Author: Samikhsya Bureau

ଶ୍ରୀନଗର: ଆଜି ଶ୍ରୀନଗରର ରେନାୱାରୀ ଅଞ୍ଚଳରେ ଏକ ଏନକାଉଣ୍ଟରରେ ୨ ଜଣ ଲଶ୍କର-ଏ-ତୋଇବା ନିହତ ହୋଇଛନ୍ତି। ମୃତକ ଆତଙ୍କବଦୀଙ୍କ ମଧ୍ୟରୁ ଜଣଙ୍କ ପାଖରୁ ଏକ ମିଡିଆ ପରିଚୟ ପତ୍ର ଜବତ କରାଯାଇଛି। ଏ ସମ୍ପର୍କରେ କାଶ୍ମୀର ପୋଲିସ ସୂଚନା ଦେଇଛି। ପୋଲିସ୍ ଟ୍ୱିଟ୍ କରି ଲେଖିଛି ଯେ, ନିହତ ହୋଇଥିବା ପ୍ରତିବନ୍ଧିତ ସଂଗଠନ ଲସ୍କରର ଏକ ସ୍ଥାନୀୟ ଆତଙ୍କବାଦୀ ପାଖରେ ମିଡିଆ ପରିଚୟ ପତ୍ର (ଆଇଡି) ରହିଛି। ଏହା ଗଣମାଧ୍ୟମର ଅପବ୍ୟବହାରର ଏକ ସ୍ପଷ୍ଟ ମାମଲା ଦେଖାଯାଉଛି। ବୁଧବାର ଦିନ ଶ୍ରୀନଗରର ରେନାୱାରୀ ଅଞ୍ଚଳରେ ଘଟିଥିବା ଏକ ଏନକାଉଣ୍ଟରରେ ଦୁଇଜଣ ଲଶ୍କର-ଇ-ତୋଇବା ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଦୁଇ ଆତଙ୍କବାଦୀ ସାଧାରଣ ନାଗରିକଙ୍କ ହତ୍ୟା ସମେତ ଅନେକ ଆତଙ୍କବାଦୀ ଅପରାଧରେ ଜଡିତ ଅଛନ୍ତି। ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସାମଗ୍ରୀ ଜବତ କରାଯାଇଛି ବୋଲି ପୋଲିସ କହିଛି।

Read More

ନୂଆଦିଲ୍ଲୀ: କରୋନା ଭାଇରସ୍ ପୁଣି ଥରେ ବିଶ୍ୱକୁ ଭୟଭୀତ କରୁଛି। ୟୁରୋପରୁ ଜାପାନ ପର୍ଯ୍ୟନ୍ତ, କରୋନାର ଓମିକ୍ରନ୍ ଭାରିଆଣ୍ଟ ଲୋକମାନଙ୍କୁ ଅତି ଶୀଘ୍ର ସଂକ୍ରମଣ କରୁଛି, ବିଶେଷକରି ଚାଇନାରେ ଯେଉଁଠାରୁ କରୋନା ମହାମାରୀ ଆରମ୍ଭ ହୋଇଥିଲା। ମଙ୍ଗଳବାର ଦିନ ସାଂଘାଇରେ ରେକର୍ଡ ସଂଖ୍ୟକ ମାମଲା ଦେଖାଦେଇଛି। ସେହି ସହରରେ ମୋଟ ୪ ହଜାର ୪୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାଂଘାଇ ଏହାର ବିଳାସପୂର୍ଣ୍ଣ କୋଠା, ଚମତ୍କାର ରାସ୍ତା ପାଇଁ ଜଣାଶୁଣା। ସାଂଘାଇକୁ ଏକ ବିଶ୍ୱ ଆର୍ଥିକ ହବ୍ ମଧ୍ୟ କୁହାଯାଏ, କିନ୍ତୁ ଆଜିକାଲି ସାଂଘାଇ ବଡ ଅସୁବିଧାରେ ଅଛି। ସାଂଘାଇର ରାସ୍ତାଗୁଡ଼ିକ ନିଛାଟିଆ ଏବଂ ପ୍ରାୟ ୨୦୬ ନିୟୁତ ଲୋକ ସେମାନଙ୍କ ଘରେ ବନ୍ଦ ହୋଇ ରହିଛନ୍ତି। କରୋନା ର ନୂଆ ତରଙ୍ଗ ହେତୁ ଏହା ଘଟିଛି। ଚାଇନାରେ ଦ୍ରୁତ ଗତିରେ ବ୍ୟାପିଥିବା ଓମିକ୍ରନ୍ ଯୋଗୁଁ, ସାଂଘାଇରେ କଡା ଲକ୍ଡାଉନ୍ ଲାଗୁ କରାଯାଇଛି, ଲୋକଙ୍କୁ କେବଳ କରୋନା ପରୀକ୍ଷା ପାଇଁ…

