Author: Samikhsya Bureau

ଭୁବନେଶ୍ୱର: ବିଜୁ ଜନତା ଦଳର ସାଂସଦମାନେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାପାଇଁ ଆଜି କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ବିଜେଡି ପକ୍ଷରୁ ଦିଆଯାଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ୧୮୧୭ ମସିହାରେ ପାଇକ ବିଦ୍ରୋହ ଘଟିଥିଲା ଯାହାକି ବ୍ରିଟିଶ ରାଜ ବିରୁଦ୍ଧରେ ଭାରତର ପ୍ରଥମ ସଂଗଠିତ ସଶସ୍ତ୍ର ବିଦ୍ରୋହ ଥିଲା । ଏହା ଭାରତ ପାଇଁ ସ୍ୱାଧୀନତାର ପ୍ରଥମ ଯୁଦ୍ଧ ଥିଲା ଯାହାକି ୧୫୫୭ର ବିଦ୍ରୋହର ୪୦ ବର୍ଷ ପୂର୍ବରୁ ହୋଇଥିଲା, ଯାହାକୁ ବ୍ରିଟିଶ ଉପନିବେଶବାଦ ବିରୁଦ୍ଧରେ ଭାରତୀୟ ସ୍ୱାଧୀନତାର ପ୍ରଥମ ଯୁଦ୍ଧ କୁହାଯାଉଥିଲା । ଏହି ଯୁଦ୍ଧ ଓଡିଶାର ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ହୋଇଥିଲା । ଗତ ଦୁଇ ଶତାବ୍ଦୀରୁ ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର ଇତିହାସ ତଥା ଓଡିଶାର ସାହସୀ ପାଇକମାନେ ୪.୫ କୋଟି ଓଡିଆଙ୍କୁ ପ୍ରେରଣା ଯୋଗାଇ ଚାଲିଛନ୍ତି । ସମୟ ଆସିଛି,…

Read More

ନୂଆଦିଲ୍ଲୀ: ଆମ ସମସ୍ତଙ୍କୁ ସ୍ୱପ୍ନ ଆସେ। ସ୍ୱପ୍ନ ଭଲ ଏବଂ ଖରାପ ମଧ୍ୟ। ସ୍ୱପ୍ନ ଏକ ପ୍ରକାର ଟେଲିପ୍ୟାଥୀ। ସ୍ୱପ୍ନର ସଂପୂର୍ଣ୍ଣ ଆଧାର ହେଉଛି ରାହୁ ଗ୍ରହ। ଯେଉଁମାନଙ୍କର ଭଲ ରାହୁ ଅଛି ସେମାନେ ଭଲ ସ୍ୱପ୍ନ ଦେଖନ୍ତି। ରାହୁ ଆପଣଙ୍କୁ ସୂଚାଇଥାଏ, ଆପଣଙ୍କର ଭଲ ଭବିଷ୍ୟତ ଏବଂ ଆଗାମୀ ଘଟଣା ବିଷୟରେ ଚେତାବନୀ ଦେଇଥାଏ। ଏହିପରି ବ୍ୟକ୍ତି ସଠିକ୍ ନିଷ୍ପତ୍ତି ନେଇ ଆଗକୁ ବଢନ୍ତି। ବେଳେବେଳେ ଲୋକମାନେ କୌଣସି ସ୍ଥାନକୁ ଯାଆନ୍ତି, ଏବଂ ସେମାନେ ଭାବନ୍ତି ଯେ ମୁଁ ଏହି କାମ କରିସାରିଛି। କିମ୍ବା ମୁଁ ପୂର୍ବରୁ ଏହି ସ୍ଥାନକୁ ଯାଇଥିଲି। ଏସବୁ ଭଲ ସ୍ୱପ୍ନର ଏକ ଦର୍ପଣ। – ଯଦି ସମାନ ସ୍ୱପ୍ନ ବାରମ୍ବାର ଆସେ, ଏହାର ଅର୍ଥ ହେଉଛି ଆପଣଙ୍କର ସ୍ୱପ୍ନର ପ୍ରଭାବ ନିଶ୍ଚିତ ଭାବରେ ଆପଣଙ୍କ ଜୀବନରେ ରହିବ। ଯେତେବେଳେ ଭଲ ସ୍ୱପ୍ନ ଆପଣଙ୍କୁ ସଠିକ୍ ମାର୍ଗଦର୍ଶନ କରେ, ଖରାପ ସ୍ୱପ୍ନଗୁଡ଼ିକ ଆପଣଙ୍କ ଆତ୍ମବିଶ୍ୱାସକୁ ଦୁର୍ବଳ…

