Author: Samikhsya Bureau

ନୂଆଦିଲ୍ଲୀ: ଶତାଧିକ ପୂର୍ବତନ ଅମଲାତନ୍ତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଆଶା କରିଛନ୍ତି ଯେ, ସେ “ଘୃଣାର ରାଜନୀତି” ର ସମାପ୍ତି ପାଇଁ ଆହ୍ଵାନ କରିବେ ଏବଂ ଭାରତୀୟ ଜନତା ପାର୍ଟି ନିୟନ୍ତ୍ରିତ ସରକାର ଏହା ଉପରେ ଜୋର ଦେବ। ଚିଠିରେ କୁହାଯାଇଛି ଯେ “ପୂର୍ବତନ ସରକାରୀ କର୍ମଚାରୀ ଭାବରେ ଆମେ ସାଧାରଣତଃ ନିଜକୁ ଏପରି ତୀକ୍ଷ୍ଣ ଶବ୍ଦରେ ପ୍ରକାଶ କରିବାକୁ ଇଚ୍ଛା କରୁନାହୁଁ। କିନ୍ତୁ ଆମର ପୂର୍ବପୁରୁଷଙ୍କ ଦ୍ୱାରା ନିର୍ମିତ ସାମ୍ବିଧାନିକ ଭିତ୍ତିଭୂମି ନଷ୍ଟ ହୋଇଯାଉଛି।” ଏହା ଆମର କ୍ରୋଧ ଏବଂ ଯନ୍ତ୍ରଣା ପ୍ରକାଶ କରିବାକୁ ବାଧ୍ୟ କରୁଛି। ଚିଠିରେ ଦର୍ଶାଯାଇଛି ଯେ, ଗତ କିଛି ବର୍ଷ ଏବଂ ମାସ ମଧ୍ୟରେ ଆସାମ, ଦିଲ୍ଲୀ, ଗୁଜୁରାଟ, ହରିୟାଣା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ, ବିଶେଷକରି ମୁସଲମାନମାନଙ୍କ ପ୍ରତି ଘୃଣା ଏବଂ ହିଂସା ବୃଦ୍ଧି ପାଇଛି। ଚିଠିରେ କୁହାଯାଇଛି ଯେ, ଦିଲ୍ଲୀ ବ୍ୟତୀତ ଏହି ରାଜ୍ୟରେ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ରବି ଜାତୀୟ ଫସଲରେ ଯେ ଭଳି ଭାବରେ ବିପିଏଚ୍ ଓ ଗଣ୍ଠି ପୋକ ପରି ଅନେକ ରୋଗ ପୋକରେ ଫସଲ ନଷ୍ଟ ହୋଇଥିବା ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଥିବା ବେଳେ ପିଆଜର ଅଭାବୀ ବିକ୍ରି କୁ ନେଇ ଚିନ୍ତାରେ ଏବେ ପିଆଜ ଚାଷୀ। ପିଆଜର ଅଭାବୀ ବିକ୍ରି ସାଙ୍ଗକୁ ସଂରକ୍ଷଣର ଅଭାବ ହେତୁ ଶାଗମାଛ ଦରରେ ପିଆଜ କୁ ଦଲାଲ ଙ୍କ ହାତ କୁ ଟେକି ଦଉଛନ୍ତି ପିଆଜ ଚାଷୀ। ବର୍ତ୍ତମାନ ଓଡିଶାରେ ପିଆଜ ଚାଷ ଉତ୍ପାଦନ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲା ତାର ସ୍ୱତନ୍ତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହି ଜିଲ୍ଲାର ଗୋଳାମୁଣ୍ଡା ବ୍ଲକ, ଧର୍ମଗଡ ବ୍ଲକ, ଜୁନାଗଡ ବ୍ଲକ ଓ କୋକସରା ବ୍ଲକର ପ୍ରାୟ ୭୦ ଭାଗ ଚାଷୀ, ପିଆଜ ଚାଷ ଉପରେ ନିର୍ଭର କରନ୍ତି। ଏବେ କିନ୍ତୁ ପିଆଜ ଉତ୍ପାଦନ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ରହିଥିବା ଏହି…

