ନୂଆଦିଲ୍ଲୀ: ଆଇପିଏଲ୍ ମେଗା ନିଲାମ ୨୦୨୨ ପୂର୍ବରୁ, ସମସ୍ତ ଦଳ ନିଜ ଖେଳାଳିଙ୍କ ଗଣିତ ସଂଶୋଧନ କରିବାରେ ବ୍ୟସ୍ତ ଅଛନ୍ତି। ନଭେମ୍ବର ୩୦ ତାରିଖ ସୁଦ୍ଧା ସମସ୍ତ ଦଳଙ୍କୁ ସେମାନଙ୍କ ରଖାଯାଇଥିବା ଖେଳାଳିଙ୍କ ତାଲିକା ବିସିସିଆଇରେ ଦାଖଲ କରିବାକୁ ପଡିବ। ମେଗା ନିଲାମ ପୂର୍ବରୁ ଏକ ବଡ ଖବର ଆସୁଛି ଯେ, କେ.ଏଲ୍ ରାହୁଲ ପଞ୍ଜାବର ଦଳ ଛାଡିଛନ୍ତି ଏବଂ ବର୍ତ୍ତମାନ ସେ ଆଇପିଏଲରେ ଲକ୍ଷ୍ନୌର ନୂତନ ଦଳର ଅଧିନାୟକ ହୋଇପାରନ୍ତି। ପ୍ରକାଶ ଯେ, ଲକ୍ଷ୍ନୌ ଦଳର ମାଲିକ ସଞ୍ଜୀବ ଗୋଏଙ୍କାଙ୍କ ପ୍ରସ୍ତାବକୁ କେ.ଏଲ୍ ରାହୁଲ ଗ୍ରହଣ କରିଥିବା ସୂଚନା ରହିଛି।
Author: Samikhsya Bureau
ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ ଦିନକୁ ଦିନ ବଢିବାରେ ଲାଗିଛି। ପେଟ୍ରୋଲ-ଡିଜେଲ ଏବଂ ପନିପରିବା ପରେ ଡିଟରଜେଣ୍ଟ ଏବଂ ସାବୁନ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ବର୍ତ୍ତମାନ ଆପଣଙ୍କୁ ଗାଧୋଇବା ଏବଂ ପୋଷାକ ଧୋଇବା ପାଇଁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ସାବୁନ୍ ଏବଂ ଡିଟରଜେଣ୍ଟ୍ର ମୂଲ୍ୟରେ HUL ଏବଂ ITC ବୃଦ୍ଧି ଘୋଷଣା କରିଛି। ସାବୁନ ହାର 10% ବୃଦ୍ଧି ପାଇଛି: ଆସନ୍ତୁ ଆପଣଙ୍କୁ କହିବା ଯେ, HUL ହାରକୁ 3.4 ପ୍ରତିଶତରୁ 21.7 ପ୍ରତିଶତକୁ ବୃଦ୍ଧି କରିଛି। HUL ହୁଇଲ, ରିନ୍ ବାର୍ ଏବଂ ଲକ୍ସ ସାବୁନର ମୂଲ୍ୟ ବୃଦ୍ଧି କରିଛି। ଏଥିସହିତ ଆଇଟିସି ଫିଆମା ସାବୁନର ମୂଲ୍ୟକୁ 10 ପ୍ରତିଶତ ବୃଦ୍ଧି କରିଛି। ଏହା ବ୍ୟତୀତ ଭିବେଲରେ 9 ପ୍ରତିଶତ ଏବଂ ଏନଗେଜ ଡିଓରେ 7.6 ପ୍ରତିଶତ ବୃଦ୍ଧି ଘଟିଛି। ଇନପୁଟ୍ ମୂଲ୍ୟ ହେତୁ ଦର ବୃଦ୍ଧି ପାଇଲା: ମନି…
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ଏକ ନୂତନ ରୂପ ଚିହ୍ନଟ ହେବା ଏବଂ ବିଶ୍ୱବ୍ୟାପି ଆଶଙ୍କାରେ ରହିଛନ୍ତି। ଏହାକୁ ଦେଖି ଜେନେଭାରେ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ମନ୍ତ୍ରୀସ୍ତରୀୟ ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଛନ୍ତି। ଏସବୁ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ କୋଭିଡ -୧୯ ର ଏକ ନୂତନ ରୂପ ଆସିବା ଅନେକ ଦେଶର ଚିନ୍ତା ବଢାଇ ଦେଇଛି ଏବଂ ସେମାନେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଆରମ୍ଭ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ଏକ କମିଟି କରୋନା ଭାଇରସର ଏହି ନୂତନ ରୂପକୁ ‘ଓମିକ୍ରନ୍’ ନାମିତ କରିଛି ଏବଂ ଏହାକୁ ‘ଅତ୍ୟଧିକ ସଂକ୍ରାମକ ଚିନ୍ତାଜନକ ସ୍ୱରୂପ’ ବୋଲି କହିଛି। କରୋନା ଭୂତାଣୁର ଏହି ନୂତନ ରୂପ ଦେଖାଯିବା ପରେ ଆମେରିକା, ବ୍ରିଟେନ, କାନାଡା, ଋଷ ଏବଂ ଅନ୍ୟାନ୍ୟ ଦେଶ ଆଫ୍ରିକୀୟ ଦେଶରୁ ଲୋକଙ୍କ ଗତିବିଧି ଉପରେ…
