ଭୁବନେଶ୍ବର: ପୂର୍ବତଟ ରେଳପଥର ରେଳବାଇ ସୁରକ୍ଷା ବଳ ନୂତନ ପ୍ରମୁଖ ନିରାପତ୍ତା ଆୟୁକ୍ତ ଭାବେ ଯୁଗଳ କିଶୋର ଯୋଶୀ ଇତିମଧ୍ୟରେ ଯୋଗଦାନ କରିଛନ୍ତି। ସେ ୧୯୯୭ ମସିହା ଭାରତୀୟ ରେଳବାଇ ସୁରକ୍ଷା ବଳ ସେବା ଅଧିକାରୀ ଅଟନ୍ତି। ଏହା ପୂର୍ବରୁ ଶ୍ରୀ ଯୋଶୀ ଜଳ ଶକ୍ତି ମନ୍ତ୍ରଣାଳୟର ସ୍ୱଚ୍ଛ ଭାରତ ମିଶନ ଏବଂ ଜଳ ଜୀବନ ମିଶନ କାର୍ଯ୍ୟକ୍ରମ ମାନଙ୍କରେ ନିର୍ଦେଶକ ଭାବେ ୨୦୧୬ ମସିହା ଠାରୁ ୧୦୨୨ ମସିହା ପର୍ଯ୍ୟନ୍ତ ଡେପୁଟେସନରେ ଥାଇ କାର୍ଯ୍ୟ ତୁଲାଉଥିଲେ। ସେ ମଧ୍ୟ ବିଭିନ୍ନ ରେଳପଥରେ ଭିନ୍ନ ଭିନ୍ନ ପଦପଦବୀରେ ଥାଇ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିବା ସହିତ ସୁରକ୍ଷା ସମ୍ବନ୍ଧୀୟ ଅପରାଧ ଅନ୍ୱେଷଣ କ୍ଷେତ୍ରରେ ପ୍ରଗାଢ଼ ଦକ୍ଷତା ରଖିଛନ୍ତି। ଶ୍ରୀ ଯୋଶୀ ୨୦୧୪ ରୁ ୨୦୧୬ ମସିହା ମଧ୍ୟରେ ରେଳବାଇ ବୋର୍ଡ ରେ ରେଳ ସୁରକ୍ଷା ବଳ ନିର୍ଦେଶକ, ଉତ୍ତର ରେଳପଥର ଦିଲ୍ଲୀ ଏବଂ ପୂର୍ବ ରେଳପଥର ହାଓଡ଼ା ରେଳ ମଣ୍ଡଳ…
Author: Samikhsya Bureau
ନୂଆଦିଲ୍ଲୀ: ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟକୁ ୨୦୨୧-୨୨ ଆର୍ଥିକ ବର୍ଷରେ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ପାଇଁ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ଅତିରିକ୍ତ ୨୮ ହଜାର ୨୦୪ କୋଟି ଟଙ୍କାର ଋଣ ଉଠାଣ ପାଇଁ ଅନୁମତି ମିଳିଛି। ଓଡ଼ିଶାକୁ ୨୭୨୫ କୋଟି ଟଙ୍କାର ଋଣ ଉଠାଣ ନିମନ୍ତେ ମଞ୍ଜୁରି ମିଳିଛି। ସଂସ୍କାର ପ୍ରକ୍ରିୟା ଉପରେ ରାଜ୍ୟମାନଙ୍କୁ ମିଳିଥିବା ଅତିରିକ୍ତ ଋଣ ଉଠାଣ ତାଲିକା ନିମ୍ନରେ ଦିଆଗଲା: କ୍ରଂସଂଖ୍ୟା ରାଜ୍ୟ ପରିମାଣ (ଟଙ୍କା କୋଟିରେ) ୧. ଆନ୍ଧ୍ର ପ୍ରଦେଶ ୩,୭୧୬ ୨. ଆସାମା ୧,୮୮୬ ୩. ହିମାଚଳ ପ୍ରଦେଶ ୨୫୧ ୪. ମଣିପୁର ୧୮୦ ୫. ମେଘାଳୟ ୧୯୨ ୬. ଓଡ଼ିଶା ୨,୭୨୫ ୭. ରାଜସ୍ଥାନ ୫,୧୮୬ ୮. ସିକ୍କିମ ୧୯୧ ୯. ତାମିଲନାଡ଼ୁ ୭,୦୫୪ ୧୦. ଉତ୍ତର ପ୍ରଦେଶ ୬,୮୨୩ ବିଦ୍ୟୁତ କ୍ଷେତ୍ରରେ ବିଭିନ୍ନ ରାଜ୍ୟମାନଙ୍କ ପକ୍ଷରୁ କରାଯାଇଥିବା ସଂସ୍କାରକୁ ଆଧାର କରି ୨୦୨୧-୨୨ ଆର୍ଥିକ ବର୍ଷରୁ ୨୦୨୪-୨୫…
କଟକ: ନୀଳଗିରିର ଜଣେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବାକୁ ନେଇ ଇଣ୍ଡିଆନ୍ ସିଟିଜେନ୍ସ ପାର୍ଟି ପକ୍ଷରୁ ନିନ୍ଦା କରାଯାଇଛି। ରାଜ୍ୟ କମିଟିର ଏକ ଜରୁରୀ ବୈଠକ ସଭାପତି ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ବିଜୁ ଜନତା ଦଳ ସରକାରଙ୍କୁ ଭର୍ତ୍ସନା କରାଯାଇଛି। ସାମ୍ବାଦିକ, ଓକିଲ ଏବଂ ଓଡ଼ିଶାବାସୀ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବାକୁ ଆହ୍ୱାନ ଦିଆଯାଇଛି। ନବୀନ ପଟ୍ଟନାୟକ ସରକାର ଆସିବା ଦିନଠାରୁ ସମସ୍ତ ମାନବାଧିକାର ଉଲଙ୍ଘନର ବିଚାର ବିଭାଗୀୟ ତଦନ୍ତ ହେବା ପାଇଁ ଦାବି କରାଯାଇଛି।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଆଜି ଶିକ୍ଷା ସଚେତନତା ରଥ ଗଡିଛି। ଉକ୍ତ ରଥକୁ ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ବାଣପୁର ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଉକ୍ତ ରଥଟି ବାହାରି ଏନଏସି, ଭୀମପୁର ଏବଂ ପଦନପୁର ଆଦି ତିନି ଗୋଟି କ୍ଲଷ୍ଟର ଅତିକ୍ରମ କରିଛି। ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁଣି ବିଦ୍ୟାଳୟ ମୁହାଁ କରିବା ପାଇଁ ସଚେତନତାର ବାର୍ତ୍ତା ନେଇ ଉକ୍ତ ରଥ ପରିକ୍ରମା କରୁଛି। କରୋନା ସମୟରେ ଦୀର୍ଘ ଦୁଇ ବର୍ଷ ଧରି ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ବନ୍ଦ ଥିବାରୁ ମୁଖ୍ୟତଃ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଏକରକମର ବିଦ୍ୟାଳୟରୁ ମୁହଁ ଫେରାଇଦେଇଥିବାରୁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବ୍ଲକରେ ଏପରି ପଦକ୍ଷେପ ହାତକୁ ନିଆଯାଇଛି। ତେବେ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ଏହି ରଥ ବାଣପୁର ବ୍ଲକର ସମସ୍ତ ୧୨…
କନ୍ଦର୍ପ ବେହେରା ରେଢ଼ାଖୋଲ: ଆଜି ସନ୍ଧ୍ୟାରେ ନାକଟିଦେଉଳ ଥାନା ଅଂଚଳରେ ଜନୈକ ନାବାଳକ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ପ୍ରକାଶ ଯେ, ନାକଟିଦେଉଳ ଥାନା କେଲୋବେନି ଗ୍ରାମର ହୃଦା ନାଏକ (୧୫) ନାମକ ନାବାଳକ ସଂନ୍ଧ୍ୟାରେ ପୋଖରୀକୁ ଶୌଚ ହେବାକୁ ଯାଇଥିବା ସମୟରେ ଗୋଡ଼ ଖସିଯିବାରୁ ତାଙ୍କର ମୃତ୍ୟୁବରଣ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ପରିବାରକୁ ସରକାରଙ୍କ ତରଫରୁ ସହଯୋଗ ଦେବାକୁ ଦାବୀ ହେଉଛି।
ନୂଆଦିଲ୍ଲୀ: ଆଜି ଏକ ନାଟକୀୟ ମୋଡରେ ଆନ୍ଧ୍ର ପ୍ରଦେଶର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ଏହି ଇସ୍ତଫା ପତ୍ର ପଠାଇଛନ୍ତି।ଆଜି ଅପରାହ୍ନ 3 ଟାରେ ମୁଖ୍ୟମନ୍ତ୍ରୀ ଏକ ଜରୁରୀ କ୍ୟାବିନେଟ ବୈଠକ ଡାକିଥିଲେ। ସେଥିରେ ରାଜ୍ୟର ମନ୍ତ୍ରୀ ମଣ୍ଡଳ ଭଙ୍ଗ କରାଗଲା ବୋଲି ଘୋଷଣା କରାଯାଇଥିଲା। ଏହାପରେ ସମସ୍ତ ମନ୍ତ୍ରୀ ସେମାନଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ତେବେ ଏପରି କରିବାର କାରଣ ହେଲା ଯେ, ଜଗନ ପୁଣିଥରେ ନୂଆମନ୍ତ୍ରୀ ମଣ୍ଡଳ ଗଠନ କରୁଛନ୍ତି। ମୁଖ୍ୟତଃ 2024ରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ବିଶେଷ ସୁତ୍ର ଖବର ଅନୁସାରେ ଜଗନଙ୍କ ନୂଆ ମନ୍ତ୍ରୀ ମଣ୍ଡଳ ଆସନ୍ତା 9 କିମ୍ବା 11 ତାରିଖରେ ଶପଥ ଗ୍ରହଣ କରିବେ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି। ଏ ନେଇ ଗତକାଲି ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ…
