Author: Samikhsya Bureau

ଭୁବନେଶ୍ୱର: ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଏନ୍‌.ଏସ.ୟୁ. ଆଇ. ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସୀର ନୱାଜଙ୍କ ସଭାପତିତ୍ୱରେ ପତାକା ଉତୋଳନ କାର୍ଯ୍ୟକ୍ରମ ହୋଇଥିଲା। ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ନୱାଜ କହିଥିଲେ ଯେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏନ.ଏସ.ୟୁ.ଆଈ. ୧୯୭୧ ମସିହାରେ ପ୍ରତିଷ୍ଠା କରିଥିଲେ । ଛାତ୍ର କଂଗ୍ରେସର ଲକ୍ଷ୍ୟ ଛାତ୍ର ସମାଜକୁ ସଶକ୍ତ କରିବା । ଦାୟୀତ୍ୱବାନ ନାଗରିକ ଓ ନେତା ମଧ୍ୟ ସୃଷ୍ଟି କରିବା ଛାତ୍ର କଂଗ୍ରେସର କାର୍ଯ୍ୟର ଅଂଶ ବିଶେଷ ମାତ୍ର ସେମାନଙ୍କର ଗଣତାନ୍ତ୍ରୀକ, ଧର୍ମ ନିରପେକ୍ଷତା, ସମାନତା ଏବଂ ସୁଗୁଣ ରହିଥିବା ଦରକାର । ଶ୍ରୀ ନୱାଜ କହିଲେ ଓଡ଼ିଶାର ଛାତ୍ର କଂଗ୍ରେସ ଉଭୟ ନବୀନ ସରକାର ଓ ମୋଦୀ ସରକାରର ଭ୍ରଷ୍ଟାଚାର ବିରୋଧରେ…

Read More

ଭୁବନେଶ୍ବର: ଆଜି ଏକ ଉତ୍ସବରେ ଭୁବନେଶ୍ବର ମହାନଗରର ପ୍ରଥମ ମହିଳା ମେୟର ଭାବେ ଶପଥ ଗ୍ରହଣ କରିଛନ୍ତି ସୁଲୋଚନା ଦାସ। ଆଜି ବିଏମସିର କନଫ୍ରେନସ ହଲରେ ଏହି ଶପଥ ପାଠ କରାଯାଇଛି। ଏଥିରେ ପୌର ପ୍ରଶାସକ ସଂଗ୍ରାମ ଜିତ୍ ନାୟକ ମେୟରଙ୍କୁ ଶପଥପାଠ କରାଇଥିଲେ। ଏହାପରେ ଆଜି ୬୭ଜଣ କର୍ପୋରେଟର ମଧ୍ୟ ବିଏମସି କନଫ୍ରେରେନ୍ସ ହଲରେ ଶପଥ ଗ୍ରହଣ କରିଥିଲେ। ଆଜି ସକାଳେ ନବନିର୍ବାଚିତ ମେୟର ବିଏମସି କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହାପରେ ତାଙ୍କୁ କନଫ୍ରେନସ ହଲକୁ ପାଛୋଟି ନିଆଯାଇଥିଲା। ସୁଲୋଚନା ଏବଂ ସମସ୍ତ କରର୍ପୋରେଟର ଶପଥ ନେବା ପରେ ବିଧିବଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।

Read More

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର ଡେପୁଟି ମେୟର ହେବେ ଆଉ ଜଣେ ମହିଳା। ମେୟର ଜଣେ ମହିଳା ହୋଇଥିବା ବେଳେ ଡେପୁଟି ମେୟର ଜଣେ ପୁରୁଷ ହେବେ ବୋଲି ଆଶା କରାଯାଉଥିଲା। ହେଲେ ବିଜେଡି ସେ ସବୁ କଳ୍ପନା ଜଳ୍ପନାକୁ ପଛରେ ପକାଇ ପୁଣି ଜଣେ ମହିଳାଙ୍କୁ ଡେପୁଟି ମେୟର ପାଇଁ ପ୍ରାର୍ଥୀ କରିଛି। ସେ ହେଉଛନ୍ତି ୨୨ ନଂ ୱାର୍ଡର କର୍ପୋରେଟର ମଞ୍ଜୁଲତା କଅଁର। ମଞ୍ଜୁଲତା ସର୍ବାଧିକ ୪ ହଜାରରୁ ଉର୍ଦ୍ଧ ଭୋଟରେ ଜିତିଛନ୍ତି। ଅନ୍ୟପକ୍ଷରେ ସେ ହେଉଛନ୍ତି ଜଣେ ଆଦିବାସୀ। ପ୍ରଥମ ଥର ପାଇଁ କର୍ପୋରେଟର ହୋଇଥିବା ମଞ୍ଜୁଲତା ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମଏ ପାସ୍‌ କରିଛନ୍ତି । ଆଜି ଅପରାହ୍ନରେ ଭୋଟ ଗ୍ରହଣ ହେବ। ଯେଉଁଥିରେ ବିଜେଡି ପ୍ରାର୍ଥୀ ଜିତିବାର ସଂଖ୍ୟା ଥିବାରୁ ସେ ହି ଡେପୁଟି ମେୟର ହେବେ ବୋଲି ସ୍ପଷ୍ଟ ହୋଇଛି। ଯଦି ଆଉ କେହି ନାମାଙ୍କନ ଦାଖଲ ନ କଲେ ତେବେ…

