Author: Samikhsya Bureau

ଦିଲ୍ଲୀ: ଆଜି ଦେଶରୁ ୮ ହଜାର ୪୩୯ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୧୯୫ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୬ ଲକ୍ଷ ୫୬ ହଜାର ୮୨୨ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୩ ହଜାର ୯୫୬ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୦ ଲକ୍ଷ ୮୯ ହଜାର ୫୩୭ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୯୩ ହଜାର ୭୩୩ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର:  ଆଜି ରାଜ୍ୟରେ ୨୫୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୫୪ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୦୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୧୪ ଭଦ୍ରକ ଜିଲ୍ଲାରୁ- ୨ ବଲାଙ୍ଗୀରି ଜିଲ୍ଲାରୁ- ୨ କଟକ ଜିଲ୍ଲାରୁ – ୧୨ ଢେଙ୍କାନାଳ ଜିଲ୍ଲାରୁ- ୨ ଗଜପତି ଜିଲ୍ଲାରୁ- ୨ ଗଞ୍ଜାମ ଜିଲ୍ଲାରୁ- ୨ ଜଗତସିଂହପୁର ଜିଲ୍ଲାରୁ- ୧ ଯାଜପୁର ଜିଲ୍ଲାରୁ – ୧୬ ଝାରସୁଗୁଡା ଜିଲ୍ଲାରୁ- ୨ କେନ୍ଦ୍ରାପଡ଼ା ଜିଲ୍ଲାରୁ– ୪ କେନ୍ଦୁଝର ଜିଲ୍ଲାରୁ- ୧ ଖୋର୍ଦ୍ଧା ଜିଲ୍ଲାରୁ- ୧୦୬ ମୟୂରଭଞ୍ଜ ଜିଲ୍ଲାରୁ- ୨୨ ନୟାଗଡ ଜିଲ୍ଲାରୁ- ୧ ପୁରୀ ଜିଲ୍ଲାରୁ- ୪ ସମ୍ବଲପୁର ଜିଲ୍ଲାରୁ- ୧୯ ସୁନ୍ଦରଗଡ଼ ଜିଲ୍ଲାରୁ – ୧୮ ଷ୍ଟେଟ ପୁଲରୁ- ୨୫ ତେବେ ରାଜ୍ୟରେ ମୋଟ…

Read More

ନୂଆଦିଲ୍ଲୀ: ଆନ୍ତର୍ଜାତିକ ଯାତ୍ରୀଙ୍କୁ ଜଞ୍ଜାଳ ମୁକ୍ତ ସୁଗମ ଯାତ୍ରା ସୁବିଧା ଯୋଗାଇ ଦେବା ପାଇଁ ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟ ‘ଏୟାର ସୁବିଧା’ ପୋର୍ଟାଲକୁ ଆନୁଷ୍ଟାନିକ ଭାବେ କାର‌୍ୟ୍ୟକାରୀ କରି ଏହାର ସୁବିଧା ସମସ୍ତ ଯାତ୍ରୀଙ୍କୁ ଯୋଗାଇ ଦେବାକୁ ସୁନିଶ୍ଚିତ କରିଛି। ଯେଉଁ ଆନ୍ତର୍ଜାତିକ ଯାତ୍ରୀ ଏବେ ଭାରତରେ ଆଜି ପହଞ୍ଚୁଛନ୍ତି ସେମାନଙ୍କ ପାଇଁ ବେସାମରିକ ବିମାନ ଓ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ‘ଏୟାର ସୁବିଧା’ ପୋର୍ଟାଲରେ କଣ୍ଟାକ୍ଟଲେସ୍ ସେଲ୍ଫ -ଡିକ୍ଲାରେସନ ବ୍ୟବସ୍ଥାକୁ ସୁନିଶ୍ଚିତ କରିଛନ୍ତି। ଏହି ଏୟାରପୋର୍ଟାଲ ୨୦୨୦ରେ ଆରମ୍ଭ ହୋଇଥିଲେ ହେଁ ଏହାକୁ ଅଧିକ ସୁଦୃଢ କରାଯାଇ ୨୦୨୧ ନଭେମ୍ବର ୩୦ରେ ଯେଉଁ ଭ୍ରମଣ ନିର୍ଦ୍ଦେଶାବଳୀ ଘୋଷଣା କରାଯାଇଥିଲା ତାହାକୁ ଏଥିରେ ସ୍ଥାନିତ କରାଯାଇଛି। ‘ଏୟାର ସୁବିଧା’ ଆନ୍ତର୍ଜାତିକ ବିମାନଯାତ୍ରୀଙ୍କ ଯାତ୍ରା ସୁଗମ କରିବାପାଇଁ ଦେଶର ପ୍ରଥମ ଡିଜିଟାଲ ପୋର୍ଟାଲ। ଏହି ପୋର୍ଟାଲ ଏମ୍‌ଓସିଏ(ମୋକା) ଦ୍ୱାରା ବିକଶିତ ହୋଇଛି। ଏଥିରେ ଯାତ୍ରୀଙ୍କର ଯାତ୍ରାର ସବିଶେଷ ବିବରଣୀ, ଅନ୍ତିମ ରହଣୀ,…

