ଭୁବନେଶ୍ବର: ଗତକାଲି ରାଜ୍ୟରେ ମାତ୍ର ୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… କେନ୍ଦ୍ରାପଡା ଜିଲ୍ଲାରୁ- ୧ ଖୋର୍ଦ୍ଧା ଜିଲ୍ଲାରୁ- ୯ ନୂଆପଡା ଜିଲ୍ଲାରୁ- ୧ ସୁନ୍ଦରଗଡ ଜିଲ୍ଲାରୁ- ୧ ଷ୍ଟେଟ ଅଫ ପୁଲରୁ- ୨ ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୭୫୭ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୮ ହଜାର ୩୨୨ ଏବଂ ବର୍ତ୍ତମାନ ୨୬୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।
Author: Samikhsya Bureau
କଟକ: ଦୁଇଥର ଜାମିନ ଆବେଦନ ଖାରଜ ହେବା ପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ବାଣପୁର ଜେଏମଏଫସି ଅଦାଲତରେ ବିଧାୟକଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ଫଳରେ ସେ ଜାମିନ ପାଇଁ ଗତକାଲି ହାଇକୋର୍ଟରେ ଆବେଦନ କରିଛନ୍ତି। ମାର୍ଚ୍ଚ ୧୨ ତାରିଖ ଦିନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବାଣପୁର ବ୍ଲକ ଅଫିସ୍ ସମ୍ମୁଖରେ ପ୍ରଶାନ୍ତ ଗାଡ଼ି ମଡ଼ାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଏଥିରେ କେତେକ ଲୋକଙ୍କ ସମେତ ପୋଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । ଏହାପରେ ଉତ୍ୟକ୍ତ ଲୋକମାନେ ବିଧାୟକଙ୍କୁ ଗାଡ଼ିରୁ ଟାଣି ଆଣି ମାଡ଼ ମାରି ଥିଲେ। ବିଧାୟକଙ୍କୁ ମାଡମାରିବା ଅଭିଯୋଗରେ ମଧ୍ୟ ନଅ ଜଣଙ୍କୁ ପୋଲିସ ଗିରଫ କରିଛି।
ଭୁବନେଶ୍ବର: ଗତକାଲି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ସେ ଓଡିଶାର ବିକାଶ ପ୍ରସଂଗରେ ଆଲୋଚନା କରିଛନ୍ତି। ଏଥିସହିତ ବିଭିନ୍ନ ପ୍ରସଂଗରେ ସେ ପ୍ରଧାନମନ୍ତ୍ରୀଙ୍କ ଉପଦେଶକୁ ମଧ୍ୟ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିଜର ରିପୋର୍ଟ କାର୍ଡ ପ୍ରଦାନ କରିଥିଲେ। ତେବେ ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କାରଣ ବର୍ତ୍ତମାନ ରାଜ୍ୟ ବିଜେପିର ଦିଲ୍ଲୀ ଗସ୍ତ ରାଜନୀତି ଚାଲିଛି। ଦିନେ ରାଜ୍ୟ ନେତୃବର୍ଗ ରାଷ୍ଟ୍ରୀୟ ସଭାପତିଙ୍କୁ ସାକ୍ଷାତ କରିଥିବା ବେଳେ, ଆଉଦିନେ ବିଧାୟକମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଏପରି ପରିସ୍ଥିତିରେ ଅପରାଜିତା ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ବିଜେପି ରାଜନୀତିରେ ଏକ ନୂଆ ମୋଡ ସୃଷ୍ଟି ହୋଇଛି। ତେବେ ପ୍ରଧାନମନ୍ତ୍ରୀଙ୍କ ସହିତ ଅପରାଜିତା ରାଜ୍ୟ ବିଜେପି ରାଜନୀତି ଉପରେ କଥା ହୋଇଛନ୍ତି କି ନାହିଁ ସେ ସଂପର୍କରେ କିଛି କହି ନାହାଁନ୍ତି। ହେଲେ ବର୍ତ୍ତମାନ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପିର…