Read More

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଥିବା ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ରେ ଅନୁପ୍ରବେଶ କରିବାକୁ ଚାହୁଁଥିବା ଆତଙ୍କବାଦୀଙ୍କୁ ନିନ୍ଦା କରି ଆମେରିକା ଗୁରୁବାର ଦିନ କଣ୍ଟ୍ରୋଲ୍ ଲାଇନ୍ ର ଉଭୟ ପାର୍ଶ୍ୱରେ ଥିବା ତିକ୍ତତାକୁ ଦୂର କରିବାକୁ ଏବଂ ୨୦୦୩ର ଅସ୍ତ୍ରବିରତି ଚୁକ୍ତିକୁ ଫେରିବାକୁ ଆହ୍ଵାନ କରିଛି। ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ ଦୈନିକ ସାମ୍ବାଦିକ ସମ୍ମିଳନୀରେ ଜଣେ ସାମ୍ବାଦିକଙ୍କୁ କହିଛନ୍ତି ଯେ, ଜମ୍ମୁ କାଶ୍ମୀରରେ କାର୍ଯ୍ୟକଳାପ ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ। ଏହି ଅଞ୍ଚଳ ସମ୍ବନ୍ଧରେ ଆମର ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ୨୦୦୩ ଅସ୍ତ୍ରବିରତି ଚୁକ୍ତିନାମାକୁ ପାଳନ କରି ନିୟନ୍ତ୍ରଣ ରେଖାରେ ବିବାଦ ହ୍ରାସ କରନ୍ତୁ।” ଏକ ପ୍ରଶ୍ନର ଉତ୍ତରରେ ନେଡ୍ ପ୍ରାଇସ୍ କହିଛନ୍ତି ଯେ, ଆମେ ଆତଙ୍କବାଦୀଙ୍କୁ ନିନ୍ଦା କରୁଛୁ ଯେଉଁମାନେ ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ କରିବାକୁ ଚାହୁଁଛନ୍ତି।

Read More

ନୂଆଦିଲ୍ଲୀ: ଅନେକ ଲୋକ କୁକୁରମାନଙ୍କୁ ନିଜ ଘରେ ରଖନ୍ତି। କୁହାଯାଏ କୁକୁର ହେଉଛି ଦୁନିଆର ସବୁଠାରୁ ବିଶ୍ୱସ୍ତ ପ୍ରାଣୀ। କୁକୁରକୁ ରଖିବା ଏକ ଦାୟିତ୍ଵପୂର୍ଣ୍ଣ କାର୍ଯ୍ୟ। ସେମାନଙ୍କୁ ସଠିକ୍ ଯତ୍ନ ନେବାକୁ ପଡେ। ଏହା ସହିତ ସେମାନଙ୍କର ଖାଦ୍ୟ ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼େ। କିନ୍ତୁ, ଅନେକ ଥର ଲୋକମାନେ ଏପରି କିଛି ଭୁଲ କରନ୍ତି, ଯେଉଁଥିପାଇଁ ସେମାନଙ୍କର କୁକୁରର ସ୍ୱାସ୍ଥ୍ୟ ଖରାପ ହୋଇଯାଏ। କୁକୁର ଶରୀରର ଏନଜାଇମ୍ ଏବଂ ହଜମ ପ୍ରକ୍ରିୟା ମାନବ ଶରୀରଠାରୁ ବହୁତ ଭିନ୍ନ। ଏପରି ପରିସ୍ଥିତିରେ କୁକୁରକୁ ମଣିଷ ଖାଉଥିବା ସମସ୍ତ ଜିନିଷ ଖାଇବାକୁ ଦିଆଯାଇପାରିବ ନାହିଁ। ତେଣୁ ଆସନ୍ତୁ ଆପଣଙ୍କୁ ସେହି ଜିନିଷଗୁଡ଼ିକ ବିଷୟରେ କହିବା ଯାହା ଭୁଲରେ ମଧ୍ୟ କୁକୁରମାନଙ୍କୁ ଦିଆଯିବା ଉଚିତ୍ ନୁହେଁ। ସେହି ଜିନିଷଗୁଡ଼ିକ ହେଉଛି… କୁକୁରମାନଙ୍କୁ ଚକୋଲେଟ୍ ଦିଅନ୍ତୁ ନାହିଁ: ଅନେକ ଥର ଲୋକମାନେ ନିଜେ ଚକୋଲେଟ୍ ଖାଆନ୍ତି ଏବଂ ସେମାନଙ୍କୁ ମଧ୍ୟ…

Read More

ଭୁବନେଶ୍ୱର: ବର୍ଷକୁ ବର୍ଷ ରାଜ୍ୟରେ ବୃଦ୍ଧିପାଉଛି ସାପ କାମୁଡ଼ାଜନିତ ମୃତ୍ୟୁ। ଏହି କାରଣରୁ ଓଡ଼ିଶାରେ ବର୍ଷକୁ ପ୍ରାୟ ୮ଶହରୁ ଊର୍ଧ୍ବ ମୃତ୍ୟୁ ଘଟୁଛି। ଏପରି ସ୍ଥିତିକୁ ନିୟନ୍ତ୍ରଣ କରିବା ନିମନ୍ତେ ଜନସାଧାରଣଙ୍କ ଯୋଗଦାନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏଣୁ ରାଜ୍ୟରେ ସର୍ପ ଦଂଶନ ଏବଂ ଏନେଇ ହେଉଥିବା ଧନଜୀବନ ହାନୀକୁ ହ୍ରାସ କରିବା ନିମନ୍ତେ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଏକ ଅନୁଧ୍ୟାନମୂଳକ ଗବେଷଣା ହାତକୁ ନିଆଯାଇଛି। ସାପ-ମଣିଷ ମୁକାବିଲାକୁ ହ୍ରାସ କରିବା ତଥା ଏହି ସମସ୍ୟାର ସମାଧାନ ନିମନ୍ତେ ଏମ୍‌ସର ଫରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜି ବିଭାଗ ପକ୍ଷରୁ ଏହି ଗବେଷଣା ଖୁବ୍‌ଶୀଘ୍ର ଆରମ୍ଭ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ପାଇଲଟ୍ ପ୍ରକଳ୍ପ ଭାବେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ କାର୍ଯ୍ୟକାରୀ ହେବ। ପ୍ରାୟ ୪୦୦ ପରିବାରକୁ ଏହି ଗବେଷଣାମୂଳକ ଅଧ୍ୟୟନରେ ସାମିଲ କରାଯିବ। ପରବର୍ତ୍ତୀ ସମୟରେ ଏହା ସମଗ୍ର ରାଜ୍ୟରେ କରାଯିବାକୁ ଯୋଜନା ରହିଥିବା ଏମ୍‌ସ ଭୁବନେଶ୍ୱର ଫରେନସିକ୍ ମେଡିସିନ୍…

