Author: Samikhsya Bureau

ନୂଆଦିଲ୍ଲୀ: ଶେଷରେ ଯେଉଁ ଗୁଜବ ସୃଷ୍ଟି ହେଉଥିବା ତାହା ସତ ହେବାକୁ ଯାଉଛି। ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ ବିଜେପିରେ ମିଶିବେ। ଏ ନେଇ ସ୍ପଷ୍ଟ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା। ନିଜ ସାମାଜିକ ଗଣ ମାଧ୍ୟମରେ ସେ ଏ ନେଇ ସ୍ପଷ୍ଟ କରିଛନ୍ତି। ବିଶ୍ବଶର୍ମା କହିଛନ୍ତି ଯେ, ଆଜି ସକାଳେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଦିବାସୀ ନେତା ଚମ୍ପେଇ ସୋରେନ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି। ସେ ଆସନ୍ତା 30 ତାରିଖରେ ବିଜେପିରେ ମିଶିବେ ବୋଲି ନିଷ୍ପତି ହୋଇଛି।

Read More

ଭୁବନେଶ୍ବର: ଆଜିଠାରୁ ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର ନିର୍ଦ୍ଦେଶକ ରାହୁଳ ନବୀନ। ସେ ଆଜି ସଂଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା ପରେ ସିଧା ପୁରୀ ଯିବେ। ତେବେ ତାଙ୍କ ଗସ୍ତ କଥା ଜଣାପଡିବା ପରେ ଓଡିଶାର ବିଭିନ୍ନ ମହଲରେ ଛନକା ପଶିଯାଇଛି। ତେବେ ବିଶେଷ ସୁତ୍ରରୁ ଜଣାପଡିଛି ଯେ, ସେ ଆଜି ସଂଧ୍ୟାରେ ଆଜି ପୁରୀଯିବେ। ସେଠାରେ ସେ ରାତ୍ରୀଯାପନ କରିବେ। ବୁଧବାର ଦିନ ସକାଳୁ ସେ ଜଗନ୍ନାଥ ଦର୍ଶନ କରିବେ। ଏହାପରେ ସେ କଟକ ଯିବେ। ସେଠାରେ କଳାଧନ ଉପରେ ଜଷ୍ଟିସ ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଯୋଗଦେବେ। ସେ ଗସ୍ତର ଶେଷ ଦିନରେ ଭୁବନେଶ୍ବର ଇଡି ଅଫିସରେ ଅଧିକାରୀଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଯାହାକୁ ନେଇ ବିଭିନ୍ନ ମହଲ ବ୍ୟକ୍ତି ବିଶେଷ ଆତଙ୍କିତ ହୋଇପଡିଛନ୍ତି।

Read More

ଭୁବନେଶ୍ବର: ଆଶ୍ଚର୍ଯ୍ୟଜନକ ଭାବେ ସୋମବାର ଦିନ ଭୁବନେଶ୍ବର ବିମାନ ବନ୍ଦରରୁ ୮୭ କେଜି ସୁନା ଏବଂ ୨୦୦ କେଜି ରୂପା ଜବତ କରାଯାଇଛି।ଏ ସବୁ ଏକ ଟଙ୍କା ବୁହା ଗାଡିରେ ଯାଉଥିବା ବେଳେ ରାସ୍ତାରେ ଧରିଛି ଜିଏସଟି ଟିମ। ଗାଡିକୁ ଅଟକାଇ ଚେକିଂ କରିବା ପରେ ଏତେ ପରିମାଣର ସୁନାରୂପା ମିଳିବା ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଦେଇଛି। ତେବେ ଏହା କେଉଁଠୁ ଆସିଲା ଏବଂ ଏହାକୁ କିଏ ନେଉଥିଲା ତାହାର ଅନୁଧ୍ୟାନ କରାଯାଉଛି। ଘଟଣାରୁ ଜଣାପଡିଛି ଯେ, ମୁମ୍ବାଇରୁ ଭୁବନେଶ୍ବର ଆସୁଥିବା ବିମାନରେ ବହୁ ପରିମାଣର ସୁନାରୂପା ପରିବହନ ହେଉଛି ବୋଲି ଜିଏସଟିକୁ ଖବର ଆସିଲା। ସେହି ଅନୁସାରେ ସେହି ବିମାନକୁ ଛକି ରହିଲେ ଜିଏସଟି ଟିମ। ବିମାନରୁ ସୁନାରୂପା ଏକ ଟଙ୍କାବୁହା ଗାଡିରେ ଲଦାହୋଇ ଆସିବା ବେଳେ ଜିଏସଟି ଟିମ ଧରିଥିଲେ। ଏସବୁର ମୂଲ୍ୟ ପ୍ରାୟ ୬୦ କୋଟି ହେବ ବୋଲି ଅନୁମାନ କରାଯାଇଛି।  ତେବେ ଏତେ ପରିମାଣର ମୂଲ୍ୟବାନ ଧାତୁ…