ଭୁବନେଶ୍ବର: ଆମର ଖାଇବା ଶୈଳୀ ଆମର ଆଚରଣକୁ ଦର୍ଶାଇଥାଏ। ଭୋଜନକୁ ସମ୍ମାନ ସହ ଓ ଶ୍ରଦ୍ଧାର ସହ ଗ୍ରହଣ କରିବା ଉଚିତ୍। କାରଣ ଶାସ୍ତ୍ରରେ ଅନ୍ନକୁ ଦେବତାଙ୍କ ସ୍ଥାନ ଦିଆଯାଇଛି। ଭୋଜନ ପୂର୍ବରୁ କିଛି ନିୟମ ପାଳନ କରିବା ଅତ୍ୟନ୍ତ ଆବଶ୍ୟକ। ଯେଉଁ ବ୍ୟକ୍ତି ଏହି ସମସ୍ତ ନିୟମର ପାଳନ କରିଥାଏ, ସେ ସର୍ବଦା ସୁସ୍ଥ ରହିବା ସହିତ ତାଙ୍କ ଉପରେ ଦେବତା ପ୍ରସନ୍ନ ରହିଥାନ୍ତି। ହିନ୍ଦୁ ଧର୍ମରେ ଅନ୍ନଙ୍କୁ ଦେବତାଙ୍କର ସ୍ଥାନ ଦିଆଯାଇଛି। ଏବଂ ତାଙ୍କର ଅନାଦାର ଅନସ୍ବୀକାର୍ଯ୍ୟ। ଯେଉଁ ବ୍ୟକ୍ତି ମୁହଁ – ହାତ ନ ଧୋଇ ତଥା ଅସନା ଜାଗାରେ ବସି କରି ଭୋଜନ କରେ, ସେ ସର୍ବଦା ଖରାପ ଆର୍ଥିକ ସ୍ଥିତିରେ ଗତି କରେ। ତା’ ପାଖେ ସର୍ବଦା ଅନ୍ନର ଅଭାବ ପରିଲକ୍ଷିତ ହେବା ସହିତ ସ୍ବାସ୍ଥ୍ୟ ମଧ୍ୟ ଖରାପ ରହିଥାଏ। ତେଣୁ ସର୍ବଦା ଭୋଜନ ଗ୍ରହଣ ପୂର୍ବରୁ ମୁହଁ ହାତ ଧୋଇ ଭୋଜନ କରିବା ଉଚିତ୍।…
ମେଷ ରାଶି- ଆଜିର ଦିନଟି ଆପଣଙ୍କ ପାଇଁ ବିଶେଷ ହେବାକୁ ଯାଉଛି। ମେଷ ଗ୍ରହର ପ୍ରଭୁ ହେଉଛନ୍ତି ମଙ୍ଗଳ ଗ୍ରହ। ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହ ସାହସର ଏକ କାରଣ ବୋଲି ବିବେଚନା କରାଯାଏ। ମଙ୍ଗଳ ଗ୍ରହକୁ ସମସ୍ତ ଗ୍ରହର କମାଣ୍ଡର ବୋଲି ମଧ୍ୟ କୁହାଯାଏ। ବିଶ୍ୱାସ କରାଯାଏ ଯେ ହନୁମାନ ଜୀଙ୍କୁ ପୂଜା କରିବା ମଙ୍ଗଳ ଗ୍ରହର ଅଶୁଭକୁ ଦୂର କରିଥାଏ। ଯାହାର ରାଶିଫଳ ମଙ୍ଗଳ ଗ୍ରହ ଅପ୍ରାକୃତିକ ଫଳାଫଳ ଦେଉଛି, ତେବେ ଆଜି ସେମାନଙ୍କ ପାଇଁ ଏକ ଶୁଭ ଦିନ। ଏହି ଦିନ ହନୁମାନ ଜୀ ଚୋଲା ଅର୍ପଣ କରନ୍ତୁ । ଚୋଲା ଅର୍ପଣ କରି ହନୁମାନ ଜୀ ଖୁବ୍ ଶୀଘ୍ର ଖୁସି ହୁଅନ୍ତି। ହନୁମାନ ଜୀଙ୍କୁ ପୂଜା କରି ଦିନ ଆରମ୍ଭ କରନ୍ତୁ। କାର୍ଯ୍ୟରେ ବାଧା ଦୂର ହୋଇପାରିବ। ଆଜି କାର୍ଯ୍ୟକ୍ଷେତ୍ରରେ ଲାଭ ପ୍ରଦାନ କରିପାରିବ। କ୍ରୋଧ ଏବଂ ବିବାଦ ସୃଷ୍ଟି ହେବାକୁ ଦିଅନ୍ତୁ ନାହିଁ। କର୍କଟ ରାଶି- ଆଜି…
ଭୁବନେଶ୍ବର: ତିନୋଟି ମହାନଗର ନିଗମର ଡେପୁଟି ମେୟର ପଦବୀ ନିମନ୍ତେ ଆସନ୍ତା ଏପ୍ରିଲ ୭, ୮ ଓ ୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । କଟକ ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ ଏପ୍ରିଲ ୭ ତାରିଖ, ବ୍ରହ୍ମପୁର ମହାନଗର ନିଗମ ପାଇଁ ଏପ୍ରିଲ ୮ ତାରିଖ ଏବଂ ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ ପାଇଁ ଏପ୍ରିଲ ୯ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟ ମୁନିସିପାଲିଟି ପ୍ରଶାସନର ନିର୍ଦ୍ଦେଶକଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ଡେପୁଟି ମେୟର ନିର୍ବାଚନ ପାଇଁ ନିର୍ବାଚନ ସୂଚୀ ହେଉଛି ନିର୍ଦ୍ଧାରିତ ନିର୍ବାଚନ ଦିନ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ, ୧୧ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ଦିନ ୧ଟା ମଧ୍ୟରେ ନାମାଙ୍କନ ପତ୍ର ପ୍ରତ୍ୟାହାର ଓ ସେହିଦିନ ୧ଟା ୩୦ ରୁ ମତଦାନ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ…