Read More

ଭୁବନେଶ୍ବର: ପୂର୍ବତଟ ରେଳପଥ ପକ୍ଷରୁ ଆଜି ଏହାର ମୁଖ୍ୟାଳୟ ଭୁବନେଶ୍ୱର ସ୍ଥିତ ରେଳସଦନ ଠାରେ ଭାରତ ରତ୍ନ ବାବା ସାହେବ ଡ଼. ଭୀମରାଓ ରାମଜୀ ଆମ୍ବେଦକରଙ୍କର ମହାପରିନିର୍ବାଣ ପାଳିତ ହୋଇଯାଇଅଛି। ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାରଙ୍କ ନେତୃତ୍ୱରେ ଅଧିକାରୀ ଓ କର୍ମଚାରୀମାନେ ସ୍ବର୍ଗତ ବାବା ସାହେବ ଡ଼. ବି.ଆର.ଆମ୍ବେଦକରଙ୍କୁ ପୁଷ୍ପମାଲ୍ୟ ପ୍ରଦାନକରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ରେଳପଥର ପ୍ରମୁଖ କାର୍ମିକ ଅଧିକାରୀ ତୁଷାରକାନ୍ତି ମଣ୍ଡଳ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପୂର୍ବତଟ ରେଳପଥର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ସମ୍ବଲପୁର ଓ ୱାଲଟିୟର ଠାରେ ମଣ୍ଡଳ ରେଳବାଇ ପ୍ରବନ୍ଧକ ମାନଙ୍କ ନେତୃତ୍ୱରେ ଅଧିକାରୀ ଓ କର୍ମଚାରୀ ମାନେ ମହାପରିନିର୍ବାଣ ଦିବସ ପାଳନ କରିବା ଅବସରରେ ବାବା ସାହେବଙ୍କ ଫୋଟୋ ଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

Read More

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ. ବି.ଆର ଆମ୍ବେଦକରଙ୍କର ଶ୍ରାଦ୍ଧଦିବସ ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ଭୁବନେଶ୍ୱର ଏଜି ଛକ ଠାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ଡ. ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପିସିସି କାର୍ଯ୍ୟାଳୟ ଠାରେ ନେତୃବୃନ୍ଦ ଆମ୍ବେଦଙ୍କର ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶରତ ପଟ୍ଟନାୟକ, ଜୟଦେବ ଜେନା, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଚିନ୍ମୟ ସୁନ୍ଦର ଦାସ, ପଦ୍ମାକର ଗୁରୁ, ବିସ୍ମୟ ମହାପାତ୍ର, ହଳଧର ସେଠୀ, ଜ୍ୟୋତିଷ ସାହୁ, ଦୀପକ କୁମାର ମହାପାତ୍ର, ମିହିର ଆଚାର୍ଯ୍ୟ, ଦେବେନ୍ଦ୍ର ପ୍ରସାଦ ଦାସ, ସଂକୁନା କହଁର, ଅଜୟ ସାହୁ, ଖଗେଶ୍ୱର ମଲ୍ଲିକ…

Read More

ଭୁବନେଶ୍ବର: ଶେଷରେ ସୁନ୍ଦରଗଡ ଜିଲ୍ଲା ତଳସରା ନିର୍ବାଚନମଣ୍ଡଳୀରେ ପୂର୍ବତନ ବିଧାୟକ ଡାକ୍ତର ପ୍ରଫୁଲ ମାଝୀ କଂଗ୍ରେସ ଛାଡିଛନ୍ତି। ଏହା ଜାଣିବା ପରେ ସେପଟେ ତାଙ୍କୁ ଦଳ ବହିସ୍କାର କରିଛି। ସେ ପୂର୍ବରୁ କଂଗ୍ରେସ ଛାଡିବେ ବୋଲି ଆଶା କରାଯାଉଥିଲା। କାରଣ ତାଙ୍କୁ କଂଗ୍ରେସ ଦଳ ଭିତରେ ଯେପରି ଗୁରୁତ୍ବ ଦେବା କଥା ତାହା ହେଲା ନାହିଁ। ଏହାକୁ ନେଇ ସେ ଅସନ୍ତୁଷ୍ଠ ଥିଲେ। ପ୍ରଫୁଲ ମାଝି ତିନିଥର ତଲସରା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥି ଭାବେ ଜିତି ଆସୁଥିଲେ। ହେଲେ ଗତ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀଙ୍କଠାରୁ ହାରିଯାଇଥିଲେ। 2006 ମସିହାରେ ତାଙ୍କର ଶଶୁର ଗଜାଧର ମାଝୀଙ୍କ ଦେହାନ୍ତ ପରେ ପ୍ରଫୁଲ ଉପନିର୍ବାଚନରେ ବିଜୟ ହୋଇ ଆସିଥିଲେ। ଏହାପରେ ସେ ଲଗାତର ଦୁଇଥର କଂଗ୍ରେସ ପ୍ରାର୍ଥୀ ଭାବେ ଜିତି ଆସୁଥିଲେ। ଗତ 2019 ନିର୍ବାଚନରେ ସେ କଂଗ୍ରେସ ପ୍ରତି ଅସନ୍ତୁଷ୍ଠ ଥିଲେ। ସେଥିପାଇଁ ସେ କଂଗ୍ରେସ ଛାଡି ବିଜେଡିରେ ଯୋଗଦେବେ ବୋଲି…

