ଭୁବନେଶ୍ୱର: ଯୁବଗୋଷ୍ଠୀଙ୍କୁ ଶୈକ୍ଷିକ ଏବଂ ବୌଦ୍ଧିକ କ୍ଷେତ୍ରରେ ଶିକ୍ଷିତ କରାଇବା ସହ ସେମାନଙ୍କୁ ଉଚ୍ଚ ମାନର ନୈତିକ ମୂଲ୍ୟବୋଧର ମନ୍ତ୍ର ଦେବା ନିମନ୍ତେ ଶିକ୍ଷାନୁଷ୍ଠାନ ଗୁଡ଼ିକର ଏକ ବଡ ଦାୟିତ୍ୱ ରହିଛି ବୋଲି କହିଛନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍.ଏମ୍. ରାଜେନ୍ଦ୍ରନ। ଦେଶ ଗଠନ ନିମନ୍ତେ ଚରିତ୍ର ଗଠନର ଏକ ପ୍ରମୁଖ ଭୂମିକା ରହିଛି ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ମନରେ ନୈତିକ ମୂଲ୍ୟବୋଧର ମଞ୍ଜି ବୁଣିବା ଆବଶ୍ୟକ ବୋଲି ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ “ଦ୍ରୁତ ପରିବର୍ତନଶୀଳ ପରିବେଶରେ ଶିକ୍ଷା” ଶୀର୍ଷକ ବକ୍ତୃତା ପ୍ରଦାନ କରିବା ଅବସରରେ ଶ୍ରୀ ରାଜେନ୍ଦ୍ରନ୍ ଏହା କହିଛନ୍ତି। ସାରା ଦେଶରେ ଆଦର୍ଶ ବ୍ୟକ୍ତିତ୍ୱର ଘୋର ଅଭାବ ଦେଖାଦେଇଥିବା ବେଳେ ଛାତ୍ରଛାତ୍ରୀଙ୍କ ମନରେ ନୈତିକ ମୂଲ୍ୟବୋଧ ଭରିବାରେ ଶିକ୍ଷକ ମାନଙ୍କର ଏକ ସ୍ୱତନ୍ତ୍ର ଭୂମିକା ରହିଛି ବୋଲି ସେ କହିଥିଲେ। ବର୍ତ୍ତମାନ ସମୟରେ ଲୋକମାନେ ଯେଉଁମାନଙ୍କୁ ନିଜର ଆଦର୍ଶ ବୋଲି ମାନୁଛନ୍ତି…
Author: Samikhsya Bureau
ଭୁବନେଶ୍ବର: ହାଓଡ଼ା-ଚେନ୍ନାଇ ଏବଂ ହାଓଡ଼ା-ମୁମ୍ବାଇ ମୁଖ୍ୟ ରେଳ ମାର୍ଗରେ ସୁଗମ ଟ୍ରେନ୍ ଚଳାଚଳ ଏବଂ ଅସୁବିଧାଜନକ ବାଧାଗୁଡିକୁ ଦୃଷ୍ଟିରେ ରଖି ଖଡଗପୁର ଏବଂ ହିଜଲି ଷ୍ଟେସନ୍ ମଧ୍ୟରେ ତୃତୀୟ ଲାଇନ ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ନନ ଇଣ୍ଟର ଲକିଙ୍ଗ କାର୍ଯ୍ୟ ସହିତ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହାତକୁ ନିଆଯାଇଛି। ଫଳସ୍ୱରୂପ, ଏହି ମାର୍ଗ ଦ୍ବୟରେ ଟ୍ରେନ ସେବା କିଛି ମାତ୍ରାରେ ପ୍ରଭାବିତ ହେବ। ଏହା ଯୋଗୁଁ କେତେକ ଟ୍ରେନ୍ ବାତିଲ୍, ଆଂଶିକ ବାତିଲ୍, ପୁନଃ ସମୟ ନିର୍ଦ୍ଧାରଣ, ନିୟନ୍ତ୍ରଣ ଏବଂ ମାର୍ଗ ପରିବର୍ତ୍ତନ ଇତ୍ୟାଦି ନିମ୍ନଲିଖିତ ଭାବରେ ପରିଚାଳିତ ହେବ। ଟ୍ରେନ୍ ର ବାତିଲ୍: 01. 12704/12703 ସିକନ୍ଦରାବାଦ-ହାଓଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ ସିକନ୍ଦରାବାଦରୁ 21 ମଇରେ ଏବଂ ହାଓଡ଼ାରୁ 22 ମଇ 2022 ରେ ବାତିଲ ରହିବ। 02. 12821/12822 ଶାଲିମାର-ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ 22 ମଇ 2022 ରେ ଉଭୟ ଉଭୟ ପାର୍ଶ୍ୱରୁ ବାତିଲ…
ଶ୍ରୀନଗର: ଜମ୍ମୁ କାଶ୍ମୀରର ବାନ୍ଦିପୋରାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଏହି ଏନକାଉଣ୍ଟରରେ ୨ ଆତଙ୍କବାଦୀଙ୍କୁ ନିହତ ହୋଇଛନ୍ତି। ଆଜି ଏକ ଏନକାଉଣ୍ଟରରେ ଆଉ ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ସୂଚନାନୁସାରେ ଏହି ୩ ଆତଙ୍କବାଦୀ କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ। ସରକାରୀ କର୍ମଚାରୀ ରାହୁଲ ଭଟ୍ଟଙ୍କ ଅଫିସରେ ପ୍ରବେଶ କରିବା ପରେ ଗୁରୁବାର ଦିନ ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟା କରାଯାଇଥିଲା। ଚଡୁରା ସହରର ତହସିଲ କାର୍ଯ୍ୟାଳୟରେ ପ୍ରବେଶ କରିବା ପରେ ଆତଙ୍କବାଦୀମାନେ ରାହୁଲ ଭଟ୍ଟଙ୍କୁ ଗୁଳି ଚଳାଇଥିଲେ। ୨୦୧୦-୧୧ ମସିହାରେ ପ୍ରବାସୀ ଭାରତୀୟଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ୟାକେଜ୍ ଅଧୀନରେ ଭଟ୍ଟ ଏକ ସରକାରୀ ଚାକିରି ପାଇଥିଲେ। ଏଥି ସହିତ ବାନ୍ଦିପୋରାରେ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇଥିଲେ ଏବଂ ପରେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା। ଯେତେବେଳେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ…
ନୂଆଦିଲ୍ଲୀ: କଂଗ୍ରେସର ଚିନ୍ତନ ଶିବରରେ ସୋନିଆ ଗାନ୍ଧୀ କହିଛନ୍ତି ଯେ, ଏଭଳି ପରିବେଶ ସୃଷ୍ଟି ହୋଇଛି ଯେ ଲୋକମାନେ ନିରନ୍ତର ଭୟ ଏବଂ ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି। ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଅତି ନିଷ୍ଠୁରତାର ସହ ଟାର୍ଗେଟ କରାଯାଉଛି। ସଂଖ୍ୟାଲଘୁ ସମ୍ପ୍ରଦାୟ ଆମ ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଆମ ଦେଶର ସମାନ ନାଗରିକ। ସୋନିଆ ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ, କୃଷକମାନଙ୍କ ବିରୋଧରେ ଅଣାଯାଇଥିବା କଳା ଆଇନ, ସଂସଦ ଭିତରେ ତଥା ସଂସଦ ବାହାରେ ଚାଷୀଙ୍କ ପାଇଁ କଂଗ୍ରେସ ଜୋରଦାର ଲଢେଇ କରିଛି। ସୋନିଆ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ଦେଶରେ କଂଗ୍ରେସ ଦଳ ଦ୍ୱାରା ସ୍ଥାପିତ ଜନସାଧାରଣଙ୍କ ଉପକ୍ରମ ଛିଡା କରାଯାଇଥିଲା, ତାହକୁ ବିକ୍ରି କରାଯାଉଛି। ସୋନିଆ ଗାନ୍ଧୀ କହିଛନ୍ତି ଯେ, ଦେଶରେ ବେକାରୀ ସଂଖ୍ୟା ବହୁ ସଂଖ୍ୟାରେ ବୃଦ୍ଧି ପାଇଛି। ୟୁପିଏ ସରକାରଙ୍କ MNREGA ଏବଂ ଖାଦ୍ୟ ସୁରକ୍ଷା ଆଇନ ଦୁର୍ବଳ ହେଉଛି। ଲୋକମାନେ ଆମଠାରୁ…
ଭୁବନେଶ୍ଵର: ଭିଜିଲାନ୍ସ ପଞ୍ଝାରେ ନିଜେ ଭିଜିଲାନ୍ସ ଅଧିକାରୀ। ଭିଜିଲାନ୍ସ ଜାଲରେ ଫସିଗଲେ ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନସ୍ପେକ୍ଟର ମାନସୀ ଜେନା। ମାମଲାକୁ ବନ୍ଦ କରିବା ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମାନସୀ। ଜଣେ ସରକାରୀ ଅଧିକାରୀଙ୍କ କେସକୁ ବନ୍ଦ କରିବା ପାଇଁ ସେ ଲାଞ୍ଚ ନେଉଥିଲେ। ସେହି ସମୟରେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲା। ଉକ୍ତ ଅଧିକାରୀଜଣଙ୍କ ମୁକେଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ଲାଞ୍ଚ ନେଉଥିଲେ। ବର୍ତ୍ତମାନ ମାନସୀ ଜେନା ଓ ମୁକେଶ ସାହୁଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ବିଭାଗ ଚଢାଉ ଜାରି ରହିଥିବା ସୂଚନା ରହିଛି।
ଭୋପାଳ: ଉତ୍ତରପ୍ରଦେଶର ସମସ୍ତ ମଦ୍ରାସାଗୁଡ଼ିକରେ ଜାତୀୟ ସଂଗୀତ ଗାନ କରିବା ବାଧ୍ୟତାମୂଳକ ହୋଇଛି। ମଧ୍ୟପ୍ରଦେଶରେ ମଧ୍ୟ ଏହି ପଦକ୍ଷେପ ନିଆଯାଇପାରେ ବୋଲି ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି। ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେବାବେଳେ ନରୋତ୍ତମ ମିଶ୍ର ଏହା କହିଛନ୍ତି। ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମଧ୍ୟପ୍ରଦେଶ ବିଜେପି ମୁଖ୍ୟ ବିଷ୍ଣୁ ଦତ୍ତ ଶର୍ମା କହିଛନ୍ତି ଯେ, ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ “ଜନ ଗଣ ମନ” ପାଠ କରାଯିବା ଉଚିତ୍। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ଠାରୁ ଉତ୍ତରପ୍ରଦେଶର ସମସ୍ତ ମଦ୍ରାସାରେ ଜାତୀୟ ସଂଗୀତ “ଜନ ଗଣ ମନ” ଗାନ କରିବା ବାଧ୍ୟତାମୂଳକ କରାଯାଇଛି। ୟୁପି ମଦ୍ରାସା ଶିକ୍ଷା ବୋର୍ଡର ରେଜିଷ୍ଟ୍ରାର ସମସ୍ତ ଜିଲ୍ଲା ସଂଖ୍ୟାଲଘୁ କଲ୍ୟାଣ ଅଧିକାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏ ବାବଦରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ମିଶ୍ର କହିଛନ୍ତି ଯେ, ସର୍ବତ୍ର ଜାତୀୟ ସଂଗୀତ ଗାନ କରାଯିବା ଉଚିତ। ସେ କହିଥିଲେ ଯେ, ‘ଏହା…
ମୁମ୍ବାଇ: ବଲିଉଡ ଅଭିନେତା ସୋହେଲ ଖାନ ଏବଂ ସୀମା ଖାନ ଛାଡପତ୍ର ନେବାକୁ ଯାଉଛନ୍ତି। ବିବାହର ୨୪ ବର୍ଷ ପରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଫାମିଲି କୋର୍ଟ ବାହାରେ ସୋହେଲ ଖାନ ଏବଂ ସୀମା ଖାନଙ୍କୁ ଦେଖିବାକୁ ମିଳିଥିଲା। ସେମାନଙ୍କର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ସୋହିଲ ଖାନ ଏବଂ ସୀମା ଖାନ ଆଜି କୋର୍ଟରେ ଉପସ୍ଥିତ ଥିବା ଫାମିଲି କୋର୍ଟର ଏକ ସୂତ୍ରରୁ ପ୍ରକାଶ। ଉଭୟ ଛାଡପତ୍ର ଦାଖଲ କରିଛନ୍ତି। ସେହି ସମୟରେ ଉଭୟ ବନ୍ଧୁ ପରି ଦେଖାଯାଉଥିଲେ। ପାରିବାରିକ କୋର୍ଟରେ ଛାଡପତ୍ର ଦାଖଲ କରିବା ପରେ ଦୁହେଁ ନିଜ ନିଜ କାରରେ ଘରକୁ ଚାଲିଗଲେ। ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଭାଇରାଲ ହେଉଛି। ଯେଉଁଠାରେ ସୋହେଲ ଖାନ ସୁରକ୍ଷା ଦ୍ୱାରା ଘେରି ରହିଥିଲେ। ଉଲ୍ଲେଖ ଯୋଗ୍ୟ ଯେ ସୋହେଲ ଖାନ ଏବଂ ସୀମା ଖାନ ୧୯୯୮ ମସିହାରେ ବିବାହ ବନ୍ଧନରେ…
ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ଚଳିତ ମଇ ୩୧ ତାରିଖରେ ହେବ। ସେଥିପାଇଁ ବିଭିନ୍ନ ରାଜନୈତିକ ଦଳ ତରଫରୁ ସଜବାଜ ଆରମ୍ଭ ହୋଇଯାଇଛି। ତେବେ ଏହି ନିର୍ବାଚନ ମଣ୍ଡଳୀରେ କେତେ ଭୋଟର ଅଛନ୍ତି ଏବଂ କେତେ ବୁଥ ହେବ ତାହା ଜାଣିବା ନିହାତି ଆବଶ୍ୟକ। ଜାନୁଆରୀ ୨୦୨୨ରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୨୧୪୭୪୫। ତନ୍ମଧ୍ୟରୁ ୧୦୯୯୮୯ ଜଣ ପୁରୁଷ ଓ ୧୦୪୭୩୯ ଜଣ ମହିଳା ଭୋଟର ଏବଂ ୧୭ ଜଣ ତୃତୀୟଲିଙ୍ଗ ଭୋଟର ଅଛନ୍ତି। ସେହିପରି ସମୁଦାୟ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ହେଉଛି ୩୫୦୯ ଜଣ, ତନ୍ମଧ୍ୟରୁ ୧୯୪୩ ଜଣ ପୁରୁଷ ଓ ୧୫୭୬ ଜଣ ଦିବ୍ୟାଙ୍ଗ ଭୋଟର ଅଟନ୍ତି। ଏତଦ୍ବ୍ୟତୀତ ୮୦ ବର୍ଷରୁ ଊଦ୍ଧ୍ୱର୍ ବୟସର ଭୋଟରଙ୍କ ସଂଖ୍ୟା ୩୧୨୭ ଓ ତନ୍ମଧ୍ୟରୁ ୧୪୩୨ ଜଣ ପୁରୁଷ ଓ ୧୬୯୫ ଜଣ ମହିଳା ଭୋଟର ଅଛନ୍ତି ।…