Read More

ନୂଆଦିଲ୍ଲୀ: ନୂତନ କୃଷି ଆଇନ ପ୍ରତ୍ୟାବର୍ତ୍ତନ ସତ୍ତ୍ୱେ ଚାଷୀଙ୍କ ଆନ୍ଦୋଳନ ବନ୍ଦ ହେବାରେ ସସପେନ୍ସ ଲାଗିରହିଛି। ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଆଜି ଅପରାହ୍ନରେ ଏକ ବୈଠକ ଡାକିଛି। କିନ୍ତୁ ଏହାପୂର୍ବରୁ ସକାଳ ୧୦ ଟାରେ ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ପାଞ୍ଚ ଜଣିଆ କମିଟିର ଜରୁରୀକାଳୀନ ବୈଠକ ଡକାଯାଇଛି। ଏଥିରେ କିଛି ବଡ ଘୋଷଣା ସମ୍ଭବ। ଏହାପରେ ଅପରାହ୍ନ ୨ ଟାରେ କୃଷକମାନଙ୍କର ଏକ ବଡ ବୈଠକ ହେବାକୁ ଯାଉଛି, କିନ୍ତୁ ଏହାର ଚାରି ଘଣ୍ଟା ପୂର୍ବରୁ ଏହି ଜରୁରୀକାଳୀନ ବୈଠକ ଡକାଯାଇଛି। ୩୬ ରବି ଶଙ୍କର ଶୁକ୍ଲା ଲେନରେ ଅବସ୍ଥିତ ଅଲ ଇଣ୍ଡିଆ କିଷାନ ମୋର୍ଚ୍ଚା କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ। ଏହାପୂର୍ବରୁ କିଷାନ ମୋର୍ଚ୍ଚାର ନେତାମାନେ କହିଥିଲେ ଯେ, ସରକାରଙ୍କ ସହ ସହମତି ହେଉପାରୁନାହିଁ। ଚାଷୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା କ୍ଷେତ୍ରରେ ସହମତି ହେଉପାରୁନାହିଁ। ଏହାପୂର୍ବରୁ ସରକାର ଚାଷୀଙ୍କ ଦାବି ଉପରେ ପାଞ୍ଚ ପଏଣ୍ଟ ଡ୍ରାଫ୍ଟ ପଠାଇଥିଲେ,…

Read More

ଭୁବନେଶ୍ବର: ଓଡ଼ିଶାରେ କୋରୋନା ସ୍ଥିତି ପରେ, ଧିରେ ଧିରେ ମ୍ୟୁଜିକ୍ ଭିଡିଓକୁ ଗୁରୁତ୍ବ ମିଳୁଥିବା ବେଳେ ସବୁଠାରୁ ଚର୍ଚ୍ଚାରେ ରହିଛି ଅଭିନେତା ସୁଜିତ୍ ଓ ଅଭିନେତ୍ରୀ ସୁସ୍ମିତା ପ୍ରଧାନଙ୍କ ବ୍ୟୟ ବହୁଳ ମ୍ୟୁଜିକ୍ ଭିଡିଓ ‘ତୋ ପ୍ରେମରେ’। ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ସୁଜିତ୍ ପାଇକରାୟ ଓ କଟକ ୱେଡ୍ସ ସମ୍ବଲପୁରର ଅଭିନେତ୍ରୀ ସୁସ୍ମିତା ପ୍ରଧାନଙ୍କ ପ୍ରଥମ ଆଧୁନିକ ମ୍ୟୁଜିକ୍ ଭିଡିଓ ‘ତୋ ପ୍ରେମରେ’ ସୁଦୂର ଲେହ-ଲଦାଖରେ ସୁଟିଂ କରାଯାଇଛି। ଜିତ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ବ୍ୟୟ ବହୁଳ ମ୍ୟୁଜିକ ଭିଡିଓ ନଭେମ୍ବର ୨୮ରେ ୟୁଟ୍ୟୁବ୍ ମାଧ୍ୟମରେ ରିଲିଜ୍ ହୋଇ ଦର୍ଶକ ମାନଙ୍କ ଦ୍ବାରା ବେଶ୍ ପ୍ରଶଂସିତ ହୋଇପାରିଛି। ପ୍ରଭାତ ମାର୍ଥା ପ୍ରଥମ ଥର ପାଇଁ ମ୍ୟୁଜିକ୍ ଭିଡିଓର ପ୍ରଯୋଜନା କରିଛନ୍ତି। ଆଗରୁ ଗୁପଚୁପ୍ ଓ ତାଣ୍ଡବ ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିବା ପୃଥ୍ବୀରାଜ ପଟ୍ଟନାୟକ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୋମେଶ ଶତପଥୀ। ମ୍ୟୁଜିକ…

Read More

ନୂଆଦିଲ୍ଲୀ: ନମ୍ବର ପୋର୍ଟେବିଲିଟି ଉପରେ ଅନିଚ୍ଛା ପ୍ରକାଶ କରୁଥିବା ଟେଲିକମ୍ କମ୍ପାନୀଗୁଡିକ ବିରୋଧରେ ଟେଲିକମ୍ ରେଗୁଲେଟର କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ପୋର୍ଟେବିଲିଟି ଉପରେ ଲାଗୁ ହୋଇଥିବା ସର୍ତ୍ତଗୁଡିକ ତୁରନ୍ତ ହଟାଇବାକୁ TRAI ସମସ୍ତ ଟେଲିକମ୍ କମ୍ପାନୀଗୁଡିକୁ କହିଛି। ସମସ୍ତ ମୋବାଇଲ୍ ଗ୍ରାହକଙ୍କ ପାଇଁ ନମ୍ବରକୁ ସମାନ ରଖି ପୋର୍ଟେବିଲିଟି ପାଇଁ ତୁରନ୍ତ ପ୍ରଭାବ ସହିତ ଯାଉଥିବା SMS ସୁବିଧା ପ୍ରଦାନ କରିବାକୁ TRAI ଟେଲିକମ୍ ଅପରେଟରମାନଙ୍କୁ କହିଛି। ବାସ୍ତବରେ, TRAI ଅନେକ ଗ୍ରାହକଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଛି ଯେ, ସେମାନେ ପୋର୍ଟେବିଲିଟି କରିବାକୁ ସକ୍ଷମ ନୁହଁନ୍ତି। ବାସ୍ତବରେ, କମ୍ପାନୀଗୁଡିକ କିଛି ପ୍ରିପେଡ୍ ଭାଉଚର୍/ଯୋଜନାରେ ମୋବାଇଲ୍ ନମ୍ବର ପାର୍ଟେବିଲିଟି ସହିତ ଜଡିତ SMS ପଠାଇବା ସୁବିଧା ପ୍ରଦାନ କରନ୍ତି ନାହିଁ। ପୋର୍ଟେବିଲିଟି ପାଇଁ ବଡ ରିଚାର୍ଜ କରିବାକୁ ସେମାନେ ଉପଭୋକ୍ତାଙ୍କୁ ସର୍ତ୍ତ ରଖନ୍ତି। ଏହି କାରଣରୁ, ବହୁ ସଂଖ୍ୟକ ଗ୍ରାହକ ନମ୍ବର ପୋର୍ଟେବଲ୍ ହେବାରେ ସକ୍ଷମ ନୁହଁନ୍ତି। ରିଚାର୍ଜ ହୋଇନଥିବା…

