Author: Samikhsya Bureau

ଭୁବେନଶ୍ୱର: ଆଜି ଓଡିଶା ଗ୍ରାମ ପଞ୍ଚାୟତ ଅସ୍ଥାୟୀ ଚତୁର୍ଥଶ୍ରେଣୀ କର୍ମଚାରୀ ପିଅନ ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କର ବିଭିନ୍ନ ଦାବି ପୂରଣକୁ ନେଇ ସରକାରୀ ମାନ୍ୟତା ପ୍ରଦାନ ଘୋଷଣା କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ କର୍ମଚାରୀ ସଂଘ ପକ୍ଷରୁ ଜରୁରୀ ବୈଠକ ପୁରୁଣା ଭୁବନେଶ୍ୱରସ୍ଥ ଡ଼ାଲମିୟା ଧର୍ମଶାଳାଠାରେ ଅନୁଷ୍ଠିତ ହୋଇଯାଇଛି। ଏହିପରି କି ଯେହେତୁ ଏବେ ଗ୍ରା.ପ. କାର୍ଯ୍ୟାଳୟ ମାନଙ୍କରେ ରାଜ୍ୟ ସରକାରଙ୍କର ବହୁବିଧି ଯୋଜନାମାନ କାର୍ଯ୍ୟକାରୀ ହେଉଅଛି। ତହିଁରେ ଚତୁର୍ଥଶ୍ରେଣୀ କର୍ମଚାରୀଟିର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେଉଅଛି ଯାହାକି ପଞ୍ଚାୟତର ଅଧିବାସୀ ମାନଙ୍କ ନିମନ୍ତେ ପଞ୍ଚାୟତ କାର୍ଯ୍ୟାଳୟ ସକାଳ ୧୦ ଘଟିକା ଠାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଖୋଲା ରହିବା ନିହାତି ଦରକାର। ଏଣୁ ଏଥିପାଇଁ ମାନବ ସମ୍ବଳର ଆବଶ୍ୟକ ଜରୁରୀ ହୋଇପଡ଼ିଛି। ଏଣୁ ପିଅନ ଯେହେତୁ ବହୁଦିନ ଧରି ଖୁବ୍ କମ୍ ପାରିଶ୍ରମିକରେ ଖଟି ଖଟି ସରକାରୀ ଅନୁଦାନ ପାଇବା ଆଶା ରଖି ଏପର୍ଯ୍ୟନ୍ତ ପଡ଼ିରହିଛି। ଏଣୁ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନସୁଗାର କାରବାର ବଢ଼ିବାରେ ଲାଗିଛି। ସଦର ଥାନା ପୋଲିସ ପୁଣି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ ଗତକାଲି ଅପରାହ୍ନରେ ସଦର ଥାନା ଅନ୍ତର୍ଗତ ଗୁଡ଼ୁମ ଅଞ୍ଚଳର ଏକ ପାଣି ଟାଙ୍କି ନିକଟରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଖବର ପାଇଥିଲା ପୋଲିସ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ ମିଶ୍ର ଏବଂ ସଦର ଥାନା ଆଇଆଇସି ଅନିତା ସାହୁଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ତୁରନ୍ତ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପୋଲିସ ସଂନ୍ଦିଗ୍ଧ ଅବସ୍ଥାରେ ଜଣେ ଯୁବକଙ୍କୁ ଉକ୍ତ ସ୍ଥାନରେ ବୁଲୁଥିବାର ଦେଖିବାକୁ ପାଇଥିଲା। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଏବଂ ପ୍ରତ୍ୟକ୍ଷ ସାକ୍ଷୀଙ୍କ ଉପସ୍ଥିତିରେ ପୋଲିସ ସମ୍ପୃକ୍ତ ଯୁବକଙ୍କ ତଲାସୀ ନେଇଥିଲା। ଉକ୍ତ ସମୟରେ ଯୁବକଙ୍କ ନିକଟରୁ ୩୨ ଗ୍ରାମ ବ୍ରାଉନ ସୁଗାର ସହିତ ଗୋଟାଏ ମୋବାଇଲ ଫୋନ, ପାନ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମାର୍ଚ୍ଚ 2021 ଠାରୁ ମାର୍ଚ୍ଚ 2024 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଏୱାଇ-ଜି)ର ସମ୍ପ୍ରସାରଣ ଲାଗି ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ଯୋଜନାରେ ମୋଟ 2.95 କୋଟି ଆବାସ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏଥିମଧ୍ୟରୁ ଅବଶିଷ୍ଟ 155.75 ଲକ୍ଷ ଆବାସ ନିର୍ମାଣ ପାଇଁ କେନ୍ଦ୍ର ସରକାର ଆର୍ଥିକ ଅନୁଦାନ ଯୋଗାଇ ଦେବେ। କ୍ୟାବିନେଟ ବୈଠକରେ ନିମ୍ନ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରାଯାଇଛି: – ପ୍ରଚଳିତ ନିୟମ ଅନୁଯାୟୀ ମାର୍ଚ୍ଚ 2021 ଠାରୁ ମାର୍ଚ୍ଚ 2024 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାକୁ ଜାରି ରଖାଯିବ। ଏହି ଯୋଜନାରେ95 କୋଟି ଆବାସ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ସେଥିମଧ୍ୟରୁ ଅବଶିଷ୍ଟ ଆବାସ ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। – ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ମୋଟ95 କୋଟି ଆବାସ…

