ବାରଣାସୀ: ଜ୍ଞାନବାପି ମସଜିଦ୍ ରେ ଆଜିର ସର୍ଭେ ଶେଷ ହୋଇଛି। ଆସନ୍ତାକାଲି ଆଉ ଏକ ସର୍ଭେ ହେବ। ସମସ୍ତ ପ୍ରମାଣ ଆମ ସପକ୍ଷରେ ଅଛି ବୋଲି ହିନ୍ଦୁ ପକ୍ଷର ଓକିଲ ଦାବି କରିଛନ୍ତି। ବାରାଣାସୀର ଜ୍ଞାନବାପି ମସଜିଦରେ ମୋଟ ୫୨ ଜଣ ଲୋକ ଏହି ସର୍ଭେ ପାଇଁ ଭିତରକୁ ଯାଇଥିଲେ। ବାରାଣାସୀର ଡିଏମ୍ ଏବଂ ପୋଲିସ୍ କମିଶନର ମଧ୍ୟ ଜ୍ଞାନବାପି କ୍ୟାମ୍ପସରେ ଥିଲେ। ଯେଉଁଥିରେ କୋର୍ଟ କମିଶନର ଅଜୟ କୁମାର ମିଶ୍ରଙ୍କ ସହ ଦୁଇଜଣ ସହଯୋଗୀ, ବାଦି ପ୍ରତିବାଦିଙ୍କ ଡିଜିସି ସିଭିଲ, ଜିଲ୍ଲା ପ୍ରଶାସନର ଉଚ୍ଚ ପଦାଧିକାରୀ, ସୁରକ୍ଷା କର୍ମୀ, ଭିଡିଓଗ୍ରାଫର ଥିଲେ। ସେଠାରେ ଜଣେ ଭିଡିଓଗ୍ରାଫର ଏବଂ ଦୁଇଜଣ ଫଟୋଗ୍ରାଫର ଥିଲେ। ତନ୍ମଧ୍ୟରୁ ଜଣେ ସୂଚନା ବିଭାଗର ଫଟୋଗ୍ରାଫର ଥିଲେ।
Author: Samikhsya Bureau
ଭୁବନେଶ୍ୱର: ଚଳିତ ବର୍ଷ ମୌସୁମୀ ଶୀଘ୍ର ଆସିପାରେ। ଏବର୍ଷ ୩/୪ ଦିନ ପୂର୍ବରୁ କେରଳ ଉପକୂଳ ଛୁଇଁପାରେ। ଆସନ୍ତା ୨୭ ତାରିଖବେଳକୁ ମୌସୁମୀ କେରଳ ଛୁଇଁବ ବୋଲି ଅନୁମାନ କରାଯାଉଛି। ସେହି ହିସାବରେ ଓଡ଼ିଶାକୁ ମଧ୍ୟ ମୌସୁମୀ ଶୀଘ୍ର ଛୁଇଁପାରେ। ଓଡିଶାକୁ ଜୁନ୍ ପ୍ରଥମ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଆସିବ ବୋଲି ଅନୁମାନ କରାଯାଉଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ଦେଶରେ ମୌସୁମୀରେ ବର୍ଷା ସ୍ୱାଭାବିକ ରହିବ ବୋଲି ଆଇଏମଡି ପୂର୍ବରୁ ଆକଳନ କରିଛି।
ମୁମ୍ବାଇ: ରାଜସ୍ଥାନ ରୟାଲ୍ସ ବୋଲର ୟୁଜଭେନ୍ଦ୍ର ଚହଲଙ୍କ ହାତରୁ ପର୍ପଲ କ୍ୟାପ୍ ବାହାରିଯାଇଛି। ବର୍ତ୍ତମାନ ଏହାକୁ ଆରସିବିର ଶ୍ରୀଲଙ୍କା ସ୍ପିନର ୱାନିନ୍ଦୁ ହାସାରାଙ୍ଗା ଦଖଲ କରିଛନ୍ତି। ଶୁକ୍ରବାର ରାତିରେ ମ୍ୟାଚରେ ଦୁଇଟି ୱିକେଟ୍ ନେବା ସହିତ ହସରାଙ୍ଗା ଏହି ଆଇପିଏଲ୍ ସିଜନରେ ଚହଲଙ୍କ ୱିକେଟ୍ ସହ ସମାନ ହୋଇ ତାଙ୍କଠାରୁ ପର୍ପଲ କ୍ୟାପ୍ ଛଡ଼ାଇ ନେଇଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ୱାନିନ୍ଦୁ ଚଳିତ ସିଜନରେ ୧୩ ଟି ମ୍ୟାଚରେ ୨୩ ଟି ୱିକେଟ୍ ନେଇଛନ୍ତି। ତାଙ୍କର ବୋଲିଂ ଏକୋନୋମି ୭.୪୮ ରହିଛି। ରାଜସ୍ଥାନ ରୟାଲ୍ସର ସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ ଏହି ସିଜନରେ ୨୩ ଟି ୱିକେଟ୍ ନେଇଛନ୍ତି। ରାଜସ୍ଥାନର ପରବର୍ତ୍ତୀ ମ୍ୟାଚ୍ ରେ ଏହି ପର୍ପଲ କ୍ୟାପ୍ ପୁଣିଥରେ ଚହଲଙ୍କ ପାଖକୁ ଯାଇପାରେ। ବର୍ତ୍ତମାନ ହର୍ଶାଲ ପଟେଲ, କାଗିସୋ ରାବାଡା ଏବଂ କୁଲଦୀପ ଯାଦବ ମଧ୍ୟ ପର୍ପଲ କ୍ୟାପ୍ ଦୌଡରେ ଅଛନ୍ତି। ୧- ୱାନିନ୍ଦୁ ହାସରାଙ୍ଗା: ମ୍ୟାଚ ୧୩- ୱିକେଟ…