Read More

ଭୁବନେଶ୍ବର: ବିଦେଶରୁ ଓଡିଶା ଫେରିଥିବା ୨୪୬ ଜଣ ଯାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ନଭେମ୍ବର ୨୪ ତାରିଖ ପରେ ଓଡିଶା ଆସିଥିଲେ। ସେମାନଙ୍କର କରୋନା ପରୀକ୍ଷା ପରେ ପଜିଟିଭ ହୋଇଥିବା ଜଣାପଡିଛି। ପଜିଟିଭ ଚିହ୍ନଟ ହୋଇଥିବା ଲୋକଙ୍କ ନମୁନା ଜେନମ ସିକ୍ଵେନସିଂ ପାଇଁ ଆଇଏଲଏସ ଯାଇଛି। ଏନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି। ଏହି ସବୁ ଆକ୍ରାନ୍ତ ଓମିକ୍ରନରେ ସଂକ୍ରମିତ କି ନାହିଁ, ତାହା ଜେନମ ସିକ୍ଵେନସିଂ ପରେ ଜଣାପଡିବ। ଏହାର ରିପୋର୍ଟ ଶୁକ୍ରବାର ଦିନ ଆସିବ ବୋଲି ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କେହି ଓମିକ୍ରନ ଚିହ୍ନଟ ହୋଇନାହାନ୍ତି। ତେବେ ଏହାପୂର୍ବରୁ ୧୪୧ ନମୁନା ଟେଷ୍ଟରୁ ମଧ୍ୟ କେହି ଓମିକ୍ରନ ଚିହ୍ନଟ ହୋଇନଥିବା ବିର୍ଦ୍ଦେଶକ କହିଛନ୍ତି।

Read More

ଦିଲ୍ଲୀ: ଆଜି ଦେଶରୁ ୮ ହଜାର ୩୦୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୨୧୧ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ବିହାରରେ କରୋନା କାରଣରୁ ପୂର୍ବରୁ ମୃତ୍ୟୁବରଣ କରିଥିବା ୨,୪୨୬ ଜଣଙ୍କ ସଂଖ୍ୟା ଆଜି ଅନ୍ତର୍ଭୁକ୍ତ କରାଯାଇଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୬ ଲକ୍ଷ ୪୧ ହଜାର ୫୬୧ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୩ ହଜାର ୫୩୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୦ ଲକ୍ଷ ୬୯ ହଜାର ୬୦୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୯୮ ହଜାର ୪୧୬ ଆକ୍ଟିଭ୍‌ କେସ୍ ରହିଛି।

Read More

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଶିଆ ୱାକଫ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ୱାସିମ ରିଜଭି ଆଜି ସନାତନ ଧର୍ମ ଗ୍ରହଣ କରିଛନ୍ତି। ଏହି ସମୟରେ ସେ କହିଥିଲେ ଯେ, ଏଠାରେ ଧର୍ମ ପରିବର୍ତ୍ତନ ବିଷୟରେ କୌଣସି ଆଲୋଚନା ନାହିଁ। ଯେତେବେଳେ ମୋତେ ଇସଲାମରୁ ବହିଷ୍କାର କରାଯାଇଥିଲା, ମୁଁ କେଉଁ ଧର୍ମ ଗ୍ରହଣ କରେ ତାହା ମୋର ପସନ୍ଦ। ସନାତନ ଧର୍ମ ହେଉଛି ବିଶ୍ୱର ପ୍ରଥମ ଧର୍ମ ଏବଂ ଏଥିରେ ଉତ୍ତମତା ମିଳିଥାଏ। ୱାସିମ ରିଜଭି ଦାବି କରିଛନ୍ତି ଯେ, ଇସଲାମ ଏକ ଧର୍ମ ନୁହେଁ। ସେ କହିଛନ୍ତି ଯେ, ସନାତନ ଧର୍ମରେ ଯେଉଁ ମାନବିକତା ଦେଖିବାକୁ ମିଳେ, ଅନ୍ୟ ଧର୍ମରେ ତାହା ମିଳେ ନାହିଁ। ରିଜଭି କହିଛନ୍ତି ଯେ, ଆମେ ଇସଲାମକୁ ଧର୍ମ ଭାବରେ ଗ୍ରହଣ କରୁନାହୁଁ। ୱାସିମ ରିଜଭି ଏକ ବିବାଦୀୟ ବିବୃତ୍ତି ଦେଇ କହିଛନ୍ତି ଯେ, ଇସଲାମ ବିଷୟରେ ଏତେ ପଢିବା ପରେ ଆମେ ବୁଝିପାରୁ ଯେ ଇସଲାମ ଧର୍ମ ନୁହେଁ,…