Read More

ନୂଆଦିଲ୍ଲୀ: ରୋହିତ ଶର୍ମା ଭାରତର ନୂଆ ଦିନିକିଆ ଅଧିନାୟକ ହେବେ। ରୋହିତ ଶର୍ମାଙ୍କୁ ଦିନିକିଆ ଏବଂ ଟି-୨୦ ଦଳର ଅଧିନାୟକ କରିବାକୁ ଅଲ ଇଣ୍ଡିଆ ସିନିୟର ଚୟନ କମିଟି ନିଷ୍ପତ୍ତି ନେଇଛି। ଟି-୨୦ ବିଶ୍ୱକପ ପରେ ଭାରତର ଟେଷ୍ଟ ଅଧିନାୟକ ବିରାଟ କୋହଲି ଟି-୨୦ ର ଅଧିନାୟକତ୍ୱ ଛାଡି ରୋହିତଙ୍କୁ ତାଙ୍କ ସ୍ଥାନରେ ଏହି ଦାୟିତ୍ଵ ଦିଆଯାଇଛି। ଏବେ ବିରାଟ କୋହଲିଙ୍କଠାରୁ ଦିନିକିଆର ଅଧିନାୟକତ୍ୱ ମଧ୍ୟ ଛଡାଇ ନିଆଯାଇଛି। ରୋହିତ ଶର୍ମା ବର୍ତ୍ତମାନ ବିରାଟଙ୍କ ସ୍ଥାନରେ ଭାରତର ଦିନିକିଆ ଅଧିନାୟକ ହେବେ। ଏଥିସହ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ବିରାଟ କୋହଲିଙ୍କୁ ଟେଷ୍ଟ ଦଳର ଦାୟିତ୍ଵ ମିଳିଛି। ରୋହିତ ଶର୍ମାଙ୍କୁ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି। ରୋହିତ ଶର୍ମାଙ୍କୁ ମଧ୍ୟ ଟେଷ୍ଟ ଦଳର ଉପ-ଅଧିନାୟକ କରାଯାଇଛି। ଅଜିଙ୍କ୍ୟ ରାହାନେଙ୍କୁ ଟେଷ୍ଟ ଦଳର ଉପ-ଅଧିନାୟକ ପଦରୁ ହଟାଇ ଦିଆଯାଇଛି, ତେଣୁ ରୋହିତ ତାଙ୍କ ସ୍ଥାନରେ…

Read More

ଭୁବନେଶ୍ବର: ଯାତ୍ରୀମାନଙ୍କୁ ସୁବିଧାଜନକ ଯାତ୍ରା ଉପଲବ୍ଧ କରାଇବା ପାଇଁ ଆସାମ ର ନ୍ୟୁ ତିନସୁକିଆ ଏବଂ ପୁରୀ ମଧ୍ୟରେ ଡିସେମ୍ବର ୧୨ ତାରିଖ ୨୦୨୧ ଠାରୁ ଜାନୁୟାରୀ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନିଆଯାଇଅଛି। ୦୫୯୭୦ ନ୍ୟୁ ତିନସୁକିଆ-ପୁରୀ ସ୍ଵତନ୍ତ୍ର ଟ୍ରେନ ନ୍ୟୁ ତିନସୁକିଆରୁ ଡିସେମ୍ବର ୧୨ ତାରିଖ ୨୦୨୧ ରୁ ଜାନୁୟାରୀ ୩୦ ତାରିଖ ୨୦୨୨ ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ ରାତ୍ରି ୧୦ ଘ.୩୦ ମି.ରେ ଛାଡି ମଙ୍ଗଳବାର ଦିନମାନଙ୍କରେ ପୂର୍ବାହ୍ନ ୧୧ ଘଣ୍ଟାରେ ପୁରୀରେ ପହଞ୍ଚିବ।  ଫେରିବା ମାର୍ଗରେ ୦୫୯୬୯ ପୁରୀ-ନ୍ୟୁ ତିନସୁକିଆ ସ୍ପେଶାଲ୍ ପୁରୀ ଠାରୁ ଡିସେମ୍ବର ୧୫ ତାରିଖ ୨୦୨୧ରୁ ଫେବୃଆରୀ ୨ ତାରିଖ ୨୦୨୨ ପର୍ଯ୍ୟନ୍ତ ପ୍ରତ୍ୟେକ ବୁଧବାର ଦିନ ସକାଳ ୦୫ ଘଣ୍ଟାରେ ଛାଡି ଗୁରୁବାର ଦିନ ଅପରାହ୍ନ ୦୪ ଘ.୪୫ ମି.ରେ ନ୍ୟୁ ତିନସୁକିଆରେ ପହଞ୍ଚିବ। ଏହି ଟ୍ରେନରେ ଗୋଟିଏ ଏସି-୨ ଟାୟାର,…