ନୂଆଦିଲ୍ଲୀ: ରାଜସ୍ଥାନ ଉଦୟପୁରରେ ଆରମ୍ଭ ହୋଇଛି କଂଗ୍ରେସର ଚିନ୍ତନ ଶିବିର। ଯାହାର ନାମ ରଖାଯାଇଛି ‘ନବ ସଂକଳ୍ପ ଚିନ୍ତନ ଶିବିର’। ଗତକାଲି ଆରମ୍ଭ ହୋଇଥିବା ଏହି ଶିବିର ରବିବାର ଦିନ ଶେଷ ହେବ। ଏହି ଶିବିରକୁ ଗତକାଲି କଂଗ୍ରେସ ଅନ୍ତିରଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଭିଭାଷଣରେ ଆରମ୍ଭ ହୋଇଥିଲା। ଏହି ଶିବିରରେ ଯୋଗଦେବା ପାଇଁ ସୋନିଆ, ରାହୁଳ ଏବଂ ପ୍ରିୟଙ୍କା ଉଦୟପୁରରେ ଅଛନ୍ତି। ତେବେ ଏହି ଶିବିରକୁ ଗତକାଲି ସୋନିଆ ଗାନ୍ଧୀ ଉଦଘାଟନ କରି ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି। ସୋନିଆ କହିଛନ୍ତି ଯେ, ବର୍ତ୍ତମାନ ଦେଶରେ ଏଭଳି ପରିବେଶ ସୃଷ୍ଟି ହୋଇଛି ଯେ ଲୋକମାନେ ନିରନ୍ତର ଭୟ ଏବଂ ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି। ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଅତି ନିଷ୍ଠୁରତାର ସହ ଟାର୍ଗେଟ କରାଯାଉଛି। ସଂଖ୍ୟାଲଘୁ ସମ୍ପ୍ରଦାୟ ଆମ ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଆମ ଦେଶର ସମାନ ନାଗରିକ। ତେବେ ଏହି ଶିବିରକୁ ନେଇ ଯେଉଁ ବଡ ଚର୍ଚ୍ଚା…
ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସ୍ଥଗିତ ରଖିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଇନ୍ଟାକ୍ ଚିଠି ଲେଖିଛି। ଏହି ମାମଲା ହାଇକୋର୍ଟରେ ବିଚାରଧିନ ଥିବାରୁ କାମ ସ୍ଥଗିତ କରିବା ପାଇଁ ଚିଠିରେ କୁହାଯାଇଛି। ବର୍ତ୍ତମାନ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଭକ୍ତଙ୍କ ମଧ୍ୟରେ ଉଦବେଗ ରହିଛି। ତେଣୁ ହାଇକୋର୍ଟଙ୍କ ରାୟ ଆସିବା ପର୍ଯ୍ୟନ୍ତ ଏହି କାର୍ଯ୍ୟ ସ୍ଥଗିତ ରଖିବାକୁ କୁହାଯାଇଛି।
ନୂଆଦିଲ୍ଲୀ: ପୁଣିଥରେ ଭାରତରେ କରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୮୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପୂର୍ବରୁ ଶୁକ୍ରବାର ଦିନ ୨,୮୪୧ ଟି ନୂଆ ମାମଲା ରୁଜୁ ହୋଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ୧୮,୦୯୬ ଟି ସକ୍ରିୟ ମାମଲା ରହିଛି। ଏଥି ସହିତ ଦେଶରେ ୪,୨୫,୭୬,୮୧୫ ଜଣ ରୋଗୀ ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିଛନ୍ତି।
ଭୁବନେଶ୍ୱର: ରାଜ୍ୟରେ ମଣ୍ଡିଗୁଡ଼ିକରେ ଧାନସଂଗ୍ରହ ପରିମାଣ ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ ମଣ୍ଡିର ଧାନସଂଗ୍ରହ କାର୍ଯ୍ୟକୁ ସୁଚାରୁ ରୂପେ କରିବା ନିମନ୍ତେ ଭିତ୍ତିଭୂମିର ଉନ୍ନତି କରିବା ପାଇଁ ସମବାୟ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହିସବୁ ଭିତ୍ତିଭୂମିର ଯୋଜନା ପ୍ରସ୍ତୁତି ଓ ନିର୍ମାଣ ଓ ଆବଶ୍ୟକ ବ୍ୟୟ ଭାର ବହନ କରିବା ଦିଗରେ ବିଭାଗ ପକ୍ଷରୁ ଏକ ସଂକଳ୍ପନାମା ଜାରି କରାଯାଇଛି। ରାଜ୍ୟରେ ପ୍ରତିବର୍ଷ ଚାଷୀମାନଙ୍କଠାରୁ ଧାନସଂଗ୍ରହର ପରିମାଣ ବୃଦ୍ଧି ପାଉଛି ଏବଂ ଅଧିକରୁ ଅଧିକ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ନାମ ପଂଜୀକରଣ କରୁଛନ୍ତି । ଚାଷୀମାନେ ଯେପରି ସହଜରେ ଓ ସୁବିଧାରେ ସେମାନଙ୍କର ଧାନ ବିକି୍ର କରିପାରିବେ, ସେଥିନେଇ ରାଜ୍ୟ ସରକାର ଆବଶ୍ୟକ ଭିତ୍ତିଭୂମିର ନିର୍ମାଣକୁ ଅଗ୍ରାଧିକାର ଦେଇଛନ୍ତି ଏବଂ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସମବାୟ ସମିତି ନିବନ୍ଧକଙ୍କୁ କୁହାଯାଇଛି। ଯେଉଁସବୁ ମଣ୍ଡିଗୁଡ଼ିକରେ ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛି,…
ଭୁବନେଶ୍ୱର: ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଶିଳ୍ପର ପ୍ରମୁଖ ଭୂମିକା ରହିଛି। ବୃହତ୍ଶିଳ୍ପ ପାଇଁ ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ଅନେକ ସମସ୍ୟା ଦେଖା ଦେଉଥିବାବେଳେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ଅପେକ୍ଷାକୃତ ସହଜ ଓ ସରଳ। ଏହି ଶିଳ୍ପ ଅନେକ ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ସହ ସେମାନଙ୍କୁ ନିଜ ଅଞ୍ଚଳରେ ଆତ୍ମନିର୍ଭର ହେବାର ବାଟ ଦେଖାଇବ। ତେଣୁ ଶିଳ୍ପ ଅନୁନ୍ନତ ଜିଲ୍ଲାଗୁଡ଼ିକରେ ଅଧିକରୁ ଅଧିକ ଏମ୍ଏସ୍ଏମ୍ଇ ଶିଳ୍ପ ପ୍ରତିଷ୍ଠା କରି ଲୋକଙ୍କୁ ଆତ୍ମନିର୍ଭରଶୀଳ କରାଇବା ଉପରେ ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ (ରାଷ୍ଟ୍ର) ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମତବ୍ୟକ୍ତ କରିଛନ୍ତି। ବିଭାଗ ପକ୍ଷରୁ ଭର୍ଚୁଆଲ ଯୋଗେ ଅନୁଷ୍ଠିତ ୫-‘ଟି’ ବୈଠକରେ ଯୋଗଦେଇ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର କହିଲେ ଯେ ଏବେ ହୋଇଥିବା ପ୍ରତ୍ୟେକ ଯୋଜନାର ସୁଫଳ ଯେପରି ସାଧାରଣ ଲୋକେ…
ଚାଣକ୍ୟ ନୀତି: ଜଣେ ଯେତେବେଳେ କୌଣସି ବିପଦରେ ପଡେ ତେବେ ସେ ସେତେବେଳେ କଣ କରିବା ଉଚିତ। ଏପରିକି ବିପଦରୁ ରକ୍ଷା କରିବା ପାଇଁ କେଉଁ ପଦକ୍ଷେପ ନେବା ଉଚିତ। ଏ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେତେକ ନିର୍ଦ୍ଧିଷ୍ଠ କଥା କହିଛନ୍ତି। ତାହା ହେଲା ବିପଦରୁ ରକ୍ଷା ପାଇବା ପାଇଁ ସମସ୍ତେ ଧନ ସଞ୍ଚୟ କରି ରଖିବା ଉଚିତ। କୌଣସି ବିପଦ ଆସିଲେ ଆପଣ ରଖିଥିବା ଧନରେ ନିଜକୁ ଏବଂ ନିଜ ସ୍ତ୍ରୀ ପରିବାରଙ୍କୁ ରକ୍ଷା କରିପାରିବେ। ପତ୍ନୀ ଏବଂ ପରିବାର ସଦସ୍ୟଙ୍କୁ ବିପଦରୁ ରକ୍ଷା କରିବା ଜଣେ ବ୍ୟକ୍ତିଙ୍କର କର୍ତ୍ତବ୍ୟ। ସେଥିପାଇଁ ବିଜ୍ଞ ଲୋକମାନେ ଆଗରୁ କିଛି ଧନ ସଂଚୟ କରି ରଖିଥାନ୍ତି। ହେଲେ ଚାଣକ୍ୟ ଏହା ମଧ୍ୟ କହିଛନ୍ତି ଯେ, ଯଦି ଆବଶ୍ୟକ ପଡେ ତେବେ ନିଜକୁ ରକ୍ଷା କରିବା ପାଇଁ ପ୍ରଥମେ ସଂପତିକୁ ତ୍ୟାଗ କରିବା ଉଚିତ। ଯଦି ପରିସ୍ଥିତି ଜଟିଳ ହୁଏ…