Read More

ମେଷ- ବିବାହ କରିବାକୁ ଯୋଗ ଫିଟିବ। ବାଣିଜ୍ୟିକ କ୍ଷେତ୍ରରେ ମଧ୍ୟ ଲାଭ ହେବ। ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ହୁଏତ କିଛି ସୁନ୍ଦର ସ୍ଥାନରେ ରହିବାକୁ ପଡିପାରେ। ସାଙ୍ଗମାନେ ମଧ୍ୟ ଉପକୃତ ହେବେ। ମଧ୍ୟାହ୍ନ ଭୋଜନ ପରେ, ଆପଣ କୈଣସି କାରଣରୁ ମାନସିକ ସ୍ତରରେ ଚିନ୍ତିତ ହେବେ। ମିଥୁନ- ଆଜି ପ୍ରତ୍ୟେକ କାର୍ଯ୍ୟ ବିନା ବାଧାରେ ସଂପୂର୍ଣ୍ଣ ହେବ। ଘରୋଇ ଜୀବନରେ ଅତ୍ୟଧିକ ସୁସ୍ଥ୍ୟ ପରିବେଶ ରହିବ। ଆପଣ ଆଧ୍ୟାତ୍ମିକ ପ୍ରବୃତ୍ତି ପାଇଁ ଆଗ୍ରହୀ ହେବେ। ମଧ୍ୟାହ୍ନ ପରେ, ଆପଣଙ୍କ ମନରେ ନକାରାତ୍ମକ ଚିନ୍ତାଧାରାର ଆକ୍ରମଣ ହେତୁ, ନିରାଶାର ମେଘ ଦେଖାଯିବ।

Read More

ଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧିକୁ ଆଖିଆଗରେ ରଖି ଏହାକୁ ରୋକିବା ଦିଗରେ କି ପଦକ୍ଷେପ ନିଆଯାଇପାରିବ ସେ ନେଇ ଆଜି ପ୍ରଧାନମନ୍ତ୍ରୀ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବା ପାଇଁ ଯାଉଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ। ଆଲୋଚନାକାଳରେ ବୁଷ୍ଟର ଡ଼ୋଜ ଟୀକା ସମସ୍ତଙ୍କୁ ମାଗଣାରେ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଦାବି ରଖିବାକୁ ସମାଜବାଦୀ ପାର୍ଟି ପକ୍ଷରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ପୂର୍ବରୁ ଦିଲ୍ଲୀ, ବିହାର ଓ ହରିୟାଣା ରାଜ୍ୟରେ ତାଙ୍କ ରାଜ୍ୟର ୧୮ରୁ ୫୯ ବର୍ଷ ବୟସ୍କ ସମସ୍ତଙ୍କୁ ମାଗଣା ବୁଷ୍ଟର ଡୋଜ ଦେବା ପାଇଁ ଘୋଷଣା କରିଛନ୍ତି। ସେ ଦିଗରେ ଓଡ଼ିଶା, ଆମ୍ଭମାନଙ୍କ ଅନୁରୋଧ ସତ୍ତ୍ୱେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନାହାଁନ୍ତି। ତେଣୁ ଦେଶବାସୀଙ୍କର ବୃହତର ସ୍ୱାର୍ଥକୁ ଆଖି ଆଗରେ ରଖି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ୍ତା କାଲି ପ୍ରଧାନମନ୍ତ୍ରୀଙ୍କ ସହିତ ହେବାକୁ ଥିବା…