Read More

ନୂଆଦିଲ୍ଲୀ: ଆଜି ତାମିଲନାଡୁର କୁନ୍ନୁରରେ ଏକ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଦେଶର ତିନି ସେନାର ମୁଖ୍ୟ (ସିଡିଏସ) ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଦୁଲିକା ରାୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସମୟରେ ଏମଆଇ-୧୭ ହେଲିକପ୍ଟରରେ ସମୁଦାୟ ୧୪ ଜଣ ଲୋକ ଥିଲେ, ଯେଉଁଥିରେ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଦୁର୍ଘଟଣାରେ ୧୪ ଜଣଙ୍କ ମଧ୍ୟରୁ ୧୩ ଜଣ ପ୍ରାଣ ହରାଇଛନ୍ତି। ଏହାକୁ ନୀଳଗିରି ଜିଲ୍ଲାପାଳଙ୍କ ଦ୍ୱାରା ନିଶ୍ଚିତ କରାଯାଇଛି। ଏହି ଘଟଣାରେ ଗ୍ରୁପ୍ କ୍ୟାପଟେନ ବରୁଣ ସିଂ ଆହତ ହୋଇଛନ୍ତି, ସେ ଚିକିତ୍ସିତ ହେଉଛନ୍ତି। ଆଜି ଅପରାହ୍ନରେ ଆସିଥିବା ହେଲିକପ୍ଟର ଦୁର୍ଘଟଣାର ଖବର ଶୁଣି ଦେଶ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଏବଂ ଏତେ ବଡ ଦୁର୍ଘଟଣାକୁ କେହି ବିଶ୍ୱାସ କରିପାରିନଥିଲେ। ପରେ ଦୁର୍ଘଟଣାସ୍ଥଳରୁ ଉଦ୍ଧାରକାରୀମାନେ ସିଡିଏସ୍ ରାୱତଙ୍କ ସମେତ ସମସ୍ତ ଆହତଙ୍କୁ ଡାକ୍ତରଖାନା ନେଇଥିଲେ, କିନ୍ତୁ ସନ୍ଧ୍ୟା ସୁଦ୍ଧା…

Read More

ନୂଆଦିଲ୍ଲୀ: ଶେଷରେ ଚିଫ ଡିଫେନସ ଷ୍ଟାଫ୍ ଜେନରାଲ ବିପିନ ରାୱାତ ହେଲିକାପ୍ଟର ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ଏ ନେଇ ଆଜି ଭାରତୀୟ ବାୟୁସେନା ସ୍ପଷ୍ଟ କରିଛି। ଏଥିରେ କୁହାଯାଇଛି ଯେ, ଆଜି ହୋଇଥିବା ବାୟୁସେନା ହେଲିକାପ୍ଟର ଦୁର୍ଘଟଣାରେ 13 ଜଣଙ୍କର ମୃତ୍ୟୁ ହୋଇଛି। ସେମାନେଙ୍କ ମଧ୍ୟରେ ରାୱାତ ଏବଂ ତାଙ୍କ ପତ୍ନୀ ମଧୁଲିତା ରାୱାତ ମଧ୍ୟ ଅଛନ୍ତି। ଆଜି ମଧ୍ୟାହ୍ନରେ ତାମିଲିନାଡୁର ନୀଳିଗିରି ଜିଲ୍ଲାରେ ହୋଇଥିବା ହେଲିକାପ୍ଟରରେ ମୋଟ 14 ଜଣ ଯାତ୍ରା କରୁଥିଲେ। ସେଥିରେ ରାୱାତ ଏବଂ ତାଙ୍କ ପତ୍ନୀ ମଧ୍ୟ ଥିଲେ। ଦୁର୍ଘଟଣା ପରେ ମୋଟ 13 ଜଣ ମୃତ୍ୟୁବରଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଜେନେରାଲ ରାୱାତ ଏବଂ ତାଙ୍କ ପତ୍ନୀ ଅଛନ୍ତି ବୋଲି ସ୍ପଷ୍ଟ ହୋଇଛି।

