Author: Samikhsya Bureau

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅଟଳ ଇନୋଭେସନ ମିଶନ (ଏଆଇଏମ)କୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଆଇଏମ ଦେଶରେ ଏକ ନବସୃଜନ ସଂସ୍କୃତି ଏବଂ ଉଦ୍ୟମଶୀଳତା ସହ ଜଡ଼ିତ ଇକୋସିଷ୍ଟମ ବିକଶିତ କରିବା ଦିଗରେ ନିଜର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ପାଇଁ କାମ କରିବ। ଏଆଇଏମ ଦ୍ବାରା ଏହି କାର୍ଯ୍ୟ ନିଜର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ପାଦନ କରାଯିବ। ଏଆଇଏମ ମାଧ୍ୟମରେ ନିମ୍ନ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରାଯିବ: ୧୦ହଜାର ଅଟଳ ଟିଙ୍କରିଂ ଲ୍ୟାବ (ଏଟିଏଲ) ପ୍ରତିଷ୍ଠା କରିବା, ୧୦୧ ଅଟଳ ଇନକ୍ୟୁବେସନ ସେଣ୍ଟର (ଏଆଇସି) ପ୍ରତିଷ୍ଠା କରିବା, ୫୦ଟି ଅଟଳ କମ୍ୟୁନିଟୀ ଇନୋଭେସନ ସେଣ୍ଟର (ଏସିଆଇସି) ପ୍ରତିଷ୍ଠା କରିବା ଅଟଳ ନ୍ୟୁ ଇଣ୍ଡିଆ ଚାଲେଞ୍ଜ ମାଧ୍ୟମରେ ୨୦୦ ଷ୍ଟାର୍ଟଅପ୍‌କୁ ସହାୟତା ପ୍ରଦାନ କରିବା। ଉପରୋକ୍ତ ସେଣ୍ଟର ପ୍ରତିଷ୍ଠା କରିବା ଏବଂ ହିତାଧିକାରୀମାନଙ୍କୁ ସହାୟତା ଯୋଗାଇ ଦେବାର ଏହି ପ୍ରକ୍ରିୟାରେ ମୋଟ୍‌…

Read More

ଖୋର୍ଦ୍ଧା: ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଆଇଆଇସିଙ୍କ ଜଣେ କାର୍ଯ୍ୟରତ ‘ସମ୍ବାଦ’ର ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ଅମାନୁଷିକ ବ୍ୟବହାର ତଥା ବର୍ବରୋଚିତ କାଣ୍ଡକୁ ତୀବ୍ର ନିନ୍ଦାକରିଛି ଖୋର୍ଦ୍ଧା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ। ଯଥା ଶୀଘ୍ର ଏପରି ଗଣତନ୍ତ୍ରକୁ ହତ୍ୟା କରିଥିବା ସମ୍ପୃକ୍ତ ଅଧିକାରୀଣିଙ୍କୁ ତାଙ୍କ କାର୍ଯ୍ୟରୁ ବହିଷ୍କାର କରିବା ପାଇଁ ସଂଘ ଦୃଢ଼ ଦାବିକରିଛି। ପ୍ରକାଶ ଥାଉକି ନୀଳଗିରି ଥାନା ଅଞ୍ଚଳରେ ବେଆଇନ ଡ୍ରଗ୍ସ କାରବାର ବୃଦ୍ଧି ପାଇବା ଘଟଣା ତଥା ବିଭିନ୍ନ ବେଆଇନ କାର୍ଯ୍ୟରେ ପୋଲିସର ସମ୍ପୃକ୍ତି ଥିବାର ଘଟଣାକୁ ସାମ୍ବାଦିକ ଶ୍ରୀ ଦଳେଇ ‘ସମ୍ବାଦ’ ଖବରକାଗଜରେ ପ୍ରକାଶ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଥାନା ଅଧିକାରୀଣି ଏବଂ ତାଙ୍କ ସହଯୋଗୀ ଏକ ମିଥ୍ୟା ଅଭିଯୋଗରେ ଶ୍ରୀ ଦଳେଇଙ୍କୁ ଧକା ମାରିବା ସହ ଗିରଫ କରି ଡାକ୍ତରଖାନାରେ ଚିକିତ୍ସିତ ସମୟରେ ତାଙ୍କ ଗୋଡ଼ରେ ବେଡି ପକାଇବା କେତେଦୂର ସମୀଚିନ। ରାଜ୍ୟରେ ଏହାଠାରୁ ଅନେକ ଜଘନ୍ୟ କାଣ୍ଡ ଘଟିଥିଲେ…