Read More

ଭୁବନେଶ୍ୱର: ଇଣ୍ଡିଆନ୍ ନ୍ୟାସନାଲ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ କଲ୍‌ଚରାଲ ହେରିଟେଜ (ଇନ୍‌ଟାକ୍‌) ଭୁବନେଶ୍ୱର ଶାଖା ପକ୍ଷରୁ ସ୍ଥାନୀୟ ଧଉଳି ଶାନ୍ତି ସ୍ତୁପ ପାଦଦେଶରେ ଥିବା ଧଉଳି ଗାର୍ଡେନଠାରେ ‘ମାତୃଭାଷାର ସ୍ଥିତି’ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଭାଷାବିତ୍‌, ସମାଜ ବିଜ୍ଞାନୀ ଏବଂ ଲେଖକ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗଦେଇ ସାମ୍ପ୍ରତିକ ସମୟରେ ମାତୃଭାଷାର ସ୍ଥିତି ସମ୍ପର୍କରେ ବ୍ୟାଖ୍ୟାନ ସହ ଏହି ବିଷୟ ଉପରେ ଆଲୋକପାତ କରିଥିଲେ ଏବଂ ଏ କ୍ଷେତ୍ରରେ ସ୍ୱୀକୃତି ଓ ଗବେଷଣାର ଗୁରୁତ୍ୱ ରହିଥିବା ଦୋହରାଇଥିଲେ। ଏହି ଅବସରରେ ପ୍ରକାଶ କରି ଡ. ବସନ୍ତ କୁମାର ପଣ୍ଡା, ନିର୍ଦ୍ଦେଶକ, ସେନ୍ଟର୍ ଅଫ୍ ଏକ୍ସେଲେନ୍ସ ଫର୍ ଷ୍ଟଡିଜ ଇନ୍ କ୍ଲାସିକାଲ ଓଡ଼ିଆ, ସିଆଇଆଇଏଲ୍‌, ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର ସ୍ଥାନୀୟ ଭାଷା ସାହିତ୍ୟ ସମ୍ପର୍କରେ ସ୍ମୃତିଚାରଣ କରିବା ସହିତ ଓଡ଼ିଶା ତଥା ଦେଶର ବିଭିନ୍ନ ଭାଗରେ ପ୍ରଚଳିତ ମାତୃଭାଷାକୁ…

Read More

ଭୁବନେଶ୍ବର: ଗତକାଲି ରାଜ୍ୟରେ ୩୭ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୨ ବାଲେଶ୍ଵର ଜିଲ୍ଲାରୁ- ୩ ବଲାଙ୍ଗୀରି ଜିଲ୍ଲାରୁ- ୨ କଟକ ଜିଲ୍ଲାରୁ- ୪ ଦେବଗଡ ଜିଲ୍ଲାରୁ- ୧ ଗଜପତି ଜିଲ୍ଲାରୁ- ୫ ଯାଜପୁର ଜିଲ୍ଲାରୁ- ୩ ଖୋର୍ଦ୍ଧା ଜିଲ୍ଲାରୁ- ୧୪ ମୟୂରଭଞ୍ଜ ଜିଲ୍ଲାରୁ- ୪ ସମ୍ବଲପୁର ଜିଲ୍ଲାରୁ- ୩ ସୁନ୍ଦରଗଡ ଜିଲ୍ଲାରୁ- ୧୫ ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୬୦୮ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୮ ହଜାର ୩୫ ଏବଂ ବର୍ତ୍ତମାନ…

Read More

ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥ୍‌ଲେଟିକ୍ସ ହାଇ ପରଫର୍‌ମାନ୍ସ ସେଂଟର (ଏଚ୍‌ପିସି)ର ଆଥ୍‌ଲେଟମାନେ ଗତ ସପ୍ତାହରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପରଫର୍‌ମାନ୍ସ ଗ୍ରେଡେଡ ରେସ୍ ସିରିଜ୍‌ର ଫାଇନାଲରେ ଉଲ୍ଲେଖନୀୟ ଭାବରେ ୧୭ଟି ବ୍ୟକ୍ତିଗତ ଶ୍ରେଷ୍ଠ (ପିବି) ସମୟ ହାସଲ କରିଛନ୍ତି। ପରଫର୍‌ମାନ୍ସ ଗ୍ରେଡେଡ ରେସ୍ ଭଳି ଅନନ୍ୟ ଚିନ୍ତାଧାରାକୁ ଏଚ୍‌ପିସି ମୁଖ୍ୟ କୋଚ୍ ଜେମ୍ସ ହିଲିଅର୍ ପ୍ରଚଳନ କରିଥିଲେ, ଯାହା ଚିରାଚରିତ ଅଭ୍ୟାସ ଧାରାରୁ ଯଥେଷ୍ଟ ଭିନ୍ନ ଅଟେ। ଏଥିରେ ଆଥ୍‌ଲେଟମାନେ ବୟସ ଓ ଲିଙ୍ଗ ନିର୍ବିଶେଷରେ ସମ୍ପୂର୍ଣ୍ଣ ଭାବରେ ସେମାନଙ୍କର ନିଜସ୍ୱ ସମୟ ଭିତିରେ ପରସ୍ପର ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତି। ଏହି କ୍ରୀଡା କାର୍ଯ୍ୟକ୍ରମରେ ମୋଟ ୩୦ଟି ବ୍ୟକ୍ତିଗତ ଇଭେନ୍ଟ ଆୟୋଜିତ ହୋଇଥିଲା ଏବଂ ସେଥିରେ ସମଗ୍ର ରାଜ୍ୟରୁ ଆଥ୍‌ଲେଟମାନେ ଏଚ୍‌ପିସିର ଆଥଲେଟମାନଙ୍କ ସହିତ ସାମିଲ ହୋଇ ଉଚ୍ଚ ମାନର ପ୍ରତିଯୋଗିତା ପ୍ରଦର୍ଶନ କରିଥିଲେ, ଯାହା “ଆଥ୍‌ଲେଟମାନେ ଉତ୍କର୍ଷ ହାସଲ କରିବାକୁ ଏକ ସ୍ଫୁର୍ତିଶୀଳ, ଶକ୍ତିପ୍ରଦ ପରିବେଶ’ ବୋଲି ହିଲିଅର୍ ବର୍ଣ୍ଣନା କରିଛନ୍ତି। ପ୍ରଥମ…

