Author: Samikhsya Bureau

ଭୁବନେଶ୍ୱର : ଆଜି ନଭେମ୍ବର ୨୬ ତାରଖ ସଂବିଧାନ ଦବିସ ଉପଲକ୍ଷ ରାଜ୍ୟ ବିଜେପି ତରଫରୁ ଅନୂସୁଚିତ ଜାତି ମୋର୍ଚ୍ଚା ସଭାପତି ଡ. ବିଭୁ ପ୍ରସାଦ ତରାଇଙ୍କ ନେତୃତରେ ବିଜେପିର ବିଭିନ୍ନ ଛାମୁଆ ସଂଗଠନ ତରଫରୁ ଭୁବନେଶ୍ୱର ଏ.ଜି ଛକ ଠାରେ ଥିବା ସଂବିଧାନ ପ୍ରଣେତା ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୃତିରେ ମାର୍ଲ୍ୟାପଣ କରାଯାଇଥିଲା । ପୂର୍ବାହ୍ନ ୧୧ଟା ବେଳେ ଡଃ. ତରାଇଙ୍କ ସଭାପତିତ୍ୱରେ ଏକ ସମ୍ବିଧାନ ସମ୍ମାନ ସଭା ରାଜ୍ୟ କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ମୁଖ୍ୟ ଅତିଥି ଓ ସାଧାରଣ ସଂମ୍ପଦେକ (ସଂଗଠନ) ଶ୍ରୀ ମାନସ ମହାନ୍ତି ସମ୍ମାନିତ ଅତିଥି ଓ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ମୁଖ୍ୟବକ୍ତା ରୁପେ ଯୋଗଦେଇଥିଲେ । ଅତିଥି ଭାବେ ମୋର୍ଚ୍ଚାର ଜାତୀୟ ଅନୁସୁଚିତ ଜାତି କାର୍ଯ୍ୟକାରିଣୀ ସଦସ୍ୟ ତଥା ମିଡିଆ ପ୍ରମୁଖ ଦିଲ୍ଲୀପ କୁମାର ମଲି୍ଲକ, ଜାତୀୟ ଅନୁସୁଚିତ…

Read More

ଭୁବନେଶ୍ୱର: ରାଜ୍ୟରେ ଧାନ କିଣାବିକା ଅବ୍ୟବହିତ ପୂର୍ବରୁ ବିଜେପି କୃଷକ ମୋର୍ଚ୍ଚା ମଣ୍ଡିମାନଙ୍କରେ ମିଲର୍ସମାନଙ୍କର ରାଜୁତି ବନ୍ଦ କରିବା ସହ କେନ୍ଦ୍ର ସରକାର ଧାନ କ୍ୱିଂଟାଲ ପ୍ରତି ଯୋଗାଇ ଦେଉଥିବା ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୧୯୪୦ ଟଙ୍କା ଚାଷୀଙ୍କୁ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ବିଜେପି ତାଗିଦ୍ କରିଛି । ଗତ କାଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ସଚିବଙ୍କ ଅନୁପସ୍ଥିତିରେ ସ୍ୱତନ୍ତ୍ର ସଚିବ ଶ୍ରୀ ରାଜେନ୍ଦ୍ର ମିଶ୍ରଙ୍କୁ ଲୋକସେବା ଭବନରେ ସାକ୍ଷାତ କରି ଏ ସମ୍ବନ୍ଧରେ ଦାବୀ ପତ୍ର ଦେବା ସହ ଚାଷୀମାନେ କିଭଳି ସୁରୁଖୁରୁରେ ଧାନ ବିକ୍ରୀ କରିପାରିବେ, ସେ ସଂପର୍କରେ ବିଶଦ ଆଲୋଚନା କରିଥିଲେ ।

Read More

ଭୁବନେଶ୍ବର: ପୂର୍ବତଟ ରେଳପଥ ପକ୍ଷରୁ ଏହାର ମୁଖ୍ୟାଳୟ ଭୁବନେଶ୍ୱରସ୍ଥ ରେଳ ସଦନ ଠାରେ ଆଜି ସମ୍ବିଧାନ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି। ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାରଙ୍କ ନେତୃତ୍ୱରେ ରେଳପଥର ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଏବଂ କର୍ମଚାରୀମାନେ ସମଗ୍ର ଦେଶରେ ସମ୍ବିଧାନ ପ୍ରତିଷ୍ଠା ଦିବସ ଉତ୍ସବର ନେତୃତ୍ୱ ନେଇଥିବା ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ଲାଇଭ୍ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତୀୟ ସମ୍ବିଧାନର ପ୍ରାକ-କଥନ ପଠନ କରି ଶପଥ ନେଇଥିଲେ। ଏହା ବ୍ୟତୀତ ପୂର୍ବତଟ ରେଳପଥର ତିନୋଟି ରେଳ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ୱାଲଟିୟର ଏବଂ ସମ୍ବଲପୁର ଠାରେ ମଧ୍ୟ ସମ୍ବିଧାନ ଦିବସ ପାଳନ କରାଯାଇଅଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ରେଳ ଷ୍ଟେସନରେ ମଧ୍ୟ ସମ୍ବିଧାନ ଦିବସ ପାଳନ କରାଯାଇଥିଲା। ରେଳପଥର ପରିସୀମା ମଧ୍ୟରେ ଦୂର ସ୍ଥାନଗୁଡିକ ଠାରେ ରେଳବାଇ କର୍ମଚାରୀ ଏବଂ ଅଧିକାରୀମାନେ ୱେବ୍ ଲିଙ୍କ୍ ମାଧ୍ୟମରେ ଭାରତୀୟ…

Read More

ଭୁବନେଶ୍ବର: ବଲାଙ୍ଗୀର ବଙ୍ଗମୁଣ୍ଡା ତହସିଲର ଜଣେ ପ୍ରତିଭାବାନ ଛାତ୍ର ତାରାଚାନ୍‌ ରଣାଙ୍କ ଇଞ୍ଜିନିୟରିଂ ପଢିବା ସ୍ବପ୍ନକୁ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଅର୍ଥ ଅଭାବରୁ ତାଙ୍କର ଆଡମିଶନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଥିବା ସଂପର୍କରେ ଜାଣି ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ୯୬,୫୦୦ ଟଙ୍କା ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଅଞ୍ଚଳର ବଡପଡା ଗାଁର ଜଣେ ପ୍ରତିଭାବାନ ଛାତ୍ର ହେଉଛନ୍ତି ତାରାଚାନ୍‌ ରଣା । ବାପା ଉପସୁ ରଣାଙ୍କ ବାର୍ଷିକ ରୋଜଗାର ମାତ୍ର ୪୫ ହଜାର ଟଙ୍କା । ତଥାପି ନିଜର ସ୍ବପ୍ନ ପୂରଣ କରିବା ପାଇଁ ତାରାଚାନ୍ ଅବିରତ ଉଦ୍ୟମ କରି ଚାଲିଥିଲେ ଏବଂ ଚଳିତ ବର୍ଷ ଇଞ୍ଜିନିୟରିଂ ପାଇଁ ପ୍ରବେଶିକା ପରୀକ୍ଷା JEE Mainରେ ୯୯.୩୫ ପ୍ରତିଶତ ମାର୍କ ରଖି NIT Warangal ରେ ପଢିବା ପାଇଁ କୃତକାର୍ଯ୍ୟ ହୋଇଛନ୍ତି। କିନ୍ତୁ ଏଥିରେ ଅର୍ଥ ହୋଇଥିଲା ତାଙ୍କ ପାଇଁ ମୁଖ୍ୟ…

Read More

ଭୁବନେଶ୍ବର: ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀରେ ପାଳନ କରାଯାଏ। ଏହାକୁ ପଢୁଆଁ ଅଷ୍ଟମୀ ବୋଲି ମଧ୍ୟ କୁହାଯାଏ। ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟ ପରିଚିତ। ଏହି ପର୍ବ ଓଡିଶାର ଏକ ଲୋକପ୍ରିୟ ପର୍ବ ଭାବେ ପରିଚିତ। ଏହାକୁ ପ୍ରଥମାଷ୍ଟମୀ ବୋଲି କାହିଁକି କୁହାଯାଏ ପୂର୍ବେ ବୈଶାଖ ନୁହେଁ ମାର୍ଗଶିର ମାସକୁ ବର୍ଷର ପ୍ରଥମ ମାସ ବୋଲି ବିବେଚନା କରାଯାଉ ଥିଲା। ଏହି ମାସରୁ ବର୍ଷା ଆରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଛି । ହେଲେ ପରବର୍ତ୍ତି ସମୟରେ ଏହା ବର୍ଷର ପ୍ରଥମ ମାସ ହୋଇ ନ ଥିଲେ ମଧ୍ୟ ଏହାର ଅଷ୍ଟମୀଟି ପ୍ରଥମ ଅଷ୍ଟମୀ ଭାବେ ପରିଚିତ ହୋଇ ଆସୁଛି। ଏହି ଦିନକୁ ଓଡିଆ ଘରେ ପୂଜାପର୍ବ କରାଯାଇଥାଏ। ମୁଖ୍ୟତଃ ଏହା ବର୍ଷର ପ୍ରଥମ ଅଷ୍ଟମୀ ହୋଇଥିବାରୁ ଘରର ପ୍ରଥମ…