Read More

ଭୁବନେଶ୍ବର: ବିଜେପି ସଭାପତି ମନମୋହନ ସାମଲଙ୍କ ପାଇଁ ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି। କାରଣ ହେଲେ ଏ ପର୍ଯ୍ୟନ୍ତ ତାଙ୍କର କୌଣସି ଥଇଥାନ ହୋଇପାରୁ ନାହିଁ। ସେ ନିର୍ବାଚନରେ ନିଜେ ସିନା ହାରିଗଲେ ହେଲେ ଦଳକୁ ଜିତାଇ ସରକାର କରିବାରେ ସକ୍ଷମ ହେଲେ। ଏପରି ପରିସ୍ଥିତିରେ ତାଙ୍କୁ କେନ୍ଦ୍ର ବିଜେପି କୌଣସି ସ୍ଥାନରେ ଥଇଥାନ କରିବା କଥା। ହେଲେ ଏ ପର୍ଯ୍ୟନ୍ତ ତାହା ହୋଇପାରୁ ନାହିଁ। ମନ୍ତ୍ରୀ ମଣ୍ଡଳ ଗଠନ ପରେ ତାଙ୍କୁ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ କରାଯିବ ବୋଲି ଚର୍ଚ୍ଚା ଚାଲିଲା। ଏପରିକି ଦିଲ୍ଲୀ ସୁତ୍ରରୁ ମଧ୍ୟ ଜଣାପଡିଲା ଯେ, ତାଙ୍କୁ ଅଧ୍ୟକ୍ଷ କରାଯାଉଛି। ହେଲେ କଣ ହେଲା କେଜାଣି ତାହା ଘୁଞ୍ଚି ଘୁଞ୍ଚି ଯାଉଛି। ଏହାପରେ ମମତା ମହାନ୍ତ ରାଜ୍ୟସଭା ଛାଡିବା ପରେ ମନମୋହନଙ୍କୁ ନିଆଯିବ ବୋଲି ଶୁଣାଗଲା। ହେଲେ ତାହା ମଧ୍ୟ ହେଲା ନାହିଁ। ତେବେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପଛରେ ତାଙ୍କ ସମର୍ଥକଙ୍କର ରହିଛି…

Read More

ଭୁବନେଶ୍ବର: କିଛିଦିନ ପାଇଁ ଚିକେନ ନ ଖାଇବାକୁ ଆଜି ପରାମର୍ଶ ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଚିକେନ୍ ନଖାଇବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟର କେତେକ ସ୍ଥାନରେ ବାର୍ଡ ଫ୍ଲୁ ହେବାର ପ୍ରମାଣ ମିଳିଛି। ତାହାକୁ ନିୟନ୍ତ୍ରଣ ପାଇଁ ଭେଟନାରୀ ବିଭାଗ ତରଫରୁ ପଦକ୍ଷେପ ନିଆଯାଉଛି। ସେଥିପାଇଁ କିଛିଦିନ ଧରି ଚିକେନ ନ ଖାଇଲେ ଭଲ ବୋଲି ଡକ୍ଟର ମହାପାତ୍ର କହିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଯେଉଁ ଲୋକମାନଙ୍କ ଜ୍ବର ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ଅବଜରଭେସନରେ ରଖାଯାଇଛି। ବାର୍ଡ ଫ୍ଲୁ ପାଇଁ ଯାହାକିଛି ଔଷଧ ଦରକାର ତାହା ବର୍ତ୍ତମାନ ରାଜ୍ୟରେ ମହଜୁଦ ରହିଛି। ସେଥିପାଇଁ କୌଣସି ଭୟଭୀତ ହେବାର ନାହିଁ। ବର୍ତ୍ତମାନ କୌଣସି ଉଦବେଗ ଜନିତ ପରିସ୍ଥିତି ନାହିଁ।

