ନୂଆଦିଲ୍ଲୀ: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି, ରେଳବାଇ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୦ ବର୍ଷ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ଭାରତ କରିଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଉପରେ ଆଲୋକପାତ କରିଛନ୍ତି । ହରିୟାଣାର ମାନେସରଠାରେ ଥିବା ଭିଭିଡିଏନ୍ ଶିଳ୍ପ ପ୍ରତିଷ୍ଠାନରେ ଉଦବୋଧନ ଦେଇ ମନ୍ତ୍ରୀ ଆଲୋକପାତ କରିଥିଲେ ଯେ ନିକଟରେ କ୍ୟାବିନେଟ୍ ଦ୍ୱାରା ଅନୁମୋଦନ ପ୍ରାପ୍ତ ନୂତନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ଯୋଜନା ବିଶ୍ୱଇଲେକ୍ଟ୍ରୋନିକ୍ସ ଯୋଗାଣ ଶୃଙ୍ଖଳାରେ ଭାରତର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ଖୁବଶୀଘ୍ର ଏହି ଯୋଜନାର ଗାଇଡଲାଇନ ଜାରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ଏକ ଐତିହାସିକ ବିକାଶ ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ହରିୟାଣାର ମାନେସରଠାରେ କମ୍ପାନୀର ଗ୍ଲୋବାଲ ଇନୋଭେସନ ପାର୍କରେ ଭିଭିଡିଏନ ଟେକ୍ନୋଲୋଜିର ଅତ୍ୟାଧୁନିକ ସର୍ଫେସ୍ ମାଉଣ୍ଟ…
Author: Samikhsya Bureau
Akshaya Tritiya 2025: ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଅକ୍ଷୟ ତୃତୀୟା ବୈଶାଖ ମାସରେ ଶୁକ୍ଲା ପକ୍ଷର ତୃତୀୟ ଦିନରେ ପାଳନ କରାଯାଏ। ଏହି ବର୍ଷ ଅକ୍ଷୟ ତୃତୀୟା ଏପ୍ରିଲ ୩୦ ତାରିଖ ବୁଧବାରରେ ପାଳନ କରାଯିବ। ଅକ୍ଷୟ ତୃତୀୟାକୁ ଏକ ଶୁଭ ସମୟ ଭାବରେ ବିବେଚନା କରାଯାଏ। ଅକ୍ଷୟ ତୃତୀୟା ଶୁଭ ସମୟ ବା ଶୁଭ ମୁହୁରତ ବୈଶାଖ ମାସର ଶୁକ୍ଲ ପକ୍ଷର ତୃତୀୟା ତିଥି ଏପ୍ରିଲ୍ ୩୦ ରୁ ଭୋର ୫ ଟା୨୯ ରେ ଆରମ୍ଭ ହେଉଛି। ଏହା ଏପ୍ରିଲ ୩୦ ତାରିଖ ଦିନ ୨ ଟା ୧୨ ରେ ଶେଷ ହେବ। ଉଦୟ ତିଥିକୁ ଦୃଷ୍ଟିରେ ରଖି, ୩୦ ଏପ୍ରିଲରେ ଅକ୍ଷୟ ତୃତୀୟା ପାଳନ କରାଯିବ। ଏହି ଦିନ ପୂଜା ପାଇଁ ଶୁଭ ସମୟ ନିମ୍ନଲିଖିତ ଭାବରେ ହେବ – ଅକ୍ଷୟ ତୃତୀୟା ପୂଜା ମୁହୁର୍ତ୍ତ – ସକାଳ ୫ ଟା ୪୧ ମିନିଟ ରୁ ଦିନ ୧୨…
ମେଷ- ଭୟ ହେତୁ ନିଷ୍ପତ୍ତି ନେବା କ୍ଷମତା ହ୍ରାସ ହୋଇପାରେ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ଯାତ୍ରା ଚିତ୍ତାକର୍ଷକ ହେବ। ଉପହାର ଗ୍ରହଣ କରିବାର ସମ୍ଭାବନା ଅଛି। ରୋଜଗାର ବୃଦ୍ଧି ପାଇବ। ଚାକିରିର ପଦୋନ୍ନତି ସମ୍ଭବ। ଟଙ୍କା ପାଇବା ସହଜ ହେବ। ଉତ୍ସାହର ସହିତ କାମ କରିବାକୁ ସମର୍ଥ ହେବେ। ଭଲ ଖବର ଗ୍ରହଣ କରାଯିବ। ବୃଷ- ଭ୍ରମଣ ଲାଭଦାୟକ ହେବ। ଅଟକି ରହିଥିବା ଟଙ୍କା ଧରିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ। ଚାକିରିରେ ଅଧସ୍ତନମାନଙ୍କ ସହାୟତା ପାଇବେ। ଟଙ୍କା ପାଇବା ସହଜ ହେବ। ଉତ୍ସାହ ଏବଂ ଖୁସିରେ କାମ କରିବାକୁ ସମର୍ଥ ହେବେ। ଥକ୍କା ଏବଂ ଦୁର୍ବଳତା ହୋଇପାରେ। ବ୍ୟସ୍ତ ରହିବେ। ଜୀବନ ଖୁସି ହେବ। ମିଥୁନ- ବରିଷ୍ଠମାନଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ, ସେଠାରେ ଲାଭ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆଇନଗତ ପ୍ରତିବନ୍ଧକ ସାମ୍ନା କରି ପାରନ୍ତି, ବ୍ୟସ୍ତ ହୁଅନାହିଁ। ମୂଲ୍ୟବାନ…
ମୁମ୍ବାଇ: କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଏଲ୍. ମୁରୁଗନ ଆଜି ମୁମ୍ବାଇରେ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ (ଓ୍ବେଭ୍ସ) ୨୦୨୫ ପାଇଁ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଭାରତ ସରକାର ଏବଂ ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ଶୀର୍ଷ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ବୈଠକ ସମୟରେ, ଓ୍ବେଭ୍ସର ଚାରୋଟି ସ୍ତମ୍ଭ ଯଥା ପ୍ରସାରଣ ଏବଂ ସୂଚନା ପ୍ରଦାନ, ଏଭିଜିସି-ଏକ୍ସଆର, ଡିଜିଟାଲ୍ ମିଡିଆ ଏବଂ ନବସୃଜନ ଏବଂ ଚଳଚ୍ଚିତ୍ର ଅଧୀନରେ ବିଭିନ୍ନ କାର୍ଯ୍ୟକଳାପର ଅଗ୍ରଗତି ବିଷୟରେ ଆଲୋଚନା କରାଯାଇଥିଲା। ୱେଭ୍ସ ବଜାର, ୱେଭ୍ଏକ୍ସ, ଇଣ୍ଡିଆ ପାଭିଲିୟନ୍, କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ଭଳି ବିଭିନ୍ନ ପଦକ୍ଷେପ ଅଧୀନରେ କରାଯାଉଥିବା କାର୍ଯ୍ୟର ମୂଲ୍ୟାଙ୍କନ କରାଯାଇଥିଲା ଏବଂ କିପରି ଆଗକୁ ବଢ଼ିବେ ସେ ବିଷୟରେ ଆଲୋଚନା କରାଯାଇଥିଲା। ବିଭିନ୍ନ କ୍ଷେତ୍ରର ଶୀର୍ଷ ଅଧିକାରୀମାନେ ପ୍ରସ୍ତୁତିର ଅଗ୍ରଗତି ବିଷୟରେ ମନ୍ତ୍ରୀଙ୍କୁ ସୂଚନା…
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ, ଯଥାଶୀଘ୍ର ଅସ୍ତ୍ରଶସ୍ତ୍ର ତ୍ୟାଗ ସହିତ ମୋଦୀ ସରକାରଙ୍କ ଆତ୍ମସମର୍ପଣ ନୀତି ଗ୍ରହଣ କରି ମୁଖ୍ୟଧାରାରେ ସାମିଲ ହେବା ଲାଗି ନକ୍ସଲମାନଙ୍କୁ ନିବେଦନ କରିଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ‘ଏକ୍ସ’ ରେ ତାଙ୍କ ପୋଷ୍ଟରେ କହିଛନ୍ତି ଯେ କୋବ୍ରା କମାଣ୍ଡୋ ଏବଂ ଛତିଶଗଡ଼ ପୋଲିସ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ବିଭିନ୍ନ ଅପରେସନରେ ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ସହିତ ୨୨ ଜଣ କୁଖ୍ୟାତ ନକ୍ସଲଙ୍କୁ ଗିରଫ କରିଛନ୍ତି। ସେ କହିଥିଲେ ଯେ ସୁକମାର ବଡେସେଟ୍ଟି ପଞ୍ଚାୟତ୍ରେ ମଧ୍ୟ ୧୧ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି, ଯେଉଁଥିପାଇଁ ଏହି ପଞ୍ଚାୟତ ସମ୍ପୂର୍ଣ୍ଣ ଭାବେ ନକ୍ସଲ ମୁକ୍ତ ହୋଇଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ, ସେ ଲୁଚି ରହିଥିବା ନକ୍ସଲମାନଙ୍କୁ ଯଥାଶୀଘ୍ର ଅସ୍ତ୍ରଶସ୍ତ୍ର ସମର୍ପଣ କରିବା ଏବଂ ମୋଦୀ ସରକାରଙ୍କ ଆତ୍ମସମର୍ପଣ ନୀତି ଗ୍ରହଣ କରି ମୁଖ୍ୟଧାରାରେ ସାମିଲ ହେବା ପାଇଁ…