Read More

ଭୁବନେଶ୍ୱର: ମଣିଷର ସେବାରୁ ଯେଉଁ ନିର୍ମଳ ଆନନ୍ଦ ମିଳେ, ତାହା ଅନ୍ୟ କେଉଁ କାର୍ଯ୍ୟରୁ ମିଳେ ନାହିଁ । ମଣିଷର ସେବା ହିଁ ଈଶ୍ୱରଙ୍କ ଅର୍ଚ୍ଚନା । ଏହା ଆମ ସଂସ୍କୃତି ଓ ପରମ୍ପରାର ଶିକ୍ଷା ଓ ଦୀକ୍ଷା । ମାନବବାଦକୁ ଆଧାର କରି ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ପାଳନ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି । ରାଜଭବନରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ସଂଗଠନର ନବନିଯୁକ୍ତ ସଭାପତି ଓ ଉପସଭାପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ତଥା ସଂଗଠନର ମୁଖ୍ୟ ପୃଷ୍ଠପୋଷକ ପ୍ରଫେସର ଲାଲ କହିଲେ ଯେ ବସ୍ତୁ ବୋଲି କିଛି ନାହିଁ। ଏହା ଚେତନାର ରୂପାନ୍ତର । ସେହି ଚେତନାର ଅନୁଭବ ଓ ଉପଲବ୍ଧି ମଣିଷକୁ ଊଦ୍ଧ୍ୱର୍ମୁଖୀ କରାଇଥାଏ । ପ୍ରତ୍ୟେକ ଏକ ଉତ୍ସରୁ ଆସିଥିବାରୁ ସମତା ଭାବରେ ଆପ୍ଳୁତ ହେବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ ।…

Read More

ନୂଆଦିଲ୍ଲୀ:  ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୫୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୫ ଲକ୍ଷ ୫୫ ହଜାର ୪୩୧ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା ୧ ଲକ୍ଷ ୧୦ ହଜାର ୧୩୩ କୁ ବୃଦ୍ଧି ପାଇଛି। ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୩୧୮୭ ପ୍ରତିଶତ। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୯ ହଜାର ୮୬୮ ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ବର୍ତ୍ତମାନ ଦେଶରେ ସମୁଦାୟ ୩ କୋଟି ୩୯ ଲକ୍ଷ ୭୭ ହଜାର ୮୩୦ ଆରୋଗ୍ୟ ହୋଇଛନ୍ତି। ଯାହା ଆରୋଗ୍ୟ ହାର ୯୮.୩୨୮୫ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୮୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୬୭ ହଜାର ୪୬୮ କୁ ବୃଦ୍ଧି ପାଇଛି।

Read More

ଭୁବନେଶ୍ବର: ରାଜ୍ୟରେ କରୋନା ଯୋଗୁଁ ଆଜି ୨ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୦୩ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ  ଭୁବନେଶ୍ୱରର ୯୫ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ। ସେହିପରି ଅନ୍ୟ ଜଣେ ହେଲେ ଝାରସୁଗୁଡା ଜିଲ୍ଲାର ୫୦ ବର୍ଷ ବୟସ୍କା ମହିଳା। ଏହି ମହିଳା ମଧ୍ୟ ମଧୁମେହ ରୋଗରେ ପୀଡିତ ଥିଲେ। ରାଜ୍ଚୟ ସରକାରଙ୍କ ତଥ୍ୟ ଅନୁସାରେ ବର୍ତ୍ତମାନ ରାଜ୍ୟରେ ଗତକାଲି ନୂଆ ସୁସ୍ଥଙ୍କ ସଂଖ୍ୟା ଥିଲା୨୩୫ ଜଣ। ଫଳରେ ବର୍ତ୍ତମାନ କରୋନାରୁ ମୋଟ ସୁସ୍ଥ ସଂଖ୍ୟା ହେଲା ୧୦ ଲକ୍ଷ ୩୭ ହଜାର ୩୮୭। ବର୍ତ୍ତମାନ ସୁଦ୍ଧା ମୋଟ ୨ କୋଟି ୩୫ ଲକ୍ଷ ୧୩ ହଜାର ୩୧୩ ଜଣଙ୍କର କୋଭିଡ-୧୯ ପରୀକ୍ଷା ହୋଇଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୧୦ ଲକ୍ଷ ୪୮ ହଜାର ୨୨୮। ବର୍ତ୍ତମାନ ସୁଦ୍ଧା ସକ୍ରିୟ ଆକ୍ରାନ୍ତ…