ଭୁବନେଶ୍ୱର: କୋଭିଡ୍ ମହାମାରୀ ଯୋଗୁଁ ୨ ବର୍ଷ ଧରି ଘରେ ରହିଥିବା ମାନସିକ ଭାବେ ଭିନ୍ନକ୍ଷମ ପିଲାମାନଙ୍କ ନିମନ୍ତେ ଆଜି ସ୍ପେଶିଆଲ୍ ଅଲିମ୍ପିକ୍ସ ଭାରତ ସଂସ୍ଥା ଦ୍ୱାରା ଦେଶବ୍ୟାପୀ ଏକ ସ୍ୱାସ୍ଥ୍ୟ ପରୀକ୍ଷା ତଥା “ଜଗିଂ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ନିମନ୍ତେ ଏହି କାର୍ଯ୍ୟକ୍ରମ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ ଠାରେ ଆୟୋଜିତ ହୋଇଥିଲା। ନ୍ୟାସ୍ନାଲ୍ ହେଲ୍ଥ ଟେଷ୍ଟ ଫର ଦିବ୍ୟାଙ୍ଗଜନ ଭାବେ ନାମିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୫,୦୦୦ ପିଲାମାନଙ୍କର ଏପ୍ରିଲ୍ ୫ ଓ ୭ ମଧ୍ୟରେ ଦେଶର ୭୫ଟି ସ୍ଥାନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ଏହାକୁ ଦେଶରେ ପାଳିତ ହେଉଥିବା ‘ଆଜାଦି କି ଅମ୍ରିତ୍ ମହୋତ୍ସବ’ ସହ ସାମିଲ୍ କରାଯାଇଥିଲା। ଉଲ୍ଲେଖ ଯୋଗ୍ୟ ଯେ ସୋଆ ସମେତ ଆଜି ସାରା ଦେଶରେ ୭,୫୦୦ ମାନସିକ ଭାବେ ଭିନ୍ନକ୍ଷମ ପିଲାମାନେ ଦେଶର ୧୨୬ଟି ସ୍ଥାନରେ ଏକ ସଂଗେ ଏକ ମିନିଟ ପାଇଁ ଜଗିଂ କରି…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ରାଜ୍ୟର ସମସ୍ତ ପୌରାଞ୍ଚଳରେ ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଚାଲିଥିବାବେଳେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳିର ବାଲୁଗାଁ ଏନଏସିରେ ଉକ୍ତ ନିର୍ବାଚନ ଶେଷ ହୋଇଛି। ତେବେ ଉପାଧ୍ୟକ୍ଷ ଭାବେ ବିଜେଡି କାଉନସିଲର ନିର୍ବାଚିତ ହୋଇଛନ୍ତି। ୧୧ ଗୋଟି ୱାର୍ଡ ବିଶିଷ୍ଟ ବାଲୁଗାଁ ଏନଏସିରେ ଉପାଧ୍ୟକ୍ଷ ପାଇଁ ବିଜେପି ପକ୍ଷରୁ ୯ ନମ୍ବର ୱାର୍ଡ ବିଜେପି କାଉନସିଲର ବିପ୍ଳବୀ ରବିଶଙ୍କର ସାହୁ ନୋମିନେସନ ଦାଖଲ କରିଥିବା ବେଳେ ବିଜେଡି ପକ୍ଷରୁ ୧୧ ନମ୍ବର ୱାର୍ଡ କାଉନସିଲର ଭଗବାନ ପ୍ରଧାନ ନୋମିନେସନ ଦାଖଲ କରିଥିଲେ। ତେବେ ଭଗବାନଙ୍କୁ ସମୁଦାୟ ୦୬ ଖଣ୍ଡ ଭୋଟ ମିଳିଥିବା ବେଳେ ବିପ୍ଳବୀଙ୍କୁ ୦୩ ଖଣ୍ଡ ଭୋଟ ମିଳିଥିଲା ଏବଂ ବିଜେପିର ଦୁଇ କାଉନସିଲର ଅନୁପସ୍ଥିତ ଥିଲେ। ଏହି ଅନୁସାରେ ନିର୍ବାଚନ ଅଧିକାରୀ ଚିଲିକା ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡା ୧୧ନଂ କାଉନସିଲର ଭଗବାନ ପ୍ରଧାନଙ୍କୁ ବିଜୟୀ ଘୋଷିତ କରିଛନ୍ତି। ଏଥି ସହିତ ଭଗବାନ…