ଭୁବନେଶ୍ୱର: ଭୁବନେଶ୍ୱରର ସହୀଦନଗରରେ ଏକ ପାର୍କ କରାଯାଇଛି। ଯାହାର ନାମ ହେଲା ସେନ୍ସୋରି ପାର୍କ। ଅର୍ଥାତ ଏଥିରେ ସେନସର ଦ୍ବାରା ବିଭିନ୍ନ ମନୋରଂଜନକୁ ଉପଭୋଗ କରାଯାଇପାରିବ। ତେବେ ଏହା କେବଳ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ। ଏପରି ପାର୍କ ରାଜ୍ୟ ସରକାରଙ୍କ ଏକ ଅଭିନବ ପ୍ରୟାସ ଏବଂ ଏଥିରେ ଭିନ୍ନକ୍ଷମ ଶିଶୁମାନଙ୍କ ଶାରୀରିକ, ମାନସିକ ତଥା ସୃଜନଶୀଳ ଅଭିବୃଦ୍ଧି ପାଇଁ ବିଭିନ୍ନ ସୁବିଧା ରହିଛି। ଶହୀଦନଗରରେ ସେନ୍ସୋରି ପାର୍କ କରିବାର ଉଦ୍ଦେଶ୍ୟ ହେଲା ଭିନ୍ନକ୍ଷମମାନଙ୍କ ସାମାଜିକ ମହାସ୍ରୋତରେ ସଂପୃକ୍ତି ସଶକ୍ତ ହୋଇପାରିବ। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ଅଧୀନରେ ଏହି ସେନ୍ସୋରି ପାର୍କ ଆରମ୍ଭ ହୋଇଛି । ୧୩୬୮ ବର୍ଗମିଟର ପରିମିତ ଅଞ୍ଚଳରେ ୦.୯୯ କୋଟି ଟଙ୍କା ବ୍ୟୟରେ ଏହି ପାର୍କ ନିର୍ମାଣ କରାଯାଇଛି। ଏଥିରେ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ବିଭିନ୍ନ ସୁବିଧା ରହିଛି। ପାଥୱେ, ପାନୀୟ ଜଳ ଟ୍ୟାପ୍, ସ୍ୱତନ୍ତ୍ର ଆବଶ୍ୟକତା ରହିଥିବା ପିଲାମାନଙ୍କ ପାଇଁ ବିଭିନ୍ନ ଖେଳସାମଗ୍ରୀ ସୁବିଧା…
ଭୁବନେଶ୍ବର : ଅନ୍ତର୍ଜାତୀୟ ଯୋଗ ଦିବସ -୨୦୨୨କୁ ଆଉ ୩୯ ଦିନ ବାକି ରହିଛି । ଏଥିପୂର୍ବରୁ ୭୫ଦିନିଆ ଅବଗଣନାର ଅଂଶବିଶେଷ ସ୍ବରୂପ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ବର ପକ୍ଷରୁ ଶୁକ୍ରବାର ଦିନ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପିଆଇବି ଏବଂ କେନ୍ଦ୍ର ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି) ପକ୍ଷରୁ ମିଳିତ ଭାବେ ଯୋଗ ଶିବିର ଆୟୋଜନ କରାଯାଇଥିଲା। ଭୁବନେଶ୍ବରସ୍ଥିତ ଗୁରୁ କେଳୁଚରଣ ପାର୍କ ଠାରେ ଆୟୋଜିତ ଏହି ଯୋଗ ଶିବିରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, କର୍ମଚାରୀଙ୍କ ସମେତ ସେମାନଙ୍କ ପରିବାରବର୍ଗ ଅଂଶଗ୍ରହଣ କରି ଯୋଗ ଅଭ୍ୟାସ କରିଥିଲେ। ଅବସରପ୍ରାପ୍ତ ଭାରତୀୟ ସୂଚନା ସେବା ଅଧିକାରୀ ସୁଧାଂଶୁ ଶେଖର ଧଡ଼ା ଅଂଶଗ୍ରହଣକାରୀ ମାନଙ୍କୁ ଯୋଗ ଅଭ୍ୟାସ କରାଇଥିଲେ । ପତ୍ର ସୂଚନା କାର୍ଯ୍ୟଳୟର ଉପନିର୍ଦ୍ଦେଶକ ଓ ସିବିଏଫସି କଟକର ମୁଖ୍ୟ ଡ. ଗିରିଶ ଚନ୍ଦ୍ର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ମେ ୨୯ ତାରିଖରେ ‘ମନ୍ କୀ ବାତ୍’ ନିମନ୍ତେ ବିଚାର ବିନିମୟ ଲାଗି ସମସ୍ତ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି। ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି: ‘‘ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଚଳିତ ମାସର ‘ମନ୍ କୀ ବାତ୍’ ନିମନ୍ତେ ଆପଣଙ୍କର ବିଚାର ବିନିମୟ ପାଇଁ ଆମନ୍ତ୍ରଣ କରୁଛି, ଯାହାର ପ୍ରସାରଣ ମେ ୨୯ ତାରିଖରେ ହେବ। ମୁଁ ନମୋ ଆପ୍ ଓ ମାଇଁଗଭରେ ଆପଣମାନଙ୍କ ଟିପ୍ପଣୀଗୁଡ଼ିକର ପ୍ରତୀକ୍ଷା କରିବି। ଆପଣମାନେ ୧୮୦୦-୧୧-୭୮୦୦ରେ ମଧ୍ୟ ନିଜର ବାର୍ତ୍ତା ରେକର୍ଡ କରାଇ ପାରିବେ।’’
ନୂଆଦିଲ୍ଲୀ: ଆଜି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏକ ବଡ ଖୁଲାସା କରିଛନ୍ତି। ସେ ଭର୍ଚୁୟାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦିଲ୍ଲୀର ୬୩ ଲକ୍ଷ ଘରେ ବୁଲଡ୍ରୋଜର ଚାଲିବ। ଏ ନେଇ କେନ୍ଦ୍ର ବିଜେପି ସରକାର ଯୋଜନା କରିଛନ୍ତି ବୋଲି ସିସୋଦିଆ କହିଛନ୍ତି। ସେ କହିଛନ୍ତି ଯେ, ଏଥିରେ ୬୦ ଲକ୍ଷ ହେଉଛି କଚ୍ଚା ଘର। ଏ ନେଇ ବିଜେପି ତରଫରୁ ଏକ ବଡ ଯୋଜନା କରାଯାଇଛି ବୋଲି ମନୀଷ କହିଥିଲେ। ମନୀଷ ପୁଣି କହିଛନ୍ତି ଯେ, ସେ ଏ ନେଇ ଗୃହମନ୍ତ୍ରୀ ଅମିତ ସାହାଙ୍କୁ ଏକ ଚିଠି ଲେଖି ଅବଗତ କରାଇଛି। ଏହି ଚିଠିରେ କେନ୍ଦ୍ର ସରକାରଙ୍କୁ ଏହି ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛି। ତେବେ ଏହି ଯୋଜନାକୁ ଆପ୍ ସରକାରଙ୍କ ତରଫରୁ ଦୃଢ ବିରୋଧ କରାଯାଇଛି। ଯଦି କେନ୍ଦ୍ର ସରକାର ଯୋରଜବରଦସ୍ତ ବୁଲଡ୍ରୋଜର ଲଗାନ୍ତି ତେବେ ଆପ କର୍ମି ତା ଆଗରେ ଛିଡା ହେବେ।…
ଭୁବନେଶ୍ବର: ଆଜି ବିଜେପି କୋର କମିଟର ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି। ଦଳର ଓଡିଶା ପ୍ରଭାରୀ ଡି ପୁରେନ୍ଦଶ୍ବରୀଙ୍କ ଉପସ୍ଥିତିରେ ଏହି ବୈଠକ ଚାଲିଛି। ମୁଖ୍ୟତଃ ଏହି ବୈଠକରେ ଆଗାମୀ ବ୍ରଜରାଜନଗର ଉପନିର୍ବାଚନରେ ଦଳ କିପରି ରଣନୀତି ପ୍ରସ୍ତୁତ କରିବ ସେ ନେଇ ବିଶେଷ ଆଲୋଚନା ହେବ। ଏଥିସହିତ ଦଳର ଗତ ପଞ୍ଚାୟତ ତଥା ପୌର ନିର୍ବାଚନରେ ଯେଉଁ ବିଫଳତା ହେଲା ତାହାର ମଧ୍ୟ ମାନସ ମନ୍ଥନ କରାଯିବ। ଏହି ନିର୍ବାଚନରେ ଦଳର ସ୍ଥିତି ପୂର୍ବ ଅପେକ୍ଷା କିପରି ରହିଲା ଏବଂ ଭୋଟରଙ୍କ ମୁଡ କଣ ତାହା ସମୀକ୍ଷା କରାଯିବ। ଏଥିସିହତ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି ମଧ୍ୟ ଦଳ କରିବ ବୋଲି ଜଣାପଡିଛି। ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମଧ୍ୟ ଯୋଗ ଦେଇଛନ୍ତି। ସେହିପରି ରାଜ୍ୟ ବିଜେପି ପ୍ରଭାରୀ ଡ଼ି. ପୁରନ୍ଦେଶ୍ବରୀ, ସହ ପ୍ରଭାରୀ ବିଜୟପାଲ ସିଂ ତୋମାର,…
ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଭିତରକନିକା, ନୃସିଂହନାଥ ଓ ହରିଶଙ୍କର ଆଦି ସ୍ଥାନରେ ପର୍ୟ୍ୟଟନ ପ୍ରକଳ୍ପଗୁଡିକର ଅଗ୍ରଗତି ସମୀକ୍ଷା କରି ଏହି ସବୁ ସ୍ଥାନରେ ପର୍ୟ୍ୟଟନ ସହାୟକ ଭିତ୍ତିଭୂମି ପୁର୍ତ୍ତ ବିଭାଗ ମାଧ୍ୟମରେ ତ୍ୱରିତ କାର୍ଯ୍ୟନ୍ୱୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ପ୍ରକଳ୍ପ ସମ୍ବନ୍ଧିତ ବୈଷୟିକ, ଆର୍ଥିକ ଓ ନିରନ୍ତର ପରିଚାଳନା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ। ପ୍ରକଳ୍ପଗୁଡିକର ସଦ୍ୟତନ ସ୍ଥିତି ସମୀକ୍ଷାକରି ପୁର୍ତ୍ତବିଭାଗ ମାଧ୍ୟମରେ ସେଗୁଡିକର ତ୍ୱରିତ କାର୍ୟ୍ୟାନ୍ୱୟନ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଏଥି ପାଇଁ ତୁରନ୍ତ ଟେଣ୍ଡର ପ୍ରକ୍ରିୟା ଶେଷ କରିବାକୁ ପୁର୍ତ୍ତ ବିଭାଗଙ୍କୁ କୁହାଯାଇଥିଲା। ଭିତରକନିକାରେ ସୃଷ୍ଟି କରାଯାଉଥିବା ପର୍ୟ୍ୟଟନ ସଂପତ୍ତିର ରକ୍ଷଣାବେକ୍ଷଣ ଏବଂ ନିରନ୍ତର ପରିଚାଳନା ନିମନ୍ତେ…
ଭୁବନେଶ୍ବର: ଧିରେ ଧିରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁମାତ୍ରାରେ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେଥିମଧ୍ୟରୁ ୬ ଜଣ ଶିଶୁ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବର ୧, କଟକରୁ ୨, ଗଜପତିରୁ ୫, ଖୋର୍ଦ୍ଧାରୁ ୪, ନୂଆପଡାରୁ ୬, ସମ୍ବଲପୁରରୁ ୧ ଓ ଷ୍ଟେଟପୁଲରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୮ ହଜାର ୨୭୨ରେ ପହଞ୍ଚିଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ବର୍ତ୍ତମାନ ରାଜ୍ୟରେ ମୋଟ ୧୨୧ ସକ୍ରିୟ ମାମଲା ରହିଛି । ନୂଆ ୩୩ଜଣ ସଂକ୍ରମିତ ସୁସ୍ଥ…
ଭୁବନେଶ୍ବର: ବଙ୍ଗୋବ ସାଗରରେ ସୃଷ୍ଟ ବାତ୍ୟା ଅସାନି ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି। ଗତକାଲି ତାହା ଗଭୀର ଅବପାତ ହେବା ପରେ ଏବଂ ଅବପାତକୁ ପରିବର୍ତ୍ତନ ହୋଇଛି। ତେବେ ଏହାର ପ୍ରଭାବ ଉଭୟ ସ୍ଥଳ ଓ ଜଳଭାଗରେ ରହିବ ବୋଲି ପାଣିପାଗ ବିଭାଗ ତରଫରୁ ଜଣାପଡିଛି। ସେଥିପାଇଁ ଆଜି ଓଡିଶାର ଉପକୂଳରେ ବର୍ଷା ସହିତ ପବନ ହେବାର ସମ୍ଭାବନା ରହିଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ବାୟୁମଣ୍ଡଳୀୟ ଚାପର ତାରତମ୍ୟ ପ୍ରଭାବରେ ଓଡିଶା ଉପକୂଳ ସମୁଦ୍ର ମଧ୍ୟରେ ଶକ୍ତିଶାଳୀ ଭୂପୃଷ୍ଠ ପବନ ପ୍ରବାହିତ ହେବ। ଏହାର ବେଗ ଘଣ୍ଟା ପ୍ରତି ୩୫ ରୁ ୪୫ ସର୍ବାଧିକ ୫୫କିମି ଯାଏଁ ରହିବାର ସମ୍ଭାବନା ରହିଛି। ତେଣୁ ଆଗାମୀ ୨୪ଘଣ୍ଟା ଯାଏଁ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଓଡିଶା ଉପକୂଳମଧ୍ୟକୁ ପ୍ରବେଶ ପାଇଁ ସମ୍ପୂର୍ଣ ବାରଣ କରାଯାଇଛି।
ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆଜି କାନ୍ସ ଚଳଚ୍ଚିତ୍ର ସମାରୋହରେ ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ରଗୁଡ଼ିକର ତାଲିକା ଜାରି କରାଯାଇଛି। ଏହି ତାଲିକାରେ ‘ରକେଟ୍ରୀ’ ଚଳଚ୍ଚିତ୍ରକୁ ସାମିଲ କରାଯାଇଛି। ଆର. ମାଧବନ ଏ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବା ସହିତ ଏଥିରେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି। କାନ୍ସର ଚଳିତ ସଂସ୍କରଣରେ ‘ରକେଟ୍ରୀ’ର ୱାର୍ଲ୍ଡ ପ୍ରିମିୟର ହେବ। ପାଲାଇସ୍ କେ. ଠାରେ ‘ରକେଟ୍ରୀ- ଦ ନାମ୍ବୀ ଇଫେକ୍ଟ’ର ପ୍ରିମିୟର ହେବ। ଅନ୍ୟ ଚଳଚ୍ଚିତ୍ରର ପ୍ରଦର୍ଶନ ଅଲିମ୍ପିଆ ଥିଏଟରରେ କରାଯିବ। ୭୫ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ର ତାଲିକା ନିମ୍ନରେ ଦିଆଗଲା। ୧- ରକେଟ୍ରୀ – ଦ ନାମ୍ବୀ ଇଫେକ୍ଟ ନିର୍ଦ୍ଦେଶକ : ଆର. ମାଧବନ ନିର୍ମାତା : ଆର. ମାଧବନ ଭାଷା : ହିନ୍ଦୀ, ଇଂରାଜୀ, ତାମିଲ ସାରାଂଶ: ରକେଟ୍ରୀ- ଦ ନାମ୍ବି ଇଫେକ୍ଟ ଚଳଚ୍ଚିତ୍ରରେ ନାମ୍ବି ନାରାୟଣନଙ୍କ ଜୀବନ କାହାଣୀ ପ୍ରଦର୍ଶିତ ହୋଇଛି ଯାହାକି ଲୋକପ୍ରିୟ…
ନୂଆଦିଲ୍ଲୀ: ଆଜାଦି କା ଅମୃତ ମହୋତ୍ସବ ପାଳନର ଅଂଶସ୍ୱରୂପ ଦେଶରେ ସବୁ ଟୁରିଜିମ (ପର୍ଯ୍ୟଟନ) କ୍ଲବମାନ ଖୋଲିବା ପାଇଁ ପର୍ଯ୍ୟଟନ ମନ୍ତ୍ରଣାଳୟ ପ୍ରୟାସ ଆରମ୍ଭ କରିଛି। ଏହାର ଉଦ୍ଦେଶ୍ୟ ହେଲା ଯୁବବର୍ଗଙ୍କୁ ଦେଶର ଯଥାର୍ଥ ସଦିଚ୍ଛା ଦୂତ ଭାବେ ତିଆରି କରି ଆମର ସମୃଦ୍ଧ, ସାଂସ୍କୃତିକ, ଆଧ୍ୟାତ୍ମିକ ଓ ପ୍ରାକୃତିକ ଐତିହ୍ୟର ପ୍ରଚାର ଓ ପ୍ରସାର ସମଗ୍ର ବିଶ୍ୱରେ କରାଇବା। ଯୁବବର୍ଗ ଅଧିକରୁ ଅଧିକ ଦେଶର ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନ ପ୍ରତି ଆକୃଷ୍ଟ ହେଲେ ସେମାନଙ୍କର ସ୍ୱଦେଶ ପ୍ରୀତି ଓ ଭାବନା ବଢିବ ଏବଂ ଦେଶର ପର୍ଯ୍ୟଟନର ବିକାଶରେ ସେମାନେ ଯଥାର୍ଥ ଯୋଗଦାନ କରିପାରିବେ। ଆହୁରି ମଧ୍ୟ ଟୁରିଜିମ୍ କ୍ଳବରେ ଅଂଶ୍ରଗହଣ ଦ୍ୱାରା ସେମାନଙ୍କର ଦଳଗତ କାର୍ଯ୍ୟ, ପରିଚାଳନା, ନେତୃତ୍ୱ ଭଳି କୋମଳ ଦକ୍ଷତା(ସଫ୍ଟ ସ୍କିଲ) ବଢିବ ଏବଂ ଯୁବବର୍ଗ ପର୍ଯ୍ୟଟନର ବିକାଶରେ ଦାୟିତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାର ସୁଯୋଗ ପାଇବେ। ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସ୍ଇ ପର୍ଯ୍ୟଟନ…
ନୂଆଦିଲ୍ଲୀ/ଭୁବନେଶ୍ୱର: ତାଳଚେର ସ୍ଥିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଏଣ୍ଡ୍ ରିସର୍ଚ୍ଚ(ମିମସାର)କୁ ଓଡ଼ିଶା ସରକାର ଓ ମହାନଦୀ କୋଲଡ ଫିଲ୍ଡ(ଏମସିଏଲ) ସମନ୍ୱୟ ରକ୍ଷା କରି ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ସରକାରଙ୍କ ଦ୍ୱାରା ତାଳଚେର ମେଡିକାଲ କଲେଜ ପରିଚାଳନା ନିଷ୍ପତି ପ୍ରସଙ୍ଗ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ତାଳଚେର ଠାରେ ଏମସିଏଲ ଦ୍ୱାରା ନିର୍ମିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଏଣ୍ଡ୍ ରିସର୍ଚ୍ଚକୁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ହସ୍ତକ୍ଷେପ ପରେ ଓଡ଼ିଶା ସରକାର, ଏମସିଏଲର ସହଯୋଗରେ କାର୍ଯ୍ୟକାରୀ କରିବା ପାଇଁ ନେଇଥିବା ନିଷ୍ପତି ସ୍ୱାଗତଯୋଗ୍ୟ। ସମସ୍ତଙ୍କୁ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ଦେଶର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ମେଡ଼ିକାଲ କଲେଜ ସ୍ଥାପନା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନା ରହିଛି।…