Read More

ଧନୁ: ଆପଣଙ୍କର ଅଧ୍ୟକ୍ଷତାରେ ବୃତ୍ତିଗତ ଲୋକମାନେ ବୃତ୍ତିଗତ ଭାବରେ ଉପକୃତ ହେବେ। ଧନ ପାଇବା ପାଇଁ ଦୃଢ ସମ୍ଭାବନା ଅଛି। ଆୟ ହେତୁ ଆର୍ଥିକ ଦୃଷ୍ଟିରୁ ସୁଧ ପେରସ୍ତ ହେବ। ସେୟାର ଇତ୍ୟାଦି ମାଧ୍ୟମରେ ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି। ଆର୍ଥିକ ସଙ୍କଟ ଦୂର ହେବ । ମୀନ: ବ୍ୟବସାୟ ଆଶା କରାଯାଉଥିବା ସଫଳତା ହାସଲ କରିବାର ସମ୍ଭାବନା ଅଧିକ। ଆୟ ବୃଦ୍ଧି ପାଇବ। ମଜା ଏବଂ ମଜାଦାର ଧାରା ଦିନସାରା ଜାରି ରହିବ। ଆଜି ଆପଣ ଘର ସାଜସଜ୍ଜାରେ ନୂତନତା ଆଣିବେ। ଆଜି ଘର ସଜାଇବା ପାଇଁ ବ୍ୟବସ୍ଥା ମଧ୍ୟ ପରିବର୍ତ୍ତନ ହେବ।

Read More

ଭୁବନେଶ୍ବର:  ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଏକ ଟୁଇଟକୁ ନେଇ ବର୍ତ୍ତମାନ  ଚର୍ଚ୍ଚା ଚାଲିଛି। ତାହା ହେଲା ସେ ବୁଧବାର ଦିନ ପୁରୀ ଶ୍ରୀମନ୍ଦିର ଯାଇ ଜଗନ୍ନାଥ ଦର୍ଶନ କରିବେ। ଏହା ଟୁଇଟ କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା, ବିଜେପି ଓଡିଶା, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୟାଗ କରିଛନ୍ତି। ସାଧାରଣରେ ପ୍ରଶ୍ନ ଉଠିଛି ଯେ, ଅପରାଜିତା ଜଗନ୍ନାଥ ଦର୍ଶନ କରିବାକୁ ଯିବେ ବୋଲି କଣ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବା ଆବଶ୍ୟକ କି ? ଏହିପରି ଅନେକ ବ୍ୟକ୍ତି ଅପରାଜିତାଙ୍କ ଏହି ଟୁଇଟରେ କମେଣ୍ଟ ଦେଇଛନ୍ତି। ସାଂସଦ ପୁରୀ ଗଲେ ହୁଏତ ସେ ଜିଲ୍ଲାପାଳ କିମ୍ବା ଏସପିଙ୍କୁ ଟ୍ୟାଗ କରିଥାଆନ୍ତେ, ହେଲେ ସେ ତାହା ନ କରି ବିଜେପିର ତୁଙ୍ଗ ନେତାଙ୍କୁ କଣ ପାଇଁ ଅବଗତ କରାଇବା ଆବଶ୍ୟକ ପଡିଲା। ତେବେ ଏପରି କରିବା ପଛରେ ଏକ ବଡ କାରଣ ରହିଛି ବୋଲି ରାଜନୈତିକ ସମୀକ୍ଷକଙ୍କ…

Read More

ଭୁବନେଶ୍ବର: ପ୍ରତ୍ୟେକ ଦିନ ରାଜ୍ୟର ତାପମାତ୍ରା ବଢିବାରେ ଲାଗିଛି। ଯାହା ପରିବେଶବିତଙ୍କୁ ଚକିତ କରିଛି। ମଙ୍ଗଳବାରରେ ଓଡିଶାର ୯ ସହରର ତାପମାତ୍ରା ୪୩ ଡ଼ିଗ୍ରୀ ରହିଛି। ଏକାଥରେ ଗୋଟିଏ ଦିନରେ ଏତେ ସହରରେ ଏତେ ତାପମାତ୍ରା ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସେହିପରି ମଙ୍ଗଳବାରରେ ୪୪.୫ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଅନ୍ୟପକ୍ଷରେ ଝାରସୁଗୁଡା ରେ ୪୩.୯ ଡ଼ିଗ୍ରୀ, ବଲାଙ୍ଗୀର ୪୩.୮ ଡ଼ିଗ୍ରୀ , ସୋନପୁର ରେ ୪୩.୬ ଡ଼ିଗ୍ରୀ ଏବଂ ଟିଟଲାଗଡ ରେ ୪୩.୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Read More

