ଭୁବନେଶ୍ୱର : କୋଭିଡ ମହାମାରୀ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହୋଇଥିବା ଦୁର୍ବଳ ନିବେଶ ଏବଂ ଅବହେଳାକୁ ସାମ୍ନାକୁ ଆଣିଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେବିକା(ନର୍ସ) ମାନଙ୍କର ଏକ ପ୍ରମୁଖ ଭୂମିକା ରହିଛି। ତେଣୁ ଏହି କ୍ଷେତ୍ରରେ ଉତ୍ତମ ନିବେଶ କରିବା ସହିତ ସମଗ୍ର ବିଶ୍ୱରେ ଏକ ସ୍ଥାୟୀ, ସୁଶିକ୍ଷିତ ତଥା ଉଚ୍ଚମାନର ତାଲିମପ୍ରାପ୍ତ ନର୍ସିଂ ମାନବସମ୍ବଳ ସୃଷ୍ଟି କରିବା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ବାନ। ଆଜି ଏମ୍ସ ଭୁବନେଶ୍ୱରରେ ଅନ୍ତର୍ଜାତୀୟ ସେବିକା ଦିବସ ପାଳନ ଅବସରରେ ଉପସ୍ଥିତ ଅତିଥି ତଥା ବିଶେଷଜ୍ଞମାନେ ଏପରି ମତବ୍ୟକ୍ତ କରିଛନ୍ତି। ଏମ୍ସ ଭୁବନେଶ୍ୱର କଲେଜ ଅଫ୍ ନର୍ସିଂ ଏବଂ “ଷ୍ଟୁଡେଣ୍ଟସ୍ ନର୍ସ ଆସୋସିଏସନ୍” ପକ୍ଷରୁ କଲେଜର ମିନି ଅଡିଟୋରିୟମରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଏମ୍ସ ଭୁବନେଶ୍ୱର ଅଧୀକ୍ଷକ ଡକ୍ଟର ସଚ୍ଚିଦାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାବେଶକୁ ସମ୍ବୋଧିତ କରିଥିଲେ। ବର୍ତ୍ତମାନ ଏବଂ ଭବିଷ୍ୟତରେ ଯେକୌଣସି ମହାମାରୀର ମୁକାବିଲା ପାଇଁ ନର୍ସିଂ ଶିକ୍ଷା,…
Author: Samikhsya Bureau
ଭୁବନେଶ୍ୱର: ଆଜି ଓଡିଶା ରାଜଭବନରେ ଦେଖିବାକୁ ମିଳିଥିଲା ପୂର୍ବତନ ରାଜ୍ୟପାଳ ଏମ ଏମ ରାଜେନ୍ଦ୍ର ଏବଂ ତାଙ୍କର ପତ୍ନୀ ସୁଶୀଳା ରାଜେନ୍ଦ୍ରନ। ହୁଇଲ ଚ୍ୟାୟାରରେ ଆସିଥିବା ଏହି ପୂର୍ବତନ ରାଜ୍ୟପାଳଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ନିଜେ ତାଙ୍କୁ ପାଛୋଟି ନେଇ ସ୍ବାଗତ କରିଥିଲେ। ତେବେ ଅବସର ଥିଲା ପୂର୍ବତନ ରାଜ୍ୟପାଳ ରାଜେନ୍ଦ୍ରନଙ୍କ ଲିଖିତ ପୁସ୍ତକ ଉନମୋଚନ ଉତ୍ସବ। ସେ ଓଡିଶାରେ ଥିବା ବେଳେ ଯେଉଁ କାର୍ଯ୍ୟ କରିଥିଲେ ସେହି ତଥ୍ୟ ଏହି ପୁସ୍ତକରେ ରହିଛି। ସେଥିପାଇଁ ସେ ଓଡିଶା ରାଜଭବନରେ ତାଙ୍କର ପୁସ୍ତକକୁ ୱୋକାର୍ପଣ କରିବା ପାଇଁ ଚାହିଁଥିଲେ। ଆଜି ପୂର୍ବାହ୍ନରେ ରାଜଭବନର ଅଭିଷେକ ହଲରେ ରାଜେନ୍ଦ୍ରନଙ୍କ ଦ୍ୱାରା ଲିଖିତ ଇଂରାଜୀ ପୁସ୍ତକ ‘ ସର୍ଭିସ୍ ଅନ୍ଇପଣ୍ଟରପ୍ଟୋଡ୍’ କୁ ଲୋକାର୍ପଣ କରି ରାଜ୍ୟପାଳ ଶିଶୁମାନଙ୍କର ବିକାଶ ପାଇଁ ପୂର୍ବତନ ରାଜ୍ୟପାଳଙ୍କ କାର୍ଯ୍ୟ ଓ ଯୋଜନା ପ୍ରଣୟନରେ ଭୂମିକାକୁ ପ୍ରଶଂସା କରିବା ସହ ଶିଶୁମାନଙ୍କ ମଧ୍ୟରେ ଥିବା ଅସୀମିତ ସମ୍ଭାବନାକୁ ବାସ୍ତବତାରେ ପରିପ୍ରକାଶ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦ୍ବିତୀୟ ବିଶ୍ବ କୋଭିଡ୍ ଶିଖର ସମ୍ମିଳନୀରେ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ସେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ‘ମହାମାରୀ କ୍ଲାନ୍ତି ନିରାକରଣ ଏବଂ ପ୍ରସ୍ତୁତିକୁ ପ୍ରାଥମିକତା’ ବିଷୟବସ୍ତୁକୁ ନେଇ ଆୟୋଜିତ ଶିଖର ସମ୍ମିଳନୀର ପ୍ରାରମ୍ଭିକ ଅଧିବେଶନରେ ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ରଖିଥିଲେ। ମହାମାରୀ ମୁକାବିଲା ପାଇଁ ଭାରତ ଏକ ଜନକୈନ୍ଦ୍ରିକ ରଣନୀତି ଆପଣାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ, ଭାରତ ଚଳିତ ବର୍ଷ ସ୍ବାସ୍ଥ୍ୟ ପାଇଁ ସର୍ବାଧିକ ବଜେଟ୍ ଆବଣ୍ଟନ କରିଛି। ଭାରତ ବିଶ୍ବର ସର୍ବବୃହତ ଟିକାକରଣ ଅଭିଯାନ କାର୍ଯ୍ୟକାରୀ କରୁଛି ଏବଂ ପ୍ରାୟ ୯୦ ପ୍ରତିଶତ ବୟସ୍କ ଜନସଂଖ୍ୟା ଓ ୫ କୋଟିରୁ ଅଧିକ ପିଲାଙ୍କ ଟିକାକରଣ ସମ୍ପୂର୍ଣ୍ଣ କରିସାରିଛି। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ବିଶ୍ବ ସମୁଦାୟର ଏକ ଉତ୍ତରଦାୟୀ ସଦସ୍ୟ ଭାବେ ଭାରତ ଏହାର ମିତବ୍ୟୟୀ ସ୍ବଦେଶୀ କୋଭିଡ…
ଭୁବନେଶ୍ୱର: ସୋଆ ବିଶ୍ୱବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଯାପିତ ହୋଇଯାଇଛି। ଆଇଟିଇଆରର ଡିପାର୍ଟମେଂଟ ଅଫ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ଗ୍ରୁପ୍ ଚାମ୍ପିଅନ ହୋଇଥିବାବେଳେ ଆଇଏମ୍ଏସ୍ ରନର୍ସ ଅପ୍ ହୋଇଛି। ରାଜ୍ୟ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ପ୍ରୋଭିସି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ କ୍ରୀଡା ଅଧିକାରୀ ସୁନୀତା ବର୍ମା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ। କନିଷ୍ଠ କ୍ରୀଡାଧିକାରୀ ପ୍ରିୟମ ମଲ୍ଲିକ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ବାଳକ ଭଲିବଲରେ ଆଇଏମ୍ଏସ୍, ମହିଳା ବାସ୍କେଟବଲରେ ଆଇଟିଇଆର (ସିଏସ୍ଇ), ବାଳକ କବାଡିରେ ଆଇଟିଇଆର (ସିଏସ୍ଇ), ମହିଳା କବାଡିରେ ଆଇଟିଇଆର, ପୁରୁଷ କ୍ରିକେଟରେ ଏମ୍ସିଏ, ମହିଳା କ୍ରିକେଟରେ ଆଇଏମ୍ଏସ୍, ଚେସ୍ରେ ଅଂଶୁମାନ ପୂଜାରୀ, ଟେବୁଲ…
ନିରଂଜନ ଦାସ ନୟାଗଡ/ଖଣ୍ଡପଡା: ଆଜି ନୟାଗଡ ଜିଲ୍ଲା ଖଣ୍ଡପଡାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ମହମ୍ମଦ ସକିଲ ଯାଉଥିବା କାରକୁ ବାଜାଜ ପଲସର ବାଇକଟି ଦୃତ ଗତିରେ ସମ୍ମୁଖରୁ ଧକ୍କା ଦେଇଛି। ଯାହାଫଳରେ କାରରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଆଂଶିକ ଆଘାତ ପାଇଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳୁ ଏକ ବ୍ୟକ୍ତିଗତ କାର୍ଯ୍ୟରେ ଖଣ୍ଡପଡାରୁ କୋଷକା ଅଭିମୁଖେ ମହମ୍ମଦ ଏବଂ ତାଙ୍କ ସହଯୋଗୀ ଯାଉଥିଲେ। ହେଲେ ସେହି ସମୟରେ ଅପର ପକ୍ଷରୁ ବାଜାଜ ପଲସର (ଓଡ଼ି ୨୫ ଏଲ- ୭୮୭୫ ନମ୍ବର) ବାଇକ ଚଲାଉଥିବା ଜଣେ ଯୁବକ ଦ୍ରୁତଗତିରେ ଆସି ମାରୁତି ଗାଡିର ସମ୍ମୁଖରୁ ଧକ୍କା ଦେଇଥିଲା। ସେହି ସମୟରେ ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ମହମ୍ମଦ ସକିଲଙ୍କ ସମେତ ପୂର୍ବତନ ସରପଞ୍ଚ ବିଜୟ କୁମାର ତ୍ରିପାଠୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦୂର୍ଯ୍ଯୋଧନ ସ୍ୱାଇଁ, ଓମଫେଡର…