ଭୁବନେଶ୍ୱର : ଗଜପତି ଜିଲ୍ଲା ମୋହାନାର ବାସିନ୍ଦା ୩୭ ବର୍ଷ ବୟସ୍କ ସନ୍ତୋଷ ସୋଭନାୟକ, କେରଳର ଏର୍ନାକୁଲମରେ ରହି କାମ କରୁଥିଲେ । ସେଠାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକଙ୍କ ଅନୁରୋଧ କ୍ରମେ ତାଙ୍କର ମୃତ ଦେହକୁ କେରଳରୁ ଗଜପତି ଜିଲ୍ଲା ମୋହନାକୁ ବିମାନ ଯୋଗେ ଫେରାଇ ଆଣିବାକୁ ଜିଲ୍ଲା ପ୍ରଶାସନ ଦ୍ୱାରା ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ବିମାନ ବନ୍ଦରରୁ ମୋହାନାକୁ ସ୍ଥାନାନ୍ତର କରିବା ପାଇଁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରିବାକୁ ମୋହନା ବ୍ଲକ ଉନ୍ନୟନ ଅଧିକାରୀ ଓଡ଼ିଶା-ମୋ ପରିବାରକୁ ଜଣାଇଥିଲେ। ଏଥିପାଇଁ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରା ଯାଇଥିଲା । ଆଜି ସନ୍ତୋଷଙ୍କ ମୃତଦେହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା-ମୋ ପରିବାରର ସଦସ୍ୟମାନଙ୍କ ଉପସ୍ଥିତିରେ ତାଙ୍କର ପରିବାର…
ଭୁବନେଶ୍ବର: ଓଡିଆ ପାଞ୍ଜିର କଥା ଉଠିଲେ ଆଉ ଦୁଇଟି ନାଁ ଆପେ ଆପେ ଚର୍ଚାକୁ ଚାଲିଆସେ- ଚନ୍ଦ୍ରଶେଖର ସିଂହ ସାମନ୍ତ ଓରଫ୍ ପଠାଣୀ ସାମନ୍ତ ଓ ଓଡିଶା କୋହିନୂର୍ ପ୍ରେସ୍। ପାଂଜିର ଗଣକ ଓ ସଂକଳକ ନୈଷ୍ଠିକ ହିନ୍ଦୁ ହୋଇଥିବାବେଳେ ଏହାର ପ୍ରକାଶକ ଜଣେ ଉଦାରବାଦୀ ମୁସଲମାନ। କୋହିନୂର୍ ପାଞ୍ଜି ଓଲଟାଇଲେ ଏହାର ପ୍ରତିଷ୍ଠାତା ଭାବରେ ଯାହାଂକ ନାମ ଆଖିରେ ପଡେ ସେ ହେଉଛନ୍ତି ଶେଖ୍ ଅମିନୁଲ୍ ଇସଲାମ୍।ଧର୍ମର ସଂକୀର୍ଣତା ଓ ସୀମା ବିଷୟରେ ଆମେ ଅନେକ କଥା ଶୁଣିଛୁ ଓ ଜାଣିଛୁ , ହେଲେ ଧର୍ମର ଉଦାର ସ୍ବରୂପ ଦେଖିବାକୁ ଶେଖ୍ ଅମିନୁଲ୍ ଇସଲାମଂକ ପରି ଚରିତ୍ରଂକ ବିଷୟରେ ଜାଣିବା ନିହାତି ଜରୁରୀ। ଅମିନୁଲ୍ ଇସଲାମ୍ କେବଳ ପାଞ୍ଜିର ପ୍ରକାଶକ ନଥିଲେ, ବହୁ ହିନ୍ଦୁ ଧର୍ମଶାସ୍ତ୍ର ଓ ସଂସ୍କୃତ ଗ୍ରନ୍ଥର ସେ ଥିଲେ ଆଗ୍ରହୀ ପ୍ରକାଶକ। ଭାରତୀୟ ଜୀବନବୋଧରେ ସମନ୍ବୟ ଓ ସହାବସ୍ଥାନର ଏକ ଅନନ୍ୟ ଉଦାହରଣ ପ୍ରସ୍ତୁତ କରିଥିବା ଓଡିଶା କୋହିନୂର ପ୍ରେସ୍ ଓ ଏହାର ପ୍ରତିଷ୍ଠାତା ଶେଖ ଅମିନୁଲ୍ ଇସଲାମଂକ ବିଷୟରେ ଓଡିଶାରେ…