ଭୁବନେଶ୍ୱର:  ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ଚାଲିଥିବା ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଚତୁର୍ଥ ଦିବସରେ ପହଞ୍ଚିଛି। ଏଥିରେ ଆଦିବାସୀଙ୍କ ପାରଂପାରିକ ଜିନିଷ ବିକ୍ରୀ ହେଉଥିବା ବେଳେ ସଂଧ୍ୟାରେ ନୃତ୍ୟଗୀତ ଆସର ବେଶ ଜମିଯାଉଛି। ଚତୁର୍ଥ ସନ୍ଧ୍ୟାରେ କୁଚିଣ୍ଡା ଅଞ୍ଚଳରୁ ଆସିଥିବା କିସାନ୍‌ଙ୍କର ନୃତ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା। ପଶ୍ଚିମ ଓଡ଼ିଶାର ଲୋକଧାରା ସହ ଏମାନଙ୍କ ନୃତ୍ୟର ସାମଞ୍ଜସ୍ୟ ଖୁବ୍‌ ଆମୋଦପ୍ରଦ ଥିଲା। ସେହିପରି ଫୁଲବାଣୀ ଅଞ୍ଚଳର କନ୍ଧମାନଙ୍କର ଧାଙ୍ଗିଡ଼ୀ ନାଚରେ ଦର୍ଶକ ଖୁବ୍‌ ଆମୋଦିତ ହୋଇଥିଲେ। ସୁନ୍ଦରଗଡ଼ର ଓରାମ୍‌ ଜନଜାତିମାନଙ୍କର କରମା ନାଚରେ ମାଦଳର ମାଦକତା ନୃତ୍ୟ ପରିସରକୁ ଜଙ୍ଗଲର ଭ୍ରମ ସୃଷ୍ଟି କରିଥିଲା। ସେହିପରି ମୁଣ୍ଡା ଜନଜାତି ଝିଅମାନଙ୍କର ନୃତ୍ୟରେ ଦର୍ଶକ ଯେପରି ଝୁମି ଉଠିଥିଲେ, କନ୍ଧମାନଙ୍କର ଶିଙ୍ଗ ନୃତ୍ୟରେ ଆଦିମତାକୁ ପରଖିଥିଲେ। କିସାନମାନଙ୍କ କରମା ନାଚ ସେହିପରି ପ୍ରାଚୀନ ଓ ନୂତନତାର ଏକ ସଂଗମ ହିସାବରେ ଦର୍ଶକମାନଙ୍କୁ ଭିନ୍ନସ୍ୱାଦ ଆଣି ଦେଇଥିଲା। ନୃତ୍ୟ ପରିକ୍ରମା…

Read More

ଭୁବନେଶ୍ବର: ଶେଷରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ମିଳିଛି କାରଣ ଦର୍ଶା ନୋଟିସ। ଏହା ପ୍ରଦାନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନ ଏଥିରେ ଉଲ୍ଲେଖ କରିଛନ୍ତି ଯେ, ଗଣମାଧ୍ୟମରେ ସେ ଏକ ବିବୃତି ଦେଇଥିଲେ। ତାହା ଥିଲା ନବୀନ ପଟ୍ଟନାୟକ କଂଗ୍ରେସ ସଭାପତି କିଏ ହେବ ତାହା ବାଛନ୍ତି। ଏପରି ମନ୍ତବ୍ୟ ପ୍ରଦେଶ କଂଗ୍ରେସ ପାଇଁ ବହୁ କ୍ଷତିଦାୟକ ଏବଂ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି। ଆପଣଙ୍କ ପରି ଜଣେ ବରିଷ୍ଠ ନେତାଙ୍କଠାରୁ ଏପରି ମନ୍ତବ୍ୟ ଶୋଭା ପାଉ ନାହିଁ। ଆପଣ କେଉଁ ପରିସ୍ଥିତିରେ ଏପରି ମନ୍ତବ୍ୟ ଦେଲେ ତାହାର ସ୍ପଷ୍ଟି କରଣ ଦିଅନ୍ତି ବୋଲି ନିରଞ୍ଜନ ନୋଟିସରେ ଉଲ୍ଲେଖ କରିଛନ୍ତି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଆପଣଙ୍କ ଉତ୍ତର ମିଳିବା ପରେ ତାହା ଏଆଇସିସି କୁ ଅବଗତ କରାଯିବ।