Read More

ଭୁବନେଶ୍ବର: ଆସନ୍ତାକାଲି ହେଉଛି ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା। ଯାହାକୁ ଋକୁଣା ରଥଯାତ୍ରା ବୋଲି କୁହାଯାଏ। ପୁରୀ ରଥଯାତ୍ରା ପରେ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ବେଶ ଗୁରୁତ୍ବ ରହିଛି। ଏହି ରଥଯାତ୍ରା ପାଇଁ ପ୍ରଭୃ ଲିଙ୍ଗରାଜ ମନ୍ଦିର ପ୍ରଶାସନ ତରଫରୁ ସମୟ ନିର୍ଘଣ୍ଟ ପ୍ରକାଶ ପାଇଛି। ସେହି ଅନୁସାରେ ଆସନ୍ତାକାଲି ବିଭିନ୍ନ ପୂଜାନୀତି ସମୟ ହେଲା  ରଥଯାତ୍ରା ଏପ୍ରିଲ ୯ ତାରିଖ ଶନିବାର ମଙ୍ଗଳା ଆଳତି ସାହାଣ ମେଲା- ଭୋର ୫ଟାରୁ ୬ଟା ୩୦ ମିନିଟ ସକାଳ ଧୂପ- ସକାଳ ୯ଟା ୧୫ ଯାତ୍ରା ପୂଜା- ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦ ପହଣ୍ଡି ବିଜେ ଓ ରଥାଋଢ – ମଧ୍ୟାହ୍ନ ୧୨ଟା ୩୦ରୁ ୧ଟା ୩୦ ମିନିଟ ମଧ୍ୟରେ ରଥରେ ପୂଜା- ୧ଟା ୩୦ ମିନିଟରୁ ୩ଟା ୩୦ ମିନିଟ ରଥଟଣା- ୩ଟା ୩୦ ମିନିଟ ଶ୍ରୀରାମେଶ୍ବର ମନ୍ଦିରକୁ ବିଜେ- ସଂଧ୍ୟା ୭ଟା ୩୦ ମିନିଟ

Read More

କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବ୍ଲକ୍ ର ଡଇଁଚା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ବ୍ଲକ୍ ଶିକ୍ଷା ଅଧିକାରୀ ବିଜୟ କୁମାର ପାତ୍ରଙ୍କ ସଭାପତିତ୍ୱବରେ ଅନୁଷ୍ଠିତ ସଭାରେ ନାକଟିଦେଉଳ ପଂଚାୟତ ସମିତିର ଅଧ୍ୟକ୍ଷା ସ୍ୱରୁପାରାଣୀ ସାହୁ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବରେ ଡଇଁଚା ସରପଂଚ ସୌଦାମିନୀ ପ୍ରଧାନ, ଡଇଁଚା ସମିତି ସଭ୍ୟ ପ୍ରବୀଣ କୁମାର ପ୍ରଧାନ, ଗୋଷ୍ଠି ଶିକ୍ଷା ଅଧିକାରୀ ବିଜୟ କୁମାର ପାତ୍ର, ଡଇଁଚା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ପ୍ରଧାନ ଓ ମୁଖ୍ୟବକ୍ତା ଭାବରେ ନାକଟିଦେଉଳ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ଅମୂଲ୍ୟରତ୍ନ ମହନ୍ତ ଯୋଗ ଦେଇ ବିଜ୍ଞାନ ମେଳାର ଉଦ୍ଦେଶ୍ୟ ତଥା ବିଜ୍ଞାନ ମେଳା ଦ୍ୱାରା ପିଲାମାନେ କଣ ସବୁ ଜ୍ଞାନ ଅର୍ଜନ କରିପାରିବେ ସେ ସଂପର୍କରେ ମତବ୍ୟକ୍ତ କରିଥିଲେ। ନାକଟିଦେଉଳ ବ୍ଲକ୍ ର କୁନି ବୈଜ୍ଞାନିକ…

Read More

ବାଲେଶ୍ଵର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ‘ସଲିଡ୍‌ ଫୁଏଲ୍‌ ଡକ୍ଟେଡ୍‌ ରାମଜେଟ୍‌’ (ଏସଏଫଡିଆର) ବୁଷ୍ଟର ଜ୍ଞାନକୌଶଳର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କ୍ଷେତ୍ର (ଆଇଟିଆର)ରୁ ୮ ଏପ୍ରିଲ, ୨୦୨୨ରେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀର ଫ୍ଲାଇଟ୍‌ ଟେଷ୍ଟ କରାଯାଇଥିଲା।  ଏହି ଜଟିଳ କ୍ଷେପଣାସ୍ତ୍ର ପ୍ରଣାଳୀରେ ରହିଥିବା ସବୁ ଜରୁରି ଉପକରଣର ଭରସାଯୋଗ୍ୟ ପରିଚାଳନା ଆଜିର ସଫଳ ପରୀକ୍ଷଣରେ ପ୍ରଦର୍ଶିତ ହୋଇଥିଲା ଏବଂ ମିଶନର ସବୁ ଲକ୍ଷ୍ୟ ହାସଲ କରାଯାଇଥିଲା। ଏସଏଫଡିଆର ଆଧାରିତ ପରିଚାଳନା ଶକ୍ତି ଶବ୍ଦ ଠାରୁ ଦ୍ରୁତ ବେଗରେ ଯାଇ ଅଧିକ ଦୂରବର୍ତ୍ତୀ ସ୍ଥାନରେ ଥିବା ବିପଦକୁ ଧ୍ବଂସ କରିବା ଲାଗି ଏକ କ୍ଷେପଣାସ୍ତ୍ରକୁ ସକ୍ଷମ କରିଥାଏ।  ଆଇଟିଆର ପକ୍ଷରୁ ନିୟୋଜିତ ଟେଲିମେଟ୍ରୀ, ରାଡାର ଏବଂ ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ପ୍ରଣାଳୀ ଭଳି ସଂଖ୍ୟାଧିକ ଦୂରମାପନ ଉପକରଣ କରଣ ଦ୍ବାରା ସଂଗୃହିତ ତଥ୍ୟ ମାଧ୍ୟମରେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀର ପ୍ରଦର୍ଶନ…

