ମେଷ: ପରିବାରରେ ସୁଖ ଏବଂ ଶାନ୍ତି ରହିବ | ଯୋଜନା ସଫଳ ହେବ। କର୍ମକ୍ଷେତ୍ରରେ ପ୍ରଭାବ ବୃଦ୍ଧି ପାଇବ | ବ୍ୟବସାୟ ଏବଂ କାରବାର ଲାଭଦାୟକ ହେବ | ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ | କର୍ମକ୍ଷେତ୍ରରେ ପରିବର୍ତ୍ତନ ସମ୍ଭବ | ବିରୋଧୀମାନେ ସକ୍ରିୟ ରହିବେ | ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ | ଆପଣ ସାଙ୍ଗମାନଙ୍କୁ ସାହାଯ୍ୟ କରିପାରିବେ | ଆୟ ବୃଦ୍ଧି ପାଇବ | ସେୟାର ବଜାରରୁ ଲାଭ ମିଳିବ | ତତ୍ପରତା ଦେଖାନ୍ତୁ ନାହିଁ। ବୃଷ: ବିନିଯୋଗ ଶୁଭ ହେବ | ପୂଜାପାଠରେ ଆଗ୍ରହ ରହିବ | ଆଇନଗତ ବାଧା ଦୂର ହେବ | ଶୀଘ୍ର କ୍ଷତି ସମ୍ଭବ | ଥକ୍କା ଲାଗିବ | କୁସଙ୍ଗ ଠାରୁ ଦୂରେଇ ରୁହନ୍ତୁ | ପାରିବାରିକ ସହାୟତା ଉପଲବ୍ଧ ହେବ | ଲାଭ ସୁଯୋଗ ଆସିବ | ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ | ଘର ବାହାରେ…
Author: Samikhsya Bureau
ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଛି। ମୁଖପାତ୍ର ପଦ୍ମାକର ଗୁରୁ ଓ ପ୍ରଦେଶ ମହିଳା କଂଗ୍ରେସ କମିଟି ସଭାନେତ୍ରୀ ବନ୍ଦିତା ପରିଡ଼ା ସାମ୍ବାଦିକଙ୍କୁ ସମ୍ବୋଧିତ କରିଥିଲେ। ରାଜ୍ୟରେ ମହିଳା ଓ ଶିଶୁ ନିଖୋଜ ଉପରେ ବଢ଼ୁଥିବା ନିର୍ଯ୍ୟାତନା, ଅପହରଣ, ଅପରାଧି, ବଳାତ୍କାର, ଗଣବଳାତ୍କାର ଓ ହତ୍ୟାକୁ ନେଇ ରାଜ୍ୟସାରା ଆଲୋଡ଼ନ ସୃଷ୍ଟି ହେଉଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଦାବିଷ୍ଣୁ ସାଜି ଚୁପ୍ ରହିବା ମହିଳାଙ୍କ ଲାଗି ଚରମ ଅପମାନ ବୋଲି ମୁଖପାତ୍ର ପଦ୍ମାକର ଗରୁ କହିଛନ୍ତି। ସଂପ୍ରତି ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ପ୍ରସଙ୍ଗ କମ୍ରଶ ରାଜ୍ୟ ବାତାବରଣକୁ ଅତିଶୟ ପ୍ରଭାବିତ କରବାକୁ ନେଇ ଜନସାଧାଣଙ୍କର ଆକ୍ରୋଶକୁ ମୁଖ୍ୟମନ୍ତ୍ରୀ ବୁଝି ନପାରିବା ଅତ୍ୟନ୍ତ ପୀଡ଼ାଦାୟକ ଅଟେ। କିଛି ବର୍ଷ ଧରି ମୁଖ୍ୟମନ୍ତ୍ରୀ ହାତଗଣତି ୪ ଜଣଙ୍କର କଥାରେ ପଡ଼ି ରାଜ୍ୟର ତଥା ରାଜ୍ୟବାସୀଙ୍କର ଭାବନାକୁ ଯେପରି କୁଠାରଘାତ କରୁଛନ୍ତି। ତାହା…
ଭୁବନେଶ୍ବର: ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଖାଲି ଥିବା ଓଡିଶା ମେଡିକାଲ ଓ ସ୍ବାସ୍ଥ୍ୟସେବା (ଓଏମ୍ଏଚ୍ଏସ) ଗ୍ରୁପ-ଏ (ଜୁନିଅର ବ୍ରାଞ୍ଚ)ରେ ଡାକ୍ତର ପଦବୀ ପୂରଣ କରିବାକୁ ଯାଉଛନ୍ତି। ଓଡିଶା ରାଜ୍ୟ ପବ୍ଲିକ୍ ସର୍ଭିସ କମିଶନଙ୍କ ମାଧ୍ୟମରେ ୮୧ଟି ପଦବୀ ନିମନ୍ତେ ଅନୁସୂଚୀତ ଜାତି ଓ ଜନଜାତି ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ରାଜ୍ୟରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ଥିବା ଖାଲି ପଦ ସଂପର୍କରେ ସୂଚୀତ କରିଛନ୍ତି। ନୂଆ କରି ନିଯୁକ୍ତି ପାଇବାକୁ ଥିବା ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୮୧ଟି ପଦବୀରୁ ଅନୁସୂଚୀତ ଜାତି ପାଇଁ ୪୭ଟି ଓ ଅନୁସୂଚୀତ ଜନଜାତି ପାଇଁ ୩୪ଟି ପଦବୀ ସଂରକ୍ଷିତ। ଓ.