ଜଙ୍କିଆ: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନାରେ ନୂତନ ଆଇଆଇସି ଭାବେ ଯୁବ ପୋଲିସ ଅଧିକାରୀ ଦିଗବିଜୟ ବିଶ୍ୱାଳ ଦାଇତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ବିଶ୍ୱାଳ ଏହା ପୂର୍ବରୁ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରି ଭାବେ କାର୍ଯ୍ୟରତ ଥିଲେ। ତେବେ ନିକଟରେ ଏସଆଇରୁ ଆଇଆଇସି ଭାବେ ପଦୋନ୍ନତି ହେବା ପରେ ଏହା ତାଙ୍କର ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ପୋଷ୍ଟିଙ୍ଗ। ଜଣେ ସଚ୍ଚୋଟ, କର୍ତ୍ତବ୍ୟପରାୟଣ ତଥା ଦବଙ୍ଗ ପୋଲିସ ଅଧିକାରୀ ଭାବେ ବେଶ ଜଣାଶୁଣା ଶ୍ରୀ ବିଶ୍ୱାଳ। ପୂର୍ବରୁ ଶ୍ରୀ ବିଶ୍ୱାଳ ବାଣପୁର ଥାନାରେ ଦେଢ଼ ବର୍ଷ କାଳ ଏସଆଇ ରହିଥିବା ବେଳେ ଅପରାଧୀମାନଙ୍କୁ ଦମନ କରିବା କୌଶଳକୁ ନେଇ ବେଶ ଚର୍ଚ୍ଚାରେ ଥିଲେ ଉକ୍ତ ଅଧିକାରୀ। ଏପରିକି ବାଣପୁର ଥାନାରୁ ବଦଳିଦିନ କେତେକ ଅପରାଧୀମାନେ ଏଥିଲାଗି ଖୁସି ମନାଇଥିବାର ଦେଖିବାକୁ ମିଳିଥିଲା। ବାଣପୁର ଥାନାରେ ତାଙ୍କର ଲୋକପ୍ରିୟତା ଏପରି ଥିଲା ଯେ, ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ବଦଳି ହେବା ଖବର ଜାଣି ସ୍ଥାନୀୟ…
ନୂଆଦିଲ୍ଲୀ: କୋଭିଡ -୧୯ ର ନୂତନ ଭ୍ୟାରିଏଣ୍ଟ ବିଶ୍ୱକୁ ଭୟଭୀତ କରିଛି। ଜେନେଭାରେ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ମନ୍ତ୍ରୀସ୍ତରୀୟ ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ବିଶ୍ୱ ବାଣିଜ୍ୟ ସଂଗଠନ କହିଛି ଯେ କୋଭିଡ -୧୯ ଭୂତାଣୁର ଏକ ବିଶେଷ ଭ୍ୟାରିଏଣ୍ଟ ସଂକ୍ରମଣକୁ ନେଇ ଜେନେଭାରେ ଏହାର ବ୍ୟକ୍ତିଗତ ମନ୍ତ୍ରୀସ୍ତରୀୟ ସମ୍ମିଳନୀକୁ ସ୍ଥଗିତ ରଖିଛି। ଆସନ୍ତା ସପ୍ତାହରେ ଡବ୍ଲୁଟିଏଚଓ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିଲା। କିନ୍ତୁ ଓମିକ୍ରନ୍ ଭାରିଆଣ୍ଟକୁ ନେଇ ଆତଙ୍କିତ ଅବସ୍ଥାରେ ଏହାକୁ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା। ଏହି ନୂତନ ଭାରିଆଣ୍ଟର ସଂକ୍ରମଣକୁ ଭୟ କରି ଦେଶଗୁଡିକ ଦକ୍ଷିଣ ଆଫ୍ରିକାରୁ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଦକ୍ଷିଣ ଆଫ୍ରିକାରୁ ଏହି ଭୂତାଣୁର ସଂକ୍ରମଣ ବିଷୟରେ ଆଲୋଚନା ହେଉଛି। ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ମହାନିର୍ଦ୍ଦେଶକ ନଗୋଜି ଓକୋଞ୍ଜୋ ଆଇୱେଲା କହିଛନ୍ତି ଯେ, ନୂତନ ଭାରିଆଣ୍ଟକୁ ଦୃଷ୍ଟିରେ ରଖି ସତର୍କତା ଆବଶ୍ୟକ।