Read More

ଚାଣକ୍ୟ ନୀତି: ନିଜ ସନ୍ତାନକୁ ଯୋଗ୍ୟ ଭାବେ ଦେଖିବା ପାଇଁ ସବୁ ପିତାଙ୍କ ସ୍ଵପ୍ନ ଥାଏ। ଏଥିପାଇଁ ସେମାନେ ମଧ୍ୟ ସମସ୍ତ ପ୍ରୟାସ କରନ୍ତି। କିନ୍ତୁ ବେଳେବେଳେ କୌଣସି ସଫଳତା ମିଳିନଥାଏ। ଚାଣକ୍ୟ ନୀତି କହେ ଯେ, ପୃଥିବୀର ସବୁଠାରୁ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ହେଉଛି ପିତାଙ୍କ ଦାୟିତ୍ଵ। ଏହି ଦାୟିତ୍ଵ ପୂରଣ କରିବାରେ ଜଣେ ବ୍ୟକ୍ତିଙ୍କୁ ଅନେକ ସଂଘର୍ଷ ଏବଂ ଆହ୍ଵାନର ସାମ୍ନା କରିବାକୁ ପଡିଥାଏ। ଯଦିଓ ପ୍ରତ୍ୟେକ ପିତା ନିଜ ଦକ୍ଷତା ଏବଂ ପ୍ରତିଭା ଅନୁଯାୟୀ ଶିଶୁର ଉନ୍ନତି ପାଇଁ ସମସ୍ତ ପ୍ରୟାସ କରନ୍ତି, କିନ୍ତୁ ଅନେକ ଥର ସେ କଳ୍ପନା କରିଥିବା ସଫଳତା ପାଇପାରନ୍ତି ନାହିଁ। ଜଣେ ମହାନ ପିତା ହେବା ପାଇଁ ଆଚାର୍ଯ୍ୟ ଚାଣକ୍ୟ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି, ଯାହା ପ୍ରତ୍ୟେକ ପିତା ଜାଣିବା ଉଚିତ୍। ଏଗୁଡ଼ିକ କ’ଣ, ଆସନ୍ତୁ ଜାଣିବା- ଶିଶୁର ପ୍ରତିଭାକୁ ବଢାନ୍ତୁ: ପ୍ରତ୍ୟେକ ପିଲାଙ୍କର କିଛି ବିଶେଷ ପ୍ରତିଭା…

Read More

ମେଷ ରାଶି: ଏହି ରାଶି ଥିବା ବ୍ୟକ୍ତିମାନେ ଆଜି ସେମାନଙ୍କ କାର୍ଯ୍ୟରେ ନିୟୋଜିତ ହେବେ। ଛାତ୍ରମାନେ ଶିକ୍ଷା କ୍ଷେତ୍ରରେ ସଫଳ ହେବେ। ପ୍ରଭାବଶାଳୀ ଲୋକମାନେ ମାର୍ଗ ଦର୍ଶନ ପାଇ ପାରିବେ। ମସ୍ତିଷ୍କରେ ନୂତନ ଚିନ୍ତାଧାରା ସୃଷ୍ଟି ହୋଇପାରେ। ଆପଣ ସାମାଜିକ କ୍ଷେତ୍ରରେ ସମ୍ମାନ ପାଇବେ। ମନର ସମସ୍ତ ଅସୁବିଧା ଦୂର ହେବ। କୈଣସି ସ୍ଥାନରେ ସାଙ୍ଗମାନଙ୍କ ସହିତ ଭ୍ରମଣ କରିବାକୁ ଯୋଜନା କରିପାରନ୍ତି। ବୃଷ ରାଶି: ଏହି ରାଶିର ବ୍ୟକ୍ତିମାନେ ସମ୍ପତ୍ତି ସହିତ ଜଡିତ କୈଣସି ବଡ଼ ଲାଭ ପାଇପାରିବେ। ସମ୍ପତ୍ତି କାର୍ଯ୍ୟରେ ନିରନ୍ତର ସଫଳତା ହାସଲ ହେବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ଆପଣ ଲଗାଇଥିବା ପ୍ରୟାସ ଏହାର ସଠିକ୍ ଫଳାଫଳ ପାଇବ। ରୋଜଗାର ବୃଦ୍ଧି ହେବାର ସମ୍ଭାବନା ଅଛି। ପରିବାରରେ ସମୃଦ୍ଧତା ରହିବ। ମିଥୁନ ରାଶି: ଏହି ବ୍ୟକ୍ତିମାନେ ଭାଇମାନଙ୍କର ସମ୍ପୂର୍ଣ୍ଣ ସମର୍ଥନ ପାଇବେ। ବ୍ୟବସାୟ ଗତିଶୀଳ ହୋଇପାରେ। ପୁଞ୍ଜି ବିନିଯୋଗ ସମ୍ବନ୍ଧୀୟ କାର୍ଯ୍ୟରେ ଆବଶ୍ୟକୀୟ ଲାଭ ପାଇବା ସମ୍ଭାବନା…

