ଭୁବନେଶ୍ବର: ରାଜ୍ୟ ସରକାର ଫେବୃୟାରୀ ମାସ ପାଇଁ ନୂଆ ଗାଇଡ ଲାଇନ ଆଣିଛନ୍ତି। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନର ତଥା ଉନ୍ନୟନ କମିଶନର ପ୍ରଦୀପ ଜେନା ବିଶେଷ ସୂଚନା ଦେଇଛନ୍ତି। ସେହି ଅନୁସାରେ ଏଣିକି ରାଜ୍ୟରେ ସମସ୍ତ ଦୋକାନ ବଜାର ଖୋଲା ରହିବ। ହେଲେ ଏହା ରାତି 10 ଟା ବେଳକୁ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଜାରୀ ରହିଛି। ସୂଚନା ଅନୁସାରେ ସହରାଞ୍ଚଳରେ ନାଇଟ କର୍ଫୁକୁ କୋହଳ କରାଯାଇଛି। ଏଣିକି ରାତି 9ଟା ନୁହେଁ ରାତି 10ଟାରୁ ଏହା ଲାଗୁ ହେବ। ସକାଳ 5ଟାରୁ ରାତି 10ଟା ପର୍ଯ୍ୟନ୍ତ ଏହି ନାଇଟ କର୍ଫ୍ୟୁ ବଳବତ୍ତର ରହିବ। ଏଥିରେ ସମସ୍ତ ସିନେମା ହଲ, ଦୋକାନ ବଜାର, ସପିଂ ମଲ, ହାଟ, ସୁଇମିଂ ପୁଲ, ଥିଏଟର ହଲ, ମନୋରଂଜନ ପ୍ରେକ୍ଷାଳୟ, ସାଂସ୍କୃତିକ ହଲ ସବୁ ଖୋଲାଯିବ। ଏଗୁଡିକ କେବଳ ସକାଳ 5 ଟାରୁ ରାତି 10 ପର୍ଯ୍ୟନ୍ତ ଖୋଲା ରହିବ। ସେହିପରି…
Author: Samikhsya Bureau
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସଂଖ୍ୟାଲଘୁ ଆୟୋଗ ଗଠନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ କେନ୍ଦ୍ର ସରକାରଙ୍କ ଅନୁପାଳନକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟ ଆଜି କେନ୍ଦ୍ର ସରକାରଙ୍କ ଉପରେ ୭ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରିଛନ୍ତି। ଯେଉଁ ମାମଲାରେ କୋର୍ଟ ଏହି ଜରିମାନା ଆଦାୟ କରିଛନ୍ତି ତାହା ଓକିଲ ତଥା ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ଵାରା ଦାଖଲ କରାଯାଇଛି। ଏହି ଆବେଦନରେ ପ୍ରତ୍ୟେକ ରାଜ୍ୟରେ ଜନସଂଖ୍ୟା ଅନୁଯାୟୀ ସଂଖ୍ୟାଲଘୁ ସମ୍ପ୍ରଦାୟ ନିର୍ଣ୍ଣୟ ପାଇଁ ଦାବି ରହିଛି। ଆବେଦନକାରୀ ୧୯୯୨ ର ରାଷ୍ଟ୍ରୀୟ ସଂଖ୍ୟାଲଘୁ ଆୟୋଗ ଆଇନ ଏବଂ ୨୦୦୪ ର ରାଷ୍ଟ୍ରୀୟ ସଂଖ୍ୟାଲଘୁ କମିଶନ ଶିକ୍ଷା ପ୍ରତିଷ୍ଠାନ ଅଧିନିୟମକୁ ଚ୍ୟାଲେଞ୍ଜ କରିଛନ୍ତି। ଆବେଦନକାରୀ କହିଛନ୍ତି ଯେ, ଅନେକ ରାଜ୍ୟରେ ହିନ୍ଦୁମାନେ ସଂଖ୍ୟାଲଘୁ ଅଟନ୍ତି। ଲଦାଖରେ ହିନ୍ଦୁ ଜନସଂଖ୍ୟା ୧ ପ୍ରତିଶତ। ହିନ୍ଦୁ ଜନସଂଖ୍ୟା ମିଜୋରାମରେ ୨.୭୫ ପ୍ରତିଶତ, ଲକ୍ଷ୍ମୀଦ୍ୱୀପ ରେ ୨.୭୭ ପ୍ରତିଶତ, କାଶ୍ମୀରରେ ୪…
ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ଫେବୃଆରୀ 1 ତାରିଖରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରାମଣ ବଜେଟ୍ ଉପସ୍ଥାପନ କରିବେ। ଫେବୃଆରୀ 1, 2022 ଦିନ 11ଟାରେ ସେ ଏହି ବଜେଟ ଉପସ୍ଥାପନା କରିବେ। ପ୍ରତିବର୍ଷ କେନ୍ଦ୍ର ସରକାର ସାଧାରଣତଃ ବଜେଟ୍ ପ୍ରସ୍ତୁତ ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟରେ ପାରମ୍ପାରିକ ହାଲୱା ସମାରୋହ ଆୟୋଜନ କରିଥାନ୍ତି। ହେଲେ ଏଥର ମହାମାରୀ ଯୋଗୁଁ କର୍ମଚାରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ମିଠା ବଣ୍ଟନ କରାଯାଇଥିଲା। ଗତ 2021-22 ର ୟୁନିଅନ୍ ବଜେଟ୍ ଦେଶର ଇତିହାସରେ ପ୍ରଥମ ଥର ପାଇଁ କାଗଜହୀନ ଫର୍ମାଟରେ ଉପସ୍ଥାପିତ ହୋଇଥିଲା। ଏ ବର୍ଷ ଅର୍ଥାତ ବଜେଟ୍ 2022-23 ମଧ୍ୟ ପରିବେଶ ଅନୁକୂଳକୁ ଗୁରୁତ୍ବ ଦେଇ ପେପରଲେସ ଭାବେ ଉପସ୍ଥାପିତ କରାଯିବ। ଏଥିସହ ସରକାର ଏକ ‘ୟୁନିଅନ୍ ବଜେଟ୍ ମୋବାଇଲ୍ ଆପ୍’ ମଧ୍ୟ ଆରମ୍ଭ କରିଛନ୍ତି। ଏହି ଆପ ଡାଉନଲୋଡ କରି ସଂସଦର ସଦସ୍ୟ ତଥା ଦେଶର ସାଧାରଣ ଜନତା ବଜେଟ୍…
ଭୁବନେଶ୍ୱର: ଓଡ଼ିଶାରେ ଜାରି ରହିଥିବା ଶୀତର ପ୍ରକୋପ ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି ଏବଂ ଫେବୃଆରୀ ୨ ତାରିଖ ଠାରୁ ରାତିର ତାପମାତ୍ରା ୩ ରୁ ୫ ଡିଗ୍ରୀ ସେଲ୍ସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଫେବୃଆରୀ ମାସରେ ଦିନରେ ଅଧିକ ଗରମ ଅନୁଭୂତ ହେବାର ସମ୍ଭାବନା ଥିବା ବେଳେ ରାତିର ତାପମାତ୍ରା ଥଣ୍ଡା ରହିପାରେ ବୋଲି ସିଇସି ଜାରି କରିଥିବା ବୁଲେଟିନ୍ରେ କୁହାଯାଇଛି। ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ପ୍ରଭାବ ଫେବୃଆରୀ ୩ ରୁ ୫ ତାରିଖ ମଧ୍ୟରେ ରାଜ୍ୟ ଉପରେ ପଡିବ। ଫେବୃଆରୀ ୩ ତାରିଖ ରାତିରେ ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ଘୂର୍ଣ୍ଣିଝଡ ସହ କରକାପାତ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ସେହିପରି ବରଗଡ, ସମ୍ବଲପୁର, ସୋନ୍ପୁର, ବଲାଙ୍ଗିର, ବୌଦ ଏବଂ ସୁନ୍ଦରଗଡ ଜିଲ୍ଲାରେ ଫେବୃଆରୀ…
ସ୍ୱାସ୍ଥ୍ୟ ଟିପ୍ସ: ପୁରୁଷମାନଙ୍କ ମଧ୍ୟରେ ପ୍ରୋଷ୍ଟେଟ୍ କର୍କଟ ହେଉଛି ସବୁଠାରୁ ସାଧାରଣ ଅଣ ଚର୍ମ କର୍କଟ। ଆମେରିକୀୟ ସୋସାଇଟି ଅଫ୍ କ୍ଲିନିକାଲ୍ ଅଙ୍କୋଲୋଜି ଅନୁଯାୟୀ, ଏହା କର୍କଟ ରୋଗରେ ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ ଅଟେ। ପ୍ରୋଷ୍ଟେଟ କର୍କଟ ମଧ୍ୟ ବିପଜ୍ଜନକ କାରଣ ଏହା ବର୍ଷ ବର୍ଷ ଧରି ଚୁପ୍ ରହିଥାଏ ଏବଂ ଏହାର ପ୍ରାରମ୍ଭିକ ଲକ୍ଷଣ ଦୃଶ୍ୟମାନ ହୁଏ ନାହିଁ। ଆସନ୍ତୁ ଆପଣଙ୍କୁ ପ୍ରୋଷ୍ଟେଟ କ୍ୟାନସରର ୮ ଟି ଲକ୍ଷଣ ଯାହା ପୁରୁଷମାନେ କେବେବି ଅବହେଳା କରିବା ଉଚିତ୍ ନୁହେଁ। ୧- ମୂତ୍ର ଫ୍ରିକ୍ୱେନ୍ସି- ମୂତ୍ର ଫ୍ରିକ୍ୱେନ୍ସି ମଧ୍ୟ ପ୍ରୋଷ୍ଟେଟ କ୍ୟାନସରର ଲକ୍ଷଣ ହୋଇପାରେ। ଏଥିରେ ଜଣେ ବ୍ୟକ୍ତିଙ୍କୁ ବାରମ୍ବାର ପରିସ୍ରା କରିବାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ୨- ମୂତ୍ର ଚାପ- ପରିସ୍ରା କରିବା ପାଇଁ ଶରୀର ଆବଶ୍ୟକ କରୁଥିବା ଚାପ ଯଥେଷ୍ଟ ବୃଦ୍ଧି ପାଇବ ଏବଂ ଆବଶ୍ୟକ ହୋଇଯିବ। ଏହି ପରିସ୍ଥିତିରେ, ବ୍ୟକ୍ତି ଶୀଘ୍ର ଶୌଚାଳୟ ଆଡକୁ ଯିବା ଆବଶ୍ୟକ ହୋଇଯାଏ।…
ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଫେବୃଆରୀ ୬ ତାରିଖରୁ ଆରମ୍ଭ ହେଉଛି। ଏହି ସିରିଜର ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆ ନିଜ ନାମରେ ଏକ ଐତିହାସିକ ରେକର୍ଡ କରିବାକୁ ଯାଉଛି। ବାସ୍ତବରେ ଏହା ଭାରତୀୟ ଦଳର ୧୦୦୦ ତମ ଦିନିକିଆ ମ୍ୟାଚ୍ ହେବ। କ୍ରିକେଟ୍ ରେ ଏହି ସଂଖ୍ୟାରେ ପହଞ୍ଚିବାରେ ଏହା ପ୍ରଥମ ଦଳ ହେବ। ଭାରତୀୟ ଦଳ ଜୁଲାଇ ୧୩ ତାରିଖ ୧୯୭୪ରେ ଲିଡ୍ସରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଦଳ ୯୯୯ ଟି ଦିନିକିଆ ମ୍ୟାଚ୍ ଖେଳିଛି। କ୍ରିକେଟ୍ ରେ ସର୍ବାଧିକ ଦିନିକିଆ ମ୍ୟାଚ୍ ଖେଳିବାର ରେକର୍ଡ କେବଳ ଟିମ୍ ଇଣ୍ଡିଆ ନାମରେ ରେକର୍ଡ ହୋଇଛି। ବର୍ତ୍ତମାନ ଏହା ୧୦୦୦ ଟି ଦିନିକିଆ ମ୍ୟାଚ୍ ଖେଳିଥିବା ପ୍ରଥମ ଦଳ ହେବାର ରେକର୍ଡ ମଧ୍ୟ କରିବାକୁ ଯାଉଛି। ଅହମ୍ମଦାବାଦର ମୋଟେରାର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମ୍…
ଲକ୍ଷ୍ନୌ: କରହଲ ଆସନରୁ ଅଖିଳେଶ ଯାଦବଙ୍କ ବିରୋଧରେ କେନ୍ଦ୍ର ମନ୍ତ୍ରୀ ଏସପି ସିଂ ବଘେଲ ପ୍ରତିଦ୍ୱନ୍ଦ୍ୱିତା କରିବେ। ବଘେଲ ଆଜି ମେନପୁରୀ କଲେକ୍ଟରେଟରେ ପହଞ୍ଚିବା ପରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। କେନ୍ଦ୍ର ଆଇନ ତଥା ରାଜ୍ୟ ମନ୍ତ୍ରୀ ଏସପି ସିଂ ବଘେଲ ଆଗ୍ରାର ଜଣେ ସାଂସଦ। ସମାଜବାଦୀ ପାର୍ଟି ସହିତ ଏସପି ସିଂ ବଘେଲ ରାଜନୀତି ଆରମ୍ଭ କରିଥିଲେ ଏବଂ ପରେ ୨୦୦୯ରେ ବିଏସପି ଯାଇଥିଲେ ଏବଂ ସେ ୨୦୧୪ ପର୍ଯ୍ୟନ୍ତ ରହିଥିଲେ। ୨୦୧୪ ରେ ସେ ବିଜେପିରେ ଯୋଗ ଦେଇଥିଲେ। ଆଜି ଅଖିଳେଶ ଯାଦବ ମଧ୍ୟ କରହଲରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଅଖିଳେଶ ଯାଦବ କହିଛନ୍ତି ଯେ, ଏହି ‘ନାମାଙ୍କନ’ ଏକ ‘ମିଶନ’। କାରଣ ଏହି ନିର୍ବାଚନ ରାଜ୍ୟ ତଥା ଦେଶର ପରବର୍ତ୍ତୀ ସମୟରେ ଇତିହାସ ଲେଖିବ। କରହଲ ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି ମେନପୁରୀ ସଂସଦୀୟ ନିର୍ବାଚନମଣ୍ଡଳୀର ଏକ ଅଂଶ ଯାହା ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ…
ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟଠାରେ ଆଜି ଶହୀଦ ଦିବସ ଏବଂ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଏକଶହ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇଥିବା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବାବେଳେ ସମ୍ମାନିତ ବକ୍ତା ଭାବେ ଡ. ପ୍ରୀତିଶ ଆଚାର୍ଯ୍ୟ, ଡ. ନିହାର ରଂଜନ ପଟ୍ଟନାୟକ, ଡ. ଦାଶ ବେନ୍ହୁର, ଡ. ପ୍ରହ୍ଲାଦ ସିହ୍ନା ଯୋଗଦାନ କରି ଶହୀଦ ଦିବସର ତାତ୍ପର୍ଯ୍ୟ ଏବଂ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ସଂପର୍କିତ ତଥ୍ୟ ଓ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟଠାରେ ଗାନ୍ଧୀ ଗ୍ୟାଲେରୀର ଉଦ୍ଘାଟନ ସହ ଓଡ଼ିଶା…
ଭୁବନେଶ୍ବର: ଆଜି ରାଜ୍ୟର ୧୦୭ ଟି ମ୍ୟୁନିସିପାଲିଟି ଅଧ୍ୟକ୍ଷ ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ସାଧାରଣ ବର୍ଗଙ୍କ ପାଇଁ ୪୨ ଟି ଆସନ ସରଂକ୍ଷିତ ହୋଇଥିବା ବେଳେ ସାଧାରଣ ବର୍ଗର ମହିଳାଙ୍କ ପାଇଁ ୪୦, ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୯, ଅନୁସୂଚିତ ଜାତିର ୮, ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୫, ଅନୁସୂଚିତ ଜନଜାତି ପାଇଁ ୩ ଟି ଆସନ ସଂରକ୍ଷିତ ହୋଇଛି।
ଭୁବନେଶ୍ବର: ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ କାର୍ଯ୍ୟକାଳ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ତାଙ୍କର କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି କରାଯାଇଛି। ବରିଷ୍ଠ ପ୍ରଶାସନିକ ଅଧିକାରୀ ଦାଶରଥୀ ଶତପଥୀ 31 ଜାନୁଆରୀ 2022ରେ ଅବସର ନେବାର ଥିଲା। ହେଲେ ବର୍ତ୍ତମାନ ବୃଦ୍ଧି ଫଳରେ ସେ 31 ଡିସେମ୍ବର 2023 ଯାଏ କାର୍ଯ୍ୟ ସମ୍ପାଦନ କରିବେ। ନିକଟରେ ବଜେଟ ଅଧିବେସନ ଆରମ୍ଭ ହେବ। ଏଥିସହିତ କରୋନା ମୁକାବିଲା କରି ଗୃହକାର୍ଯ୍ୟ ପରିଚାଳନା କରିବା ଏକ ଚ୍ୟାଲେଞ୍ଜ। ଯାହାକୁ ଠିକରେ ପରିଚାଳନା କରିଛନ୍ତି ଦାଶରଥୀ ଶତପଥୀ।
ନୂଆଦିଲ୍ଲୀ: ଦେଶରେ କରୋନା ରୋଗରେ ଆକ୍ରାନ୍ତ ହେବା ପରେ ବର୍ତ୍ତମାନ ପୁଣି ଥରେ ନୂତନ ମାମଲାରେ ହ୍ରାସ ଘଟିଛି। କିନ୍ତୁ ଗତ ଏକ ସପ୍ତାହ ମଧ୍ୟରେ ସଂକ୍ରମିତ ରୋଗୀଙ୍କ ମୃତ୍ୟୁରେ ବୃଦ୍ଧି ଘଟିଛି। ରବିବାର ଦିନ ସାରା ଦେଶରେ ୨,୩୪,୨୮୧ ଟି ନୂଆ କରୋନା ରୋଗ ହୋଇଥିବାବେଳେ ୮୯୩ ସଂକ୍ରମିତ କୋଭିଡ କାରଣରୁ ପ୍ରାଣ ହରାଇଛନ୍ତି। ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଦେଶରେ ସକ୍ରିୟ ମାମଲା ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି ଏବଂ ବର୍ତ୍ତମାନ ସେମାନଙ୍କ ସଂଖ୍ୟା ୧୮,୮୪,୯୩୭ କୁ ହ୍ରାସ ପାଇଛି, ଯାହା ସମୁଦାୟ ସଂକ୍ରମିତ ସଂଖ୍ୟାର ୪.୫୯ ପ୍ରତିଶତ ଅଟେ। ଏଥି ସହିତ ଦେଶରେ କୋଭିଡରୁ ଆରୋଗ୍ୟ ହାର ୯୩.୮୯ ପ୍ରତିଶତରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୨ ଲକ୍ଷ ୯ ହଜାର ୯୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୫୯ ଜଣ…