Read More

ନୂଆଦିଲ୍ଲୀ: ମହିଳାମାନଙ୍କ ନିମନ୍ତେ ଆଇନ୍ ସହାୟତାକୁ ଆହୁରି ଅଧିକ ସୁଲଭ କରିବା ନିମନ୍ତେ, ରାଷ୍ଟ୍ରୀୟ ମହିଳା ଆୟୋଗ (ଏନ୍‌ଏସ୍‌ଡବ୍ଲ୍ୟୁ) ଦିଲ୍ଲୀ ରାଜ୍ୟ ଆଇନ୍ ସେବା ପ୍ରାଧିକରଣ (ଡିଏସ୍‌ଏଲ୍‌ଏସ୍‌ଏ)ର ସହଯୋଗରେ ଏକ ଆଇନ୍ ସହାୟତା କ୍ଲିନିକ୍ ଆରମ୍ଭ କରିଛି, ଯାହା ମହିଳା ମାନଙ୍କର ଅଭିଯୋଗ ଗୁଡିକର ସମାଧାନ ନିମନ୍ତେ ମହିଳାମାନଙ୍କୁ ସିଙ୍ଗଲ୍ ୱିଣ୍ଡୋ/ ଗୋଟିଏ ସ୍ଥାନରେ ମାଗଣାରେ ଆଇନ୍ ସହାୟତା ପ୍ରଦାନ କରି ସୁଚାରୁ ରୂପେ କାର୍ଯ୍ୟ କରିବ। ରାଷ୍ଟ୍ରୀୟ ମହିଳା ଆୟୋଗ ଅନ୍ୟନ୍ୟ ରାଜ୍ୟ ମହିଳା ମହିଳା ଆୟୋଗ ଗୁଡିକରେ ଏହି ଭଳି ଆଇନ୍ ସେବା କ୍ଲିନିକ୍ ସ୍ଥାପନ କରିବା ନିମନ୍ତେ ଯୋଜନା ପ୍ରସ୍ତୁତ କରୁଛି। ନୂଆଦିଲ୍ଲୀରେ ରହିଥିବା ଆୟୋଗର କାର୍ଯ୍ୟାଳୟରୁ ଆଇନ୍ ସହାୟତା କ୍ଲିନିକ୍ ସଂଚାଳିତ ହେବ। କୌଣସି ବି ମହିଳା ଏହି କ୍ଲିନିକ୍‌ରେ ନିଃଶୁଳ୍କ ଆଇନ୍ ସେବା ଏବଂ ପରାମର୍ଶ ପାଇବାର ସୁବିଧା ନିମନ୍ତେ ସକ୍ଷମ ହେବେ, ଯେଉଁଠାରେ ଡିଏସ୍‌ଏଲ୍‌ଏସ୍‌ଏର ପ୍ୟାନେଲ୍‌ରେ ଥିବା ଆଇନ୍ ସେବା ଅଧିବକ୍ତା ମହିଳାମାନଙ୍କୁ…

Read More

ବ୍ରହ୍ମପୁର: ପୌର ନିର୍ବାଚନରେ ସାରା ଓଡିଶାରେ ବିଜେଡିର ଏକ ଐତିହାସିକ ସଫଳତା ହାସଲ କରିଛି। ହେଲେ ଦୁଃଖର କଥା ବିଜେଡିର ବରିଷ୍ଠ ନେତା ତଥା ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପାଇଁ ଏହା ଆଣିଛି ବଡ ଝଟକା। କାରଣ ଦିଗପହଣ୍ଡିରେ ବିଜେଡି ହାରିଯାଇଛି। ଫଳରେ ସେଠାର ରାଜନୀତିରେ ସୂର୍ଯ୍ୟ ଅସ୍ତ ହୋଇଗଲେ ବୋଲି ପ୍ରମାଣିତ ହୋଇଛି। ଚଳିତ ପୌର ନିର୍ବାଚନରେ ଏହି ଅଞ୍ଚଳର ପୌର ଅଧ୍ୟକ୍ଷ ଆସନ ହାତେଇ ନେଇଛି ହାତ। କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ ପଣ୍ଡା ଏଥର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେତିକି ନୁହେଁ, ଦିଗପହଣ୍ଡିର ୧୧ ଟି କାଉନିସଲରୁ ୬ ଟିରେ କଂଗ୍ରେସ ବିଜୟ ଲାଭ କରିଛି। ବିଜେଡ଼ି ୫ ଗୋଟି ଆସନ ଦଖଲ କରିଛି। ଦିଗପହଣ୍ଡିରେ ଅଧ୍ୟକ୍ଷ ପାଇଁ ବିଜେଡିରୁ ଛିଡା ହୋଇଥିଲେ ଭି . ରବିନାରାୟଣ ରାଜୁ। ହେଲେ ତାଙ୍କୁ କଂଗ୍ରେସର ପ୍ରଫୁଲ…