Read More

ଭୁବନେଶ୍ୱର: ମୌଳିକ କଥାବସ୍ତୁ ଉପରେ ଆଧାରିତ ଚଳଚ୍ଚିତ୍ରରେ ସମାଜର ନିତିଦିନିଆ ଜୀବନର ବାସ୍ତବ ଚିତ୍ର ସୁନ୍ଦର ଭାବରେ ପ୍ରତିଫଳିତ ହୋଇଥାଏ। ବିଗତ ଦିନର ‘ମାୟାମିରିଗ’ ଠାରୁ ଆରମ୍ଭ କରି ବର୍ତ୍ତମାନର ‘ଡାଲଚିନି’ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକ ମୌଳିକ କଥାବସ୍ତୁ ଉପରେ ଆଧାରିତ ହୋଇଥିବାରୁ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଛନ୍ତି ବୋଲି ସମ୍ବର୍ଦ୍ଧନା ସମାରୋହରେ ମତ ପ୍ରକାଶ ପାଇଛି। ସମ୍ପ୍ରତି ସିମ୍‌ଳା ଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଡ଼ାଲଚିନି’ର ପ୍ରଯୋଜକ ଓ ଟିମ୍ ସଦସ୍ୟମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ଉଦ୍ଦେଶ୍ୟରେ ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ ପକ୍ଷରୁ ବୁଦ୍ଧମନ୍ଦିର ପରିସରରେ ଆୟୋଜିତ ଉତ୍ସବରେ ବକ୍ତାମାନେ ଏହି ମତପୋଷଣ କରିଥିଲେ। ଏହି ମହୋତ୍ସବରେ ୧୭ଟି ଦେଶରୁ ୫୮ଟି ଚଳଚ୍ଚିତ୍ର ପ୍ରତିଯୋଗିତାରେ ସାମିଲ୍ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରେ ‘ଡ଼ାଲଚିନି’ ଶ୍ରେଷ୍ଠ ଚଳଚ୍ଚିତ୍ର ରୂପେ ମନୋନୀତ ହୋଇଛି। ଅନୁଷ୍ଠାନର ସଭାପତି ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଗୋରଖପୁରଠାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ପ୍ରଧାନମନ୍ତ୍ରୀ ଗୋରଖପୁରଠାରେ ଏମ୍ସ ଏବଂ ସାରକାରଖାନା ସହିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆଇସିଏମ୍‌ଆର)ନୂତନ ଭବନ ପାଇଁ ଉତରପ୍ରଦେଶ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ପାଞ୍ଚ ବର୍ଷ ପୂର୍ବରୁ ଏମ୍ସ ଓ ସାରକାରଖାନା ଉଭୟର ଶିଳାନ୍ୟାସ କରିଥିବା ସ୍ମୃତିଚାରଣ କରି ଆଜି ତାହାର ଉଦ୍‌ଘାଟନ,  ସରକାର ହାତକୁ ନେଉଥିବା କାର୍ଯ୍ୟ ଶେଷ କରିବା ଏକ କର୍ମ ସଂସ୍କୃତି ହୋଇଛି ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଏକ ଦ୍ୱୈତ ଇଞ୍ଜିନ ସରକାର କାର୍ଯ୍ୟ କରେ, ସେତେବେଳେ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଗତି ମଧ୍ୟ ଦୁଇଗୁଣ ହୋଇଥାଏ। ଯେତେବେଳେ ଭଲ ଅଭିପ୍ରାୟ ରଖି କାର୍ଯ୍ୟ କରାଯାଇଥାଏ, ସେତେବେଳେ ବିପର୍ଯ୍ୟୟ ମଧ୍ୟ କୌଣସି ବିଘ୍ନ ଘଟାଇ ପାରେ ନାହିଁ। ଯେତେବେଳେ ଗୋଟିଏ ସରକାର ଗରିବ, ଅବହେଳିତ ଓ ବଞ୍ଚିତ ଲୋକମାନଙ୍କ କଥା…