Read More

ଭୁବନେଶ୍ୱର: ନବ ଉତ୍କଳର ନିର୍ମାତା, ସାହିତ୍ୟାନୁରାଗୀ, ସୁଶାସକ ତଥା ପ୍ରଜାବତ୍ସଳ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଆଜି ସକାଳେ ଭୁବନେଶ୍ୱର ଏ.ଜି. ଛକସ୍ଥିତ ପରିବହନ ଭବନ ସମ୍ମୁଖରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ଉପ ବାଚସ୍ପତି ଶ୍ରୀ ରାମଚନ୍ଦ୍ର ପଣ୍ଡା, ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସମ୍ପାଦକ ଡଃ. ଲେନିନ୍ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆଜି ସ୍ଥାନୀୟ ଡି ଆର୍ ଡି ଏ ସମ୍ମିଳନୀ ଗୃହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓଙ୍କ ଅଧ୍ୟକ୍ଷତା ରେ ପ୍ରଥମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡା, ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦ, ପି ଡି , ଡି ଆର୍ ଡି ଏ ସୋମେଶ କୁମାର ଉପାଧ୍ୟାୟ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁଧିରା ମେହେର, ବିରୋଧୀ ଦଳ ନେତା ପ୍ରତିନିଧି ମନୋଜ ସାହୁ, ନର୍ଲା ବିଧାୟକ ପ୍ରତିନିଧି ସୁଧିର ମହାନ୍ତି ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା,ବ୍ଲକ ଅଧ୍ୟକ୍ଷ/ଅଧକ୍ଷା,ଜିଲ୍ଲା ସ୍ତରୀୟ ବିଭାଗିୟ ଅଧିକାରୀ ଉପସ୍ଥିତ ଥିଲେ। ଡି ପି ଓ ପ୍ରହ୍ଲାଦ ପ୍ରଧାନ ସଭା ପରିଚାଳନା ସହ ଏଜେଣ୍ଡା ଅନୁଯାୟୀ ସଂଚାଳନ କରିଥିଲେ। ପ୍ରଥମେ ପି ଡି ତଥା ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ଶ୍ରୀ ସୋମେଶ ଉପାଧ୍ୟାୟ ସମସ୍ତଙ୍କୁ ସ୍ବାଗତ କରି ଜିଲ୍ଲାର…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ ଜଳସଂପଦ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ବିଭାଗର Transformational Initiative ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ। ଏହି ଉପସ୍ଥାପନା ଅନୁଯାୟୀ ୨୦୨୪ ସୁଦ୍ଧା ରାଜ୍ୟରେ ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିମଧ୍ୟରୁ ଚଳିତ ବର୍ଷ ୪ଟି, ୨୦୨୩ରେ ୪ଟି ଏବଂ ୨୦୨୪ରେ ୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହିସବୁ ପ୍ରକଳ୍ପରେ ପ୍ରଯୁକ୍ତି ବିଦ୍ୟା, ଟିମ୍‌ ୱାର୍କ, ଦାୟିତ୍ବବାନ ପୁନର୍ବାସ ନୀତି, ଶ୍ରମିକ କଲ୍ୟାଣ ଆଦିର ସଫଳ ପ୍ରୟୋଗ କରାଯାଇଛି। ଏହାଦ୍ବାରା ଓଡିଶାର ଜଳସଂପଦ କ୍ଷେତ୍ରରେ ଏକ ରୂପାନ୍ତର ଆସିପାରିବ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜଳସେଚନ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା କ୍ଷେତ୍ରରେ ୫-ଟି କାର୍ଯ୍ୟକ୍ରମର ସଫଳ ପ୍ରୟୋଗ କରି ବହୁ ଦିନର ପ୍ରକଳ୍ପ ଗୁଡିକୁ ସଂପୂର୍ଣ୍ଣ କରିବା ପାଇଁ ପଦକ୍ଷେପ ନେଇଥିବାରୁ…

Read More

ଭୁବନେଶ୍ୱର: ଜନ୍ମଗତ ହୃଦଜନିତ ତୃଟି ଥିବା ଏକ ୭ ବର୍ଷର ଶିଶୁ କନ୍ୟାକୁ ସଫଳ ଅସ୍ତ୍ରୋପଚାର ମାଧ୍ୟମରେ ସୁସ୍ଥ କରିପାରିଛନ୍ତି ସମ୍ ହସ୍ପିଟାଲର ଡାକ୍ତର। ଏହି ଶିଶୁ କନ୍ୟାଟିର ଜନ୍ମରୁ ହାର୍ଟରେ ଏକ ଛିଦ୍ର ରହିଥିବା ବେଳେ ଫୁସଫୁସକୁ ଠିକ୍ ଭାବେ ରକ୍ତ ସଂଚାଳନ ହୋଇପାରୁନଥିଲା। ତେବେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର କାର୍ଡିଓଲୋଜି ବିଭାଗର ଡ଼ାକ୍ତରଙ୍କ ପ୍ରଚେଷ୍ଟା ଓ ଚିକିତ୍ସା ଓ ଅସ୍ତ୍ରୋପଚାର ଦ୍ୱାରା ଶିଶୁ କନ୍ୟାଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଛି। କେନ୍ଦୁଝର ଅଂଚଳର ଏହି ଶିଶୁଟିର ଜଟିଳ ହୃଦ ସମସ୍ୟା ଥିବା ଯୋଗୁ ସେ ଠିକ୍ ଭାବେ ସେ ତାର ଖାଦ୍ୟ ଗ୍ରହଣ କରି ପାରୁନଥିଲା, ତାର ଓଜନ ଖୁବ୍ କମ୍ ଥିଲା ଏବଂ ସେ କୌଣସି ଶାରିରୀକ କାର୍ଯ୍ୟ କରିବାରେ ମଧ୍ୟ ସକ୍ଷମ ହୋଇପାରୁନଥିଲା। ତାର ପିତାମାତା ଅନେକ ହସ୍ପିଟାଲରୁ ନିରାଶ ହେବା ପରେ ଶେଷରେ ସମ୍ ହସ୍ପିଟାଲ ଆସିଥିଲେ। ଏଠାରେ ପ୍ରଥମେ କାର୍ଡିଓଲୋଜି ବିଭାଗର ଆସୋସିଏଟ୍…