ନୟାଗଡ/ଖଣ୍ଡପଡ଼ା: ଖଣ୍ଡପଡ଼ା ବ୍ଲକ ବନମାଳୀ ପୁର ପଞ୍ଚାୟତ ଅଧୀନ ପଥୁରିଆ ରାମଚଣ୍ଡୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ପ୍ରତିବାଦରେ ବିଇଓ ଅଫିସରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଗ୍ରାମବାସୀ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଗ୍ରାମରେ ଥିବା ରାମଚଣ୍ଡୀ ପ୍ରାଥମିକ ବିଦ୍ୟାଳୟରେ ୪୧ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଗତ ଦୁଇବର୍ଷ ତଳେ ରାଜ୍ୟ ସରକାର କମ ପିଲା ପଢୁଥିବା ତଥା ବିଦ୍ୟାଳୟ ମିଶ୍ରଣ ନେଇ ନୂତନ ନିୟମ ଆଣିବା ପରେ ଉକ୍ତ ସ୍କୁଲଟି ବନ୍ଦ ହୋଇଯାଇଥିଲା। ପୂର୍ବରୁ ଅନେକବାର ବିଭାଗୀୟ ଅଧିକାରୀ ତଥା ଜିଲ୍ଲା ପ୍ରଶାସନକୁ ସମସ୍ୟା ବାବଦରେ ଚିଠି ଲେଖାଯାଇଥିଲେ ମଧ୍ୟ ସୁଫଳ ମିଳିନଥିଲା। ଫଳରେ ଗ୍ରାମବାସୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ ପୂର୍ବଭଳି ସ୍କୁଲ ଚାଲିବା ନେଇ ନିର୍ଦ୍ଦେଶ ଦେଇଥିଲେ। ତେବେ ଗଣଶିକ୍ଷା ବିଭାଗ ତଥା ଜିଲ୍ଲା ପ୍ରଶାସନ ଏ ନେଇ କୌଣସି ପଦକ୍ଷେପ ନ ନେବାରୁ ଗତ ୧୪ ମାର୍ଚ୍ଚରେ ଛାତ୍ରଛାତ୍ରୀଙ୍କ ସମେତ ଗ୍ରାମବାସୀ ରାସ୍ତାରୋକ କରିଥିଲେ।…
ଖୋର୍ଦ୍ଧା: ଆଜି ଏସଟିଏଫକୁ ମିଳିଛି ବଡ଼ ସଫଳତା। ଖୋର୍ଦ୍ଧାରୁ କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ଏସଟିଏଫ। ସୂଚନା ମୁତାବକ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ଠାରେ ବ୍ରାଉନ ସୁଗାର କାରବାର ପାଇଁ ଏକ ବଡ଼ ଡ଼ିଲ ହେଉଥିବାର ଖବର ପାଇଥିଲା ଏସ ଟିଏଫ। ବିଳମ୍ବ ନକରି ଉକ୍ତ ସ୍ଥାନରେ ଏସଟିଏଫ ସଙ୍ଗେସଙ୍ଗେ ଚଢ଼ାଉ କରି ୧ କେଜି ୪୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ଵ ହେବ ବୋଲି ଜଣାପଡିଛି। ତତସହିତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ। ଗିରଫ ଅଭିଯୁକ୍ତ ମାନେ ହେଲେ ବେଗୁନିଆ ଥାନା ଅଞ୍ଚଳର ରଞ୍ଜନ କୁମାର ପାଟ୍ଟଶାଣି, ରାଉତପଡ଼ା ଗ୍ରାମର ଲକ୍ଷ୍ମୀଧର ସ୍ୱାଇଁ ଏବଂ ବାଙ୍କୀ ଥାନା ହରିରାଜପୁର ଗ୍ରାମର ଅମରେନ୍ଦ୍ର ମହାପାତ୍ର। ଅଭିଯୁକ୍ତଙ୍କ ବିରୋଧରେ ଏସଟିଏଫ ୨୧(ଗ)/୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେଶ ନମ୍ବର ୧୧/୨୨ ରେ ମାମଲା…