ମୁମ୍ବାଇ: କନ୍ନଡ ଭାଷାରେ ନିର୍ମିତ ଆକ୍ସନ୍ ଡ୍ରାମା K.G.F Chapter2 ଚଳଚିତ୍ରର ଏକ ସ୍ୱତନ୍ତ୍ର ପୋଷ୍ଟର ରିଲିଜ୍ କରାଯାଇଛି। ଏହି ଚଳଚିତ୍ରଟିର ଲେଖକ ଓ ନିର୍ଦ୍ଦେଶକ ହେଉଛନ୍ତି ପ୍ରଶାନ୍ତ ନୀଲ। ହୋମ୍ବଲେ ଫିଲ୍ମସ୍ ଅଧୀନରେ ବିଜୟ କିରାଗାନ୍ଦୁରଙ୍କ ଦ୍ୱାରା ନିର୍ମିତ । ଏଥିରେ ସଞ୍ଜୟ ଦତ୍ତ, ଶ୍ରୀନଦୀ ଶେଟ୍ଟୀ, ରବିନା ଟଣ୍ଡନ୍ ଏବଂ ପ୍ରକାଶ ରାଜଙ୍କ ସହ କନ୍ନଡ ସୁପରଷ୍ଟାର ୟଶ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହାର କାହାଣୀଟି କୋଲାର ଏକ ସୁନା ଖଣି ଜମି ଉପରେ ହୋଇଥିବା ରକ୍ତପାତ ଘଟଣା ଉପରେ ଆଧାରିତ। K.G.F Chapter2 ଏପ୍ରିଲ୍ 14 ତାରିଖରେ କନ୍ନଡ, ତେଲୁଗୁ, ହିନ୍ଦୀରେ IMAX ପରଦାରେ ରିଲିଜ୍ ହେବ। IMAX ର ସ୍ବତନ୍ତ୍ର ପୋଷ୍ଟରରେ ରକିଙ୍କ ଏକ ନିର୍ଦ୍ଦିଷ୍ଟ ବୈଶିଷ୍ଟ୍ୟ ରହିଛି ଯାହା ପୃଷ୍ଠଭୂମିରେ ବିଶୃଙ୍ଖଳା ଏବଂ ଗୁଣ୍ଡରାଜ ସହିତ ଦୁଇ ହାତରେ ଅସ୍ତ୍ରଶସ୍ତ୍ର ସଜ୍ଜିତ ଏକ ଭୟଙ୍କର ଦୃଶ୍ୟ ରହିଛି। ଏହି ପୋଷ୍ଟରରେ ରକି ଯେତେବେଳେ…
ମୁମ୍ବାଇ: ଅଷ୍ଟ୍ରେଲୀୟ ଖେଳାଳି ପ୍ୟାଟ୍ କମିନ୍ସ ଆଇପିଏଲ୍-୨୦୨୨ ର ପ୍ରଥମ ମ୍ୟାଚ୍ ରେ ବ୍ୟାଟିଂ କରି ଚର୍ଚ୍ଚାକୁ ଆସିଛନ୍ତି। ଗତକାଲି ରାତିରେ ଖେଳାଯାଇଥିବା ମ୍ୟାଚରେ କମିନ୍ସ ୧୫ ଟି ବଲରେ ୫୬ ରନର ଚମତ୍କାର ଇନିଂସ ଖେଳିଛନ୍ତି। ସେ ୧୪ ଟି ବଲରୁ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏହା ଦ୍ଵାରା ସେ ଆଇପିଏଲରେ ଦ୍ରୁତତମ ପଚାଶ କରିଥିବା କେ.ଏଲ୍ ରାହୁଲଙ୍କ ରେକର୍ଡ ସହ ସମକ୍ଷକ ହୋଇଛନ୍ତି। କମିନ୍ସଙ୍କ ଏହି ଇନିଂସ ଯୋଗୁଁ କେକେଆର ୧୬ ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଉଲ୍ଲେଖଥାଉ କି, ପ୍ୟାଟ୍ କମିନ୍ସ କେବଳ ଗତକାଲିର ମ୍ୟାଚରେ ମୁମ୍ବାଇ ଉପରେ ବର୍ଷା କରିନାହାଁନ୍ତି, ଏହି ମ୍ୟାଚ୍ ପୂର୍ବରୁ ମଧ୍ୟ ସେ ଦୁଇଟି ମ୍ୟାଚରେ ମୁମ୍ବାଇ ପାଇଁ ସବୁଠୁ ବଡ ସମସ୍ୟା ହୋଇ ଠିଆ ହୋଇଛନ୍ତି। ମୁମ୍ବାଇ ବିପକ୍ଷ ଏହି ଦୁଇଟି ମ୍ୟାଚରେ ପ୍ୟାଟ୍ କମିନ୍ସ ସମାନ ଭାବେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ଆଇପିଏଲ୍ ୨୦୨୦ର ୩୨…
ନୂଆଦିଲ୍ଲୀ: ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ଦିଲ୍ଲୀଠାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଛନ୍ତି। ଏଥିରେ ସାଂସଦ ଭୁବନେଶ୍ବର ନିର୍ବାଚନ ମଣ୍ଡଳୀ ପାଇଁ କେତେକ ପ୍ରସ୍ତାବ ସଂପର୍କରେ ଆଲୋଚନା କରିଥିଲେ। ସାଂସଦଙ୍କ ଅନୁରୋଧ କ୍ରମେ ମନ୍ତ୍ରୀ ଦୁଇଟି ପ୍ରକଳ୍ପକୁ ଅନୁମତି ପ୍ରଦାନ କରିଛନ୍ତି ବୋଲି ସାଂସଦଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି। ମିଳିଥିବା ସେହି ଦୁଇଟି ପ୍ରକଳ୍ପ ହେଉଛି 1-ଏକାମ୍ର ନିର୍ବାଚନ ମଣ୍ଡଳୀସ୍ଥିତ ଲିଙ୍ଗରାଜ ମନ୍ଦିର ପାସେଞ୍ଜର ହଲ୍ଟକୁ ଷ୍ଟେସନରେ ପରିଣତ କରିବା 2- ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ କରିବା ଏହି କାମ ଖୁବ କମ ସମୟ ମଧ୍ୟରେ ଆରମ୍ଭ ହେବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିବାରୁ ଅପରାଜିତା ଧନ୍ୟବାଦ ଜ୍ଞାପନ କରିଛନ୍ତି।