Read More

ସ୍ୱାସ୍ଥ୍ୟ ଟିପ୍ସ: ସମୟର ସ୍ଥିରତା ଏବଂ ବ୍ୟସ୍ତତାଭରା ଜୀବନରେ ଆମେ ପ୍ରାୟତଃ ଏକ ପ୍ରକାର ଯନ୍ତ୍ରଣା ସହିତ ସଂଘର୍ଷ କରିଥାଉ। ଏପରି ଅନେକ ଯନ୍ତ୍ରଣା ଅଛି, ଯାହା ଲୋକମାନଙ୍କୁ ଅସହ୍ୟ କରିଥାଏ। ଏଥି ମଧ୍ୟରୁ ଗୋଟିଏ ହେଉଛି ବେକର ଯନ୍ତ୍ରଣା, ଯେଉଁ କାରଣରୁ ଲୋକମାନେ ସାଧାରଣତ କଷ୍ଟ ପାଆନ୍ତି। ବିଶେଷକରି ସେହି ଲୋକମାନେ ଏଭଳି ଯନ୍ତ୍ରଣା ପାଆନ୍ତି, ଯେଉଁମାନେ ଚେୟାରରେ ବସି ଘଣ୍ଟା ଘଣ୍ଟା କାମ କରିଥାନ୍ତି। ବେଳେବେଳେ ସେମାନେ ଏଥିରେ ଅଭ୍ୟସ୍ତ ହୁଅନ୍ତି, କିନ୍ତୁ ଏହାକୁ ଆଦୌ ଅଣଦେଖା କରିବାରେ ଭୁଲ୍ କରନ୍ତୁ ନାହିଁ। ଏହାର ଅନେକ କାରଣ ଥାଇପାରେ, ଯେପରିକି ଭୁଲ ଭାବରେ ବସିବା, ମୋଟା ତକିଆ ସହିତ ଶୋଇବା, ଭାରୀ ଜିନିଷ ଉଠାଇବା। ଏହା ବ୍ୟତୀତ, ବେଳେବେଳେ ଗର୍ଭାଶୟ ହେତୁ ଏହି ଯନ୍ତ୍ରଣା ଅସହ୍ୟ ହୋଇପାରେ। ଏହା ଆପଣଙ୍କର ସମସ୍ତ କାର୍ଯ୍ୟକଳାପକୁ ପ୍ରଭାବିତ କରେ। ଏଭଳି ପରିସ୍ଥିତିରେ ବାରମ୍ବାର ଔଷଧ ଖାଇବା ଏକ ଭଲ ସମାଧାନ ନୁହେଁ। ଆଜି…

Read More

ନୂଆଦିଲ୍ଲୀ: ଦୁଇ ବର୍ଷର ବ୍ୟବଧାନ ପରେ ଅମରନାଥ ଯାତ୍ରା ବାବା ବରଫାନୀଙ୍କ ଦର୍ଶନ ଏବେ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଏପ୍ରିଲ ୧୧ ତାରିଖରୁ ଆରମ୍ଭ ହେବ। ସୂଚନାଯୋଗ୍ୟ ଯେ ଏହି ଯାତ୍ରା ୪୩ ଦିନ ପର୍ଯ୍ୟନ୍ତ ଚାଲିବ। ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ହେତୁ ଏହି ଯାତ୍ରା ବାତିଲ ହୋଇଯାଇଥିଲା। କିନ୍ତୁ ୨୦୨୨ ମସିହାରେ ଏହି ଯାତ୍ରା ପୁଣି ଆରମ୍ଭ ହୋଇଛି। ୨୦୨୨ର ଅମରନାଥ ଯାତ୍ରା ଜୁନ୍ ୩୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷର ଅମରନାଥ ଯାତ୍ରା ବିଷୟରେ ସୂଚନା ଦେଇ ଶ୍ରୀ ଅମରନାଥଜୀ ଶ୍ରୀକ୍ଷେତ୍ର ବୋର୍ଡର ସିଇଓ ନୀତୀଶର କୁମାର କହିଛନ୍ତି ଯେ, ଚଳିତ ବର୍ଷର ଅମରନାଥ ଯାତ୍ରା ଜୁନ୍ ୩୦ ତାରିଖରୁ ଆରମ୍ଭ ହେବ ଏବଂ ମୋଟ ୪୩ ଦିନ ଚାଲିବ। ଏହି ଯାତ୍ରା ପାଇଁ ପଞ୍ଜୀକରଣ…