ସୁନ୍ଦରଗଡ଼ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରିଥିଲେ। ପ୍ରଥମେ ସେ ସୁନ୍ଦରଗଡ଼ ସଦର ବ୍ଲକ୍ ଅନ୍ତର୍ଗତ କୋପସିଙ୍ଗାଠାରେ ବ୍ୟାରେଜ ନିର୍ମାଣ ପ୍ରସ୍ତୁତି ପରିଦର୍ଶନ କରିବା ସହ ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଟ୍ରାଫିକ ପରିଚାଳନା ପାଇଁ ଅତ୍ୟାଧୁନିକ କମାଣ୍ଡ ସେଣ୍ଟର ଓ କଣ୍ଟ୍ରୋଲ ରୁମ୍ ବୁଲି ଦେଖିଥିଲେ। ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ, କୋପସିଙ୍ଗା ଏବଂ କୁଡ଼ାବଗାଠାରେ ବ୍ୟାରେଜ କାର୍ଯ୍ୟକ୍ଷମ ହେଲେ ସୁନ୍ଦରଗଡ଼ ସହର ସହିତ ଆଖପାଖ ଅଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇପାରିବ। ଚାଷଜମିକୁ ଜଳସେଚନର ସୁବିଧା ହେବା ସହିତ ଭୂତଳ ଜଳସ୍ତର ମଧ୍ୟ ପୁନଃ ଭରଣ ହୋଇପାରିବ। ଏହି ଦୁଇଟି ବ୍ୟାରେଜ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ…
ମେଷ: ପରିବାରରେ ସୁଖ ଏବଂ ଶାନ୍ତି ରହିବ । ଆପଣଙ୍କ ଯୋଜନା ସଫଳ ହେବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ବ୍ୟବସାୟ ଲାଭଦାୟକ ହେବ । ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ । କର୍ମ କ୍ଷେତ୍ରରେ ପରିବର୍ତ୍ତନ ସମ୍ଭବ । ବିରୋଧୀମାନେ ସକ୍ରିୟ ରହିବେ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଆପଣ ସାଙ୍ଗମାନଙ୍କୁ ସାହାଯ୍ୟ କରିପାରିବେ । ଆୟ ବୃଦ୍ଧି ପାଇବ । ସେୟାର ବଜାରରୁ ଲାଭ ମିଳିବ । କୌଣସି କ୍ଷେତ୍ରରେ ତତ୍ପରତା ହୁଅନ୍ତୁ ନାହିଁ । ବୃଷ : ବିନିଯୋଗ ଶୁଭ ହେବ । ପୂଜାପାଠରେ ଆଗ୍ରହ ରହିବ । ଆଇନଗତ ବାଧା ଦୂର ହେବ । ଶୀଘ୍ର କାର୍ଯ୍ୟ କଲେ କ୍ଷତି ସମ୍ଭବ । ଥକ୍କା ଲାଗିବ । ଭୋଜି ଖାଇବା ଠାରୁ ଦୂରେଇ ରୁହନ୍ତୁ । ପାରିବାରିକ ସହାୟତା ଉପଲବ୍ଧ ହେବ । ଲାଭ ସୁଯୋଗ ଆସିବ । ଅନ୍ୟମାନଙ୍କ କାର୍ଯ୍ୟରେ…
ଖୋର୍ଦ୍ଧା/ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଆଜି ପୂର୍ବାହ୍ଣରେ ଖୋର୍ଦ୍ଧା ଜିଲ୍ଲା ପ୍ରକଳ୍ପ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟ ବିଜ୍ଞାନ ଓ କାରିଗରୀ କୌଶଳ, ସାଧାରଣ ଉଦ୍ୟୋଗ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ତଥା ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଖୋର୍ଦ୍ଧା ବିଧାୟକ ଶ୍ରୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ର,ବେଗୁନିଆ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ସାହୁ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀରାଣୀ ଗୁମାନ ସିଂଙ୍କ ସମେତ ଜିଲ୍ଲା, ଉପଖଣ୍ଡ, ତହସିଲ ଓ ବ୍ଲକ ସ୍ତରୀୟ ପ୍ରଶାସନିକ ଅଧିକାରୀ, ଜିଲ୍ଲାର ସମସ୍ତ ପଂଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ଅନୂଜ କୁମାର ଦାସ ପଟ୍ଟନାୟକ ପ୍ରାକୃତିକ ବିପର୍ୟ୍ୟୟ ପ୍ରସ୍ତୁତି ସମ୍ପର୍କରେ…