Read More

ନୂଆଦିଲ୍ଲୀ: ଆସନ୍ତା ପଞ୍ଜାବ ବିଧାନସଭା ନିର୍ବାଚନ ସମ୍ପର୍କରେ କ୍ୟାପଟେନ ଅମରିନ୍ଦର ସିଂ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ଭାରତୀୟ ଜନତା ପାର୍ଟି ଏବଂ ଢିଣ୍ଡସା ଦଳ ସହ ମିଶି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ଚଣ୍ଡିଗଡ଼ରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା ଘୋଷଣା କରିଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ଅମରିନ୍ଦର ସିଂ ରାଜ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ କଂଗ୍ରେସ ଦଳରୁ ଇସ୍ତଫା ଘୋଷଣା କରିଥିଲେ। ଏହା ସହିତ ସେ ନୂଆ ଦଳ ସହିତ ପଞ୍ଜାବ ବିଧାନସଭା ନିର୍ବାଚନରେ ​​ପ୍ରବେଶ କରିବାକୁ ମଧ୍ୟ ଘୋଷଣା କରିଥିଲେ।

Read More

ଭୁବନେଶ୍ବର: ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଯାତାୟାତ କରୁଥିବା ଏବଂ ଏହା ମଧ୍ୟକୁ ଆସୁଥିବା କିଛି ଟ୍ରେନକୁ ବାତିଲ କରାଯାଇଅଛି। ଟ୍ରେନ ଚଳାଚଳରେ ସ୍ୱାଭାବିକତା ଆଣିବା ପାଇଁ ରେକ୍ ଆଡଜଷ୍ଟମେଣ୍ଟ୍ ନିଷ୍ପତ୍ତି ନିଆଯାଇଅଛି। ବାତ୍ୟା ଜାୱାଦ ସମୟରେ ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ସଂଯୋଗକାରୀ ଟ୍ରେନ୍ ଗୁଡିକ ପୂର୍ବରୁ ବାତିଲ ହୋଇଥିଲା। – ହାଓଡ଼ା ଠାରୁ ତା 06.12.2021 ରେ ଛାଡିବାକୁ ଥିବା 12839 ହାଓଡ଼ା-ଚେନ୍ନାଇ ମେଲ୍। – ତିରୁପତିରୁ ତା 06.12.2021 ରେ ଆସିବାକୁଥିବା 22872 ତିରୁପତି-ଭୁବନେଶ୍ୱର ଏକ୍ସପ୍ରେସ। – ଜସିଡିହ ଠାରୁ ତା 08.12.2021 ରେ ଛାଡିବାକୁ ଥିବା 12376 ଜସିଡିହ-ତାମ୍ବରମ୍ ଏକ୍ସପ୍ରେସ। – ଭାଗଲପୁର ଠାରୁ ତା 08.12.2021 ରେ ଛାଡିବାକୁ ଥିବା 12254 ଭାଗଲପୁର-ଯଶୋବନ୍ତପୁର ଏକ୍ସପ୍ରେସ। – ହାଓଡ଼ା ଠାରୁ ତା 06.12.2021 ରେ ଛାଡିବାକୁ ଥିବା 12665 ହାଓଡ଼ା-କନ୍ୟାକୁମାରୀ ଏକ୍ସପ୍ରେସ। – ଚେନ୍ନାଇରୁ ତା 06.12.2021 ରେ ଛାଡିବାକୁ ଥିବା 22860 ଚେନ୍ନାଇ-ପୁରୀ ଏକ୍ସପ୍ରେସ।…

Read More

ଭୁବନେଶ୍ବର:  ଆଜି ରାଜ୍ୟରେ ୧୦୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୯ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୩ ବାଲେଶ୍ଵର ଜିଲ୍ଲାରୁ- ୧ ବରଗଡ ଜିଲ୍ଲାରୁ- ୨ ଭଦ୍ରକ ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ – ୪ ଗଞ୍ଜାମ ଜିଲ୍ଲାରୁ- ୪ ଯାଜପୁର ଜିଲ୍ଲାରୁ – ୪ କନ୍ଧମାଳ ଜିଲ୍ଲାରୁ- ୧ କେନ୍ଦ୍ରାପଡ଼ା ଜିଲ୍ଲାରୁ– ୪ କେନ୍ଦୁଝର ଜିଲ୍ଲାରୁ- ୫ ଖୋର୍ଦ୍ଧା ଜିଲ୍ଲାରୁ- ୪୮ ମୟୂରଭଞ୍ଜ ଜିଲ୍ଲାରୁ- ୧୦ ନୟାଗଡ ଜିଲ୍ଲାରୁ- ୨ ସମ୍ବଲପୁର ଜିଲ୍ଲାରୁ- ୨ ସୁନ୍ଦରଗଡ଼ ଜିଲ୍ଲାରୁ – ୧ ଷ୍ଟେଟ ପୁଲରୁ- ୧୨ ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୦ ହଜାର ୩୫୪ ରେ ପହଞ୍ଚିଥିବା…