Read More

ଭୁବନେଶ୍ବର: ଗତ ନଭେମ୍ବର ମାସ ଶେଷ ସପ୍ତାହରେ ଭାରତୀୟ ରେଳବାଇ “ଭାରତ ଗୌରବ ଟ୍ରେନ୍” ନୀତି ପ୍ରାରମ୍ଭ କରିଛି। “ଭାରତ ଗୌରବ ଟ୍ରେନ୍” ନାମକ ବିଷୟବସ୍ତୁ ଆଧାରିତ ଟୁରିଷ୍ଟ ସର୍କିଟ୍ ଟ୍ରେନ୍ ଚଳାଇ ଭାରତର ସମୃଦ୍ଧ ସାଂସ୍କୃତିକ, ଐତିହ୍ୟ ଏବଂ ଭବ୍ୟ ଐତିହାସିକ ସ୍ଥାନଗୁଡିକ ଭାରତ ତଥା ବିଶ୍ୱର ଲୋକଙ୍କୁ ପ୍ରଦର୍ଶନ କରିବା ଏହି ନୀତିର ଉଦ୍ଦେଶ୍ୟ ଅଟେ। ପୂର୍ବତଟ ରେଳପଥ ପକ୍ଷରୁ ଡିସେମ୍ବର ୭ ତାରିଖ ଦିନ (ମଙ୍ଗଳବାର) ଆଭାସୀ ମାଧ୍ୟମରେ ଏହି ସମ୍ବନ୍ଧୀୟ ଏକ ବୈଠକ ଆୟୋଜିତ ହୋଇଯାଇଅଛି ଯେଉଁଠାରେ ଓଡିଶା ଏବଂ ଆନ୍ଧ୍ରପ୍ରଦେଶର ଟୁର୍ ଆଣ୍ଡ ଟ୍ରାଭେଲ ଅପରେଟରମାନେ ଅଂଶଗ୍ରହଣ କରିଥିଲେ। ପୂର୍ବତଟ ରେଳପଥ ମୁଖ୍ୟ ବାଣିଜ୍ୟିକ ପ୍ରବନ୍ଧକ (ପାସେଞ୍ଜର ମାର୍କେଟିଂ) ପି ସି ସାହୁ ଏହି ଟ୍ରେନ ସମ୍ବନ୍ଧୀୟ ବୈଶିଷ୍ଟ୍ୟକୁ ସଂକ୍ଷେପରେ ବର୍ଣ୍ଣନା କରିଥିଲେ। ପୂର୍ବତଟ ରେଳପଥର ମୁଖ୍ୟ ଯାତ୍ରୀ ଯାତାୟାତ ପ୍ରବନ୍ଧକ ଜେ.ପି.ମିଶ୍ର ଏବଂ ଉପ ମୁଖ୍ୟ ଯାନ୍ତ୍ରିକ (ମେକାନିକାଲ) ଯନ୍ତ୍ରୀ (କୋଚିଂ) ଏହି…

Read More

ଭୁବନେଶ୍ବର: ଭାରତ ଏକ ସ୍ୱଳ୍ପ ଦୂରଗାମୀ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର (VL-SRSAM) କୁ ସଫଳତାର ସହ ପରୀକ୍ଷଣ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଏହି ପରୀକ୍ଷା ଓଡିଶା ଉପକୂଳରେ କରାଯାଇଛି। ଏହି ବାୟୁ ପ୍ରତିରକ୍ଷା ପ୍ରଣାଳୀ କେବଳ ୧୫ କିଲୋମିଟର ଦୂରତାରେ ଲକ୍ଷ୍ୟକୁ ଛୁଇଁପାରେ। ନୌସେନା ଯୁଦ୍ଧ ଜାହାଜ ପାଇଁ DRDO ଦ୍ୱାରା ଏହା ପ୍ରସ୍ତୁତ ହେଉଛି। ନୌସେନାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ପରୀକ୍ଷା କରାଯାଇଥିଲା। ନୌସେନାର ଯୁଦ୍ଧ ଜାହାଜ ପାଇଁ ବାୟୁରୁ ଆସୁଥିବା ବିପଦକୁ ଆକାଶରେ ଏହି କ୍ଷେପଣାସ୍ତ୍ର ନଷ୍ଟ କରିଦେବ। ଏହି କ୍ଷେପଣାସ୍ତ୍ର ପୁରୁଣା ବରାକ -୧ ଭୁପୃଷ୍ଠରୁ ଆକାଶ ମିସାଇଲର ସ୍ଥାନ ନେବ। ଏବଂ ଆକାଶରୁ ସମ୍ଭାବ୍ୟ ବିପଦରୁ ୩୬୦-ଡ଼ିଗ୍ରୀ ସୁରକ୍ଷା ଯୋଗାଇବ। ଗତ ମାସ ଆରମ୍ଭରେ, ଡିଆରଡିଓ ସଫଳତାର ସହିତ ହାଇ ସ୍ପିଡ୍ ବିସ୍ତାରଯୋଗ୍ୟ ଏରିଆଲ୍ ଟାର୍ଗେଟ୍ (HEAT), ABHYAS କୁ ପରୀକ୍ଷଣ କରିଥିଲା।…

Read More

ନୂଆଦିଲ୍ଲୀ: କୃଷକଙ୍କ ଆନ୍ଦୋଳନ ଶୀଘ୍ର ଶେଷ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୃଷକ ସଂଗଠନକୁ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପଠାଇଛନ୍ତି। ଏହାର ପ୍ରସ୍ତାବରେ ସର୍ବନିମ୍ନ ସହାୟତା ମୂଲ୍ୟ, ମାମଲା ପ୍ରତ୍ୟାହାର ଏବଂ ବିଦ୍ୟୁତ୍ ବିଲ୍ ଉପରେ କେନ୍ଦ୍ର ସ୍ପଷ୍ଟ କରିଛି। ଏହାକୁ ଦୃଷ୍ଟିରେ ରଖି ଆଜି ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ଏକ ବୈଠକ ଅନୁଷ୍ଠିତ ହୋଇଛି। ବୁଧବାର ଦିନ ଅପରାହ୍ନ ୨ଟାରେ ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ମଧ୍ୟ ବୈଠକ ହେବ। ସୂଚନାନୁସାରେ, ସରକାରଙ୍କ ପ୍ରସ୍ତାବରେ ହରିୟାଣାର ସଂଗଠନ ପ୍ରସ୍ତୁତ ହେଉନାହାଁନ୍ତି, ପଞ୍ଜାବର ୯୦% ସଂଗଠନ ସରକାରଙ୍କ ପ୍ରସ୍ତାବରେ ସନ୍ତୁଷ୍ଟ ଅଛନ୍ତି। ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ବୈଠକ ପରେ କୃଷକ ନେତା ଯୁଦ୍ଧବୀର ସିଂ କହିଛନ୍ତି ଯେ, ସରକାରଙ୍କ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। କେତେକ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦାବି କରିଛନ୍ତି କୃଷକ ନେତା। ସେମାନଙ୍କ ମତାମତ ସରକାରଙ୍କ ନିକଟକୁ ପଠାଯିବ। ଆସନ୍ତାକାଲି ସରକାରଙ୍କ ଉତ୍ତର ଆସିବ ବୋଲି ଆଶା…

