ଚଣ୍ଡିଗଡ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆଜି କେନ୍ଦ୍ର ମନ୍ତ୍ରୀ ତଥା ପଞ୍ଜାବ ବିଜେପି ଦାୟିତ୍ୱରେ ଥିବା ଗଜେନ୍ଦ୍ର ସିଂ ଶେଖୱାତଙ୍କୁ ଭେଟିଛନ୍ତି। ପଞ୍ଜାବ ଲୋକ କଂଗ୍ରେସ ଦଳର ପ୍ରତିଷ୍ଠାତା କ୍ୟାପଟେନ ଅମରିନ୍ଦର ମଧ୍ୟ ଏହି ସମୟରେ ଶେଖୱାତଙ୍କ ସହ ମଧ୍ୟ ମଧ୍ୟାହ୍ନ ଭୋଜନ ଖାଇଥିଲେ। ଉଭୟ ନେତାଙ୍କ ଏହି ବୈଠକ ସିସୱାନର ମୋହିନ୍ଦର ବାଗରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅମରିନ୍ଦର ସିଂ ଟ୍ୱିଟ କରି କହିଛନ୍ତି ଯେ, କେନ୍ଦ୍ରୀୟ ଜଲ ଶକ୍ତି ମନ୍ତ୍ରୀ ତଥା ବିଜେପିର ପଞ୍ଜାବ ନିର୍ବାଚନ ଦାୟିତ୍ୱରେ ଥିବା ଗଜେନ୍ଦ୍ର ସିଂ ଶେଖୱାତ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ପଞ୍ଜାବର ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରି ପ୍ରତିଦ୍ୱନ୍ଦିତା କରିବେ ବୋଲି ଗତକାଲି ଅମରିନ୍ଦର ସିଂ ଘୋଷଣା କରିଥିଲେ। ତେବେ ଉଭୟଙ୍କ ଏହି ସାକ୍ଷାତ ପରେ ବିଜେପି ଏବଂ କ୍ୟାପଟେନଙ୍କ ପଞ୍ଜାବ ଲୋକ କଂଗ୍ରେସ ଦଳ…
Author: Samikhsya Bureau
ନୂଆଦିଲ୍ଲୀ: ରାଜ୍ୟରେ ଧାନ କ୍ରୟ ସମସ୍ୟା ଏବଂ ବିରୋଧୀ ସାଂସଦଙ୍କ ନିଲମ୍ବନ ସମେତ ଅନେକ ପ୍ରସଙ୍ଗରେ କେନ୍ଦ୍ର ସରକାରକୁ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ) ବିରୋଧ କରୁଛି। ଏହି ପ୍ରସଙ୍ଗକୁ ନେଇ ଆଜିଠାରୁ ସଂସଦର ଅବଶିଷ୍ଟ ଶୀତକାଳୀନ ଅଧିବେଶନକୁ ଟିଆରଏସ ବହିଷ୍କାର କରିବାର ସମ୍ଭାବନା ରହିଛି। ସୂତ୍ରରୁ ପ୍ରକାଶ, “ଟିଆରଏସ ଆଜିଠାରୁ ସମଗ୍ର ଅଧିବେଶନକୁ ବହିଷ୍କାର କରିବ। ସଂସଦ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ସେମାନେ ଏକ ସଂକ୍ଷିପ୍ତ ବିକ୍ଷୋଭ ପ୍ରଦର୍ଶନ କରିବେ ଏବଂ ଆନୁଷ୍ଠାନିକ ଭାବେ ସେମାନଙ୍କର ନିଷ୍ପତ୍ତି ଘୋଷଣା କରିବେ। ବିରୋଧୀ ସାଂସଦଙ୍କ ନିଲମ୍ବନ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ଅଧିବେଶନକୁ ଟିଆରଏସ ବହିଷ୍କାର କରିବ। ମୌସୁମୀ ଅଧିବେଶନର ଶେଷ ଦିନରେ ବିରୋଧୀ ଦଳର ମୋଟ ୧୨ ଜଣ ସାଂସଦଙ୍କୁ ହଙ୍ଗାମା ସୃଷ୍ଟି କରିଥିବା ଅଭିଯୋଗରେ ନିଲମ୍ବିତ କରାଯାଇଥିଲା। ନିଲମ୍ବିତ ସାଂସଦମାନଙ୍କ ମଧ୍ୟରୁ କଂଗ୍ରେସରୁ ୬ ଜଣ, ଟିଏମସିରୁ ଓ ଶିବସେନାର ଦୁଇଜଣ ଲେଖାଏଁ ଏବଂ ସିପିଏମ ଓ ସିପିଆଇରୁ…