Read More

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ପରିବର୍ତ୍ତନ ଯୁଗ ଆରମ୍ଭ ହୋଇଯାଇଛି। ନେତାମାନେ ନିଜର ସୁବିଧା ଏବଂ ଅଭିଳାଷ ଆଧାରରେ ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯାଉଛନ୍ତି। ଏହି ସମୟରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏକ ବଡ଼ ଦାବି କରିଛନ୍ତି। ଅଖିଳେଶ ଯାଦବ କହିଛନ୍ତି ଯେ, ସମାଜବାଦୀ ପାର୍ଟିକୁ ଆସିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ସ୍ୱାଗତ। ସେ ଦାବି କରିଛନ୍ତି ଯେ, ବିଜେପିର ଲୋକମାନେ ଆମ ସହିତ ଯୋଗାଯୋଗ କରୁଛନ୍ତି, କିନ୍ତୁ ଆମେ ସେମାନଙ୍କୁ ସାମିଲ କରିବୁ ନାହିଁ। ଏହାପୂର୍ବରୁ ଅଖିଳେଶଙ୍କ ସହଯୋଗୀ ଓମ ପ୍ରକାଶ ରାଜଭାର ଦାବି କରିଛନ୍ତି ଯେ, ତାଙ୍କ ସହ ଦେଢ ଡଜନ ବିଜେପି ମନ୍ତ୍ରୀ ଯୋଗାଯୋଗ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ କଟାକ୍ଷ କରି ଅଖିଲେଶ କହିଛନ୍ତି ଯେ, ଯୋଗୀ ଦିନକୁ ୨୪ ଘଣ୍ଟା କାମ କରନ୍ତି। ଏହା ଉପରେ ଆମର କୌଣସି ସନ୍ଦେହ ନାହିଁ।…

Read More

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାରେ ୫୯ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଜିଲ୍ଲା ପୋଲିସ ରିଜର୍ଭ ଗ୍ରାଉଣ୍ଡ, ତରତୁରା ଠାରେ ଉକ୍ତ କାର୍ଯ୍ୟକ୍ରମ ପାଳିତ ହୋଇଯାଇଅଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଏସପି ତଥା ଜିଲ୍ଲା ଗୃହରକ୍ଷୀ କାମାଣ୍ଡାଣ୍ଟ, ରାଜକିଶୋର ଦୋରା ଯୋଗଦେଇଥିଲେ। କରୋନା କଟକଣାକୁ ଦୃଷ୍ଟିରେ ରଖି ଉକ୍ତ କାର୍ଯ୍ୟକ୍ରମ ନିରାଡ଼ମ୍ବର ଭାବେ ପାଳନ ହୋଇଅଛି।  ଗୃହରକ୍ଷୀମାନେ ଅଭ୍ୟନ୍ତରୀଣ ନିରାପତ୍ତା, ଆଇନ ଶୃଙ୍ଖଳା, ଟ୍ରାଫିକ ପରିଚାଳନା ତଥା ବିପର୍ଯୟ ପ୍ରଶମନ କ୍ଷେତ୍ରରେ ପୋଲିସ, ଅଗ୍ନିଶମ ବାହିନୀ ତଥା ଜିଲ୍ଲା ପ୍ରଶାସନକୁ ସହଯୋଗ କରି ଜନସାଧାରଣଙ୍କୁ ଉତ୍ସର୍ଗୀକୃତ ସେବା ଦେବାରେ ଗୁରୁତ୍ୱପୂର୍ଣ ଭୂମିକା ବହନ କରିଆସୁଥିବାର ଏସପି ତାଙ୍କ ଅଭିଭାଷଣରେ କହିଥିଲେ। ଅନୁରୂପ ଭାବେ କୋଭିଡ ମହାମାରୀ ସମୟରେ ମଧ୍ୟ ଗୃହରକ୍ଷୀ ମାନେ ନିସ୍ଵାର୍ଥପର ଭାବେ ଜନସାଧାରଣଙ୍କ ସେବା କରି ଆସୁଥିବାର କହିଥିଲେ ଏସପି ଶ୍ରୀ ଦୋରା। ଏହି ଅବସରରେ କରୋନା କାଳରେ ଟାଙ୍ଗୀ ଥାନା ଅଞ୍ଚଳର…

