମାଡ କରିଥିଲେ। ଫଳରେ କାଜୁ ବେପାରୀଜଣଙ୍କ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କଠାରୁ ୫୦ ହଜାର ଟଙ୍କା ସହ ଫୋନ ଲୁଟି ନେଇ ଫେରାର ହେବାକୁ ଚେଷ୍ଟା କରୁଥିବା…
ମୁମ୍ବାଇ: ଆଇପିଏଲର ଶ୍ରେଷ୍ଠ ଦଳ ମଧ୍ୟରୁ ମୁମ୍ବାଇ ଇଣ୍ଡିଆନ୍ସ ଅନ୍ୟତମ। ଏହି ଦଳ ୫ ଥର ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଟାଇଟଲ୍ ଜିତିଛି। କିନ୍ତୁ ଆଇପିଏଲ୍ ୨୦୨୨ ରେ ମୁମ୍ବାଇ ଏକ ଫ୍ଲପ୍ ଦଳ ବୋଲି ପ୍ରମାଣିତ କରିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ପଏଣ୍ଟ ଟେବୁଲର ତଳେ ରହିଛି। ମୁମ୍ବାଇ ଏପର୍ଯ୍ୟନ୍ତ ୧୩ ଟି ମ୍ୟାଚ୍ ଖେଳିଛି ଏବଂ ଏହି ସମୟ ମଧ୍ୟରେ ମୁମ୍ବାଇ ୧୦ ଟି ମ୍ୟାଚ୍ ରେ ହାରିଥିବାବେଳେ ମାତ୍ର ୩ ଟି ମ୍ୟାଚ୍ ଜିତିପାରିଛି। ଏହି ସଂସ୍କରଣରେ ମୁମ୍ବାଇ ଏକ ଫ୍ଲପ୍ ହୋଇଛି, ଏହା ପଛରେ ୩ ଟି ବଡ଼ କାରଣ ଅଛି। ମୁମ୍ବାଇର ବଡ ଖେଳାଳିମାନେ ଆଇପିଏଲ୍ ୨୦୨୨ ରେ ବିଶେଷ କିଛି କରିପାରି ନାହାନ୍ତି। ରୋହିତଙ୍କ ସମେତ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଦଳକୁ ଏକ ବଡ଼ ସ୍କୋରକୁ ନେଇପାରି ନାହାନ୍ତି କିମ୍ବା ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାରେ ବିଫଳ…
ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଆଜି ଉତ୍ସବ ମୁଖରିତ। ଜିଲ୍ଲାର ସବୁ ରାସ୍ତା ଆଜି ଯାଇ ପହଞ୍ଚିଛି ମା ତାରାତାରିଣୀଙ୍କ ପୀଠରେ। ଲୋକଙ୍କ ସୁଅ ଛୁଟିଛି ରତ୍ନଗିରି ପାହାଡକୁ, ମାଙ୍କ ଆସ୍ଥାନକୁ। ଗଞ୍ଜାମର ଆରାଧ୍ୟ ଦେବୀ ମା ତାରାତାରିଣୀଙ୍କ ପୀଠର ଆଜି ହୋଇଛି କାୟାକଳ୍ପ। କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନବନିର୍ମିତ ମନୋରମ ମନ୍ଦିରର ଆଜି ହୋଇଛି ପ୍ରତିଷ୍ଠା ଉତ୍ସବ। ପବିତ୍ର ମନ୍ତ୍ରଧ୍ବନୀର ଉଚ୍ଚାରଣ ତଥା ମଙ୍ଗଳ ବାଦ୍ୟର ନିନାଦରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଗତ ୫ ଦିନ ଧରି ଚାଲିଥିବା ପ୍ରତିଷ୍ଠା ଉତ୍ସବର ଆଜି ସଂପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପୁରୋଧା ଭାବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଆଜିର ଦିନଟିକୁ ଏକ ପବିତ୍ର ଦିନ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ସାରା ଓଡିଶା, ବିଶେଷକରି ଗଞ୍ଜାମବାସୀଙ୍କର ମଙ୍ଗଳ କାମନା କରି ମାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ମାଙ୍କର ଦର୍ଶନ କରି…