ନୂଆଦିଲ୍ଲୀ: ଆଜିଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି ଏବଂ ଏହା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଲୋକସଭାରେ ଅର୍ଥନୈତିକ ସର୍ଭେ ଉପସ୍ଥାପିତ ହୋଇଛି। ଆର୍ଥିକ ସର୍ଭେ ହେଉଛି ଆର୍ଥିକ ବର୍ଷରେ ସରକାରଙ୍କ କାର୍ଯ୍ୟର ଅର୍ଥନୀତିର ପ୍ରଭାବର ଏକ ପ୍ରକାର ରିପୋର୍ଟ କାର୍ଡ। କେନ୍ଦ୍ର ବଜେଟ୍ ୨୦୨୨-୨୩ ଉପସ୍ଥାପନ କରିବାର ଗୋଟିଏ ଦିନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିଛନ୍ତି। ଆଜି ଅପରାହ୍ନ ୩:୪୫ ରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନ୍ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରିବେ। ଯେଉଁଥିରେ ଅର୍ଥନୈତିକ ସର୍ବେକ୍ଷଣର ମୁଖ୍ୟ ବିଷୟଗୁଡ଼ିକର ବିବରଣୀ ସାର୍ବଜନୀନ କରାଯିବ। ଆସନ୍ତାକାଲି ଫେବୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ବଜେଟ୍ ଉପସ୍ଥାପନ କରିବେ। ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ପ୍ରକୃତ ଜିଡିପି ଅଭିବୃଦ୍ଧି ୯.୨ ପ୍ରତିଶତ ବୋଲି ଆକଳନ କରାଯାଇଛି। ଆରବିଆଇର ୯.୫…
ସୀତାରାମ ଅଗ୍ରୱାଲ ବାଣପୁର: ଫ୍ୟୁଜ କଲ ଅଫିସ ସାମ୍ନାରୁ ଦୁର୍ବୁତ୍ତମାନେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଲୁଟିନେଇଛନ୍ତି। ଏନେଇ ଥାନାରେ ମାମଲା ରୁଜୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଖବର ମୁତାବକ ଗମ୍ଭାରୀମୁଣ୍ଡା ଟିପିସିଓଡ଼ିଏଲ ଫ୍ୟୁଜ କଲ ଅଫିସ ସମ୍ମୁଖରୁ ଶନିବାର ବିଳମ୍ବିତ ରାତ୍ରିରେ କିଛି ଦୁର୍ବୁତ୍ତ ମାନେ ଅଫିସ ଭିତରେ ଥିବା କର୍ମଚାରୀଙ୍କୁ ବାହାର ପଟୁ ତାଲା ପକାଇ କମ୍ପାନୀର ଏଲଟି କେବୁଲ ଏବଂ ବେଆର କଣ୍ଡକ୍ଟରଗୁଡିକୁ ଏକ ଟାଟା ଏସି ଗାଡ଼ିରେ ଲୋଡ଼ କରି ଏକ ଆଲ୍ଟୋ କାରରେ ଫେରାର ହୋଇଯାଇଥିଲେ। ଏ ନେଇ ସ୍ଥାନୀୟ ସିସି ଟିଭି ଫୁଟେଜ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ କମ୍ପାନୀ ଅଧିକାରୀ ଜାଣିବାକୁ ପାଇଥିଲେ। ଚୋରି ହୋଇଥିବା ବୈଦ୍ୟୁତିକ ସାମଗ୍ରୀର ପରିମାଣ ଆନୁମାନିକ ୧ ଲକ୍ଷ ୫ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ତେବେ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ଟିପିସିଓଡ଼ିଏଲ ନାଚୁଣୀ…