Read More

ନୂଆଦିଲ୍ଲୀ: ‘‘ଭାରତରେ ନିର୍ମାଣ’’ (କ୍ରିଏଟ୍‌ ଇନ୍‌ ଇଣ୍ଡିଆ) ଏବଂ ‘‘ବ୍ରାଣ୍ଡ ଇଣ୍ଡିଆ’’ର ଆଲୋକବର୍ତ୍ତିକା ସାଜିବାରେ ଭାରତୀୟ ଆନିମେସନ, ଭିଜୁଆଲ ଇଫେକ୍ଟସ୍‌, ଗେମିଂ ଏବଂ କମିକ୍‌ (ଏଭିଜିସି) କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି। ୨୦୨୫ ସୁଦ୍ଧା ବିଶ୍ବ ବଜାରର ୫% ଭାଗ ଅକ୍ତିଆର କରିବା ଲାଗି ଭାରତ ନିକଟରେ ଯଥେଷ୍ଟ ସମ୍ଭାବନା ରହିଛି। ଏହି ସମୟ ସୁଦ୍ଧା ଏଭିଜିସି କ୍ଷେତ୍ରରେ ଭାରତର କାରବାର ୪୦ ବିଲିୟନ ଆମେରିକୀୟ ଡଲାର ଛୁଇଁବ। ବାର୍ଷିକ ୨୫-୩୦% ଅଭିବୃଦ୍ଧି ସହ ଏହି କ୍ଷେତ୍ରରେ ବର୍ଷକୁ ୧ ଲକ୍ଷ ୬୦ ହଜାର ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଭିଜିସି କ୍ଷେତ୍ରରେ ରହିଥିବା ସମ୍ଭାବନାକୁ ବାସ୍ତବ ରୂପ ଦେବା ପାଇଁ ୨୦୨୦-୨୧ ଆର୍ଥିକ ବର୍ଷର କେନ୍ଦ୍ର ବଜେଟ୍‌ରେ ଏକ ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଂ ଏବଂ କମିକ୍ସ (ଏଭିଜିସି) ଟାସ୍କଫୋର୍ସ ଗଠନ କରିବା ଲାଗି ଘୋଷଣା କରାଯାଇଥିଲା। ଆମ ବଜାରରେ ସେବା ଯୋଗାଇ ଦେବା ଏବଂ ବିଶ୍ବସ୍ତରୀୟ ଚାହିଦା…

Read More

କଟକ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଘଟଣା ଏବେ ହାଇକୋର୍ଟରେ ପହଞ୍ଚିଛି। ଏହି ସଂକ୍ରାନ୍ତରେ ଜବାବ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ଏବଂ ଏଏସଆଇକୁ ହାଇକୋର୍ଟ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୭ ତାରିଖରେ ଏସମ୍ପର୍କିତ ଉତ୍ତର ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକଳ୍ପ ଯୋଗୁଁ ଶ୍ରୀମନ୍ଦିର ପ୍ରତି ବିପଦ ଅଛି କି ନାହିଁ, କିଏ ଏହାର ନିର୍ମାଣ କାର୍ଯ୍ୟ କରୁଛି, କଣ ନିର୍ମାଣ ହେଉଛି, ଏହି ସବୁ ପ୍ରଶ୍ନର  ଜବାବ ରକିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ବ୍ଲକ ସମ୍ମୁଖରେ ଜନସାଧାରଣ ଓ ପୋଲିସ କର୍ମଚାରୀଙ୍କ ଉପରେ ଗାଡ଼ି ଚଢାଇଦେଇଥିବା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବର୍ତ୍ତମାନ ବାଣପୁର ସବ ଜେଲରେ ଥିବା ବେଳେ ଆଜି ତାଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ଆସିଛି। ବିଧାୟକଙ୍କୁ ଏକ ପୂର୍ବତନ ମାମଲାରେ ଜାମିନ ମିଳିଛି। ବିଧାୟକଙ୍କୁ ବାଣପୁର ସହକାରୀ ଦୌରାଜଜ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଜିଆର କେଶ ନମ୍ବର ୭୨/୨୨ ତଥା ବାଣପୁର ଥାନା କେଶ ନମ୍ବର ୮୧/୨୨ ରେ ଚିଲିକା ବିଧାୟକଙ୍କୁ ଜାମିନ ମିଳିଛି। ସୂଚନା ଥାଉକି ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନ ଦିନ ଭେଟେଶ୍ୱର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳଙ୍କୁ ଦୁର୍ବୁତ୍ତ ମାନେ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ଗାଡ଼ି ଭାଙ୍ଗିଦେଇଥିଲେ। ଏଥି ନିମନ୍ତେ ଜିତେନ୍ଦ୍ରଙ୍କ ଭାଇ ପ୍ରଦୀପ ଭୋଳ ଉକ୍ତଦିନ ରାତିରେ ବାଣପୁର ଥାନାରେ ଏତଲା ଦେବା ପାଇଁ ଯାଇଥିବା ବେଳେ ବିଧାୟକଙ୍କ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବଜାର ମଧ୍ୟରେ ଏକାଧିକ କୋଚିଂ ସେଣ୍ଟର ଥିବାରୁ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଏଠାରେ ଟ୍ୟୁସନ ପାଇଁ ଆସନ୍ତି। ତେବେ ବିଶେଷ କରି ରାତ୍ର ଆଠ ଘଣ୍ଟିକାରୁ ନଅ ଘଣ୍ଟିକା ମଧ୍ୟରେ ସମସ୍ତ କୋଚିଂ ସେଣ୍ଟର ଛୁଟି ହୋଇଥାଏ। ତେବେ ଏହାର ସୁଯୋଗ ନେଇ ଦୀର୍ଘ ଦିନ ହେବ ସହରର ପ୍ରମୁଖ ସ୍ଥଳ ମା’ ଭଗବତୀଙ୍କ ପୀଠ ଠାରୁ ବିଷରପାଟଣା ଛକ ଓ କିଛି ଅନ୍ୟ ସ୍ଥାନରେ ଅସାମାଜିକ ଯୁବକମାନେ ଛପି ବସୁଛନ୍ତି। ସୁଯୋଗ ପାଇ ଛାତ୍ରୀମାନଙ୍କୁ କମେଣ୍ଟ ମାରିବା ସହ ଜୋର ଜବରଦସ୍ତ କରିବାକୁ ବି ସେମାନେ ପଛାଉନାହାନ୍ତି। ତେବେ ଏହା ସେମାନଙ୍କ ନିତିଦିନିଆ କାର୍ଯ୍ୟରେ ପରିଣତ ହୋଇଥିବା ବେଳେ ଏମାନଙ୍କୁ ସାବାଡ଼ କରିବା ପାଇଁ ପୋଲିସ ପ୍ରଶାସନର ଶୁଭଦୃଷ୍ଟି ଏଯାବତ ପଡୁନି। ପରିସ୍ଥିତି ଏପରି ହେଲାଣି ଯେ, ବର୍ତ୍ତମାନ ସ୍ପଷ୍ଟ ଦିବାଲୋକରେ ଛାତ୍ରୀମାନଙ୍କୁ ଅସଦାଚରଣ କରିବାକୁ ଉକ୍ତ ଯୁବକମାନେ…