ଚିଲିକା: ଆସନ୍ତାକାଲି (ଶୁକ୍ରବାର ଦିନ) ଚିଲିକା ନିର୍ବାଚନମଣ୍ଡଳୀରେ ପାୱାର କଟ୍ ହେବ ନାହିଁ। କିନ୍ତୁ ଏହାକୁ ଏବେ ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ଛାତ୍ର ଛାତ୍ରୀଙ୍କ ପରୀକ୍ଷା ଚାଲିଥିବା ବେଳେ ସେମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏସଏଲଡ଼ିସି ଉକ୍ତ ପାୱାରକଟ ପାଇଁ ଅନୁମତି ଦେଇନାହାନ୍ତି। ସୂଚନା ଥାଉକି ୧୩୨/୩୩ କେଭି ନାଭାଲ ଗ୍ରୀଡ଼ର ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ଆସନ୍ତାକାଲି ସକାଳ ୮ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ବାଣପୁର, ବାଲୁଗାଁ ଏବଂ ଚିଲିକା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ହେବାକୁ ଘୋଷଣା କରାଯାଇଥିଲା। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ପୁର୍ବରୁ ସୂଚନା ଦେଇଥିଲେ।
ଭୁବନେଶ୍ଵର: ଆଜି ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି। ତାଳଚେର ମେଡିକାଲ କଲେଜକୁ ଚାଲୁ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ରାଜ୍ୟ ସରକାର ଓ ମହାନଦୀ କୋଲଫିଲ୍ଡ ମିଳିତ ଭାଗୀଦାରୀରେ ଏହି ମେଡିକାଲ କଲେଜ ଚାଲିବ। ତାଳଚେର ମେଡିକାଲ କଲେଜର ଭିତ୍ତିଭୂମି ଓ ପରିଚାଳନା ଅର୍ଥ ଏମସିଏଲ ବହନ କରିବ। ମେଡିକାଲ କଲେଜ ଓ ହସ୍ପିଟାଲକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପରିଚାଳନା କରିବେ। ତେବେ ଏହି କଲେଜରେ ପାଠ ପଢିବା ପାଇଁ ୧୦୦ ଟି ସିଟ ରହିବ। ଏହାସହିତ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ପାଇଁ ୫୦୦ ଟି ଶଯ୍ୟା ରହିବ।
ନୂଆଦିଲ୍ଲୀ: ସବୁଠୁ ବରିଷ୍ଠ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କୁ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିଛନ୍ତି। ମେ ୧୪ ତାରିଖ ୨୦୨୨ରେ ସୁଶୀଲ ଚନ୍ଦ୍ରାଙ୍କ ଅବସର ଗ୍ରହଣ ପରେ ରାଜୀବ କୁମାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ମେ ୧୫ ତାରିଖ ୨୦୨୨ରେ ଦାୟିତ୍ବ ଗ୍ରହଣ କରିବେ।
ନୂଆଦିଲ୍ଲୀ/ଭୁବନେଶ୍ୱର: ଉପସାଗରୀୟ ଦେଶ ତଥା ବିଶ୍ୱ ବଜାର ପାଇଁ ଦକ୍ଷ ମାନବସମ୍ବଳ ପ୍ରସ୍ତୁତ ନିମନ୍ତେ ବାରଣାସୀ ଠାରେ ସ୍କିଲ ଇଣ୍ଡିଆ ଇଂଟରନ୍ୟାସନାଲ ସେଂଟର ପ୍ରତିଷ୍ଠା କରାଯିବ। ଏ ନେଇ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଜାତୀୟ ଦକ୍ଷତା ବିକାଶ ଉଦ୍ୟୋଗ ତଥା ଏନଏସଡ଼ିସିଆଇ ଇଂଟରନ୍ୟାସନାଲ (ଏନଏସଡ଼ିସିଆଇ) ଏବଂ ଡିପିି ୱାର୍ଲଡର ଭାରତୀୟ ୟୁନିଟ୍, ହିନ୍ଦୁସ୍ତାନ ପୋର୍ଟ ପ୍ରାଇଭେଟ୍ ଲିମିଟେଡ଼୍ ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି। ଏହି ଏମଓୟୁ ଦ୍ୱାରା ଉତରପ୍ରଦେଶର ବାରଣାସୀ ଠାରେ ସ୍କିଲ ଇଣ୍ଡିଆ ଇଂଟରନ୍ୟାସନାଲ ସେଂଟରକୁ ବିକଶିତ କରାଯିବ। ବିଦେଶରେ ରୋଜଗାର ପାଇଁ ଇଚ୍ଛୁକ ଥିବା ଦେଶର ଯୁବବର୍ଗଙ୍କ ଲଜିଷ୍ଟିକ୍, ବନ୍ଦର ପରିଚାଳନା ଓ ସମତୁଲ୍ୟ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ ଦିଆଯିବ। ଏଠାରେ ଅନ୍ତରାଷ୍ଟ୍ରୀୟ ସ୍ତରର ଦକ୍ଷତା ପ୍ରଦାନ କରିବା ସହ ବିଶ୍ୱ ବଜାର ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯିବା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଭାରୁଚଠାରେ ଉତ୍କର୍ଷ ସମାରୋହକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଚାରିଟି ପ୍ରମୁଖ ଯୋଜନାରେ ରାଜ୍ୟ ସରକାର ପୂର୍ଣ୍ଣତା ହାସଲ କରିବା ଦୃଷ୍ଟିରୁ ପାଳନ କରାଯାଉଛି। ଏହା ଜରିଆରେ ଜିଲ୍ଲାଗୁଡିକରେ ସମୟାନୁସାରେ ଆର୍ଥିକ ସହାୟତା ଜନସାଧାରଣଙ୍କୁ ପ୍ରଦାନ କରାଯିବ। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଅନ୍ୟମାନଙ୍କ ମଧ୍ୟରେ ଏହି ଅବସରରେ ଉପସ୍ଥିତ ଥିଲେ। ସେ ଅଞ୍ଚଳର ମହିଳାମାନେ ଦେଶରେ ମହିଳାଙ୍କ ଜୀବନକୁ ସ୍ୱଚ୍ଛନ୍ଦ କରିବା ନେଇ ମର୍ଯ୍ୟାଦା ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ ଏକ ବିଶାଳ ରାକ୍ଷୀ ଉପହାର ଦେଇଥିଲେ। ପ୍ରଧାନମନ୍ତ୍ରୀ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଜଣେ ଦିବ୍ୟାଙ୍ଗଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ତାଙ୍କ ଝିଅର ପାଠପଢ଼ା ନେଇ ଜାଣିବାକୁ ଚାହିଁଥିଲେ। ଝିଅଟି ତା ବାପାଙ୍କ ସମସ୍ୟା ନେଇ ଭାବପ୍ରବଣ ହୋଇ ଉଠିଥିଲା। ଏଥିରେ ବ୍ୟଥିତ ପ୍ରଧାନମନ୍ତ୍ରୀ ଝିଅଟିର ସମ୍ବେଦନଶୀଳତା ହିଁ…
ସ୍ୱାସ୍ଥ୍ୟ ଟିପ୍ସ: ଓଜନ ବୃଦ୍ଧି ହେବାର ଏକ ମୁଖ୍ୟ କାରଣ ହେଉଛି ଲୋକମାନେ ଖାଇବା ପରେ ପ୍ରାୟତଃ ଶୋଇଥା’ନ୍ତି। କିମ୍ବା ଆପଣ ଖାଇବା ପରେ ବସି ରହିଥା’ନ୍ତି। କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ କ୍ଷତି ପହଞ୍ଚାଇପାରେ। ଏହା ଆପଣଙ୍କ ଶରୀରରେ ଅନେକ ରୋଗକୁ ଆମନ୍ତ୍ରଣ କରିପାରେ। ଏହା ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ମଧ୍ୟ ବଢାଇପାରେ। ଏପରି ପରିସ୍ଥିତିରେ, ଯଦି ଆପଣ ମଧୁମେହର ରୋଗୀ, ତେବେ ଆପଣଙ୍କୁ ଖାଦ୍ୟ ଏବଂ ପାନୀୟ ସହିତ କିଛି ଅଭ୍ୟାସ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଏପରି ଏକ ଅଭ୍ୟାସ ହେଉଛି ଖାଦ୍ୟ ଖାଇବା ପରେ ବୁଲିବା। ଖାଇବା ପରେ ୧୫ ରୁ ୨୦ ମିନିଟ୍ ଚାଲିବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ରହିଥାଏ। ଏହି କାରଣରୁ, ଆପଣଙ୍କର ଓଜନ ମଧ୍ୟ ନିୟନ୍ତ୍ରିତ ହୋଇଥାଏ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ଅନେକ ଲାଭ ପାଇଥାଏ। ଏହି ଗୋଟିଏ…