Read More

ଭୁବନେଶ୍ବର: ଓଡିଶାରେ ଗୋଟିଏ ଆସନ ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ପାଇଁ ଆସନ୍ତାକାଲି ମଙ୍ଗଳବାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ବର୍ତ୍ତମାନ ସୁଦ୍ଧା ଦୁଇଜଣ ନାମାଙ୍କନ ଦାଖଲ କରିଛନ୍ତି। ଜଣେ ବିଜେପି ଦଳ ତରଫରୁ ମମତା ମହାନ୍ତ ଆଉ ଜଣେ ହେଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ। ତେବେ ଜଗନ୍ନାଥ ପ୍ରଧାନ ସ୍ବାଧୀନ ଭାବେ ଜଣେ ଡମି ପ୍ରାର୍ଥୀ ହୋଇ ନାମାଙ୍କନ ଦାଖଲ କରିଛନ୍ତି ବୋଲି ବିଜେପି କହିଛି। ସେ ତାଙ୍କର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନେବେ। ହେଲେ ଏ ପର୍ଯ୍ୟନ୍ତ ସେ ନିଜେ କିଛି କହି ନାହାଁନ୍ତି। ପ୍ରାର୍ଥପତ୍ର ପ୍ରତ୍ୟାହାର କରିବେ କି ନାହିଁ ସେ କିଛି ସ୍ପଷ୍ଟିକରଣ ଦେଇ ନାହାଁନ୍ତି। ଫଳରେ ଦିନକୁ ଦିନ ଏହାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ଯେମିତି ନାଟକୀୟ ମୋଡରେ ସେ ପ୍ରାର୍ଥୀପତ୍ର ଦାଖଲ କଲେ ଠିକ ସେହିପରି ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାର ବେଳେ କିଛି ନାଟକ ହେବ କି ?

Read More

ଭୁବନେଶ୍ୱର: ବିଶ୍ୱ ଉଦ୍ୟମିତା ଦିବସ ଉତ୍ସବର ଏକ ଅଂଶ ଭାବରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱରର ଅନୁସନ୍ଧାନ ଏବଂ ଉଦ୍ୟୋଗୀ ପାର୍କ (REP) ପକ୍ଷରୁ ଛାତ୍ରଛାତ୍ରୀ ତଥା ଆଇଆଇଟି ଦ୍ୱାରା ଅନ୍ତର୍ଭୁକ୍ତ ପ୍ରାୟ ୩୦ଟି ଷ୍ଟାର୍ଟ ଅପ୍  ସହିତ ଏକ ସମୃଦ୍ଧ ଇଣ୍ଟରାକ୍ଟିଭ୍ ଅଧିବେଶନ ଆୟୋଜିତ ହୋଇଥିଲା। ଏହି ଅଧିବେଶନଗୁଡିକ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କରମଲକର, ଉତ୍କଳ ଚାମ୍ବର ଅଫ୍ କମର୍ସ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି (ୟୁସିସିଆଇ) ଲିମିଟେଡ଼ର ସଭାପତି ଶ୍ରୀ ବ୍ରହ୍ମାନନ୍ଦ ମିଶ୍ର ଏବଂ କିଛି ସଫଳ ଷ୍ଟାର୍ଟ ଅପର ପ୍ରତିଷ୍ଠାତା ଏହି ଆଲୋଚନା ଅଧିବେଶନର ସଂଚାଳନ କରିଥିଲେ। ଏହି ଅଧିବେଶନ ଷ୍ଟାର୍ଟ-ଅପମାନଙ୍କ ପାଇଁ ସେମାନଙ୍କର ଯାତ୍ରା, ଆହ୍ୱାନ ଏବଂ ଅଭିନବ ସମାଧାନକୁ ସିଧାସଳଖ ନିର୍ଦ୍ଦେଶକଙ୍କ ସହ ବାଣ୍ଟିବା ପାଇଁ ଏକ ଫଳପ୍ରଦ ସୁଯୋଗ ପ୍ରଦାନ କରିବା ସହ ସହଯୋଗ ଏବଂ ପରାମର୍ଶର ଅବସର ପ୍ରଦାନ କରିଥିଲା। ଏହି ଅବସରରେ ପ୍ରଫେସର କରମଲକର ଉଲ୍ଲେଖ କରିଥିଲେ ଯେ…

Read More

ଭୁବନେଶ୍ୱର: ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଶୀତଳ ଭଣ୍ଡାର ଖୋଲିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କୃଷି ଭବନ ବୋର୍ଡ ରୁମ୍‌ରେ ଆୟୋଜିତ ଏହି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସମବାୟ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଯୋଗଦେଇଥିଲେ। ଏହି ବୈଠକରେ ଫଳ, ପନିପରିବା ଓ ଦୁଗ୍ଧ ତଥା ଦୁଗ୍ଧଜାତ ଦ୍ରବ୍ୟର ସଂରକ୍ଷଣ ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲା ତଥା ସବ୍‌ଡିଭିଜନ୍‌ରେ ଶୀତଳ ଭଣ୍ଡାର ଖୋଲାଯିବା ଉପରେ ଆଲୋଚନା ହୋଇଥିଲା। ଓଡ଼ିଶାର ଜଳବାୟୁ ଓ ପାଣିପାଗ ଅନୁଯାୟୀ ଶୀତଳଭଣ୍ଡାରର ସ୍ଥାପନା ଓ ଏହାର ଖର୍ଚ୍ଚ ଆକଳନ ନେଇ ମନ୍ତ୍ରୀ ଶ୍ରୀ ସିଂହଦେଓ ସେବାପ୍ରଦାନକାରୀ ସଂସ୍ଥା ଓ ବିଶେଷଜ୍ଞମାନଙ୍କଠାରୁ ଅବଗତ ହୋଇଥିଲେ। ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଜଳବାୟୁ ଅନୁକୂଳ ଶୀତଳ…

