ନୂଆଦିଲ୍ଲୀ : ଗତକାଲି ଗୁଜୁରାଟର ଅହମଦାବାଦ୍ ରେ ଆମ୍ ଆଦମୀ ପାର୍ଟିର ‘ତ୍ରିରଙ୍ଗା ଯାତ୍ରା’ କୁ ନେଇ ଦେଶର ରାଜନୀତି ହୁଲୁସ୍ତୁଲ ହୋଇଯାଇଛି। କାରଣ ମୋଦୀସାହାଙ୍କ ଗଡରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲା ଯେପରି ଶୋଭାଯାତ୍ରା କରିଛନ୍ତି ତାହା ଜାତୀୟ ରାଜନୀତିକୁ ଦୋହଲାଇ ଦେଇଛି। ଶନିବାର ଦିନ ଆପ୍ ଆବାହାକ ଅରବିନ୍ଦ କେଜ୍ରୱାଲା ନେତୃତ୍ବରେ ଆୟୋଜିକ ଏହି ଶୋଭାଯାତ୍ରାରେ ପଂଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗୱାନ୍ତ ମନ୍ ସାମିଲ ହୋଇଥିଲେ। ଗୁଜୁରାଟର ହଜାର ହଜାର ଆପ ସମର୍ଥକ ଶୋଭାଯାତ୍ରାକୁ ଅରବିନ୍ଦ କେଜ୍ରିୱାଲ ସମ୍ବୋଧିତ କରିଥିଲେ। ସେଥିରେ ସେ , ଗୁଜୁରାଟବାସୀଙ୍କୁ ଆସନ୍ତା ବିଧାନସଭା ନିର୍ବାଚନରେ ତାଙ୍କ ଦଳକୁ ଗୋଟିଏ ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଦଳ କ୍ଷମତାକୁ ଆସିବା ପରେ ରାଜ୍ୟରେ ଦୁର୍ନୀତିର ଚକ୍ରକୁ ଶେଷ କରିଦେବେ। ସେ କହିଛନ୍ତି ଯେ, “ମୁଁ ରାଜନୀତି କିପରି କରିବି ଜାଣେ ନାହିଁ କିନ୍ତୁ ଦୁର୍ନୀତିକୁ କିପରି…
Author: Samikhsya Bureau
ପୁରୀ: ଆଜି ଶ୍ରୀମନ୍ଦିରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶ୍ରୀମନ୍ଦିରର ରୋଷ ଘରେ ଦୁର୍ବୃତ୍ତମାନେ ପ୍ରାୟ ୮୦ ଟି ଚୁଲା ଭାଙ୍ଗିଥିବା ସୂଚନା ରହିଛି। କୋଠ ଭୋଗ, ସାତପୁରୀ, ପିଠା ଗଢା, ଥାଳିଆଡ ଚୁଲି ଭାଙ୍ଗିଥିବା ଜଣାପଡିଛି। ଶ୍ରୀମନ୍ଦିର ଇତିହାସରେ ଏଭଳି ଘଟଣା କେବେ ଘଟିନଥିବା କୁହାଯାଉଛି। ହେଲେ ଏଭଳି ଘଟଣା କିଏ ଆଉ କାହିଁକି ଘଟାଇଲା, ତାହା ସ୍ପଷ୍ଟ ହୋଇପାରି ନାହିଁ। ଜିଲ୍ଲା ପ୍ରଶାସନ ଏବଂ ମନ୍ଦିର ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରୁଛି। ସ୍ଥିତି ତଦାରଖ ପରେ ଉପ ଜିଲ୍ଲାପାଳ କହିଛନ୍ତି ଯେ, ଦୁଇ ଦିନ ଭିତରେ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଏହି ଘଟଣା ପରେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଅନେକ ଭକ୍ତ ଦୁଃଖରେ ଭାଙ୍ଗିପଡିଛନ୍ତି।
ମୁମ୍ବାଇ: ଆଇପିଏଲ୍ ୨୦୨୨ ର ପଏଣ୍ଟ ଟେବୁଲରେ ରାଜସ୍ଥାନ ରୟାଲ୍ସ ଶୀର୍ଷକୁ ଆସିଛି। ମୁମ୍ବାଇ ଇଣ୍ଡିଆନ୍ସକୁ ୨୩ ରନରେ ପରାସ୍ତ କରିବା ପରେ ରାଜସ୍ଥାନ ୪ ପଏଣ୍ଟ ପାଇଛି। ପ୍ରଥମ ମ୍ୟାଚ୍ରେ ମଧ୍ୟ ରାଜସ୍ଥାନ ଏକ ବଡ଼ ବିଜୟ ହାସଲ କରିଥିଲା। ଏଭଳି ପରିସ୍ଥିତିରେ ରାଜସ୍ଥାନର ରନ୍ ହାର ବହୁତ ଭଲ। ଅନ୍ୟପକ୍ଷରେ, ଅରେଞ୍ଜ କ୍ୟାପ୍ ମୁମ୍ବାଇ ଇଣ୍ଡିଆନ୍ସ ଓପନର୍ ଇଶାନ୍ କିଶାନ୍ ଏବଂ ପର୍ପଲ କ୍ୟାପ୍ କେକେଆରର ଉମେଶ ଯାଦବଙ୍କ ଦ୍ୱାରା ଦଖଲ କରାଯାଇଛି। କ୍ର.ନଂ ଦଳ ମ୍ୟାଚ ବିଜୟ ପରାଜୟ ନେଟ ରନ ରେଟ ପଏଣ୍ଟସ୍ ୧ ରାଜସ୍ଥାନ ୨ ୨ ୦ ୨.୧୦୦ ୪ ୨ କୋଲକୋତା ୩ ୨ ୧ ୦.୮୪୩ ୪ ୩ ଗୁଜୁରାଟ ୨ ୨ ୦ ୦.୪୯୫ ୪ ୪ ଦିଲ୍ଲୀ ୨ ୧ ୦ ୦.୦୬୪ ୨ ୫ ଲକ୍ଷ୍ନୌ ୨ ୧ ୧ -୦.୦୧୧ ୨ ୬ ବେଙ୍ଗୁଲୁରୁ ୨…