Read More

ଚାଣକ୍ୟ ନୀତି: ସାଂସାରିକ ସମସ୍ୟାର ସମାଧାନ ପାଇଁ ପରିଶ୍ରମ କରୁଥିବା ଗୃହକର୍ତ୍ତାଙ୍କ ବିଶ୍ରାମ ସ୍ଥାନ ତିନୋଟି। ଏହି ତିନୋଟି ସ୍ଥାନରେ ସେ ଅପାର ଆନନ୍ଦ ହାସଲ କରିଥାଏ। ସେହି ତିନୋଟି ସ୍ଥାନ ହେଲା ପତ୍ନୀ, ସନ୍ତାନ ଏବଂ ସଂପର୍କୀୟଙ୍କ ସଂଗତି। ସେ ଯେତେ ପରିଶ୍ରମ କରିଥିଲେ ମଧ୍ୟ ଏହି ତିନୋଟି ସ୍ଥାନରେ ସେ ଆନନ୍ଦ ଅନୁଭବ କରେ। ସେଥିପାଇଁ କାମଦାମ ସାରି ସମସ୍ତେ ଘର ମୁହାଁ ଏଇଥି ପାଇଁ ହୋଇଥାନ୍ତି। ସାଧାରଣତଃ ଯେଉଁମାନେ ବାହାରେ ଚାକିରୀ କରିଥାନ୍ତି, ସେମାନେ ଶନିବାର ଦିନ ଘରକୁ ଆସିବା ପାଇଁ ବ୍ୟାକୁଳ ହୋଇଥାନ୍ତି। କାରଣ ହେଲା ଏହି ତିନୋଟି ସ୍ଥାନରେ ତାଙ୍କୁ ଶାନ୍ତି ମିଳିଥାଏ। ସବୁ ଦୁଃଖ ଏବି ସବୁ ମାନସିକ ଅଶାନ୍ତି ଏହି ତିନୋଟି ସ୍ଥାନରେ କୁଆଡେ ମିଳାଇ ଯାଇଥାଏ।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ସେଠାରେ ସେ ଓଡିଶାର ବିକାଶ ସଂପର୍କରେ କେନ୍ଦ୍ର ମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ। ହେଲେ ଆଶ୍ଚର୍ଯ୍ୟର କଥା ଏପଟେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଧଡକନ ଆରମ୍ଭ ହୋଇଗଲାଣି। ଏହାର କାରଣ ହେଲା ଯେ, ନବୀନବାବୁ ନୂଆଦିଲ୍ଲୀରୁ  ଫେରିବା ପରେ ମନ୍ତ୍ରୀମଣ୍ଡଳ ଅଦଳବଦଳ କରିବେ। ନବୀନ ପଟ୍ଟନାୟକ ଏହି ପାଳିରେ ମନ୍ତ୍ରୀ ମଣ୍ଡଳ ଆଦୌ ଅଦଳବଦଳ କରି ନାହାଁନ୍ତି। ତେଣୁ ଦିଲ୍ଲୀରୁ ଫେରିବା ପରେ ଏହା କରାଯିବ ବୋଲି ସଚିବାଳୟ କରିଡୋରରେ ଆଲୋଚନା ଆରମ୍ଭ ହୋଇଯାଇଛି। ନବୀନ ଅନେକ ସମୟରେ ନୂଆଦିଲ୍ଲୀ ଗସ୍ତରୁ ଆସିବା ପରେ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ କରିଥାନ୍ତି। ସେଥିପାଇଁ ଏହି ଚର୍ଚ୍ଚା ବେଶ ଜୋର ଧରିଛି। ବର୍ତ୍ତମାନ ରାଜ୍ୟର ପଞ୍ଚାୟତ ଓ ପୌର ନିର୍ବାଚନ ଶେଷ ହୋଇଯାଇଛି। ଏଥିରେ ବିଜେଡି ବେଶ ସଫଳତା ମଧ୍ୟ ହାସଲ କରିଛି। ତେଣୁ ବର୍ତ୍ତମାନ ସଂଗଠନ ସଜାଡିବା କାମ ଆରମ୍ଭ ହେବ।…