ପି.ଏସ୍.ସି ଦ୍ବାରା ପ୍ରାର୍ଥୀ କୃତକାର୍ଯ୍ୟ ହୋଇସାରିବା ପରେ ସାଧାରଣ ପ୍ରଶାସନ ବିଭାଗର ନିୟମ ଅନୁସାରେ ପ୍ରାର୍ଥୀ ମାନେ ଇ-କାଉନସେଲିଂରେ ଯୋଗ ଦେଇଥିଲେ। ଏହି ଅଧାରରେ ମେଡିକାଲ ଅଫିସର…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ୱେବ୍ ପୋର୍ଟାଲ ଲୋକାର୍ପିତ କରିଛନ୍ତି। ଗୋଟିଏ ହେଉଛି ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି ବିଭାଗର ଜନଶୁଣାଣୀ ପୋର୍ଟାଲ ଏବଂ ଦ୍ବିତୀୟଟି ହେଉଛି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ପ୍ରତିଷ୍ଠିତ ଓଡିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍ ପୋର୍ଟାଲ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆମର ସମସ୍ତ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛନ୍ତି ଜନସାଧାରଣ। ୫-ଟି କାର୍ଯ୍ୟକ୍ରମ ଜରିଆରେ ବୈଷୟିକ ଜ୍ଞାନର ସହାୟତାରେ ଲୋକଙ୍କୁ ଘର ପାଖରେ ସେବା ଯୋଗାଇ ଦେବାପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। କୌଣସି ସରକାରୀ କାର୍ଯ୍ୟାଳୟକୁ ନ ଯାଇ ସରକାରଙ୍କ ଠାରୁ ସେବା ପାଇବାର ସ୍ବାଧୀନତା ଲୋକଙ୍କୁ ଦିଆଯାଇପାରିଛି। ଏହି ନୂତନ ପୋର୍ଟାଲ ଦ୍ବାରା ଲୋକମାନେ ବିଭିନ୍ନ ଡିଜିଟାଲ ପ୍ଲାଟ୍ଫର୍ମରେ ଅଭିଯୋଗ ଦାଖଲ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟେକ୍ନୋଲୋଜି ହେଉଛି ଆମର ମୁଖ୍ୟ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ପିଡ଼ିଏସ ସାମଗ୍ରୀର ଚୋରା ଚାଲାଣ ସନ୍ଦେହରେ ପୋଲିସ ଏକ ଟାଟା ଏସି ଗାଡ଼ିକୁ ଜବତ କରିଛି। ଉକ୍ତ ଗାଡିଟି ଭେଟେଶ୍ୱର ଆଡୁ ବାଣପୁରକୁ ଆସୁଥିବାର ପୋଲିସ ଖବର ପାଇଥିଲା। ତେଣୁ ସନ୍ଦିଗ୍ଧ ଗାଡିଟିକୁ ପୋଲିସ ଅଟକ ରଖିବା ପରେ ସେଥିରୁ ପିଡ଼ିଏସ ସାମଗ୍ରୀ ଦେଖିବାକୁ ପାଇଥିଲା। ଗାଡିଟିକୁ ଜବତ କରି ପୋଲିସ ଥାନାକୁ ନେଇ ଆସିଥିବା ବେଳେ ଏହା ଉପରେ ତଦନ୍ତ ଜାରି ରହିଛି। ଏନେଇ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ: ରାୟଗଡା-ଗୁଣ୍ଟୁର ଏକ୍ସପ୍ରେସ୍ ପାର୍ବତୀପୁରମ୍ ଟାଉନ୍ ଏବଂ ଗଜପତିନଗରମ୍ ମଧ୍ୟରେ ସଂଶୋଧିତ ସମୟ ସାରଣୀରେ ଚଳାଚଳ କରିବ। ଦୈନନ୍ଦିନ ଯାତାୟାତ କରୁଥିବା ଟ୍ରେନ ଯାତ୍ରୀମାନଙ୍କ ସୁବିଧା