ଭୁବନେଶ୍ବର: ଗତକାଲି ରାଜ୍ୟରେ ୪୦ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୬ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୫ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୨ ବଲାଙ୍ଗୀରି ଜିଲ୍ଲାରୁ- ୧ ଦେବଗଡ ଜିଲ୍ଲାରୁ- ୧ ଗଜପତି ଜିଲ୍ଲାରୁ- ୨ ଜଗତସିଂହପୁର ଜିଲ୍ଲାରୁ- ୧ ଯାଜପୁର ଜିଲ୍ଲାରୁ- ୨ କେନ୍ଦ୍ରାପଡା ଜିଲ୍ଲାରୁ- ୩ ଖୋର୍ଦ୍ଧା ଜିଲ୍ଲାରୁ- ୫ ମୟୂରଭଞ୍ଜ ଜିଲ୍ଲାରୁ- ୫ ସମ୍ବଲପୁର ଜିଲ୍ଲାରୁ- ୪ ସୁନ୍ଦରଗଡ ଜିଲ୍ଲାରୁ- ୯ ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୭୩୭ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୮ ହଜାର ୨୩୩ ଏବଂ ବର୍ତ୍ତମାନ…
ଭୁବନେଶ୍ବର: ଆସନ୍ତା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି। ସେହି ଅନୁସାରେ ଏହି ଲଘୁଚାପ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ବୋଲି ସମ୍ଭାବନା ରହିଛି। ପାଣିପାଗ ବିଭାଗ ଅନୁସାରେ ଆସନ୍ତା 6 ତାରିଖରେ ଆଣ୍ଡାମାନ ସାଗର ଏହାର ଆଖପାଖରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ବଙ୍ଗୋପସାଗରରେ ଏପରି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆଶଙ୍କା ରହିଛି। ତେବେ ଏହା କିପରି ରୂପ ନେବ ପରବର୍ତ୍ତି ସମୟରେ ଜଣାପଡିବ।
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ ଲୋକଙ୍କୁ କେବେ ବି ବିଶ୍ବାସ କରିବ ନାହିଁ ତାହାର ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ। କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଘାଟାରେ ପକାନ୍ତି। ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।