Read More

ଅନୁଗୋଳ: ଆଜି ହେଉଛି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ପୁଣ୍ୟତିଥି। ଏହି ପବିତ୍ର ଜନ୍ମାଷ୍ଠମୀରେ ସ୍ବାମୀ ଲକ୍ଷଣାନନ୍ଦଙ୍କୁ ତାଙ୍କର ଜଳେଶପଟ୍ଟା ଆଶ୍ରମରେ ହତ୍ୟା କରାଯାଇଥିଲା। ଯାହାକୁ ନେଇ ସାରା ଦେଶ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲା। ଏହାକୁ ନେଇ ସେତେବେଳେ ଫୁଲବାଣୀରେ ଦଙ୍ଗା ସୃଷ୍ଟି ହୋଇଥିଲା। ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଜୀ ମହାରାଜଙ୍କ ପୁଣ୍ୟତିଥି ଅବସରରେ ତାଙ୍କର ଜନ୍ମସ୍ଥାନ ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଗୁରୁଜାଙ୍ଗ ଠାରେ ଥିବା ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Read More

ଭୁବନେଶ୍ବର/କଟକ: ଆଜିଠାରୁ ବାଜିଲା ଦଶହରା ବିଗୁଲ। କାରଣ ଦୁର୍ଗାପୂଜାର ଆଦ୍ୟ ପର୍ବ ହେଉଛି ଜନ୍ମାଷ୍ଠମୀରେ ମାଟି ଉଠା କାର୍ଯ୍ୟ। ପୂଜା ସମିତିର କର୍ମକର୍ତ୍ତାଗଣ ନଦୀପଠାକୁ ଯାଇ ପୂଜାଅର୍ଚ୍ଚନା କରି ମାଟି ଆଣିଛନ୍ତି। ଆଜି ଭୁବନେଶ୍ବରର ସହୀଦନଗର, ନୟାପଲ୍ଲୀ ପରି ପୂଜାସମିତି କୁଆଖାଇ ନଦୀ ପଠାରୁ ଏହି ମାଟି ଆଣିଛନ୍ତି। ସେହିପରି କଟକର ବିଭିନ୍ନ ପୂଜାସମିତ ମହାନଦୀ ପଠାକୁ ଯାଇ ସେଠାରେ ପୂଜା ଅର୍ଚ୍ଚନା କରି ଏହି ମାଟି ଆଣିଛନ୍ତି। ମୁଖ୍ୟତଃ ଜନ୍ମାଷ୍ଟମୀରୁ ମାଙ୍କ ମଣ୍ମୟୀ ମୃତ୍ତିର ନିର୍ମାଣ କାର୍ଯ୍ୟ ହୋଇଥାଏ। ନଦୀ ପଠାରୁ ମାଟି ଆସି ସେହି ମାଟିରେ ମୃତ୍ତି ନିର୍ମାଣର ଶୁଭାରମ୍ଭ କରାଯାଏ। ଏହି ମାଟି ଉଠାରୁ ପୂଜାର ପ୍ରସ୍ତୁତି ଆରମ୍ଭ ହୋଇ ଦୁଇ ମାସ ପର୍ଯ୍ୟନ୍ତ ଚାଲିବ।

Read More

ଭୁବନେଶ୍ବର: ଆସନ୍ତାକାଲି ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର ନିର୍ଦ୍ଦେଶକ ରାହୁଳ ନବୀନ। ସେ ଆସନ୍ତାକାଲି ସଂଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା ପରେ ସିଧା ପୁରୀ ଯିବେ। ତେବେ ତାଙ୍କ ଗସ୍ତ କଥା ଜଣାପଡିବା ପରେ ଓଡିଶାର ବିଭିନ୍ନ ମହଲରେ ଛନକା ପଶିଯାଇଛି। ତେବେ ବିଶେଷ ସୁତ୍ରରୁ ଜଣାପଡିଛି ଯେ, ନବୀନ ପୁରା ଘରୋଇ ଗସ୍ତରେ ଓଡିଶା ଆସୁଛନ୍ତି। ସେ ଆସନ୍ତାକାଲି ରାତିରେ ପୁରୀରେ ଅବସ୍ଥାନ କରିବା ପରେ ବୁଧବାର ଦିନ ସକାଳେ  ଜଗନ୍ନାଥ ଦର୍ଶନ କରିବେ। ଏହାପରେ ସେ କଟକରେ କଳାଧନ ଉପରେ ଜଷ୍ଟିସ ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଯୋଗଦେବେ। ସେ ଗସ୍ତର ଶେଷ ଦିନରେ ଭୁବନେଶ୍ବର ଇଡି ଅଫିସରେ ଅଧିକାରୀଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଯାହାକୁ ନେଇ ବିଭିନ୍ନ ମହଲ ବ୍ୟକ୍ତି ବିଶେଷ ଆତଙ୍କିତ ହୋଇପଡିଛନ୍ତି।