ନୂଆଦିଲ୍ଲୀ: ସରକାର ସ୍ୱଚ୍ଛ ଶକ୍ତି ଉପଲବ୍ଧତାକୁ ପ୍ରୋତ୍ସାହିତ କରିବା, ସହରାଞ୍ଚଳ ବାୟୁ ଗୁଣବତ୍ତା ଉନ୍ନତ କରିବା ଏବଂ ଘରୋଇ ଶକ୍ତି ନିରାପତ୍ତାକୁ ସୁଦୃଢ଼ କରିବା ପାଇଁ ଥିବା ନିଜର ଦୂରଦୃଷ୍ଟି ଅନୁଯାୟୀ ଘରୋଇ ପ୍ରାକୃତିକ ଗ୍ୟାସ ପାଇଁ ଆବଣ୍ଟନ ଢାଞ୍ଚାକୁ ସୁଦୃଢ଼ କରିବା ପାଇଁ ପ୍ରମୁଖ ନୀତିଗତ ପଦକ୍ଷେପ ଆରମ୍ଭ କରିଛନ୍ତି। ପ୍ରମୁଖ ସାର୍ବଜନୀନ କ୍ଷେତ୍ରଗୁଡ଼ିକ ପାଇଁ ପ୍ରାକୃତିକ ଗ୍ୟାସର ନିରନ୍ତର ଉପଲବ୍ଧତା ଏବଂ ସୁଲଭତା ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦେଇ – ପରିବହନରେ ବ୍ୟବହୃତ କଂପ୍ରେସଡ୍ ପ୍ରାକୃତିକ ଗ୍ୟାସ (ସିଏନଜି) ଏବଂ ଘରୋଇ ଘରେ ରୋଷେଇ ପାଇଁ ପାଇପ୍ ପ୍ରାକୃତିକ ଗ୍ୟାସ (ପିଏନଜି), ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ (ଏମଓପିଏନଜି) ଘରୋଇ ଗ୍ୟାସ ଆବଣ୍ଟନ ନୀତିରେ ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ଆଣିଛି: ଅଗ୍ରିମ ତ୍ରୈମାସିକ ଆବଣ୍ଟନ: ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରୁ, ସିଏନଜି (ଟି) ଏବଂ ପିଏନଜି(ଡି) ସେଗମେଣ୍ଟ ପାଇଁ ଘରୋଇ ପ୍ରାକୃତିକ ଗ୍ୟାସର ଆବଣ୍ଟନ…
ଭୁବନେଶ୍ବର: ରାଜ୍ୟରେ ଆହୁରି ଚାରିଦିନ ପାଇଁ କାଳବୈଶାଖୀ ସମ୍ଭାବନା ରହିଛି। ଏହି ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପରିଲକ୍ଷିତ ହେବ। ସେହିପରି ଆଜି ରାତିରେ ତିନିଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରୀ କରାଯାଇଛି। ସେଗୁଡିକ ହେଲା ମୟୂରଭଞ୍ଜ, ଗଞ୍ଜାମ ଓ ଗଜପତି ଜିଲ୍ଲା। ଏହି ଜିଲ୍ଲାରେ ଘଡଘଡି ସହିତ ବର୍ଷା ସହିତ ପବନ ପ୍ରବାହିତ ହେବ। ପାଣିପାଗ ବିଭାଗ ଅନୁସାରେ ଆସନ୍ତା ୨୪ ଘଣ୍ଟା ପାଇଁ ୨୫ ଜିଲ୍ଲାକୁ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କିଛି ସ୍ଥାନରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି । ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡା,…
ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ପାହାଡ଼ି ଅଞ୍ଚଳରେ ଏହି ପ୍ରକଳ୍ପରେ TBM ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଇଛି। 