Read More

ନୂଆଦିଲ୍ଲୀ: ଦୁଇ ନବଜାତ ଶିଶୁଙ୍କୁ ଭୁଲରେ କରୋନାଭାଇରସ୍ ଟିକା ଦିଆଯାଇଥିବା ଖବର ସାମ୍ନାକୁ ଆସିଛି। ପରେ ଉଭୟ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି। ବ୍ରାଜିଲରେ ଏଭଳି ଘଟଣା ଘଟିଥିବା ଗଣମାଧ୍ୟମର ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦୁଇ ମାସର କନ୍ୟା ଏବଂ ଚାରି ମାସର ଶିଶୁପୁତ୍ରକୁ ଡାଇରିଆ, ଟିଟାନସ୍, କଫ ଏବଂ ହେପାଟାଇଟିସର ମିଳିତ ମାତ୍ରା ବଦଳରେ ଭୁଲରେ କରୋନାଭାଇରସରୁ ରକ୍ଷା କରିବା ପିଫାଇଜର ଟିକା ଦିଆଯାଉଥିଲା। ଏହି କାରଣରୁ ଉଭୟ ଶିଶୁଙ୍କର ଗୁରୁତର ପ୍ରତିକ୍ରିୟା ପ୍ରକାଶ ପାଇ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଲା। ପିଲାମାନଙ୍କୁ କରୋନା ଟିକା ଦେଇଥିବା ନର୍ସଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି। ଉଲ୍ଲେଖନୀୟ ବିଷୟ ହେଉଛି, ଅନେକ ଦେଶରେ ୫ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ପିଫାଇଜରର ଟିକା ଅନୁମୋଦନ କରାଯାଇଛି। ଜୁନ୍ ମାସରେ ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକ ୧୨ ବର୍ଷରୁ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଥାନା ଅଞ୍ଚଳରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୭ ଜଣ ଜୁଆଡ଼ିଙ୍କୁ ପୋଲିସ ଗିରଫ କରିଛି। ସୂଚନା ମୁତାବକ ଗତକାଲି ଅପରାହ୍ନରେ ଟାଙ୍ଗୀ ଥାନା ଅନ୍ତର୍ଗତ ସାନ କୁସୁମୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ମଧ୍ୟରେ ଜୁଆ ଆଡ୍ଡା ଚାଲିଥିବାର ଖବର ପାଇଥିଲେ ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲ୍ଲିକ। ବିଳମ୍ବ ନକରି ଟିମ ସହ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ ଆଇଆଇସି। ଚଢ଼ାଉ ବେଳେ ପୋଲିସ ୭ ଗୋଟି ମୋବାଇଲ, ୪ ଗୋଟି ବାଇକ, ଗୋଟିଏ ହୁଣ୍ଡା ସିଟି କାର ଏବଂ ନକଦ ୮ ହଜାର ୪ ଶହ ୫୦ ଟଙ୍କା ଜବତ କରିବା ସହ ୭ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଟାଙ୍ଗୀ ଥାନାରେ ୩ ଓପିଜି ଅଧିନିୟମ ଅନୁଯାୟୀ କେସ ନମ୍ବର ୪୭୯/୨୧ ରେ ମାମଲା ରୁଜୁ ହେବା ସହ ଆଜି କୋର୍ଟଚାଲାଣ…

Read More

ଭୁବନେଶ୍ଵର: ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଜାରି ରହିଛି। ଆଜି ଏହି ଅଧିବେଶନର ପଞ୍ଚମ ଦିନ। କିନ୍ତୁ ଶୀତକାଳୀନ ଅଧିବେଶନର ପଞ୍ଚମ ଦିନ ମଧ୍ୟ ଗୃହ କାର୍ଯ୍ୟ ଚାଲିପାରୁନି। ଆରମ୍ଭରୁ ଗୃହର ମଧ୍ୟଭାଗକୁ ଆସି ବିରୋଧୀ ଦଳ ହଟ୍ଟଗୋଳ କରିଛନ୍ତି। ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବିହିଷ୍କାର କରିବା ଲାଗି ବିରୋଧୀ ଦାବି କରିଥିଲେ। କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବାଚସ୍ପତିଙ୍କ ପୋଡିୟମକୁ ଘେରାଯାଇଛି। ଏହାପରେ ବାଚସ୍ପତି ଡା. ସୂର୍ଯ୍ୟନାରୟାଣ ପାତ୍ର ଗୃହ କାର୍ଯ୍ୟକୁ ଅପରାହ୍ନ ୪ ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

Read More

ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନରେ ଜାରି ରହିଛି ହଟ୍ଟଗୋଳ। ବିରୋଧୀ ଦଳ ପକ୍ଷରୁ ମମିତା ମେହେର ହତ୍ୟାକାଣ୍ଡ ଘଟଣା ଉଠାଇ ସରକାର ବିରୋଧରେ ହଙ୍ଗାମା କରୁଥିବା ବେଳେ ବିରୋଧୀଙ୍କୁ ବିଭିନ୍ନ ପ୍ରସଙ୍ଗ ଉଠାଇ ବିଜେଡ଼ି ମଧ୍ୟ ଘେରିବାକୁ ଚେଷ୍ଟା କରୁଛି। ଆଜି ବିଧାନସଭାରେ ବିଜେଡ଼ି ସ୍ଵାଧୀନତା ସଂଗ୍ରାମ ପ୍ରସଙ୍ଗ ଉଠାଇଛି। ଏହି ପ୍ରସଙ୍ଗରେ ବିଜେଡ଼ି ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛି। ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ଗାନ୍ଧୀ ମୂର୍ତ୍ତି ତଳେ ବିଜେଡ଼ି ପ୍ରତିବାଦ କରୁଛି। ବିଜେଡ଼ି ପକ୍ଷରୁ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ଵାଧୀନତା ସଂଗ୍ରାମର ମାନ୍ୟତା ଦାବି କରି ପ୍ରତିବାଦ କରାଯାଉଛି। ଏହି ପ୍ରସଙ୍ଗରେ କେନ୍ଦ୍ରର ଅବହେଳା କହି ବିଜେଡ଼ି ଆକ୍ରମଣ କରିଛି।