ଭୁବନେଶ୍ବର: ଗତକାଲି ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ସେହି ଅନୁସାରେ ବରିଷ୍ଠ ଆଇଏଏସ ବୀର ବିକ୍ରମ ଯାଦବ ହେଲେ ପୁର୍ତ୍ତ ବିଭାଗର ପ୍ରମୁଖ ସଚିବ। ଏଥିସହିତ ସେ ପୂର୍ବପରି ଖାଦ୍ୟ ଓ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ମଧ୍ୟ କାର୍ଯ୍ୟ କରିବେ। ଏହି ଦୁଇ ବିଭାଗ ସହିତ ତାଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେହିପରି ନିକୁଞ୍ଜ ସୁନ୍ଦର ରାୟ କେନ୍ଦ୍ରରୁ ଆସିବା ପରେ ତାଙ୍କୁ ସାଧାରଣ ଉଦ୍ୟୋଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଅନ୍ୟତମ ବରିଷ୍ଠ ପ୍ରଶାସକ ସଂଜୀବ କୁମାର ଚଢା ତାଙ୍କର କୃଷି ଓ କୃଷକ ଶସକ୍ତ ବିଭାଗ ସହିତ ସମବାୟ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ସମ୍ଭାଳିବେ। ଲଘୁ ଖଣିଜ ସଂପଦର ନିର୍ଦ୍ଦେଶକ ଥିବା ଶୁଭମ୍ ସାକ୍ସେନାଙ୍କୁ ଯୋଗାଣ ନିଗମର ନିର୍ଦ୍ଦେଶକ…
ଜୀବନଶୈଳୀ: ସାଧାରଣତଃ ପୁରୁଷମାନେ ବିଶ୍ଵାସଘାତକ ବୋଲି ବିବେଚନା କରାଯାଏ କିନ୍ତୁ ତାହା ନୁହେଁ। ମହିଳାମାନେ ମଧ୍ୟ ବିଶ୍ଵାସଘାତକତାରେ ପୁରୁଷଙ୍କଠାରୁ କମ୍ ନୁହଁନ୍ତି। ଅନେକ କ୍ଷେତ୍ରରେ ମହିଳାମାନେ ନିଜ ସ୍ୱାମୀଙ୍କୁ ପ୍ରତାରଣା କରନ୍ତି। ତଥାପି, ଏହା ପଛରେ ଅନେକ କାରଣ ଅଛି, ଯେଉଁଥିପାଇଁ ମହିଳାମାନେ ଏପରି ପଦକ୍ଷେପ ନିଅନ୍ତି। ସୁଖୀ ଦାମ୍ପତ୍ୟ ଜୀବନଯାପନ ପାଇଁ ସମ୍ପର୍କରେ ପ୍ରେମ ରହିବା ଅତ୍ୟନ୍ତ ଜରୁରୀ। କିନ୍ତୁ ଯେତେବେଳେ ସମ୍ପର୍କର ପ୍ରେମ ଏବଂ ସମ୍ପୃକ୍ତି ସମାପ୍ତ ହୁଏ, ସେତେବେଳେ ଲୋକମାନେ ଅବିଶ୍ୱାସ କରିବା ଆରମ୍ଭ କରନ୍ତି। ଆସନ୍ତୁ ଜାଣିବା ମହିଳାମାନେ କାହିଁକି ପ୍ରତାରଣା କରନ୍ତି। ୧- ପ୍ରେମର ଅଭାବ: ପତ୍ନୀଙ୍କ ପ୍ରତାରଣାର ମୁଖ୍ୟ କାରଣ ହେଉଛି ସ୍ୱାମୀଙ୍କଠାରୁ ପ୍ରେମ ପାଇବା। ବିବାହର କିଛି ବର୍ଷ ପାଇଁ, ଲୋକମାନେ ନିଜ ପତ୍ନୀଙ୍କୁ ବହୁତ ଭଲ ପାଆନ୍ତି। କିନ୍ତୁ ସମୟ ଗଡିବା ସହିତ ସେ ନିଜ ପତ୍ନୀଙ୍କୁ ଭଲ ପାଇବା ବନ୍ଦ କରିଦିଅନ୍ତି, କିମ୍ବା କାମରେ ଅଧିକ ବ୍ୟସ୍ତ ହୁଅନ୍ତି।…
ନୂଆଦିଲ୍ଲୀ: ଶନିବାର ଦିନ ଜାତୀୟ ରାଜପଥରେ ଏକ ଚିତାବାଘର ମୃତଦେହ ମିଳିଥଲା। ବନ ବିଭାଗର ଅଧିକାରୀମାନେ ଦାବି କରିଛନ୍ତି ଯେ ତାଙ୍କ ମୁଣ୍ଡ ଓ ଗୋଡରେ ଆଘାତ ଚିହ୍ନ ଥିବାରୁ ଚିତାବାଘଟି ଏକ ଅଜ୍ଞାତ ଗାଡି ଧକ୍କାରେ ମୃତ୍ୟୁ ହୋଇଛି। ଏହାର ନଖ ଓ ଦାନ୍ତ ଅକ୍ଷୁର୍ଣ୍ଣ ଥିବା ଦେଖିବାକୁ ମିଳିଥିଲା। ଚାରି ଦିନ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା ଯେଉଁଥିରେ କିଛି ଦିନ ପୂର୍ବରୁ ସେଓନିରେ ଗାଡି ଧକ୍କାରେ ଏକ ବାଘର ମୃତ୍ୟୁ ଘଟିଥିଲା। ଏହି ଘଟଣାଟି ମଧ୍ୟ ପ୍ରଦେଶ ଇନ୍ଦୋରର ଭୈରବ ମନ୍ଦିର ନିକଟ ମନପୁର ଧାମନୋଡ ରୋଡରେ ଏନଏଚ 3 ରେ ଘଟିଛି। ଏହା ସକାଳ ପ୍ରାୟ 3.45 ସମୟରେ ଘଟିଥିବାର ଅନୁମାନ କରାଯାଉଛି। ଘଟଣାସ୍ଥନରେ ବନ ବିଭାଗର ଅଧିକାରୀମାନେ ପହଁଚି ମୃତ ଚିତାବାଘ ଜବତ କରିଛନ୍ତି। କେଉଁ କାରଣରୁ ମୃତ୍ୟୁ ହେଲା ତା ଯାଞ୍ଚ କରିବାକୁ ମୋହୋ ଏବଂ ମନପୁରର ପ୍ରାଣୀ ଚିକିତ୍ସକମାନଙ୍କୁ ନିର୍ଦ୍ଦେଶ…