Read More

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରର ୯ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନଜନକ ଆଇସିଏମଆର ସ୍ନାତକୋତ୍ତର ଥେସିସ ବୃତ୍ତି ପ୍ରଦାନ କରାଯାଇଛି। ଜାନୁଆରୀ ୨୦୨୨ ଅଧିବେଶନ ପାଇଁ ସର୍ବଭାରତୀୟ ସ୍ତରରେ ପ୍ରାୟ ୫୦ ଜଣ ମେଡିକାଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏମ୍ସ ଭୁବନେଶ୍ୱରର ୯ ଛାତ୍ରଛାତ୍ରୀ ଏହି ମର୍ଯ୍ୟାଦାଜନକ ବୃତ୍ତି ପାଇ ଜାତୀୟ ସ୍ତରରେ ଅନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି। ଅସ୍ଥିଶଲ୍ୟ ବିଭାଗରୁ ଡ. ରାଘବେନ୍ଦ୍ର ଭି ବାଲାଗୋଡ଼, ମାଇକ୍ରୋବାୟୋଲୋଜିରୁ ଡ. ପ୍ରୀତିକା ଗେହଲୋଟ, ବାୟୋକେମିଷ୍ଟ୍ରି ବିଭାଗର ଡ. ସୁନକୋଜି ଶ୍ରୁଜନ, ଅଞ୍ଜୁ ଅଶୋକ ଏ କେ, ଭାରତ କୁମାର କୋପିସେଟ୍ଟି ଏବଂ ଡ. ଆଲିଆ ତହସିନ, ସିଏମଏଫଏମରୁ ଡ. ଶ୍ରୀଜାନି ମଣ୍ଡଳ, ଫାର୍ମାକୋଲୋଜି ବିଭାଗର ଡ. ଗୋବିନ୍ଦ ମିଶ୍ର ଏବଂ ଡ. ଶମ୍ପା ମାଜି ପ୍ରମୁଖଙ୍କୁ ଏହି ସମ୍ମାନଜନକ ଗବେଷଣା ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ଏମ୍ସ ଭୁବନେଶ୍ୱରର ଡ. ସୁଜିତ କୁମାର ତ୍ରିପାଠୀ, ଡ. ବିନୟ କୁମାର ହାଲୁର, ଡ. ସୁଚନ୍ଦ ସାହୁ, ଡ. ଗୌତମ…

Read More

ନୂଆଦିଲ୍ଲୀ: ଆଜି ଏପ୍ରିଲ ୯ ତାରିଖ ଶନିବାର ଅଟେ। ଶନି ଦେବଙ୍କୁ ପୂଜା କରିବା ପାଇଁ ଶନିବାର ସର୍ବୋତ୍ତମ ଦିନ ଭାବରେ ବିବେଚନା କରାଯାଏ। ଶନିଙ୍କ ଦ୍ରୁଷ୍ଟି ଶୁଭ ବୋଲି ବିବେଚନା କରାଯାଏ ନାହିଁ। ଯେତେବେଳେ ଶନି ଦେବ ଅସନ୍ତୁଷ୍ଟ, ସେତେବେଳେ ଜୀବନରେ ଅନେକ ସମସ୍ୟା ଏବଂ ଅସୁବିଧା ହୋଇଥାଏ। ବ୍ୟକ୍ତି ହଇରାଣ ହୁଅନ୍ତି। ଅର୍ଥ, ସ୍ୱାସ୍ଥ୍ୟ ଏବଂ ସମ୍ପର୍କରେ କ୍ଷତି ହୁଏ। ଜୀବନ ଯନ୍ତ୍ରଣାଦାୟକ ହୁଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଦେବ ହେଉଛନ୍ତି କର୍ମର ଦାତା। ଶନିଙ୍କୁ ନ୍ୟାୟ ପ୍ରଦାନକାରୀ ବୋଲି କୁହାଯାଏ। ଶନି ଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ହନୁମାନଙ୍କର ଉପାସନା ଲାଭଦାୟକ ବୋଲି କୁହାଯାଏ। ବିଶ୍ୱାସ କରାଯାଏ ଯେ, ଯେଉଁମାନେ ହନୁମାନଙ୍କୁ ପୂଜା କରନ୍ତି ସେମାନଙ୍କୁ ଶନି ଦେବ ଅସୁବିଧାରେ ପକାନ୍ତି ନାହିଁ। ଏହା ପଛରେ ପୌରାଣିକ କଥା ରହିଛି, ଯାହାକୁ ଜାଣିବା ଦରକାର- ଶନି ଦେବ କାହିଁକି ହନୁମାନ ଜୀଙ୍କୁ ଭୟ କରନ୍ତି: ପୌରାଣିକ କଥା…