Read More

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଜନ୍ମାଷ୍ଠମୀ। ଏହିଦିନ ପ୍ରଭୃ ଶ୍ରୀକୃଷ୍ଣ ଜନ୍ମ ଗ୍ରହଣ କରିଥିଲେ। ଭାଦ୍ରବ ମାସ ଅଷ୍ଠମୀ ତିଥୀରେ ଦେବକୀଙ୍କ ଗର୍ଭରୁ କାରାଗାର ଭିତରେ କୃଷ୍ଣ ଜନ୍ମ ଗ୍ରହଣ କରିଥିଲେ। ସେଥିପାଇଁ ଭାଦ୍ରବ ଅଷ୍ଟମୀକୁ ଜନ୍ମାଷ୍ଠମୀ ଭାବେ ପାଳନ କରାଯାଉଛି। ଏହିଦିନ କୃଷ୍ଣ ଭକ୍ତମାନେ ଦିନସାରା ଉପବାସ ରହି ଏହି ଦିନକୁ ପାଳନ କରିଥାନ୍ତି। ଛାତ୍ରଛାତ୍ରୀଙ୍କ ଭିତରେ କୃଷ୍ଣ ପ୍ରେମ ପରିପ୍ରକାଶ କରିବା ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲରେ ଶନିବାର ଦିନ ପାଳନ ହୋଇଛି ଜନ୍ମାଷ୍ଠମୀ। ଛାତ୍ରଛାତ୍ରୀମାନେ କୃଷ୍ଣ, ରାଧା ଆଉ ଗୋପୀଙ୍କ ବେଶ ହୋଇ କୃଷ୍ଣଙ୍କ ବିଭିନ୍ନ ଲୀଳାକୁ ନାଟ୍ୟ ରୂପରେ ପରି ପ୍ରକାଶ କରିଥିଲେ।

Read More

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ହିନ୍ଦୁ ଧର୍ମରେ ଏହି ପର୍ବ ହେଉଛି ବହୁ ଗୁରୁତ୍ବପୂର୍ଣ୍ଣ। ଏହିଦିନ ରାତିରେ ପ୍ରଭୃ ଶ୍ରୀକୃଷ୍ଣ ଜନ୍ମ ଗ୍ରହଣ କରିଥିଲେ। ଅର୍ଥାତ ଭାଦ୍ରବ ମାସ ଅଷ୍ଟମୀ ତିଥିରେ କୃଷ୍ଣ କାରାଗାରରେ ଦେବକୀଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିଥିଲେ। ଏହିଦିନ କୃଷ୍ଣ ଭକ୍ତମାନ ଉପବାସ ରହି ବ୍ରତ ପାଳନ କରିଥାନ୍ତି। ଚଳିତ ବର୍ଷ ଏହି ଅଷ୍ଟମୀ ତିଥୀ ଦୁଇଦିନ ଧରି ରହୁଛି। ହେଲେ ହିନ୍ଦୁ ପଞ୍ଜିକା ଅନୁସାରେ ନିମ୍ନ ଲିଖିତ ଅନୁସାରେ ପୂଜା ବିଧି କରାଯିବ। ଅଷ୍ଟମୀ ତିଥି ଆରମ୍ଭ – ଅଗଷ୍ଟ ୨୬, ୨୦୨୪ – ଭୋର ୩:୩୯ ମିନିଟ ଅଷ୍ଟମୀ ତିଥି ସମାପ୍ତ – ଅଗଷ୍ଟ ୨୭, ୨୦୨୪ –  ଭୋର ୨:୧୯ ରୋହିଣୀ ନକ୍ଷତ୍ର ଆରମ୍ଭ – ଅଗଷ୍ଟ ୨୬, ୨୦୨୪ – ଅପରାହ୍ନ ୩:୫୫ ମିନିଟ ରୋହିଣୀ ନକ୍ଷତ୍ର ସମାପ୍ତ – ଅଗଷ୍ଟ ୨୭, ୨୦୨୪ – ଅପରାହ୍ନ ୩:୩୮ ମିନିଟ…