କନ୍ଦର୍ପ ବେହେରା ରେଢାଖୋଲ: ବାମରା ବନ୍ୟପ୍ରାଣୀ ବନଖଣ୍ଡର କିସିଣ୍ଡା ଥାନା ଅଂଚଳର ବିଭିନ୍ନ ଗ୍ରାମ ଜଙ୍ଗଲ ମାନଙ୍କରେ ଅବାଧରେ ଜନ୍ତୁ ଶିକାର ହେଉଥିବା ବେଳେ ଜଣେ ପରେ ଜଣେ ଶିକାରୀ ବନବିଭାଗ ହାତରେ ଧରାପଡି ଜେଲ୍ ଯାଉଥିବା ଜଣା ପଡିଛି। ଦିନକୁ ଦିନ ଶିକାରୀ ମାନଙ୍କର ପ୍ରାଦୁର୍ଭାବରେ ବନବିଭାଗର କର୍ମଚାରୀମାନେ ନାକେଦମ୍ ହୋଇପଡୁଛନ୍ତି। ତଥାପି ଶିକାରୀମାନଙ୍କୁୁ ସଫଳତାର ସହ ଧରି କୋର୍ଟ ଚାଲାଣ କରୁଛନ୍ତି ବନବିଭାଗର କର୍ମଚାରୀମାନେ। ଏହା ସତ୍ତ୍ୱେ ବାମରା ବନ୍ୟପ୍ରାଣୀ ବନଖଣ୍ଡରେ ଶିକାରୀମାନେ ନିର୍ଭୟରେ ବୁଲୁଛନ୍ତି ଓ ବାରହା, ହରିଣ ଓ କୁଟୁରା ଭଳି ବନ୍ୟଜନ୍ତୁଙ୍କୁ ଶିକାର କରୁଛନ୍ତି। ବାରହା ମାଂସ ରଖିଥିବା ଅଭିଯୋଗରେ କିସିଣ୍ଡା ବନ୍ୟପ୍ରାଣୀ ବିଭାଗର ହିକପାଲିରୁ ବାରହା ମାଂସ ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ବନବିଭାଗ। ବନବିଭାଗ ସୂତ୍ରରୁ ପ୍ରକାଶ ଯେ କିସିଣ୍ଡା ଥାନା ହିକପାଲି ଗ୍ରାମର ଜନୈକ ବ୍ୟକ୍ତି ବାରହା ମାଂସ ଶିକାର କରି ତାକୁ ଶୁଖାଇ…
ଭୁବନେଶ୍ବର: ଚାଟଶାଳୀରେ ପିଲାଙ୍କୁ ପଢାଇ ଚର୍ଚ୍ଚିତ ଥିବା ପଦ୍ମଶ୍ରୀ ନନ୍ଦ ସାର୍ ଙ୍କ ଆଜି ପରଲୋକ ହୋଇଯାଇଛି। ତାଙ୍କୁ ନଭେମ୍ବର ୯ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ଦିଲ୍ଲୀ ଫେରିବାର କିଛି ଦିନ ପରେ ସେ କରୋନାରେ ସଂକ୍ରମିତ ହୋଇଥିଲେ। ତେଣୁ ତାଙ୍କୁ ସମ କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ରହିଛି। ଆଜି ଅପରାହ୍ନ ୧ ଟା ୨୮ ମିନିଟରେ ନନ୍ଦ ସାରଙ୍କ ପରଲୋକ ହୋଇଯାଇଛି। ୧୦୪ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଏନେଇ ନନ୍ଦ ସାରଙ୍କ ନାତି ଖଗେଶ୍ଵର ପୃଷ୍ଟି ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ପୁଣି ଥରେ ଆଇସିସି ଟେଷ୍ଟ ମାନ୍ୟତାର ଶୀର୍ଷରେ ପହଞ୍ଚିଛି। ସୋମବାର ମୁମ୍ବାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡକୁ ୩୭୨ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତୀୟ ଦଳ ଶୀର୍ଷରେ ପହଞ୍ଚିଛି ଏବଂ ନ୍ୟୁଜିଲାଣ୍ଡ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ଭାରତୀୟ ଦଳ ପାଇଁ ଏହା ଏକ ଖୁସି ଖବର, କିନ୍ତୁ ବର୍ତ୍ତମାନ ସୁଦ୍ଧା ଦଳ ଟି-୨୦ ଏବଂ ଦିନିକିଆରେ ଶୀର୍ଷରେ ପହଞ୍ଚିବା ପାଇଁ ସଂଘର୍ଷ କରୁଥିବା ଜଣାପଡିଛି। ଦିନିକିଆ ଏବଂ ଟି-୨୦ ରେ ଭାରତର ଆଇସିସି ର଼୍ୟାଙ୍କିଙ୍ଗ କ’ଣ ରହିଛି, ଆସନ୍ତୁ ଜାଣିବା….. ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତ ଶୀର୍ଷରେ ରହିଛି: ଭାରତୀୟ ଦଳ ବର୍ତ୍ତମାନ ୧୨୪ ପଏଣ୍ଟ ପାଇ ଟେଷ୍ଟ ର଼୍ୟାଙ୍କିଙ୍ଗର ଶୀର୍ଷରେ ଅଛି। ଦୁଇ ନମ୍ବରରେ ନ୍ୟୁଜିଲ୍ୟାଣ୍ଡର ଦଳ ଅଛି, ଯାହାର ୧୨୧ରେଟିଂ ପଏଣ୍ଟ ଅଛି। ୧୦୮ରେଟିଂ ପଏଣ୍ଟ ସହିତ ଅଷ୍ଟ୍ରେଲିଆ ତୃତୀୟ ଏବଂ ୧୦୭ ପଏଣ୍ଟ ସହ…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଶୀତଦିନ ଜାରି ରହିଥିବା ବେଳେ ଚିଲିକାରେ ପକ୍ଷୀ ଶୀକାର ଆରମ୍ଭ ହୋଇ ଗଲାଣି। ବନ୍ୟପ୍ରାଣୀ ବିଭାଗ ମଧ୍ୟ ପାଟ୍ରୋଲିଂ ଜାରି ରଖିଥିବା ବେଳେ ଏକାଧିକ ଶିକାରୀଙ୍କୁ ଗିରଫ କରୁଥୁବାର ଦେଖାଯାଉଛି। ଅନୁରୂପ ଭାବେ ଆଜି ପକ୍ଷୀ ଶୀକାର କରିବା ବେଳେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ତ ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ ହାତରେ ଜଣେ ଶୀକାରୀ ଧରାପଡିଛି। ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ଦୋଛିଆଁ ପକ୍ଷୀ ସୁରକ୍ଷା କ୍ୟାମ୍ପ ନିକଟସ୍ଥ ଆଲିପଡ଼ା ନାଳ ନିକଟରୁ ଜଣେ ପକ୍ଷୀ ଶୀକାରୀଙ୍କୁ ଆଜି ପୂର୍ବାହ୍ନରେ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ। ଶୀକାରୀ ନିକଟରୁ ଦୁଇ ଗୋଟି ମୃତ ବଡ଼ ବତକ ଏବଂ ଦୁଇ ଗୋଟି ମୃତ କାମ ଚଢେଇ ଜବତ କରାଯାଇଛି। ଗିରଫ ଶୀକାରୀ ଜଣକ ହେଲେ ପୁରୀ ଜିଲ୍ଲା ଗଡ଼ିଶାଗଦା ଥାନା ଅଞ୍ଚଳର କବିରାଜ ରାଉତ (୩୭)। ଗିରଫ ଶୀକାରିଙ୍କ ବିରୋଧରେ ପିଆର ନମ୍ବର ୧୦ଟି/୨୧-୨୨ ରେ…
ନୂଆଦିଲ୍ଲୀ: ଯଦି ଆପଣ ପେଟ୍ରୋଲ ସ୍କୁଟରର ମୂଲ୍ୟ ଦ୍ୱାରା ଅସୁବିଧାରେ ପପଡ଼ୁଛନ୍ତି ତେବେ ଏକ ବୈଦ୍ୟୁତିକ ସ୍କୁଟର ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ହୋଇପାରେ। କିନ୍ତୁ, ଯଦି ଆପଣଙ୍କର ବଜେଟ୍ କମ ଅଛି, ତେବେ ଆପଣଙ୍କ ପାଇଁ ବଜାରରେ ଅନେକ ଶସ୍ତା ଇଲେକ୍ଟ୍ରିକ୍ ସ୍କୁଟର ଅଛି। ଆମେ ଆପଣଙ୍କ ପାଇଁ ଏହିପରି କିଛି ଶସ୍ତା ଇଲେକ୍ଟ୍ରିକ୍ ସ୍କୁଟରର ଏକ ତାଲିକା ପ୍ରସ୍ତୁତ କରିଛୁ। ଏହି ରିପୋର୍ଟରେ, ଆମେ ଆପଣଙ୍କୁ ଏହି ଇଲେକ୍ଟ୍ରିକ୍ ସ୍କୁଟରଗୁଡ଼ିକର ମୂଲ୍ୟ ଏବଂ ସେମାନଙ୍କର ବୈଶିଷ୍ଟ୍ୟତା ବିଷୟରେ କହିବୁ। UJAAS eGO: ମୂଲ୍ୟ – 34,880 ରୁ 39,880 ଟଙ୍କା ଡ୍ରାଇଭିଂ ରେଞ୍ଜ- 75 କିଲୋମିଟର ଚାର୍ଜିଂ ସମୟ – 6 ରୁ 7 ଘଣ୍ଟା ବ୍ୟାଟେରୀ – 60 V, 26 Ah ମୋଟର- 250 ୱାଟ ମଡେଲ – ଦୁଇଟି ଆମ୍ପେର୍ V48 LA: ମୂଲ୍ୟ- 36 ହଜାରରୁ ଆରମ୍ଭ ବ୍ୟାଟେରୀ- 48V-27Ah ଡ୍ରାଇଭିଂ…
ନୂଆଦିଲ୍ଲୀ: ସୋମବାର ଦିନ ସଂସଦରେ ନାଗାଲାଣ୍ଡ ଗୁଳି ବିନିମୟ ମାମଲା ଉପରେ ପ୍ରାଧାନ୍ୟ ବିସ୍ତାର କରିଛି। ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ସଂସଦର ଉଭୟ ଗୃହକୁ ଅନେକ ଥର ମୁଲତବୀ ରଖିବାକୁ ପଡ଼ିଥିଲା। ଏଥି ସହିତ ସୋମବାର ଦିନ ଚାରି ଘଣ୍ଟା ମୁଲତବୀ ରହିବା ପରେ ସୋମବାର ଦିନ ଅପରାହ୍ନ ଚାରିଟା ବେଳେ ମାତ୍ର ୧୦ ମିନିଟ ପାଇଁ ଚାଲିଥିଲା ଏବଂ ପରେ ରାଜ୍ୟସଭାକୁ ମୁଲତବୀ ରଖାଯାଇଥିଲା। ହୋହାଲ୍ଲା ଯୋଗୁଁ ଗୃହରେ ଶୂନ୍ୟକାଳ ଏବଂ ପ୍ରଶ୍ନ କାଳ ଅନୁଷ୍ଠିତ ହୋଇପାରିଲା ନାହିଁ। ଏଥି ସହିତ ମଙ୍ଗଳବାର ଦିନ ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ବିଜେପି ଏହାର ସଂସଦୀୟ ଦଳର ଏକ ବୈଠକ କରିବ। ଏହାପୂର୍ବରୁ ସଂସଦ ଭବନ ପରିସରରେ ଏହି ବୈଠକ କରିବାକୁ ପ୍ରସ୍ତାବ ଦିଆଯାଇଥିଲା।