ଭୁବନେଶ୍ବର: ଆସନ୍ତା ୭ ତାରିଖରେ ୧୦୫ଟି ପୌରସଂସ୍ଥାର ଉପାଧ୍ୟକ୍ଷ ଓ ୩ଟି ମହାନଗର ନିଗମର ଡେପୁଟି ମେୟର ପଦବୀ ନିମନ୍ତେ ପରୋକ୍ଷ ଭାବେ ନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସମସ୍ତ ଜିଲ୍ଲାପାଳ ଓ ସଂପୃକ୍ତ ନିର୍ବାଚନ ଅଧିକାରୀମାନଙ୍କୁ ଅବଗତ କରାଇଛନ୍ତି । ସରକାରଙ୍କ ନୂତନ ନିୟମ ଅନୁସାରେ ପୌରସଂସ୍ଥା ଉପାଧ୍ୟକ୍ଷ ଓ ମହାନଗର ନିଗମର ଡେପୁଟି ମେୟର ପଦବୀ ନିର୍ବାଚନ ପାଇଁ ପ୍ରତ୍ୟେକ ରାଜନୈତିକ ଦଳ ତାଙ୍କ ଦଳ ତରଫରୁ ଜଣେ ପ୍ରାଧିକୃତ ପ୍ରତିନିଧିଙ୍କୁ ନିଯୁକ୍ତ କରିବେ ଓ ସଂପୃକ୍ତ ଦଳର ସଭ୍ୟମାନେ ଉପାଧ୍ୟକ୍ଷ ବା ଡେପୁଟି ମେୟର ନିର୍ବାଚନରେ ଭୋଟଦେଇ ସେହି ଦଳର ପ୍ରାଧିକୃତ ପ୍ରତିନିଧିଙ୍କୁ ଦେଖାଇ ଭୋଟ ବାକ୍ସରେ ପକାଇବେ । ପୌରସଂସ୍ଥାର ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ସୂଚୀ ହେଉଛି ୨୦୨୨ ଏପ୍ରିଲ ୭ ତାରିଖ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ, ସେହିଦିନ ୧୧ଟାରୁ ୧୨ଟା…
ଭୁବନେଶ୍ବର: ଆସନ୍ତା 13 ତାରିଖରେ ପଡୁଛି ରାଜଧାନୀ ପ୍ରତିଷ୍ଠା ଦିବସ। ଏହି ଭୁବନେଶ୍ବର ଓଡିଶାର ରାଜଧାନୀ ଭାବେ ପ୍ରତିଷ୍ଠା କରାଯାଇଥିଲା। ଏହି ଉତ୍ସବ ମର୍ଯ୍ୟଦାର ସହିତ ପାଳନ କରିବା ପାଇଁ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା। ଲୋକସେବା ଭବନରେ ଆୟୋଜତ ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ ଜେନା ଅଧ୍ୟକ୍ଷତା କରିଥିଲେ। ଏଥିରେ ବିଧାନସଭା ସମ୍ମୁଖରେ ଥିବା ପ୍ରତିଷ୍ଠା ଫଳକ ନିକଟରେ ଏହି ଉତ୍ସବ ପାଳନ କରାଯିବ। ସେଦିନ ସକାଳେ ପିଏଜି ଛକଠାରୁ ରବିନ୍ଦ୍ର ମଣ୍ଡପ ପର୍ଯ୍ୟନ୍ତ ପେରଡ କରାଯିବ। ଏହାକୁ ଗ୍ରହଣ କରିବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ତେ ପୂର୍ବଦିନ ଏ ନେଇ ଏକ ରିହେଲସେଲ କରାଯିବ। ସେଥିପାଇଁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସଂଧ୍ୟାରେ ଉତ୍କଳ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହା ରାଜ୍ୟ ସଂସ୍କୃତି ବିଭାଗ ପରିଚାଳନା କରିବ। ସେହିପରି 13 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ…