ପାଇଁ, ପୂର୍ବ ତଟ ରେଳପଥ ରାୟଗଡା-ଗୁଣ୍ଟୁର-ରାୟଗଡା ଏକ୍ସପ୍ରେସକୁ ଗୁମଡା ଏବଂ ଜିମିଡିପେଟା ଷ୍ଟେସନ ଠାରେ ରହଣି ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଥିବାବେଳେ ରାୟଗଡା-ଗୁଣ୍ଟୁର ଏକ୍ସପ୍ରେସର ସମୟ ସାରଣୀକୁ ପାର୍ବତୀପୁରମ୍ ଟାଉନ୍ ଏବଂ ଗଜପତିନଗରମ୍ ମଧ୍ୟରେ ସଂଶୋଧିତ କରିଅଛି। ୧୭୨୪୩/୧୭୨୪୪ ଗୁଣ୍ଟୁର-ରୟାଗଡା-ଗୁଣ୍ଟୁର ଏକ୍ସପ୍ରେସ ଗୁଣ୍ଟୁରରୁ ଡିସେମ୍ବର ମାସ ପହିଲା ଠାରୁ ଏବଂ ରାୟଗଡ଼ାରୁ ଡିସେମ୍ବର ମାସ ୨ ତାରିଖ ଠାରୁ ଉଭୟ ପାର୍ଶ୍ୱରୁ ଉପରୋକ୍ତ ଷ୍ଟେସନଗୁଡିକରେ ରହଣି କରିବ। ୧୭୨୪୩ ଗୁଣ୍ଟୁର-ରାୟଗଡା ଏକ୍ସପ୍ରେସ ଗୁମଡାରେ ଅପରାହ୍ନ ୧୨ଘ.୫୮ମି.ରେ ପହଞ୍ଚି ୧ ଘଟିକାରେ ରେ ଛାଡିବ। ସେହିଭଳି, ଏହା ଜିମିଡିପେଟାରେ ଅପରାହ୍ନ ୧ଘ.୧୫ମି.ରେ ପହଞ୍ଚି ଅପରାହ୍ନ ୧ଘ.୧୭ମି.ରେ ରାୟାଗଡା ଅଭିମୁଖେ ଯିବ। ଫେରିବା ମାର୍ଗରେ ୧୭୨୪୪ ରାୟଗଡା-ଗୁଣ୍ଟୁର ଏକ୍ସପ୍ରେସ ଜିମିଡିପେଟାରେ ଅପରାହ୍ନ ୩ଘ.୪୫ମି.ରେ ପହଞ୍ଚି ଏବଂ ଅପରାହ୍ନ…
ଲକ୍ଷ୍ନୌ: ରାୟବରେଲି ସଦର ଆସନରୁ କଂଗ୍ରେସ ବିଧାୟକ ଅଦିତି ସିଂ ଏବଂ ଆଜମଗଡର ସଗଡି ଆସନରୁ ବାହୁଜନ ସମାଜ ପାର୍ଟିର ବନ୍ଦନା ସିଂ ବୁଧବାର ବିଜେପିରେ ଯୋଗ ଦେଇଛନ୍ତି। ସେ ରାଜ୍ୟ ସଭାପତି ସ୍ଵତନ୍ତ୍ର ଦେବ ସିଂଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ଏହି ଦୁଇ ବିଧାୟକଙ୍କ ପାଇଁ ବିଜେପିର ସଦସ୍ୟତା ପାଇବା ପରେ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିରେ ଦୁଇଟି ଲୋକପ୍ରିୟ ବିଧାୟକ ଯୋଗ ଦେଇଛନ୍ତି। ଜଣେ ଅଖିଳେଶ ଯାଦବ ଏବଂ ଡିମ୍ପଲଙ୍କୁ ଟକ୍କର ଦେବେ ଏବଂ ଅନ୍ୟ ଜଣେ ସୋନିଆ-ପ୍ରିୟଙ୍କାଙ୍କୁ ଟକ୍କର ଦେବେ। ଉଭୟ ଦଳିତ ଏବଂ ଶୋଷିତ ଲୋକଙ୍କ ପାଇଁ କାମ କରନ୍ତି। ୨୦୧୭ ୟୁପି ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟରୁ ଅଦିତି ସିଂ ଜିତିଥିଲେ। ସେ ରାୟବରେଲି ସାଦର ଆସନରୁ ଜିତିଛନ୍ତି। କଂଗ୍ରେସ ସହିତ ଅଦିତି ସିଂଙ୍କ ସମ୍ପର୍କ ଦୀର୍ଘ ଦିନ ଧରି ଖରାପ ଚାଲିଥିଲା। ସେ ଅନେକ ଥର…
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ଥାନା ଅଧୀନରେ ଥିବା ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇ ତିନି ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଅବକାରୀ ଇନ୍ସପେକ୍ଟର ସସ୍ମିତା ହୋତାଙ୍କ ନେତୃତ୍ୱରେ ଉକ୍ତ ଚଢ଼ାଉ କରାଯାଇଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଶୁକଦେବ ସେଠି (୪୦), ତୃପ୍ତିନାରାୟଣ ନାୟକ (୩୦) ଏବଂ ସୋମନାଥ ସାହୁ (୩୨)। ସେମାନଙ୍କ ନିକଟରୁ ଅବକାରୀ ବିଭାଗ ୯୪ ଲିଟର ଦେଶୀ ମଦ ଜବତ କରିଛି। ଏ ସଂକ୍ରାନ୍ତରେ ଖୋର୍ଦ୍ଧା ଅବକାରୀ ଥାନାରେ ପିଆର ନମ୍ବର ୫୮, ୫୯ ଓ ୬୦ ରେ ତିନି ଗୋଟି ମାମଲା ରୁଜୁହେବା ସହ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚଲାଣ କରାଯାଇଥିବାର ସୂଚନା ମିଳିଛି।