Read More

ଭୁବନେଶ୍ୱର: ଉଠାଦୋକାନୀମାନଙ୍କୁ ଥଇଥାନ ପରିବର୍ତ୍ତେ ସେମାନଙ୍କୁ ଉଚ୍ଛେଦ କରିବା ଦାବିରେ ସାରା ଭାରତରେ ଉଠାଦୋକାନୀମାନଙ୍କର ବିକ୍ଷୋଭ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱରରେ ଉଚ୍ଛେଦକୁ ବିରୋଧ କିର ଉଠାଦୋକାନୀମାନଙ୍କର ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଜମହଲଛକରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ୨୦୦ ଉଠାଦୋକାନୀଙ୍କ ପ୍ରତିନିଧି ଏକ ଶୋଭାଯାତ୍ରାରେ ଆସି ପିଏମ୍‌ଜିଠାରେ ପହଞ୍ôଚଥିଲେ ଏବଂ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଠାରେ ପ୍ରକାଶଥାଉ କି, ରାଜ୍ୟ ସରକାର, ବିଏମ୍‌ସି ଓ ନିଖିଳ ଉତ୍କଳ କ୍ଷଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟର ମିଳିତ ଉଦ୍ୟମରେ ୨୦୦୬ ମସିହାରେ ଭୁବନେଶ୍ୱରରେ ପ୍ରଥମ କରି ପାଖାପାଖି ୬୦ଟି ସଂଘର ୧୫୦୦ ଉର୍ଦ୍ଧ୍ୱ ଉଠାଦୋକାନୀମାନଙ୍କୁ ଭେଣ୍ଡିଂଜୋନ ମାଧ୍ୟମରେ ଥଇଥାନ କରାଯିବା ସହ ସାରା ବିଶ୍ୱରେ ବିଏମ୍‌ସି ଏକ ପରିଚୟ ସୃଷ୍ଟି କରିଥିଲା ଏବଂ ଭୁବନେଶ୍ୱର ଭେଣ୍ଡିଂଜୋନ ଭାରତ ସରକାରଙ୍କର ଏକ ମଡ଼େଲ ଭାବରେ ଗ୍ରହଣ କରି ପ୍ରତ୍ୟେକ ରାଜ୍ୟ…

Read More

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ରେଳବାଇର ବାଙ୍ଗାଲୋର ଡିଭିଜନ୍ ଅନ୍ତର୍ଗତ ୟେଲହଙ୍କା ଏବଂ ପେନୁକୋଣ୍ଡା ରେଳ ସେକ୍ସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ ପାଇଁ ହିନ୍ଦୁପୁର ଏବଂ ଦେବରାପଲ୍ଲୀ ଷ୍ଟେସନରେ ନନ-ଇଣ୍ଟର ଲକିଂ କାର୍ଯ୍ୟ ପାଇଁ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି କିଛି ଟ୍ରେନ୍କୁ ବାତିଲ, ମାର୍ଗ ପରିବର୍ତ୍ତନ ଏବଂ ଆଂଶିକ ବାତିଲ କରାଯାଉଛି। ଉପରୋକ୍ତ ଟ୍ରେନଗୁଡିକ ମଧ୍ୟରୁ 18463/18464 ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସକୁ ଉଭୟ ଦିଗରୁ ତିନି ଦିନ ପାଇଁ ଆଂଶିକ ବାତିଲ କରାଯିବ। ଭୁବନେଶ୍ୱର ଠାରୁ ଛାଡୁଥିବା 18463 ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ 12 ରୁ 14 ଡିସେମ୍ବର, 2021 ପର୍ଯ୍ୟନ୍ତ ସତ୍ୟସାଇ ପ୍ରଶାନ୍ତି ନିଳୟମ ପର୍ଯ୍ୟନ୍ତ ଚଳାଚଳ କରିବ।  ସେହିଭଳି, 18464 ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ 13 ରୁ 15 ଡିସେମ୍ବର, 2021 ପର୍ଯ୍ୟନ୍ତ ବାଙ୍ଗାଲୋର ପରିବର୍ତ୍ତେ ସତ୍ୟ ସାଇ ପ୍ରଶାନ୍ତି ନିଳୟମ ଷ୍ଟେସନ ଠାରୁ ଭୁବନେଶ୍ୱରକୁ ଯାତ୍ରା କରିବ। 18463/18464 ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସର ସେବା…

Read More

ନୂଆଦିଲ୍ଲୀ: ଜେନରାଲ ରାୱତକୁ ନେଇ ଯାଉଥିବା ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ 13 ଜଣଙ୍କର ମୃତ୍ୟୁ ହୋଇଥିବାର ସ୍ପଷ୍ଟ ହୋଇଛି। ତେବେ ବିପିନ ରାୱାତଙ୍କ ଅବସ୍ଥା ସଂପର୍କରେ ଏ ପର୍ଯ୍ୟନ୍ତ କେହି ସ୍ପଷ୍ଟ କରିନାହାଁନ୍ତି। ତାମିଲନାଡୁ ନୀଳଗିରି ଜିଲ୍ଲାର କଲେକ୍ଟରଙ୍କ ସୂଚନା ଅନୁସାରେ ଏଥିରେ ଯାତ୍ରା କରୁଥିବା 14 ଜଣଙ୍କ ମଧ୍ୟରୁ 13 ଜଣଙ୍କର ମୃତ୍ୟୁ ହୋଇଛି। 90 ପ୍ରତିଶତ ପୋଡିଯାଇଥିବା ଜଣେ ମାତ୍ର ବଞ୍ଚିଥିବା ବ୍ୟକ୍ତିଙ୍କୁ ଚିକିତ୍ସା କରାଯାଉଛି। ତେବେ ସେହି ବ୍ୟକ୍ତି କିଏ ସେ ତାହା ସ୍ପଷ୍ଟ ହୋଇ ନାହିଁ। ଜେନରାଲ ରାୱତଙ୍କ ଅବସ୍ଥା ମଧ୍ୟ ଅସ୍ପଷ୍ଟ ରହିଛି। ଏହି ଘଟଣା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଲୋଚନା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସେନା ମୁଖ୍ୟ ଜେନେରାଲ ଏମ.ଏମ ନାରଭାନେ ମଧ୍ୟ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ୍ ରାୱତଙ୍କ ଘରକୁ ଯାଇଥିଲେ। ସେଠାରେ ସେମାନେ ଦଶ ମିନିଟ ରହି…