Read More

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରରେ ହୃଦ ସମସ୍ୟାରେ ପୀଡ଼ିତ ଥିବା ୫ ମାସର ଶିଶୁ ପୁତ୍ରର ହୃଦରୋଗ ବିଶେଷଜ୍ଞ ସଫଳ ଅସ୍ତ୍ରୋପଚାର କରିଛନ୍ତି। ପେଡିଆଟ୍ରିକ୍ କାର୍ଡିଆକ୍ କ୍ୟାଥେଟର୍ ଇଂଟରଭେନ୍ସନ୍ ଦ୍ୱାରା ଶିଶୁଟି ସୁସ୍ଥ ହୋଇପାରିଛି। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ଶିଶୁଟିକୁ ହସ୍ପିଟାଲ୍‌କୁ ଚିକିତ୍ସା ନିମନ୍ତେ ଆଣିବା ସମୟରେ ତା’ର ପାଟେଂଟ ଡକ୍ଟସ ଆର୍ଟେରିଓସସ୍ (ପିଡିଏ) ନାମକ ହୃଦ ସମସ୍ୟା ଥିବା ଜଣାପଡ଼ିଥିଲା। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ହୃଦରୋଗ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଦିବ୍ୟରଞ୍ଜନ ବେହେରା ଶିଶୁଟିର ଚିକିତ୍ସା କରିଥିଲେ। ଡାକ୍ତର ବେହେରାଙ୍କ କହିବା ଅନୁଯାୟୀ ପିଡିଏ ହେଉଛି ମହାଧମନୀ ଏବଂ ଫୁସ୍‌ଫୁସ୍‌ର ଧମନୀକୁ ଯୋଡୁଥିବା ଏକ ଟ୍ୟୁବ୍ ଯାହାକି ଶିଶୁର ଶରୀରରେ ମୁଖ୍ୟ ରକ୍ତ ସଂଚାଳନ ବ୍ୟବସ୍ଥା ଅଟେ। ଏହି ସମସ୍ୟା ଯୋଗୁଁ ରକ୍ତ ଅଧିକାଂଶ ସମୟରେ ମହାଧମନୀରୁ ଫୁସ୍‌ଫୁସ୍‌ର ଧମନୀକୁ ପ୍ରବାହିତ ହୋଇଥାଏ ଯାହା ଦ୍ୱାରା ଅଧିକ ରକ୍ତ ଫୁସ୍‌ଫୁସ୍‌କୁ…

Read More

ଭୁବନେଶ୍ୱର: ଓଡିଶା ବିଜେପି ରାଜ୍ୟର କେବିକେ ଅଞ୍ଚଳ, ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର ପ୍ରାୟ ୬ ଲକ୍ଷ ଗରିବ ଆଦିବାସୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଘର ପାଇବାରୁ ବଞ୍ଚିତ କରିବାକୁ ଷଡଯନ୍ତ୍ର କରୁଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି। ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ, ଓଡିଶାର ୬ ଲକ୍ଷ ପରିବାର ବିରୁଦ୍ଧରେ ଏହି ଷଡଯନ୍ତ୍ର ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଓଡିଶାର ବିଜେପି ସାଂସଦମାନେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ମିଛରେ ଦାବି କରିଥିଲେ ଯେ ପିଏମ୍‍ଏୱାଇ ଯୋଜନାରେ ଅନିୟମିତତା ହୋଇଛି ଏବଂ ୬ ଲକ୍ଷ ଘର ଆଦିବାସୀଙ୍କୁ ଦିଆଯାଇ ନାହିଁ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁଲାଇ ୨୦୨୧ରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ପିଏମ୍‍ଏୱାଇ ଯୋଜନାର ଆୱାସ ପ୍ଲସ୍ ପୋର୍ଟାଲ୍ ଖୋଲିବାକୁ ଅନୁରୋଧ କରିଥିଲେ, କାରଣ ଛଅମାସ…

Read More

ଭୁବନେଶ୍ବର: ୨୦୨୧-୨୨ ଶିକ୍ଷା ବର୍ଷରେ ଏକାଦଶ ଶ୍ରେଣୀରେ ଅଧ୍ୟୟନ ରତ ୧୦୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକଙ୍କୁ ୫୦୦୦ ଲେଖାଏଁ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପ୍ରଦାନ ପାଇଁ ପୋର୍ଟାଲ ମାଧ୍ୟମରେ ଆବେଦନ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାର ସୁଯୋଗ ନେବା ପାଇଁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି । ଏଥିପାଇଁ ଛାତ୍ରଛାତ୍ରମାନେ State Scholarship Portal https://scholarship.odisha.gov.in ଯାଇ ଲଗଅନ କରିବାକୁ ପଡିବ। ପୁନଶ୍ଚ ଏକାଦଶ ଶ୍ରେଣୀରେ ଅଧ୍ୟୟନରତ ୧୦,୦୦୦ ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକଙ୍କୁ ବର୍ଷକୁ ୩୦୦୦ ଲେଖାଏ କନିଷ୍ଠ ମେଧାବୃତ୍ତି ପ୍ରଦାନ ପାଇଁ ବ୍ୟବସ୍ଥା ଥିବାବେଳେ ଶେଷ ତାରିଖ ୦୫.୧୨.୨୦୨୧ ସୁଦ୍ଧା ମାତ୍ର ୧୯୨୮ ଛାତ୍ରଛାତ୍ରୀ ଆବେଦନ କରିଥିବାରୁ ଆବେଦନ ଶେଷ ତାରିଖ ୨୭.୧୨.୨୦୨୧ କୁ ବୃଦ୍ଧି କରାଯାଇଛି । ଏହି ବୃତ୍ତି CBSE, ICSE, CHSE ଆଦି ବୋର୍ଡ ଅଧୀନରେ ପଢୁଥିବା ଶତକଡ଼ା ୬୦…