ସୀତାରାମ ଅଗ୍ରୱାଲ ବାଲୁଗାଁ: ବାଲୁଗାଁ ବନ୍ୟପ୍ରାଣୀ ବନାଞ୍ଚଳଙ୍କ ପ୍ରୋତ୍ସାହନରେ ଗତକାଲି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ମହାବିଦ୍ୟାଳୟରେ ଏକ ଇରୱାଡ଼ି ଡଲଫିନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ ତଥା ଜାତୀୟ ସେବା ଯୋଜନାର କ୍ୟାଡେଟ ଓ ସ୍ବେଚ୍ଛାସେବୀମାନେ ଯୋଗଦେଇ ସମ୍ବିଧାନ ଦିବସର ସଂକଳ୍ପ ପାଠ କରି ନିଜକୁ ଯୋଗ୍ୟ ନାଗରିକ ଭାବେ ଗଢି ତୋଳିବାକୁ ଶପଥ ଗ୍ରହଣ କରିଥିଲେ। ଏନ୍ ସି ସି ଅଫିସର୍ ଲେଫ୍ଟନାଣ୍ଟ ଡକ୍ଟର ଅକ୍ଷୟ କୁମାର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତ, ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ବାଲୁଗାଁ ବନ୍ୟପ୍ରଣୀ ବନାଞ୍ଚଳ ଅଧିକାରୀ ବନରାମ ନନ୍ଦ, ସହକାରୀ ବନାଞ୍ଚଳ ଅଧିକାରୀ ଜିତେନ୍ଦ୍ର ନାୟକ, ଜାତୀୟ ସେବା ଯୋଜନାର ବରିଷ୍ଠ ଅଧିକାରୀ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଅଧ୍ୟାପିକା…
କନ୍ଦର୍ପ ବେହେରା ରେଢାଖୋଲ: ଅନ୍ୟ ଏକ ଝିଅ ସହ ସଂପର୍କକୁ ନେଇ ନିଜ ପତ୍ନୀକୁ ମାଡ ମାରିବା ଏବଂ ନିର୍ଯ୍ୟାତନା ଦେବା ଅଭିଯୋଗରେ ପତିକୁ କିସିଣ୍ଡା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି। ପ୍ରେସ୍ ବିଜ୍ଞପ୍ତିରୁ ପ୍ରକାଶ ଯେ, କିସିଣ୍ଡା ଥାନା ତାଲବ ଗ୍ରାମର ମଙ୍ଗୁଳୁ ଦେହୁରୀଙ୍କ କନ୍ୟା ପଙ୍କଜିନୀ ଦେହୁରୀ (୨୩) କିସିଣ୍ଡା ଥାନା ଲୋଇସିଂଘ ଗ୍ରାମର ଖେଡୁ ମାଝୀଙ୍କ ପୁଅ ଇନ୍ଦ୍ରମଣୀ ମାଝୀ (୨୮)ଙ୍କ ସହ ୨୦୧୬ ରେ ପ୍ରେମ ବିବାହ କରିଥିଲେ। କାମ ଅନ୍ୱେଷଣରେ ସେମାନେ ବିବାହ ପରେ କଟକ ଜିଲ୍ଲାର ଜଗତପୁର ଠାରେ ଶ୍ରମିକ ଭାବରେ କାମ କରିବାକୁ ଚାଲି ଯାଇଥିଲେ। ବାହାଘର ୨ ବର୍ଷ ପରେ ଅନ୍ୟ ଏକ ଝିଅ ସହ ସଂପର୍କ ରଖି ନିଜ ପତ୍ନୀକୁ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲା ଇନ୍ଦ୍ରମଣି ମାଝୀ। ଗତ ତା ୧୬/୧୧/୨୦୨୧ ସଂଧ୍ୟାରେ ଇନ୍ଦ୍ରମଣି ମଦ୍ୟପାନ କରି ଘରକୁ ଆସିଥିଲା ଏବଂ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୮ ହଜାର ୩୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଲାଇ ଗତ ୨୪ ଘଣ୍ଟାରେ ୪୬୫ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୫ ଲକ୍ଷ ୬୩ ହଜାର ୭୪୮ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୬୭ ହଜାର ୯୩୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୯ ଲକ୍ଷ ୮୮ ହଜାର ୭୯୭ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୭ ହଜାର ୧୯ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୨୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୧ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୪ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୧୦ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୨ ବାଲେଶ୍ଵର ଜିଲ୍ଲାରୁ- ୫ ବରଗଡ ଜିଲ୍ଲାରୁ – ୪ ଭଦ୍ରକ ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ – ୧୪ ଦେବଗଡ ଜିଲ୍ଲାରୁ- ୨ ଗଞ୍ଜାମ ଜିଲ୍ଲାରୁ- ୨ ଜଗତସିଂହପୁର ଜିଲ୍ଲାରୁ – ୩ ଯାଜପୁର ଜିଲ୍ଲାରୁ – ୮ ଝାରସୁଗୁଡା ଜିଲ୍ଲାରୁ- ୪ କନ୍ଧମାଳ ଜିଲ୍ଲାରୁ- ୧ କେନ୍ଦ୍ରାପଡ଼ା ଜିଲ୍ଲାରୁ – ୨ କେନ୍ଦୁଝର ଜିଲ୍ଲାରୁ- ୩ ଖୋର୍ଦ୍ଧା ଜିଲ୍ଲାରୁ- ୧୨୭ କୋରାପୁଟ ଜିଲ୍ଲାରୁ- ୧ ମୟୂରଭଞ୍ଜ ଜିଲ୍ଲାରୁ- ୨୬ ନୟାଗଡ ଜିଲ୍ଲାରୁ- ୧ ପୁରୀ ଜିଲ୍ଲାରୁ- ୫ ସମ୍ବଲପୁର ଜିଲ୍ଲାରୁ- ୯ ସୁନ୍ଦରଗଡ଼…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବେଲପଡା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ୩ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ଗୋପାଳପୁର ଏନଏସି ଏବଂ ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳର ୧୮ ଜଣ ପୁରୁଷ ଯାତ୍ରୀ ଓଆର-୦୨-କ୍ସ-୬୫୯୯ ନମ୍ବର ବିଶିଷ୍ଟ ଏକ ମହେନ୍ଦ୍ରା ମିନିବସ ଯୋଗେ ଗୁରୁବାର ଦିନ ସଂନ୍ଧ୍ୟାରେ ଘଟଗାଁ ମା’ ତାରିଣୀ ମନ୍ଦିର ଦର୍ଶନ ପାଇଁ ବାହାରିଥିଲେ। ତେବେ ଦର୍ଶନ ସାରି ଗତକାଲି ଫେରୁଥିବା ବେଳେ ରାତି ଦୁଇ ଘଟିକା ସମୟରେ ଯାତ୍ରୀମାନେ ପରିସ୍ରା କରିବା ନିମନ୍ତେ ବସଟି ୧୬ ନମ୍ବର ଜାତୀୟ ରାଜପଥ ବେଲପଡା ଛକରେ ଅଟକିଥିଲା। ଉକ୍ତ ସମୟରେ ହଠାତ ପଛପଟୁ କ୍ଷିପ୍ର ଗତିରେ ଏକ ଅଜଣା ଟ୍ରକ ବସକୁ ଶକ୍ତ ଧକା ଦେଇ ଫେରାର ହୋଇଯାଇଥିଲା। ଯାହା…
ଗୁରୁଙ୍କ ରାଶି ପରିବର୍ତ୍ତନ 2021: ଦେବ ଗୁରୁ ବୃହସ୍ପତିଙ୍କର ବୃହତ୍ତମ ଗ୍ରହର ସ୍ଥିତି ରହିଛି। 20 ନଭେମ୍ବର 2021 ରେ 12 ବର୍ଷ ପରେ ବୃହସ୍ପତି ସମସ୍ତ ରାଶି ଦେଇ ଭ୍ରମଣ କରିବା ପରେ କୁମ୍ଭ ରାଶିରେ ପ୍ରବେଶ କରିଛନ୍ତି। ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ଦ୍ବାରା 6 ଟି ରାଶି ପାଇଁ ଏହା ଅଧିକ ଲାଭଦାୟ ରହିବ। ମେଷ: ମେଷମାନଙ୍କ ପାଇଁ, କୁମ୍ଭରେ ବୃହସ୍ପତିର ଗମନାଗମନ ଏକାଦଶ ଘରେ ଘଟୁଛି । ତୁମେ ଭଲ ସମୟ ପାଇବ । ପରିବାରରେ ସୁଖ ଏବଂ ସମୃଦ୍ଧତା ରହିବ । ଯଦି ଆପଣ ଜଣେ ବ୍ୟବସାୟୀ, ଲାଭର ସମ୍ଭାବନା ସୃଷ୍ଟି ହେଉଛି ଏବଂ ଯଦି ଆପଣ ଚାକିରୀ କରନ୍ତି ତେବେ ପଦୋନ୍ନତିର ଏକ ସମ୍ଭାବନା ଅଛି । ଯଦି ବିବାହ ହୋଇନାହିଁ, ତେବେ ଯୋଗ ଗଠନ ହେଉଛି । ଘର କିଣିବା ଏବଂ କିଛି ଭଲ କାମ କରିବାର ସମ୍ଭାବନା ମଧ୍ୟ ଅଛି ।…