ସ୍ୱାସ୍ଥ୍ୟ ଟିପ୍ସ: ସକାଳ ଜଳଖିଆ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଳଖିଆରେ ଆମେ ସମସ୍ତେ ବିଭିନ୍ନ ଜିନିଷ ଖାଇବାକୁ ପସନ୍ଦ କରୁ। ଉଦାହରଣ ସ୍ୱରୂପ, ଯଦି କେହି ଜଳଖିଆ ପାଇଁ ପୋହା ଏବଂ ଉପମା ଖାଇବାକୁ ପସନ୍ଦ କରନ୍ତି, ତେବେ କେହି ଫଳ ଖାଇବାକୁ ପସନ୍ଦ କରନ୍ତି। ଅନ୍ୟ ପଟେ, କମଳା ରସ ଏବଂ ବ୍ରେଡ ଦେଖିବାକୁ ବହୁତ ଆକର୍ଷଣୀୟ ହୋଇଥାଏ, କିନ୍ତୁ ଆପଣ ଜାଣନ୍ତି କି ସକାଳେ ଖାଲି ପେଟରେ ଏପରି ଜିନିଷ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ। ସେଥିପାଇଁ ଆପଣଙ୍କୁ ଏଭଳି ଫଳ ବିଷୟରେ କହିବୁ, ଯାହାକୁ ଖାଲି ପେଟରେ ଖାଇବା ଦ୍ଵାରା ଆପଣଙ୍କର ସ୍ୱାସ୍ଥ୍ୟକୁ ଫାଇଦା ମିଳିଥାଏ। ଖାଲି ପେଟରେ ଏହି ଜିନିଷ ଖାଆନ୍ତୁ: ଉଷୁମ ପାଣି ସହିତ ମହୁ- ସକାଳେ ଖାଲି ପେଟରେ ଗରମ ପାଣି ଏବଂ ମହୁ ପିଇବା ଶରୀର ଭିତରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଦିଏ, ଯାହା ଆପଣଙ୍କ ପେଟରେ ସମସ୍ୟା ସୃଷ୍ଟି କରିଥାଏ।…
ନୂଆଦିଲ୍ଲୀ: କ୍ୟାମ୍ପବେଲ ୱିଲସନଙ୍କୁ ଏୟାର ଇଣ୍ଡିଆର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ ଟାଟା ସନ୍ସ ନିଯୁକ୍ତ କରିଛି। ଟାଟା ସନ୍ସଙ୍କ ଦ୍ଵାରା ଜାରି ଏକ ବିବୃତ୍ତି ଅନୁଯାୟୀ, ୫୦ ବର୍ଷିୟ କ୍ୟାମ୍ପବେଲ ୱିଲସନ ବିମାନ ଚଳାଚଳ କ୍ଷେତ୍ରରେ ୨୬ ବର୍ଷର ଅଭିଜ୍ଞତା ପାଇଛନ୍ତି। ଏୟାର ଇଣ୍ଡିଆର ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନ୍ କହିଛନ୍ତି ଯେ, ୱିଲସନ ଜଣେ ଇଣ୍ଡଷ୍ଟ୍ରିର ପୁରୁଖା, ଯିଏ ପ୍ରମୁଖ ବିଶ୍ୱ ବଜାରରେ କାର୍ଯ୍ୟ କରିଛନ୍ତି। ତାଙ୍କର ଅଭିଜ୍ଞତା ଏସିଆରେ ଏକ ଏୟାରଲାଇନ୍ସ ବ୍ରାଣ୍ଡ ନିର୍ମାଣରେ ଏୟାର ଇଣ୍ଡିଆକୁ ଲାଭ ଦେବ।
ଭୁବନେଶ୍ଵର: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡିଶାର ୩ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ରାଜ୍ୟସଭାର ୩ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ସରୁଥିବାରୁ ସେହି ସ୍ଥାନ ପୂରଣ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏନ ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଏବଂ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରୁଥିବାରୁ ସେମାନଙ୍କ ସ୍ଥାନ ପୂରଣ ପାଇଁ ନିର୍ବାଚନ ହେବ। ସେଥିପାଇଁ ମଇ ୨୪ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ମଇ ୩୧ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ କରାଯାଇପାରିବ। ତେବେ ଜୁନ ୧ ତାରିଖରେ ନାମାଙ୍କନ ଯାଞ୍ଚ କରାଯିବାକୁ ଥିବା ବେଳେ ଜୁନ ୩ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯାଇପାରିବ। ଜୁନ ୧୦ ତାରିଖରେ ଭୋଟ ଗ୍ରହଣ ହୋଇପାରେ। ସକାଳ ୯ ଟାରୁ ଅପରାହ୍ନ ୪ ଟା ଯାଏଁ ଭୋଟ ଗ୍ରହଣ କରାଯିବ। ତେବେ ଜୁନ ୧୦ ତାରିଖ ଅପରାହ୍ନ ୫…