ଭୁବନେଶ୍ୱର: ପାଣିପାଗ ବିଭାଗ ଅନୁସାରେ ରାଜ୍ୟରେ ଡିସେମ୍ବର ୪ରୁ ୬ ତାରିଖ ମଧ୍ୟରେ ୩୫.୮ ମିମି ବୃଷ୍ଟିପାତ ହୋଇଛି। ଜଗତସିଂହପୁରରେ ୧୯୨.୦ମିମି, କେନ୍ଦ୍ରାପଡ଼ାରେ ୧୩୩.୯ ମିମି ଏବଂ ପୁରୀରେ ୧୧୩.୫ ମିମି ବର୍ଷା ହୋଇଛି। ଅର୍ଥାତ୍ ଏହି ତିନୋଟି ଜିଲ୍ଲାରେ ୧୦୦ ମିମିରୁ ଅଧିକ ବୃଷ୍ଟପାତ ରେକର୍ଡ କରାଯାଇଛି । ସେହିପରି ଖୋର୍ଦ୍ଧାରେ ୭୪.୮ ମିମି, ଗଞ୍ଜାମରେ ୭୩.୩ ମିମି, କଟକରେ ୬୧.୮ ମିମି, ବାଲେଶ୍ୱରରେ ୫୩.୪ ମିମି, ନୟାଗଡ଼ରେ ୫୨.୩ ମିମି ଏବଂ ଭଦ୍ରକରେ ୫୧.୬ ମିମି ଅର୍ଥାତ୍ ଏହି ୬ଟି ଜିଲ୍ଲାରେ ହାରାହାରି ୫୦ ମିମି ବୃଷ୍ଟିପାତ ହୋଇଛି । ଅନ୍ୟପକ୍ଷରେ ଯାଜପୁରରେ ୪୪.୫ ମିମି, ମୟୂରଭଞ୍ଜରେ ୩୩.୬ ମିମି, ବୌଦ୍ଧରେ ୩୨.୬ ମିମି, ଗଜପତିରେ ୩୧.୧ ମିମି, କେଉଁଝରରେ ୨୭.୧ ମିମି, ଢେଙ୍କାନାଳରେ ୨୫.୮ ମିମି, ଅନୁଗୋଳରେ ୧୭.୦ ମିମି ଏବଂ କନ୍ଧମାଳରେ ୧୫.୪ ମିମି, ଏହିପରି ହାରାହାରି ୧୦ ମିମିରୁ ଅଧିକ ବୃଷ୍ଟିପାତ ହୋଇଛି ।…
ଭୁବନେଶ୍ବର: ଆଜି ଓଡିଶା ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନ ଅଟେ। କିନ୍ତୁ କ୍ରମାଗତ ଷଷ୍ଠ ଦିନ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବିଧାନସଭାର ସମସ୍ତ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟକୁ ଆଜି ଅପରାହ୍ନ ୪ ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି। ବାଚସ୍ପତି ଡା ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ୪ ଟା ଯାଏଁ ମୁଲତବୀ କରିଛନ୍ତି। ବିରୋଧୀ ବିଜେପି ଆଜି ବିଧାନସଭାରେ ଘଣ୍ଟ ମାଡ କରିଥିବା ବେଳେ ଶାସକ ବିଜେଡ଼ି ଦଳ ମଧ୍ୟ ଗୃହରେ ଗଙ୍ଗା ଜଳ ସିଞ୍ଚନ କରିଛି। ସେପଟେ କଂଗ୍ରେସ ଦଳର ସଦସ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ। ଏଭଳି ହୋ-ହାଲ୍ଲା ଯୋଗୁଁ ବାଚସ୍ପତି ଗୃହ କାର୍ଯ୍ୟକୁ ମୁଲତବୀ କରିଥିଲେ। କ୍ରମାଗତ ଷଷ୍ଠ ଦିନରେ ମଧ୍ୟ ଗୃହ କାର୍ଯ୍ୟ ଚାଲିପାରିନି।
ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନରତ ୧୦୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ୨୦୨୦-୨୧ ଓ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ପ୍ରତ୍ୟେକଙ୍କୁ ଦଶ ହଜାର ଟଙ୍କା ଲେଖାଏଁ କରି ମୋଟ ଏକ କୋଟି ଟଙ୍କା ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପ୍ରଦାନ କରାଯାଇଛ । ଏହି ବୃତ୍ତି ମ୍ୟାଟ୍ରିକ ପରୀକ୍ଷାରେ ସାମଗ୍ରିକ ଭାବରେ ଓ ବିଶେଷ କରି ଗଣିତରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ପ୍ରଦାନ କରିଥାନ୍ତି । ଏଥିପାଇଁ ମ୍ୟାଟି୍ରକ୍ ପରୀକ୍ଷାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଟପ-୨୦୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦୨୭ ଜଣ ଅନଲାଇନ ମାଧ୍ୟମରେ ଆବେଦନ କରିଥିଲେ । ଅଧକ୍ଷଙ୍କ ସୁପାରିଶ ଆଧାରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଏଥି ମଧ୍ୟରୁ ମେରିଟ ଆଧାରରେ ୧୦୦୦ ଜଣଙ୍କୁ ବୃତ୍ତି ପ୍ରଦାନ କରାଯାଇ ଅଛି । ବିଗତ ବର୍ଷ ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀ ଏହି ବୃତ୍ତି ପାଇଁ…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୋଟ ୪୦ ହଜାର ୫୨ ଜଣ ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଛି । ସେଥି ମଧ୍ୟରୁ ଲେବୁଲ-୫ରେ ୧୭ ହଜାର ୨୨୯ ଜଣ ଶିକ୍ଷକ ପଦୋନ୍ନତି ପାଇଥିବାବେଳେ ଲେବୁଲ୍-୪ରେ ୨୨ ହଜାର ୧୬୮ ଏବଂ ଲେବୁଲ୍-୩ରେ ୬୫୫ ଜଣ ଶିକ୍ଷକଶିକ୍ଷୟିତ୍ରୀ ପଦୋନ୍ନତି ପାଇଛନ୍ତି । ଏହାକୁ ନେଇ ଶିକ୍ଷକ ମହଲରେ ଆନନ୍ଦ ପ୍ରକାଶ ପାଇଛି ଏବଂ ଶିକ୍ଷକଶିକ୍ଷୟିତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଦିଲ୍ଲୀ: ଆଜି ଦେଶରୁ ୬ ହଜାର ୮୨୨ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୩ଟି ଓମିକ୍ରନ ମାମଲା ସ୍ପଷ୍ଟ ହୋଇଛି। ସେହିଭଳି ଗତ ୨୪ ଘଣ୍ଟାରେ ୨୧୦ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୬ ଲକ୍ଷ ୪୮ ହଜାର ୩୮୩ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୩ ହଜାର ୭୫୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୦ ଲକ୍ଷ ୭୯ ହଜାର ୬୧୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୯୫ ହଜାର ୧୪ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୧୫୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୧ ବରଗଡ ଜିଲ୍ଲାରୁ- ୧ ଭଦ୍ରକ ଜିଲ୍ଲାରୁ- ୧ ବଲାଙ୍ଗୀରି ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ – ୬ ଢେଙ୍କାନାଳ ଜିଲ୍ଲାରୁ- ୨ ଗଜପତି ଜିଲ୍ଲାରୁ- ୨ ଗଞ୍ଜାମ ଜିଲ୍ଲାରୁ- ୩ ଯାଜପୁର ଜିଲ୍ଲାରୁ – ୬ ଝାରସୁଗୁଡା ଜିଲ୍ଲାରୁ- ୨ କେନ୍ଦ୍ରାପଡ଼ା ଜିଲ୍ଲାରୁ– ୨ କେନ୍ଦୁଝର ଜିଲ୍ଲାରୁ- ୧ ଖୋର୍ଦ୍ଧା ଜିଲ୍ଲାରୁ- ୬୩ କୋରାପୁଟ ଜିଲ୍ଲାରୁ- ୬ ମୟୂରଭଞ୍ଜ ଜିଲ୍ଲାରୁ- ୩ ନୟାଗଡ ଜିଲ୍ଲାରୁ- ୧ ପୁରୀ ଜିଲ୍ଲାରୁ- ୧୦ ସମ୍ବଲପୁର ଜିଲ୍ଲାରୁ- ୬ ସୋନପୁର ଜିଲ୍ଲାରୁ- ୧ ସୁନ୍ଦରଗଡ଼ ଜିଲ୍ଲାରୁ – ୧୫…
