ଭୁବନେଶ୍ବର: ଗତକାଲି ରାଜ୍ୟରେ ୨ ହଜାର ୬୦୩ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨ ହଜାର ୧୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୨୪ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ ହଜାର ୨୨୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୮୭୭ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୯୭ ବାଲେଶ୍ଵର ଜିଲ୍ଲାରୁ- ୪୦ ବରଗଡ ଜିଲ୍ଲାରୁ- ୧୭ ଭଦ୍ରକ ଜିଲ୍ଲାରୁ- ୪୦ ବଲାଙ୍ଗୀରି ଜିଲ୍ଲାରୁ- ୬୫ ବୌଦ୍ଧ ଜିଲ୍ଲାରୁ- ୫୫ କଟକ ଜିଲ୍ଲାରୁ – ୧୪୫ ଦେବଗଡ ଜିଲ୍ଲାରୁ- ୯ ଢେଙ୍କାନାଳ ଜିଲ୍ଲାରୁ- ୬୧ ଗଜପତି ଜିଲ୍ଲାରୁ- ୬୪ ଗଞ୍ଜାମ ଜିଲ୍ଲାରୁ- ୩୫ ଜଗତସିଂହପୁର ଜିଲ୍ଲାରୁ- ୩୨ ଯାଜପୁର ଜିଲ୍ଲାରୁ- ୫୩ ଝାରସୁଗୁଡା ଜିଲ୍ଲାରୁ- ୫୬ କଳାହାଣ୍ଡି ଜିଲ୍ଲାରୁ- ୩୬ କନ୍ଧମାଳ ଜିଲ୍ଲାରୁ- ୪୪…
Author: Samikhsya Bureau
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଜୀବନଦେଇପୁର ଗ୍ରାମରେ ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ରାମର ଶେଷ ଭାଗରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ପଡିଥିବାର ଦେଖାଯାଇଛି। ଖବର ମୁତାବକ ଆଜି ସକାଳୁ ଜୀବନଦେଇପୁର ଗ୍ରାମର ଶେଷ ଭାଗ ପର୍ବତର ପାଦଦେଶରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଲଗ୍ନ ଅବସ୍ଥାରେ ପଡିଥିବାର ଗ୍ରାମବାସୀ ଦେଖିଥିଲେ। ଖବର ପାଇ ବର୍ତ୍ତମାନ ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ତେବେ ବ୍ୟକ୍ତି ଜଣକ କିଏ ଏବଂ କଣ ପାଇଁ ତାଙ୍କର ମୃତ୍ୟୁ ହୋଇଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛି।
ଭୁବନେଶ୍ୱର: ଚଳଚ୍ଚିତ୍ର “ଚକ୍ଷୁବନ୍ଧନ” ସଫଳତା ପରେ ଅନିଶ ଏଣ୍ଟରଟେନମେଣ୍ଟ ପ୍ରସ୍ତୁତ କରୁଛନ୍ତି ରଜ ଉପଲକ୍ଷେ ଚଳଚ୍ଚିତ୍ର “ମାୟାବୀ”। ଆମେ ଯାହା ଦେଖୁ ସବୁ ଯେ ସତ ଏହା ଏକ ମଧୁର ମିଛ। ଯିଏ ଯାହା ଦେଖେଇବାକୁ ଚାହେଁ ସେ ଦାବି କରେ ଯେ ତା କଥାଟା ହିଁ ସତ। ତୋ ସତ ଆଉ ମୋ ସତ ଲଢେଇ ଭିତରେ ପ୍ରକୃତ ସତ ହଜିଯାଏ। ରଙ୍ଗ ପୁଟ ଦେଇ କହିବାକୁ ଯାଇ ଆମେ ସତକୁ ଏତେ ବଦଳେଇ ଦଉ ଯେ ତାହା ଗୁଜବ ପାଲଟି ଯାଏ। ସମ୍ପର୍କ, ସିଦ୍ଧାନ୍ତ ଆଉ ମାନବିକ ଭାବ ପ୍ରବଣତାକୁ ଆଧାର କରି ପ୍ରକୃତ ସତ ପାଖରେ ପହଁଚି ସତ୍ୟର ସ୍ୱରୂପକୁ ଖୋଜି ପାଇବାର ଏକ ରହସ୍ୟ ଘେରା ରୋମାଞ୍ଚକର କାହାଣୀକୁ ନେଇ ଦର୍ଶକଙ୍କ ଆଗକୁ ଆସୁଥିବା ଏହି ଚଳଚ୍ଚିତ୍ରର ପ୍ରଯୋଜକ ତପନ କୁମାର ଦାଶ ଥିବାବେଳେ ନିର୍ଦେଶକ ଅଛନ୍ତି ସୁଧାଂଶୁ ମୋହନ ସାହୁ। ପ୍ରଥମ ଥର ପାଇଁ…