ଭୁବନେଶ୍ବର: ଆଜି ସକାଳୁ ସକାଳୁ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ମୁଣ୍ଡ ଖରାପ ହୋଇଯାଇଛି। କାରଣ ହେଲା ଆଜି ସକାଳୁ ତାଙ୍କ ଘର ଉପରେ ଭିଜିଲାନ୍ସ ଚଢାଉ ଆରମ୍ଭ କରିଛି। ସେ ହେଲେ ତାଳଚେର ବିଡିଓ ଅଫିସରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁ। ତାଙ୍କର ଚାରୋଟି ସ୍ଥାନରେ ଚଢାଉ ଚାଲିଛି। ଭିଜିଲାନ୍ସ ତଥ୍ୟ ଅନୁସାରେ ବିରଞ୍ଚିଙ୍କ ଅନୁଗୁଳ ସଦରରେ ଥିବା କୁମୁଦ ଗାଁରେ ତାଙ୍କର ପୌତୃକ ଘର, ଅନୁଗୁଳ ସଦରରେ ଥିବା ତାଙ୍କର ବାସଭବନ, ଢେଙ୍କାନାଳରେ ଥିବା ତାଙ୍କର ସଂପର୍କୀୟ ଘର ଏବଂ ତାଙ୍କ ଅଫିସରେ ଏକକାଳୀନ ଏହି ଚଢାଉ ଜାରି ରହିଛି। ଏଥିରେ 4 ଜଣ ଡିଏସପି ଏବଂ 8 ଜଣ ଇନସ୍ପେକ୍ଟର ସହିତ ବହୁ ଅଧିକାରୀ ସାମିଲ ହୋଇଛନ୍ତି। ତେବେ ଚଢାଉ ଚାଲିଥିବାରୁ କେତେ ଆୟ ବର୍ହିଭୂତ ସଂପତ୍ତି ରହିଛି ତାହାର କୌଣସି ତଥ୍ୟ ପ୍ରଦାନ କରାଯାଇ ନାହିଁ।
ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ବଜେଟ ଅଧିବେସନ। ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନା କରିବେ। ତା ପୂର୍ବରୁ ଗୃହରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦଙ୍କୁ ନିବେଦନ କରିଛନ୍ତି। ଏକ ବିବୃତି ଜାରୀ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କହିଛନ୍ତି ତାହା ହେଲା.. “ଆଜି ବଜେଟ୍ ଅଧିବେଶନ ଆରମ୍ଭ ହେଉଛି। ଏହି ବଜେଟ୍ ଅଧିବେଶନରେ ମୁଁ ଆପଣ ସମସ୍ତଙ୍କୁ ଏବଂ ଦେଶର ସମସ୍ତ ମାନ୍ୟବର ସାଂସଦମାନଙ୍କୁ ସ୍ୱାଗତ କରୁଛି। ଆଜିର ବିଶ୍ୱ ପରିସ୍ଥିତିରେ ଭାରତ ପାଇଁ ଅନେକ ସୁଯୋଗ ଅଛି। ଏହି ବଜେଟ୍ ଅଧିବେଶନରେ କେବଳ ଭାରତର ଆର୍ଥିକ ପ୍ରଗତି, ଭାରତରେ ଟୀକାକରଣ ଅଭିଯାନ, ଭାରତର ନିଜସ୍ୱ ଆବିଷ୍କୃତ ଟିକା ସମଗ୍ର ବିଶ୍ୱରେ ଏକ ଆତ୍ମବିଶ୍ୱାସ ସୃଷ୍ଟି କରୁଛି। ଏହି ବଜେଟ୍ ଅଧିବେଶନରେ ମଧ୍ୟ ଆମର ସଂସଦୀୟ ଦଳର ଆଲୋଚନା ଏବଂ ଖୋଲା ମନୋଭାବ ବିଶ୍ବରେ ପ୍ରଭାବ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ସୃଷ୍ଟି…
ବିଜନ କୁମାର ମହାପାତ୍ର ୧୯୪୫ ଅଗଷ୍ଟରେ ସାମ୍ରାଜ୍ୟବାଦୀ ଜାପାନର ହିରୋସୀମା ଓ ନାଗାସାକି ସହର ଉପରେ ତିନିଦିନ ବ୍ୟବଧାନରେ ପରମାଣୁ ବୋମା ପକାଇଥିଲା ଆମେରିକା। ଏହି ଦୁଇ ପରମାଣୁ ବୋମା ଯାହାର ନାମ ଥିଲା ‘ଲିଟିଲ ବୟ’ ଓ ‘ଫ୍ୟାଟ ମ୍ୟାନ୍’ ହିରୋସୀମା ଓ ନାଗାସାକିରେ ରଚିଥିଲେ ମୃତ୍ୟୁର ତାଣ୍ଡବ ଲୀଳା। ଅଗଷ୍ଟ ୬, ୧୯୪୫ରେ ହିରୋସୀମାରେ ପଡିଥିବା ବିଶ୍ୱର ପ୍ରଥମ ପରମାଣୁ ବୋମାରେ ପ୍ରାଣ ହରାଇଥିଲେ ୧ ଲକ୍ଷ ୩୦ ହଜାରରୁ ଅଧିକ ଲୋକ। ତିନି ଦିନ ପରେ ଅଗଷ୍ଟ ୯ ତାରିଖରେ ନାଗାସାକି ସହରରେ ଆମେରିକା ନିକ୍ଷେପ କରିଥିବା ଦ୍ୱିତୀୟ ପରମାଣୁ ବୋମାରେ ୭୦ ହଜାର ଲୋକଙ୍କ ଜୀବନ ଯାଇଥିଲା। ପରମାଣୁ ବୋମାର ଭୀଷଣ ଭୟାବହତା ଓ ଅନ୍ୟ ପ୍ରତିକୂଳ କାରଣ ଯୋଗୁଁ ଯୁଦ୍ଧ ବିରତି ଓ ଆତ୍ମ ସମର୍ପଣ ପାଇଁ ଘୋଷଣା କରିଥିଲା ଜାପାନ। ୧୯୪୫ ମେ ମାସରେ ନାଜି ଜର୍ମାନୀକୁ ସୋଭିଏତ ସଂଘ ଓ ମିତ୍ର…