Read More

ନୂଆଦିଲ୍ଲୀ: ଓମିକ୍ରୋନର ବଢୁଥିବା ମାମଲା ମଧ୍ୟରେ, କରୋନା ମହାମାରୀକୁ ନେଇ ପୁଣି ଥରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଥଣ୍ଡା ସମୟରେ ଥଣ୍ଡା କାଶ ଅଧିକ କଷ୍ଟ ଦେଇଥାଏ। ଏପରି ପରିସ୍ଥିତିରେ, ଆପଣଙ୍କର ଗଳା ଏବଂ ଫୁସଫୁସର ଯତ୍ନ ନେବା ଉଚିତ୍। ଶୀତ ଦିନେ ସଂକ୍ରମଣରୁ ରୋକିବା ପାଇଁ ଖାଦ୍ୟ ଏବଂ ପାନୀୟ ବ୍ୟତୀତ ଆପଣ କିଛି ଘରୋଇ ଉପଚାର ମଧ୍ୟ ଗ୍ରହଣ କରିବା ଉଚିତ୍। ଥଣ୍ଡା, ଗଳା ଯନ୍ତ୍ରଣା, ଜ୍ୱର ଏବଂ ଅନେକ ପ୍ରକାରର ସଂକ୍ରମଣର ସମସ୍ୟା ଶୀତ ଦିନେ ବଢିଯାଏ। ଏହି ସମସ୍ତ ରୋଗ ଗଳା, ଫୁସଫୁସ ଏବଂ ଶ୍ୱାସକ୍ରିୟା ସହିତ ଜଡିତ। କରୋନା ଭାଇରାସ ଦ୍ଵାରା ସଂକ୍ରମଣ ଗଳା, ଫୁସଫୁସ ଏବଂ ଶ୍ୱାସକ୍ରିୟା ଉପରେ ମଧ୍ୟ ଅଧିକ ପ୍ରଭାବ ପକାଇଥାଏ। ଏପରି ପରିସ୍ଥିତିରେ, ଆପଣ ଫୁସଫୁସ, ନାକ ଏବଂ ଗଳାର ଯତ୍ନ ନେଇପାରିବେ। ଆସନ୍ତୁ ଜାଣିବା…. ୧- ଗରମ ପାଣି ପିଅନ୍ତୁ: ଯଦି ଆପଣ…

Read More

ନୂଆଦିଲ୍ଲୀ: ଯେତେବେଳେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳେ, ସେତେବେଳେ ବ୍ୟକ୍ତି ଧନ ପ୍ରାପ୍ତ ହୁଏ। ଧନ ସହିତ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଯୋଗୁଁ ମାନ ସମ୍ମାନ ମିଳିଥାଏ। କିନ୍ତୁ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇବା ଏକ ସହଜ କାମ ନୁହେଁ। ଏଥିପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷକୁ ଧ୍ୟାନରେ ରଖିବା ଉଚିତ୍। ଏହି ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡ଼ିକ କ’ଣ, ଆସନ୍ତୁ ଜାଣିବା- ଲୋଭରୁ ଦୂରରେ ରୁହନ୍ତୁ: ଲୋଭ ହେଉଛି ସବୁଠାରୁ ଖରାପ ଅଭ୍ୟାସ। ଏଥିରୁ ଦୂରେଇ ରହିବା ଭଲ। ଗୀତାରେ ମଧ୍ୟ ଲୋଭକୁ ସବୁଠାରୁ ଖରାପ ଗୁଣ ବୋଲି ବର୍ଣ୍ଣନା କରାଯାଇଛି। ଲୋଭୀ ବ୍ୟକ୍ତି କଦାପି ସନ୍ତୁଷ୍ଟ ହୁଏ ନାହିଁ। ତାଙ୍କର ଇଚ୍ଛା କଦାପି ପୂରଣ ହୁଏ ନାହିଁ। ଏହିପରି ବ୍ୟକ୍ତିମାନେ ସ୍ୱାର୍ଥପର ହୁଅନ୍ତି ଏବଂ ସେମାନଙ୍କର ସ୍ୱାର୍ଥ ପାଇଁ ଭୁଲ୍ କରିବାକୁ ଦ୍ୱିଧା କରନ୍ତି ନାହିଁ। ଲୋଭୀମାନେ ଲକ୍ଷ୍ମୀ ଜୀଙ୍କର ଆଶୀର୍ବାଦ ମଧ୍ୟ ପାଆନ୍ତି ନାହିଁ। ମାତା ଲକ୍ଷ୍ମୀ ଏପରି ଲୋକଙ୍କୁ ଛାଡି…