Read More

ନୂଆଦିଲ୍ଲୀ: ଭାବପ୍ରବଣ ହେଉଛି ମାନବ ପ୍ରକୃତି। ଏହା ପ୍ରାକୃତିକ ନୈସର୍ଗିକ ପ୍ରକ୍ରିୟା ମଧ୍ୟରୁ ଗୋଟିଏ। କିନ୍ତୁ ଯେତେବେଳେ ଏହା ଅତ୍ୟଧିକ ହୋଇଯାଏ, ସେତେବେଳେ ମଣିଷକୁ ମଧ୍ୟ କ୍ଷତି ସହିବାକୁ ପଡେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏପରି କିଛି ରାଶିରେ ଅଛି, ଯେଉଁଥିରେ ଭାବପ୍ରବଣତା ଅଧିକ। ଏଭଳି କେଉଁ ରାଶିରେ ଦେଖାଯାଏ, ଆସନ୍ତୁ ଜାଣିବା- ମେଷ- ଯେଉଁମାନଙ୍କର ମେଷ ରାଶି ଅଛି, ସେମାନେ କଳା ପ୍ରେମୀ। ସେମାନେ ଅଧିକ ସମ୍ବେଦନଶୀଳ। ମିଥ୍ୟା, ପ୍ରତାରଣା ଏବଂ ଭୁଲ ଜିନିଷକୁ ସେମାନେ ସହ୍ୟ କରିବାକୁ ଅସମର୍ଥ ହେବାର ଏହା ହେଉଛି ଏକ କାରଣ। ସେମାନେ ଖୁସିରେ ଖୁସିରେ ଖୋଲାଖୋଲି ଭାବରେ ନିଜର ଖୁସିକୁ ପ୍ରକାଶ କରନ୍ତି। ଯେତେବେଳେ ସେମାନେ ଆଘାତ ପାଆନ୍ତି, ସେମାନେ ଅତି ଶୀଘ୍ର ବିଚଳିତ ହୁଅନ୍ତି। ସେମାନେ ଅତ୍ୟଧିକ ଚାପରେ ରହିବାକୁ ପସନ୍ଦ କରନ୍ତି ନାହିଁ। ଯଦି କେହି ସେମାନଙ୍କ ହୃଦୟକୁ ଆଘାତ କରେ, ସେମାନେ ଖୁବ୍ ଶୀଘ୍ର ଭାବପ୍ରବଣ ହୁଅନ୍ତି। ସେମାନଙ୍କ ଆଖିରୁ ଲୁହ…

Read More

ଭୁବନେଶ୍ବର: ଆଜି ହେଉଛି ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା। ଯାହାକୁ ଋକୁଣା ରଥଯାତ୍ରା ବୋଲି କୁହାଯାଏ। ପୁରୀ ରଥଯାତ୍ରା ପରେ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ବେଶ ଗୁରୁତ୍ବ ରହିଛି। ଏହି ରଥଯାତ୍ରା ପାଇଁ ପ୍ରଭୃ ଲିଙ୍ଗରାଜ ମନ୍ଦିର ପ୍ରଶାସନ ତରଫରୁ ସମୟ ନିର୍ଘଣ୍ଟ ପ୍ରକାଶ ପାଇଛି। ସେହି ଅନୁସାରେ ଆସନ୍ତାକାଲି ବିଭିନ୍ନ ପୂଜାନୀତି ସମୟ ହେଲା ମଙ୍ଗଳା ଆଳତି ସାହାଣ ମେଲା- ଭୋର ୫ଟାରୁ ୬ଟା ୩୦ ମିନିଟ ସକାଳ ଧୂପ- ସକାଳ ୯ଟା ୧୫ ଯାତ୍ରା ପୂଜା- ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦ ପହଣ୍ଡି ବିଜେ ଓ ରଥାଋଢ – ମଧ୍ୟାହ୍ନ ୧୨ଟା ୩୦ରୁ ୧ଟା ୩୦ ମିନିଟ ମଧ୍ୟରେ ରଥରେ ପୂଜା- ୧ଟା ୩୦ ମିନିଟରୁ ୩ଟା ୩୦ ମିନିଟ ରଥଟଣା- ୩ଟା ୩୦ ମିନିଟ ଶ୍ରୀରାମେଶ୍ବର ମନ୍ଦିରକୁ ବିଜେ- ସଂଧ୍ୟା ୭ଟା ୩୦ ମିନିଟ

Read More

 ପ୍ରଦୀପ ସେନାପତି ଭୁବନେଶ୍ବର: ଏ କଳକୀ ଯୁଗରେ କୋଟିକୋଟି ପାତାଳଫୁଟି ଗର୍ଭରୁ ଶିବଲିଙ୍ଗମାନଙ୍କର ପୀଠସ୍ଥଳୀ ଅବିର୍ଭାବ ହୋଇଥିବାବେଳେ, ସେମାନଙ୍କ ମଧ୍ୟରେ ରାଜା ସିଂହାସନରେ ଅଧିଷ୍ଠିତ, ପ୍ରତିଷ୍ଠିତ ଓ ବିଖ୍ୟାତ ହୋଇ ଥିବାରୁ ପ୍ରଭୁ ଶ୍ରୀଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ନାମିତ ହୋଇଛନ୍ତି। କେଶରୀ ବଂଶର ରାଜା ଯଯାତି କେଶରୀ ସ୍ୱର୍ଣ୍ଣିମ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ଦ୍ୱିତୀୟ “କାଶୀ” ବୋଲି ବର୍ଣ୍ଣନା କରିଛନ୍ତି। ସେ ଜଣେ ନିଷ୍ଠାପର ପରମ ଭକ୍ତ, ତପସ୍ୟାବଳୀ ସାଧକ ଏବଂ ମହାଦେବ ଶିବ ଆରଧନାରେ ତାଙ୍କର ସ୍ଥାନ ଥିଲା ସ୍ୱତନ୍ତ୍ର। ଏହି ମହାଶକ୍ତି ଶିବଲିଙ୍ଗର ଆର୍ଶିବାଦ ପାଇ ଯଯାତି କେଶରୀ ତାଙ୍କୁ ସ୍ୱପ୍ନରେ ଏକ ଶିବଲିଙ୍ଗ ପ୍ରତିମୂର୍ତ୍ତୀ ଭାବରେ ତାଙ୍କ ଚକ୍ଷୁ ସମ୍ମୁଖରେ ଆବିର୍ଭାବ ହୋଇ କେତେକ ଶୂନ୍ୟବାଣୀ ପ୍ରଦାନ କରିଥଲେ। ସର୍ବବିଦ୍ୟମାନ, ଦେବାଧିଦେବ ମହାଦେବ “ଶିବ” ଆରଧନାରେ ମଧ୍ୟ ଓଡ଼ିଶାର ସ୍ଥାନ ସ୍ୱତନ୍ତ୍ର ଅଟେ। ଯଯାତି କେଶରୀ ତ୍ରିଭୁବନ ଭ୍ରମଣ କରି ସମସ୍ତ ପାତାଳଫୁଟି ଶିବଲିଙ୍ଗମାନଙ୍କୁ…