ଭୁବନେଶ୍ୱର: ସୂଚନା ଓ ଲୋକ ସଂପର୍କ ବିଭାଗ ଉପ ନିର୍ଦ୍ଦେଶକ(କେନ୍ଦ୍ରାଂଚଳ) ଶ୍ରୀ ହେମନ୍ତ କୁମାର ନାୟକ ଆଜି ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ, ଭୁବନେଶ୍ୱର ତଦାରଖ ପରିପ୍ରେକ୍ଷୀରେ ପୂର୍ବାହ୍ଣରେ ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ୱାରା ତଥା ଏହି କାର୍ଯ୍ୟାଳୟ ତତ୍ୱାବଧାନରେ ପରିଚାଳିତ ବାଲିପାଟଣା ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନ କରିଥିଲ। ପାଠାଗାର ପରିଦର୍ଶନ କରି ଶ୍ରୀ ନାୟକ ଏହାର ସ୍ଥିତି ଅନୁଧ୍ୟାନ କରିଥିଲେ । ବିଦ୍ୟୁତ ସରବରାହ ବ୍ୟାଘାତ ହେଲେ ପାଠାଗାରରେ ନିରବିଚ୍ଛିନ୍ନ ବିଦ୍ୟୁତ ପାଇଁ ଏଠାରେ ଇନଭର୍ଟର ବ୍ୟବସ୍ଥା, ପାଠାଗାରରେ ଟିଭି ସେଟ୍ର ବ୍ୟବସ୍ଥା ସହ ପୁସ୍ତକଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଉପରେ ଉପ ନିର୍ଦ୍ଦେଶକ ଶ୍ରୀ ନାୟକ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ପଠାଣି ରାଉତ ଓ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ଶ୍ରୀ ଗୌରଚନ୍ଦ୍ର ମହାପାତ୍ରଙ୍କ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଓ ପରାମର୍ଶ…
ଭୁବନେଶ୍ୱର: ଜଙ୍ଗଲ ସଂପଦର ସଂରକ୍ଷଣ ଓ ଅଭିବୃଦ୍ଧି ସମେତ ବନ୍ୟଜନ୍ତୁଙ୍କ ସୁରକ୍ଷା ଉପରେ ବନଖଣ୍ଡ ଅଧିକାରୀମାନେ ପ୍ରାଥମିକତା ଦେବାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ପରାମର୍ଶ ଦେଇଛନ୍ତି । ତୃଣମୂଳସ୍ତରରେ ବନସୁରକ୍ଷା ସମିତି ଏବଂ ଗରିବ ଲୋକମାନଙ୍କୁ ଅଧିକ ସଂଖ୍ୟାରେ ସଂପୃକ୍ତ କରାଗଲେ ଆମ ଜଙ୍ଗଲ ସଂପଦର ବ୍ୟାପକ ଅଭିବୃଦ୍ଧି ଘଟିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଉଦ୍ଯାପିତ ରାଜ୍ୟସ୍ତରୀୟ ବନଖଣ୍ଡ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଆରୁଖ ଉପରୋକ୍ତ ମର୍ମରେ ସମ୍ମିଳନୀରୁ ଉପଲବ୍ଧ ଜ୍ଞାନକୁ ବନଖଣ୍ଡ ଅଧିକାରୀମାନେ ଯଥାର୍ଥ ଭାବେ ବିନିଯୋଗ କରିବାକୁ ମତ ଦେଇଛନ୍ତି । ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ ବନଖଣ୍ଡ ଅଧିକାରୀ ସମ୍ମିଳନୀ ଆଜି ଉଦ୍ଯାପିତ ହୋଇଯାଇଛି।ଏହି ଦୁଇଦିନିଆ ସମ୍ମିଳନୀରେ ରାଜ୍ୟରେ ଜଙ୍ଗଲ ସୁରକ୍ଷା, ଜଙ୍ଗଲର ପୋଷଣୀୟ ପରିଚାଳନା, ବ୍ୟାପକ ବନୀକରଣ, ‘କାମ୍ପା’ ପାଣ୍ଠିର ସମୁଚିତ ଉପଯୋଗ, ଓଡ଼ିଶା ବାଉଁଶ…