ନୂଆଦିଲ୍ଲୀ: ବିଜେପି ନେତା ତଥା ପୂର୍ବତନ ସାଂସଦ କିରିଟ ସୋମାୟା ଏବଂ ତାଙ୍କ ପୁଅ ନୀଲ ସୋମାୟାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେମାନଙ୍କ ଉପରେ ଆଇଏନଏସ ବିକ୍ରାନ୍ତର ସଂରକ୍ଷଣ ନାମରେ ଲୋକଙ୍କ ବିଶ୍ୱାସ ଜିତି ଟଙ୍କା ସଂଗ୍ରହ କରିଥିବା ଅଭିଯୋଗ ହୋଇଛି। ଆଇପିସିର ଧାରା ୪୨୦, ୪୦୬, ୩୪ ଅନୁଯାୟୀ ମୁମ୍ବାଇର ଟ୍ରାମ୍ବେ ପୋଲିସ ଏକ ମାମଲା ରୁଜୁ କରିଛି। ଆରଟିଆଇ ଆଧାରରେ ପୂର୍ବତନ ସୈନିକ ବବନ ଭୋସଲେଙ୍କ ଅଭିଯୋଗ ଉପରେ ଏକ ମାମଲା ରୁଜୁ ହୋଇଛି। କେନ୍ଦ୍ର ବନାମ ରାଜ୍ୟର ଲଢେଇରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନକୁ ସାମ୍ନା କରୁଥିବା ଶିବସେନା ସାଂସଦ ସଞ୍ଜୟ ରାଉତ ଗତକାଲି ବିଜେପି ନେତା କିରିଟ ସୋମାୟାଙ୍କ ଉପରେ ଏକ ବଡ ଅଭିଯୋଗ ଆଣିଥିଲେ। ସଞ୍ଜୟ ରାଉତ ଅଭିଯୋଗ କରିଥିଲେ ଯେ, କିରିଟ୍ ସୋମାୟା ଆଇଏନଏସ ବିକ୍ରାନ୍ତ ପାଇଁ ସଂଗ୍ରହ କରିଥିବା ଅର୍ଥ ରାଶିକୁ ରାଜ ଭବନରେ ଜମା କରାଯାଉଥିଲା। କିନ୍ତୁ ଏହାକୁ ସେଠାରେ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ରାଜ୍ୟର ସମସ୍ତ ପୌରାଞ୍ଚଳରେ ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଚାଲିଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳିର ବାଣପୁର ଏନଏସିରେ ଉକ୍ତ ନିର୍ବାଚନ ଶେଷ ହୋଇଛି। ତେବେ ଉପାଧ୍ୟକ୍ଷ ଭାବେ ବିଜେଡି କାଉନସିଲର ନିର୍ବାଚିତ ହୋଇଛନ୍ତି। ୧୫ ଗୋଟି ୱାର୍ଡ ବିଶିଷ୍ଟ ବାଣପୁର ଏନଏସିରେ ଉପାଧ୍ୟକ୍ଷ ପାଇଁ ବିଜେପି ପକ୍ଷରୁ ୮ ନମ୍ବର ୱାର୍ଡ କାଉନସିଲର ସସ୍ମିତା ପୃଷ୍ଟି ନୋମିନେସନ ଦାଖଲ କରିଥିବା ବେଳେ ବିଜେଡି ପକ୍ଷରୁ ୧୪ ନମ୍ବର ୱାର୍ଡ କାଉନସିଲର ପ୍ରାଚୀ ପ୍ରଭା ସ୍ୱାଇଁ ନୋମିନେସନ ଦାଖଲ କରିଥିଲେ। ତେବେ ପ୍ରାଚୀଙ୍କୁ ସମୁଦାୟ ୧୦ ଖଣ୍ଡ ଭୋଟ ମିଳିଥିବା ବେଳେ ସସ୍ମିତାଙ୍କୁ ୫ ଖଣ୍ଡ ଭୋଟ ମିଳିଥିଲା। ଏହି ଅନୁସାରେ ନିର୍ବାଚନ ଅଧିକାରୀ ବାଣପୁର ତହସିଲଦାର ପ୍ରାଚୀ ପ୍ରଭା ସ୍ୱାଇଁଙ୍କୁ ବିଜୟୀ ଘୋଷିତ କରିଛନ୍ତି। ଏବଂ ପ୍ରାଚୀ ବାଣପୁର ଏନଏସିର ନବ ନିର୍ବାଚିତ ଉପାଧ୍ୟକ୍ଷା ହୋଇଛନ୍ତି।
ସୀତାରାମ ଅଗ୍ରୱାଲ ଚିଲିକା: ନିର୍ବାଚନ ପୂର୍ବରୁ ରାସନ କାର୍ଡ ଦେଇ ଭୋଟ ନେଇଥିବା ଅଭିଯୋଗ ହୋଇଛି। କିନ୍ତୁ ନିର୍ବାଚନ ଫଳାଫଳ ପରେ ସେହି ରାସନ କାର୍ଡ ଆଉ କାର୍ଯ୍ୟକ୍ଷମ ହେଉନାହିଁ। ଏବଂ ପ୍ରାର୍ଥୀ ଜିତିବା ପରେ ହିତାଧିକାରୀଙ୍କ ଠାରୁ ଉକ୍ତ କାର୍ଡକୁ ଛଡେଇ ନେଇଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି। ତେଣୁ ଏହା ନକଲି କାର୍ଡ ଥିଲା ବୋଲି କୁହାଯାଉଛି। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଚଣ୍ଡେଶ୍ୱର ପଞ୍ଚାୟତରୁ ଏପରି ସାଙ୍ଘାତିକ ଅଭିଯୋଗ ଆସିଛି। ଉକ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଧାକର ମହାପାତ୍ରଙ୍କ ନାମରେ ଏପରି ଅଭିଯୋଗ କରିଛନ୍ତି ବଡପୋଖରୀଆ ପାଟଣା ଗ୍ରାମର ସାଧନା ପ୍ରଧାନ ଓ ଅହଲ୍ୟା ଦେଇ। ସେମାନଙ୍କ ଅଭିଯୋଗ ମୁତାବକ ନିର୍ବାଚନ ତିନି ମାସ ପୁର୍ବରୁ ସାଧନା ଓ ଅହଲ୍ୟାଙ୍କୁ ସରପଞ୍ଚ ଲିପାଲୀନ ମହାପାତ୍ରଙ୍କ ସ୍ୱାମୀ ସୁଧାକର ଦୁଇ ଗୋଟି ରାସନ କାର୍ଡ ବଣ୍ଟନ ଖାତା ଦେଇଥିଲେ। ଯାହାର ନମ୍ବର ୧୯୦୭୦୫୧୨୨୭୮ ଏବଂ ୧୯୦୭୦୫୧୨୨୭୧ ଥିଲା। ସେହି…
ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମେରିକା ଭାରତର ନିରପେକ୍ଷତାକୁ ପସନ୍ଦ କରୁନାହିଁ। ଆମେରିକା ପୂର୍ବରୁ ଭାରତକୁ ଅନେକ ଥର ଛିଡା ହେବାକୁ କହିଛି। ଅନେକ ଥର ପରୋକ୍ଷରେ ଏହା ଉପରେ ଚାପ ପକାଇବାକୁ ଚେଷ୍ଟା କରାଯାଇଛି, କିନ୍ତୁ ଭାରତ ଏବେ ମଧ୍ୟ ନିଜ ଷ୍ଟାଣ୍ଡରେ ଛିଡା ହୋଇଛି। କିନ୍ତୁ ବର୍ତ୍ତମାନ ଆମେରିକା ଭାରତକୁ ଖୋଲା ଧମକ ଦେବା ଆରମ୍ଭ କରିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶୀର୍ଷ ଅର୍ଥନୈତିକ ପରାମର୍ଶଦାତା ବ୍ରାଏନ୍ ଡିଜ୍ କହିଛନ୍ତି ଯେ, ଋଷ ସହିତ ମେଣ୍ଟ ପାଇଁ ଭାରତକୁ ଭାରି ମୂଲ୍ୟ ଦେବାକୁ ପଡିବ। ଏହି ପ୍ରସଙ୍ଗରେ ଚୀନ୍ ଏବଂ ଭାରତ ନେଇଥିବା ନିଷ୍ପତ୍ତିରେ ଆମେ ନିରାଶ ବୋଲି ଡିଜ୍ କହିଛନ୍ତି। ବୁଧବାର ଦିନ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଡିଜି କହିଛନ୍ତି ଯେ ୟୁକ୍ରେନ ସଙ୍କଟ ଉପରେ ଭାରତ ଏବଂ ଚୀନ୍ର ନିରପେକ୍ଷତାକୁ ନେଇ ଆମେରିକା ଅତ୍ୟନ୍ତ ନିରାଶ ହୋଇଛି। ବ୍ରିଆନ୍…
ଭୁବନେଶ୍ବର: ଆଜି ରାଜ୍ୟ ଭିଜିଲାନ୍ସର ଜଙ୍ଗଲ ୱିଙ୍ଗର ଅଧିକାରୀମାନେ ତିନୋଟି କରତକଳକୁ ଜବତ କରିଛନ୍ତି। ସେମାନେ ଦୀର୍ଘଦିନ ଧରି ବେଆଇନ ଭାବେ ଏହି କରତକଳ ଚଳାଇ କାଠ କାଟୁଥିଲେ। ଏହି ଖବର ପାଇଁ ଆଜି ସକାଳୁ ପୋଲିସ ବଳ ସହିତ ଏହି କରତ କଳକୁ ଜବତ କରାଯାଇଛି। ଏପରିକି ସେମାନଙ୍କଠାରୁ 10 ଲକ୍ଷ ଟଙ୍କାର ଶାଗୁଆନ କାଠ ମଧ୍ୟ ଜବତ କରାଯାଇଛି। ଏହି ତିନୋଟି କରତକଳ ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାର ବୋଲି ଜଣାପଡିଛି। ଭିଜିଲାନ୍ସ ବିଭାଗର ସୂଚନା ଅନୁସାରେ ଦୁଇଟି କରତକଳ ହେଉଛି ଖୋର୍ଦ୍ଧା ଜିଲ୍ଲାର। ବାଲିପାଟଣ ଥାନା ଅଧିନରେ ଥିବା ହିରାପୁରରେ ଏହି ଦୁଇଟି ବେଆଇନ ଭାବେ ଚାଲୁଥିଲା। ସେହିପରି ଅନ୍ୟଟି ହେଉଛି ପୁରୀ ଜିଲ୍ଲା ଗୋପ ଥାନା ଅଦିନରେ ତିବା ଚିତାଲପୁର। ବର୍ତ୍ତମାନ ସୁଦ୍ଧା ସେହି ତିନୋଟି ସ୍ଥାନରେ ଚଢାଉ ଜାରୀ ରହିଥିବାରୁ ସବିଶେଷ ତଥ୍ୟ ମିଳିପାରି ନାହିଁ।