Read More

କନ୍ଦର୍ପ ବେହେରା ରେଢାଖୋଲ: ଗ୍ରାମବିକାଶ ଦିଗରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ସେଇ ଟଙ୍କା ସଠିକ୍ ମାର୍ଗରେ ଖର୍ଚ୍ଚ ହେଇପାରୁନି। ସେମିତି ଏକ ପଂଚାୟତ ରହିଚି ଯାହାକି ଟଙ୍କା ସଠିକ୍ ଖର୍ଚ୍ଚ ନ ହୋଇ ଅସନ୍ତୋଷ ଦେଖା ଦେଇଛି। ଶେଷରେ ବାଧ୍ୟହୋଇ ପଂଚାୟତର ସଭ୍ୟ ତଥା ସମିତି ସଭ୍ୟମାନେ ଧାରଣାରେ ବସିବା ଭଳି ଘଟଣା ଘଟିଛି। ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଲୁହାପଙ୍କ ପଞ୍ଚାୟତ ଅଞ୍ଚଳର ଗ୍ରାମମାନଙ୍କୁ ଜଳ ଯୋଗାଣ ଦାବି ନେଇ ପଞ୍ଚାୟତର ସମିତି ସଭ୍ୟ ଓ କେତେକ ୱାର୍ଡ ସଭ୍ୟ ସଭ୍ୟା ଲୁହାପଙ୍କ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ କରିଛନ୍ତି। ଏ ସଂକ୍ରାନ୍ତରେ ଧାରଣାକାରୀମାନେ ପୂର୍ବରୁ ଲୁହାପଙ୍କ ପିଇଓ, ରେଢାଖୋଲ ବିଡ଼ିଓ, ଉପଜିଲ୍ଲାପାଳ ଓ ଥାନାରେ ଲିଖିତ ଅଭିଯୋଗ କରି ସରପଞ୍ଚଙ୍କର ମନୋମୁଖୀ କାର୍ଯ୍ୟ ସଂପର୍କରେ ଅଭିଯୋଗ କରିଥିଲେ। ଏହାର ଯଦି କୌଣସି ସମାଧାନ କରା ନ ଯାଏ ତା ହେଲେ ପଞ୍ଚାୟତ…

Read More

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ ମଙ୍ଗଳବାର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାର ସାମାଜିକ ଆର୍ଥିକ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା ୪ ଟି ଜାତୀୟ ରାଜପଥ ପ୍ରକଳ୍ପର ସମୀକ୍ଷା କରିଛନ୍ତି। କଟକ-ସମ୍ବଲପୁର ଭାୟା ଅନୁଗୋଳ ଏନଏଚ-୫୫ କୁ ଶୀଘ୍ର ସାରିବା ସହ ଅନ୍ୟ ତିନୋଟି ଗୁରୁତ୍ୱପୂର୍ଣ୍ଣ କୋଷ୍ଟାଲ ହାଇୱେ, କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ୍‌, ପାରାଦୀପ-ବଡ଼ବିଲ ଇକୋନୋମିକ କୋରିଡ଼ର ପ୍ରକଳ୍ପର ତ୍ୱରିତ ପଦକ୍ଷେପ ପାଇଁ ସମୀକ୍ଷା କରାଯାଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଦୁଇଟି ପୃଥକ ପତ୍ର ମାଧ୍ୟମରେ ଶ୍ରୀ ପ୍ରଧାନ ଓଡ଼ିଶାର ପୂର୍ବାଞ୍ଚଳ ତଥା ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ଗୁରୁତ୍ୱ ରଖୁଥିବା ଏହି ସବୁ ଜାତୀୟ ରାଜପଥ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ସଡ଼କ ପରିବହନ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଗୋଳ ଦେଇ ଯାଉଥିବା…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ଏକବିଂଶ ଶତାବ୍ଦୀ ଜ୍ଞାନର ଶତାବ୍ଦୀ। ଯଦି ଭାରତକୁ ଆମେ ଜ୍ଞାନ ଆଧାରିତ ଅର୍ଥନୀତିର ସୁପର ପାୱାର ଭାବରେ ପ୍ରତିଷ୍ଠିତ କରିବାକୁ ଚାହୁଁଛେ ତେବେ ଆମକୁ ଶିକ୍ଷାର ଦୃଶ୍ୟପଟ୍ଟରେ ପିଏଆରଆଇବିଏଆରଟିଟିଏଏନ ଆଣିବାକୁ ହେବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀ ଠାରେ ମଙ୍ଗଳବାର ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର ୩୫ତମ ସମାବର୍ତନ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସେ କହିଛନ୍ତି, ରାଷ୍ଟ୍ରୀୟ ଶିକ୍ଷା ନୀତି ଶିକ୍ଷା ଏବଂ ଦକ୍ଷତା କ୍ଷେତ୍ରରେ ବ୍ୟାପକ ପରିବର୍ତନ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପ୍ରଯୁକ୍ତିବିଦ୍ୟା ନୂଆ ସୁଯୋଗ ଭାବରେ ଉଭା ହୋଇଛି। ଆମକୁ ଆମ ଜନସଂଖ୍ୟା ବିଶେଷ ଭାବରେ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକଙ୍କୁ ନବସୃଜନ ଦ୍ୱାରା ସଶକ୍ତ କରିବାକୁ ହେବ। ସବୁଠି ଶିକ୍ଷା ଉପଲବ୍ଧି କରିବାକୁ ହେବ ଏବଂ ଡ଼ିଜିଟାଲ ବିଶ୍ୱବିଦ୍ୟାଳୟ ଓ ଇ-ଲର୍ଣ୍ଣିଂ ଏ ଉଦ୍ଦେଶ୍ୟରେ ଏକ…