Read More

ମେଷ:– ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ। ପ୍ରିୟଜନ, ଆତ୍ମନିର୍ଭରଶୀଳତା ଏବଂ ସାଙ୍ଗମାନଙ୍କ ସହିତ ସାମାଜିକ କାର୍ଯ୍ୟ କରିବାରେ ପୁରା ଦିନ ଅତିବାହିତ ହେବ। ବନ୍ଧୁମାନେ ଉପକୃତ ହେବେ ଏବଂ ସେମାନଙ୍କ ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ। ବୃଷ:– ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆଜି ଆପଣ ନୂତନ କାର୍ଯ୍ୟଗୁଡ଼ିକର ଆୟୋଜନ କରିବେ। ଅମଲାତନ୍ତ୍ର ଏବଂ ବ୍ୟବସାୟୀଙ୍କ ପାଇଁ ଆଜି ଏକ ଭଲ ଦିନ। ଉଚ୍ଚ ପଦାଧିକାରୀଙ୍କ ଉଚ୍ଚ ପ୍ରୋଫାଇଲ୍ ରହିବ। ପୁରୁଣା ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ। ପଦୋନ୍ନତି ଅର୍ଥନୈତିକ ଲାଭ ଆଣିପାରେ। ମିଥୁନ:– ଆଜି ଆପଣଙ୍କ ପାଇଁ ମାନସିକ ଦ୍ୱନ୍ଦ୍ୱ ଏବଂ ଜଟିଳତାର ଦିନ। ସମସ୍ତଙ୍କ ଶରୀର, ମନ ଏବଂ ଧନରେ ବାଧା ଆସିବ। ଆଜି କୈଣସି କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ଏବଂ ପ୍ରତିଯୋଗୀମାନଙ୍କ ସହିତ କୈଣସି ପ୍ରକାର ଆଲୋଚନାରୁ ଦୂରେଇ ରୁହନ୍ତୁ। କର୍କଟ:– ଆଜି, ଆପଣଙ୍କର ଦିନ ପ୍ରତିକୂଳ ପରିସ୍ଥିତିରେ ପରିପୂର୍ଣ୍ଣ।…

Read More

ସୀତାରାମ ଅଗ୍ରୱାଲ ନାଚୁଣୀ: ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ମୋରାମରି ପଞ୍ଚାୟତ ସଳପଡିହ ବିଟ ହାଉସ ପରିସରରେ ଜଙ୍ଗଲ ନିଆଁ ଲଗାନ୍ତୁ ନାହିଁ ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନିୟ ସରପଞ୍ଚ ବସନ୍ତ ମାଳି ମୁଖ୍ୟଅତିଥି, ସମିତି ସଭ୍ୟ ରତ୍ନାକର ପ୍ରଧାନ, ସାମାଜିକ କର୍ମୀ ଏସ କେ ଆବିଦ, ସୁକାନ୍ତ ନାୟକ, ହର୍ଷକଶ୍ୟପ ସୁଆର, ଅଭିଜିତ ବିଶ୍ବାଳ, ପରିବେଶବିତ ଧନେଶ୍ବର ବିଧାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ବରୋପ କରିଥିଲେ। ପ୍ରତ୍ୟେକ ବ୍ୟକ୍ତି ଚାରାଟିଏ ରୋପଣ ଲାଗି ଅତିଥି ମାନେ ଆହ୍ବାନ ଦେଇଥିଲେ। ଯୁବ ସାମ୍ବାଦିକ ତଥା ସମାଜସେବୀ ପ୍ରଭାତ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ, ଜଙ୍ଗଲ ସୁରକ୍ଷା ଆମ ଦାୟିତ୍ଵ। ଜଙ୍ଗଲ ସୁରକ୍ଷିତ ରହିଲେ, ଆମେ ସୁରକ୍ଷିତ ରହିବା। ଜଙ୍ଗଲ ସୁରକ୍ଷା ସହ ଜଙ୍ଗଲ ନିଆ ନିୟନ୍ତ୍ରଣ ଜରୁରୀ।…

Read More

ସୀତାରାମ ଅଗ୍ରୱାଲ ବାଣପୁର: ମେଡିକାଲରୁ ସୁସ୍ଥ ହୋଇ ଚିଲିକା ବିଧାୟକ ପୁଣି ବାଣପୁର ସବ ଜେଲକୁ ଫେରିଛନ୍ତି। ଆଜି ରାତି ୯.୪୫ ମିନିଟ ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେ ପୁଣି ବାଣପୁର ଉପ କାରାଗାରକୁ ଫେରିଥିବାର ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ ବିଧାୟକଙ୍କୁ ବାଣପୁର ଉପ କାରାଗାର ନିଆଯାଇଛି। ସୂଚନା ଥାଉ କି ଗତକାଲି ମଧ୍ୟରାତ୍ରିରେ ଚିଲିକା ବିଧାୟକ ଅସୁସ୍ଥତା ଅନୁଭବ କରିବାରୁ ବାଣପୁର ମେଡିକାଲ ଅଧିକାରୀଙ୍କ ପରାମର୍ଶ କ୍ରମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଆଜି ସେଠାରେ ଚିକିତ୍ସିତ ହେବା ପରେ ବିଧାୟକଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବାରୁ ତାଙ୍କୁ ପୁନଶ୍ଚ ଜେଲ ପ୍ରଶାସନ ବାଣପୁର ସବ ଜେଲକୁ ପଠାଯାଇଛି।