9.11 ମିଟର ବ୍ୟାସ ବିଶିଷ୍ଟ ସିଙ୍ଗଲ୍-ସିଲ୍ଡ ପଥର TBM ଦ୍ୱାରା କାର୍ଯ୍ୟକାରୀ କରାଯାଇ ଉଭୟ ଗତି ଏବଂ ସଠିକତା ପାଇଁ ଭାରତର ନିର୍ମାଣ କ୍ଷେତ୍ରରେ ଏକ ନୂତନ ଉଦାହରଣ ବୋଲି ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଯୋଗ ସହର ଋଷିକେଶରୁ ତପୋ ସହର କର୍ଣ୍ଣପ୍ରୟାଗ ଯାତ୍ରା ଏବେ ମାତ୍ର ଦୁଇ ଘଣ୍ଟାରେ ସମାପ୍ତ ହେବାକୁ ଯାଉଛି। ଦେବଭୂମିରେ ‘ଶିବ’ ଏବଂ ‘ଶକ୍ତି’ଙ୍କ ଆଶୀର୍ବାଦରେ ଭାରତୀୟ ରେଳବାଇ ଦେଶର ସବୁଠାରୁ ଦୀର୍ଘ ରେଳ ସୁଡ଼ଙ୍ଗ ନିର୍ମାଣରେ ଏକ ସଫଳ ସଫଳତା ହାସଲ କରିଛି। ୧୨୫ କିଲୋମିଟରରୁ ଅଧିକ ଲମ୍ବ ଋଷିକେଶ-କର୍ଣ୍ଣପ୍ରୟାଗ ରେଳ ପ୍ରକଳ୍ପ ଉତ୍ତରାଖଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟ, ତୀର୍ଥସ୍ଥଳ ଏବଂ ଆଧ୍ୟାତ୍ମିକ ଗୁରୁତ୍ୱକୁ ପୁନଃପରିଭାଷିତ କରିବାକୁ ଯାଉଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଯମୁନେତ୍ରୀ, ଗଙ୍ଗୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଦର୍ଶନ ପାଇଁ ତୀର୍ଥଯାତ୍ରାରେ…
Akshaya Tritiya Puja: ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଚଳିତ ବର୍ଷ ଏହା ଏପ୍ରିଲ 30 ତାରିଖରେ ପାଳନ କରାଯାଉଛି। ଏହି ଦିନଟି କୃଷକମାନଙ୍କର ଦିନ ବୋଲି କୁହାଯାଏ। କାରଣ କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ବା ଅକ୍ଷୟମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ। ଅକ୍ଷୟ ତୃତୀୟାକୁ ସାରା ଭାରତ ବର୍ଷରେ ଏକ ଅନୁକୂଳର ଦିନ ବୋଲି ଧରାଯାଇଛି। ଏହି ଦିନ ଯାହାକିଛି ଅନୁକୂଳ କଲେ ତାହା ସଫଳ ହୋଇଥାଏ ବୋଲି ବିଶ୍ବାସ ରହିଛି। ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ,ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ…
ଭୁବନେଶ୍ବର: ଆଜି ସକାଳେ କଟକ ଭୁବନେଶ୍ବରରେ କାଳ ବୈଶାଖୀ ତାଣ୍ଡବ ରଚିଛି। ହଠାତ ଆକାଶରେ କଳା ହାଣ୍ଡିଆ ମେଘ ଆସି ପୁରା ଦୁଇ ସହରକୁ ଅନ୍ଧାରିଆ କରିଦେଲା। ଏହାପରେ ଝଡ ପବନ ସହ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା। ଏହାଦ୍ବାରା ଦୁଇ ସହରର ବହୁ ଗଛ ଉପୁଡି ପଡି ରାସ୍ତା ଉପରେ ପଡିରାହିଥିଲା। ଏହାପରେ ଅଗ୍ନିଶମ ବିଭାଗ କର୍ମଚାରୀ କଟର ମେସିନ ସାହାଯ୍ୟରେ ଗଛକାଟି ରାସ୍ତା ସଫା କରିଥିଲେ। ସୂଚନା ଅନୁସାରେ ଭୁବନେଶ୍ବରର ନ୍ୟିୟୁ ଏଜି କଲୋନୀ, ଲକ୍ଷ୍ମୀସାଗର, ପଟିଆ, ଫରେଷ୍ଟପାର୍କ, ଗଜପତି ନଗର ପ୍ରଭୃତି ଅଞ୍ଚଳରେ ଗଛ ଉପୁଡିଥିବା ଜଣାପଡିଛି। ସେହିପରି କଟକର ଆଠଗଡ ଅଞ୍ଚଳରେ ଗଛ ଉପୁଡି ଯାତାୟତରେ ଅସୁବିଧା ସୃଷ୍ଟି ହୋଇଥିଲା।