ପୁରୀ: ପ୍ରଭୃ ଶ୍ରୀଜଗନ୍ନାଥଙ୍କ ଚୁଲି ଭାଙ୍ଗିବା ଘଟଣାର ନୂଆ ତଥ୍ୟ ପଦାକୁ ଆସିଛି। ତାହା ହେଲା ଯେ, ରାତିରେ ଶ୍ରୀମନ୍ଦିର ବନ୍ଦ ପୂର୍ବରୁ ସେହି ସ୍ଥାନରେ କେହି ଲୁଚି ରହିଥିବାର ସନ୍ଦେହ ହେଉଛି। ଫଳରେ ସେ ରାତିରେ ଏହି ଚୁଲା ଭଙ୍ଗା କାର୍ଯ୍ୟ କରିଛି। ପରେ ସକାଳେ ମନ୍ଦିର ଖୋଲିବା ପରେ ଭକ୍ତଙ୍କ ମେଳରେ ସେ ଖସି ପଳାଇଛି। ଏହିପରି ତଥ୍ୟ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଆଜି ସଂଧ୍ୟାରେ ମୁଖ୍ୟଶାସନ ସଚିବ ଏବଂ ପୋଲିସ ଡିଜି ଶ୍ରୀମନ୍ଦିର ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସେଠାରେ ସେ ଜଗନ୍ନାଥଙ୍କ ଚୁଲା ବାହାରୁ ଦେଖିବା ସହିତ ସିସିଟିଭି ଫୁଟେଜ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଫୁଟେଜକୁ ଅନୁଧ୍ୟାନ କରାଯାଉଛି। ଏହାପରେ ପ୍ରକୃତ ତଥ୍ୟ ଆସିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ଭୁବନେଶ୍ବର: ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ନିୟମିତ ଟ୍ରେନ୍ ଗୁଡିକର ପୁନଚଳାଚଳ କରିବା ପରେ କେତେ ଗୁଡିଏ ଟ୍ରେନ ପାଇଁ ନିମ୍ନଲିଖିତ ଷ୍ଟେସନଗୁଡିକ ଠାରେ ଅତିରିକ୍ତ ରହଣି ପାଇଁ ସ୍ଥିର କରାଯାଇଅଛି। କୋଭିଡ ୧୯ ମହାମାରୀ ସମୟରେ, ଏହି ଟ୍ରେନ୍ ଗୁଡିକର ଚଳାଚଳ କୋଭିଡ ନିୟମ ଆଧାରରେ ସୀମିତ ଷ୍ଟପେଜ୍ ସହିତ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚଳାଚଳ କରୁଥିଲା। ଅତିରିକ୍ତ ରହଣି ଯୋଗାଇବା ପାଇଁ ଟ୍ରେନ୍ ଗୁଡିକ ହେଉଛି ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ, ପୁରୀ-ଯୋଗ ନାଗରୀ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ, ଧନବାଦ୍-ଆଲାପୁଜା-ଧନବାଦ୍ ଏକ୍ସପ୍ରେସ, ହାଓଡ଼ା-ଟିଟିଲାଗଡ-ହାଓଡ଼ା ଇସ୍ପାତ ଏକ୍ସପ୍ରେସ। ଏହା ବ୍ୟତୀତ ଭୁବନେଶ୍ୱର ନୂତନ ଷ୍ଟେସନରେ ଚାରୋଟି ଟ୍ରେନ ରହଣି ପାଇଁ ସ୍ଥିର କରାଯାଇଅଛି। ଏହି ଟ୍ରେନ୍ ଗୁଡିକ ହେଉଛି ପୁରୀ-କଟକ-ପୁରୀ ମେମୁ, ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ, ପାଲାସା-କଟକ-ପାଲାସା ପାସେଞ୍ଜର ଏବଂ ଖଡ଼ଗ୍ପୁର-ଖୋର୍ଦ୍ଧା ରୋଡ଼-ଖଡ଼ଗ୍ପୁର ଫାଷ୍ଟ ପାସେଞ୍ଜର। ରେଙ୍ଗାଲୀ ଏବଂ ବାଗଡିହି ଷ୍ଟେସନ ଠାରେ ତପସ୍ୱିନୀ ଏକ୍ସପ୍ରେସ: ୧୮୪୫୧/୧୮୪୫୨ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ ରେଙ୍ଗାଲି…
ନୂଆଦିଲ୍ଲୀ: ଫିଟ୍ ଇଣ୍ଡିଆ କୁଇଜ୍ ରାଜ୍ୟ ରାଉଣ୍ଡର ୩୬ ଜଣ ବିଜେତାମାନଙ୍କୁ ଚୟନ କରାଯାଇଛି। ଏହି ବିଜେତାମାନେ ପରବର୍ତ୍ତୀ ଜାତୀୟ ରାଉଣ୍ଡରେ ନିଜ ନିଜ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇବେ। ରାଜ୍ୟ ରାଉଣ୍ଡରେ ଓଡ଼ିଶାରୁ କଣିହାଁ ଏନଟିପିସି ଡିଏଭି ପବ୍ଲିକ୍ ସ୍କୁଲ ଦୀପଶିଖାର କନିଷ୍କ ଓ ହ୍ଵିପ୍ କୁମାର ବେହେରା ବିଜୟୀ ହୋଇଛନ୍ତି। ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ଫିଟ୍ ଇଣ୍ଡିଆ କୁଇଜ୍ ରାଜ୍ୟ ରାଉଣ୍ଡର ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ୍ୟତାପ୍ରାପ୍ତ ୩୫୯ ବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ। ସେମାନେ ନିଜ ନିଜ ରାଜ୍ୟସ୍ତରରେ ଚାମ୍ପିଅନ ହେବା ଲାଗି ପ୍ରତିଯୋଗିତା କରିଥିଲେ। ପ୍ରତ୍ୟେକ ରାଜ୍ୟ ଚାମ୍ପିଅନମାନଙ୍କୁ ୨.୭୫ ଲକ୍ଷ ଟଙ୍କାର ନଗଦ ପୁରସ୍କାରରେ ସମ୍ମାନିତ କରାଯାଇଛି। ପ୍ରତିଯୋଗୀଙ୍କ ପାଇଁ ୨୫ ହଜାର ଏବଂ ସେମାନଙ୍କ ବିଦ୍ୟାଳୟ ପାଇଁ ୨.୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଏହି ପ୍ରତିଯୋଗୀମାନେ ଫିଟ…
ମୁମ୍ବାଇ: ଜିଓ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଏହାର ଶିକ୍ଷାଦାନ ନେତୃତ୍ୱ ମଣ୍ଡଳୀକୁ ସୁଦୃଢ଼ କରିବା ଲାଗି ଏହା କାଲିଫର୍ଣ୍ଣିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (କାଲ୍ଟେକ୍)ର ପ୍ରଫେସର ଗୁରୁସ୍ୱାମୀ ରବିଚନ୍ଦ୍ରନଙ୍କୁ ପ୍ରୋଭୋଷ୍ଟ ଭାବେ ନିଯୁକ୍ତି ପ୍ରଦାନ କରିଛି। ୨୦୨୨ ଜୁଲାଇ ୧ରେ ଜିଓ ଇନଷ୍ଟିଚ୍ୟୁଟ୍ର ପ୍ରତିଷ୍ଠାତା ପ୍ରୋଭୋଷ୍ଟ ଓ ପ୍ରଫେସର ଅଫ୍ ଇଞ୍ଜିନିୟରିଂ ଭାବେ ପ୍ରଫେସର ରବିଚନ୍ଦ୍ରନ ଯୋଗଦେବେ। ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ସେ କାଲ୍ଟେକ୍ର ଇଞ୍ଜିନିୟରିଂ ଆଣ୍ଡ୍ ଆପ୍ଲାଏଡ୍ ସାଇନ୍ସ୍ ଡିଭିଜନ୍ର ଓଟିସ ବୁଥ୍ ଲିଡର୍ସିପ୍ ଭାବେ କାର୍ଯ୍ୟ କରିଛନ୍ତି। ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ କାଲିଫର୍ଣ୍ଣିଆ ଇନଷ୍ଟିଚ୍ୟୁଟ୍ କାଲିଫର୍ଣ୍ଣିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଜିଏଏଲ୍ସିଆଇଟି)ର ଗ୍ରାଜୁଏଟ ଏରୋସ୍ପେସ୍ ଲାବୋରେଟୋରିଜ୍ର ନିର୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଡକ୍ଟର ରବିଚନ୍ଦ୍ରନ ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂରେ ପିଏଚ୍ଡି ଓ ଇଞ୍ଜିନିୟରିଂରେ ଏମ୍ଏସ୍ ଓ ରିଜିଓନାଲ୍ ଇଞ୍ଜିନିୟରିଂ କଲେଜ (ଏନ୍ଆଇଟି), ତ୍ରିଚିରୁ ମେକାନିକାଲ୍ ଇଞ୍ଜିନିୟରିଂରେ ବିଇ (ଅନର୍ସ) ଡିଗ୍ରି ହାସଲ କରିଛନ୍ତି।…
ସୀତାରାମ ଅଗ୍ରୱାଲ ବାଲୁଗାଁ: ରାତି ଅଧରେ ଘରେ ପଶି ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧିନସ୍ଥ ପାରିକଂସାରୀ ଗ୍ରାମରେ ଏଭଳି ଘଟଣା ଘଟିଛି। ଉକ୍ତ ଗ୍ରାମର ରାମ ନାୟକଙ୍କ ଘରୁ ହୋଇଛି ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ରାମ ଆଜି ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ରାମ ଏବଂ ତାଙ୍କ ଧର୍ମପତ୍ନୀ ଗତକାଲି ରାତିରେ ଘରେ ଶୋଇଥିବା ବେଳେ ରାମଙ୍କ ଧର୍ମପତ୍ନୀଙ୍କ ନିଦ ଭାଙ୍ଗିଯିବାରୁ ତାଙ୍କ ଘରର ସମସ୍ତ କବାଟ ଖୋଲା ଥିବାର ସେ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ସେ ଉକ୍ତ ଖବର ରାମଙ୍କୁ ଦେବାରୁ ଘରର ଆଲମିରା କବାଟ ଭାଙ୍ଗିଥିବାର ଦେଖିବାକୁ ପାଇଥିଲେ ଉଭୟ ସ୍ୱାମୀ ସ୍ତ୍ରୀ। ତେବେ ଉକ୍ତ ଆଲମିରାରୁ ନକଦ ୫ ଲକ୍ଷ ଟଙ୍କା ଏବଂ ୧୫ ଭରିରୁ ଅଧିକ ସୁନା ଗହଣା ଚୋରି ହୋଇଥିବାର ଉଭୟ ଅଭିଯୋଗ…
ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଏବଂ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ନୂଆଦିଲ୍ଲୀରେ ପ୍ରସାରଣ ସେବା ପୋର୍ଟାଲର ଉନ୍ମୋଚନ କରିଛନ୍ତି। ଏଥିସହିତ ପ୍ରସାରଣ କ୍ଷେତ୍ରରେ ‘ବ୍ୟବସାୟିକ ସୁଗମତା’ ପାଇଁ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ପ୍ରସାରଣ ସେବା ପୋର୍ଟାଲ ଏକ ଅନଲାଇନ ପୋର୍ଟାଲ, ଯାହା ଅଧୀନରେ ପ୍ରସାରକମାନଙ୍କ ଦ୍ବାରା ବିଭିନ୍ନ ପ୍ରକାର ଲାଇସେନ୍ସ, ଅନୁମତି, ପଞ୍ଜୀକରଣ ଆଦି ପାଇଁ ଆବେଦନକୁ ଯଥାଶୀଘ୍ର ଦାଖଲ କରାଯାଇ ପାରିବ। ଏସବୁ ଆବେଦନର ଯାଞ୍ଚ ପ୍ରକ୍ରିୟା ମଧ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରାଯାଇପାରିବ। ଏହି ଅବସରରେ ଅନୁରାଗ ଠାକୁର କହିଥିଲେ ଯେ ସରକାର ବ୍ୟବସ୍ଥାଗତ ପାରଦର୍ଶିତା ଆଣିବା ଏବଂ ଏହାକୁ ଆହୁରି ଉତ୍ତରଦାୟୀ କରିବା ଲାଗି ପ୍ରଯୁକ୍ତିର ଉପଯୋଗ କରିଛନ୍ତି। ପ୍ରସାରଣ ସେବା ପୋର୍ଟାଲରେ ଆବେଦନ କଲେ ଚୂଡ଼ାନ୍ତ ନିଷ୍ଣତ୍ତି ଗ୍ରହଣ କରିବାରେ ଲାଗୁଥିବା ସମୟ ହ୍ରାସ ପାଇବ ଏବଂ ଆବେଦନକାରୀମାନଙ୍କୁ ଆବେଦନର ପ୍ରଗତି ସମ୍ପର୍କରେ ସୂଚନା…
ରାୟଗଡା: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧିପାଉଥିବା ରିଲାଏନ୍ସ ରିଟେଲ୍ ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍ସ ଓଡ଼ିଶାର ରାୟଗଡା ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଟ୍ରେଣ୍ଡ୍ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ ଲୋକାଭିମୁଖି କରି ଫାସନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି। ରାୟଗଡା ସହରରେ ଏହି ଟ୍ରେଣ୍ଡ୍ସ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ରାୟଗଡା ଓ ନିକଟବର୍ତୀ ଅଂଚଳର ଗ୍ରାହକମାନେ ଏବେ…
ଭୁବନେଶ୍ବର: ଓଡିଶାରେ ସମସ୍ତ ନିର୍ବାଚନ ସରିବା ପରେ ଏବେ କୋଅପରେଟିଭ ନିର୍ବାଚନ ପାଇଁ ଘୋଷଣା ହୋଇଛି। ଏ ନେଇ ଆଜି ରାଜ୍ୟ ସମବାୟ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ ରାଜ୍ୟରେ ଥିବା ପ୍ରାଥମିକ କୋଅପରେଟିଭ ସୋସାଇଟ କମିଟ ସଦସ୍ୟ ପାଇଁ ନିର୍ବାଚନ ହେବ। ଏହି ବିଜ୍ଞପ୍ତି ଅନୁସାରେ ଆସନ୍ତା ଜୁନ ମାସ 19 ତାରିଖରୁ 26 ତାରିଖ ମଧ୍ୟରେ ଏହି ସବୁ ନିର୍ବାଚନ ପରିଚାଳନା କରାଯିବ। ଏନେଇ ସମବାୟ ବିଭାଗର ନିର୍ବାଚନ କମିଟ ଏକ ସୁପାରିଶ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲା। ତାହାରି ଆଧାରରେ ଆଜି ରାଜ୍ୟ ସରକାର ସ୍ବୀକୃତ ପ୍ରଦାନ କରିବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି।