ଅହମ୍ମଦାବାଦ: ନୂତନ ଅଧିନାୟକ ରୋହିତ ଶର୍ମାଙ୍କ ଉପସ୍ଥିତିରେ ଆଜି ଅହମ୍ମଦାବାଦରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ସହିତ ଭାରତୀୟ ଦଳ ଏକ ନୂଆ ଯୁଗରେ ପ୍ରବେଶ କରିବ। ଏଥିରେ ସେ ନିଜର ପୁରୁଣା ‘ମଧ୍ୟମ ଅର୍ଡର ସମସ୍ୟାରୁ’ ମୁକ୍ତି ପାଇବାକୁ ଚେଷ୍ଟା କରିବ। ଏହି ସିରିଜର ଉଦଘାଟନୀ ମ୍ୟାଚ୍ ଭାରତ ପାଇଁ ୧୦୦୦ ତମ ଦିନିକିଆ ହେବ। ଭାରତୀୟ ଦଳ ୨୦୨୩ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଚାହୁଁଛି। ଯେଉଁଥିରେ ସେମାନେ ୨୦୧୫ ଏବଂ ୨୦୧୯ ରେ ଟ୍ରଫି ଜିତିପାରି ନାହାନ୍ତି। ଏବଂ ବର୍ତ୍ତମାନ ପ୍ରକୃତରେ ଦଳ ରଣନୀତି ପରିବର୍ତ୍ତନ କରିବାକୁ ଚାହୁଁଛି। ଏକ ଦକ୍ଷିଣ ଆଫ୍ରିକା ଦଳ ବିପକ୍ଷରେ ନୈରାଶ୍ୟଜନକ ପରାଜୟର ସମ୍ମୁଖୀନ ହେବା ପରେ ଭାରତୀୟ ଦଳ ବର୍ତ୍ତମାନ ନୂଆ ଦିନିକିଆ ଅଧିନାୟକ ରୋହିତଙ୍କ ସହ ଏକ ବିଜୟ ଧାରାକୁ ଆସିବାକୁ ଚାହିଁବ। ଯେଉଁଥିରେ କୋଚ୍ ରାହୁଲ ଦ୍ରାବିଡ ମଧ୍ୟ ଅଛନ୍ତି। ‘ରୋହିତ-ଦ୍ରାବିଡ’ ଯୋଡି ଆଗାମୀ କିଛି…
ଭୁବନେଶ୍ୱର: ‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ’କୁ ପାଥେୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗତ ୧ ତାରିଖ ଦିନ ଉପସ୍ଥାପନା କରିଥିବା “ବଜେଟ-୨୦୨୨”କୁ ଦେଶବ୍ୟାପୀ ପ୍ରଶଂସା ମିଳିଛି। ମୋଦି ସରକାରଙ୍କ ‘ଆତ୍ମନିର୍ଭର ଅର୍ଥବ୍ୟବସ୍ଥା’ ଏବଂ “ବଜେଟ-୨୦୨୨” ପ୍ରସଙ୍ଗରେ ଦେଶବାସୀଙ୍କୁ ବିସ୍ତୃତ ତଥ୍ୟ ଜଣାଇବା ପାଇଁ କେନ୍ଦ୍ରମନ୍ତ୍ରୀମାନେ ବିଭିନ୍ନ ରାଜ୍ୟ ଗସ୍ତ କରିବେ। ଏହି ପରିପ୍ରେକ୍ଷୀରେ ଆସନ୍ତା କାଲି କେନ୍ଦ୍ର ରେଳ ଏବଂ ସୁଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଆସନ୍ତା କାଲି ମଧ୍ୟାହ୍ନ ୧୨.୦୫ ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ଏବଂ ଅପରାହ୍ନ ୪ଟାରେ କଟକସ୍ଥିତ ଶାରଳା ଭବନରେ ଆୟୋଜିତ ବୁଦ୍ଧିଜୀବି ସମ୍ମିଳନୀରେ ଯୋଗ ଦେବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି।
ଭୁବନେଶ୍ୱର: କଟକର ସ୍ୱରାଜ ଆଶ୍ରମ ପରେ ସେତେବେଳର ଜଗତସିଂହପୁର ସବ୍ଡ଼ିଭିଜନ ତଥା ବର୍ତ୍ତମାନର ଜଗତସିଂହପୁର ଜିଲ୍ଲା ସଦର ମହକୁମାରେ ଅଳକା ନଈଧାରରେ ଅବସ୍ଥିତ ଥିବା ସ୍ୱାଧୀନତାର ସଂଗ୍ରାମୀପୀଠ ଅଳକା ଆଶ୍ରମ ଭାରତୀୟ ମୁକ୍ତି ସଂଗ୍ରାମରେ ଏକ କ୍ରାନ୍ତିକାରୀ ଭୂମିକା ନିଭାଇଥିଲା। ଆଜକୁ ୧୦୦ ବର୍ଷ ତଳେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କରକମଳରେ ଏହି ଆଶ୍ରମର ଉଦ୍ଘାଟନ ହୋଇଥିଲା। ଲକ୍ଷ୍ୟ ଥିଲା ଗାନ୍ଧିଜୀଙ୍କର ଅସହଯୋଗ ଆନ୍ଦୋଳନ ଡ଼ାକରାରେ ଯେଉଁ ଛାତ୍ରଛାତ୍ରୀମାନେ ସେତେବେଳେ ଇଂରାଜୀ ସ୍କୁଲ୍କୁ ବୟକଟ କରିଥିଲେ, ସେମାନଙ୍କୁ ଏହି ଆଶ୍ରମରେ ପ୍ରଶିକ୍ଷଣ ଦେଇ ଆତ୍ମନିର୍ଭର କରିବା ସଙ୍ଗେ ସଙ୍ଗେ ଜଣେ ଜଣେ ସଂଗ୍ରାମୀ ସୈନିକ ଭାବରେ ଗଢିତୋଳିବା। ସେତେବେଳେ ମାଜିଷ୍ଟ୍ରେଟ ଚାକିରୀ ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ଗୋପବନ୍ଧୁ ଚୌଧୁରୀ ଓ ମା’ ରମାଦେବୀ ଏହି ଆଶ୍ରମର ତତ୍ତ୍ୱାବଧାରକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ସଂଗ୍ରାମୀପୀଠ ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ସଂଗ୍ରାମୀ ଭାଗିରଥୀ…
ମେଷ- ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କ ଚିନ୍ତାଧାରାକୁ ପସନ୍ଦ କରିବେ। ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ। ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ। ଆଜି ଦିନଟି ସ୍ୱାଭାବିକ ରହିବ। ସାଥୀ ତୁମର ଅନୁଭବ ବୁଝିପାରିବେ। ଗଣ୍ଠି ଯନ୍ତ୍ରଣା ମଧ୍ୟ ଆପଣଙ୍କୁ କଷ୍ଟ ଦେଇପାରେ। ତୁମେ ଧର୍ଯ୍ୟବାନ ହେବା ଉଚିତ୍। ବୃଷ- ଶୀଘ୍ର କୌଣସି କାମ କରନ୍ତୁ ନାହିଁ। ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଯୋଗଦାନ କରିପାରନ୍ତି। ପ୍ରାର୍ଥନାରେ ଧ୍ୟାନ ଦେବେ। ବ୍ୟବସାୟ ଭଲ କରିବ। ଅଫିସ ଚାକିରିରେ ସନ୍ତୁଷ୍ଟ ରହିବେ। ପଂଜି ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଘରେ ଏବଂ ବାହାରେ ଜୀବନ ଖୁସି ହେବ। ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ। ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ। ମିଥୁନ- ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ…
ଆଣ୍ଟିଗୁଆ: ଅଣ୍ଡର -19 ବିଶ୍ୱକପ ଫାଇନାଲରେ ଇଂଲଣ୍ଡକୁ ଭାରତୀୟ ଦଳ 4 ୱିକେଟରେ ପରାସ୍ତ କରିଛି। ଭାରତୀୟ ଦଳ ରେକର୍ଡ ପଞ୍ଚମ ଥର ପାଇଁ ଅଣ୍ଡର -19 ବିଶ୍ୱକପ ଟାଇଟଲ ଜିତିଛି। ଭାରତ ପାଇଁ ଶେଖ ରସିଦ 50 ରନ୍ ସଂଗ୍ରହ କରିଥିବାବେଳେ ଶେଷ ମୁହୂର୍ତ୍ତରେ ରାଜା ବାୱା 35 ରନ୍ ସଂଗ୍ରହ କରିଛନ୍ତି। ନିଶାନ୍ତ ସିନ୍ଧୁ ଅପରାଜିତ 50 ରନ୍ କରି ଭାରତକୁ ବିଜୟ ପ୍ରଦାନ କରିଛନ୍ତି। ଏହାପୂର୍ବରୁ ମଧ୍ୟମ ପେସର ରାଜ ବାୱାଙ୍କ ପାଞ୍ଚ ୱିକେଟ୍ ଏବଂ ରବି କୁମାରଙ୍କ ଚାରି ୱିକେଟ୍ ସହାୟତାରେ ଇଂଲଣ୍ଡକୁ 44.5 ଓଭରରେ 189 ରନ୍ ରେ ଅଲ ଆଉଟ କରିଥିଲା। ଇଂଲଣ୍ଡ ପାଇଁ ଜେମ୍ସ ରିୟୁ 95 ରନ୍ ସଂଗ୍ରହ କରିଥିଲେ। ଭାରତର ବାୱା 9.5 ଓଭରରେ 31 ଦେଇ ପାଞ୍ଚଟି ନେଇଥିବାବେଳେ ବାମହାତୀ ପେସର ରବି କୁମାର 34 ରନ୍ ରେ ଚାରିଟି ୱିକେଟ ନେଇଥିଲେ। ନିୟମିତ ବ୍ୟବଧାନରେ ଭାରତ…