Read More

ନୂଆଦିଲ୍ଲୀ: ଗତକାଲି କୋଷ୍ଟାରିକାରେ ଜରୁରୀକାଳୀନ ଅବତରଣ ସମୟରେ ଏକ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ସନ ଜୋସରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ସାମୟିକ ଭାବେ ବନ୍ଦ ହୋଇଯାଇଛି। ଏହି ହଳଦିଆ ରଙ୍ଗର ବିମାନରୁ ଧୂଆଁ ବାହାରୁଥିଲା। କାରଣ ଏହା ଅବତରଣ ବେଳେ ରନୱେରୁ ଖସିଯାଇଥିଲା। ଏହାପରେ ପଛ ଚକା ଭାଙ୍ଗି ଯାଇଥିଲା। ତେବେ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ କୋଷ୍ଟାରିକା ଅଗ୍ନିଶମ ମୁଖ୍ୟ କହିଛନ୍ତି ଯେ, ଦୁଇ ଜଣ କର୍ମଚାରୀଙ୍କ ଅବସ୍ଥା ଭଲ ଅଛି। ପାଇଲଟଙ୍କ ଯୋଡିଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ସତର୍କତାମୂଳକ ଭାବେ ଡାକ୍ତରଖାନା ପଠାଯାଇଛି। https://twitter.com/AvSourceNews/status/1512141741104766977 ସକାଳ ୧୦.୩୦ରେ ଏହି ଦୁର୍ଘଟଣା ଘଟିଥିଲା। ଯେତେବେଳେ ବୋଇଙ୍ଗ ବିମାନ ନମ୍ବର-୭୫୭ ସନ ଜୋସର ଜୁଆନ ସାନ୍ତାମାରିଆ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ିବା ଆରମ୍ଭ କରିଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରାୟ ୨୫ ମିନିଟ୍ ପରେ ଜରୁରୀକାଳୀନ ଅବତରଣ ପାଇଁ ପାଇଲେଟ ଅନୁମତି ମାଗିଥିଲେ। ବୋଧହୁଏ ବିମାନ ବନ୍ଦରରେ ସ୍ଥାନୀୟ…

Read More

ମୁମ୍ବାଇ: ଆଇପିଏଲ-୨୦୨୨ରେ କୋଲକାତା ନାଇଟ୍ ରାଇଡର୍ସ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି।  ଏହି ଦଳ ଚାରିଟି ମ୍ୟାଚ ମଧ୍ୟରୁ ତିନୋଟି ଜିତି ୬ ପଏଣ୍ଟ ହାସଲ କରିଛି। ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟ ସମାନ ବିଜୟ ସହିତ ୬ ପଏଣ୍ଟ ପାଇଛି। କିନ୍ତୁ ରନ୍ ହାରରେ ସେମାନେ କେକେଆର୍ ପଛରେ ଅଛନ୍ତି।  ଅନ୍ୟପକ୍ଷରେ ପର୍ପଲ କ୍ୟାପ୍ ମଧ୍ୟ କେକେଆରର ଉମେଶ ଯାଦବଙ୍କ ପାଖରେ ରହିଛି। ସେ ଏହି ସିଜନରେ ସର୍ବାଧିକ ୯ ୱିକେଟ୍ ନେଇଛନ୍ତି। ଅନ୍ୟ ପଟେ ଅରେଞ୍ଜ କ୍ୟାପ୍ ରାଜସ୍ଥାନ ରୟାଲ୍ସ ଓପନର୍ ଜୋସ୍ ବଟଲରଙ୍କ ପାଖରେ ଅଛି। ସେ ଏହି ସିଜିନରେ ଅଗ୍ରଣୀ ସ୍କୋରର ରହିଛନ୍ତି। କ୍ର.ନଂ ଦଳ ମ୍ୟାଚ ବିଜୟ ପରାଜୟ ନେଟ ରନ ରେଟ ପଏଣ୍ଟସ୍ ୧ କୋଲକୋତା ୪ ୩ ୧ ୧.୧୦୨ ୬ ୨ ଲକ୍ଷ୍ନୌ ୪ ୩ ୧ ୦.୨୫୬ ୬ ୩ ରାଜସ୍ଥାନ ୩ ୨ ୧ ୧.୨୧୮ ୪ ୪…