Read More

ଭୁବନେଶ୍ୱର: ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ଆର୍ଯ୍ୟସମାଜର ସହଯୋଗୀ ଅନୁଷ୍ଠାନ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ଦୀର୍ଘ ୨୨ବର୍ଷ ଧରି ପ୍ରଦାନ କରାଯାଉଥିବା ଗୁରୁପ୍ରଣାମ ସମ୍ମାନ, ୨୦୨୨ ବର୍ଷ ପାଇଁ ବିଶିଷ୍ଟ ଶିକ୍ଷା ସଂଗଠକ ତଥା ଶିକ୍ଷାବିତ୍ ରୋଟାରିଆନ ଶାନ୍ତନୁ କୁମାର ପାଣି, ବିଶିଷ୍ଟ ପାଲାଚାର୍ଯ୍ୟ, ଯୁବ ଗାୟକ ନୃସିଂହ ଚରଣ ହୋତା ଓ କବୟତ୍ରୀ ନମିତା କୁମାରୀ ପଣ୍ଡାଙ୍କୁ ଶିକ୍ଷା, ସାହିତ୍ୟ, ଭାଷା ଓ ସଂସ୍କୃତି କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୨୦୨୨ ବର୍ଷ ପାଇଁ ଏହି ନାମଗୁଡ଼ିକ ସୁପାରିଶ କରିଥିଲେ। ଏହି କମିଟିରେ ସୁବାର୍ତ୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥି, ଡ଼ଃ ବୁଦ୍ଧଦେବ ମିଶ୍ର, ଡଃ ସୌରେନ୍ଦ୍ର ମହାପାତ୍ର ଓ ସୀତାବଲ୍ଲଭ ମହାପାତ୍ର ସଦସ୍ୟ ଥିଲେ। ଆସନ୍ତା…

Read More

ଭୁବନେଶ୍ବର: ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ନିୟମିତ ଟ୍ରେନ୍ ଗୁଡିକ ସ୍ୱାଭାବିକ ଭାବେ ଚଳାଚଳ କରିବା ପରେ, ପୂର୍ବ ତଟ ରେଳପଥ ମଧ୍ୟରେ ନିମ୍ନଲିଖିତ ଷ୍ଟେସନରେ ପ୍ରଦତ୍ତ ଟ୍ରେନ୍ ଗୁଡିକ ଅତିରିକ୍ତ ରହଣି କରିବ। ଏହା ବ୍ୟତୀତ, କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ଦୁଇ ଯୋଡି ଟ୍ରେନ୍ କେତେକ ଷ୍ଟେସନ ଠାରେ ସମୟ ସଂଶୋଧିତ କରିବ। କୋଭିଡ ୧୯ ମହାମାରୀ ସମୟରେ ଏହି ଟ୍ରେନ୍ ଗୁଡିକ ରେଳ ଚଳାଚଳ ସମ୍ବନ୍ଧୀୟ କୋଭିଡ ନିୟମାବଳୀକୁ ଦୃଷ୍ଟିରେ ରଖି ସୀମିତ ରହଣି ସହିତ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚଳାଚଳ କରୁଥିଲା। ଅତିରିକ୍ତ ରହଣି ଯୋଗାଇବାକୁ ଥିବା ଟ୍ରେନ୍ ଗୁଡିକ ହେଉଛି ବିଶାଖାପାଟନମ୍-ଦିଘା-ବିଶାଖାପାଟନମ୍ ସାପ୍ତାହିକ ସୁପର ଫାଷ୍ଟ ଏକ୍ସପ୍ରେସ, ହାଓଡ଼ା-ପୁରୀ-ହାଓଡ଼ା ସୁପର ଫାଷ୍ଟ ଏକ୍ସପ୍ରେସ, ପୁରୀ- ଅହମ୍ମଦାବାଦ-ପୁରୀ ସାପ୍ତାହିକ ସୁପର ଫାଷ୍ଟ ଏକ୍ସପ୍ରେସ, ବିଶାଖାପାଟନମ୍- କୋରବା-ବିଶାଖାପାଟନମ୍ ଏକ୍ସପ୍ରେସ୍ ଏବଂ ଗାନ୍ଧୀଧାମ-ପୁରୀ-ଗାନ୍ଧୀଧାମ ସାପ୍ତାହିକ ସୁପର ଫାଷ୍ଟ ଏକ୍ସପ୍ରେସ। ୧- ବିଶାଖାପାଟନମ୍-ଦିଘା-ବିଶାଖାପାଟନମ୍ ସାପ୍ତାହିକ ସୁପର ଫାଷ୍ଟ ଏକ୍ସପ୍ରେସ: ୨୨୮୭୪/୨୨୮୭୩…