Read More

ଭୁବନେଶ୍ୱର : କୋଭିଡ୍‌-୧୯ରେ ମୃତ୍ୟୁ ପାଇଁ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ମୃତକଙ୍କ ନିକଟତମ ସଂପର୍କୀୟଙ୍କୁ ଯୋଗାଇ ଦିଆଯାଉଛି। ଯେଉଁ ବ୍ୟକ୍ତିମାନେ ୨୦୨୨ ମାର୍ଚ୍ଚ ୨୦ ତାରିଖ କିମ୍ବା ତାହା ପୂର୍ବରୁ କୋଭିଡ୍‌-୧୯ରେ ମୃତ୍ୟୁବରଣ କରିଛନ୍ତି ଏବଂ ସେମାନଙ୍କ ନିକଟତମ ସଂପର୍କୀୟମାନେ ଯଦି ଏହି ସହାୟତା ରାଶି ପାଇନାହାନ୍ତି ସେମାନେ ଆବେଦନ ପତ୍ର/ଦରଖାସ୍ତ ଓ ଆବଶ୍ୟକୀୟ ଦସ୍ତାବିଜ ସହିତ ଜିଲ୍ଲାପାଳଙ୍କୁ ଅଫ୍‌ଲାଇନ୍‌ କିମ୍ବା ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। https://caps.odisha.gov.in ୱେବ୍‌ସାଇଟ୍‌ ଜରିଆରେ ଆସନ୍ତା ୬୦ ଦିନ ଅର୍ଥାତ୍‌ ୨୦୨୨ ମଇ ୨୮ ତାରିଖ ମଧ୍ୟରେ ଆବେଦନ କରିପାରିବେ।  ଯଦି କୌଣସି ବ୍ୟକ୍ତି ୨୦୨୨ ମାର୍ଚ୍ଚ ୨୦ ତାରିଖ ପରେ ମୃତ୍ୟୁବରଣ କରିଛନ୍ତି କିମ୍ବା ଯଦି କେହି ଭବିଷ୍ୟତରେ କୋଭିଡ୍‌-୧୯ରେ ମୃତ୍ୟୁବରଣ କରନ୍ତି ତେବେ ତାଙ୍କ ଆତ୍ମୀୟସ୍ୱଜନ କୋଭିଡ୍‌-୧୯ ମୃତ୍ୟୁ ସହାୟତା ରାଶି ନିମନ୍ତେ ମୃତ୍ୟୁ ଘଟିଥିବା ଦିନଠାରୁ ୯୦ ଦିନ ମଧ୍ୟରେ ଅବେଦନ ପତ୍ର/ଦରଖାସ୍ତ…

Read More

ମେଷ- ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ। ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ। ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ। ଆପଣଙ୍କର ଆୟ ବଢିବାର ସମ୍ଭାବନା ମଧ୍ୟ ଅଧିକ। ଆପଣଙ୍କର ମନ ଭଲ କାମ କରିବ। ଶାଶୁଙ୍କ ଅନୁଗ୍ରହରୁ ଉପହାର ପାଇବା ସମ୍ଭାବନା ସୃଷ୍ଟି ହେଉଛି। ବୃଷ- ଆପଣ ଆଜି ଧର୍ଯ୍ୟବାନ ହେବା ଉଚିତ୍। ଟଙ୍କା କ୍ଷେତ୍ରରେ କ୍ଷତି ହୋଇପାରେ। କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ। କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ। ଆପଣ ମଧ୍ୟ କୈଣସି ଆକସ୍ମିକ ଘଟଣାରେ ତୁରନ୍ତ ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍। ଆପଣଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ। ସାମାନ୍ୟ ଥକ୍କା ମଧ୍ୟ ହୋଇପାରେ। ମିଥୁନ- ଅନେକ ଦିନ ଧରି ବନ୍ଦ ହୋଇଯାଇଥିବା…

Read More

ଭୁବନେଶ୍ବର:  ରାଜଧାନୀର ଜନତା ମଇଦାନରେ ଚାଲିଥିବା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ଓଡ଼ିଶା ଓ ଅନ୍ୟ ରାଜ୍ୟର କୃତି ବୁଣାକାରମାନଙ୍କର ଅପୂର୍ବ ମେଳଣ ଦେଖିବାକୁ ମିଳୁଛି। ପଂଜାବ ରାଜ୍ୟର ପଦ୍ମଶ୍ରୀ ପୁରସ୍କାର ବିଜେତାଙ୍କ ‘ଫୁଲକରି’ ହସ୍ତତନ୍ତ ଏହି ମେଳାରେ ଦେଖିବାକୁ ମିଳୁଛି। ଦେଶର ଛଅଜଣ ସନ୍ଥକବି ପୁରସ୍କାର ବିଜେତା, ୧୫ ଜଣ ଜାତୀୟ ପୁରସ୍କାର ଓ ତିନିଜଣ ରାଜ୍ୟ ପୁରସ୍କୃତ ବୁଣାକାର ମେଳାରେ ଅଂଶଗ୍ରହଣ କରିଛନ୍ତି। ସନ୍ଥକବି ପୁରସ୍କାର ପାଇଥିବା ବୁଣାକାରମାନଙ୍କ ମଧ୍ୟରେ ଓଡ଼ିଶାରୁ ଦୁଇଜଣ ଓ ଅନ୍ୟ ରାଜ୍ୟ ଜାମ୍ମୁ ଓ କାଶ୍ମୀର, ତେଲେଙ୍ଗାନା ଓ ଉତ୍ତରପ୍ରଦେଶର ୪ ଜଣ ଏହି ମେଳାରେ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶାରୁ ପୁରସ୍କୃତ ବୁଣାକାରମାନଙ୍କ ‘ଇକତ୍‌’ ଡିଜାଇନ୍‌ର ହସ୍ତତନ୍ତ ଏଠାରେ ସ୍ଥାନିତ ହୋଇଥିବାବେଳେ ଅନ୍ୟ ରାଜ୍ୟର ପୁରସ୍କୃତ ବୁଣାକାରମାନଙ୍କର ଉଲ୍‌, ସିଲ୍‌କ ଓ ସୂତାଶାଢ଼ି, ପୋଷାକ, ଷ୍ଟୋଲ, ସାଲ୍‌ ଇତ୍ୟାଦି ମେଳାରେ ପ୍ରଦର୍ଶନ ଓ ବିକ୍ରୟ ପାଇଁ ରଖାଯାଇଛି। ଓଡ଼ିଶାର ଜାତୀୟ ପୁରସ୍କାରପ୍ରାପ୍ତ ୬…