Read More

ନୂଆଦିଲ୍ଲୀ: ଆର୍ଥିକ ଅନ୍ତର୍ଭୂକ୍ତିକରଣ ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ)ର ଶୁଭାରମ୍ଭ କରାଯାଇଥିଲା। ଆମେ ଏହି ଯୋଜନାର ସପ୍ତମ ବର୍ଷ ପୂର୍ତ୍ତି ପାଳନ କରୁଛୁ। ଆସନ୍ତୁ ଆମେ ଏହି ଯୋଜନାର କେତେକ ପ୍ରମୁଖ ଦିଗ ଏବଂ ଉପଲବ୍ଧି ଉପରେ ନଜର ପକାଇବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮ ଏପ୍ରିଲ, ୨୦୧୫ରେ ପିଏମଏମୱାଇ ଯୋଜନାର ଶୁଭାରମ୍ଭ କରିଥିଲେ। ଏହାର ଉଦ୍ଦେଶ୍ୟ ହେଉଛି ଅଣ-କର୍ପୋରେଟ୍‌, ଅଣ-କୃଷି ଲଘୁ, କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ପ୍ରଦାନ କରିବା। ଏହି ଯୋଜନାର ସପ୍ତମ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି, ‘‘ଉଲ୍ଲେଖନୀୟ ଯେ ନିଯୁକ୍ତି ସୁଯୋଗ ଗତିବିଧି ନିର୍ମାଣ ଲାଗି ଏହି ଯୋଜନା ଅଧୀନରେ ମୋଟ୍ ୧୮.୬୦ ଲକ୍ଷ କୋଟି ଟଙ୍କାର ଅର୍ଥରାଶି ପାଇଁ ୩୪.୪୨ କୋଟିରୁ ଅଧିକ ଋଣ ଆକାଉଣ୍ଟ ଖୋଲାଯାଇଛି।’’ ପିଏମଏମୱାଇ ମାଧ୍ୟମରେ ବ୍ୟବସାୟିକ ପରିବେଶରେ…

Read More

ଭୋପାଳ: ମଧ୍ୟପ୍ରଦେଶର ଏକ ପୋଲିସ୍ ଷ୍ଟେସନରେ ଠିଆ ହୋଇଥିବା ଅର୍ଦ୍ଧ ଉଲଗ୍ନ ପୁରୁଷଙ୍କ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଜଣେ ସ୍ଥାନୀୟ ୟୁଟ୍ୟୁବ୍ ସାମ୍ବାଦିକ କନିଷ୍କ ତିୱାରୀଙ୍କୁ ମଧ୍ୟ ଦେଖିପାରିବେ। ତିୱାରୀଙ୍କ ଅନୁଯାୟୀ, ସେ ଥିଏଟର କଳାକାର ନୀରଜ କୁନ୍ଦରଙ୍କ ବିଷୟରେ ପଚାରିବା ପାଇଁ ପୋଲିସ ଷ୍ଟେସନକୁ ଯାଇଥିବା ବେଳେ ଅନ୍ୟମାନଙ୍କ ସହ ତାଙ୍କୁ ଗିରଫ କରାଯାଇଛି। ବିଜେପି ବିଧାୟକ ଏବଂ ତାଙ୍କ ପୁଅଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରି ନୀରଜ କୁନ୍ଦରଙ୍କୁ ଗିରଫ କରାଯାଇଛି। ଏହି ବିଷୟ ନୀରଜ ନାମକ ଏକ ଥିଏଟର କଳାକାର ସହିତ ଜଡିତ। ଯିଏ ଫେସବୁକରେ ବିଧାୟକ କେଦାରନାଥ ଶୁକ୍ଲାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହା ପରେ ପୋଲିସ ଏକ ମାମଲା ରୁଜୁ କରି ନୀରଜଙ୍କୁ ଜେଲକୁ ପଠାଇଥିଲା। ଯେତେବେଳେ କିଛି ସାମ୍ବାଦିକ ନୀରଜଙ୍କ ସମର୍ଥନରେ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ, ସେତେବେଳେ ଅଭିଯୋଗ ହୋଇଥିଲା ଯେ ପୋଲିସ ସାମ୍ବାଦିକମାନଙ୍କୁ ଅତି…

Read More

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିରେ ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ସମାଜସେବା, ଭାଷା ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ସମ୍ବର୍ଦ୍ଧିତ ହେବାକୁ ଥିବା ପ୍ରତିଭା ମାନଙ୍କ ନାମ ଆଜି, ସତ୍ୟନଗର ହୋଟେଲ ପାର୍କ ପ୍ରିମିୟମଠାରେ ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମିଟି ନିମ୍ନମତେ ଘୋଷଣା କରିଛନ୍ତି। ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ସ୍ମୃତି କମିଟିର ସାଧାରଣ ସମ୍ପାଦକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ, ସମାଜସେବା କ୍ଷେତ୍ରରେ ଛାତ୍ର ଜୀବନରୁ ନିଜକୁ ସମର୍ପିତ କରିଥିବା, ପୁରୀ ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମଞ୍ଜୁ ମହାନ୍ତି, ଭାଷା ସାହିତ୍ୟ କ୍ଷେତ୍ରରେ ଜୀବନବ୍ୟାପୀ କାର୍ଯ୍ୟ କରିଥିବା, କଟକ ଶାରଳା ସାହିତ୍ୟ ସଂସଦର ସଭାପତି ଇଂ ପ୍ରଭାକର ସ୍ୱାଇଁ ଏବଂ ସାମ୍ବାଦିକତା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଟାଇମ୍ସ ଅଫ୍…