Read More

ନୂଆଦିଲ୍ଲୀ: ଚିଫ ଡିଫେନସ ଷ୍ଟାଫ୍ ଜେନେରାଲ ବିପିନ ରାୱତଙ୍କ ହେଲିକାପ୍ଟର ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ୧୧ କୁ ବୃଦ୍ଧି ପାଇଛି। ଏହି ସେନା ହେଲିକାପ୍ଟରରେ ବିପିନ ରାୱାତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱାତଙ୍କ ସମେତ ୧୪ ଜଣ ଯାତ୍ରା କରୁଥିଲେ। ତେବେ ବିପିନି ରାୱାତଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ଜଣା ପଡିଛି। ଆଜି ତାମିଲନାଡୁର କନ୍ନୁର ଜିଲ୍ଲାରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରରେ ସିଡିଏସ ଜେନେରାଲ ବିପିନ ରାୱତ ଯାତ୍ରା କରୁଥିଲେ। ଏହି ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Read More

ନୂଆଦିଲ୍ଲୀ: ଚିଫ ଡିଫେନସ ଷ୍ଟାଫ୍ ଦେନରାନ ବିପିନ ରାୱତଙ୍କ ହେଲିକାପ୍ଟର ଦୃଘଟଣା ନେଇ ଆଜି ଗୃହରେ ବିବୃତି ରଖିବେ ପ୍ରତିରକ୍ଷା ମନ୍ତ୍ରୀ ରାଦନାଥ ସିଂ। ବିରୋଧୀ ଦାବୀ କରିବା ପୂର୍ବରୁ ଏ ଘଟଣା ସଂପର୍କରେ ସେ ସଂସଦରେ ଘଟଣା ସଂପର୍କରେ ଅବଗତ କରାଇବେ। ଏ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଆଜି ତାମିଲନାଡୁର କନ୍ନୁର ଜିଲ୍ଲାରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ହେଲିକପ୍ଟରରେ ସିଡିଏସ ଜେନେରାଲ ବିପିନ ରାୱତ ଯାତ୍ରା କରୁଥିଲେ। ଏହି ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Read More

ଭୁବନେଶ୍ବର: ଆଜି ଭାରତ ସୁଖୋଇ ଯୁଦ୍ଧ ବିମାନରୁ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରାହ୍ମୋସର ବାୟୁ ସଂସ୍କରଣକୁ ସଫଳତାର ସହ ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ରଟି ଓଡିଶାର ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ସଫଳତାର ସହ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଏହାକୁ ବ୍ରହ୍ମୋସ ବିକାଶରେ ଏକ ପ୍ରମୁଖ ସଫଳତା ବୋଲି ବର୍ଣ୍ଣନା କରିଛି ଏବଂ ଏହା ଦେଶ ମଧ୍ୟରେ ବ୍ରହ୍ମୋସ କ୍ଷେପଣାସ୍ତ୍ରର ଉତ୍ପାଦନ ପ୍ରଣାଳୀର ରାସ୍ତା ସଫା କରିବ ବୋଲି କହିଛି। ଡିଆରଡିଓ କହିଛି, ରାମଜେଟ୍ ଇଞ୍ଜିନ୍ ର ମୂଳ ଗଠନ କରୁଥିବା ପ୍ରମୁଖ ଏୟାରଫ୍ରେମ୍ ଆସେମ୍ବଲିଗୁଡିକ ଭାରତୀୟ ଶିଳ୍ପ ଦ୍ୱାରା ସ୍ୱଦେଶୀ ଭାବରେ ବିକଶିତ ହୋଇଛି। ଏହାପୂର୍ବରୁ ମଙ୍ଗଳବାର ଦିନ ଭାରତ ଏକ ସ୍ୱଳ୍ପ ଦୂରଗାମୀ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ସଫଳତାର ସହ ପରୀକ୍ଷଣ କରିଥିଲା। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଅଧିକାରୀମାନେ ଏହି ସୂଚନା ଦେଇଥିଲେ। ଏହି ପରୀକ୍ଷା ଓଡିଶା ଉପକୂଳରେ…

Read More

ଭୁବନେଶ୍ୱର: ଯେତେ ଶୀଘ୍ର ସମ୍ଭବ ଭାରତକୁ ୨ଜିରୁ ୪ଜି ଓ ୫ଜିକୁ ରୂପାନ୍ତରିତ ହେବାକୁ ପଡ଼ିବ। ସାମାଜିକ-ଅର୍ଥନୈତିକ ଦୃଷ୍ଟିକୋଣରୁ ତଳ ସ୍ତରରେ ବାସ କରୁଥିବା ନିୟୁତାଧିକ ଭାରତୀୟଙ୍କୁ ୨ଜି ମଧ୍ୟରେ ସୀମିତ ରଖିବାର ଅର୍ଥ ସେମାନଙ୍କୁ ଡିଜିଟାଲ୍ ବିପ୍ଳବରୁ ବଂଚିତ କରିବା ସହ ସମାନ। ୫ଜି ସେବା ଆରମ୍ଭ କରିବା ଭାରତର ଜାତୀୟ ପ୍ରାଥମିକତା ହେବା ଉଚିତ ବୋଲି ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୧ କୁ ସମ୍ବୋଧିତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି କହିଛନ୍ତି। ଜିଓ ଏକ ସମ୍ପୂର୍ଣ୍ଣ ୧୦୦% ସ୍ୱଦେଶୀ ଓ ବ୍ୟାପକ ୫ଜି ସମାଧାନ ବିକଶିତ କରିଛି ଯାହା ସମ୍ପୂର୍ଣ୍ଣ ରୂପେ କ୍ଲାଉଡ୍ ଉପରେ ପର୍ଯ୍ୟବେସିତ ଓ ଡିଜିଟାଲ୍ ମାଧ୍ୟମରେ ପରିଚାଳିତ ହେଉଛି। ଏହା ଏକ ସମନ୍ୱିତ ଓ ଭବିଷ୍ୟତ ପାଇଁ ଉପଯୋଗୀ ଢାଂଚା ହୋଇଥିବାରୁ ଜିଓର ନେଟ୍‌ୱର୍କ ଶୀଘ୍ର ଓ ନିରବଚ୍ଛିନ୍ନ ଭାବେ ୪ଜିରୁ ୫ଜିକୁ ରୂପାନ୍ତରିତ…