Read More

ଭୁବନେଶ୍ୱର : ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ ନହେବାରୁ ସାମ୍ବାଦିକଙ୍କ ଉପରେ ଏପରି ଜୁଲମ ଦିନକୁ ଦିନ ବୃଦ୍ଧି ପାଉଛି। ନୀଳଗିରି ପୋଲିସର ଅମାନବିୟ କାର୍ଯ୍ୟ ପୁଣି ଜଣେ ସାମ୍ବାଦିକଙ୍କ ପ୍ରତି ଆତଙ୍କବାଦୀ ଭଳି ବ୍ୟବହାର ହାତରେ କଡି ଗୋଡରେ ବେଢି ପକାଇ ଡାକ୍ତରଖାନାରେ ରଖିବାକୁ ନେଇ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଏହି ଘଟଣାକୁ ନେଇ ରାଜଧାନୀରେ ସାମ୍ବାଦିକ ମିଳିତ ମଂଚ ପକ୍ଷରୁ ବିକ୍ଷୋଭ କରାଯାଇଛି। ବିଭିନ୍ନ ବର୍ଗର ସାମ୍ବାଦିକମାନେ ଏକଜୁଟ୍ ହୋଇ ଘଟଣାର ଦୃନ ପ୍ରତିବାଦ କରିଥିଲେ। ଆତଙ୍କବାଦୀ କିମ୍ବା ପେସାଦାର ଅପରାଧି ପରି ଜଣେ ସାମ୍ବାଦିକଙ୍କ ଗୋଡରେ ବେଢି ପକାଇଥିବା ନୀଳଗିରି ଥାନା ଅଧିକାରୀଙ୍କୁ ବହିଷ୍କାର ସହ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଏଥି ସହ ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରିବାକୁ ସରକାରଙ୍କ ନିକଟରେ ଦାବି କରାଯାଇଛି। ସାମ୍ବାଦିକ ମିଳିତ ମଂଚର ଆବାହକ ଲିଙ୍ଗରାଜ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବିକ୍ଷୋଭରେ…

Read More

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଲୋହିଆ ଏକାଡ଼େମୀ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକର ଜାତୀୟ ପରିଷଦ ବୈଠକ ଆରମ୍ଭ ହୋଇଛି। ଫରୱାର୍ଡ଼ ବ୍ଲକ ଜାତୀୟ ଉପସଭାପତି ତଥା ବିଧାୟକ ପି.ଭି. କାଦିରମଣ୍ ଏହି ଦୁଇଦିନିଆ ଜାତୀୟ ପରିଷଦ ବୈଠକରେ ସଭାପତିତ୍ୱ କରୁଛନ୍ତି। ଏହି ଜାତୀୟ ପରିଷଦ ବୈଠକରେ ଉଦ୍‌ଘାଟନୀ ଅଭିଭାଷଣ ରଖି ଦେଶରେ ଦେଖାଯାଉଥିବା ସଂକଟମୟ ପରିସ୍ଥିତି ସଂକ୍ରାନ୍ତରେ ଫରୱାର୍ଡ଼ ବ୍ଲକ୍‌ର ସର୍ବଭାରତୀୟ ସାଧାରଣ ସଂପାଦକ ତଥା ପୂର୍ବତନ ସାଂସଦ ଦେବବ୍ରତ ବିଶ୍ୱାସ ସୂଚନା ପ୍ରଦାନ କରିଥିଲେ। ଦେଶର ରଷ୍ଟ୍ରାୟତ ସଂପଦକୁ କେନ୍ଦ୍ର ସରକାର ଶାଗ,ମାଛ ଦରରେ ବିକ୍ରି କରୁଛନ୍ତି। ଦେଶର ପ୍ରାକୃତିକ ସଂପଦର ଲୁଟ ଚାଲିଛି। ବେକାରୀ ସମସ୍ୟାର ସମାଧାନ କରିବାରେ ସରକାର ବିଫଳ ହୋଇଛନ୍ତି। ପେଟ୍ରୋଲ୍‌, ଡ଼ିଜେଲ୍ ଓ ଇନ୍ଧନ ଗ୍ୟାସ୍‌ର ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ମୋଦି ସରକାର…