ମେଷ- ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଅସୁସ୍ଥତା ଅନୁଭବ କରିବେ। କୈଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବାକୁ ପରାମର୍ଶ ଦିଆଯାଇଛି। ଖାଇବା ଏବଂ ପିଇବାରେ ବିଶେଷ ଧ୍ୟାନ ଦିଅନ୍ତୁ। ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଧିକ। ସମ୍ଭବ ହେଲେ ସ୍ଥାନାନ୍ତରଣକୁ ଏଡାଇ ଦିଆଯାଇପାରେ। ଆପଣ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆପଣଙ୍କର କାର୍ଯ୍ୟ ସମାପ୍ତ କରିବାକୁ ସମର୍ଥ ହେବେ ନାହିଁ। ଯୋଗ ଏବଂ ଧ୍ୟାନ ସହିତ ଆପଣ ମାନସିକ ସ୍ତରରେ ଶାନ୍ତ ରହିପାରିବେ। ବୃଷ- ଆଜିର ଦିନରେ ଆପଣ ଥକ୍କା, ଅଳସୁଆ ଏବଂ ଚିନ୍ତା ଅନୁଭବ କରିବେ। ଆଜି ଆପଣ ଉତ୍ସାହିତ ଅନୁଭବ କରିବେ ନାହିଁ। ଆପଣ କଥାରେ କଥାରେ କ୍ରୋଧିତ ହେବେ। ଯାହା ଫଳରେ ଆପଣଙ୍କର କାମ ବାଧାପ୍ରାପ୍ତ ହେବ। ଆପଣଙ୍କର ଚାକିରି, ବ୍ୟବସାୟ, ଯାଗା କିମ୍ବା ଘର ଉପରେ ସମସ୍ୟା ସୃଷ୍ଟି ହୋଇପାରେ। ହେଲେ ଯତ୍ନ ନିଅନ୍ତୁ ସୁଧାର ଆସିପାରେ। ହୁଏତ କିଛି ଧାର୍ମିକ…
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ଭାରତ ବିରୋଧ ସିରିଜ ପାଇଁ ତାଲିକା ପ୍ରକାଶ କରିଛି। ଡିସେମ୍ବର ୨୬ ତାରିଖରୁ ଜାନୁୟାରୀ ୨୩ ପର୍ଯ୍ୟନ୍ତ ୩ ଟି ଟେଷ୍ଟ ଏବଂ ୩ ଟି ଦିନିକିଆ ମ୍ୟାଚ୍ ଖେଳାଯିବ। ପ୍ରଥମ ଟେଷ୍ଟ ମ୍ୟାଚ୍ ୨୬ ତାରିଖରୁ ଡିସେମ୍ବର ୩୦ ତାରିଖ ମଧ୍ୟରେ ସେଞ୍ଚୁରିଅନରେ ଖେଳାଯିବ। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଜାନୁୟାରୀ ୩ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଜୋହାନ୍ସବର୍ଗର ୱାନଡର୍ସ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥି ସହିତ, ଜାନୁଆରୀ ୧୧ ତାରିଖରୁ ୧୫ ପର୍ଯ୍ୟନ୍ତ ପର୍ଯ୍ୟନ୍ତ କେପଟାଉନରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଭାରତ ବିରୋଧ ତିନୋଟି ଦିନିକିଆ ଜାନୁଆରୀ ୧୯, ୨୧ ଏବଂ ୨୩ ତାରିଖରେ ପର୍ଲ ଏବଂ କେପଟାଉନରେ ଖେଳାଯିବ। ପ୍ରଥମ ଦୁଇଟି ଦିନିକିଆ ପର୍ଲରେ ଅନୁଷ୍ଠିତ ହୋଇଥିବାବେଳେ ତୃତୀୟ ମ୍ୟାଚ୍ କେପଟାଉନରେ ଖେଳାଯିବ। ଭାରତୀୟ ଦଳ ୧୬ କିମ୍ବା ୧୭ ତାରିଖରେ ଦକ୍ଷିଣ ଆଫ୍ରିକାରେ ପହଞ୍ଚିପାରେ।…
ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷାରେ ଚାଷୀ ଫସଲର ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବି କରି ଓଡ଼ିଶା କୃଷକ ସଭା ତରଫରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଆମ ରାଜ୍ୟ ଓଡ଼ିଶାରେ ଏକମାସ ମଧ୍ୟରେ ଦୁଇଥର ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଧାନଫସଲ ଉଜାଡ଼ି ଦେଇଛି। ପନିପରିବା ଚାଷ ବି ନଷ୍ଟ ହୋଇଛି, ଚାଷୀମୁଣ୍ଡରେ ହାତ ଦେଇ ବସିଛି କ’ଣ କରିବ। କୃଷକ ସର୍ବସ୍ୱାନ୍ତ ହୋଇଛନ୍ତି ଏବଂ କୃଷକର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି। ରାଜ୍ୟ ସରକାର ବର୍ଷା ପ୍ରପୀଡ଼ିତ ଜିଲ୍ଲାଗୁଡ଼ିକର ଫସଲ କ୍ଷତିର ଯଥାର୍ଥ ଭାବେ ଜରୁରୀ ଆକଳନ କରିବା ପାଇଁ ବ୍ୟବସ୍ଥା ନିମନ୍ତେ ଓଡ଼ିଶା କୃଷକସଭା ଦାବି କରିଛି। କୃଷକମାନଙ୍କୁ ଫସଲ ଜନିତ କ୍ଷତି ପାଇଁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଦାବୀ କରାଯାଇଛି। କେନ୍ଦ୍ର ଏବଂ ରାଜ୍ୟ ଉଭୟ ସରକାର କୃଷକମାନଙ୍କର ଏହି ଦୁର୍ଦ୍ଦିନରେ ପ୍ରକୃତ କ୍ଷତିପୂରଣ ରାଶି ପ୍ରକୃତ ଚାଷୀମାନଙ୍କୁ ପ୍ରଦାନ କରିବା…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏପିଏସି ଏଜୁକେସନ୍ ଲିଡରସିପ୍ ଆୱାର୍ଡରେ ସମ୍ମାନିତ କରାଯାଇଛି। ୨୦୨୧ ନିମନ୍ତେ ପୂର୍ବ ଭାରତରେ ଉତ୍କର୍ଷ ଲାଭ କରିଥିବା ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ସୋଆକୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ନୂଆ ଦିଲ୍ଲୀ ସ୍ଥିତ ନରୱେ ଦୂତାବାସର ବିଜ୍ଞାନ ଓ ପ୍ରଯୁକ୍ତି କାଉନ୍ସେଲର ମାନ ସିଂ ସିଦ୍ଧୁ, ଏପିଏସି ନ୍ୟୁଜ ନେଟୱର୍କର ଗ୍ରୁପ୍ ଏଡିଟର୍ ଓ କୋ-ଫାଉଣ୍ଡର ସୌଭିକ୍ ଗୋସ୍ୱାମୀ ଏବଂ କୋ-ଫାଉଣ୍ଡର ତଥା ନିର୍ଦ୍ଦେଶକ ସଂଘମିତ୍ରା ମହାନ୍ତି ଶୁକ୍ରବାର ଏହି ସମ୍ମାନ ପ୍ରଦାନ କରିଛନ୍ତି। ଦିଲ୍ଲୀରେ ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି ପ୍ରୀତମ୍ ନାୟକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ସମ୍ମାନ ଗ୍ରହଣ କରିଥିଲେ।
ଭୁବନେଶ୍ୱର: ଓଡ଼ିଶା ବିଜେପିର ଅଭ୍ୟାସ ଭଳି ସମୀର ମହାନ୍ତି ସଂପୂର୍ଣ୍ଣ ମିଥ୍ୟା ତଥ୍ୟ ଦେଇ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି। ମାମଲାଟି ବିଚାରାଧୀନ ରହିଛି। ମନ୍ତ୍ରୀଙ୍କ ସମ୍ପୃକ୍ତି ସମ୍ପର୍କରେ ଅଦାଲତ କୌଣସି ସ୍ଥାନରେ ଉଲ୍ଲେଖ କରିନାହାଁନ୍ତି ବୋଲି କହିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ। ବିଜେପି ସଭାପତି ସମୀର ମହାନ୍ତିଙ୍କୁ ଜବାବ ଦେଇ ବିଧାୟିକା ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ, ଏହି ମାମଲାରେ ଅଭିଯୋଗକାରୀଙ୍କ ଆବେଦନ ପରେ ଅଦାଲତ କେବଳ ଆଇଆଇସିଙ୍କୁ ଏହାର ତଦନ୍ତ କରିବାକୁ କହିଛନ୍ତି। ଯେତେଦୂର ସିଡିଆର କଥା, ଜେଏମ୍ଏଫ୍ସିଙ୍କ ନିର୍ଦ୍ଦେଶରେ ଏହା ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ, ଆଇଆଇସି ସିଡିଆର ଗୁଡ଼ିକୁ ସଂରକ୍ଷଣ କରିଛନ୍ତି ଏବଂ ଆବଶ୍ୟକ ହେଲେ ଅଦାଲତରେ ଉପସ୍ଥାପନ କରାଯିବ। ଆମେ ଆଶା କରୁଛୁ ଶ୍ରୀ ମହାନ୍ତି ନ୍ୟାୟିକ ପ୍ରକ୍ରିୟା ଜାରି ରଖିବାକୁ ଦେବେ ଏବଂ ଅଦାଲତଙ୍କ ଆଦେଶ ଉପରେ ସୁହାଇଲା ଭଳି ମନ୍ତବ୍ୟ ଦେବା ପରିବର୍ତ୍ତେ ଆଇନକୁ ତା’ କାର୍ଯ୍ୟ କରିବାକୁ…
ନୂଆଦିଲ୍ଲୀ: ହାଇଦ୍ରାବାଦ ଗୃହରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ ହୋଇଥିଲା। ଏକବିଂଶତମ ବାର୍ଷିକ ଭାରତ-ଋଷ ସମ୍ମିଳନୀରେ ଉଭୟ ନେତା ଯୋଗ ଦେଇଥିଲେ। ଭାରତ ଏବଂ ଋଷ ମଧ୍ୟରେ ଏହା ହେଉଛି ଏକବିଂଶତମ ବାର୍ଷିକ ସମ୍ମିଳନୀ। ଋଷର ରାଷ୍ଟ୍ରପତି କିଛି ଘଣ୍ଟା ପାଇଁ ଭାରତ ଗସ୍ତରେ ରହିବେ। ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆର୍ଥିକ କ୍ଷେତ୍ରରେ ମଧ୍ୟ ଆମର ସମ୍ପର୍କକୁ ଆଗକୁ ନେବା ପାଇଁ ଆମେ ଏକ ଦୀର୍ଘକାଳୀନ ଦୃଷ୍ଟିକୋଣ ଗ୍ରହଣ କରୁଛୁ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମେ ୨୦୨୫ ସୁଦ୍ଧା ୩୦ ବିଲିୟନ ଡଲାର ବାଣିଜ୍ୟ ଏବଂ ୫୦ ବିଲିୟନ ଡଲାର ବିନିଯୋଗର ଲକ୍ଷ୍ୟ ସ୍ଥିର କରିଛୁ। କୋଭିଡ ଆହ୍ଵାନ ସତ୍ତ୍ୱେ ଭାରତ ଏବଂ ଋଷ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ସାମରିକ ଭାଗିଦାରୀରେ କୌଣସି ପରିବର୍ତ୍ତନ ହୋଇନାହିଁ। କୋଭିଡ ବିରୋଧରେ…
ଭୁବନେଶ୍ୱର: ସମ୍ବିଧାନ ପ୍ରଣେତା, ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ସାମାଜିକ ନ୍ୟାୟର କର୍ଣ୍ଣଧାର, ଭାରତର ପୂର୍ବତନ ଆଇନ୍ମନ୍ତ୍ରୀ, ଭାରତରତ୍ନ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଏ.ଜି.ଛକସ୍ଥିତ ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେଠାରେ ଉପସ୍ଥିତ ସାମାଜିକ ନ୍ୟାୟପ୍ରେମୀ ଓ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ସଭାପତି ଶ୍ରୀ ବେହେରା କହିଥିଲେ ଯେ, କେବଳ ବାବାସାହେବଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଦେଲେ ସାମାଜିକ ନ୍ୟାୟ ସମ୍ଭବ ହେବନାହିଁ । ଦଳିତ, ଆଦିବାସୀ, ପଛୁଆବର୍ଗ ଓ ସଂଖ୍ୟାଲଘୁଙ୍କ ହକ୍ ପାଇଁ, ସାମ୍ବିଧାନିକ ଅଧିକାର ପାଇଁ ଲଢେଇକୁ ଜୋରଦାର କଲେ ବାବାସାହେବଙ୍କ ସ୍ୱପ୍ନ ପୂରଣ ହୋଇପାରିବ। ଜାତିଗତ ଜନଗଣନା, ରାଜ୍ୟରେ ପଛୁଆବର୍ଗଙ୍କ ପାଇଁ ନାମଲେଖା ଓ ନିଯୁକ୍ତି କ୍ଷେତ୍ରରେ ୨୭ଭାଗ ସ୍ଥାନ ସଂରକ୍ଷଣ ଦାବିକୁ ନେଇ ସଂଗ୍ରାମ ହିଁ ହେବ ବାବାସାହେବଙ୍କ…