Read More

ଭୁବନେଶ୍ୱର: ରାଜ୍ୟରେ ଆଜି ୨୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ବୟସର ୩୨ଜଣ ଥିବା ବେଳେ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଅଛନ୍ତି ୧୩୧। ସେହିପରି ସ୍ଥାନୀୟ ଅଞ୍ଚଳରୁ ୮୮ ଜଣ ଚିହ୍ନଟ ହୋଇଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲାର ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି। ଏହି ଜିଲ୍ଲାର ସଂଖ୍ୟା ଶହେ ତଳକୁ ଖସିଛି। ବିଭିନ୍ନ ଜିଲ୍ଲାର ସ୍ଥିତି ହେଲା ୧- ଅନୁଗୁଳ ଜିଲ୍ଲାରୁ – ୧ ୨- ବାଲେଶ୍ୱର ଜିଲ୍ଲାରୁ – ୪ ୩- ଭଦ୍ରକ ଜିଲ୍ଲାରୁ – ୨ ୪- ବୌଦ୍ଦ ଜିଲ୍ଲାରୁ – ୧ ୫- କଟକ ଜିଲ୍ଲାରୁ – ୧୫ ୬- ଢେଙ୍କାନାଳ ଜିଲ୍ଲାରୁ – ୧ ୭- ଗଞ୍ଜାମ ଜିଲ୍ଲାରୁ – ୬ ୮- ଜଗତସିଂହପୁର ଜିଲ୍ଲାରୁ – ୫ ୯- ଯାଜପୁର ଜିଲ୍ଲାରୁ – ୯ ୧୦- ଝାରସୁଗୁଡ଼ା ଜିଲ୍ଲାରୁ – ୪ ୧୧- କେନ୍ଦ୍ରାପଡ଼ା ଜିଲ୍ଲାରୁ – ୩…

Read More

ଭୁବନେଶ୍ବର: ଗତକାଲି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଅଣ୍ଡାମାଡ ଘଟଣାରେ ଆଜି ସରକାରଙ୍କୁ ସେ ଟାର୍ଗେଟ କରିଛନ୍ତି। ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ବିଜେଡି କର୍ମିଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ଗତକାଲି ତାଙ୍କୁ ବିଜେଡି କର୍ମିମାନେ ଅଣ୍ଡାମାଡ ଟେକାମାଡ କରିଥିଲେ। ସେମାନେ କୌଣସି ଦରଦାମ ବୃଦ୍ଧି ସ୍ଲୋଗାନ ଦେଇ ନ ଥିଲେ। ଏପରି ଆକ୍ରମଣ ଏକ ଯୋଜନାବଦ୍ଧ ଥିଲା ବୋଲି ସାଂସଦ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଜଣେ ମହିଳା ସାଂସଦ ଭାବେ ମୋତେ କାମ କରିବାର ସୁଯୋଗ ଦିଆଯାଉ ନାହିଁ। ମୋତେ ହଇରାଣ କରିବା ପାଇଁ ବିଜେଡି ଅନ୍ୟ ୱାର୍ଡର କର୍ମିଙ୍କୁ ଆଣି ଏହି କାର୍ଯ୍ୟରେ ନିୟୋଜିତ କରିଥିଲା। ବର୍ତ୍ତମାନ ଭୁବନେଶ୍ବରରେ ବୁଲିବା ମୋ ପାଇଁ ସୁରକ୍ଷିତ ନୁହେଁ। ମୋତେ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଅପରାଜିତା ଦାବି କରିଛନ୍ତି।

Read More

ଭୁବନେଶ୍ବର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀ ଇଡି ଅଫିସରେ ହାଜର ହୋଇଛନ୍ତି। ଆକାଶ ପାଠକଙ୍କ ସହ ଆର୍ଥିକ କାରବାର ନେଇ ହେବ ପଚରାଉଚରା। ବାରମ୍ବାର ନୋଟିସ ପରେ ଚତୁର୍ଥ ନୋଟିସରେ ହାଜର ହୋଇଛନ୍ତି ଶ୍ରୁତି ପାଣିଗ୍ରାହୀ । ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟରୁ ଝିଅ ଆକାଉଣ୍ଟ ଏବଂ ଝିଅ ଆକାଉଣ୍ଟରୁ ଆକାଶଙ୍କ ଆକାଉଣ୍ଟକୁ ଯାଇଥିଲା ଟଙ୍କା। ସେଥିପାଇଁ ଇଡି ପ୍ରଦୀପ ପାଣିଗ୍ରାହୀ ଓ ଅଭୟ ପାଠକଙ୍କୁ ମଧ୍ୟ ପଚରାଉଚୁରା କରିବ। ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ପୂର୍ବତନ ଆଇଏଫଏସ ଅଭୟ ପାଠକ ।