Read More

ଭୁବନେଶ୍ୱର: ଆଗାମୀ ବର୍ଷାଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ଜଳସମ୍ପଦ ବିଭାଗ ତରଫରୁ ବନ୍ୟା ପ୍ରସ୍ତୁତି ପ୍ରାରମ୍ଭିକ ପର୍ଯ୍ୟାୟ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଜଳ ସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ବର୍ଷା ଋତୁରେ ଲଗାଣ ମୌସୁମୀ ବର୍ଷା, ସମ୍ଭାବ୍ୟ ଲଘୁଚାପ ଏବଂ ବାତ୍ୟା ଜନିତ ବର୍ଷା ଆଦିକୁ ଦୃଷ୍ଚିରେ ରଖି ଏଥିପାଇଁ ଏବେଠାରୁ ପ୍ରସ୍ତୁତି ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଏଥି ସହିତ ବିଭିନ୍ନ ନଦୀ ବନ୍ଧ ଓ ଜଳ ଭଣ୍ଡାରଗୁଡିକର ସ୍ଥିତି, ନଦୀବନ୍ଧର ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଚଳିତ ଅପ୍ରେଲ ୧୬ ରୁ ୨୬ ତାରିଖ ମଧ୍ୟରେ ବିଭାଗର ସମସ୍ତ କ୍ଷେତ୍ର ସ୍ତରୀୟ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଅଧିକ୍ଷଣ ଯନ୍ତ୍ରୀମାନେ ନଦୀବନ୍ଧ ଯାଂଚ କରି ଦୁର୍ବଳ ନଦୀବନ୍ଧ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯିବା…

Read More

ଭୁବନେଶ୍ୱର: ଲାୟନ୍ସ କ୍ଲବ ଭୁବନେଶ୍ୱର ନୟାପଲ୍ଲୀର ୨୦୨୨-୨୩ ବର୍ଷ ପାଇଁ ନୂଆପଲ୍ଲୀସ୍ଥିତ ଲାୟନ୍ସ ଭବନରେ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଶେଷ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଅନେକ ଲାୟନ ସଭ୍ୟଙ୍କ ଗହଣରେ ଲାୟନ ଟି. ରବି କୁମାର ପାତ୍ର ସଭାପତି, ଲାୟନ ଭାରତୀ ପଟ୍ଟନାୟକ ସମ୍ପାଦିକା, ଲାୟନ ଦେବସ୍ମିତା ମିଶ୍ର କୋଷାଧ୍ୟକ୍ଷ ଭାବେ ଚୟନ ହୋଇଛନ୍ତି। ଉକ୍ତ ବ୍ୟକ୍ତିମାନେ ସେମାନଙ୍କର ପ୍ରଶିକ୍ଷଣ ପାଇଁ ଚଳିତମାସ ୩୦ ତାରିଖରେ କଲିକତାସ୍ଥିତ ସୋନାର ବଙ୍ଗଳାଠାରେ ଶତାଧିକ ସଭ୍ୟଙ୍କ ସହିତ ସାମିଲ୍ ହେବେ ଓ ଆଗାମୀ ବର୍ଷ ପାଇଁ ସମାଜସେବାରେ ନିଜକୁ ନିୟୋଜିତ କରିବେ।

Read More

ଭୁବନେଶ୍ବର: ଆଜି ବିଳମ୍ବିତ ରାତିରେ ଭୁବନେଶ୍ବରର ଥିବା ଏକ ପ୍ରାଚୀନ କୁଣ୍ଡର ପାଣି ବିକ୍ରି ହେବ। ତାହା ପୁଣି ଷହେ କିମ୍ବା ଦୁଇ ଶହ ନୁହେଁ, ହଜାର ହଜାର ଟଙ୍କାରେ ବିକ୍ରି ହେବ। ସେହି ସ୍ଥାନଟି ହେଉଛି ପୁରୁଣା ଭୁବନେଶ୍ବରର କାରୁକାର୍ଯ୍ୟଭରା ପ୍ରସିଦ୍ଧ ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ ଥିବା ଏକ କୁଣ୍ଡ। ଏହି କୁଣ୍ଡକୁ ମରିଚି କୁଣ୍ଡ ବୋଲି କୁହାଯାଏ। ବିଶ୍ବସ ରହିଛି ଏହି କୁଣ୍ଡର ପାଣି ଅଶୋକାଷ୍ଠମୀ ପୂର୍ବ ରାତିରେ ଗାଧୋଇଲେ ନିଃସନ୍ତନ ଦମ୍ପତି ସନ୍ତନପ୍ରାପ୍ତ ହୋଇଥାନ୍ତି। ମୁଖ୍ୟତଃ ଅଶୋକାଷ୍ଠମୀରେ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ହୋଇଥାଏ। ଏହି ରଥ ପ୍ରତିଷ୍ଠା ପାଇଁ ବିଳମ୍ବିତ ରାତିରେ ସେବକମାନେ ଏହି ମରିଚି କୁଣ୍ଡ ପାଣି ଏକ ଶୋଭାଯାତ୍ରାରେ ନେଇ ଥାନ୍ତି। ସେମାନେ ରଥ ପ୍ରତିଷ୍ଠା ପାଇଁ ପାଣି ନେବା ପରେ ସେହି କୁଣ୍ଡର ପାଣି ନିଲାମ ଆରମ୍ଭ ହୋଇଥାଏ। ମୁକ୍ତେଶ୍ବର ମନ୍ଦିର କମିଟ ଏହି ନିଲାମ କରିଥାନ୍ତି। ଯେଉଁମାନେ ସନ୍ତାପ୍ରାପ୍ତି ଆଶା କରିଥାନ୍ତି…