ନୂଆଦିଲ୍ଲୀ: ରେନାଲ୍ଟ କଂପାନୀ ତାହାର ନୂଆ ସ୍ମଲ ଭାରିୟାଣ୍ଟ କାର ‘କିଗର’ର ନୂଆ ମଡେଲ ବୁକିଂ ଆରମ୍ଭ କରିଛି। ଭାରତୀୟ ଗ୍ରାହକଙ୍କ ପାଇଁ ମାର୍ଚ୍ଚ 31 ତାରିଖରୁ ବୁକିଂ ଆରମ୍ଭ କରିଛି। ଏହି ନୂଆ ମେଡଲଟି ଭାରତୀୟ ବଜାରରେ ବେଶ୍ ଚାହିଦା ରହିବ ବୋଲି କଂପାନୀ ଆଶା ରଖିଛି। ଏହି କାରର ଏକ୍ସ ସୋରୁମ ମୂଲ୍ୟ ରହିଛି 5. 84 ଲକ୍ଷ ଟଙ୍କା। 2022 ରେନାଲ୍ଟ୍ କିଗର୍ ବର୍ତ୍ତମାନ କ୍ରୁଜ୍ କଣ୍ଟ୍ରୋଲ୍ ଏବଂ ୱାରଲେସ ଚାର୍ଜିଂ ଭଳି ବୈଶିଷ୍ଟ୍ୟ ରହିଛି। ଏଥିସହ, କାରର କ୍ୟାବିନକୁ ବର୍ତ୍ତମାନ PM2.5 ଆଡଭାନ୍ସଡ୍ ଆଟମୋସଫେରିକ୍ ଫିଲ୍ଟର୍ ସହିତ SUV ର ସମସ୍ତ ଟ୍ରିମ୍ ପାଇଁ ଏକ ମାନକ ବୈଶିଷ୍ଟ୍ୟ ଭାବରେ ସଜାଯାଇଛି। ରେଡ୍ ଷ୍ଟିଚ୍ ସହିତ ନୂତନ ରେଡ୍ ଫ୍ୟାଡ୍ ଡ୍ୟାସବୋର୍ଡ ଆକ୍ସେଣ୍ଟ୍ ଏବଂ କ୍ୱିଲଟେଡ୍ ଏମ୍ବୋସେଡ୍ ସିଟ୍ ଉଫୋଲଷ୍ଟର୍ ସହିତ ନୂତନ ଆଭ୍ୟନ୍ତରୀଣ ରଙ୍ଗ କରାଯାଇଛି। 2022 ରେନାଲ୍ କିଗର୍ ଏକ ମାନୁଆଲ୍ ଟ୍ରାନ୍ସମିସନ୍…
ଜ୍ୟୋତିଷ ଶାସ୍ତ୍ର: ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ପାରସ୍ପରିକ ସମ୍ପର୍କ ଭଲ ହେଲେ ବିବାହିତ ଜୀବନ ସଫଳ ବୋଲି ବିବେଚନା କରାଯାଏ। କିନ୍ତୁ ବେଳେବେଳେ ଜଣେ ବ୍ୟକ୍ତିର ଗ୍ରହ ସ୍ଥିତିର ଏପରି ପ୍ରଭାବ ପଡିଥାଏ ଯେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଖରାପ ହେବାକୁ ଲାଗେ। ଏପରି ପରିସ୍ଥିତିରେ ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ଅନୁଯାୟୀ ରତ୍ନ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଏହି ରତ୍ନ ପିନ୍ଧିବା ଦ୍ୱାରା ଗ୍ରହର ସ୍ଥିତି ମଜବୁତ ହୁଏ ଏବଂ ଗ୍ରହର ଅଶୁଭ ପ୍ରଭାବକୁ ହ୍ରାସ କରି ଶୁଭ ପ୍ରଭାବ ମଧ୍ୟ ବଢିଥାଏ। ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ବଢୁଥିବା ବିବାଦକୁ ହ୍ରାସ କିମ୍ବା ଦୂର କରିବା ପାଇଁ, ଜଣେ ବ୍ୟକ୍ତିଙ୍କୁ ଓପଲ ରତ୍ନ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଓପଲ୍ ରତ୍ନ ପିନ୍ଧିବାର ଉପକାର ଏବଂ ସଠିକ୍ ପଦ୍ଧତି ବିଷୟରେ ଆସନ୍ତୁ ଜାଣିବା…. ଓପଲ୍ କିପରି ପିନ୍ଧିବେ?: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କୌଣସି ମାସର ଶୁକ୍ଲ ପକ୍ଷର ଶୁକ୍ରବାର ଦିନ…