ଭୁବନେଶ୍ବର: କେନ୍ଦ୍ରକୁ ଡେପୁଟେସନରେ ଯିବେ ବରିଷ୍ଠ ଆଇଏଏସ ନିକୁଞ୍ଜ ବିହାରୀ ଧଳ। ଏ ନେଇକେନ୍ଦ୍ର ସରକାରଙ୍କ କାର୍ମିକ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ମୋଟ ଅଠର ଜଣଙ୍କର ବଦଳି ହୋଇଛି। ସେଥିମଧ୍ୟରେ ଆଇଏଏସ ନିକୁଞ୍ଜ ଧଳଙ୍କର ନାମକୁ ମଧ୍ୟ ଆପଏଣ୍ଟମେଣ୍ଟ କମିଟ ଅଫ କ୍ୟାବିନେଟ ସୁପାରିଶ କରିଛନ୍ତି। ନିକୁଞ୍ଜ ଧଳ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଗତ ନିର୍ବାଚନରେ ସେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନେତୃତ୍ବରେ ଗତ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପରିଚାଳିତ ହୋଇଥିଲା। ସେ କେନ୍ଦ୍ରର ସଂସଦୀୟ ବିଭାଗର ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେ ଜୁନ 30 ତାରିଖରେ ଯୋଗଦେବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ଭୁବନେଶ୍ବର: ଆଜି ରାଜଧାନୀରେ ହଠାତ ଘୋଟିଗଲା ଘୋର ଅନ୍ଧାର। ତା ସହିତ ଆରମ୍ଭ ହେଲା ପବନ। ଧିରେ ଧିରେ କୋହଲା ପବନ ପ୍ରବାହିତ ହେଲା। ଏହାପରେ ଆରମ୍ଭ ହୋଇଗଲା ତାଣ୍ଡବ। ପ୍ରବଳ ବର୍ଷା ସାଙ୍ଗକୁ ଝ଼ଡ ତୋଫାନ। ଏପରି ଅବସ୍ଥା ହେଲା ଯେ, ଯିଏ ଯେଉଁଠି ଥିଲା ସେହିଠି ରହିବାକୁ ବାଧ୍ୟ ହେଲା। କାଳ ବୈଶାଖୀ ଯୋଗୁଁ ପୁରା ରାଜଧାନୀରେ ପ୍ରବଳ ବର୍ଷା ସହିତ ପବନ ପ୍ରବାହିତ ହୋଇଥିଲା। କେତେକ ସ୍ଥାନରେ ଗଛ ଉପୁଡିଥିବାର ଜଣାପଡିଛି। ସେହିପରି ହଠାତ ପ୍ରବଳ ବର୍ଷା ଯୋଗୁଁ ଅନେକସ୍ଥାନରେ ପାଣି ଜମିଯାଇଛି। ପ୍ରାୟ ତିରିଶ ମିନିଟ ଧରି ତାଣ୍ଡବ ପରେ ପାଗରେ ପରିବର୍ତ୍ତନ ହୋଇଛି।
ନୂଆଦିଲ୍ଲୀ: ଖଣ୍ଡିଗିର ହେଉ କିମ୍ବା ବିଶ୍ବ ପ୍ରସିଦ୍ଧ କୋଣାର୍କ। ଏସବୁ ଦେଖିବା ପାଇଁ ଟିକେଟ କାଟିବାକୁ ପଡେ। ହେଲେ ଆଜି ଦିନକ ପାଇଁ ମାଗଣାରେ ଆପଣ ସମସ୍ତ କୀର୍ତ୍ତିରାଜି ଦେଖିପାରିବେ। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ ଘୋଷଣା କରିଛି ଯେ, ଆଜି ଅର୍ଥାତ ୧୮ ଏପ୍ରିଲରେ କୌଣସି କିର୍ତ୍ତୀରାଜି ସ୍ଥଳରେ ପ୍ରବେଶ ଶୁଳ୍କ ନିଆଯିବ ନାହିଁ। କାରଣ ହେଲା ଆଜି ବିଶ୍ୱବ୍ୟାପୀ ‘ଆନ୍ତର୍ଜାତୀୟ କିର୍ତ୍ତୀରାଜି ଓ ସ୍ଥଳ ଦିବସ’ ପାଳନ କରାଯାଉଛି। ସେଥିପାଇଁ ଏଏସଆଇ ଏପରି ନିଷ୍ପତି ଗ୍ରହଣ କରିଛି। ଏଏସଆଇ କହିଛି ଯେ, ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଅନୁସନ୍ଧାନ କରିବାକୁ ପରିଦର୍ଶକମାନଙ୍କୁ ଉତ୍ସାହିତ କରିବା। ଏଏସଆଇ ଅଧିନରେ ଦେଶରେ ୩,୬୯୮ ସ୍ମାରକୀ ଏବଂ ସ୍ଥଳ ରହିଛି। ଯାହାର ସଂରକ୍ଷଣ ଏହି ସଂସ୍ଥା କରିଆସୁଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ହେଉଛି ‘ବିପର୍ଯ୍ୟୟ ଏବଂ ସଂଘର୍ଷର ବିପଦରେ ଥିବା ଐତିହ୍ୟ’।…