ରାଉରକେଲା : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର ରାଉରକେଲା ଗସ୍ତରେ ଆସି ୨୦୨୩ରେ ଖେଳା ଯିବାକୁ ଥିବା ପୁରୁଷ ବିଶ୍ୱକପ ହକି ଲାଗି ସମୀକ୍ଷା ବୈଠକ କରିଛନ୍ତି। ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ହକି ଷ୍ଟାଡିୟମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ସମୀକ୍ଷା କରିବା ପରେ ଗଣାମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ୨୦୨୩ରେ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ବିଶ୍ଵକପ ହକି ଖେଳାଯିବ। ଏଥିପାଇଁ ରାଉରକେଲାଠାରେ ଦେଶର ସର୍ବ ବୃହତ୍ ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି। ଏଠାରେ ୨୦ ହଜାର ଦର୍ଶକ ଏକାସାଙ୍ଗରେ ବସି ଖେଳ ଉପଭୋଗ କରିପାରିବେ। ଏହି ଷ୍ଟାଡିୟମ ନିର୍ମାଣ କାମର ନିୟମିତ ଅଗ୍ରଗତି ସମୀକ୍ଷା କରାଯାଉଛି। ଷ୍ଟାଡିୟମକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକର ମଧ୍ୟ…
ଭୁବନେଶ୍ବର: ଆଜି ବେଆଇନ ଔଷଧ ଚାଲାଣ ବେଳେ ଭୁବନେଶ୍ୱର ବରମୁଣ୍ଡା ବସ ଷ୍ଟାଣ୍ଡ ନିକଟରେ ଏସଟିଏଫ ଓ କମିଶନେରେଟ ପୋଲିସ ମିଳିତ ଚଢ଼ାଉ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଖବର ମୁତାବକ ବରମୁଣ୍ଡାରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ନିଷେଧ ହୋଇଥିବା ଔଷଧ ବହୁ ମାତ୍ରାରେ ଚୋରାଚାଲାଣ ହେଉଥିବାର ଖବର ପାଇଥିଲା ଏସଟିଏଫ। ଏହି ପରିପ୍ରେକ୍ଷୀରେ ଆଜି କମିଶନେରେଟ ପୋଲିସ ଓ ଏସଟିଏଫ ଉକ୍ତ ସ୍ଥାନରେ ମିଳିତ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଉଭୟ ବିଭାଗ ୧୨୮୦ ବୋତଲ କୋଡିନ ଫସଫେଟ ଏବଂ କ୍ଲୋରୋଫେନାରମିନ ମାଲେଟ ମିଶ୍ରିତ ଥିବା ‘ଏସକଫ’ ନାମକ ବେଆଇନ କଫ ସିରପ, ଗୋଟିଏ ବାଇକ ଏବଂ ଅନ୍ୟାନ୍ୟ ଜିନିଷ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ପୁରି ଜିଲ୍ଲା ଗୋପ ଥାନା ଅଞ୍ଚଳର ପଦ୍ମଲାଭ ବେହେରା। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଭରତପୁର ଥାନାରେ କେଶ ନମ୍ବର ୧୮୩/୨୨ ରେ…
ନୂଆଦିଲ୍ଲୀ: ନୀତି ଆୟୋଗ ପକ୍ଷରୁ ଜାତୀୟ ଡାଟା ଓ ଅନାଲିଟିକ୍ସ ପ୍ଲାଟଫର୍ମ (ଏନ୍ଡିଏପି) ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଆଜି ଆରମ୍ଭ କରାଯାଇଛି। ଏହି ପ୍ଲାଟଫର୍ମ ବା ମଂଚର ଉଦ୍ଦେଶ୍ୟ ହେଲା ସରକାରୀ ତଥ୍ୟାବଳୀକୁ ଲୋକଙ୍କୁ ସହଜରେ ଯୋଗାଇଦେବା। ଏହା ଫଳରେ ସରକାରୀ ଡାଟା ସଂଗ୍ରହ ସହଜ, ଆନ୍ତଃ ସଂଚାଳିତ, ଆନ୍ତଃକ୍ରିୟ ହେବ ଏବଂ ବ୍ୟବହାର ଅନୁକୂଳ ମଂଚରେ ସର୍ବସାଧାରଣ ଏହାକୁ ଅନାୟାସରେ ପାଇପାରିବେ। ଏହି ପ୍ଲାଟଫର୍ମ ବିଭିନ୍ନ ସରକାରୀ ସଂସ୍ଥାରୁ ତଥ୍ୟାବଳୀମାନ ସଂଗ୍ରହ କରି ଅତି ସୁସମନ୍ୱିତ ଭାବେ ପ୍ରଦାନ କରୁଛି। ଏହାଛଡା ଏହି ତଥ୍ୟାବଳୀକୁ ଦେଖିବା, ପଢିବା, ବିଶ୍ଲେଷଣ କରିବା ପାଇଁ ଏହି ପ୍ଳାଟଫର୍ମରେ ଆବଶ୍ୟକ ‘ଟୁଲ୍ସ’ର ବ୍ୟବସ୍ଥା ରହିଛି। ପୂର୍ବରୁ ଜନସାଧାରଣଙ୍କ ପାଇଁ ୨୦୨୧ ଅଗଷ୍ଟରେ ଏକ ‘ବେଟା ରିଲିଜ୍’ ବ୍ୟବସ୍ଥା କରାଯାଇଥିଲା। ଏହାଫଳରେ ସୀମିତ ସଂଖ୍ୟକ ବ୍ୟବହାରକାରୀ ଏହାକୁ ଦେଖିବାର ସୁଯୋଗ ପାଇଥିଲେ। ଏହି କାମଟିକୁ ସେତେବେେଳେ ଏହି ବ୍ୟବସ୍ଥାର ପରୀକ୍ଷାମୂଳକ ପ୍ରୟୋଗ ଓ ମତାମତ ପାଇଁ…