ନୂଆଦିଲ୍ଲୀ: ଯଦି ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ଶୀଘ୍ର ପ୍ରସ୍ତୁତ କରିବାକୁ ଯାଉଛନ୍ତି କିମ୍ବା ଏହାକୁ ନବୀକରଣ କରିବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ଏହି ଖବର ଆପଣଙ୍କ ଦରକାରରେ ଆସିବ। କେନ୍ଦ୍ରରେ ଥିବା ମୋଦୀ ସରକାର ଡ୍ରାଇଭିଂ ଲାଇସେନ୍ସ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି। ଏହି ପରିବର୍ତ୍ତନଗୁଡିକ ପରେ, ଏକ ନୂତନ ଡ୍ରାଇଭିଂ ଲାଇସେନ୍ସ ତିଆରି ଏବଂ ନବୀକରଣ କରିବା ଆପଣଙ୍କ ପାଇଁ ସହଜ ହେବ। ଏହା ସହିତ ବର୍ତ୍ତମାନ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସର କାର୍ଯ୍ୟ ପାଇଁ ଆପଣଙ୍କୁ ବାରମ୍ବାର ଆରଟିଓ କାର୍ଯ୍ୟାଳୟର ଯିବାକୁ ପଡିବ ନାହିଁ। ପୂର୍ବରୁ ଲୋକଙ୍କୁ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଏକ ପରୀକ୍ଷା ଦେବାକୁ ପଡୁଥିଲା। କିନ୍ତୁ, ବର୍ତ୍ତମାନ ନିୟମର ପରିବର୍ତ୍ତନ ପରେ ଆପଣଙ୍କୁ କୌଣସି ପ୍ରକାରର ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ଲୋକଙ୍କ ସୁବିଧା ପାଇଁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପାଇଁ ନିୟମରେ ଅନେକ ପରିବର୍ତ୍ତନ କରିଛି।…
ସ୍ୱାସ୍ଥ୍ୟ ଟିପ୍ସ: ଶୁଖିଲା ଫଳର ରାଜା ଭାବରେ କାଜୁକୁ ବିବେଚନା କରାଯାଏ। ଯାହା ସ୍ୱାସ୍ଥ୍ୟ ସହିତ ଆପଣଙ୍କ ସୌନ୍ଦର୍ଯ୍ୟ ବଢାଇବା ପାଇଁ ମଧ୍ୟ କାର୍ଯ୍ୟ କରିଥାଏ। ଏହା ସହିତ ଏହାକୁ ଖାଇବା ଦ୍ୱାରା ଅନେକ ପ୍ରକାରର ରୋଗକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ। ଆଜି ଆମେ ଆପଣଙ୍କୁ କାଜୁର ଏପରି କିଛି ଉପକାର ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ। ଏହାକୁ ଖାଇବା ଦ୍ୱାରା ମେଟାବୋଲିଜିମ୍ ଠିକ୍ ରହିଥାଏ ଏବଂ ହୃଦୟ ସମ୍ବନ୍ଧୀୟ ଅନେକ ରୋଗରେ ଆରାମ ମିଳିଥାଏ। ଆମ ରୋଷେଇ ଘରେ, କାଜୁ ବାଦାମ ପନିପରିବା ଗ୍ରେଭି ସ୍ୱାଦିଷ୍ଟ କରିବା ସହିତ ମିଠା ର ସ୍ୱାଦ ବଢାଇଥାଏ। ଏହା ଅନେକ ଉପାୟରେ ବ୍ୟବହୃତ ହୁଏ। ଏହା ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ଚର୍ମ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। କାଜୁ ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ପାଇଁ ଉପକାର: – କାଜୁ ଆମର ହଜମ ପ୍ରକ୍ରିୟାକୁ ଶକ୍ତିଶାଳୀ…
ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିବାଦ କମିବାରେ ନାଁ ଧରୁନାହିଁ। ପରିକ୍ରମା ପ୍ରକଳ୍ପକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ପ୍ରଶ୍ନ ଉଠାଇଛି। ଏହି ପ୍ରକଳ୍ପ କାର୍ଯ୍ୟର ଖନନ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ସୁରକ୍ଷା ଅଭିଯାନ ଦାବି କରିଛି। ଯଦି ଖନନ କାର୍ଯ୍ୟ ବନ୍ଦ ନକରାଯାଏ, ତେବେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି। ଏହାସହିତ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହେବ ବୋଲି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ କହିଛି। ପ୍ରକଳ୍ପର ଖନନ କାର୍ଯ୍ୟକୁ ରହିତାଦେଶ ପାଇଁ ନିବେଦନ କରିବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।
ଗ୍ରେଟର ନୋଏଡା: ଯମୁନା ଏକ୍ସପ୍ରେସୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ ଜଣ ମହିଳା ଏବଂ ଜଣେ ପୁରୁଷଙ୍କର ମୃତ୍ୟୁ ହୋଇଛି। ଦୁଇ ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଗ୍ରେଟର ନୋଏଡାର ଜେବର ପୋଲିସ୍ ଷ୍ଟେସନ ଅଞ୍ଚଳରେ ଥିବା ଯମୁନା ଏକ୍ସପ୍ରେସୱେରେ ଆଗ୍ରା ଠାରୁ ନୋଏଡା ଅଭିମୁଖେ ଯାଉଥିବାବେଳେ ଜେବର ଟୋଲ ପ୍ଲାଜା ପୂର୍ବରୁ ମାଇଲଷ୍ଟୋନ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନାନୁସାରେ, ଦ୍ରୁତ ଗତିରେ ଆସୁଥିବା ବୋଲେରୋ କାର ନିୟନ୍ତ୍ରଣ ବାହାରକୁ ଯାଇ ଆଗକୁ ଯାଉଥିବା ଡମ୍ପରକୁ ପଛ ପଟୁ ଧକ୍କା ଦେଇଥିଲା। ସୂଚନା ପାଇବା ପରେ ଜେବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଯେଉଁଠାରେ ଡାକ୍ତରମାନେ ଚାରିଜଣ ମହିଳା ଏବଂ ଜଣେ ପୁରୁଷଙ୍କୁ ମୃତ ଘୋଷଣା କରିଥିଲେ। ଏଥିରେ ୭ ଜଣ ଆହତ ହୋଇଛନ୍ତି। ଦୁଇଜଣ ଆହତଙ୍କ ଅବସ୍ଥା ଗୁରୁତର ରହିଛି।
ନୂଆଦିଲ୍ଲୀ: ଚଳିତ ବର୍ଷ ଅଗଷ୍ଟ-ସେପ୍ଟେମ୍ବର ମାସରେ ଦେଶରେ ପ୍ରଥମ 5G କଲ୍ ଆଶା କରାଯାଉଛି। ସରକାରୀ ସୂତ୍ର ଅନୁଯାୟୀ, ଏହାର ଶୁଭାରମ୍ଭ ପରେ ଭାରତ କେବଳ 5G ଟେଲିକମ୍ ଟେକ୍ନୋଲୋଜିରେ ଏକ ବଡ଼ ଲମ୍ଫ ଦେବ ନାହିଁ ବରଂ ବିଶ୍ୱବ୍ୟାପୀ ଜଣେ ବିଶ୍ୱସ୍ତ ଖେଳାଳି ଭାବରେ ନିଜର ସ୍ଥିତିକୁ ଆହୁରି ଦୃଢ କରିବ। ବେସରକାରୀ କମ୍ପାନୀଗୁଡିକ ପାଇଁ ଆକର୍ଷଣୀୟ ସ୍ୱଦେଶୀ 5G ଏବଂ ଆର୍ଥିକ ଦୃଷ୍ଟିରୁ ସକ୍ଷମ ହେବ ବୋଲି ସୂତ୍ରରୁ ପ୍ରକାଶ। ଦେଶରେ ପ୍ରଥମ 5G କଲର ସମୟ ସମ୍ପର୍କରେ ପ୍ରଶ୍ନ ଉପରେ କୁହାଯାଇଛି ଯେ, ଅଗଷ୍ଟ-ସେପ୍ଟେମ୍ବରରେ ଏହା ସମ୍ଭବ ହେବ। ଏଥିପାଇଁ ସ୍ପେକ୍ଟ୍ରମ୍ ନିଲାମ ପ୍ରକ୍ରିୟା ଜୁନ୍ ରୁ ଜୁଲାଇ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ନିଲାମରେ ସ୍ପେକ୍ଟ୍ରମ୍ ଆବଣ୍ଟନ 20 କିମ୍ବା 30 ବର୍ଷ ହେବ କି ନାହିଁ ସେ ବିଷୟରେ କୌଣସି ସ୍ପଷ୍ଟତା ନାହିଁ।