ଭୁବନେଶ୍ୱର: ଓଡ଼ିଶା ଟ୍ରକ ମାଲିକ ମହାସଂଘର ଏକ ଜରୁରୀକାଳୀନ ବୈଠକ ଖାରବେଳ ନଗରସ୍ଥିତ ଟାଟା ମୋଟର ଫାଇନାନ୍ସ ଅଫିସ୍ରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଟ୍ରକ ମାଲିକ ସଂଘର ରାଜ୍ୟ ସଭାପତି ପୁରଞ୍ଜନ ପାଢୀଙ୍କ ନେତୃତ୍ୱରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଟ୍ରକ ମାଲିକମାନେ ଆସି ଟାଟା ଫାଇନାନ୍ସ ସହ ଋଣ ଆଦାୟରେ କୋହଳ ନୀତି ଅବଲମ୍ବନ କରିବା ଏବଂ ଋଣ ପରିଶୋଧ ପାଇଁ ଆଉ କିଛି ଅଧିକ ସମୟ ଦେବା ପାଇଁ ଦାବି କରିଥିଲେ। ଟାଟା ଫାଇନାନ୍ସର ଜୋନାଲ ବ୍ରାଞ୍ଚ ମ୍ୟାନେଜର ସମ୍ବିତ ବାବୁ ଟ୍ରକ ମାଲିକ ସଂଘର ଅସୁବିଧା ବିଷୟରେ ସବୁ ଶୁଣି କିଛି ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଗକୁ କିଛି ଋଣ ପରିଶୋଧ କଲେ ମାଲିକମାନଙ୍କ ଗାଡ଼ିକୁ ଆଉ କମ୍ପାନୀ ଭିଡ଼ିବ ନାହିଁ ବୋଲି ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଶତାଧିକ ଟ୍ରକ ମାଲିକମାନେ ଗୋଟିଏ କଥା ଦୋହରାଇଥିଲେ ଯେ, କୋଭିଡ଼ କଟକଣା ଯୋଗୁ ସେମାନଙ୍କ ଗାଡିଗୁଡ଼ିକ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରାପୁଟ ଗ୍ରାମରେ ଦୀର୍ଘ ଚାରିଦିନ ବ୍ୟାପି ଚାଲିଥିବା ପଞ୍ଚାୟତ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଶନିବାର ଦିନ ଉଦଯାପିତ ହୋଇଯାଇଛି। ଉକ୍ତ ଟୁର୍ଣ୍ଣାମେଣ୍ଟରେ ଅଠରବାଟିଆ ପଞ୍ଚାୟତର ୮ ଗୋଟି ଟିମ୍ ଭାଗ ନେଇଥିବା ବେଳେ ପରିଶେଷରେ ବ୍ଲାକ ଟାଇଗର ଟିମ୍ ୧-୦ ଗୋଲ୍ ରେ ବିଜୟ ଲାଭ କରିଛି। ସମସ୍ତ ମ୍ୟାଚ୍ ଗୁଡିକ ନକଆଉଟ୍ ହୋଇଥିବାରୁ ପରସ୍ପର ଟିମ ମଧ୍ୟରେ ଅତ୍ୟନ୍ତ ସଂଘର୍ଷମୟ ଏବଂ ରୋମାଞ୍ଚକର ପରିବେଶ ସୃଷ୍ଟି ହୋଇଥିଲା। ତେବେ ଅନ୍ତିମ ପର୍ଯ୍ୟାୟରେ ବ୍ଲାକଟାଇଗର ଏବଂ କେଦାରନାଥ ଟିମ୍ ପରସ୍ପର ସହ ଫାଇନାଲ୍ ମ୍ୟାଚରେ ସାମ୍ନା ସାମ୍ନି ହୋଇଥିଲେ। ଉକ୍ତ ମ୍ୟାଚରେ ବ୍ଲାକଟାଇଗର ଟିମ୍ ର ଅଧିନାୟକ ପିତବାସ ଜାଲି ଲଢୁଆ ଖେଳ ପ୍ରଦର୍ଶନ କରି ପ୍ରତିପକ୍ଷ ଦଳ ଉପରେ ଏକ ଚିତାକର୍ଷକ ଗୋଲ ଦେଇ ଟିମକୁ ବିଜୟ ଲାଭ କରାଇଥିଲେ। ଅନୁଷ୍ଠିତ ମ୍ୟାଚରେ ରାଜ୍ୟସ୍ତରିୟ କ୍ରୀଡ଼ାବିତ…
ଭୁବନେଶ୍ୱର: ରାଜ୍ୟର ସମସ୍ତ ବୁଥ ସ୍ତରରେ ଦୁଇଜଣ (ଜଣେ ପୁରୁଷ ଓ ଜଣେ ମହିଳା) ସଭ୍ୟ ସଂଗ୍ରହକାରୀ ନିଯୁକ୍ତି କରାଯାଇ କଂଗ୍ରେସର ବୁଥସ୍ତରରୁ ସଭ୍ୟସଂଗ୍ରହ କରି ସଂଗଠନକୁ ମଜବୁତ କରାଯିବ। ଏହି ପକ୍ରିୟାରେ ସଭ୍ୟ ସଂଗ୍ରହକାରୀ ମାନେ ପ୍ରତି ବୁଥରେ ଶତାଧିକ ସଭ୍ୟସଂଗ୍ରହ କରିବେ ବୋଲି ସୂଚନା ଦେଇଛନ୍ତି ପିସିସି ଉପସଭାପତି ଯଜେ୍ଞଶ୍ୱର ବାବୁ। ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାବୁ କହିଲେ ଯେ କଂଗ୍ରେସର ଆଭ୍ୟନ୍ତରୀଣ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଇତି ମଧ୍ୟରେ ଆରମ୍ଭ ହୋଇଯାଇଛି। କେନ୍ଦ୍ରୀୟ ନିର୍ବାଚନ କମିଟିର ଅଧ୍ୟକ୍ଷଭାବେ ପୂର୍ବତନ ସାଂସଦ ମଧୁସୂଦନ ମିସ୍ତ୍ରିଙ୍କୁ ଦଳପକ୍ଷରୁ ନିଯୁକ୍ତି ଦିଆଯାଇଛି। ରାଜ୍ୟସଭା ସାଂସଦ ନିରଜ ଡାଙ୍ଗି ଓଡ଼ିଶା ପ୍ରଦେଶର ପ୍ରଦେଶ ରିଟରର୍ଣ୍ଣି ଅଫିସର ଭାବେ ନିଯୁକ୍ତି ପାଇଛନ୍ତି। ଶ୍ରୀ ଡାଙ୍ଗି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବେ ଓ ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ ବ୍ଲକ ପାଇଁ ବ୍ଲକ…
ଭୁବନେଶ୍ୱର: ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ରାଶି ଘୋଷଣା କରିଛନ୍ତି। ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଜ୍ୟ ପୋଲିସ ପକ୍ଷରୁ ୯ ଲକ୍ଷ ଏବଂ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ରାଶି ମିଳିବା ନେଇ ଶନିବାର ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ମଦନପୁର ରାମପୁର ଡମ୍ବ କର୍ଲାଖୁଣ୍ଟା ନିକଟରେ ମାଓବାଦୀ ମାନେ ପୋଷ୍ଟର ଲଗାଇଥିଲେ। ନିର୍ବାଚନ ବର୍ଜନ କରିବା ସହ ଅନେକ ଦାବି ପୋଷ୍ଟରରେ ଉଲ୍ଲେଖ ଥିଲା। ତେଣୁ ଏହାର ଖବର ସଂଗ୍ରହ କରିବାକୁ ସାମ୍ବାଦିକ ରୋହିତ ବିଶ୍ବାଳ ଘଟଣାସ୍ଥଳକୁ ଯାଇଥିଲେ। କିନ୍ତୁ ମାଓବାଦୀମାନେ ପୂର୍ବରୁ ଟାର୍ଗେଟ କରି ଲ୍ୟାଣ୍ଡ ମାଇନ ବିଛାଇଥିଲେ। ଯାହାଫଳରେ ରୋହିତ ଏହି ଲ୍ୟାଣ୍ଡ ମାଇନର ଶିକାର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଇଦ୍ରାବାଦର ସୀମାବର୍ତ୍ତୀ ମୁଚିନ୍ତାଳରେ ଦେଶ ପାଇଁ “ଷ୍ଟାଚ୍ୟୁ ଅଫ୍ ଇକ୍ଵାଲିଟି” ଉତ୍ସର୍ଗ କରିଛନ୍ତି। ୨୧୬ ଫୁଟ ଉଚ୍ଚର ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି ଏକାଦଶ ଶତାବ୍ଦୀର ଭକ୍ତ ସାଧୁ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ସ୍ମୃତିରେ ନିର୍ମିତ। ଯିଏ ବିଶ୍ୱାସ, ଜାତି ଏବଂ ଧର୍ମ ସମେତ ଜୀବନର ସମସ୍ତ କ୍ଷେତ୍ରରେ ସମାନତାର ଧାରଣାକୁ ପ୍ରୋତ୍ସାହିତ କରିଥିଲେ। ଏହି ପ୍ରତିମୂର୍ତ୍ତି ସୁନା, ରୂପା, ତମ୍ବା, ପିତ୍ତଳ ଏବଂ ଜିଙ୍କର ‘ପଞ୍ଚଧାତୁ’ର ମିଶ୍ରଣରେ ନିର୍ମିତ। ଏହା ବସିଥିବା ଅବସ୍ଥାରେ ଦୁନିଆର ସବୁଠାରୁ ଉଚ୍ଚ ଧାତୁ ପ୍ରତିମୂର୍ତ୍ତି। ଏହା ଏକ ୫୪ ଫୁଟ ଉଚ୍ଚ ଆଧାର ଭବନରେ ପ୍ରତିଷ୍ଠିତ ହୋଇଛି। ଯାହାର ନାମ ହେଉଛି ‘ଭଦ୍ର ବେଦୀ’। ଏଥିରେ ଏକ ବୈଦିକ ଡିଜିଟାଲ ଲାଇବ୍ରେରୀ ଏବଂ ଅନୁସନ୍ଧାନ କେନ୍ଦ୍ର, ପ୍ରାଚୀନ ଭାରତୀୟ ଗ୍ରନ୍ଥ, ଥିଏଟର, ଏକ ଶିକ୍ଷଣୀୟ ଗ୍ୟାଲେରୀ ରହିଛି। ଯାହା ସନ୍ଥ ରାମାନୁଜାଚାର୍ଯ୍ୟଙ୍କ ଅନେକ କାର୍ଯ୍ୟର ବିବରଣୀ ପ୍ରଦାନ କରିଥାଏ। ଏହି ପ୍ରତିମୂର୍ତ୍ତିକୁ…