ନୂଆଦିଲ୍ଲୀ: ମହାକାଶକୁ ପଠାଯିବ ନଗ୍ନ ମାନବ ଚିତ୍ର। ଏହି କଥାଟିକୁ କେହି ବିଶ୍ବାସ କରୁ ନ ଥିଲେ ମଧ୍ୟ ସତକଥା। ନାସା ର ବୈଜ୍ଞାନିକମାନେ ଏହିପରି ଏକ ଭିନ୍ନ ଚିନ୍ତା କରୁଛନ୍ତି । ଆଉ ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ତେବେ ଘଟଣାଟି ହେଲା ଯେ ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ଏଲିୟାନଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ସେଥିରେ ସଫଳ ହୋଇପାରୁ ନାହାଁନ୍ତି। ବର୍ତ୍ତମାନ, ଅଲ୍ଟରିଅର୍ ଲାଇଫ୍ ଫର୍ମ ସହିତ ଯୋଗାଯୋଗ କରିବାକୁ ଏକ ନୂତନ ପ୍ରସ୍ତାବରେ, ବୈଜ୍ଞାନିକମାନେ ଚିନ୍ତା ଆରମ୍ଭ କରିଛନ୍ତି। ଏକ ସାଇନସ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ ଏଲିୟନଙ୍କୁ ଆକୃଷ୍ଟ କରିବା ପାଇଁ ଦୁଇ ଜଣ ନଗ୍ନ ବ୍ୟକ୍ତିଙ୍କ ଫଟୋ ମହାକାଶକୁ ପଠାଯିବ। ନଗ୍ନ ମଣିଷ ଫଟୋ ଦେଖିଲେ ଏଲିୟନ ଆକୃଷ୍ଟ ହେବ ବୋଲି ବୈଜ୍ଞାନିକମାନେ ଅଶା କରିଛନ୍ତି। ତେବେଏହି ପ୍ରସ୍ତାବକୁ ନାସାର ସ୍ବୀକୃତିକୁ ଅପେକ୍ଷା କରାଯାଇଛି।
ମେଷ: ଘର ବାହାରେ ସୁଖ ଏବଂ ଶାନ୍ତି ରହିବ | ଜୀବନସାଥୀ ଉପରେ ପାରସ୍ପରିକ ସହଯୋଗ ରହିବ | ତତ୍ପରତା ଯୋଗୁଁ ଧନ ନଷ୍ଟ ହୋଇପାରେ | ବ୍ୟବସାୟ ବୃଦ୍ଧି ପାଇବ | ଚାକିରିରେ ଶାନ୍ତି ରହିବ | ବିନିଯୋଗ ଲାଭଦାୟକ ହେବ | କାମ ସରିଯିବ | ଆଇନଗତ ପ୍ରତିବନ୍ଧକ ହଟାଇବା ପରେ ପରିସ୍ଥିତି ଅନୁକୂଳ ହେବ। ମନର ଅସ୍ଥିରତାକୁ ନିୟନ୍ତ୍ରଣ କରନ୍ତୁ| ବୃଷ: ବ୍ୟବସାୟ ଭଲରେ ଚାଲିବ | ସ୍ଥିର ସମ୍ପତ୍ତି କ୍ରୟ ଏବଂ ବିକ୍ରୟ ଏକ ବଡ଼ ଲାଭ ଦେଇପାରେ | ଠିକ ସମୟରେ ଅଂଶୀଦାରମାନଙ୍କ ସହଯୋଗ ପାଇ ଖୁସି ହେବେ | ଚାକିରିରେ ଆପଣ ଅଧସ୍ତନଙ୍କ ସମର୍ଥନ ପାଇବେ | ପ୍ରତିଦ୍ୱନ୍ଦ୍ୱିତା ହେବ | ଆୟ ବୃଦ୍ଧି ପାଇବ | ଆଘାତ ଏବଂ ରୋଗ ବାଧା ଦେଇପାରେ | ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ| ମିଥୁନ: ସାଙ୍ଗମାନଙ୍କ ସହିତ ସମୟ ଭଲ ହେବ | ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ…
ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ରାଜସ୍ୱ ସମୀକ୍ଷା ବୈଠକ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଆଭାସୀ ବୈଠକରେ ବିଭାଗର ବହୁ ବରିଷ୍ଠ ଅଧିକାରୀ, ଆଇ. ଜି. ଆର, ଭୂ-ଅଭିଲେଖ ଓ ସର୍ବେକ୍ଷଣ ସଂସ୍ଥାର ଅତିରିକ୍ତ ନିର୍ଦ୍ଦେଶକ,ଏନ. ଆଇ. ସି.