ଶ୍ରୀନଗର: ଆଜି ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଶ୍ରୀନଗରର ରାମବାଗରେ ସୁରକ୍ଷା ବାହିନୀଙ୍କ ଗୁଳିରେ ତିନିଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସାଧାରଣ ନାଗରିକଙ୍କ ହତ୍ୟାରେ ଏହି ଆତଙ୍କବାଦୀମାନେ ସମ୍ପୃକ୍ତ ଥିଲେ। ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ୍) ର ମେହେରାନ୍ ଓ ବାସିତ ବୋଲି ଜଣା ପଡିଛି। ତେବେ ପରିଚୟ ସମ୍ପର୍କରେ କୌଣସି ଅଫିସିଆଲ୍ ନିଶ୍ଚିତକରଣ ହୋଇନାହିଁ। ଅଧିକାରୀମାନେ କହିଛନ୍ତି ଯେ ଲାଲ ଚୌକ-ବିମାନବନ୍ଦର ରାସ୍ତାରେ ଥିବା ରାମବାଗ ବ୍ରିଜ ନିକଟରେ କିଛି ସମୟ ଗୁଳି ବିନିମୟରେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହାପୂର୍ବରୁ ନଭେମ୍ବର ୨୦ ତାରିଖରେ ସୁରକ୍ଷା ବାହିନୀ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ମୁଦାସିର ୱାଗେ ସମେତ ଦୁଇଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ଏହାପୂର୍ବରୁ ନଭେମ୍ବର ୧୭ ତାରିଖରେ ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ଦୁଇଟି ପୃଥକ ମୁକାବିଲାରେ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) କମାଣ୍ଡର ଆଫାକ ସିକନ୍ଦରଙ୍କ ସମେତ…
ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ଚମ୍ପାଗଡ଼ ଅଞ୍ଚଳରେ ଘରେ ପଶି କାର ଚୋରି କରିବା ଅଭିଯୋଗରେ ଜଣେ ଯୁବକକୁ ଚାନ୍ଦପୁର ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ଦୀପକ ତ୍ରିପାଠୀ। ସୂଚନା ମୁତାବକ ଗତକାଲି ମଧ୍ୟ ରାତ୍ରିରେ ଚମ୍ପାଗଡ଼ ଅଞ୍ଚଳର ସୁକାନ୍ତ ଦାସ ଘରେ ଶୋଇଥିବା ବେଳେ ଦୀପକ ତାଙ୍କ ଘରେ ପଶି ଏକ ମାରୁତି ଅଲ୍ଟୋ କାର ଚୋରି କରି ନେଇଯାଇଥିଲେ। ଏହା ଜାଣିପାରି ସଙ୍ଗେ ସଙ୍ଗେ ସୁକାନ୍ତ ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କୁ ସୂଚନା ଦେଇଥିଲେ। ଘଟଣାକୁ ଗୁରୁତ୍ୱର ସହ ନେଇ ଆଇଆଇସି ଶ୍ରୀ ଦାସ ସଙ୍ଗେ ସଙ୍ଗେ ନାଇଟ ପେଟ୍ରୋଲିଙ୍ଗ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଦୀପକଙ୍କୁ ପିଛା କରିବା ସହ ତାଙ୍କୁ କାବୁ କରିନେଇଥିଲେ। ତେବେ ଚୋରା ଗାଡିଟି ତାଙ୍କ ନିକଟରୁ ଉଦ୍ଧାର କରିବା ସହ ତାଙ୍କ ବିରୁଦ୍ଧରେ କେସ ନମ୍ବର ୧୫୯/୨୧…