ନୂଆଦିଲ୍ଲୀ: ପରିବର୍ତ୍ତନଶୀଳ ଜୀବନଶୈଳୀରେ ଅନେକ ଥର ଆମେ ନିଜ ପ୍ରତି ଧ୍ୟାନ ଦେବାକୁ ଭୁଲିଯାଉ। ଘର କିମ୍ବା ଅଫିସ୍, ଲାପଟପ୍ ଏବଂ କମ୍ପ୍ୟୁଟରରୁ କାର୍ଯ୍ୟ ସବୁ ଆଜି ଆମ ଜୀବନର ଏକ ବିଶେଷ ଆବଶ୍ୟକତା ହୋଇପାରିଛି। ଅନେକ ଘଣ୍ଟା ଲାପଟପ୍ ଏବଂ କମ୍ପ୍ୟୁଟରରେ କାମ କରିବା ପରେ, ପୁଣି ଫୋନ୍ ରେ ବ୍ୟସ୍ତ ରହୁଛେ। ଯାହା ଶୋଇବା ପର୍ଯ୍ୟନ୍ତ ଆମ ସହିତ ରହେ। ସକାଳେ ପୁନର୍ବାର ଫୋନ ସହିତ ଦିନ ଆରମ୍ଭ ହୁଏ। ଏହାର ଅର୍ଥ ହେଉଛି ଯେ, ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ, ଆମେ ଏହି ଜିନିଷଗୁଡ଼ିକରେ ବ୍ୟସ୍ତ ରହୁଛେ। ଆପଣ କେବେ ଚିନ୍ତା କରିଛନ୍ତି କି ଯେଉଁ ଉପକରଣଗୁଡ଼ିକ ଆମେ ଦିନସାରା ଆଖିରେ ରଖିଥାଉ ତାହା ଆମ ପାଇଁ କେତେ ବିପଜ୍ଜନକ? ଲୋକମାନେ ସେମାନଙ୍କର ମୂଲ୍ୟବାନ ସମୟକୁ ସୋସିଆଲ ମିଡିଆରେ ଘଣ୍ଟା ଘଣ୍ଟା ବିତାନ୍ତି, କାରଣ ଆଜି ଆମେ ଏଥିରେ ଅଭ୍ୟସ୍ତ ହୋଇଗଲେଣି। ବୋଧହୁଏ ସେସବୁଠାରୁ ଦୂରେଇ…
ଭୁବନେଶ୍ବର: ଫିଟ୍ ରହିବା ପାଇଁ କିଏ ନ ଚାହାନ୍ତି। ସମେସ୍ତ ପତଳା ଓ ସୁଢଳ ରହିବାକୁ ଚାହାନ୍ତି। ମୋଟାପାକୁ ନେଇ ଏବେ ଯୁବପିଢି ବ୍ୟସ୍ତ ଓ ବିବ୍ରତ। ଆଜିକାଲିର ଖାଇବା ପିଇବା ଓ ଜୀବନଶୈଳୀ ଯୋଗୁଁ ଓଜନ ବୃଦ୍ଧି ହୋଇଛି। ଥରେ ମୋଟା ହୋଇଗଲେ ଏହାକୁ କମାଇବା ବହୁତ କଷ୍ଟ। ତେବେ ଆପଣ ଯଦି ମୋଟାପାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଆପଣ କିଛି ପାନୀୟ ପିଇ ନିଜକୁ ମୋଟାରୁ ପତଳା କରିପାରିବେ। ଏହି ପାନୀୟ ଗୁଡିକ ଶରୀରର ମେଟାବଲିଜିମ୍କୁ ବଢାଇ ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ସେହି ଡ୍ରିଙ୍କ୍ଗୁଡିକ ସମ୍ପର୍କରେ। ଗ୍ରୀନ୍ ଟି: ଗତ କିଛି ଦଶକ ଧରି ଗ୍ରୀନ୍ ଟି ବେଶ୍ ଲୋକପ୍ରିୟ ହୋଇପାରିଛି। ଏଥିରେ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ। ଯାହା ଦ୍ବାରା ମେଟାବଲିଜିମ୍ କରାଇଥାଏ। ତେବେ ଏଥିରେ ଆପଣ ଚିନିର ଉପଯୋଗ ନ କରି ଏହାର ସ୍ବାଦ ବଢାଇବା ପାଇଁ ଲେମ୍ବୁ ରସ…
ସ୍ୱାସ୍ଥ୍ୟ ଟିପ୍ସ: ଆଜିର ପରିବର୍ତ୍ତିତ ଜୀବନଶୈଳୀରେ ଲୋକମାନେ କିଛି ଖାଇବା କିମ୍ବା ପିଇବା ପୂର୍ବରୁ ଚିନ୍ତା କରନ୍ତି ନାହିଁ। ଆପଣ କ’ଣ ଖାଉଛନ୍ତି, ଆପଣ କିପରି ଖାଉଛନ୍ତି, ଆପଣ କେତେ ଖାଉଛନ୍ତି ଏବଂ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଉଛି ସେଥିପ୍ରତି ଖୁବ୍ କମ୍ ଲୋକ ଧ୍ୟାନ ଦିଅନ୍ତି। କିନ୍ତୁ ଏହାକୁ ଅଣଦେଖା କରିବାରେ ଭୁଲ୍ କରନ୍ତୁ ନାହିଁ। ଠିକ୍ ସମୟରେ ଖାଦ୍ୟ ଖାଇବା ଆପଣଙ୍କୁ ସୁସ୍ଥ ଏବଂ ଫିଟ୍ ରଖେ। ଆଜି ଆମେ ଆପଣଙ୍କୁ ଖାଦ୍ୟ ଖାଇବାକୁ ଉପଯୁକ୍ତ ସମୟ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। ଆପଣ ଜାଣନ୍ତି କି ଖାଦ୍ୟ ଖାଇବାର ଅନେକ ମିନିଟ୍ ପରେ ମଧ୍ୟ ଆମର ପେଟ ଏବଂ ମସ୍ତିଷ୍କ ବୁଝିପାରୁ ନାହିଁ ଯେ, ପେଟ ଭରିଛି ନା ଆହୁରି ବାକି ଅଛି। ଅନେକ ଥର ଦ୍ରୁତ ଖାଇବା ଦ୍ଵାରା ଆବଶ୍ୟକ ଠାରୁ ଅଧିକ ଖାଦ୍ୟ ଖାଇଦେଇଥାଉ,…