Read More

ପୁରୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ପୁରୀ ଗସ୍ତ କାଳରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ କାର‌୍ୟ୍ୟକ୍ରମର ୧୧୩ତମ ଅଧ୍ୟାୟ ଶୁଣିଛନ୍ତି । ଆଜିର କାର‌୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପୃଷ୍ଟିସାଧନ ଉପରେ ଚର୍ଚ୍ଚା କରିଥିବାରୁ ତାଙ୍କୁ କୃତଜ୍ଞତା ଜଣାଇବା ସହ ଭାରତକୁ ଅପପୁଷ୍ଟି କବଳରୁ ମୁକ୍ତ କରିବା ପାଇଁ ମୋଦୀ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଆଜି ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିବାରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନର ଭୂମିକା, ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଯୁବପିଢିଙ୍କ ସଫଳତାର କାହାଣୀ ଉପରେ ବାର୍ତ୍ତା ଓଡ଼ିଶା ସମେତ ଦେଶବାସୀଙ୍କୁ ପ୍ରେରିତ କରିଛି । ମନ୍ କୀ ବାତରେ ବିଶ୍ୱ ସଂସ୍କୃତ ଦିବସର ଉଲ୍ଲେଖ କରି ଦେବ ଭାଷା ସଂସ୍କୃତର ଉତ୍ଥାନ ମୋଦୀ ୩.୦ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ସେହିପରି ପିଲାମାନଙ୍କ ପୁଷ୍ଟିସାଧନ ଉପରେ ଭାରତ ସରକାର ଦେଉଥିବା ପ୍ରାଥମିକତା…

Read More

ବ୍ରହ୍ମପୁର /ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଥିବା ସରକାରୀ ଡ୍ରାଇଭିଂ ତାଲିମ କେନ୍ଦ୍ର ପ୍ରଥମ ବର୍ଷ ପୂରା କରିଛି। ଏହି ଅବସରରେ ପାଲୁର ହିଲ୍‌ସ ସ୍ଥିତ ତାଲିମ ପ୍ରତିଷ୍ଠାନରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଉପରେ ବିଭାଗ ପ୍ରାଥମିକତା ଦେଉଛି। ଏ ଦିଗରେ ସୁବାହକ ପ୍ରଶିକ୍ଷଣ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସରକାର ଓ ଘରୋଇ ସହଭାଗିତାରେ ରାଜ୍ୟର ଚାରିଟି ସ୍ଥାନରେ ବିନା ମୂଲ୍ୟରେ ଯାନଚାଳକମାନଙ୍କୁ ପ୍ରଶିକ୍ଷିତ କରାଯାଉଛି। ପୂର୍ବରୁ ଯାଜପୁର ଜିଲ୍ଲା ଛତିଆରେ ପ୍ରଶିକ୍ଷଣ କେନ୍ଦ୍ର ଥିବାବେଳେ ପରବର୍ତ୍ତୀ ସମୟରେ ଗଞ୍ଜାମ ଜିଲ୍ଲାର ପାଲୁର, ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଏବଂ କେନ୍ଦୁଝରରେ ଏଭଳି ତାଲିମ କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଏହା ବ୍ୟତୀତ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ଡ୍ରାଇଭିଂ ଟ୍ରେନିଂ ସ୍କୁଲ…