Read More

ଭୁବନେଶ୍ୱର: ନୀଳଗିରିରେ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଆକ୍ରୋଶମୂଳକ ଗିରଫ ଓ ନିର୍ଯ୍ୟାତନା ସହ ଅମାନବୀୟ ବ୍ୟବହାରକୁ ନେଇ ଉତ୍କଳ ସାମ୍ବାଦିକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ପୋଲିସ୍ ଡ଼ିଜି ଅନିଲ୍ କୁମାର ବଂଶଲଙ୍କୁ ଭେଟି ପ୍ରତିବାଦ ଜଣାଇଛି। ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ଭୁବନେଶ୍ୱର ସାମ୍ବାଦିକ ସଂଘର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ସାହୁ, ଜିତେନ୍ଦ୍ର କୁମାର ମହାନ୍ତି, ସତ୍ୟଜିତ ସେଣ ପ୍ରମୁଖ ଡ଼ିଜିଙ୍କ ସହ ଆଲୋଚନା କାଳରେ କହିଥିଲେ କି, ସାମ୍ବାଦିକ ଶ୍ରୀ ଦଳେଇଙ୍କୁ ଚିକିତ୍ସାଧିନ ଅବସ୍ଥାରେ ଗୋଡ଼ରେ ବେଡ଼ି ବନ୍ଧାଯିବା ଘଟଣାରେ କାର୍ଯ୍ୟରତ ହାବିଲଦାରଙ୍କୁ ନିଲମ୍ବନ କରାଯିବା ଯଥାର୍ଥ ନୁହେଁ। ବିନା କୌଣସି ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ଏପରି ବେଆଇନ୍ କାର୍ଯ୍ୟ ହାବିଲଦାର ସମ୍ପାଦିତ କରିପାରିବେ ନାହିଁ। ନିଜ ପ୍ରତିକ୍ରିୟାରେ ଡିଜି କହିଥିଲେ ଯେ, ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଡ଼ିଏସ୍‌ପିଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରାଥମିକ…

Read More

ନୂଆଦିଲ୍ଲୀ: ବିନା ଜୋରିମାନାରେ ଅଣ-କାର୍ଯ୍ୟକ୍ଷମ କୋଇଲା ଖଣି ଫେରାଇବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କୁ ୱାନ ଟାଇମ୍‌ ୱିଣ୍ଡୋ ସୁବିଧା ପ୍ରଦାନ କରାଯିବ। ବର୍ତ୍ତମାନ କାର୍ଯ୍ୟକ୍ଷମ ନଥିବା ଯେକୌଣସି କୋଇଲା ଖଣି ଫେରାଇଲେ ସରକାରୀ କମ୍ପାନୀଗୁଡ଼ିକର ବ୍ୟାଙ୍କ ଗ୍ୟାରେଣ୍ଟି ଜବତ କରାଯିବ ନାହିଁ। କେବଳ ସେତିକି ନୁହେଁ ସେମାନଙ୍କୁ ଏହାର କୌଣସି କାରଣ ମଧ୍ୟ ଦର୍ଶାଇବାକୁ ପଡ଼ିବ ନାହିଁ। କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟିର ମଞ୍ଜୁରି ମିଳିଛି। ଏହି ନିଷ୍ପତ୍ତି ଫଳରେ ବହୁସଂଖ୍ୟକ କୋଇଲା ଖଣି ସରକାର ପୁଣିଥରେ ଫେରି ପାଇବେ। ଯେଉଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏସବୁ କୋଇଲା ଖଣିର ଆବଣ୍ଟନ ପାଇଛନ୍ତି ଯଦି ସେମାନେ ଏହାର ପରିଚାଳନା କରିବା ଭଳି ସ୍ଥିତିରେ ନାହାନ୍ତି କିମ୍ବା ଏହି କାର୍ଯ୍ୟରେ ସେମାନଙ୍କର କୌଣସି ଆଗ୍ରହ ନାହିଁ…

Read More

ନୂଆଦିଲ୍ଲୀ: ୧୮ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ କୋଭିଡ ଟିକାର ପ୍ରତିଷେଧକ ମାତ୍ରା ଘରୋଇ ଟିକାକରଣ କେନ୍ଦ୍ରରେ ପ୍ରଦାନ କରିବାକୁ ସ୍ଥିର ହୋଇଛି। ଏହି ଶ୍ରେଣୀର ଟିକାକରଣ କାର୍ଯ୍ୟକ୍ରମ ଆସନ୍ତା ୧୦ତାରିଖ ରବିବାରଠାରୁ ଆରମ୍ଭ ହେବ। ଯେଉଁମାନଙ୍କ ବୟସ ୧୮ବର୍ଷରୁ ଅଧିକ ଓ ଦ୍ୱିତୀୟ ମାତ୍ରା ଗ୍ରହଣ କରିବା ନଅମାସ ସମ୍ପୂର୍ଣ୍ଣ ହୋଇଥିବ ସେମାନେ ପ୍ରତିଷେଧକ ମାତ୍ରା ଗ୍ରହଣ ପାଇଁ ଯୋଗ୍ୟ ବିବେଚିତ ହେବେ। ଏହି ସୁବିଧା ପ୍ରତ୍ୟେକ ଘରୋଇ ଟିକାକରଣ କେନ୍ଦ୍ରରେ ଉପଲବ୍ଧ ହେବ। ଦେଶରେ ଏପର୍ଯ୍ୟନ୍ତ ୧୫ବର୍ଷରୁ ଊର୍ଦ୍ଧ୍ୱ ଶ୍ରେଣୀର ଶତକଡା ୯୬ଭାଗ କୋଭିଡ-୧୯ ଟିକାର ଅନୂନ୍ୟ ଗୋଟିଏ ମାତ୍ରା ନେଇଥିବାବେଳେ, ଏହି ଶ୍ରେଣୀର ଶତକଡା ୮୩ଭାଗ ଉଭୟ ମାତ୍ରା ନେଇସାରିଛନ୍ତି। ୨ଦଶମିକ ୪କୋଟି ପ୍ରତିଷେଧକ ମାତ୍ରା ସ୍ୱାସ୍ଥ୍ୟସେବା କର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି। ୧୨ରୁ ୧୪ବର୍ଷ ବୟସର ଶତକଡା ୪୫ଭାଗ ପ୍ରଥମ ମାସରେ ନେଇଛନ୍ତି। ସରକାରୀ ଟିକାଦାନ କେନ୍ଦ୍ର ଜରିଆରେ ମାଗଣା ଟିକାକରଣ କାର୍ଯ୍ୟକ୍ରମ…