ନୂଆଦିଲ୍ଲୀ: ଅଣ୍ଡର-୧୯ ବିଶ୍ୱକପ୍ର ଫାଇନାଲ ମ୍ୟାଚ୍ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଆଣ୍ଟିଗୁଆର ସାର୍ ଭିଭିଆନ୍ ରିଚାର୍ଡସ କ୍ରିକେଟ୍ ଗ୍ରାଉଣ୍ଡରେ ସନ୍ଧ୍ୟା ୬.୩୦ ରେ ହେବାକୁ ଥିବା ଏହି ମ୍ୟାଚ୍ ପାଇଁ ଭାରତ ଏବଂ ଇଂଲଣ୍ଡର ଯୁବ ଦଳ ପ୍ରସ୍ତୁତ ଅଛନ୍ତି। ଯେଉଁଠାରେ ଇଂଲଣ୍ଡ ଦଳ ଦ୍ୱିତୀୟ ଥର ପାଇଁ ଏହି ବିଶ୍ୱକପ ଜିତିବାକୁ ଆଶା ରଖିଛି। ଏଥି ସହିତ ପଞ୍ଚମ ଥର ପାଇଁ ଏହି ଟ୍ରଫି ଜିତିବାକୁ ଭାରତୀୟ ଦଳ ପଡ଼ିଆରେ ପ୍ରବେଶ କରିବ। ଭାରତର ଏହି ଜୁନିଅର ଦଳର ବିଜୟ ପାଇଁ ଲକ୍ଷ ଲକ୍ଷ କ୍ରିକେଟ୍ ପ୍ରେମୀ ଲଗାତାର ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଏହି ଟୁଇଟ୍ ମଧ୍ୟରୁ ବିରାଟ କୋହଲିଙ୍କର ମଧ୍ୟ ବାଦ ପଡିନାହାନ୍ତି। ଏହି ବଡ ମ୍ୟାଚ୍ ପୂର୍ବରୁ ସେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ଏହାପୂର୍ବରୁ ବିରାଟ ଭାରତର ଏହି ଯୁବ ଦଳ ସହ କଥା ହୋଇଛନ୍ତି। ଯେତେବେଳେ ଅଣ୍ଡର-୧୯ ବିଶ୍ୱକପର…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟି ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ମୃତ ସାମ୍ବାଦିକ ମୋହନଗିରୀ ଅଞ୍ଚଳର ରୋହିତ ବିଶ୍ବାଳ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ମଦନପୁର ରାମପୁର ଡମ୍ବ କର୍ଲାଖୁଣ୍ଟା ନିକଟରେ ମାଓବାଦୀ ମାନେ ପୋଷ୍ଟର ଲଗାଇଥିଲେ। ନିର୍ବାଚନ ବର୍ଜନ କରିବା ସହ ଅନେକ ଦାବି ପୋଷ୍ଟରରେ ଉଲ୍ଲେଖ ଥିଲା। ତେଣୁ ଏହାର ଖବର ସଂଗ୍ରହ କରିବାକୁ ସାମ୍ବାଦିକ ରୋହିତ ବିଶ୍ବାଳ ଘଟଣାସ୍ଥଳକୁ ଯାଇଥିଲେ। କିନ୍ତୁ ମାଓବାଦୀମାନେ ପୂର୍ବରୁ ଟାର୍ଗେଟ କରି ଲ୍ୟାଣ୍ଡ ମାଇନ ବିଛାଇଥିଲେ। ଯାହାଫଳରେ ରୋହିତ ଏହି ଲ୍ୟାଣ୍ଡ ମାଇନର ଶିକାର ହୋଇଥିଲେ। ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଯୋଗୁଁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।
କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଗିରିଶ୍ଚନ୍ଦ୍ରପୁର ରେଞ ଅଂଚଳରେ ଦିନକୁ ଦିନ ଅବାଧରେ ଜନ୍ତୁ ଶିକାର ସହ ବାହାର ରାଜ୍ୟକୁ ପକ୍ଷୀ ଚାଲାଣ ଚାଲିଥିବା ବେଳେ ବନବିଭାଗ ଶିକାରୀ ତଥା ଚାଲାଣ କାରୀକୁ ସଫଳତାର ସହ ଧରିବାରେ ସକ୍ଷମ ହୋଇଥିବା ଜଣା ପଡିଛି। ଗତକାଲି ନାକଟିଦେଉଳ ବ୍ଲକ୍ ଗିରିଶ୍ଚନ୍ଦ୍ରପୁର ସଂରକ୍ଷିତ ଜଙ୍ଗଲରେ ଜନୈକ ବ୍ୟକ୍ତି ବାହାର ରାଜ୍ୟକୁ ଶୁଆ ଚାଲାଣ କରୁଥିବା ସଂପର୍କରେ ବନବିଭାଗ ଖବରପାଇ ସେଇ ଜଙ୍ଗଲ ପାଖରେ ଚଢଉ କରି ୮ ଟି ଜୀବନ୍ତ ଶୁଆ ଉଦ୍ଧାର କରିବା ସହ ଜଣେ ଶୁଆ ଚାଲାଣ କାରୀ ବ୍ୟକ୍ତିକୁ ଧରିଥିବା ଜଣା ପଡିଛି । ବନବିଭାଗ ଗିରଫ କରିଥିବା ବ୍ୟକ୍ତିଜଣଙ୍କ କିସିଣ୍ଡା ଥାନା ଅନ୍ତର୍ଗତ ଗରିଆଖମଣ ଗ୍ରାମର ପ୍ରଦୀପ କୁମାର କୁଜୁର ବୋଲି ବନବିଭାଗ ପ୍ରକାଶ କରିଛି। ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ଗିରିଶ୍ଚନ୍ଦ୍ରପୁର ନିକଟସ୍ଥ ଲଣ୍ଡାକୋଟ୍ ସଂରକ୍ଷିତ ଜଙ୍ଗଲରୁ ଶୁଆ ଆଣି…
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଦ୍ଵାରା ହୋଇଥିବା ଏନକାଉଣ୍ଟରରେ ଦୁଇ ଜଣ ଲଶ୍କର-ଇ-ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଗତକାଲି ରାତିରେ ଜକୁରା ଅଞ୍ଚଳରେ ଏକ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଯାହା ପରେ ସୁରକ୍ଷାବାହିନୀଙ୍କୁ ଏହି ସଫଳତା ମିଳିଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଯେତେବେଳେ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଥିଲେ ସେତେବେଳେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ସୁରକ୍ଷା ବାହିନୀ ଏହାର ପ୍ରତିଶୋଧ ନେଇ ପାଲଟା ଆକ୍ରମଣ ଆରମ୍ଭ କରିଥିଲା। ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ଅଧିକାରୀ କହିଛନ୍ତି। କାଶ୍ମୀରର ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (ଆଇଜିପି) ବିଜୟ କୁମାର କହିଛନ୍ତି ଯେ, ଆତଙ୍କବାଦୀମାନେ ଲଶ୍କର-ଇ-ତୋଇବା ସହ ଜଡିତ ‘ରେଜିଷ୍ଟାନ୍ସ ଫ୍ରଣ୍ଟ’ (ଟିଆରଏଫ) ରୁ ଆସିଛନ୍ତି। ଜାନୁଆରୀ ୨୯ ତାରିଖରେ ଅନନ୍ତନାଗରେ…
ନୂଆଦିଲ୍ଲୀ: ଫେବୃଆରୀ ୨୦ ତାରିଖରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଏବଂ ଲୋକସଭା ସାଂସଦ ମନୀଷ ତିୱାରୀଙ୍କ ନାମ ଦଳର ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇନାହାନ୍ତି। ପଞ୍ଜାବ ପାଇଁ କଂଗ୍ରେସ ୩୦ ଟି ‘ତାରକା ପ୍ରଚାରକ’ର ଏକ ତାଲିକା ପ୍ରକାଶ କରିଛି। ଯେଉଁଥିରେ ସୋନିଆ ଗାନ୍ଧୀ, ମନମୋହନ ସିଂ ଏବଂ ରାହୁଲ ଗାନ୍ଧୀଙ୍କ ନାମ ରହିଛି। ଆଜାଦ ଏବଂ ତିୱାରୀ ଜି-୨୩ ର ପ୍ରମୁଖ ସଦସ୍ୟଙ୍କ ମଧ୍ୟରେ ଅଛନ୍ତି। ଯେଉଁମାନେ ଦଳର ନେତୃତ୍ୱକୁ ଚିଠି ଲେଖି ଦଳର ପରିବର୍ତ୍ତନ ଆଣିବାକୁ ଦାବି କରିଛନ୍ତି। ଏହି ଲୋକମାନେ ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଉଛନ୍ତି। ନିକଟରେ ଗୁଲାମ ନବୀ ଆଜାଦଙ୍କୁ ଭାରତ ସରକାର ପଦ୍ମ ଭୂଷଣ ପ୍ରଦାନ କରିଛନ୍ତି। ତେବେ ପଞ୍ଜାବର ତାରକା ପ୍ରଚାରକମାନଙ୍କ ମଧ୍ୟରେ ଆନନ୍ଦ ଶର୍ମା ଏବଂ ଭୁପିନ୍ଦର ସିଂ ହୁଡାଙ୍କ ପରି ଜି-୨୩ ର ଅନ୍ୟ କିଛି…