Read More

ଚେନ୍ନାଇ: ତାମିଲନାଡୁର ଓଟିରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ଯେଉଁଥିରେ ବରିଷ୍ଠ ସେନା ଅଧିକାରୀମାନେ ମଧ୍ୟ ଥିଲେ। ହେଲିକପ୍ଟର ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ପାଗ ଖରାପ କିମ୍ବା କିଛି ଯାନ୍ତ୍ରିକ ତ୍ରୁଟି ହେତୁ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ବର୍ତ୍ତମାନ ତାହା ଜଣା ପଡିନାହିଁ। ଦୁର୍ଘଟଣା ପରେ ହେଲିକପ୍ଟରରୁ ନିଆଁ ଜଳିବା ଆରମ୍ଭ କରିଥିଲା। ହେଲିକପ୍ଟର ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ସାହାଯ୍ୟ କରିବା ଆରମ୍ଭ କରିଥିଲେ। ଏହି ହେଲିକପ୍ଟରରେ ସିଡିଏସ ଜେନେରାଲ ବିପିନ ରାୱତ ଯାତ୍ରା କରୁଥିବା ସୂଚନା ମିଳିଛି। କିନ୍ତୁ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନି। ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Read More

ଲକ୍ଷ୍ନୌ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବାଦ୍ରା ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟରେ ସେ ମହିଳାମାନଙ୍କ ପାଇଁ ଏକ ପୃଥକ ଘୋଷଣା ପତ୍ର ଜାରି କରିଛନ୍ତି। ମହିଳା ଘୋଷଣା ପତ୍ରକୁ ଶକ୍ତି ବିଧାନ ନାମରେ ନାମିତ କରିଛି ଉତ୍ତରପ୍ରଦେଶ କଂଗ୍ରେସ। ପ୍ରିୟଙ୍କା କହିଛନ୍ତି ଯେ, ଆମେ ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ୍ ଦେବାର ପ୍ରତିଶୃତି ଦେଇଛୁ। ଯାହା ଦ୍ଵାରା ମହିଳା ସଶକ୍ତିକରଣର କଥାବାର୍ତ୍ତା କେବଳ କାଗଜରେ ରହିବ ନାହିଁ। କଂଗ୍ରେସ ଦଳ ଦେଶକୁ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଦେଇଛି। ମହିଳାମାନଙ୍କ ପାଇଁ ବଡ ପ୍ରତିଶ୍ରୁତି ଦେଇଥିବାବେଳେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ଯଦି କଂଗ୍ରେସ ସରକାର ଗଠନ ହୁଏ ତେବେ ୮ ଲକ୍ଷ ମହିଳାଙ୍କୁ ୟୁପିରେ ନିଯୁକ୍ତି ଦିଆଯିବ। ମହିଳାମାନେ ମନେରେଗାରେ ପ୍ରାଥମିକତା ପାଇବେ। ସରକାରୀ ପଦବୀରେ ୪୦ ପ୍ରତିଶତ ମହିଳା ନିଯୁକ୍ତ ହେବେ।