Read More

ଭୁବନେଶ୍ବର: ଆଜି ଭୁବନେଶ୍ବର ଆଇଜି ପାର୍କ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ସ୍ବଗି ଡେଲିଭରି ବଏ ଜଣେ ଯୁବତୀଙ୍କୁ ପିଟୁଥିବାରୁ ଦେଖିବାକୁ ମିଳିଛି।  ଘଟଣାଟି ଯାହା ଥିଲା ତାହା ବଡ ହାସ୍ୟସ୍ପଦ।ସେଠାରେ ଥିବା ଦେଖଣା ହାରି ଯୁତୀକୁ ସାହାଯ୍ୟ କରିବା ପାଇଁ ନ ଆସି ବାଡବାଡ ବୋଲି କହୁଥିଲେ। ତେବେ ଘଟଣାଟି ହେଲା ଦୁଇ ପ୍ରେମୀଯୁଗଳ କଥାବାର୍ତ୍ତା ମଧ୍ୟରେ ଝଗଡା କଲେ। ସେମାନଙ୍କ ଝଗଡା ଦେଖି ସେହି ବାଟରେ ଯିଏ ଯାଉଥିଲା ଟିକିଏ ଅନାଉଥିଲା। ହେଲେ କେହି ପାଟି ଖୋଲୁ ନ ଥିଲେ କି ତାଙ୍କୁ କେହି ବୁଝାଉ ନ ଥିଲେ। ହେଲେ ସେହି ପରିସ୍ଥିତି ଅଧିକ ଜଟିଳ ହେଉଥିବାର ଦେଖି ସେହି ବାଟରେ ଯାଉଥିବା ସ୍ବିଗ ଜେଲିଭରୀ ବଏ ସେମାନଙ୍କୁ ବୁଝାଇବାକୁ ଚେଷ୍ଠା କରୁଥିଲା। ହେଲେ ଯୁବତୀ ଜଣଙ୍କ ତାଙ୍କୁ ଅଭଦ୍ରାମୀ କରିବାରୁ ସ୍ବଗି ଡେଲିଭରୀ ବଏ ରାଗିଯାଇ ଯୁବତୀଙ୍କୁ ପିଟିବାକୁ ଲାଗିଲେ।

Read More

ଭୁବନେଶ୍ଵର: ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରା) ପକ୍ଷରୁ ଆଜି 2019-20 ଏବଂ 2020-21 ବର୍ଷ ପାଇଁ ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରିଥିବା ରେଳବାଇ କର୍ମଚାରୀମାନଙ୍କ ପିଲାମାନଙ୍କୁ ସମ୍ବର୍ଦ୍ଧନା କରାଯାଇଅଛି। ସେହିଭଳି, ପୂର୍ବତଟ ରେଳପଥର ଉତ୍ସର୍ଗୀକୃତ ମହିଳା କର୍ମଚାରୀମାନଙ୍କୁ ମଧ୍ୟ ସେମାନଙ୍କର ଉତ୍ସର୍ଗୀକୃତ ଓ ନିଷ୍ଠାପର ସେବା ପାଇଁ ସମ୍ମାନିତ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦାନ କରି ପୂର୍ବତଟ ଓ ଦକ୍ଷିଣ ପୂର୍ବ ରେଳପଥର ମହାପ୍ରବନ୍ଧକ ତଥା ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନର ଅଧ୍ୟକ୍ଷ୍ୟା ସୁଶ୍ରୀ ଅର୍ଚନା ଯୋଶୀ କୃତି ଛାତ୍ରଛାତ୍ରୀ ଏବଂ ମହିଳା କର୍ମଚାରୀ ମାନଙ୍କୁ ସମ୍ମାନିତ କରିବା ସହିତ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ମହିଳା କଲ୍ୟାଣ ସଂଗଠନର ସଦସ୍ୟା ମାନେ ମଧ୍ୟ ଉପସ୍ଥିତ ରହି ସମ୍ବର୍ଦ୍ଧନା ସଭାକୁ ପରିଚାଳନା କରିଥିଲେ।

Read More

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଆସାମ ଏବଂ ମେଘାଳୟ ମଧ୍ୟରେ ସୀମା ବିବାଦର ସମାଧାନ ଲାଗି ଏକ ଐତିହାସିକ ରାଜିନାମା ସ୍ୱାକ୍ଷରିତ ହୋଇଛି। ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ସରମା ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ ଶ୍ରୀ କୋନରାଡ ସାଙ୍ଗମା ଏହି ରାଜିନାମାରେ ସ୍ୱାକ୍ଷର କରିଥିଲେ। ଆନ୍ତଃରାଜ୍ୟ ସୀମା ବିବାଦର ମୋଟ୍‌ ୧୨ଟି କ୍ଷେତ୍ର ମଧ୍ୟରୁ ୬ଟି କ୍ଷେତ୍ରରେ ବିବାଦର ସମାଧାନ ଲାଗି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ରାଜିନାମା ଅଧୀନରେ ସହମତ ହୋଇଛନ୍ତି। ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ଉତ୍ତର ପୂର୍ବାଞ୍ଚଳ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପକୁ ସାକାର କରିବା ଦିଗରେ ଏହି ରାଜିନାମା ଏକ ମାଇଲଖୁଣ୍ଟ। ଏହି ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ଆସାମ ସରକାର ଏବଂ ମେଘାଳୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରାଜିନାମା ଅବସରରେ କହିଥିଲେ ଯେ, ବିବାଦମୁକ୍ତ ଉତ୍ତର…