Read More

ନୂଆଦିଲ୍ଲୀ: ଜଳ ଆମ ଜୀବନକୁ ସନ୍ତୁଳିତ କରିଥାଏ। କିନ୍ତୁ ଯଦି ଏହାର ପରିମାଣ ଶରୀରରେ ଅସନ୍ତୁଳିତ ହୋଇଯାଏ, ତେବେ ଏହା ଜୀବନ ପାଇଁ ଏକ ସଙ୍କଟ ସୃଷ୍ଟି କରିପାରେ। ଆମର ଭିତର ଶରୀର ଶୋଷ ମେଣ୍ଟାଇବା ଦ୍ୱାରା ଜଳର ଆବଶ୍ୟକତାର ବାର୍ତ୍ତା ଦେଇଥାଏ। ତଥାପି, ବେଳେବେଳେ କିଛି ଲୋକ ଅତ୍ୟଧିକ ଶୋଷିଲା ଅନୁଭବ କରନ୍ତି କିମ୍ବା ସେମାନେ ବାରମ୍ବାର ପାଣି ପିଇବା ଆରମ୍ଭ କରନ୍ତି। ଏପରି କରିବା ଗମ୍ଭୀର ରୋଗର ଲକ୍ଷଣ ହୋଇପାରେ। ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଏଠାରେ କହିବୁ ଯେ, ଅଧିକ ପାଣି ପିଇ କେଉଁ ରୋଗ ଆପଣଙ୍କ ସହିତ ହୋଇପାରେ। ଆସନ୍ତୁ ଜାଣିବା…. ୧- ମଧୁମେହ: ଆଜିକାଲି ପ୍ରତ୍ୟେକ ବୟସ ବର୍ଗରେ ମଧୁମେହ ଆରମ୍ଭ ହେବାକୁ ଲାଗୁଛି। ଏହା ପଛର କାରଣ ହେଉଛି ଖରାପ ଜୀବନଶୈଳୀ। ବାରମ୍ବାର ଶୋଷ ଲାଗିବା ଏହାର ପରିଚୟର ଏକ ପ୍ରମୁଖ ଲକ୍ଷଣ। ଏହି ରୋଗରେ ରକ୍ତରେ ଶର୍କରା ପରିମାଣ ବଢିଥାଏ। ଯାହା…

Read More

ମେଷ ରାଶି: କାର୍ଯ୍ୟପ୍ରଣାଳୀରେ ଉନ୍ନତ ହେବ | ତୁରନ୍ତ କୌଣସି ଲାଭ ହେବ ନାହିଁ | ଖରାପ ଘଟଣା ଘଟିବ | ବିନିଯୋଗ ଅନୁକୂଳ ରିଟର୍ଣ୍ଣ ଦେବ | ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ | ଯେକୌଣସି ପୁରୁଣା ରୋଗ ଅବରୋଧର କାରଣ ହୋଇପାରେ | ଘର ବାହାରେ ପଚରାଉଚରା କରାଯିବ। ବିରୋଧ ହେବ। ଅର୍ଥନୈତିକ ନୀତିରେ ପରିବର୍ତ୍ତନ ଆସିବ | ଆପଣ ସାମାଜିକ କାର୍ଯ୍ୟ କରିବାକୁ ଏକ ସୁଯୋଗ ପାଇବେ। ବୃଷ ରାଶି: ଲାଭ ପାଇଁ ସୁଯୋଗ ଆସିବ | ସହକର୍ମୀମାନେ ଆପଣଙ୍କୁ କାର୍ଯ୍ୟରେ ସାହାଯ୍ୟ କରିବେ | ବ୍ୟବସାୟ ବୃଦ୍ଧି ପାଇବ | ବିନିଯୋଗ ଲାଭ ଦେବ | ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ତତ୍ପରତା ଯୋଗୁଁ କ୍ଷତି ସମ୍ଭବ | ଧାର୍ମିକ ରୀତିନୀତିରେ ଅଂଶଗ୍ରହଣ କରିବାକୁ ଆପଣ ଏକ ସୁଯୋଗ ପାଇପାରନ୍ତି | ଆପଣ ସତସଙ୍ଗର ଲାଭ ପାଇବେ | ରାଜନୈତିକ ସମର୍ଥନ ପାଇବେ। ମିଥୁନ…