ଭୁବନେଶ୍ୱର: ଗତ ୨୭ ତାରିଖ ଦିନ ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ପୋଲିସ ଦ୍ଵାରା ଗିରଫ ହୋଇ ଝାରପଡ଼ା ସ୍ଵତନ୍ତ୍ର କାରାଗାର ରେ ଥିବା କଂଗ୍ରେସ କର୍ମୀ ଓ ଛାତ୍ର ନେତା ମିର୍ଜା ଇସଲାମ ବେଗ,ଚନ୍ଦନ ସାହୁ, ଆସିଫ ଖାନ,ବିଜୟ କୁମାର ସାହୁ ଓ ପ୍ରତୀକ ଦାଶ ଙ୍କୁ ଆଜି ଭେଟିଛନ୍ତି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ। ଶ୍ରୀଯୁକ୍ତ ଦାସ ସେମାନଙ୍କୁ ଜେଲ ଭିତରେ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀଯୁକ୍ତ ଦାସ କହିଛନ୍ତି କି ଅଗଣତାନ୍ତ୍ରିକ ଭାବେ ଗିରଫ ଛାତ୍ର ଏବଂ କଂଗ୍ରେସ କର୍ମୀଙ୍କ ମନୋବଳ ବୃଦ୍ଧି କରିବା ଏବଂ ସାହସ ଦେବା ପାଇଁ ଆମେ ଆସିଥିଲୁ। ସେମାନଙ୍କ ସହ କଥା ହେଲି ସେମାନେ ସବୁ ପାଠ ପଢିବା ପିଲା । ଛାତ୍ର କଂଗ୍ରେସ କୁ ଦୁର୍ବଳ କରିବାକୁ ଏଭଳି ଷଡ଼ଯନ୍ତ୍ର କରାଯାଇ ଛାତ୍ର ମାନଙ୍କୁ ଗିରଫ…
ଭୁବନେଶ୍ୱର: ବିଶିଷ୍ଟ ଜନନାୟକ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିରେ ଗଠିତ ‘ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି’ର ସଦସ୍ୟ ଗଣ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଏହି ଅବସରରେ ସେମାନେ ସ୍ବର୍ଗତ ପଟ୍ଟନାୟକଙ୍କ ସ୍ମୃତି ରକ୍ଷା ବିଷୟରେ ଆଲୋଚନା କରିଛନ୍ତି। ସ୍ବର୍ଗତ ପଟ୍ଟନାୟକଙ୍କ ସ୍ମୃତିରେ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯିବା ସହିତ ତାଙ୍କ ନାମରେ ଏକ ସଡ଼କକୁ ନାମିତ କରିବା ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ। ଏହିସବୁ ପ୍ରସ୍ତାବ ଗୁଡିକୁ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ଏହି କମିଟିର ସଦସ୍ୟ ଭାବେ ଶ୍ରୀ ପୃଥ୍ଵୀ ବଲ୍ଲଭ ପଟ୍ଟନାୟକ, ଶ୍ରୀ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଶ୍ରୀ ଯଜ୍ଞେଶ୍ଵର ବାବୁ, ଶ୍ରୀ ଅନନ୍ତ ସେଠୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।
ଭୁବନେଶ୍ୱର: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର ଦିନ ଓଡ଼ିଶା ପାଇଁ ୧୫୪ କିଲୋମିଟର ଲମ୍ବ ସହିତ ୪,୧୩୭ କୋଟି ଟଙ୍କାର ୧୯ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଭୁବନେଶ୍ୱର ବରମୁଣ୍ଡା ପଡିଆରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଗଡକରୀ କହିଥିଲେ ଯେ ଓଡ଼ିଶାର ସଡ଼କ ଭିତ୍ତିଭୂମି ଖୁବ୍ ଶୀଘ୍ର ଆମେରିକାର ସହ ପ୍ରତିଯୋଗୀତା କରିବ। ଏକ ରାଜ୍ୟର ବିକାଶ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଅତ୍ୟନ୍ତ ଜରୁରୀ। ସମୃଦ୍ଧ ଖଣିଜ ସଂରକ୍ଷିତ, ବନ୍ଦର, ଜଙ୍ଗଲ ଏବଂ ବନ୍ୟପ୍ରାଣୀ ସହିତ, ଓଡ଼ିଶାରେ ଅପାର ପର୍ଯ୍ୟଟନ ସମ୍ଭାବନା ରହିଛି। ଉନ୍ନତ ସଡ଼କ ସଂଯୋଗୀକରଣ ଏହି କ୍ଷେତ୍ରଗୁଡ଼ିକରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ବୋଲି ସେ କହିଛନ୍ତି। ଗଡକରୀ ସୂଚନା ଦେଇଥିଲେ ଯେ ରାଜ୍ୟରେ ୨ ଲକ୍ଷ କୋଟି ଟଙ୍କାର ରାଜପଥ ପ୍ରକଳ୍ପର କାମ ଚାଲିଛି। ଏଥିମଧ୍ୟରୁ ୬୦,୦୦୦ କୋଟି ଟଙ୍କାର ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଆଉ ୬୦,୦୦୦…