ମେଷ:- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆପଣ ଆୟର ବୃଦ୍ଧି ଦେଖାଦେବ, ଯେଉଁଥିପାଇଁ ଆପଣଙ୍କ ଚେହେରାରେ ଖୁସିର ଅନୁଭବ ଆସିବ। ଆପଣ ଆଜି ଅଫିସରେ ବସଙ୍କ ସହିତ କଥା ହେବେ। କେହି ଶଶୂର ଘର ଲୋକ ଭେଟିବାକୁ ଆସିପାରନ୍ତି। ଜୀବନସାଥୀ ବହୁତ ଖୁସି ହେବେ। ବୃଷ:- ଆଜି ଆପଣଙ୍କ ଦିନ ଉତ୍କଣ୍ଠାର ପରିପୂର୍ଣ୍ଣ ହେବ। ଖର୍ଚ୍ଚର ହଠାତ୍ ବୃଦ୍ଧି ଚିନ୍ତା କରିପାରେ। ଘରର ବୃଦ୍ଧମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ଏହା ଖରାପ ହୋଇପାରେ। ଅତୀତରେ କିଛି କାମ ପାଇଁ କରାଯାଇଥିବା କାର୍ଯ୍ୟ ଆଜି ଫଳ ଦେବାକୁ ଯାଉଛି। ଦାମ୍ପତ୍ୟ ଜୀବନରେ ସୁଖ ରହିବ। ମିଥୁନ:- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆଜି ଲୋକଙ୍କ ପ୍ରତି ଭଲ କାମ କରିବାର ଅନୁଭବ ଜାଗ୍ରତ ହେବ। ଆଜି ଆପଣ ଆପଣଙ୍କ କାର୍ଯ୍ୟାଳୟର କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ। ଆପଣ କିଛି ଅସମାପ୍ତ କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ କରିବେ। ବ୍ୟବସାୟୀମାନଙ୍କ ପାଇଁ…
ଭୁବନେଶ୍ବର: ଓଡ଼ିଶା ବିଧାନସଭାର ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହିତ କୋଲକାତାରେ ଅବସ୍ଥାପିତ ଅଷ୍ଟ୍ରେଲିଆର ଡେପୁଟି କନ୍ସଲ୍ ଜେନେରାଲ୍ ଡାନିଏଲ୍ ସିମ୍ ଓ ବରିଷ୍ଠ ସମ୍ବଳ ଅଧିକାରୀ ଆଞ୍ଜେଲିନା ନାୟାର ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସୌଜନ୍ୟସାକ୍ଷାତ କରି ରାଜ୍ୟ ରାଜନୀତିରେ ନାରୀମାନଙ୍କର ସ୍ଥିତି, ଶାସନକୁ ବ୍ୟବସ୍ଥିତ କରିବାରେ ନାରୀଶକ୍ତିର ଭୂମିକା, ନାରୀ ସଶକ୍ତିକରଣ ଓ ଅଷ୍ଟ୍ରେଲିଆ ଏବଂ ଓଡ଼ିଶାର ସଂସଦୀୟ ବିଧିବ୍ୟବସ୍ଥା ଉପରେ ଆଲୋଚନା କରିଛନ୍ତି। ଏହି ସୌଜନ୍ୟସାକ୍ଷାତ ସମୟରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟିକା ଶ୍ରୀମତୀ ଉଷାଦେବୀ, ଶ୍ରୀମତୀ ଲତିକା ପ୍ରଧାନ, ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ, ଶ୍ରୀମତୀ ବାସନ୍ତି ହେମ୍ବ୍ରମ୍, ଶ୍ରୀମତୀ କୁସୁମ ଟେଟେ, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ନିର୍ଦ୍ଦେଶକ (ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର, ଗ୍ଲୋବାଲ୍ ପଲିସି ରିସର୍ଚ୍ଚ ଫାଉଣ୍ଡେସନର ଟିମ୍ଲିଡ୍ ସିନି ମହାନ୍ତି ପ୍ରମୁଖ ଉପସ୍ଥିତ ରହି ନାରୀ ସଶକ୍ତିକରଣ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଓଡ଼ିଶା ଓ ଅଷ୍ଟ୍ରେଲିଆ ମଧ୍ୟରେ…