ସୀତାରାମ ଅଗ୍ରୱାଲ ବାଣପୁର: ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର୍ସ ଆସୋସିଏସନ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବାଣପୁରଠାରେ ଏକ ବିଶାଳ ପଦଯାତ୍ରା କରାଯାଇଛି। ଆଜି ମଧ୍ୟାହ୍ନରେ ବାଣପୁର ବ୍ଲକର ପାଖାପାଖି ୫୦୦ ଜଣ ଅଙ୍ଗନବାଡି କର୍ମୀ ଓ ସହକର୍ମୀ ମାନେ ମା’ ଭଗବତୀଙ୍କ ମନ୍ଦିର ସମ୍ମୁଖରେ ଏକତ୍ରିତ ହୋଇ ଏକ ବିରାଟ ପଦଯାତ୍ରା ଆରମ୍ଭ କରିଥିଲେ। ଉକ୍ତ ପଦଯାତ୍ରାଟି ବାଣପୁର ସହର ପରିକ୍ରମା କରି ଶେଷରେ ବ୍ଲକ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା। ପରିଶେଷରେ ସଂଗଠନର କର୍ମକର୍ତ୍ତାମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ବାର ଦଫା ସମ୍ବଳିତ ଦାବିପତ୍ର ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକଙ୍କୁ ହସ୍ତାନ୍ତର କରିଥିଲେ। ଉକ୍ତ ଦାବିପତ୍ରରେ ଅଙ୍ଗନବାଡି କର୍ମୀ ଓ ସହକର୍ମୀଙ୍କୁ ସରକାରୀ କର୍ମଚାରୀ ଘୋଷଣା, ଅବସରକାଳୀନ ସହାୟତା ରାଶି ପ୍ରଦାନ, ଗ୍ରୀଷ୍ମ ଅବକାଶ ଲାଗୁ କରିବା, ରନ୍ଧନ ଗ୍ୟାସ ଚୁଲା ଓ ସିଲିଣ୍ଡର ପ୍ରଦାନ ଭଳି ବିଭିନ୍ନ ଦାବି ବିଷୟରେ ଉଲ୍ଲେଖ ଅଛି। ଉକ୍ତ କାର୍ଯ୍ୟକ୍ରମକୁ ସଂଗଠନର…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ ସୁଗାର ଚୋରା କାରବାର ଥମିବାର ନାଁ ନେଉନାହିଁ। ଆଜି ଟାଉନ ଥାନା ପୋଲିସ ପୁଣି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ଟାଉନ ଥାନା ଅନ୍ତର୍ଗତ ବିଡ଼ିଏ କଲୋନୀରେ ବ୍ରାଉନ ସୁଗାର କାରବାର ଚାଲିଥିବାର କୌଣସି ଏକ ବିଶେଷ ସୂତ୍ରରୁ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଖବର ପାଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ ମିଶ୍ର ଏବଂ ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ତୁରନ୍ତ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପୋଲିସ ସଂନ୍ଦିଗ୍ଧ ଅବସ୍ଥାରେ ତିନି ଜଣ ଯୁବକ ଉକ୍ତ ସ୍ଥାନରେ ବୁଲୁଥିବାର ଦେଖିବାକୁ ପାଇଥିଲା। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଏବଂ ପ୍ରତ୍ୟକ୍ଷ ସାକ୍ଷୀଙ୍କ ଉପସ୍ଥିତିରେ ପୋଲିସ ସମ୍ପୃକ୍ତ ଯୁବକମାନଙ୍କ ତଲାସୀ ନେଇଥିଲା। ଉକ୍ତ ସମୟରେ ସେମାନଙ୍କ…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଦିନକୁ ଦିନ ବେଲଗାମ୍ ହେବାରେ ଲାଗିଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ରନ୍ଧନ ଗ୍ୟାସର ଦର। ରନ୍ଧନ ଗ୍ୟାସର ଦର ହଜାର ଟଙ୍କା ଛୁଇଁ ଲାଣି। ଯାହାକି