ଭୁବନେଶ୍ବର: ବହୁଳ ପ୍ରସାରିତ ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ପକ୍ଷରୁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଉଥିବା ‘ସତ୍ୟବାଦୀ ସାରସ୍ୱତ ସମ୍ମାନ ୨୦୨୪’ ଲବ୍ଧପ୍ରତିଷ୍ଠ କଥାଶିଳ୍ପୀ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ରଙ୍କୁ ପ୍ରଦାନ କରାଯିବ। ଏହାବ୍ୟତୀତ ପ୍ରବନ୍ଧ ବିଭାଗରେ ଡ. ବାବାଜୀ ଚରଣ ପଟ୍ଟନାୟକ, କବିତା ପାଇଁ ମମତା ଦାଶ, ଗଳ୍ପ ପାଇଁ ପ୍ରଫେସର ଶରତ ଚନ୍ଦ୍ର ଶତପଥୀ, ଶିଶୁ ଗଳ୍ପରେ ଡ. ରମେଶ ପତ୍ରୀ, ଶିଶୁ କବିତାରେ ହରିହର ଶୁକ୍ଳ ଓ ରମ୍ୟ ରଚନା ପାଇଁ ନାରାୟଣ ଶତପଥୀଙ୍କୁ ‘ସତ୍ୟବାଦୀ ସାହିତ୍ୟ ସମ୍ମାନ ୨୦୨୪’ ପ୍ରଦାନ କରାଯିବ। ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’ରେ ଏକ ଲକ୍ଷ ଟଙ୍କାର ପୁରସ୍କାର ସହ ଉପାୟନ ଏବଂ ‘ସତ୍ୟବାଦୀ ସାହିତ୍ୟ ସମ୍ମାନ’ରେ ସମ୍ମାନିତ ପ୍ରତିଭାଙ୍କୁ ଦଶ ହଜାର ଅର୍ଥରାଶି ସହିତ ଉପାୟନ ପ୍ରଦାନ କରାଯିବ। ଏଥିପାଇଁ ଲୋକସେବକ ମଣ୍ଡଳ ପକ୍ଷରୁ ଗଠିତ ସାତଜଣିଆ ମନୋନୟନ କମିଟି ବୈଠକ…
ନୂଆଦିଲ୍ଲୀ: ଆଜି ବହୁ ଚର୍ଚ୍ଚିତ ୱାକଫ ସଂଶୋଧନ ବିଲକୁ ନେଇ ସୁପ୍ରିମ କୋର୍ଟର ହାଲକା ଝଟକା ଲାଗିଛି। କାରଣ ହେଲା ଯେ, ଆଜି ସୁପ୍ରିମ କୋର୍ଟ ଏହି ବିଲ ଉପରେ ସ୍ଥିତ ଅବସ୍ଥା ଜାରୀ କରିଛନ୍ତି। କାରଣ ହେଲା ୱାକଫ ବୋର୍ଡରେ ଅଣ ମୁସଲିମ ଲୋକଙ୍କୁ ନିଯୁକ୍ତି ନେଇ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଫଳରେ ଏହା ଉପରେ ପୁଣି ଥଲେ ଆସନ୍ତା ମେ ପାଞ୍ଚ ତାରଖକୁ ଦିନ ଧାର୍ଯ୍ୟ କରିଛନ୍ତି। ତେବେ କୋର୍ଟ ଦ୍ବାରା ଆଇନକୁ ସ୍ଥଗିତ ରଖାଯାଇନାହିଁ। କେନ୍ଦ୍ର ସରକାର ଏହାର ଉତ୍ତର ଦାଖଲ କରିବା ପାଇଁ କୋର୍ଟଙ୍କଠାରୁ ଗୋଟିଏ ସପ୍ତାହ ସମୟ ମାଗିଥିଲେ, ଯାହାକୁ କୋର୍ଟ ମଞ୍ଜୁର କରିଛନ୍ତି। ସେହି ସମୟରେ, କେନ୍ଦ୍ର ପରେ ଆବେଦନକାରୀଙ୍କୁ ସେମାନଙ୍କର ଉତ୍ତର ଦାଖଲ କରିବାକୁ କୁହାଯାଇଛି। ଏବେ ପରବର୍ତ୍ତୀ ଶୁଣାଣି ମେ ୫ ତାରିଖରେ ହେବ। ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା, ବିଚାରପତି କେଭି ବିଶ୍ୱନାଥନ ଏବଂ ବିଚାରପତି ସଞ୍ଜୟ କୁମାରଙ୍କ…
ଭୁବନେଶ୍ବର: ଆଜି ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ର ସଡକ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ। ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ସ୍ବାତ କରିଥିଲେ। ସେହିପରି ବିମାନ ବନ୍ଦର ବାହାରେ ଗଡକରୀଙ୍କୁ ସ୍ବାଗତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହାପରେ ସେ ବିମାନ ବନ୍ଦରରୁ ସିଧା କଟକ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ସେ ରେଭେନଁସା ବିଶ୍ବବିଦ୍ୟାଳୟରେ ହରେକୃଷ୍ଣ ମହତାବ ଜୟନ୍ତିରେ ଯୋଗଦେଇଛନ୍ତି। ଏହାପରେ ଅପରାହ୍ନରେ ସେ ଭୁବନେଶ୍ବର ବରମୁଣ୍ଡା ପଡିଆରେ ରାଜ୍ୟ ପାଇଁ ବହୁ ପ୍ରକଳ୍ପର ଶୁଭାରମ୍ଭ କରିବେ।
ଭୁବନେଶ୍ବର: ରାଜ୍ୟରେ ଟ୍ରାଫିକ୍ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୃଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଟ୍ରାଫିକ୍ ଶାଖାରେ ୨ ହଜାର ନୂତନ ପଦବୀ ସୃଷ୍ଟି କରିବା ପାଇଁ ଅନୁମୋଦନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟସ୍ତରୀୟ ଟ୍ରାଫିକ୍ ବ୍ୟବସ୍ଥାରେ ୭୦ ଟି ନୂତନ ପଦବୀ ହୋଇଥିବା ବେଳେ ଜିଲ୍ଲାସ୍ତରୀୟ ସେଟ-ଅପ୍ରେ ୧୯୩୦ଟି ପଦବୀ ସୃଷ୍ଟି ହୋଇଛି। ରାଜ୍ୟ ସ୍ତରୀୟ ସେଟ-ଅପ୍ରେ ନିମ୍ନଲିଖିତ ଭାବେ ପଦବୀ ସୃଷ୍ଟି କରାଯାଇଛି। ADGP/IGP ଗୋଟିଏ ପଦବୀ, DIG (ପୋଲିସ) ଗୋଟିଏ ପଦବୀ, SP ୨ ଟି ପଦବୀ, DSP ୪ ଟି, Inspector ୬ ଟି, SI ୮ ଟି, ASI ୮ ଟି, କନେଷ୍ଟବଲ ୨୨ ଟି, ଡ୍ରାଇଭର ୧୦ ଟି, ଏଷ୍ଟାବ୍ଲିସମେଣ୍ଟ ଅଫିସର ଗୋଟିଏ, ସେକ୍ସନ ଅଫିସର ଗୋଟିଏ, ଏ.ଏସ୍.ଓ ୩ ଟି ଓ ଜୁନିଅର ଆସିଷ୍ଟାଣ୍ଟ ପାଇଁ ୩ ଟି ପଦବୀ…
ଭୁବନେଶ୍ୱର: ରାଜ୍ୟ ସରକାର ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ତିନୋଟି ନୂଆ ବାଟାଲିଅନ ଗଠନ କରିଛନ୍ତି। ଏଥିରେ ମୁଖ୍ୟତଃ ପୂର୍ବତନ ଆର୍ମି ଓ ନାଭିର ସୈନିକ ଏବଂ କୈନ୍ଦ୍ରୀୟ ସଶକ୍ତ ପୋଲିସ ବାହିନୀର କର୍ମଚାରୀମାନେ ନିଯୁକ୍ତ ହୋଇଥାନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ପୋଲିସ କର୍ମଚାରୀ ମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି କରିଛନ୍ତି। ଏ ସମ୍ପର୍କୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ପଦବୀର ପାରିଶ୍ରମିକ ନିମ୍ନମତେ ବୃଦ୍ଧି ପାଇଛି। ସିପାହୀ (GD) ମାନଙ୍କ ମାସିକ ପାରିଶ୍ରମିକ ୩୦ ହଜାର ଟଙ୍କାରୁ ୪୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଲାନ୍ସ ନାଏକ/ନାଏକ/ହାବିଲ୍ଦାର (GD) ମାନଙ୍କ ପାରିଶ୍ରମିକ ୩୨ ହଜାରରୁ ୫୦ ହଜାର, ଜୁନିଅର କମିଶନ୍ଡ ଅଫିସର (GD) ୪୦ ହଜାରରୁ ୫୫ ହଜାର, ଜୁନିଅର କମିଶନ୍ଡ ଅଫିସର (Instructor) ୪୦ ହଜାରରୁ ୫୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଡିଙ୍ଗି ଡ୍ରାଇଭର/ସି-ମ୍ୟାନ୍…