Read More

ଭୁବନେଶ୍ବର: ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତ ବେଳେ ବିଜେପି କର୍ମିଙ୍କ ତରଫରୁ ଅଣ୍ଡାମାଡ କରାଯାଇଛି। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। କାରଣ ପୁରୀ ପରି ଏକ ଧର୍ମିକ ସ୍ଥଳ ଏବଂ ଧାର୍ମିକ କାର୍ଯ୍ୟରେ ଅଣ୍ଡାମାଡ କରିବା ଠିକ ନୁହେଁ ବୋଲି କୁହାଯାଇଛି। ତେବେ ଏହା ଉପରେ ତତକାଳ ବିଜେଡି ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନ ଥିଲା। ଗୋଟିଏ ଦିନ ପରେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଆଜି ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ଟୁଇଟରରେ ସିଧା ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ଟାର୍ଗେଟ କରିଛନ୍ତି। ସେ ଧର୍ମେନ୍ଦ୍ରଙ୍କୁ ଭାଇ ସମ୍ବୋଧନ କରି ଲେଖିଛନ୍ତି ଯେ, “ଭାଇ, ଆପଣ ଜାଣିଛନ୍ତି ଏବଂ ସାରା ଓଡିଶାବାସୀଙ୍କ ବିଶ୍ୱାସ ଯେ, ଯିଏ ଜଗନ୍ନାଥ ଦର୍ଶନ କରି ବଡ଼ଦାଣ୍ଡରୁ ଫେରିଛି ତାର ପାଦ ଧରି ନମସ୍କାର କରାଯାଏ। କାରଣ ଶରଧାବାଲିରେ ତା ପାଦରେ ଲାଗିଥାଏ। କିନ୍ତୁ ଲଜ୍ଜାର…

Read More

ଭୁବନେଶ୍ବର: ଆଜି ଭିଜିଲାନ୍ସ ବିଭାଗ ତରଫରୁ ଏକ ବଡ ଧରଣର ଚଢାଉ କରାଯାଇଛି। ଏହି ଚଢାଉ ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ଘରେ କରାଯାଇଛି। ତାଙ୍କର ଏଗାରଟି ସ୍ଥାନରେ ଏକ କାଳିନ ଏହି ଚଢାଉ କରାଯାଇଛି। ଆଜି ସକାଳୁ ଏହି ଚଢାଉ ଆରମ୍ଭ ହୋଇଥିଲା। ସଂଧ୍ୟା ପର୍ଯ୍ୟନ୍ତ ମଧ୍ୟ ତାଙ୍କର ସଂପତ୍ତି ଆକଳନ କରିବା ଭିଜିଲାନ୍ସ ତରଫରୁ ସମ୍ଭବ ହୋଇପାରି ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ଆକଳନ କରାଯାଇଛି ସେଥିରେ ଭୁବନେଶ୍ବରରେ ଏକ ଚାରି ମହଲା କୋଠା, ଗୋଟିଏ ଫ୍ଲାଟ ଏବଂ ନିର୍ମାଣଧିନ ଏକ କୋଠା ଠାବ କରାଯାଇଛି। ସେହିପରି ବାଲେଶ୍ବରରେ ଏକ ଚାରି ମହଲା କୋଠା ଏବଂ ତାଙ୍କ ଘରୁ ଟଙ୍କା ମଧ୍ୟ ଜବତ କରାଯାଇଛି। ଭିଜିଲାନ୍ସ ତରଫରୁ ଏକ କାଳିନ ଭୁବନେଶ୍ବରର ତିନୋଟି ସ୍ଥାନ, ବାଲେଶ୍ବରର ପାଞ୍ଚୋଟି ସ୍ଥାନ, ବାରିପଦାର ତିନୋଟି ସ୍ଥାନରେ ଚଢାଉ କରାଯାଇଛି।