Read More

ଭୁବନେଶ୍ଵର: ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳବାଇ ଭୁବନେଶ୍ୱର ନୂତନ ଷ୍ଟେସନରେ ପର୍ଯ୍ୟାୟକ୍ରମେ ଚାରି ଯୋଡ଼ା ଟ୍ରେନର ରହଣି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି ଯାହାକି ପୂର୍ବ ବିଜ୍ଞପ୍ତିରେ ଦର୍ଶାଯାଇପାରିନଥିଲା। କୋଭିଡ଼୧୯ ମହାମାରୀ ସମୟରେ ସମସ୍ତ ଟ୍ରେନର ସେବା ବାତିଲ କରାଯାଇଥିଲା।  କୋଭିଡ଼ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ପ୍ରୋଟୋକଲ୍ ଅନୁଯାୟୀ, କିଛି ଟ୍ରେନକୁ ସୀମିତ ରହଣି ସହିତ ବିଶେଷ ଟ୍ରେନ ଭାବରେ ପୁନଃ ଚଳାଚଳ କରାଗଲା ଯାହାଦ୍ୱାରା ଯାତ୍ରୀମାନେ ସେମାନଙ୍କର ଜରୁରୀ କାର୍ଯ୍ୟ ପାଇଁ ଯାତାୟାତ କରିପାରିବେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଳବାଇ ବର୍ତ୍ତମାନ ପର୍ଯ୍ୟାୟକ୍ରମେ ଟ୍ରେନ ଚଳାଚଳ କରୁଅଛି।  ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ବର୍ତମାନ ବିଶେଷ ଟ୍ରେନ ଭାବେ ଚଳାଚଳ କରୁଥିବା ପୁରୀ-କଟକ-ପୁରୀ ପାସେଞ୍ଜର ଏବଂ ଭୁବନେଶ୍ୱର-କେନ୍ଦୁଝରଗଡ-ଭୁବନେଶ୍ୱର ପାସେଞ୍ଜର (ଯାହାକି ବର୍ତ୍ତମାନ ଖୋର୍ଦ୍ଧା ରୋଡ଼ ଓ କେନ୍ଦୁଝରଗଡ଼ ମଧ୍ୟରେ ଚଳାଚଳ କରୁଛି) ଟ୍ରେନ୍ ଗୁଡିକୁ ଭୁବନେଶ୍ୱର ନୂତନ ଷ୍ଟେସନରେ ଚଳିତ ମାସ ୧୦ ତାରିଖ ଠାରୁ ରହଣି ଯୋଗାଇଦେବା…

Read More

ଭୁବନେଶ୍ୱର: ଖାଦ୍ୟ ଏବଂ ସୁସ୍ଥ ଜୀବନ ମଣିଷ ପାଇଁ ଖୁବ୍ ଗୁରତ୍ୱପୂର୍ଣ୍ଣ। ତେବେ ବର୍ତ୍ତମାନ ସମୟରେ ରାସ୍ତାକଡରେ ମିଳୁଥିବା ରୁଚିକର ଖାଦ୍ୟ ଅପେକ୍ଷା ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବା ଅଧିକ ଗୁରୁତ୍ୱ ରଖେ। ତେଣୁ ଏ ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସମ୍  ଅଲ୍ଟିମେଟ୍ ମେଡିକେୟାରରେ ଏକ ଦିବସୀୟ ଫୁଡ୍ ଫେଷ୍ଟିଭାଲ୍ ଆୟୋଜିତ ହୋଇଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ଦିବସର ଠିକ୍ ଗୋଟିଏ ଦିନ ପୂର୍ବରୁ ବୁଧବାର ଦିନ ପାରମ୍ପରିକ ପୁଷ୍ଟିକର ଖାଦ୍ୟ ଉପରେ ଗୁରୁତ୍ୱ ଦିଆଯାଇ ଆୟୋଜିତ ହୋଇଥିବା ଏହି ଫୁଡ୍ ଫେଷ୍ଟିଭାଲ୍‌ର ନାମ ରଖାଯାଇଥିଲା “ଫୁଡ୍‌, ଫିଟ୍‌ନେସ୍ ଆଣ୍ଡ ଫନ୍ ଫେଷ୍ଟିଭାଲ”। ପାରମ୍ପରିକ ଓଡ଼ିଆ ଖାଦ୍ୟ ଏବଂ ଏଥିରେ ଥିବା ପୁଷ୍ଟିର ମାତ୍ରାକୁ ଗୁରୁତ୍ୱ ଦେବା ଏହି ଫୁଡ୍ ଫେଷ୍ଟିଭାଲ୍‌ର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି କାର୍ଯ୍ୟକ୍ରମକୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍  ମ୍ୟାନେଜମେଂଟର ଉପଦେଷ୍ଟା ତଥା ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର…

Read More