Read More

ମୁମ୍ବାଇ: ଡିସେମ୍ବରରେ ପ୍ରାୟ ସମସ୍ତ ଟେଲିକମ୍ କମ୍ପାନୀଗୁଡିକର ପ୍ରିପେଡ୍ ଯୋଜନାଗୁଡିକର ଶୁଳ୍କ ହାର ବୃଦ୍ଧି ପାଇଛି। ଏପରି ପରିସ୍ଥିତିରେ, ଲୋକମାନେ ଏପରି ଶସ୍ତା ଯୋଜନା ଖୋଜୁଛନ୍ତି ଯେଉଁଥିରେ ସେମାନେ ଅଧିକ ଲାଭ ପାଇବେ। ଯଦି ଆପଣ ମଧ୍ୟ ସମାନ ରିଚାର୍ଜ ଯୋଜନା ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ବ୍ୟବହାରରେ ଅଛି। ଜିଓର ଏକ ନୂତନ ଯୋଜନା ବିଷୟରେ ଆମେ ଆଜି ଆପଣଙ୍କୁ କହିବୁ, ଯାହା କମ୍ପାନୀ ଏବେ ଲଞ୍ଚ କରିଛି ଏବଂ ଏହାର ମୂଲ୍ୟ ମଧ୍ୟ କମ୍ ଅଟେ। ଏଥିରେ ଆପଣ ଅନେକ ଲାଭ ପାଇବେ। ଆସନ୍ତୁ ପୁନର୍ବାର ରିଲାଏନ୍ସ ଜିଓର ଏହି ନୂତନ ଯୋଜନା ବିଷୟରେ ବିସ୍ତୃତ ଭାବରେ ଜାଣିବା। ୨୦୯ ଟଙ୍କାରେ ପ୍ରତିଦିନ ୧ ଜିବି ଡାଟା: ଶୁଳ୍କ ହାର ବୃଦ୍ଧି ପରେ ଗ୍ରାହକଙ୍କୁ ଆଶ୍ଵସ୍ତି ଦେବା ପାଇଁ ଜିଓ ଏହି ଯୋଜନା ଆରମ୍ଭ କରିଛି। ୨୦୯ ଟଙ୍କାର ଏହି ପ୍ରିପେଡ୍ ଯୋଜନାରେ, ଆପଣ ୨୮ ଦିନର…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତା ଅନ୍ତର୍ଗତ ବାଇପାସ ଠାରୁ ନନ୍ଦପୁର ପର୍ଯ୍ୟନ୍ତ ରାସ୍ତା ଦୀର୍ଘ ବର୍ଷ ଧରି ଅନ୍ଧକାର ରହିଛି। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ପ୍ରକାଶିତ ହେଉଥିଲେ ମଧ୍ୟ ବାଣପୁର ବ୍ଲକ ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ ଉକ୍ତ ସମସ୍ୟାକୁ ଗୁରୁତ୍ୱ ଦେଉନଥିବାର ଦେଖାଯାଇଛି। ବର୍ତ୍ତମାନ ଶୀତଋତୁ ଜାରି ରହିଥିବା ବେଳେ ଓଡିଶା ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ମନ୍ଦିରକୁ ପ୍ରତିଦିନ ରାଜ୍ୟର କୋଣ ଅନୁକୋଣରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଅନ୍ଧାର ହୋଇ ପଡ଼ିରହିଥିବା ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତାଟି ପର୍ଯ୍ୟଟକ ତଥା ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଭୟ ସୃଷ୍ଟିକରୁଛି। ସ୍ପଷ୍ଟ ଦିବାଲୋକରେ ଏହି ରାସ୍ତା ସୁରକ୍ଷିତ ନଥିବା ବେଳେ ରାତିରେ ଯାତାୟାତ କରୁଥିବା ଯାତ୍ରୀ ସୁରକ୍ଷିତ ମଣୁନାହାନ୍ତି। ନିକଟରେ ଉକ୍ତ ରାସ୍ତା ଅନ୍ତର୍ଗତ ପାରିନୂଆଗାଁ ଛକରୁ ଦିନ ବେଳେ ଲକ୍ଷାଧିକ ଟଙ୍କା ଲୁଟ ମଧ୍ୟ ହୋଇଥିଲା। ତେବେ ଦିନକୁ ଦିନ ଉକ୍ତ…

Read More

ଭୁବନେଶ୍ଵର: ଏବେ କରୋନାର ନୂଆ ଭାରିଆଣ୍ଟ ଓମକ୍ରିନକୁ ନେଇ ସାରା ବିଶ୍ଵ ଭୟଭୀତ ଅଛି। ଦେଶରୁ ଏହି ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଓଡିଶା ସରକାର ମଧ୍ୟ ଏହାକୁ ନେଇ କଡା ନଜର ରଖିଛନ୍ତି। ସେଥିପାଇଁ ବିଦେଶରୁ ଓଡିଶା ଆସୁଥିବା ଯାତ୍ରୀମାନଙ୍କ ଉପରେ ରାଜ୍ୟ ସରକାର କଡା ନଜର ରଖିଛନ୍ତି। ସମସ୍ତ ବିମାନଯାତ୍ରୀଙ୍କୁ ବିମାନବନ୍ଦରରେ ରୋକାଯାଇ କୋଭିଡ ପରୀକ୍ଷା କରାଯାଉଛି। ତେବେ ବିପଦପୂର୍ଣ୍ଣ ଦେଶରୁ ଆସିଥିବା ୪ ଜଣ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଦେଶଗୁଡିକରୁ ମୋଟ ୯୮୨ ଜଣ ଯାତ୍ରୀ ଆସିଛନ୍ତି। ଗତକାଲି ସନ୍ଧ୍ୟା ସୁଦ୍ଧା ୯୮୨ ଜଣ ଯାତ୍ରୀ ଓଡ଼ିଶାକୁ ଆସିଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସେମାନଙ୍କ ନମୁନା ଜେନମ ସିକ୍ଵେନସିଂ ପାଇଁ ପଠାଯାଇଛି। ଏନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

Read More