Read More

ନୂଆଦିଲ୍ଲୀ: ଆଜାଦୀ କା ଅମୃତ ମହୋତ୍ସବ ଭାରତ ସରକାରଙ୍କ ଭାରତର ସ୍ୱାଧୀନତା ଦିବସର ୭୫ତମ ବାର୍ଷିକୀ ତଥା ଏହାର ଗୌରବମୟ ପରମ୍ପରା ଓ ଐତିହ୍ୟ ପାଳନ ପାଇଁ ଏକ ପଦକ୍ଷେପ। ଏହି ମହୋତ୍ସବର ଅଂଶ ବିଶେଷଭାବେ ଭାରତ ଆସନ୍ତାକାଲି (୨୬.୧୧.୨୧) ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ସମ୍ବିଧାନ ଦିବସ ବିପୁଳ ହର୍ଷୋଲ୍ଲାସ ମଧ୍ୟରେ ପାଳନ କରୁଛି। ସଂସଦ ଭବନର କେନ୍ଦ୍ରୀୟ କକ୍ଷରୁ ମାନନୀୟ ରାଷ୍ଟ୍ରପତି ଦିନ ଏଗାରଟାଠାରୁ ସମ୍ବିଧାନ ଦିବସ ପାଳନର ନେତୃତ୍ୱ ନେବେ। ଏଥିରେ ମାନନୀୟ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବାଚସ୍ପତି, ମନ୍ତ୍ରୀଗଣ, ସଂସଦ ସଦସ୍ୟ ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ଅତିଥି ମଧ୍ୟ ଅଂଶଗ୍ରହଣ କରିବେ। ଏହି ସମାରୋହ ସିଧାସଳଖ ସଂସଦ ଟିଭି/ଦୂରଦର୍ଶନ ଓ ଅନଲାଇନ ପୋର୍ଟାଲରୁ ସିଧାସଳଖ ପ୍ରସାରିତ ହେବ। ମହାମାନ୍ୟ ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ ତାଙ୍କ ସହ ସମଗ୍ର ଦେଶବାସୀଙ୍କୁ  ସମ୍ବିଧାନର ପ୍ରସ୍ତାବନା(preamble) ପାଠ ପାଇଁ ଆମନ୍ତ୍ରଣ କରାଯିବ। ସେ ମଧ୍ୟ ସାମ୍ବିଧାନିକ ଗଣତନ୍ତ୍ରର ଅନଲାଇନ କୁଇଜକୁ (mpa.gov.in/constitution-day)ଶୁଭ…

Read More

ଭୁବନେଶ୍ବର: ଏଥର ମଧ୍ୟ ବିଧାନସଭା ଅଧିବେସନ ପୂର୍ବରୁ କୋଭିଡ ପରୀକ୍ଷା କରାଯିବ। ରାଜ୍ୟରେ ଏହାର ପ୍ରକୋପ କମିଥିଲେ ମଧ୍ୟ କୋଭିଡ ନିୟମ ଅନୁଯାଇ କାର୍ଯ୍ୟ କରାଯିବ। ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ଏଥିରେ ବିଧାୟକ, କର୍ମଚାରୀ ଏବଂ ସାମ୍ବାଦିକଙ୍କ ଉଭୟ ଆରଟିପିସିଆର ଏବଂ ଆଣ୍ଟିବଡି ପରୀକ୍ଷା କରାଯିବ। ନିଷ୍ପତି ଅନୁସାରେ ଆସନ୍ତା 28,29 ଏବଂ 30 ତାରିଖରେ ତିନିଦିନ ଧରି ବିଧାନସଭା ପରିସରରେ ଏହି ପରୀକ୍ଷା କରାଯିବ। ଏଥିରେ କୌଣସି ବ୍ୟକ୍ତିଙ୍କର ପଜେଟିଭ ଆସିଲେ ତାଙ୍କୁ ଗୃହ ଭିତରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ। ସେହିପରି ଅଧିବେସନ ବେଳେ ପ୍ରତ୍ୟେକ ଦିନ ବିଧାୟକମାନଙ୍କୁ ମାସ୍କ, ଗ୍ଲୋବସ ଏବଂ ସାନିଟାଇଜର ପ୍ରଦାନ କରାଯିବ। ସେହିପରି ବିଧାନସଭା ପରିସରକୁ ଆସୁଥିବା ବରିଷ୍ଠ ଅଧିକାରୀମାନେ ନେଗେଟିଭ ରିପୋର୍ଟ ଆଣି ବିଧାନସଭା ପରିସରରେ ପ୍ରବେଶ କରିବେ ବୋଲି ନିଷ୍ପତି କରାଯାଇଛି।