ର ବରିଷ୍ଠ ଅଧିକାରୀ, କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ଜମିଗ୍ରହଣ ଅଧିକାରୀ, ସ୍ୱତନ୍ତ୍ର ଜମିଗ୍ରହଣ ଅଧିକାରୀ, ତହସିଲଦାର ତଥା ଅନ୍ୟାନ୍ୟ କ୍ଷେତ୍ରାଧିକାରୀମାନେ ଯୋଗ ଦେଇଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଗତ ୨ ମାସ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ଜମି ଅଧିଗ୍ରହଣ କାର୍ଯ୍ୟରେ ପରିଲକ୍ଷିତ ଉନ୍ନତି ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତହସିଲ ଓ ନିବନ୍ଧନ କାର୍ଯ୍ୟଳୟକୁ ଆସୁଥିବା ପ୍ରତ୍ୟେକ ଜନସାଧାରଣଙ୍କୁ ସମ୍ମାନ ସହିତ ସେମାନଙ୍କର ଅଭିଯୋଗ ଶୁଣାଣି ଓ ଅଭିଯୋଗ ଉପରେ ତୁରନ୍ତ ନ୍ୟାୟୋଚିତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ନିର୍ଦ୍ଦେଶ…
ଭୁବନେଶ୍ବର: ରେଙ୍ଗାଲୀ ଷ୍ଟେସନ ଠାରେ ତିନୋଟି ଟ୍ରେନ୍ ରହଣି କରିବ। ଏ ନେଇ ପୂର୍ବତଟ ରେଳପଥ ତରଫରୁ ସୂଚନା ଦିଆଯାଇଛି। ତେବେ ଏହା ଆସନ୍ତା 07.04.2022 ଠାରୁ ପରୀକ୍ଷାମୂଳକ ଭାବେ ଛଅ ମାସ ପାଇଁ ରହଣି କରିବ। ତେବେ ଯେଉଁ ଟ୍ରେନଗୁଡିକ ରହିବା ପାଇଁ ନିଷ୍ପତି କରାଯାଇଛି, ସେଗୁଡିକ ହେଲା • 13351/13352 ଧାନବାଦ-ଆଲାପୁଝ-ଧାନବାଦ ଏକ୍ସପ୍ରେସ୍ • 18451/18452 ହଟିଆ-ପୁରୀ-ହଟିଆ ତପସ୍ୱିନୀ ଏକ୍ସପ୍ରେସ୍ • 12871/12872 ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍
ନୂଆଦିଲ୍ଲୀ: ଜାତୀୟ ମହିଳା ଆୟୋଗ (ଏନ୍ସିଡବ୍ଲ୍ୟୁ) ମାନବ ଚାଲାଣ ମାମଲା ଗୁଡିକର ପ୍ରଭାବୀ ସମାଧାନ, ମହିଳାଙ୍କ ମଧ୍ୟରେ ସଚେତନତା ବୃଦ୍ଧି, ଚାଲାଣ-ବିରୋଧୀ ୟୁନିଟ୍ର ପ୍ରଶିକ୍ଷଣ ଓ ସାମର୍ଥ୍ୟ ନିର୍ମାଣ ଏବଂ ଆଇନ୍ ପ୍ରଣୟନ ଏଜେନ୍ସି ଗୁଡିକର ପ୍ରତିକ୍ରିୟାଶୀଳତା ବୃଦ୍ଧି କରିବା ନିମନ୍ତେ ଆଜି ଏକ ମାନବ ଚାଲାଣ ବିରୋଧୀ ସେଲର ଶୁଭାରମ୍ଭ କରିଛି। ସେଲର ସ୍ଥାପନା ଆଇନ୍ ପ୍ରଣୟନକାରୀ ଅଧିକାରୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏବଂ ସେମାନଙ୍କର ସାମର୍ଥ୍ୟ ନିର୍ମାଣକୁ ସୁଗମ କରିବା ଉଦ୍ଦେଶ୍ୟରେ କରାଯାଇଛି। ଏହି ସେଲ ଆଂଚଳିକ, ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ପୋଲିସ୍ ଅଧିକାରୀମାନଙ୍କୁ ଏବଂ ଦଣ୍ଡ ବିଧାନକାରୀମାନଙ୍କୁ ମାନବ ଚାଲାଣର ବିଲୋପ କରିବା ନିମନ୍ତେ ଲିଙ୍ଗଭିତିକ ସମ୍ବେଦନଶୀଳତାର ପ୍ରଶିକ୍ଷଣ ଦେବ ଏବଂ କର୍ମଶାଳା ଆୟୋଜନ କରିବ। ଆୟୋଗ ଦ୍ୱାରା ଗ୍ରହଣ କରାଯାଇଥିବା ମାନବ ଚାଲାଣ ସମ୍ପର୍କିତ ଅଭିଯୋଗ ଗୁଡ଼ିକର ସମାଧାନ ଏହା ମାଧ୍ୟମରେ କରାଯିବ। ଆୟୋଗ ଏହା ଜାଣିବାକୁ ପାଇଛି ଯେ, ଚାଲାଣକୁ ବନ୍ଦ…