Read More

ବାସ୍ତୁଶାସ୍ତ୍ର: ଯଦି କୈଣସି ଘରର କୋଣ ରାସ୍ତା ଆଡକୁ ଥାଏ ତେବେ ଏହା ଅତ୍ୟନ୍ତ କ୍ଷତିକାରକ ବୋଲି ବିବେଚନା କରାଯାଏ। ଫେଙ୍ଗ୍ ସୁଇରେ ଏହା କ୍ଷତିକାରକ ବୋଲି ବିବେଚନା କରାଯାଇଛି। ନକାରାତ୍ମକ ଶକ୍ତି: ଏପରି ପରିସ୍ଥିତିରେ ନକାରାତ୍ମକ ଶକ୍ତି ଜନ୍ମ ହୁଏ, ଯାହା ପରିବାର ପାଇଁ ବହୁତ ଯନ୍ତ୍ରଣାଦାୟକ ଅଟେ। ଏହି ପରିସ୍ଥିତି ଅତ୍ୟନ୍ତ ଯନ୍ତ୍ରଣାଦାୟକ, ତେବେ ଏହାର ସମାଧାନ ରହିଛି, ଯାହା ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। ଏହାର ସମାଧାନ ହେଉଛି ଘରର ଝରକା ଉପରେ ପରଦା କିମ୍ବା ପ୍ଲାଷ୍ଟିକ୍ ବ୍ଲେଡ୍ ରଖନ୍ତୁ। ବିଶେଷକରି ଶୋଇବା ଘର ଝରକାରେ ଏହା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଫେଙ୍ଗ୍ ଶୁଇଙ୍କ ଅନୁଯାୟୀ, ନକାରାତ୍ମକ ଶକ୍ତିରୁ ଉତ୍ପନ୍ନ ତ୍ରୁଟି ଦୂର ହୋଇପାରିବ। ଯଦି ଆପଣ ଏହି ପ୍ରତିକାର ଗ୍ରହଣ ନକରନ୍ତି, ତେବେ ନକାରାତ୍ମକ ପ୍ରଭାବ ଆପଣଙ୍କ ଘରେ ରହିପାରେ।

Read More

ମେଷ ରାଶି: ବୁଦ୍ଧି ପ୍ରୟୋଗ କରନ୍ତୁ। ଆୟରେ ନିଶ୍ଚିତତା ରହିବ। ବ୍ୟବସାୟ ଭଲ ହେବ। ଦିନଟି ଭଲ ହେବ। ଉପକୃତ ହେବେ। ଅଧିକ ପରିଶ୍ରମ କରିବାକୁ ପଡ଼ିବ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। ବକ୍ତବ୍ୟରେ କଠୋର ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ବିଶେଷକରି ମହିଳାମାନେ ଯାନବାହନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ଯତ୍ନବାନ ହେବା ଉଚିତ୍। କାର୍ଯ୍ୟର ଗତି ଧୀର ହେବ। ବୃଷ ରାଶି: ବିବାହ ପ୍ରସ୍ତାବ ପ୍ରାପ୍ତ ହୋଇପାରେ। ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି। ସବୁ ଦିଗରୁ ସଫଳତା ମିଳିବ। ଖଳ ଲୋକମାନେ କ୍ଷତି ଘଟାଇ ପାରନ୍ତି। ଉପକୃତ ହେବେ। ଆଶଙ୍କା ହେତୁ କାର୍ଯ୍ୟର ଗତି ଧୀର ହୋଇପାରେ। କୌଣସି ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ରହିବ। ମିଥୁନ ରାଶି: ବଡ ସମ୍ପତ୍ତି କାରବାର ବଡ ଲାଭ ଦେଇପାରେ। ବେକାରୀ ଦୂର ହେବ। କ୍ୟାରିୟର କରିବାର ସୁଯୋଗ ରହିବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ପାରିବାରିକ ସହାୟତା କାମକୁ ସହଜ…