ଭୁବନେଶ୍ବର: ଗତକାଲି ରାଜ୍ୟରେ ୪ ହଜାର ୮୪୩ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩ ହଜାର ୩୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୫୦୪ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ ହଜାର ୯୩୪ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧ ହଜାର ୩୯୫ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୮୫ ବାଲେଶ୍ଵର ଜିଲ୍ଲାରୁ- ୧୪୧ ବରଗଡ ଜିଲ୍ଲାରୁ- ୪୬ ଭଦ୍ରକ ଜିଲ୍ଲାରୁ- ୫୭ ବଲାଙ୍ଗୀରି ଜିଲ୍ଲାରୁ- ୬୭ ବୌଦ୍ଧ ଜିଲ୍ଲାରୁ- ୪୯ କଟକ ଜିଲ୍ଲାରୁ – ୨୯୩ ଦେବଗଡ ଜିଲ୍ଲାରୁ- ୬୭ ଢେଙ୍କାନାଳ ଜିଲ୍ଲାରୁ- ୬୧ ଗଜପତି ଜିଲ୍ଲାରୁ- ୬୪ ଗଞ୍ଜାମ ଜିଲ୍ଲାରୁ- ୪୪ ଜଗତସିଂହପୁର ଜିଲ୍ଲାରୁ- ୭୦ ଯାଜପୁର ଜିଲ୍ଲାରୁ- ୯୯ ଝାରସୁଗୁଡା ଜିଲ୍ଲାରୁ- ୭୪ କଳାହାଣ୍ଡି ଜିଲ୍ଲାରୁ- ୧୦୭ କନ୍ଧମାଳ…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: କୁହୁଡି ହେଲା କାଳ। ଜାତୀୟ ରାଜପଥରେ ସ୍ପଷ୍ଟ ଦେଖା ନଯିବାରୁ ଘଟିଲା ଦୁର୍ଘଟଣା ଯେଉଁଥିରେ ୨ ଜଣ ମୃତ୍ୟୁ ବରଣ କରିଛନ୍ତି। ଖବର ମୁତାବକ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କୟଥପଲା ଛକ ନିକଟରେ ଆଜି ସକାଳୁ ଯୋଡ଼ାରୁ ଗୋପାଳପୁର ଅଭିମୁଖେ ଯାଉଥିବା ଏକ ଆଇରନ ବୋଝେଇ ଟ୍ରକଟି ବ୍ରେକ ଡ଼ାଉନ ଲାଗି ଛିଡା ହୋଇଥିଲା। ତେବେ କିଛି ସମୟ ପରେ ଆଉ ଏକ ଆଇରନ ବୋଝେଇ ଟ୍ରକଟି ପୂର୍ବରୁ ଛିଡା ହୋଉଥିବା ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଧକ୍କା ଦେଇଥିବା ଟ୍ରକର ଚାଳକ ଏବଂ ହେଲ୍ପର ଉଭୟଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ତେବେ ଘନ କୁହୁଡି ଯୋଗୁଁ ଉକ୍ତ ଦୁର୍ଘଟଣା ହୋଇଥିବାର ଟାଙ୍ଗୀ ଆଇଆଇସି ବିଜୟ ମଲ୍ଲିକ କହିଛନ୍ତି। ଅନୁରୂପ ଭାବେ ମୃତ ଗାଡ଼ି ଚାଳକ ଏବଂ ହେଲ୍ପର କେଉଁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା…
ଭୁବନେଶ୍ୱର: ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ପକ୍ଷରୁ ନିମ୍ନଲିଖିତ ଦାବି ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାରଙ୍କ ତରଫରୁ ଦିଆଯାଉଥିବା ଡ୍ରେସ୍ ଓ ଜୋତା ଗୁଡ଼ିକ ପାଇଁ ଆସୁଥିବା ସରକାରୀ ଅନୁଦାନକୁ ସିଧା ସେମାନଙ୍କ ଅଭିଭାବକମାନଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରିବା ଦାବିରେ ମହାସଂଘ ପକ୍ଷରୁ ଏକ ପତ୍ର ମାଧ୍ୟମରେ ସରକାରଙ୍କ ନିକଟରେ ଦାବି କରାଯାଇଛି। ମହାସଂଘ ପକ୍ଷରୁ ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ କେ. ବାଲାରାଜୁ ଆଚାରୀ ଏକ ପ୍ରେସ୍ ଇସ୍ତାହାର ଜରିଆରେ କହିଛନ୍ତି ଯେ, ରାଜ୍ୟରେ ଗ୍ରାମୀଣ କ୍ଷେତ୍ରରେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଏସ୍.ଏସ୍.ଜି. ଗ୍ରୁପ୍ ମାଧ୍ୟମରେ ପିଲାଙ୍କୁ ଡ୍ରେସ୍ ଓ ଜୋତା ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ଯେଉଁ ବ୍ୟବସ୍ଥା ହୋଇଛି, ସେଥିରେ ଅନେକ ତ୍ରୁଟି ପରିଲକ୍ଷିତ ହେଉଛି। କାରଣ ବର୍ତ୍ତମାନ କୋଭିଡ଼ର ଭୟାବହତା ଯୋଗୁଁ ରାଜ୍ୟର ସମସ୍ତ ସ୍କୁଲ୍ ବନ୍ଦ ରହିଛି। ଏମିତି କରିବା…
ନୂଆଦିଲ୍ଲୀ: ଆଜି ଠାରୁ ସଂସଦର ବଜେଟ୍ ଅଧିବେଶନ। ତେବେ ଅଧିବେଶନ ଆରମ୍ଭରୁ ଉତ୍ତେଜନା ପ୍ରକାଶ ପାଇବ ବୋଲି ଆଶା କରାଯାଉଛି। ପେଗାସସ୍ ଗୁପ୍ତଚର ମାମଲା, ପୂର୍ବ ଲଦାଖରେ ଚାଇନାର ଅନୁପ୍ରବେଶ, କୃଷକ ଏବଂ ବେକାରୀ ଭଳି ଅନେକ ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ସଂସଦର ବଜେଟ୍ ଅଧିବେଶନ ଆଜି ଠାରୁ ଆରମ୍ଭ ହେଉଛି ଏବଂ ଆଜି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଉଭୟ ସଂସଦର ମିଳିତ ବୈଠକକୁ ସମ୍ବୋଧିତ କରିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୧-୨୨ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିବେ। ଆସନ୍ତାକାଲି ଅର୍ଥାତ ଫେବୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ, ଆଜି ସର୍ବଦଳୀୟ ବୈଠକ ଡକାଯାଇଛି ଏବଂ ବିରୋଧୀ ଦଳ ଯାହା ପ୍ରସଙ୍ଗ ଉଠାଇବେ ତାହା ଉପରେ ବିଚାର କରାଯିବ।…
ମୁମ୍ବାଇ: ବିଗ୍ ବସ୍ ୧୫ ରେ ବିଜୟର ଏତେ ନିକଟତର ହୋଇ, କେହି ହାରିବାକୁ ଚାହାଁନ୍ତି ନାହିଁ। କିନ୍ତୁ ଭାଗ୍ୟ ଉପରେ କାହାର ଜୋର ଚାଲୁଛି। ଶମିତା ଶେଟ୍ଟୀଙ୍କ ସହିତ ମଧ୍ୟ ସମାନ ଘଟଣା ଘଟିଛି। ଶମିତା ଶେଟ୍ଟୀ ବିଜୟର ଏତେ ନିକଟତର ହୋଇ ମଧ୍ୟ ବିଗ୍ ବସ୍ ୧୫ ରେ ହାରିଯାଇଛନ୍ତି। ଶ୍ରେଷ୍ଠ ୪ ରେ ପହଞ୍ଚିଥିବା ଶମିତା ଶେଟ୍ଟୀ ବେଘର ହୋଇଗଲେ। ତେବେ ଶମିତା ଶେଟ୍ଟୀଙ୍କ ବିଜୟ ପାଇଁ ଶିଳ୍ପା ଶେଟ୍ଟୀ ବାହାରେ ବହୁତ ପ୍ରଚାର କରିଥିଲେ ଏବଂ ଶମିତା ମଧ୍ୟ ଫାଇନାଲରେ ପହଞ୍ଚିଥିଲେ। କିନ୍ତୁ ସେ ଜିତି ପାରିଲେ ନାହିଁ। ରିଅଲିଟି ସୋ ବିଗ୍ ବସ୍ ୧୫ ଏକ ସହଜ ଖେଳ ନୁହେଁ। ପରିବାର ଏବଂ ଦୁନିଆ ବାହାରେ ଏହି ଦୁନିଆରେ ବଞ୍ଚିବା ଅତ୍ୟନ୍ତ କଷ୍ଟକର। କିନ୍ତୁ ଏତେ କଷ୍ଟଦାୟକ ଯାତ୍ରା ମଧ୍ୟ ଶମିତା ଏହାକୁ ଭଲଭାବେ ଅତିକ୍ରମ କରିଥିଲେ। ଶମିତା ଶେଟ୍ଟୀ ବିଗ୍ ବସ୍-୧୫ ରେ…