Volvo XC40 : ପ୍ରତିଷ୍ଠିତ କାର ନିର୍ମାତା ଭୋଲଭୋ କଂପାନୀ ଭାରତୀୟ ବଜାରକୁ ଆଣୁଛି ଏକ ନୂଆ ଇଭି ବା ଇଲେଟ୍ରିକ କାର। ଯାହାର ନାମ ରହିଛି ଭୋଲଭୋ XC40 । ତେବେ ଏହି କାରର ବିଶେଷତ୍ବ ହେଉଛି ଯେ ଏହା ଥରେ ଚାର୍ଯ୍ୟ କଲେ 418 କିଲୋମିଟର ଯିବ। ସେତିକି ନୁହେଁ ଏହା ମଧ୍ୟ ଶିଘ୍ର ଚାର୍ଯ୍ୟ ହେବ ବୋଲି କଂପାନୀ ଦାବୀ କରିଛି। ଏଥିରେ ଦୁଇଟି 204hp ଇଲେକ୍ଟ୍ରିକ୍ ମୋଟର ରହିଛି। ଯାହା ମିଳିତ ଭାବରେ 408hp ଶକ୍ତି ଏବଂ 660Nm ଶକ୍ତି ସୃଷ୍ଟି କରିବେ। ଏହି ବୈଦ୍ୟୁତିକ ଏସୟୁଭି 4.9 ସେକେଣ୍ଡରେ 0 ରୁ 100 କିଲୋମିଟର ପର୍ଯ୍ୟନ୍ତ ତ୍ୱରାନ୍ୱିତ ହୋଇପାରେ ଏବଂ ଏହାର ସର୍ବୋଚ୍ଚ ବେଗ 180 କିଲୋମିଟର ରହିଛି। ଏଥିରେ ଏକ 78kWh ଅଣ୍ଡର ଫ୍ଲୋର ବ୍ୟାଟେରୀ ପ୍ୟାକ୍ ରହିଛି। ଏହି ବ୍ୟାଟିରୀ 11kW AC କିମ୍ବା 150kW DC ଶକ୍ତିରେ ଚାର୍ଜ ହୋଇପାରିବ।…
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଭାରତୀୟ ସେନାରେ ନିଯୁକ୍ତି ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏଥିପାଇଁ ନରେନ୍ଦ୍ର ମୋଦୀ ସରକାର ‘ଅଗ୍ନିପଥ ପ୍ରବେଶ ଯୋଜନା’ ଆଣିବାକୁ ଯାଉଛନ୍ତି। ଏହି ନୂତନ ବ୍ୟବସ୍ଥା ଅଧୀନରେ ସେବାରେ ଥିବା ସୈନିକମାନଙ୍କୁ ‘ଅଗ୍ନିବୀର’ କୁହାଯିବ ଏବଂ ସୈନିକମାନେ ମାତ୍ର ତିନି ବର୍ଷ ସେବା କରିବା ପରେ ସେନାବାହିନୀରୁ ଓହରିଯିବେ ଏବଂ ସେମାନେ ସିଭିଲ୍ ସେକ୍ଟରରେ ଚାକିରି କରିବାକୁ ଚେଷ୍ଟା କରିବେ। କୁହାଯାଉଛି ଯେ, ବର୍ତ୍ତମାନ ସରକାର କେବଳ ୩ ବର୍ଷ ପାଇଁ ଅଗ୍ନିବୀରଙ୍କୁ ଚୟନ କରିବେ। ଏହି ସମୟରେ, ସେମାନଙ୍କୁ ବିଭିନ୍ନ କ୍ଷେତ୍ରର କଠିନ ଆହ୍ଵାନ ଦେଇ ଗତି କରିବାକୁ ପଡିବ। ଉଲ୍ଲେଖଯୋଗ୍ୟ ଯେ, କୋଭିଡ ମହାମାରୀ କାରଣରୁ ସାମରିକ ନିଯୁକ୍ତି କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ଏଭଳି ପରିସ୍ଥିତିରେ ସେନାରେ ଯବାନଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ଭାରତୀୟ ସେନା, ଭାରତୀୟ ନୌସେନା ଏବଂ ବାୟୁସେନାର ସରକାରୀ ଆକଳନ ଅନୁଯାୟୀ ସେନାର ତିନି ବାହିନୀରେ…
ବିଶ୍ବବିଜୟୀ ଦାଶ ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ସ୍ବାସ୍ଥ୍ୟ ମଣିଷ ପାଇଁ ଏକ ମୌଳିକ ଆବଶ୍ୟକତା। ସ୍ୱାସ୍ଥ୍ୟ ଭଲ ନ ରହିଲେ, ମଣିଷ ଠିକ୍ ଭାବରେ ଜୀବନଯାପନ କରିପାରିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତରଫରୁ ପ୍ରତିବର୍ଷ ଏପ୍ରିଲ୍ ୭ ତାରିଖକୁ ବିଶ୍ବ ସ୍ବାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି। ସ୍ବାସ୍ଥ୍ୟ ସମସ୍ୟା ଓ ଏହାର ସମାଧାନ ସଂପର୍କରେ ଅବଗତି କରିବା ସହ ସଚେତନ କରିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ବିଶ୍ବରେ ଦେଖାଯାଉଥିବା ସ୍ବାସ୍ଥ୍ୟ ସମସ୍ୟା ଉପରେ ନଜର ରଖିବା ଓ ଏହାର ନିବାରଣ ପାଇଁ ଚେଷ୍ଟା କରିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରମୁଖ କାର୍ଯ୍ୟ। ସ୍ବାସ୍ଥ୍ୟ ହେଉଛି ଶାରୀରିକ, ମାନସିକ ଓ ସାମାଜିକସ୍ତରରେ ସୁସ୍ଥତା। ଏହା କେବଳ ରୋଗ କିମ୍ବା ବିକଳାଙ୍ଗର ଅନୁପସ୍ଥିତି ନୁହେଁ। ମାନସିକ ସ୍ବାସ୍ଥ୍ୟର ଗୁରୁତ୍ବ ଶାରୀରିକ ସ୍ବାସ୍ଥ୍ୟ ଅପେକ୍ଷା ଅଧିକ। ଅନେକ ରୋଗ ଉଭୟ ଶାରୀରିକ ଓ ମାନସିକ…
ଭୁବନେଶ୍ୱର: ଦୁଇ ଚକିଆ ଓ ତିନି ଚକିଆ ଇଲେକ୍ଟ୍ରିକ୍ ଯାନ ପାଇଁ ଚାର୍ଜିଂ ଷ୍ଟେସନ ସ୍ଥାପନ କରି ଏକ ଦୃଢ଼ ମୁଳଦୁଆ ଢ଼ାଂଚା ପ୍ରସ୍ତୁତ କରିବାରେ ରହିଥିବା ସମ୍ଭାବନାର ସନ୍ଧାନ କରିବା ଲାଗି ଜିଓ-ବିପି ଓ ଟିଭିଏସ୍ ମୋଟର ପରସ୍ପର ସହ ହାତ ମିଳାଇଛନ୍ତି। ଏହା ଜିଓ-ବିପି ନେଟ୍ୱର୍କ ଉପରେ ଆଧାରିତ ରହିବ। ଏହି ପ୍ରସ୍ତାବିତ ସହଯୋଗିତା ଅନୁସାରେ ଟିଭିଏସ୍ର ଇଲେକ୍ଟ୍ରିକ ଗାଡ଼ିର ଗ୍ରାହକମାନେ ଜିଓ-ବିପିର ବ୍ୟାପକ ଚାର୍ଜିଂ ନେଟ୍ୱର୍କ ପାଖରେ ପହଂଚିପାରିବେ। ଏହି ଚାର୍ଜିଂ ଷ୍ଟେସନଗୁଡ଼ିକ ଅନ୍ୟ ଗାଡ଼ି ପାଇଁ ମଧ୍ୟ ଖୋଲାରହିବ। ଗ୍ରାହକମାନଙ୍କୁ ଏକ ବ୍ୟାପକ ଓ ବିଶ୍ୱସନୀୟ ଚାର୍ଜିଂ ଭିତିଭୂମି ଉପଲବ୍ଧ କରାଇବା ଲାଗି ଏଭଳି ଚାର୍ଜିଂ ନେଟ୍ୱର୍କ ସହିତ ଡିସି ଫାଷ୍ଟ-ଚାର୍ଜିଂ ନେଟ୍ୱର୍କ ମଧ୍ୟ ପ୍ରସ୍ତୁତ କରାଯିବ। ଇଲେକ୍ଟ୍ରିଫିକେସନ କ୍ଷେତ୍ରରେ ଉଭୟ କଂପାନିକୁ ଆନ୍ତର୍ଜାତିକ ସ୍ତରରେ ବ୍ୟାପକ ସଫଳତା ମିଳିଛି। ଏହି ଦୁଇ କଂପାନି ସେହି ଅଭିଜ୍ଞତାକୁ ଭାତୀୟ ବଜାରରେ ବ୍ୟବହାର କରିବେ ଯଦ୍ୱାରା ଗ୍ରାହକମାନଙ୍କୁ…
ସୁନ୍ଦରଗଡ଼/କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକରେ ଖୋଲିଲା “ସୁଦକ୍ଷ” କୋଚିଂ କେନ୍ଦ୍ର। ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଉପସ୍ଥିତିରେ ବୁଧବାର ଦିନ ଏହି କେନ୍ଦ୍ର ଉଦଘାଟିତ ହୋଇଛି। ଅତିଥିମାନେ “ସୁଦକ୍ଷ” କେନ୍ଦ୍ରର ଜଣେ ଛାତ୍ରୀଙ୍କ ହାତରେ ଏହି କେନ୍ଦ୍ରର ରିବନ୍ କାଟିଥିଲେ। ପୂର୍ବରୁ ଜିଲ୍ଲାର ସୁନ୍ଦରଗଡ଼, ରାଉରକେଲା ଏବଂ ବଣାଇଁଠାରେ ୩ଟି “ସୁଦକ୍ଷ” କେନ୍ଦ୍ର ରହିଛି। ଏବେ କୋଇଡ଼ାରେ ଆଉ ଗୋଟିଏ କେନ୍ଦ୍ର ଖୋଲିବା ଫଳରେ ଜିଲ୍ଲାରେ “ସୁଦକ୍ଷ” କୋଚିଂ କେନ୍ଦ୍ର ସଂଖ୍ୟା ୪ରେ ପହଞ୍ଚିଛି। କୋଇଡ଼ା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଏହି କେନ୍ଦ୍ର ରହିଛି। କୋଇଡ଼ାଠାରେ “ସୁଦକ୍ଷ” କେନ୍ଦ୍ର ଖୋଲାଯାଇଥିବାରୁ ଏଥିପାଇଁ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ଖଣି ପ୍ରଭାବିତ କୋଇଡ଼ା ଅଞ୍ଚଳର ଶିକ୍ଷିତ ଯୁବକ ଯୁବତୀଙ୍କ କ୍ୟାରିୟର ସ୍ୱପ୍ନ ପୂରଣ ଦିଗରେ ଏହି କେନ୍ଦ୍ର ବିଶେଷ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି।…