ନୂଆଦିଲ୍ଲୀ: ଡିସେମ୍ବର ମ।ସରେ ୪ଟି ଗ୍ରହ ସେମ।ନଙ୍କର ର।ଶି ପରିବର୍ତ୍ତନ କରୁଛନ୍ତି । ସେମ।ନେ ହେଲେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର । ଏହି ଗ୍ରହମ।ନଙ୍କର ର।ଶି ପରିବର୍ତ୍ତନ କରିବା ଦ୍ବ।ରା ସମସ୍ତ ୧୨ ଟି ର।ଶି ସହିତ ପୃଥିବୀ ପ୍ରକୃତି ପ୍ରଭ।ବିତ ହେବ। ଡିସେମ୍ବର ମ।ସରେ କେଉଁ ଗ୍ରହମ।ନେ ସେମ।ନଙ୍କର କେଉଁ ରାଶି ପରିବର୍ତ୍ତନ କରୁଛନ୍ତି ଆସନ୍ତୁ ଜ।ଣିବା ୧.ମଙ୍ଗଳ ର।ଶି ପରିବର୍ତ୍ତନ: ଡିସେମ୍ବର ୫, ୨୦୨୧ ରେ ମଙ୍ଗଳ ଗ୍ରହ ତୂଳା ରାଶି ଛ।ଡି ବିଛ। ରାଶିକୁ ଗମନ କରିବେ । ବିଛାରେ ମଙ୍ଗଳ ଗ୍ରହ ୨୦ ଡିସେମ୍ବର ୨୦୨୧ ରୁ ୪ ଜାନୁୟ।ରୀ ୨୦୨୨ ପର୍ଯ୍ୟନ୍ତ ରହିବେ। ୨. ଶୁକ୍ର ରାଶି ପରିବର୍ତ୍ତନ: ଡିସେମ୍ବର ୮, ୨୦୨୧ ରେ ଶୁକ୍ର ଧନୁ ରାଶିରୁ ମକର ରାଶିକୁ ଗମନ କରିବେ। ମକର ରାଶିରେ ଶୁକ୍ର ୮ ଡିସେମ୍ବର ୨୦୨୧ ରେ ର।ତି ୧୨:୫୬ ରୁ ୩୦ ଡିସେମ୍ବର…
ଭୁବନେଶ୍ବର: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଛଅ ଜଣ ଯଦି ଶୋଇଛନ୍ତି ତେବେ ସେମାନଙ୍କୁ ଉଠାନ୍ତୁ ନାହିଁ। ଯଦି ଉଠାଇବେ ତେବେ ହୋଇପାରେ ମୃତ୍ୟୁ କିମ୍ବା ଅସୁବିଧା। ତେଣୁ ଯେଉଁମାନେ ଚାଲକ ବ୍ୟକ୍ତି ସେମାନେ କେବେ ବି ଏମାନଙ୍କୁ ନିଦ୍ରାରୁ ଜାଗ୍ରତ କରନ୍ତି ନାହିଁ। ତେବେ ଚାଣକ୍ୟଙ୍କ ମତରେ ଏହି ଛଅ ଜଣ ହେଉଛନ୍ତି ସର୍ପ, ରାଜା, ହିଂସ୍ର ପଶୁ, ଅନ୍ୟର କୁକୁର, ଶିଶୁ ଏବଂ ମୂର୍ଖ। ସାପ ଶୋଇଥିଲେ ଯଦି ଆପଣ ତାକୁ ଉଠାନ୍ତି ତେବେ ସେ ଚଟକରି ଦଂଶନ କରିବ। ସେହିପରି ରାଜା ଶୋଇଥିଲେ ତାଙ୍କ ନିଦ୍ରଭଙ୍ଗ କଲେ ସେ ହୁଏତ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଦେବେ। ସେହିପରି ହିଂସ୍ର ପଶୁ ଯଥା ବାଘ, ସିଂହ, ବରାହ ପ୍ରଭୃତି ପଶୁଙ୍କୁ ନିଦରୁ ଉଠାଇଲେ ସେମାନେ ମାରି ଗୋଡାଇବା ନିଶ୍ଚିତ। ସେହିପରି ଅନ୍ୟର କୁକୁରକୁ ମଧ୍ୟ ନିଦରୁ ଉଠାଇଲେ ସେ ଆକ୍ରମଣ କରିବା ଥୟ। ଅନ୍ୟପକ୍ଷରେ…
ମେଷ: ପରିବାରରେ ସୁଖ ଏବଂ ଶାନ୍ତି ରହିବ । ଆପଣଙ୍କ ଯୋଜନା ସଫଳ ହେବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ବ୍ୟବସାୟ ଲାଭଦାୟକ ହେବ । ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ । କର୍ମ କ୍ଷେତ୍ରରେ ପରିବର୍ତ୍ତନ ସମ୍ଭବ । ବିରୋଧୀମାନେ ସକ୍ରିୟ ରହିବେ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଆପଣ ସାଙ୍ଗମାନଙ୍କୁ ସାହାଯ୍ୟ କରିପାରିବେ । ଆୟ ବୃଦ୍ଧି ପାଇବ । ସେୟାର ବଜାରରୁ ଲାଭ ମିଳିବ । କୌଣସି କ୍ଷେତ୍ରରେ ତତ୍ପରତା ହୁଅନ୍ତୁ ନାହିଁ । ବୃଷ : ବିନିଯୋଗ ଶୁଭ ହେବ । ପୂଜାପାଠରେ ଆଗ୍ରହ ରହିବ । ଆଇନଗତ ବାଧା ଦୂର ହେବ । ଶୀଘ୍ର କାର୍ଯ୍ୟ କଲେ କ୍ଷତି ସମ୍ଭବ । ଥକ୍କା ଲାଗିବ । ଭୋଜି ଖାଇବା ଠାରୁ ଦୂରେଇ ରୁହନ୍ତୁ । ପାରିବାରିକ ସହାୟତା ଉପଲବ୍ଧ ହେବ । ଲାଭ ସୁଯୋଗ ଆସିବ ।…
ଭୁବନେଶ୍ବର: ପ୍ରଥମାଷ୍ଟମୀରେ ସାଧାରଣତଃ ଘରର ପ୍ରଥମ ସନ୍ତାନଙ୍କୁ ପୂଜା କରାଯାଇଥାଏ। ସେହିପରି ଭଗବାନ ହେଲେ ମଧ୍ୟ କଣ ହେଲା ପ୍ରଭୃ ଲିଙ୍ଗରାଜ ମଧ୍ୟ ଏହି ଦିନ ପଢୁଆଁ ହୋଇଥାନ୍ତି। ଲିଙ୍ଗରାଜଙ୍କ ରିତିନୀତିରେ ଏହି ପ୍ରଥମାଷ୍ଟମୀ ଏକ ମହତ ରଖେ। ସେଦିନ ଏକ ସ୍ବତନ୍ତ୍ର ପୂଜା କରାଯାଇଥାଏ। ପ୍ରଥମାଷ୍ଟମୀ ଦିନ ଲିଙ୍ଗରାଜ ମହାପ୍ରଭୁଙ୍କର ମାମୁଁଘର ଯାତ୍ରା ହୋଇଥାଏ । ଲିଙ୍ଗରାଜ ମହାପ୍ରଭୁ ଏହିଦିନ ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ତାଙ୍କ ମାମୁଁଘର ରୂପେ ପରିଚିତ କପାଳିମଠକୁ ପଢୁଆଁ ହେବା ପାଇଁ ଯାଆନ୍ତି। ଏହି ମଠର ଆରାଧ୍ୟ ଦେବତା ‘ବରୁଣେଶ୍ୱର’ ଓ ‘ବନଦେବ’ । ଏ ଦୁହେଁ ଲିଙ୍ଗରାଜଙ୍କର ମାମୁଁ- ମାଇଁ ରୂପେ ପ୍ରଖ୍ୟାତ । ଏହି ମଠ ହତାରେ ଗୋଟିଏ ପୁଷ୍କରିଣୀ ରହିଛି । ତାହା ପାପନାଶିନୀ ରୂପେ ପରିଚିତ । ପ୍ରଥମାଷ୍ଟମୀ ଦିନ ଏହି ପୁଷ୍କରିଣୀର ଜଳ ପାନକଲେ ପାପକ୍ଷୟ ହୁଏ ଓ ବନ୍ଧ୍ୟାନାରୀ ସନ୍ତାନବତୀ ହୁଅନ୍ତି ବୋଲି ପ୍ରବାଦ ଅଛି…
ଭୁବନେଶ୍ବର: ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ଜିଲ୍ଲା ପାଇଁ ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ଯୋଜନା ଆରମ୍ଭ କରି ପ୍ରଥମେ ବନ୍ଦେ ଉତ୍କଳ ଜନନୀର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ସ୍ମରଣ କରିଥିଲେ ଏବଂ ଇରମ ମାଟିକୁ ପ୍ରଣାମ ଜଣାଇଥିଲେ । ଭଦ୍ରକ ପାଇଁ ୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ସେଠାରେ ଜିଲ୍ଲା ମୁଖ୍ୟାଳୟ ପାଇଁ ଏକ ୩୦୦ ଶଯ୍ୟାବିଶିଷ୍ଟ ହସ୍ପିଟାଲ ବିଲ୍ଡିଂର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭଦ୍ରକ ଜିଲ୍ଲାରେ ୯୫୦ କୋଟି ଟଙ୍କାରେ ଦୁଇଟି ମେଗା ପାଇପ ପାଣି ପ୍ରକଳ୍ପ କାମ ଜାରି ରହିଛି । ଏହାଦ୍ବାରା ୭ ଲକ୍ଷରୁ ଅଧିକ ଲୋକ ଉପକାର ପାଇବେ । ଭଦ୍ରକରେ ମିଶନ ଶକ୍ତିର ମା ମାନେ ଭଲ କାମ କରୁଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସରକାରଙ୍କ ବିଭିନ୍ନ ଯୋଜନାରେ…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବର ଜିଲ୍ଲାର ସ୍ମାର୍ଟ କାର୍ଡର ଶୁଭାରମ୍ଭ ଅବସରରେ ୧୫୦୦ କୋଟି ଟଙ୍କାର ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଥିଲେ। ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତଙ୍କ ପାଖରେ ଭଲ ପିଇବା ପାଣି ପହଞ୍ଚାଇବା ଆମର ଏକ ମୁଖ୍ୟ ଲକ୍ଷ୍ୟ । ବାଲେଶ୍ବରର ୬ଟି ବ୍ଲକ୍ରେ ୯୦୦ କୋଟିରୁ ଅଧିକ ଟଙ୍କାର ବିନିଯୋଗରେ ମେଗା ପାଇପ ପାଣି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ଏହାଦ୍ବାରା ୬୬୦ଟି ଗାଁର ୬.୫୦ ଲକ୍ଷ ଲୋକ ଭଲ ପିଇବା ପାଣି ପାଇପାରିବେ । ମାଛ ଉତ୍ପାଦନରେ ବାଲେଶ୍ବର ଏକ ଆଗୁଆ ଜିଲ୍ଲା ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜିଲ୍ଲାର ମତ୍ସ୍ୟଜୀବୀ ମାନଙ୍କ ସୁବିଧା ପାଇଁ ବସ୍ତା ଠାରେ ୨୦ ଏକର ଜମିରେ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏକ ବଡ Whosesale Fish Market କରାଯିବ। ଏହାଦ୍ବାରା ବାଲେଶ୍ବର ସହିତ କେନ୍ଦ୍ରାପଡା ଓ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ବର ଓ ଭର୍ଚୁଆଲ ମାଧ୍ୟମରେ ଭଦ୍ରକ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ବାଲେଶ୍ବରର ୨୦ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଭଦ୍ରକର ୧୧ ଲକ୍ଷରୁ ଅଧିକ ଲୋକ ସ୍ମାର୍ଟ କାର୍ଡ ପାଇବେ । ଏହାସହିତ ରାଜ୍ୟର ୨୧ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ । ପ୍ରଥମେ ମୁଖ୍ୟମନ୍ତ୍ରୀ ବ୍ୟାସକବି ଫକୀରମୋହନ ଓ କବିବର ରାଧାନାଥ ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଓଡିଶାର ଭାଷା ଓ ସାହିତ୍ୟର ଗୌରବ ବୃଦ୍ଧି କ୍ଷେତ୍ରରେ ଏହି ଦୁଇ ମହାରଥୀଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ । ସେହିପରି ସ୍ବାଧୀନତା ସଂଗ୍ରାମରେ ବାଲେଶ୍ବରର ସ୍ବତନ୍ତ୍ର ଅବଦାନ ବିଷୟରେ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାଲେଶ୍ବର ଜିଲ୍ଲା କୃଷି, ଶିଳ୍ପ, ପର୍ଯ୍ୟଟନ ସବୁ କ୍ଷେତ୍ରରେ ଆଗୁଆ । ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭଦ୍ରକ…
ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବୀରେନ୍ ମିତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଭୁବନେଶ୍ୱର ଜୟଦେବ ବିହାର ଛକସ୍ଥିତ ତାଙ୍କ ପ୍ରତିମୂର୍ତିରେ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଏଥିରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବଡମ୍ବା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଓଡିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡର ଅଧ୍ୟକ୍ଷ ତଥା ବୀରେନ୍ ମିତ୍ର ଫାଉଣ୍ଡେସନ,କଟକର ସଭାପତି ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଓ ଅନୁଷ୍ଠାନର ଅନ୍ୟ କର୍ମକର୍ତା, ସୂଚନା ଓ ଲୋକ ସଂପର୍କ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ବୀରେନ ମିତ୍ରଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚୀତ ଜାତି ବିଭାଗ ପକ୍ଷରୁ ସମ୍ବିଧାନ ବଂଚାଓ ଦିବସ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ, କଂଗ୍ରେସ ଭବନ ଠାରେ ବିଭାଗର ଅଧ୍ୟକ୍ଷ ଶ୍ରୀ ବାଙ୍କନିଧି ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଛି । ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଲେ ଯେ ସମ୍ବିଧାନର ସୁରକ୍ଷା ନ ହେଲେ ଦେଶ ସୁରକ୍ଷିତ ହୋଇପାରିବ ନାହିଁ । ବର୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ବିଧାନରେ ଥିବା ନିତି, ନିୟମ ଓ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛନ୍ତି । ପ୍ରତ୍ୟେକ ନାଗରିକ ପାଇଁ ସାମ୍ବିଧାନିକ ବ୍ୟବସ୍ଥା ରହିଥିଲେ ମଧ୍ୟ ଆଜି ତାହା ଦିନକୁ ଦିନ ଅବକ୍ଷୟ ହେବାରେ ଲାଗିଛି । ଆମେ ପ୍ରତ୍ୟେକ ନାଗରିକ ଏ ଦିଗରେ ସଚେତନ ରହି କାର୍ଯ୍ୟକରିବା ଦରକାର । ସମ୍ବିଧାନ ପ୍ରତି ସମ୍ମାନ ଜଣାଇ ଓ ଏହାର ସୁରକ୍ଷା ପାଇଁ ଆଜି ନେତୃବୃନ୍ଦ…
ଭୁବନେଶ୍ୱର : ଗତକାଲି ସଂଧ୍ୟାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଜୟଦେବ ବିହାରରେ ମହିଳାମାନେ ଘେରାଉ କରିଥିଲେ। ତାଙ୍କ ଆଞ୍ଚଳର ବସ୍ତିର କିଛି ଉନ୍ନତି ହୋଇ ନାହିଁ ବୋଲି ଦାବୀ କରିଥିଲେ। ଦୀର୍ଘ ସମୟଧରି ସାଂସଦଙ୍କୁ ଘେରାଉ କରିବା ସହିତ ଠେଲାପେଲା କରିଥିଲେ ବୋଲି ସାଂସଦ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଆଜି ସାଂସଦ ଅପରାଜିତା ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ସେ ନିଜେ ମହିଳା ସାଂସଦ ଭାବେ ସୁରକ୍ଷିତ ନୁହଁନ୍ତି, ସରକାର ସୁରକ୍ଷା ଦିଅନ୍ତୁ ବୋଲି ଦାବୀ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀ ପରେ ବିଜେଡି ତରଫରୁ ତୀବ୍ର ପ୍ରତିକ୍ରିୟା ରଖାଯାଇଛି। ଦଳ ପାଲଟା ସାଂସଦଙ୍କୁ ଦୋଷାରୋପ କରିଛି। ବିଜେଡି କହିଛି ଯେ, ଗୁରୁବାର ଦିନ ସନ୍ଧ୍ୟାରେ ବିଭିନ୍ନ ସମସ୍ୟା ନେଇ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରଶ୍ନ ପଚାରିବାକୁ ଯାଇଥିବା ସ୍ଥାନୀୟ ବସ୍ତିର ମହିଳାମାନଙ୍କୁ ଯେଉଁ ଭଳି ଭାବେ ସାଂସଦଙ୍କ ଘରୋଇ…