ନୂଆଦିଲ୍ଲୀ: ରାଜ୍ୟସଭାରେ ବିଜେପି ଏକ ଶତକ ପୂରଣ କରିଛି। ୧୯୯୦ ପରେ ୧୦୦ କୁ ଛୁଇଁବା ଏହା ପ୍ରଥମ ପାର୍ଟୀ ହୋଇଛି। ରାଜ୍ୟସଭାରେ ସରକାରୀ ଭାବେ ସୂଚନା ଦିଆଯାଇଛି। ବିଜେପି ତିନୋଟି ରାଜ୍ୟସଭା ଆସନ, ଆସାମରୁ, ତ୍ରିପୁରା ଏବଂ ଗୋଟିଏ ନାଗାଲାଣ୍ଡରୁ ଗୋଟିଏ ଲେଖାଏଁ ଜିତିଛି। ନିକଟରେ ୬ ଟି ରାଜ୍ୟରେ ୧୩ ଟି ଆସନରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୨୦୧୪ ରେ ବିଜେପିର ୫୫ ଜଣ ସଦସ୍ୟ ରହିଥିଲେ ଏବଂ ଏହି ସଂଖ୍ୟା ୧୦୦ କୁ ବୃଦ୍ଧି ପାଇଛି। ପ୍ରକାଶ ଯୋଗ୍ୟ ଯେ, ରାଜ୍ୟସଭାରେ ୨୪୫ ଜଣ ସଦସ୍ୟ ଅଛନ୍ତି। ଏହାପୂର୍ବରୁ ୧୯୯୦ରେ କଂଗ୍ରେସର ୧୦୮ ସଦସ୍ୟ ରହିଥିଲେ। କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା ବର୍ତ୍ତମାନ ୩୦ କୁ ହ୍ରାସ ପାଇଛି। ବର୍ତ୍ତମାନ ପ୍ରାୟ ୫୨ ଟି ଆସନରେ ଖୁବ ଶୀଘ୍ର ଭୋଟ୍ ଅନୁଷ୍ଠିତ ହେବ, ଯାହା ଆନ୍ଧ୍ରପ୍ରଦେଶ, ଛତିଶଗଡ, ମହାରାଷ୍ଟ୍ର, ରାଜସ୍ଥାନ, ଝାଡଖଣ୍ଡ ଏବଂ ଉତ୍ତରପ୍ରଦେଶରେ ହେବ। ରାଜ୍ୟସଭାରେ…
ନୂଆଦିଲ୍ଲୀ: ଉନ୍ନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଘଟିଥିବା ଓଡ଼ିଆ ଜାତିର ବୀରତ୍ୱର କାହାଣୀ ‘ପାଇକ ବିଦ୍ରୋହ’ ଓ ଏହାର ନେତୃତ୍ୱ ନେଇଥିବା ବକ୍ସି ଜଗବନ୍ଧୁଙ୍କ ଉପରେ ଆଧାରିତ ଧାରାବାହିକ ‘ବିଦ୍ରୋହୀ’ର ସ୍ପେଶାଲ ସ୍କିନିଂ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦେଶର ଗୃହ ମନ୍ତ୍ରୀ ଅମିତ ଶାହ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତାଙ୍କ ସାଥୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହେବେ । ଓଡ଼ିଆ ସମାଜ ଓ ବିଦ୍ରୋହୀ ଟିମ୍ ଦ୍ୱାରା ଏହି ସ୍ପେଶାଲ ସ୍କିନିଂର ଆୟୋଜନ କରାଯାଇଛି । ‘ଷ୍ଟାର୍ ପ୍ଲସ୍’ ଭଳି ଜାତୀୟ ସ୍ତରର ପ୍ରମୁଖ ଇଣ୍ଟରଟେନମେଣ୍ଟ୍ ଚ୍ୟାନେଲ୍ ଓ ହଟ୍ ଷ୍ଟାର୍ ଭଳି ଲୋକପ୍ରିୟ ଓଟିଟି ପ୍ଲାଟଫର୍ମରେ ବିଦ୍ରୋହୀ ପ୍ରସାରଣ ହେଉଥିଲା । ଆଜି ସଂଧ୍ୟା ୮ଟାରେ ‘ବିଦ୍ରୋହୀ’ ସିରିଏଲର ସ୍ପେଶାଲ ସ୍କିନିଂ କରାଯିବ । ଏହି …