Read More

ମୁମ୍ବାଇ: ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୩୭୨ ରନ୍ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ମଧ୍ୟ ଏହି ସିରିଜ୍ ଜିତିନେଇଛି। ଭାରତ ପାଇଁ ରବିଚନ୍ଦ୍ରନ ଅଶ୍ୱିନ୍ ଏବଂ ଜୟନ୍ତ ଯାଦବ ପ୍ରତ୍ୟେକ ଚାରିଟି ୱିକେଟ୍ ନେଇଥିଲେ ଏବଂ ଦ୍ୱିତୀୟ ଇନିଂସରେ ଭ୍ରମଣକାରୀ ଦଳକୁ ଟାର୍ଗେଟରେ ପହଞ୍ଚିବାକୁ ଦେଇନଥିଲେ। ତୃତୀୟ ଦିନର ଖେଳ ଶେଷ ହେବା ବେଳକୁ ନ୍ୟୁଜିଲ୍ୟାଣ୍ଡର ଦଳ ପାଞ୍ଚଟି ୱିକେଟ୍ ହରାଇ ଦ୍ୱିତୀୟ ଇନିଂସରେ ୧୪୦ ରନ୍ ସଂଗ୍ରହ କରିଥିଲା। ଚତୁର୍ଥ ଦିନରେ ନ୍ୟୁଜିଲ୍ୟାଣ୍ଡର ଦଳ ସେମାନଙ୍କ ଖାତାରେ ମାତ୍ର ୨୭ ରନ୍ ଯୋଡିବାକୁ ସକ୍ଷମ ହୋଇଥିଲା ଏବଂ ସେମାନେ ସମସ୍ତ ୱିକେଟ୍ ହରାଇଥିଲେ। ଦୁଇ ଦଳ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ କାନପୁରରେ ଖେଳାଯାଇଥିଲା ଯାହା ଡ୍ରରେ ଶେଷ ହୋଇଥିଲା। ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୩୨୫ ରନ୍ ସ୍କୋର…

Read More

ନୂଆଦିଲ୍ଲୀ: ଦିନିକିଆ ଫର୍ମାଟରେ ବିରାଟ କୋହଲିଙ୍କ ଅଧିନାୟକତ୍ୱ ଉପରେ ଏବେ ଚର୍ଚ୍ଚା ଜୋର ଧରିଛି। ଯେତେବେଳେ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ ଦଳ ଚୟନ ପାଇଁ ଜାତୀୟ ଚୟନକର୍ତ୍ତା ଭେଟିବେ, ସେତେବେଳେ ଏହା ବିଷୟରେ ଆଲୋଚନା ହେବ। ଏହା ସହିତ ଟେଷ୍ଟ ଦଳରେ ଅଜିଙ୍କ୍ୟ ରାହାନେଙ୍କ ଉପ-ଅଧିନାୟକଙ୍କ ସମ୍ପର୍କରେ ମଧ୍ୟ ଆଲୋଚନା ହେବ। ଏଥିସହ ଭାରତ ପାଇଁ ୧୦୦ ଟି ଟେଷ୍ଟ ଖେଳିଥିବା ଇଶାନ୍ତ ଶର୍ମାଙ୍କ ଟେଷ୍ଟ ଦଳରେ ସ୍ଥାନ ବ୍ୟତୀତ ଭେଟେରାନ ଓପନର୍ ଶିଖର ଧାୱନଙ୍କୁ ଦିନିକିଆ ଦଳରେ ଫେରିବା ମଧ୍ୟ ଏହି ଚୟନ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେବ। ଚୟନ କମିଟିର ସଭାପତି ଚେତନ ଶର୍ମା, ଅଭୟ କୁରୁଭିଲା ଏବଂ ସୁନୀଲ ଯୋଶୀ ମୁମ୍ବାଇ ଟେଷ୍ଟ (ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ) ତଦାରଖ କରୁଛନ୍ତି ଏବଂ ସୋମବାର ଠାରୁ ସପ୍ତାହ ମଧ୍ୟରେ ସେମାନେ ବୋର୍ଡ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହାଙ୍କ ସହ ବସି…