ଭୁବନେଶ୍ୱର: ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାରେ ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ମିଳିଛି ଆଉ ଏକ ସଫଳତା। କ୍ୟୁଏସ୍ ଆଇ-ଗଜ୍ ଦ୍ୱାରା ପ୍ରସ୍ତୁତ “ଆନନ୍ଦପୂର୍ଣ୍ଣ ଶିକ୍ଷାନୁଷ୍ଠାନ” ତାଲିକାରେ ସୋଆକୁ ସ୍ଥାନ ମିଳିଛି। ୟୁକେ ସ୍ଥିତ କ୍ୟୁଏସ୍ କ୍ୱାକ୍କ୍ୱାରେଲି ସିମଣ୍ଡସର ଭାରତୀୟ ଶାଖା କ୍ୟୁଏସ୍ ଆଇ-ଗଜ ଏବଂ ଆସୋଚାମ୍ ସହଯୋଗରେ ଭାରତର ୧୦୦ ରୁ ଅଧିକ ଶିକ୍ଷାନୁଷ୍ଠାନକୁ ନେଇ ଗଭୀର ଆଲୋଚନା ପର୍ଯ୍ୟାଲୋଚନା ପରେ ୩୩ଟି ବିଶ୍ୱବିଦ୍ୟାଳୟ, କଲେଜ ଏବଂ ସ୍କୁଲ୍କୁ ଏହି “ଆନନ୍ଦପୂର୍ଣ୍ଣ ଶିକ୍ଷାନୁଷ୍ଠାନ” ସ୍ଥାନୀତ କରାଯାଇଛି। ଗୁରୁବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏହି ସମ୍ମାନ ପ୍ରଦାନ କରିଛନ୍ତି। ସୋଆର ପ୍ରୋ-ଚାନ୍ସେଲର ପ୍ରଫେସର (ଡାକ୍ତର) ଅମିତ ବାନାର୍ଜୀ ଏବଂ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି ପ୍ରୀତମ ନାୟକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ସାର୍ଟିଫିକେଟ ଗ୍ରହଣ କରିଛନ୍ତି। ଓଡ଼ିଶାର ଏକ ମାତ୍ର ଶିକ୍ଷାନୁଷ୍ଠାନ ଭାବେ ଏହି ତାଲିକାରେ…
ଭୁବନେଶ୍ବର: ଓଡିଶାର ଗୋଚିଏ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ। ଏ ନେଇ ଆଜି ଭାରତ ନିର୍ବାଚନ କମିଶନରଙ୍କ ତରଫରୁ ଘୋଷଣା କରାଯାଇଛି। ସେହି ଅନୁସାରେ ଜୁନ ୧୩ ତାରିଖରେ ଏହି ଉପନିର୍ବାଚନ ହେବ। ସେଦିନ ସକାଳ ୯ ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ଭୋଟ ଗ୍ରହଣ ହେବ। ଅପରାହ୍ନ ୫ଟାରେ ଭୋଟ ଗଣତି ହେବ। ଏହି ବିଜ୍ଞପ୍ତି ଅନୁସାରେ ମଇ ୨୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁନ ୨ ତାରିଖରେ ନାମାଙ୍କନ ପତ୍ର ଦାଖଲ କରାଯିବ। ଜୁନ ୩ ତାରିଖରେ ନାମାଙ୍କନ ଯାଞ୍ଚ କରାଯିବ। ଜୁନ ୬ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିବ। ଏହି ଆସନରେ ସଦସ୍ୟ ଥିବା ସୁବାଷ ସିଂ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ସେ କଟକ ମେୟର ଭାବେ ନିର୍ବାଚତ ହୋଇଥିବାରୁ ଏହି ପଦବୀ ଛାଡିବାକୁ ପଡିଲା। ପୂର୍ବରୁ ଓଡିଶାର ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ ବୋଲି ଘୋଷଣା…