Read More

ଖୋର୍ଦ୍ଧା : ଗ୍ୟାରେଜ ଭିତରେ ପଶି ଜଣେ ଯୁବକଙ୍କୁ ଖଣ୍ତାରେ ହାଣି ହତ୍ୟା କରାଯାଇଛି। ପୁର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଖୋର୍ଦ୍ଧା ମକୁନ୍ଦ ପ୍ରସାଦ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ମୁକୁନ୍ଦପ୍ରସାଦ ଅଞ୍ଚଳରେ। ମୃତ ଯୁବକଙ୍କ ନାଁ ସେକ୍‌ ସାଜିଦ। ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଲୋକେ ମକୁନ୍ଦପ୍ରସାଦ ନିକଟରେ ମୃତଦେହ ରଖି ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିବା ଦେଖିବାକୁ ମିଳିଛି । ସେହି ଘଟଣା ପରେ ଖୋର୍ଦ୍ଧା ପୋଡା ସାହିରେ କିଛି ଯୁବକ ପଶି ବାଇକ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି । ଘଟଣା ଅତି ସମ୍ବେଦନଶୀଳ ଆଡକୁ ଗତି କରୁଥିବା ଜଣାପଡିବା ପାରେ ଘଟଣା ସ୍ଥଳରେ ପୋଲିସ ଡ଼ିଜି ୱାଇ.ବି ଖୁରାନିଆ, ଅତିରିକ୍ତ ପୋଲିସ ମହାନିର୍ଦେଶକ ରାମକୃଷ୍ଣ ଶର୍ମା,ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା,…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋଦ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ନିର୍ବାଚନ ମଣ୍ଡଳୀ ଚିଲିକା ଅନ୍ତର୍ଗତ ବାଣପୁରରେ ଚୋରାମଦ ଚଢାଉ ଜୋରଦାର କରାଯାଇଛି। ଜିଲ୍ଲା ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ତତ୍ୱାବଧାନରେ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ହଜାର ହଜାର ଦେଶୀ ମଦ ଜବତ ହେବା ସହ ଏକାଧିକ ଅଭିଯୁକ୍ତ ଗିରଫ ହୋଇଛନ୍ତି। ନାରଣଦେଇପୁର ଗ୍ରାମର ଅଭିଯୁକ୍ତ ଅଶୋକ କୁମାର ବେହେରାଙ୍କ ନିକଟରୁ 230 ଲିଟର ଦେଶୀ ମଦ ଓ ବାଇକ ଜବତ ହୋଇଥିବା ବେଳେ ନଛିପୁର ଗ୍ରାମର ଗୁଣ ଚନ୍ଦ୍ରଙ୍କ ନିକଟରୁ 30 ଲିଟର ଦେଶୀ ମଦ ଜବତ ହୋଇଛି। ସେହିପରି ଭାବେ ସାନସିରେଇପୁର ଅଞ୍ଚଳରୁ ଏକ ଟାଟା ଏସି ଗାଡ଼ିରୁ 1500 ଲିଟର ଦେଶୀ ମଦ ଜବତ କରାଯାଇ ଅଭିଯୁକ୍ତ ପ୍ରକାଶ ମାଟିଙ୍କୁ ଗିରଫ କରାଯାଇଛି। ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ଜିଲ୍ଲା ଅବକାରୀ ମୋବାଇଲ ଇନ୍ସପେକ୍ଟର…

Read More

ଭୁବନେଶ୍ବର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ। ଏ ନେଇ ସରକାରୀ ଭାବେ ସୂଚନା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ପ୍ରତି ସୋମବାରରେ ଖୋଲାଯାଇଥାଏ। ଯେଉଁଥିରେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଭାଗୀୟ ମନ୍ତ୍ରୀ ବସି ଲୋକଙ୍କ ଅଭିଯୋଗ ଶୁଣିବା ସହିତ ସମାଧାନ କରିଥାନ୍ତି। ଏହି ପ୍ରକୋଷ୍ଠ ବହୁ ସଂଖ୍ୟାରେ ଲୋକେ ଦୂରଦୂରାନ୍ତରୁ ଆସି ଅଭିଯୋଗ କରିଥାନ୍ତି। ହେଲେ ଆସନ୍ତାକାଲି ଜନ୍ମାଷ୍ଠମୀ ଥିବାରୁ ଅଫିସ ବନ୍ଦ ରହିବ। ସେଥିପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି।

Read More

ବାଲୁଗାଁ: ଦେଶର ପୁରାତନ ଆୟୁର୍ବେଦିକ ଔଷଧ ନିର୍ମାତା ଝାଣ୍ଡୁ ତରଫରୁ ଆଜି ପୂର୍ବାହ୍ନ ରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ସ୍ଥିତ ହୋଟେଲ ଦିଗନ୍ତିକା ସଭାକକ୍ଷ ରେ କମ୍ପାନୀ ର ବରିଷ୍ଠ ଅଧିକାରୀ ସୁଶାନ୍ତ କୁମାର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ସୁରକ୍ଷା ରେ ଆୟୁର୍ବେଦିକ ତଥ୍ୟ ଓ ଔଷଧର ଉପଯୋଗୀତା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଆୟୁର୍ବେଦିକ ଚିକିତ୍ସାର ଦାର୍ଶନିକ ଓ ବୈଜ୍ଞାନିକ ପୃଷ୍ଟ ଭୁମି ଉପରେ ବରିଷ୍ଠ ଆୟୁର୍ବେଦିକ ଚିକିତ୍ସକ ଡା ଦେବରାଜ ଦାସ, ଓଡ଼ିଶା ଆୟୁଷ ବିକାଶ ପରିଷଦ ସଂପାଦକ ଡା ତ୍ରୈଲୋକ୍ୟ ନାଥ ମହାରଣା, ଡା ସ୍ୱପ୍ନାରାଣୀ ପଟ୍ଟନାୟକ, ଓଡ଼ିଶା ସରକାରୀ ଆୟୁର୍ବେଦିକ ଚିକିତ୍ସକ ସଙ୍ଘ ସଭାପତି ଡା ସଞ୍ଜୟ ମହାପାତ୍ର, ରାଜ୍ୟ ଆୟୁଷ ସଂଘ ପରିଚାଳନା କମିଟି ସଦସ୍ୟ ଡା ବିଦ୍ୟା ପଟ୍ଟନାୟକ, ଡା ସୃଜନୀ ପ୍ରଜ୍ଞା ଦାସ, ଡା ମାନସ ଦୀକ୍ଷିତ, ଡା ବେବି ସିଲନ, ଡା ନର୍ମଦା ବିଶ୍ୱାଳ…