Read More

ଭୁବନେଶ୍ବର: ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡି ଉପରକୁ ଅଣ୍ଡା ମାଡ ହୋଇଛି। ଆଜି ସାଂସଦ ବାଲିପାଟଣା ଗସ୍ତରେ ଥିବା ବେଳେ ରାସ୍ତାରେ ତାଙ୍କ ଉପରକୁ ଅଣ୍ଡାମାଡ କରାଯାଇଛି। ଏହି ଅଣ୍ଡାମାଡ କଂଗ୍ରେସ କର୍ମି କରିଛନ୍ତି ବୋଲି ସ୍ଥାନୀୟ ବିଜେପି ତରଫରୁ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ସେମାନଙ୍କୁ ଗିରଫ କରାଯାଉ ବୋଲି ସ୍ଥାନୀୟ ବିଜେପି କର୍ମି ଅଭିଯୋଗ କରିଛନ୍ତି। ଦେଶରେ ବର୍ତ୍ତମାନ ଦରଦାମ ବୃଦ୍ଧି ପାଇଥିବା ବେଳେ କଂଗ୍ରେସ ତରଫରୁ ଏପରି ପ୍ରତିବାଦ କରାଯାଇଛି ବୋଲି ଜଣାପଡିଛି। ନିକଟରେ ରାଜ୍ୟ ମନ୍ତ୍ରୀମାନଙ୍କୁ ବିଜେପି ତରଫରୁ ଅଣ୍ଡାମାଡ ଚାଲିଥିବା ବେଳେ ଏପଟେ ବିଜେପି ନେତାଙ୍କ ଉପରକୁ ଅଣ୍ଡାମାଡ ଚର୍ଚ୍ଚାର ବିଷୟ ହୋଇଛି।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ସୋନପୁର ଓ ବୌଦ୍ଧ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ସୋନପୁରର ଏକ ଲକ୍ଷ ପଚାଶ ହଜାର ଲୋକ ଏହି ସୁବିଧା ପାଇବା ବେଳେ ବୌଦ୍ଧର ତିନି ଲକ୍ଷ ବାସ୍ତରି ହଜାର ଲୋକ ସ୍ମାର୍ଟ କାର୍ଡ ପାଇବେ। ଏହାସହିତ ରାଜ୍ୟର ୧୯ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି। କାର୍ଡ ଖଣ୍ଡିଏ ଧରି ସେମାନେ ପୁରା ପରିବାର ପାଇଁ ସବୁଠାରୁ ଭଲ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏହା ବାସ୍ତବରେ ସେମାନଙ୍କୁ ସଶକ୍ତ କରିଛି। ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ। ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ସୋନପୁର ଓ ବୌଦ୍ଧ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସୋନପୁର ପାଇଁ ମୁଖ୍ୟମନ୍ତ୍ରୀ ୩୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସୋନପୁରକୁ ମନ୍ଦିର ନଗରୀ ଭାବେ ବର୍ଣ୍ଣନା କରି ଏହାର କଳା ଓ ସଂସ୍କୃତିର ଉଚ୍ଚପ୍ରଶଂସା କରିଥିଲେ। ସୋନପୁରର ବୁଣାକାରମାନେ ନିଜ ଦକ୍ଷତା ଦ୍ବାରା ଓଡିଶାର ଗୌରବକୁ ଦେଶ ବିଦେଶରେ ପହଞ୍ଚାଇଛନ୍ତି ବୋଲି ସେ କହିଥିଲେ। ଜିଲ୍ଲାର ବିକାଶ ପାଇଁ ସେ ସମର୍ପିତ ବୋଲି ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀ କହିଲେ ଯେ, ସୋନପୁରରେ MSME ପାର୍କ ପ୍ରତିଷ୍ଠା ଜରିଆରେ ଶିଳ୍ପ ବିକାଶ ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ। ତା ସହିତ ଜଳସେଚନ ଓ ସ୍ବାସ୍ଥ୍ୟ ସୁବିଧାର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। ଜିଲ୍ଲା ମୁଖ୍ୟାଳୟରେ ଏକ…

Read More

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ୧୨୦ତମ ଜନ୍ମ ଜୟନ୍ତୀ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜୟ କିରଣ ଟ୍ରଷ୍ଟ, ଅକ୍ଷର ଓ ବିନୋବା ସେବା ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ରାଜ୍ୟ ସୂଚନା କମିଶନର ଦିଲ୍ଲୀପ ବିଶୋଇ ସଭାପତିତ୍ୱ କରି ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କୁ ଓଡ଼ିଶା ରାଜନୀତିର ଜଣେ ସାଲିସ୍ ବିହୀନ ସଂଗ୍ରାମୀ ନେତା ବୋଲି କହିଥିଲେ। ମୁଖ୍ୟ ଅତିଥି ରୂପେ ବୟ୍ୟୋଜ୍ୟେଷ୍ଠ ସମାଜସେବୀ ଆଶାଲତା ଦାସ ଯୋଗଦେଇ ରାଜନୀତି ସ୍ୱଚ୍ଛ ଓ ଦୁର୍ନୀତିମୁୁକ୍ତ ହେବା ଉଚିତ ଯାହା ନବବାବୁ ଚିନ୍ତା କରୁଥିଲେ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ନିବେଦିତା ଆଚାର୍ଯ୍ୟ ନିଜର ଅତୀତର ସମୁଦ୍ରରେ ଇଣ୍ଡୋନେସିଆ ଜଳଯାତ୍ରା ସମ୍ପର୍କରେ ବାଖ୍ୟାନ କରି ଯୁବବର୍ଗ ଦୁଃସାହସିକ ହୋଇ ରଚନାତ୍ମକ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ପ୍ରାରମ୍ଭରେ…

Read More