Read More

ସ୍ୱାସ୍ଥ୍ୟ ଟିପ୍ସ: ଆମ ରୋଷେଇ ଘରେ ଅନେକ ପ୍ରକାରର ମସଲା ଅଛି। ସେଥିମଧ୍ୟରୁ ଗୋଟିଏ ହେଉଛି ଜୁଆଣୀ। ଏହା ପ୍ରାୟ ପ୍ରତ୍ୟେକ ଘରର ରୋଷେଇ ଘରେ ମିଳିଥାଏ। ଏହାର ଅନେକ ସ୍ୱାସ୍ଥ୍ୟ ଉପକାର ମଧ୍ୟ ଅଛି। ପରଠା, ନମକିନ୍, ତରକାରୀ, ପୁରୀ ଇତ୍ୟାଦି ଶୀତଦିନିଆ ଖାଦ୍ୟରେ ଏହା ବହୁତ ଖିଆଯାଏ। ଏହାର ପ୍ରଭାବ ଅତ୍ୟନ୍ତ ଗରମ ଏବଂ ଏହା ଶରୀରକୁ ଗରମ ରଖିବାରେ ସାହାଯ୍ୟ କରିଥାଏ। ପ୍ରୋଟିନ୍, ଫ୍ୟାଟ୍, ଫାଇବର ଏବଂ ମିନେରାଲ୍ସ ପରି ଉପାଦାନଗୁଡ଼ିକ ଏଥିରେ ବହୁ ପରିମାଣରେ ମିଳିଥାଏ। ଏହା କ୍ୟାଲସିୟମ୍, ଫସଫରସ୍, ଆଇରନ୍ ଏବଂ ନିକୋଟିନିକ୍ ଏସିଡ୍ ର ଏକ ଉତ୍ତମ ଉତ୍ସ। ଶୀତଦିନେ ଥଣ୍ଡା, ନାକରୁ ପାଣି ବାହାରିବା ଏବଂ ସର୍ଦ୍ଦିକୁ ରୋକିବାରେ ଏହା ସାହାଯ୍ୟ କରିଥାଏ। ଜୁଆଣୀ ଖାଇବା ପାଇଁ ସଠିକ୍ ଉପାୟ: ଶୀତଦିନେ, ଯଦି ଆପଣ ଚାହାଁନ୍ତି, ଆପଣ ପରଠା, ନମକିନ୍, ତରକାରୀ, ପୁରୀ ଇତ୍ୟାଦି ଖାଦ୍ୟ ସାମଗ୍ରୀରେ ଜୁଆଣୀ ବ୍ୟବହାର କରିପାରିବେ।…

Read More

ଭୁବନେଶ୍ବର: ବିଧାୟକ ଜୟନାରାୟଣ ମିଶ୍ର ବହୁରୋଗରେ ଆକ୍ରାନ୍ତ। ତାଙ୍କର ଡାଇଲେସିସ ହେଉଛି। ତାଙ୍କର କିଡନୀ ସମସ୍ୟା ରହିଛି, ବ୍ଲଡ ପ୍ରେସର ରହିଛି, ଅନ୍ୟାନ୍ୟ ବହୁ ରୋଗ ରହିଛି। ଆମେ ନୂଆଦିଲ୍ଲୀ ଆସିଥିବା ବେଳେ ତାଙ୍କୁ ରାତିରେ ନେଇ ଏମସରେ ଭର୍ତ୍ତି କଲୁ। ସେ ଏବେ ସୁସ୍ଥ ଅଛନ୍ତି। ଏପରି ଏକ ଧାରାବିବରଣୀ ଦେଲେ ଅନ୍ୟତମ ବିଜେପି ବିଧାୟକ ମୋହନ ମାଝି। ଏକ ଭିଡିଓ ରେକର୍ଡ କରି ମିଡିଆକୁ ଜାରୀ କଲେ। ସେହି ଭିଡିଓକୁ ଯେ କେହି ଦେଖିବ ସେ ଭାବିବ ଯେ, ଜୟନାରାୟଣ ଅସୁସ୍ଥ କଥାଟାକୁ ଯେପରି ସମସ୍ତଙ୍କୁ ମୋହନଙ୍କ ଅବଗତ କରାଇବାର ଆବଶ୍ୟକତା ରହିଛି। କାରଣ ସେ ଅସୁସ୍ଥ ହେଲେ ଏମସରେ ଭର୍ତ୍ତି ହେଲେ, ସେ କଥା ସହିତ ତାଙ୍କର ପୁରୁଣା ରୋଗ ସବୁ କଣ ଅଛି ତାହା ମଧ୍ୟ ସେ ଉପସ୍ଥାପନା କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି ମୋହନ ମାଝି ଏପରି କାହିଁକି କଲେ। ଜୟନାରାୟଣଙ୍କ ପୁରୁଣା ରୋଗ…

Read More