Read More

ଭୁବନେଶ୍ୱର: ଶଙ୍ଖ ଭବନରେ ଆଜି ଆରମ୍ଭ ହେଲା ବିଜେଡିର ନବନିର୍ବାଚିତ ବିଧାୟକମାନଙ୍କ ପାଇଁ ଦିନିକିଆ ପ୍ରଶିକ୍ଷଣ ଶିବିର। ନବ ନିର୍ବାଚିତ ବିଧାୟକଙ୍କ ସହ ବିଜେଡିର ସମସ୍ତ ବିଧାୟକ ପୂର୍ବତନ ବିଧାୟକ ସାଂସଦମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଆଜି ପୂର୍ବାହ୍ନରେ କାର୍ଯ୍ୟକ୍ରମକୁ ଉଦଘାଟନ କରି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଓଡିଶା ତଥା ଓଡିଶା ବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଲଢେଇ ଜାରି ରଖିବାକୁ ଦଳର ବିଧାୟକ ମାନଙ୍କୁ ଆହ୍ୱାନ ଜଣାଇଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗଣତନ୍ତ୍ରରେ ସରକାରଙ୍କ ର ଯେତିକି ଦାୟିତ୍ୱ ରହିଛି ବିରୋଧୀ ଦଳର ତା ଠାରୁ ଅଧିକ ଦାୟିତ୍ୱ ରହିଛି। ବିରୋଧୀ ଦଳ ହିଁ ଗଣତନ୍ତ୍ରର ଶ୍ରେଷ୍ଠ ସୁରକ୍ଷା କାରୀ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇ ଲୋକଙ୍କ ସ୍ୱାର୍ଥ ଜଡିତ ବିଷୟକୁ ପ୍ରାଥମିକତା ଦେଇ ବିଧାନସଭାରେ ଉଠାଇବାକୁ ବିଧାୟକମାନଙ୍କୁ ସେ ପରାମର୍ଶ ଦେଇଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆମର…

Read More

Maan Ki Baat: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମହାକାଶ କ୍ଷେତ୍ରରେ ବିକାଶ ଦ୍ୱାରା ଦେଶର ଯୁବକମାନେ ବହୁ ଉପକୃତ ହୋଇଛନ୍ତି। ଆଜି ଆକାଶବାଣୀରେ ମୋଦୀ ତାଙ୍କର ମାସିକ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଦେଶକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ଅନେକ ଘଟଣା ଘଟୁଛି ଯାହା ଏକ ବିକଶିତ ଭାରତର ମୂଳଦୁଆକୁ ଦୃଢ କରୁଛି। ସେ କହିଛନ୍ତି, ଏହି ମାସର ୨୩ ତାରିଖ ଦିନ ଦେଶବାସୀ ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ କରିଥିଲେ ଏବଂ ଚନ୍ଦ୍ରଯାନ -୩ ର ସଫଳତାକୁ ପାଳନ କରିଥିଲେ। ସେ କହିଛନ୍ତି ଯେ ଗତ ବର୍ଷ ଏହି ଦିନ ଚନ୍ଦ୍ରୟାନ -୩ ଶିବ-ଶକ୍ତି ବିନ୍ଦୁରେ ଚନ୍ଦ୍ରର ଦକ୍ଷିଣ ଭାଗରେ ଏକ ସଫଳ ଅବତରଣ କରିଥିଲା। ଏହି ସଫଳତା ହାସଲ କରିବାରେ ଭାରତ ବିଶ୍ୱର ପ୍ରଥମ ରାଷ୍ଟ୍ର ହୋଇଛି। ଆଇଆଇଟି-ମାଡ୍ରାସର ଆଲୁମିନି ଦ୍ୱାରା ଆରମ୍ଭ ହୋଇଥିବା ସ୍ପେସେଟେକ୍ ଷ୍ଟାର୍ଟ ଅପ୍ ଗାଲାକ୍ସି…

Read More