ନୂଆଦିଲ୍ଲୀ: ଆମ ଭିତରୁ ଅନେକ ଅଛନ୍ତି, ଯାହାର ଆଙ୍ଗୁଠି ଫୁଟାଇବା ଅଭ୍ୟାସ ଅଛି। ସେମାନେ ଦିନସାରା ଅନେକ ଥର ଆଙ୍ଗୁଠି ଫୁଟାଇବାର ଦେଖାଯାଆନ୍ତି। କିଛି ଲୋକଙ୍କ ଆଙ୍ଗୁଠି ଆପେ ଆପେ ଫୁଟିଯାଏ। ଆପଣ କେବେ ଭାବିବାକୁ ଚେଷ୍ଟା କରିଛନ୍ତି କି ଏହି ଧ୍ୱନି କାହିଁକି ଆସେ ଏବଂ ଏହା କରିବା କ’ଣ ଠିକ? ଅନେକ ଲୋକ ବିଶ୍ୱାସ କରନ୍ତି ଯେ, ଆଙ୍ଗୁଠି ଫୁଟାଇବା ଦ୍ୱାରା ଆର୍ଥ୍ରାଇଟିସ୍ ସମସ୍ୟା ମଧ୍ୟ ବଢିଯାଏ। ତେବେ ଆଙ୍ଗୁଠି ଫୁଟାଇବାର ଅସୁବିଧା କ’ଣ ହୋଇପାରେ, ଆସନ୍ତୁ ଜାଣିବା…. ଆଙ୍ଗୁଠି ଫୁଟାଇବା ସମୟରେ କ’ଣ ହୁଏ: ଆଙ୍ଗୁଠି ଫୁଟାଇବା ପ୍ରକ୍ରିୟା, ଶରୀରର ସମସ୍ତ ଗଣ୍ଠିକୁ ଫୁଟାଇବାରେ ମଧ୍ୟ ସମାନ ଘଟଣା ଘଟେ। ଶରୀରର ଗଣ୍ଠିରେ ଏକ ତରଳ ପଦାର୍ଥ ଅଛି, ତେଣୁ ଯେତେବେଳେ ଆପଣ ଆଙ୍ଗୁଠିଗୁଡିକୁ ଫୁଟାନ୍ତି, ଗଣ୍ଠି ମଧ୍ୟରେ ଉପସ୍ଥିତ ଥିବା ଏହି ତରଳର ଗ୍ୟାସ୍ ମୁକ୍ତ ହୁଏ ଏବଂ ଏହା ଭିତରେ ସୃଷ୍ଟି ହୋଇଥିବା ବବୁଲଗୁଡିକ…
ନାଗପୁର: ଏକ ଇଣ୍ଡିଗୋ ଏୟାରଲାଇନ୍ସର ବିମାନକୁ ନାଗପୁରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଇଣ୍ଡିଗୋ ଏୟାରଲାଇନ୍ସର ବିମାନ 6E 7074 ଅହମ୍ମଦାବାଦରୁ ଲକ୍ଷ୍ନୌକୁ ନାଗପୁର ଦେଇ ଯାଉଥିଲା। ଏହି ବିମାନଟି ସକାଳ 7.15 ରେ ଅହମ୍ମଦାବାଦରୁ ଉଡ଼ିଗଲା। ଏହି ବିମାନରେ 50 ଜଣ ଯାତ୍ରୀ ଏବଂ 4 ଜଣ କର୍ମଚାରୀ ଥିଲେ। ପାଇଲଟ ବିମାନରେ ଧୂଆଁ ଦେଖିଲେ, ଏହା ପରେ ନାଗପୁରରେ ସକାଳ 8.33 ରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ତେବେ ବର୍ତ୍ତମାନ ସମୟରେ କୌଣସି ଯାତ୍ରୀଙ୍କ ଆଘାତ ହେବାର ଖବର ନାହିଁ। ଯାତ୍ରୀମାନଙ୍କୁ ଏକ ସୁରକ୍ଷିତ ଟର୍ମିନାଲକୁ ସ୍ଥାନାନ୍ତର କରାଯାଇଛି। ଅନୁସନ୍ଧାନ ପାଇଁ ବିମାନରେ ଏକ ଇଞ୍ଜିନିୟର ଦଳ ଉପସ୍ଥିତ ଅଛନ୍ତି। ଯାତ୍ରୀମାନଙ୍କୁ ସେମାନଙ୍କ ସୁବିଧା ଅନୁଯାୟୀ ନାଗପୁର, ଦିଲ୍ଲୀ କିମ୍ବା ଲକ୍ଷ୍ନୌକୁ ନିଆଯାଉଛି। ଏଥି ସହିତ, କିଛି ଯାତ୍ରୀ ମଧ୍ୟ ସେମାନଙ୍କର ଯାତ୍ରାକୁ ସ୍ଥଗିତ ରଖିଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ ସହରାଞ୍ଚଳରେ ଲାଗୁ ହୋଇଥିବା ଯୁଗାନ୍ତକାରି ଯୋଜନା ‘ଆହାର’ ର ସପ୍ତମ ବର୍ଷ ପୂର୍ତ୍ତି ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ‘ଆହାର’ କେନ୍ଦ୍ର ପରିଦର୍ଶନ କରିଛନ୍ତି ଅଧ୍ୟକ୍ଷ ମିଟୁ ନାୟକ। ଶ୍ରୀ ନାୟକ ଆହାର କେନ୍ଦ୍ର ପରିଦର୍ଶନ କରିବା ସହ ସାଧାରଣ ଲୋକଙ୍କୁ ଭୋଜନ ପରିବେଷଣ କରିଥିଲେ ଏବଂ ସେମାନଙ୍କ ସହ ବସି ଭୋଜନ ମଧ୍ୟ କରିଥିଲେ। ଖାଦ୍ୟର ମାନ ଯାଞ୍ଚ କଲା ପରେ ଏଥିରେ ସନ୍ତୁଷ୍ଟ ହେବା ସହ ଆହାର କେନ୍ଦ୍ରର ସମସ୍ତ କର୍ମଚାରୀଙ୍କୁ ଅଧ୍ୟକ୍ଷ ଶ୍ରୀ ନାୟକ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷଙ୍କ ସମେତ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ସ୍ୱଳ୍ପ କାଉନସିଲର, ବିଜେଡି କର୍ମୀ ଏବଂ ଏନଏସିର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଅଧ୍ୟକ୍ଷ କେକ୍ କାଟି ଆହାର କେନ୍ଦ୍ରର ସପ୍ତମ ବର୍ଷ ପୂର୍ତ୍ତି ଦିବସ ମଧ୍ୟ ପାଳନ କରିଥିଲେ।