ଭୁବନେଶ୍ୱର: ଆଜି ବିଶ୍ବ ଓଡ଼ିଶା ୮ମ ପ୍ରତିଷ୍ଠା ଦିବସକୁ ବାଚସ୍ପତି ତଥା ବିଶ୍ବ ଓଡ଼ିଶାର ସଭାପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଉଦଘାଟନ କରିଛନ୍ତି। ଏହି ଅବସରରେ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ତଥା ଓଡ଼ିଆ ଅସ୍ମିତା ଜାତୀୟତାର ବିଶ୍ବ ବ୍ୟାପୀ ପ୍ରସାର କରିବା ପାଇଁ ଏକ ସମ୍ମିଳିତ ଜାଗରଣର ସମୟ ଆସିଛି ବୋଲି ଡ. ପାତ୍ର କହିଛନ୍ତି। ଆଜିର ପିଢ଼ି ଓଡ଼ିଆ ଜାତିର ପୂର୍ବ ଗୌରବକୁ ଭୁଲିଯାଉଛନ୍ତି। ଏହାକୁ ମନେ ପକେଇ ଦେବା ପାଇଁ “ବିଶ୍ବ ଓଡ଼ିଶା” ଯେଉଁ ଉଦ୍ୟମ କରୁଛି ତାହା ପ୍ରସଂଶାଯୋଗ୍ୟ। ଆଗାମୀ ସମୟରେ ବିଶ୍ଵବ୍ୟାପୀ ଓଡ଼ିଆଙ୍କୁ “ବିଶ୍ବ ଓଡ଼ିଶା” ସଙ୍ଗଠିତ କରି ଓଡ଼ିଶାର ବିକାଶ କ୍ଷେତ୍ରରେ ଉଦ୍ୟମ କରୁ ବୋଲି ବାଚସ୍ପତି କହିଛନ୍ତି। ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ସାଧିକା ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ଯୋଗ ଦେଇ ବିଶ୍ଵବ୍ୟାପୀ ଓଡ଼ିଆ ସଙ୍ଗୀତର ଆଦର ଥିବା କହିଥିଲେ। ଏହାକୁ ଆହୁରି ବିଶ୍ବାୟନ କରାଯିବା…
ଭୁବନେଶ୍ଵର: ପବିତ୍ର ଉତ୍କଳ ଦିବସରେ ଭୁବନେଶ୍ୱରସ୍ଥିତ ରୋଟାରୀ କ୍ଲବ ଅଡିଟୋରିୟମରେ ପଦ୍ମଶ୍ରୀ ବାବା ବଳିଆଙ୍କ ରଚିତ ପବିତ୍ର ପଟ୍ଟନାୟକଂକ ସଂଗୀତ ନିର୍ଦ୍ଦେଶନାର ଦେଶାତ୍ମବୋଧକ ସଂଗୀତ “ଉତ୍କଳ ଜନନୀ ମମତାମୟୀ” ସଂଗୀତ ଲୋକାର୍ପିତ ହୋଇଯାଇଛି। ଓଡିଶାର ଆଗ ଧାଡିର ୧୦ ଜଣ କଂଠଶିଳ୍ପୀ ଏହି ସଙ୍ଗୀତକୁ ଗାଇଛନ୍ତି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ବାବା ବଳିଆ ଯୋଗ ଦେଇଥିବା ବେଳେ ସମ୍ମାନୀତଅତିଥି୍ ଭାବେ ବିଶ୍ଵ ଓଡ଼ିଆ ଡକ୍ଟର ସୁରେନ୍ଦ୍ର ନାଥ ମହାପାତ୍ର ସଭାପତି ବିଶ୍ୱ ଓଡିଆ ମହାସଂଘ, ଶ୍ରୀ ଚୈତନ୍ୟ ପାଇକ ସଭାପତି ଓଡିଶା କଳାକାର ମହାସଂଘ, ଶୁଭଶ୍ରୀ ଦାଶ ସମାଜ ସେବିକା ତଥା ନିର୍ଦ୍ଦେଶିକା ଆଇଏସ୍ ଡି ଓ ସଂଗୀତ ନିର୍ଦ୍ଦେଶକ ପବିତ୍ର ପଟ୍ଟନାୟକ। ଏହି ସ୍ବତନ୍ତ୍ର ଗୀତ ଟିରେ କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ସତ୍ୟଜିତ୍ ଶଶାଂକ, ସ୍ୱୟମ୍ ପାଢୀ, ପିକେ, କୁମାର ଦିଲ୍ଲୀପ ଅନ୍ତରା ଚକ୍ରବର୍ତ୍ତୀ, ଜାଗ୍ରୁତି ମିଶ୍ର, ପ୍ରତିଭା ପ୍ରଧାନ, ସ୍ନେହା ବେବର୍ତ୍ତା ଓ ସସ୍ମିତା…
ନୂଆଦିଲ୍ଲୀ: କିଛି ସପ୍ତାହ ପୂର୍ବରୁ ସାମସଙ୍ଗ ଏହାର ନୂତନ ଏ-ସିରିଜ୍ ସ୍ମାର୍ଟଫୋନ୍ ଘୋଷଣା କରିଥିଲା। ଏହି ସେଗମେଣ୍ଟର ସବୁଠାରୁ ଶକ୍ତିଶାଳୀ ଫୋନ୍, ଗାଲାକ୍ସି A73 ଗାଲାକ୍ସି A53 ଏବଂ A33 ରେ ଯୋଗ ଦେଇଥିଲା କିନ୍ତୁ ଫୋନର ମୂଲ୍ୟ ଜଣାପଡି ନଥିଲା। ଭାରତ ପରି ନିର୍ଦ୍ଦିଷ୍ଟ ବଜାରରେ ଫୋନର ଉପଲବ୍ଧତା ମଧ୍ୟ ଏକ ରହସ୍ୟ ଥିଲା। ତେବେ ସାମସଙ୍ଗ ଇଣ୍ଡିଆ ବର୍ତ୍ତମାନ ନିଶ୍ଚିତ କରିଛି ଯେ ଗାଲାକ୍ସି ଏ 73 ଭାରତରେ ଉପଲବ୍ଧ ହେବ। ଏହି ଫୋନରେ ବର୍ତ୍ତମାନ ଏକ ଅଫିସିଆଲ୍ ପ୍ରାଇସ୍ ଟ୍ୟାଗ୍ ଅଛି। ତାହା ହେଲା ଫୋନର 8GB 128GB ଭାରିଆଣ୍ଟ 41,999 ଟଙ୍କାରେ ଏବଂ 8GB / 256GB ଭର୍ସନ 44,999 ଟଙ୍କାରେ ଉପଲବ୍ଧ ହେବ।