Read More

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି (ମାର୍ଚ୍ଚ ୨୯, ୨୦୨୨) ନୂଆଦିଲ୍ଲୀ ଠାରେ ତୃତୀୟ ଜାତୀୟ ଜଳ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତିଙ୍କ କରକମଳରେ ଜଳ ଶକ୍ତି ଅଭିଯାନ: କ୍ୟାଚ୍‌ ଦ ରେନ୍‌ କ୍ୟାମ୍ପେନ୍‌ (ବର୍ଷା ଜଳ ସଂରକ୍ଷଣ ଅଭିଯାନ) ୨୦୨୨ର ଶୁଭାରମ୍ଭ କରାଯାଇଥିଲା। ଏହି ଉପଲକ୍ଷେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ, ଆମ ଦୈନନ୍ଦିନ ଜୀବନ ଏବଂ ପୃଥିବୀ ପାଇଁ ଜଳର ଜରୁରି ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିବାର ଲକ୍ଷ୍ୟ ନେଇ ଜଳ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତୀୟ ଜଳ ପୁରସ୍କାର ପ୍ରଦାନ କରାଯାଉଛି। ଏଥିସହିତ ଜଳ ସଂରକ୍ଷଣ ଅଭିଯାନର ସମ୍ପ୍ରସାରଣ ହୋଇଛି। ଏପରି ଉଦ୍ୟମ ବାସ୍ତବରେ ପ୍ରଶଂସନୀୟ ବୋଲି ରାଷ୍ଟ୍ରପତି କହିଥିଲେ। ସେ ଆହୁରି କହିଥିଲେ ଯେ, ଜଳ ଶକ୍ତି ଅଭିଯାନ: କ୍ୟାଚ୍‌ ଦ ରେନ୍‌ କ୍ୟାମ୍ପେନ୍‌ ୨୦୨୨ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ତାଙ୍କ ପାଇଁ ଖୁସିର ବିଷୟ। ଅଭିଯାନର ଚଳିତ…

Read More

ଖୋର୍ଦ୍ଧା: ଗତ ଚାରି ଦିନ ତଳେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ମୁକୁନ୍ଦପ୍ରସାଦ ଓଭରବ୍ରିଜ ଠାରେ ବିବେକ ପ୍ରସାଦ ଡୁମୁରି ନାମକ ବ୍ୟକ୍ତିଙ୍କ ନିକଟରୁ ତିନି ଜଣ ଦୁର୍ବୁତ୍ତ ଛୁରା ଦେଖାଇ ୩୮ ହଜାର ଟଙ୍କା ଏବଂ ଦୁଇ ଗୋଟି ମୋବାଇଲ ଫୋନ ଲୁଟିନେଇଥିବାର ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ପୋଲିସ କେଶ ନମ୍ବର ୧୪୪/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତେବେ ଉକ୍ତ ଲୁଟରେ ସମ୍ପୃକ୍ତ ଥିବା ବାପି ପତ୍ରାଣ୍ଡ ନାମକ ଜଣେ ଅଭିଯୁକ୍ତକୁ ଲୁଟର ପରବର୍ତ୍ତୀ ଦିନ ପୋଲିସ ଗିରଫ କରିଥିଲା ଏବଂ ସମ୍ପୃକ୍ତ ଅଭିଯୁକ୍ତ ଏହି ଲୁଟରେ ସାମିଲ ଥିବା ଅନ୍ୟ ଲୁଟେରାଙ୍କ ନାମ ମଧ୍ୟ ପୋଲିସକୁ କହିଥିଲା। ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି, ଏସଡିପିଓ ସୁଶୀଲ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଏବଂ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ ପଟ୍ଟନାୟକଙ୍କ…

Read More

ନୂଆଦିଲ୍ଲୀ: ଘରୋଇ ବଜାରରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଉପଲବ୍ଧତା ବଢ଼ାଇବା ଏବଂ ମୂଲ୍ୟ ସ୍ଥିର ରଖିବା ଲାଗି କେନ୍ଦ୍ର ସରକାର ଆଉ ଏକ ସକ୍ରିୟ ତଥା ତତ୍ପରତାପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଉ ଗୋଟିଏ ବର୍ଷ ପର୍ଯ୍ୟନ୍ତ, ଅର୍ଥାତ୍‌ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ‘ମୁକ୍ତ ବର୍ଗ’ରେ ହରଡ଼ ଏବଂ ବିରି ଡାଲି ଆମଦାନୀ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସଂକ୍ରାନ୍ତରେ ଆଜି ଏକ ବିଜ୍ଞପ୍ତି ଜାରି ହୋଇଛି। ଏହି ନିଷ୍ପତ୍ତି ଫଳରେ ଆଗାମୀ ୨୦୨୨-୨୩ ଆର୍ଥିକ ବର୍ଷରେ ହରଡ଼ ଓ ବିରି ଡାଲିର ଆମଦାନୀ ନୀତି ପରିଚାଳନାକୁ ନେଇ ରହିଥିବା ଆକଳନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏହା ମଧ୍ୟ ଏକ ସ୍ଥିର ନୀତିଗତ ବ୍ୟବସ୍ଥାର ସଙ୍କେତ ଦେଉଛି ଯାହାକି ସବୁ ଅଂଶୀଦାରମାନଙ୍କୁ ଲାଭାନ୍ବିତ କରିବ। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଫଳରେ ଘରୋଇ ବଜାରରେ ଏସବୁ ଡାଲିର ଉପଲବ୍ଧତା ବଢ଼ାଇବା ପାଇଁ ବାଧାମୁକ୍ତ ଆମଦାନୀ ସୁନିଶ୍ଚିତ ହେବ। ଯାହାଫଳରେ…