Read More

ଭୁବନେଶ୍ୱର: ମହାନ ଭାରତୀୟତାର ସ୍ମାରକୀ ସ୍ୱରୁପ ତଥା ପୂଣ୍ୟତୋୟା ଭାରତର ସଂସ୍କୃତି, ଜାଜୁଲ୍ୟମାନ ଐତିହ୍ୟ ଏବଂ ଚିରଂଜୀବି ସଂସ୍କୃତିକୁ ସ୍ମରଣ କରିବା ପାଇଁ ସ୍ୱାଧୀନତାର ହୀରକ ଜୟନ୍ତୀ ତଥା ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଅଛି। ଏହି ଅବସରରେ ଆଇସିଏଆର୍‌-ସିଫା, କେଭିକେ ଖୋର୍ଦ୍ଧା ଓ ଆତ୍ମା ଖୋର୍ଦ୍ଧାର ସମ୍ମିଳିତ ସହଯୋଗରେ ସିଫା ପ୍ରେକ୍ଷାଳୟରେ କିସାନ ଭାଗୀଦାରି ପ୍ରାଥମିକତା ହମାରି ଅଭିଯାନ ଏପ୍ରିଲ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଅଛି। ଏଥି ନିମନ୍ତେ ୨୬ ତାରିଖ ଦିନ ଆୟୋଜିତ ଏକ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୩୦୦ ଅଗ୍ରଣୀ କୃଷକ ଓ ମହିଳା କୃଷିଜୀବି ଯୋଗଦାନ କରିଥିଲେ। ଉପସ୍ଥିତ କୃଷକ ଏବଂ ମହିଳା କୃଷିଜୀବିମାନଙ୍କୁ ଉଦ୍‌ବୋଧନ ଦେଇ ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ କହିଥିଲେ ଯେ ଆଜାଦି କା ଅମୃତ ମହୋତ୍ସବ ପାଳନ ୧୨ ମାର୍ଚ୍ଚ ୨୦୨୧ରୁ ଆରମ୍ଭ ହୋଇଛି…

Read More

ଭୁବନେଶ୍ବର: ମନୋଜ ଦାସଙ୍କ ପରିବାର ସଦସ୍ୟ ମାନଙ୍କ ପ୍ରସ୍ତାବ କ୍ରମେ ରାଜ୍ୟ ସରକାର ତାଙ୍କର ଜନ୍ମସ୍ଥାନ ବାଲେଶ୍ବର ଜିଲ୍ଲା ଶଂଖାରୀ ଗ୍ରାମରେ ଥିବା ତାଙ୍କର ପୈତୃକ ବାସଭବନକୁ ହାତକୁ ନେବେ ଏବଂ ତାହାକୁ ପ୍ରଥିତଯଶା ଭାତୃଦ୍ବୟ ପ୍ରଫେସର ମନ୍ମଥ ନାଥ ଦାସ ଓ ମନୋଜ ଦାସ, ଏହି ଦୁଇ ଭାଇଙ୍କ ନାମରେ ‘ମନ୍ମଥ-ମନୋଜ ସ୍ମାରକୀ’ ଭାବରେ ଘୋଷଣା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ସେଠାରେ ଉଭୟ ମନ୍ମଥ ନାଥ ଦାସ ଓ ମନୋଜ ଦାସଙ୍କ ଦ୍ବାରା ଇତିହାସ ଓ ସାହିତ୍ୟ ଉପରେ ଲିଖିତ ସମସ୍ତ ପୁସ୍ତକକୁ ରଖାଯାଇ ଏକ ଲାଇବ୍ରେରୀ ମଧ୍ୟ ସ୍ଥାପନ କରାଯିବ ଓ ବାସଭବନ ପରିସରରେ ଥିବା ମନ୍ଦିରର ସଂରକ୍ଷଣ ମଧ୍ୟ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲ।ଏଥିପାଇଁ ତାଙ୍କ ପରିବାର ତରଫରୁ ଆବଶ୍ୟକ ପୈତୃକ ଜମି ଓ ଘର ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରି ଖୁବଶୀଘ୍ର ସଂପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Read More