ଭୁବନେଶ୍ଵର: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଚାରିଟି ରାଜ୍ୟର ୫ଟି କୋଇଲା ଖଣିର ବାଣିଜ୍ୟିକ ନିଲାମ କରାଯାଇଛି। ଏଥିରେ ଓଡ଼ିଶାର ଦୁଇଟି କୋଇଲା ଖଣି- ଉତ୍କଳ ବି-୧ ଏବଂ ବି-୨ ରହିଛି। ଏହି ଦୁଇଟି ଖଣିକୁ ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡ୍ ନିଲାମ ସୂତ୍ରରେ ନେଇଛି। ଦୁଇଟି ଖଣିର ପିଆରସି କ୍ଷମତା ବା ସର୍ବାଧିକ କୋଇଲା ଉତ୍ପାଦନ କ୍ଷମତା ବାର୍ଷିକ ୮.୦୦୦ ନିୟୁତ ଟନ୍ ହୋଇଥିବା ବେଳେ ଏଥିରେ ମୋଟ୍ ୩୪୭.୦୮ ନିୟୁତ ଟନ୍ ଭୂଗର୍ଭ କୋଇଲା ଗଚ୍ଛିତ ହୋଇ ରହିଛି। ଖଣିର ପିଆରସି କ୍ଷମତାକୁ ଆଧାର କରି ଏହି ଦୁଇଟି ଖଣିରୁ ବାର୍ଷିକ ୧୧୦୭.୦୫ କୋଟି ଟଙ୍କାର ରାଜସ୍ୱ ଆୟ ହୋଇପାରିବ ବୋଲି ଅନୁମାନ କରାଯାଇଛି। ଦୁଇଟି ଖଣିରେ ୧୨୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ୧୦ ହଜାର ୮୧୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଓଡ଼ିଶାର ଦୁଇଟି ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ରର ଗୋଟିଏ…
Anushka Shetty : ବାହୁବଳି ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ତିନି ବର୍ଷ ପରେ ପୁଣି ଥରେ ବଡ ପରଦାକୁ ଆସୁଛନ୍ତି। ତାଙ୍କ ଅଭିନିତ ଚଳଚ୍ଚିତ୍ର ‘ନିଶାବାଦ’ ଆମାଜନ ପ୍ରାଇମ ଭିଡିଓରେ ୨୦୨୦ ରେ ମୁକ୍ତିଲାଭ କରିଥିଲା। ବର୍ତ୍ତମାନ ପ୍ରାୟ ତିନି ବର୍ଷ ପରେ ସେ ପରବର୍ତ୍ତୀ ସିନେମାକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ତେଲୁଗୁ ଚଳଚିତ୍ରର ନାମ କରଣ ଦିଆଯାଇ ନ ଥିଲେ ମଧ୍ୟ ପ୍ରଡକ୍ସନ-୧୪ ନାମରେ ସୁଟିଂ ଆରମ୍ଭ ହେବ। UV କ୍ରିଏସନ୍ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ର ଏପ୍ରିଲ୍ ୪ ରୁ ଆରମ୍ଭ ହେବାକୁ ଯାଉଛି। ଏଜେଣ୍ଟ ସାଇ ଶ୍ରୀନିବାସ ଆଥ୍ରେୟା ଏବଂ ଜାତି ରତ୍ନାଲୁଙ୍କ ଭଳି ଚଳଚ୍ଚିତ୍ରରେ ଅଭିନୟ ପାଇଁ ଜଣାଶୁଣା ଅଭିନେତା ନବୀନ ପଲିଶେଟି ଏହି ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତା ଭୂମିକାରେ ଅଭିନୟ କରିବେ। ଗତ ବର୍ଷ ଡିସେମ୍ବରରେ ନବୀନଙ୍କ ଜନ୍ମଦିନରେ ପ୍ରଡକ୍ସନ ନମ୍ବର ୧୪ ଘୋଷଣା କରାଯାଇଥିଲା। ସେବେଠାରୁ ଚଳଚ୍ଚିତ୍ର ବିଷୟରେ କୈଣସି ସୂଚନା…