Read More

ଭୂବନେଶ୍ୱର: ରାଜ୍ୟ ସରକାର ମାର୍ଚ୍ଚ ୨୯ ତାରିଖକୁ ‘ପାଇକ ବିଦ୍ରୋହ ଦିବସ’ ଭାବେ ଘୋଷଣା କରିବା ସହିତ ରାଜ୍ୟବ୍ୟାପୀ ପାଳନ କରିବା ଏବଂ ଖୁବ୍ ଶୀଘ୍ର ‘ପାଇକ ଆଖଡ଼ା’କୁ ରାଜ୍ୟ କ୍ରୀଡ଼ାର ମାନ୍ୟତା ଦେବାକୁ ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ଦାବି କରିଛନ୍ତି। ପାଇକ ଦିବସ ପାଳନ ଅବସରରେ ‘ବକ୍ସି ଜଗବନ୍ଧୁ’ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ପାଇକ ଦିବସ ପାଳିତ ହୋଇଯାଇଛି। କିନ୍ତୁ ଦୁଃଖ ଓ ପରିତାପର ବିଷୟ କେନ୍ଦ୍ର ସରକାରଙ୍କ ରାଜନୈତିକ ମନୋଭାବ ପାଇଁ ଆଜି ପାଇକ ବିଦ୍ରୋହ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପାଇବାରୁ ବଞ୍ôଚତ ହୋଇଛି। ନିଜ ମାତୃଭୂମିର ସୁରକ୍ଷା ପାଇଁ ଯେଉଁ ପାଇକ ଢାଲ, ତରବାରୀ ଗର୍ଜି ଉଠିଥିଲା, ଠିକ୍ ଆଜି ମଧ୍ୟ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ସହିତ ‘ପାଇକ ରେଜିମେଣ୍ଟ’ ଗଠନ ଦାବିରେ ଆଉ ଏକ ପାଇକ ବିଦ୍ରୋହକୁ…

Read More

ଭୁବନେଶ୍ବର: ଆଜି ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଛି। ପାଞ୍ଚୋଟି ସହରର ତାପମାତ୍ରା 41 ଡିଗ୍ରୀ ଉପରେ ରହିଛି।ସେହି ସହରଗୁଡିକ ହେଲା ବାରିପଦା, ଟିଟିଲାଗଡ, ବଲାଙ୍ଗୀର ସୋନପୁର ଏବଂ ବୌଦ୍ଧ। ଆଜି ବିଭିନ୍ନ ସହରର ତାପମାତ୍ରା ହେଲା ସେହିପରି ଦୁଇଟି ସହରର ତାପମାତ୍ରା 40 ଡିଗ୍ରୀ ରହିଛି।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ବ୍ରାହ୍ମଣ୍ଡି ଛକରେ ଟାୟାର ଫାଟି ଗୋଟିଏ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଯୋଗୁଁ ୪ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ରହିଛି। ଆହତଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଜଟଣୀ ଅଂଚଳର ଏକ ପରିବାର ଚିଲିକା ଭ୍ରମଣରେ ଆସିଥିଲେ। ଭ୍ରମଣ ସାରି କୋଣାର୍କ ଯାଉଥିବା ବେଳେ ହଠାତ ବୋଲେରୋର ଟାୟାର ଫାଟି ଯାଇଥିଲା। ଫଳରେ ବ୍ରାହ୍ମଣ୍ଡି ଛକରେ ବୋଲେରୋ ଗାଡିଟି ଡିଭାଇଡରରେ ଧକ୍କା ହୋଇଥିଲା। ଯାହା ଦ୍ଵାରା ବୋଲେରୋରେ ଥିବା ୯ ଜଣ ଯାତ୍ରୀଙ୍କ ମଧ୍ୟ୍ୟରୁ ୪ ଜଣ ଯାତ୍ରୀ ଆହତ ହୋଇଥିଲେ। ଖବର ପାଇ ଟାଙ୍ଗୀ ପୋଲିସ୍ ଘଟଣା ସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ସମସ୍ତ ଆହତ ଜଟଣୀ ଅଂଚଳର ବୋଲି ଜଣାପଡିଛି।

Read More