Read More

ନୂଆଦିଲ୍ଲୀ: ଜଣେ ସର୍ବଦା ଏପରି କାର୍ଯ୍ୟ କରିବା ଉଚିତ, ଯାହା ତାଙ୍କୁ ସମ୍ମାନ ଏବଂ ପ୍ରଶଂସା ଦେଇଥାଏ। ସଫଳତାର ମନ୍ତ୍ର କହେ ଯେ, ଜଣେ ବ୍ୟକ୍ତି ତାଙ୍କ ଗୁଣ ଦ୍ୱାରା ମହାନ ବୋଲି କୁହାଯାଏ, ଯେଉଁମାନେ ସର୍ବୋତ୍ତମ ଗୁଣ ଗ୍ରହଣ କରନ୍ତି, ସେମାନେ ସର୍ବଦା ସଫଳତା ହାସଲ କରନ୍ତି। ଅନ୍ୟପକ୍ଷରେ, ଯେଉଁମାନେ ଖରାପ ଅଭ୍ୟାସ ଗ୍ରହଣ କରନ୍ତି, ସେମାନଙ୍କୁ କେବଳ ବାହାରେ ନୁହେଁ ଘରେ ମଧ୍ୟ ସମ୍ମାନ ପାଇବା ପାଇଁ ସଂଘର୍ଷ କରିବାକୁ ପଡେ। ଅଳସୁଆ: ଜଣେ ସର୍ବଦା ଅଳସୁଆରୁ ଦୂରେଇ ରହିବା ଉଚିତ୍। ଅଳସୁଆ ଏକ ଖରାପ ଅଭ୍ୟାସ। ଯେଉଁଥିପାଇଁ ଜଣେ ବ୍ୟକ୍ତିଙ୍କୁ ଅନେକ ଥର ବିଫଳତାର ସାମ୍ନା କରିବାକୁ ପଡେ। ଅଳସୁଆ ହେତୁ ଜଣେ ବ୍ୟକ୍ତି ଜୀବନରେ ଆଗକୁ ବଢିବାକୁ ସକ୍ଷମ ହୁଏ ନାହିଁ। ଯେଉଁଥିପାଇଁ ସେ ସଫଳତା ଦୌଡର ପଛରେ ରହିଯାଏ। ଘରେ ମଧ୍ୟ ଅଳସୁଆ ବ୍ୟକ୍ତିଙ୍କୁ ସମ୍ମାନର ସହିତ ଦେଖାଯାଏ ନାହିଁ। ଏହିପରି ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ…

Read More

ନୂଆଦିଲ୍ଲୀ: ଆଧାର କାର୍ଡ ବର୍ତ୍ତମାନ ଏପରି ଏକ ଦଲିଲରେ ପରିଣତ ହୋଇଛି, ଯାହା ବିନା ସାଧାରଣ ଜନତାଙ୍କ ଅନେକ କାର୍ଯ୍ୟ ଅଟକି ଯାଉଛି ଏବଂ ସରକାରୀ ଯୋଜନାର ଫାଇଦା ନେବାରେ ଏକ ଅସୁବିଧା ଅଛି। ଏହି କାରଣରୁ, ଲୋକମାନେ ଆଧାର କାର୍ଡ ବିଷୟରେ ଅବଗତ ଅଛନ୍ତି ଏବଂ ବର୍ତ୍ତମାନ ପିଲାମାନଙ୍କର ଆଧାର କାର୍ଡ ମଧ୍ୟ ଠିକ୍ ସମୟରେ କରାଯାଉଛି। ଆପଣ ନିଶ୍ଚିତ ଭାବରେ ଆଧାର କାର୍ଡକୁ ସୁରକ୍ଷିତ ରଖିବା ଆବଶ୍ୟକ କରନ୍ତି। କିନ୍ତୁ ଯଦି ଏହା ହଜିଯାଏ ତେବେ କଣ ହେବ … ଆପଣଙ୍କୁ ପୁଣିଥରେ ଆଧାର ଡାଉନଲୋଡ୍ କରିବା ପାଇଁ ଦେୟ ଦେବାକୁ ପଡିବ ଏବଂ ଏହା ଅନଲାଇନ୍ ମୋଡ୍ ମାଧ୍ୟମରେ କରାଯାଇପାରିବ। ବାରମ୍ବାର ଆଧାର ଡାଉନଲୋଡ୍ କରିବା ପ୍ରକ୍ରିୟାକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ। କାରଣ ଏହି ସେବା ଯାହା ପୂର୍ବରୁ ମାଗଣା ଥିଲା, ତାହା ବର୍ତ୍ତମାନ ଦେୟଯୋଗ୍ୟ। ଏପର୍ଯ୍ୟନ୍ତ ୧,୩୧୬,୬୨୩,୨୪୩ ଆଧାର କାର୍ଡ ସୃଷ୍ଟି ହୋଇଛି ଏବଂ ଏହି…

Read More

ଭୁବନେଶ୍ୱର: ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ତଥା ନନ୍ଦ ସାରଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଶୋକବାର୍ତ୍ତାରେ କହିଛନ୍ତି ଯେ, ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ତଥା ନନ୍ଦ ସାରଙ୍କ ବିୟୋଗରେ ମୁଁ ଦୁଃଖିତ ଓ ମର୍ମାହତ। ବିନା ପାରିଶ୍ରମିକରେ ତିନି ପିଢ଼ି ଧରି ନିରବଚ୍ଛିନ୍ନ ଭାବେ ଛୋଟ ଛୋଟ ପିଲାଙ୍କୁ ଶିକ୍ଷାଦାନ କରି ଆସୁଥିବା ନନ୍ଦ ସାରଙ୍କ ବିୟୋଗ କେବଳ ଓଡ଼ିଶା ନୁହେଁ ବରଂ ସମଗ୍ର ଭାରତର ଶିକ୍ଷା ସମାଜ ପାଇଁ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।

Read More