Read More

ଭୁବନେଶ୍ବର: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭିଜିଲାନ୍ସ ବିଭାଗ ଜଣେ ଇଂଜିନିୟରଙ୍କ ଦ୍ବିତୀୟ ସ୍ତ୍ରୀଙ୍କ ପାଖରେ ଯେତେ ଟଙ୍କା ପାଇଲେ ତାହା ଏକ ରେକର୍ଡ। ଅର୍ଥାତ ଭିଜିଲାନ୍ସ ପୂର୍ବରୁ ଯେତେ ଚଢାଉ କରିଥିଲେ ସେମାନେ ଏତେ ଟଙ୍କା ଆଉ ସୁନା କେବେ ହାସଲ କରି ନ ଥିଲେ। ଏ କଥା ଖୋଦ ଭିଜିଲାନ୍ସ ବିଭାଗ ଅଧିକାରୀ ସ୍ବୀକାର କରିଛନ୍ତି। ଘଟଣାଟି ହେଉଛି ବୁଧବାର ଦିନ ଗଂଜାମ ଜିଲ୍ଲା ଭଂଜନଗର ମାଇନର ଜଳସେଚନ ଜଣେ ସହାୟକ ଇଂଜିନିୟରଙ୍କ ଘରେ ଭିଜିଲାନସ ଚଢାଉ କରିଥିଲା। ତାଙ୍କ ନାମ ହେଉଛି କାର୍ତ୍ତିକଶ୍ବର ରାଉଳ। ସେତେବେଳେ ତାଙ୍କ ଘରୁ ମଧ୍ୟ ବହୁ ଆୟ ବହିଃଭୂତ ସଂପତ୍ତି ଠାବ କରାଯାଇଥିଲା। ସେହି ଚଢାଉ ବେଳେ କାର୍ତ୍ତିକଙ୍କ ଦ୍ବିତୀୟ ସ୍ତ୍ରୀଙ୍କ ଘର ମଧ୍ୟ ରେଡ୍ କରାଯାଇଥିଲା। ତାଙ୍କର ଦ୍ବିତୀୟ ସ୍ତ୍ରୀଙ୍କ ନାମ ହେଉଛି କଳ୍ପନା ପ୍ରଧାନ। ସେ ଭୁବନେଶ୍ବର ଟାଟା ଆରିୟାନର ଏକ ଫ୍ଲାଟରେ ରହୁଛନ୍ତି। ସେହି ଫ୍ଲାଟରେ ଭିଜିଲାନସ…

Read More

ଭୁବନେଶ୍ୱର: ଆଜି ଷୋଡ଼ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଏଗାର ଦିନ ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରଦୀପ ପ୍ରଜ୍ୱଳନ ସହ ଜଗନ୍ନାଥଙ୍କ ପାଦରେ ପୁଷ୍ପଗୁଚ୍ଛ ନିବେଦନ କରି ମେଳାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସମବେତ ଶିଳ୍ପୀ, କଳାକାର, ବୁଣାକାର ଓ ଦର୍ଶକମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ କୋଭିଡ୍‌ ପରବର୍ତ୍ତୀ ଅବସ୍ଥାରେ ପ୍ରଥମ ଥର କରି ତୋଷାଳି ମେଳାକୁ ସମାରୋହ ଓ ସଫଳତାର ସହିତ ଆୟୋଜନ କରାଯାଇଛି । ଏହା କୋଭିଡ୍‌ କ୍ଷତିଗ୍ରସ୍ତ ଶିଳ୍ପୀମାନଙ୍କ ପାଇଁ ନୂଆ ଆଶା ସଂଚାର କରିଛି । ପ୍ରଦର୍ଶନୀକୁ ଦୈନିକ ହଜାର ହଜାର ସଂଖ୍ୟାର ଦର୍ଶକ ପରିଦର୍ଶନ କରୁଛନ୍ତି ଏବଂ ଶିଳ୍ପୀ ଓ କାରିଗରମାନଙ୍କର ଉତ୍ପାଦିତ ଦ୍ରବ୍ୟ ବିକ୍ରି ବହୁଗୁଣିତ ହୋଇଛି। କାଇଁଚ ଶିଳ୍ପ ଓଡ଼ିଶାର ଏକ ସ୍ୱତନ୍ତ୍ର ହସ୍ତଶିଳ୍ପ। କାଇଁଚ ଶିଳ୍ପୀମାନେ ଦୈନିଦିନ ଜୀବନରେ ବ୍ୟବହାର୍ଯ୍ୟ ପଦାର୍ଥଠାରୁ ଆରମ୍ଭ କରି କାର୍ଯ୍ୟାଳୟ ଓ…

Read More

ନୂଆଦିଲ୍ଲୀ: ସଂସଦର ବଜେଟ୍‌ ଅଧିବେଶନ ୨୦୨୨ ଶେଷ ହୋଇଛି। ଆଜି ଅର୍ଥାତ୍‌ ଗୁରୁବାର, ଏପ୍ରିଲ ୭ ତାରିଖ ଠାରୁ ସଂସଦର ଦୁଇଟି ସଦନ- ରାଜ୍ୟସଭା ଏବଂ ଲୋକସଭାକୁ ଅନିଶ୍ଚିତ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂସଦର ବଜେଟ୍‌ ଅଧିବେଶନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସମ୍ପୂର୍ଣ୍ଣ ବଜେଟ୍‌ ଅଧିବେଶନ ୨୦୨୨ରେ ରାଜ୍ୟସଭା ଏବଂ ଲୋକସଭାର ୨୭ଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନର ଅବଧି ୮ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ଚାଲିବାର ଥିଲା। କିନ୍ତୁ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କର ଦାବି କାରଣରୁ ଗୋଟିଏ ଦିନ ପୂର୍ବରୁ ଅଧିବେଶନକୁ ମୁଲତବୀ ଘୋଷଣା କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଂସଦୀୟ ବ୍ୟାପାର ଏବଂ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜ୍ଜୁନ ରାମ ମେଘୱାଲ ଏବଂ ସଂସଦୀୟ ବ୍ୟାପାର ଏବଂ ବିଦେଶ ରାଷ୍ଟ୍ରମନ୍ତ୍ରୀ ଭି.…

Read More