ମଧ୍ୟବିତ୍ତ ପରିଵାରର ଆର୍ଥିକ ମେରୁଦଣ୍ଡକୁ ହଲାଇ ଦେଉଛି। ଏହି ଦର ବୃଦ୍ଧିକୁ ନେଇ ଓଡିଶାରେ ଯୁବ, ମହିଳା, ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ ଖୋର୍ଦ୍ଧା ଯୁବ, ମହିଳା, ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ଆଜି ଟାଙ୍ଗୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି। ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ରଙ୍କ ନେତୃତ୍ଵରେ ହଜାର ହଜାର କର୍ମୀ ମାନେ କେନ୍ଦ୍ର ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେନ୍ଦ୍ର ସରକାର ତୁରନ୍ତ ରନ୍ଧନ ଗ୍ୟାସ ଦର କମାଇବାକୁ ଦଳର କାର୍ଯ୍ୟକର୍ତ୍ତାମାନେ ଦାବି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ ଯୋଗ ଦେଇ ରନ୍ଧନ ଗ୍ୟାସ…
ନୂଆଦିଲ୍ଲୀ: ମାର୍ଚ୍ଚ ୨୦୨୦ ମସିହାରେ ଦେଶରେ କରୋନା ମହାମାରୀ ସଂକ୍ରମଣ ହେବା ପରେ ପିଲାମାନଙ୍କର ସ୍କୁଲ ବନ୍ଦ ହୋଇଯାଇଥିଲା ଏବଂ ସେମାନଙ୍କୁ ଅନଲାଇନ୍ କ୍ଲାସ୍ କରିବାକୁ ପଡିଲା। ଅନେକ କମ୍ପାନୀର କର୍ମଚାରୀମାନେ କରୋନା ଭୟ ହେତୁ ଘରୁ ଅନଲାଇନ୍ ରେ ଅଫିସ୍ କାର୍ଯ୍ୟ କରୁଥିଲେ। ଏହା ପିଲାମାନଙ୍କ ପାଇଁ ହେଉ (ଅନଲାଇନ୍ କ୍ଲାସ୍) କିମ୍ବା କର୍ମଚାରୀଙ୍କ ପାଇଁ (ଘରୁ କାମ), ମୋବାଇଲ ଡାଟା ବିନା ଉଭୟ ସମ୍ଭବ ନୁହେଁ, ସେହିଭଳି ଅନଲାଇନ୍ କ୍ଲାସ୍ ଏବଂ ଘରୁ କାମ ହେତୁ ଲୋକଙ୍କ ମୋବାଇଲ୍ ବିଲ୍ ବୃଦ୍ଧି ପାଇଥିଲା। କିନ୍ତୁ ନଭେମ୍ବର ୨୫ ତାରିଖ ଅର୍ଥାତ୍ ଆସନ୍ତାକାଲି, ଲୋକଙ୍କ ବଜେଟ୍ ଆହୁରି ଖରାପ ହେବାକୁ ଯାଉଛି। କାରଣ ଭାରତ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ପ୍ରିପେଡ୍ ମୋବାଇଲ୍ ଶୁଳ୍କରେ ୨୦ ରୁ ୨୫ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଏହାର ଅର୍ଥ ହେଉଛି ମୋବାଇଲ୍ ଫୋନରେ କଥାବାର୍ତ୍ତା କରିବା ଏବଂ ମୋବାଇଲ୍ ଲାପଟପ୍…
ନୂଆଦିଲ୍ଲୀ: ମଶା ଆତଙ୍କରେ ସମସ୍ତେ ଅସୁବିଧାରେ ପଡ଼ନ୍ତି। ଏଭଳି ପରିସ୍ଥିତିରେ କିଛି ଲୋକ ମଶା ମାରିବା ପାଇଁ ଧୂପ, ତରଳ ପଦାର୍ଥ କିମ୍ବା ସ୍ପ୍ରେ ବ୍ୟବହାର କରନ୍ତି। କିନ୍ତୁ ତଥାପି କୌଣସି ସୁଫଳ ମିଳିନଥାଏ। କିନ୍ତୁ ଆପଣ ଜାଣନ୍ତି କି ଏହି ରାସାୟନିକ ପଦାର୍ଥ ବ୍ୟବହାର କରି ଆପଣଙ୍କ ଶରୀର ପାଇଁ କେତେ କ୍ଷତି ହୋଇପାରେ? ଆଜି ଆମେ ଆପଣଙ୍କୁ ଏପରି କିଛି ଘରୋଇ ଉପଚାର ବିଷୟରେ କହିବୁ, ଯାହା ମଶାକୁ ଘରୁ ମଧ୍ୟ ଦୂରେଇ ରଖିବ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ କ୍ଷତି ପହଞ୍ଚାଇବ ନାହିଁ। ଏହି ଘରୋଇ ଉପଚାରଗୁଡ଼ିକ ମଶାରୁ ମୁକ୍ତି ଦେବ। ୧- ଲେମ୍ବୁ ଏବଂ ଲବଙ୍ଗ: ସର୍ବପ୍ରଥମେ, ଏକ ଲେମ୍ବୁ ନେଇ ମଝିରୁ କାଟି ଦିଅନ୍ତୁ। ଏବେ ସେହି କଟା ଲେମ୍ବୁରେ କିଛି ଲବଙ୍ଗ ପକାନ୍ତୁ। ଏହା ପରେ, ଏହି ଲେମ୍ବୁକୁ ସେହି ସ୍ଥାନରେ ରଖନ୍ତୁ, ଯେଉଁଠାରେ ମଶା ହେବାର ସମ୍ଭାବନା ଅଧିକ। ଏହି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମୟ ସୀମାକୁ ଚାରି ମାସ ପାଇଁ ବୃଦ୍ଧି କରାଯାଇଛି। କେନ୍ଦ୍ର କ୍ୟାବିନେଟ ଏହି ସମୟ ସୀମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି। ଯାହାଫଳରେ ଆସନ୍ତା ଚାରି ମାସ ପାଇଁ ଗରିବଙ୍କୁ ମାଗଣାରେ ରାସନ ମିଳିପାରିବ। ଗରିବଙ୍କୁ ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମାଗଣାରେ ରାସନ ମିଳିପାରିବ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ଅଗ୍ରୀମ ରାସନ ଦେବା ପାଇଁ ନିବେଦନ କରିଥିଲେ।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ରୁଚି ହୋଟେଲ ନିକଟସ୍ଥ ରାସ୍ତା ପାର୍ଶ୍ଵରେ ଜଣେ ଅଜଣା ବ୍ୟକ୍ତି ଦୀର୍ଘ ସମୟ ଧରି ପଡ଼ି ରହିଥିଲେ। ଏ ନେଇ ଆଜି ଅପରାହ୍ନରେ ବାଲୁଗାଁ ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନାଙ୍କୁ ଜନସାଧାରଣ ସୂଚନା ଦେବାରୁ ଅଗ୍ନିଶମ ବିଭାଗ ଉକ୍ତ ଯୁବକଙ୍କୁ ରାସ୍ତାରୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କ ବୟସ ପାଖାପାଖି ୩୦ ହେବ ବୋଲି ଅନୁମାନ କରାଯାଉଛି।
ନୂଆଦିଲ୍ଲୀ: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (ଏମ୍ସ) ର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ ଏକ ବଡ ବିବୃତ୍ତି ଦେଇଛନ୍ତି। କୋଭିଡ-୧୯ ର ପ୍ରଥମ ଦୁଇଟି ତରଙ୍ଗ ଭଳି ତୃତୀୟ ତରଙ୍ଗ ସମାନ ତୀବ୍ରତାର ଆସିବାର ସମ୍ଭାବନା ନାହିଁ। ଏହି ସମୟରେ ସଂକ୍ରମଣର ବୃଦ୍ଧି ହେବାର ସମ୍ଭାବନା କମ ରହିଛି। କରୋନା ଭାଇରସଠାରୁ ଟିକାଗୁଡ଼ିକ ରକ୍ଷା କରିଥାଏ। କିନ୍ତୁ ବର୍ତ୍ତମାନ ତୃତୀୟ ବୁଷ୍ଟର ଡୋଜର କୌଣସି ଆବଶ୍ୟକତା ନାହିଁ ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ବୈଠକ ଶେଷ ହୋଇଛି। ସମସ୍ତ ତିନୋଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ କୃଷକ ଆଇନ ଫେରସ୍ତ ପାଇଁ ବିଲ୍ ଆଜି କ୍ୟାବିନେଟ୍ ବୈଠକରେ ଅନୁମୋଦନ କରାଯାଇଛି। କୃଷି ବିଲ୍ ପ୍ରତ୍ୟାହାର ପାଇଁ କ୍ୟାବିନେଟ୍ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ପାରିତ କରିଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ପ୍ରସଙ୍ଗରେ ଅପରାହ୍ନ ୩ଟାରେ ଏକ ସାମ୍ବାଦିକ ସମ୍ମିଳନୀ କରିପାରିବେ। ନଭେମ୍ବର ୧୯ ତାରିଖରେ ଦେଶକୁ ଦେଇଥିବା ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ ତିନୋଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଛନ୍ତି। କୃଷି ଆଇନ ପ୍ରତ୍ୟାହାର ପାଇଁ ଏହି ବିଲ୍ କ୍ୟାବିନେଟ୍ ଅନୁମୋଦନ କରିଛି। ଏହା ପରେ ସଂସଦର ଉଭୟ ଗୃହରେ ଏହା ପାରିତ ହେବ ଏବଂ ତିନୋଟି କୃଷି ଆଇନକୁ ଠିକ୍ ଭାବରେ ରଦ୍ଦ କରାଯିବ।
ପୁରୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକଳ୍ପନା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଶିଳାନ୍ୟାସରେ ଗଜପତି ମହାରାଜା, ବାଚସ୍ପତି ଡା ସୂର୍ଯ୍ୟନାରାୟଣ ପାତ୍ର ସାମିଲ ଥିଲେ। ପରିକଳ୍ପନା ପ୍ରକଳ୍ପରେ ଶ୍ରୀମନ୍ଦିର ସୁରକ୍ଷା କରିଡ଼ର ସୌନ୍ଦର୍ଯ୍ଯକରଣ ଉପରେ ଗୁରୁତ୍ଵ ଦିଆଯିବ। ସୁରକ୍ଷା କରିଡ଼ର ଚତୁର୍ପାଶ୍ଵରେ ସବୁଜ ବଳୟ ସୃଷ୍ଟି କରାଯିବ। ଭକ୍ତଙ୍କ ପାଇଁ ପରିକ୍ରମା ପଥ ନିର୍ମାଣ କରାଯିବ। ମନ୍ଦିର ଚାରିପଟେ ଥିବା ମଠ ମନ୍ଦିର ଗୁଡ଼ିକର ପୁନଃ ବିକାଶ କରାଯିବ। ଏହି ପ୍ରକଳ୍ପର ନିର୍ମାଣ ପାଇଁ ଟାଟା କମ୍ପାନୀକୁ ଦାୟିତ୍ଵ ଦିଆଯାଇଛି ବୋଲି ଜଣାପଡିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ୩ ଅତିରିକ୍ତ ଏସପି, ୧୦ ଡିଏସପି, ୪୦ ଇନ୍ସପେକ୍ଟରଙ୍କ ସହ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଶିଳାନ୍ୟାସ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାଟେରୀ ଚାଳିତ ଗାଡିରେ ବସି ପ୍ରକଳ୍ପର ପରିଦର୍ଶନ କରିଥିଲେ।
ଭୁବନେଶ୍ବର: ଓଡିଶା ରାଜନୀତିରେ ଏବେ ଏକ ନୂଆ ପ୍ରକାରର ନିତି ଦେଖିବାକୁ ମିଳିଛି, ତାହା ହେଲା ଅଣ୍ଡାଗିରି। ଏଥିପାଇଁ ଏହାକୁ ଅଣ୍ଡାଗିରି ବୋଲି କୁହାଯିବ କାରଣ କୌଣସି ଉନ୍ନୟନ କାର୍ଯ୍ୟରେ ରାଜ୍ୟ ମନ୍ତ୍ରୀ ହୁଅନ୍ତୁ କିମ୍ବା କେନ୍ଦ୍ର ମନ୍ତ୍ରୀ, ତାଙ୍କୁ ଓଡିଶାର ଅଣ୍ଡାମାଡର ସମ୍ମୁଖୀନ ହେବାକୁ ପଡିବ। ଯେଉଁମାନେ ଅଣ୍ଡା ଫିଙ୍ଗୁଛନ୍ତି ସେମାନଙ୍କ ପାଇଁ ବିକାଶ ନୁହେଁ ବଂର ତାଙ୍କର ଦାବୀ ପ୍ରମୁଖ। ସେଥିପାଇଁ ଏହାକୁ ଦାଦାଗିରି ପରି ଅଣ୍ଡାଗିରି ବୋଲି କୁହାଯିବ। ଗତ କିଛିଦିନ ଧରି ଓଡିଶାରେ ଏହି ଅଣ୍ଡାଗିରିର ପ୍ରାର୍ଦୁଭାବ ବଢିବାରେ ଲାଗିଛି। ବିଶେଷ କରି ବିଜେପି କର୍ମିମାନେ ଏହି ଅଣ୍ଡାଗିରିକୁ ବେଶୀ ପରିମାଣରେ ପ୍ରଦର୍ଶିତ କରୁଛନ୍ତି। ଆଉ ଆଶ୍ଚର୍ଯ୍ୟର କଥା ହେଲା ଯେ, ଏଥିରେ ସେହି ଅଣ୍ଡା ଫିଙ୍ଗାଳି ଏବଂ ତାଙ୍କର ନେତାମାନେ ମଧ୍ୟ ବେଶ ଖୁସି ପ୍ରକଟ କରୁଛନ୍ତି। କାରଣ ସେମାନେ ବିଭିନ୍ନ ଆନ୍ଦୋଳନ କରିବା ପରେ ମଧ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦେଲେ…

