ମୁମ୍ବାଇ: ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନବାବ ମଲିକ ବିଜେପି ନେତା ଦେବେନ୍ଦ୍ର ଫଡନଭିସଙ୍କ ବିରୋଧରେ ଅତ୍ୟନ୍ତ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ମଲିକ ଅଭିଯୋଗ କରିଛନ୍ତି ଯେ, ଦେବେନ୍ଦ୍ର ଫଡନଭିସଙ୍କ ପୃଷ୍ଠପୋଷକତାରେ ମୁମ୍ବାଇ, ମହାରାଷ୍ଟ୍ର ଏବଂ ଗୋଆରେ ଡ୍ରଗ୍ସ କାରବାର ହେଉଛି। ଏହା ପରେ ବର୍ତ୍ତମାନ ଦେବେନ୍ଦ୍ର ଫଡନଭିସ୍ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି ଆକ୍ରମଣ କରିଛନ୍ତି। ଫଡନଭିସ୍ କହିଛନ୍ତି ଯେ, ନବାବ ମଲିକଙ୍କ ଅଣ୍ଡରୱାର୍ଲ୍ଡ ସହିତ ଲିଙ୍କ ଅଛି, ମୁଁ ଗଣମାଧ୍ୟମକୁ ଏହାର ପ୍ରମାଣ ଦେବି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ, ନବାବ ମଲିକଙ୍କ ଅଭିଯୋଗ ହାସ୍ୟାସ୍ପଦ। ନଦୀ ସଂଗୀତ ପାଇଁ ଆସିଥିବା ଦଳକୁ ସୃଜନଶୀଳ ଦଳର ଜଣେ ସଦସ୍ୟ ଫଟୋଗ୍ରାଫ୍ କରିଥିଲେ। ୪ ବର୍ଷ ପୂର୍ବେ ଏହା ଏକ ଫଟୋ। ସେହି ବ୍ୟକ୍ତିଙ୍କ ସହିତ ମୋର ମଧ୍ୟ ଏକ ଫଟୋ ଅଛି। ଉଦ୍ଦେଶ୍ୟମୂଳକ ଭାବେ ମୋ ପତ୍ନୀଙ୍କ ସହ ଏକ…
Author: Samikhsya Bureau
ଲକ୍ଷ୍ନୌ: ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ଆଖି ମହିଳା ଭୋଟ୍ ବ୍ୟାଙ୍କ ଉପରେ ରହିଛି। ମହିଳା ଭୋଟ୍ ପାଇବା ପାଇଁ କଂଗ୍ରେସ ଅନେକ ବଡ ଘୋଷଣା କରୁଛି। କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବିଧାନସଭା ନିର୍ବାଚନରେ ମହିଳାମାନଙ୍କ ପାଇଁ ୪୦ ପ୍ରତିଶତ ଟିକେଟ୍ ଏବଂ ଛାତ୍ରୀମାନକୁ ସ୍ମାର୍ଟଫୋନ୍ ଓ ସ୍କୁଟି ଦେବା ପାଇଁ ପ୍ରତୁଶ୍ରୁତି ଦିଆଯାଇଛି। ଏଥି ସହିତ ପ୍ରିୟଙ୍କା ଗାନ୍ଧୀ ମହିଳାମାନଙ୍କ ପାଇଁ ଏକ ପୃଥକ ଘୋଷଣା ପତ୍ର ଜାରି କରିଛନ୍ତି। ଆଜି ସକାଳେ ଘୋଷଣା ପତ୍ର ପ୍ରକାଶ କରି ପ୍ରିୟଙ୍କା ୟୁପି ମହିଳାମାନଙ୍କ ପାଇଁ ଅନେକ ପ୍ରତିଶୃତି ଦେଇଛନ୍ତି। ଆଜି ସକାଳେ ପ୍ରିୟଙ୍କା ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି ଯେ, ମୋର ପ୍ରିୟ ଭଉଣୀମାନେ, ଆପଣମାନଙ୍କର ପ୍ରତ୍ୟେକ ଦିନ ସଂଘର୍ଷରେ ପରିପୂର୍ଣ୍ଣ। ଏହାକୁ ବୁଝି କଂଗ୍ରେସ ଦଳ ଆପଣଙ୍କ ପାଇଁ ଏକ ଅଲଗା ମହିଳା ଘୋଷଣା ପତ୍ର ପ୍ରସ୍ତୁତ କରିଛି। ଜାଣନ୍ତୁ ଘୋଷଣା ପତ୍ରରେ କ’ଣ…
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ପରାଜୟ ପରେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିବା ପ୍ରାୟ ଅସମ୍ଭବ ହୋଇପଡିଛି। କାରଣ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ର ଅଧା ମୁକାବିଲା ହୋଇସାରିଛି ଏବଂ ବର୍ତ୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହେଉଛି ତାହା ଭାରତ ପକ୍ଷରେ ନାହିଁ। ପ୍ରତ୍ୟେକ ଗ୍ରୁପରୁ ୨ ଟି ଦଳ ସେମିଫାଇନାଲକୁ ଉନ୍ନୀତ ହେବେ। ସେଥିମଧ୍ୟରୁ ପାକିସ୍ତାନର ସ୍ଥାନ ପ୍ରାୟ ନିଶ୍ଚିତ ହୋଇଛି। ଗ୍ରୁପ୍-୨ (ଭାରତ, ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ) ର ସମସ୍ତ ବଡ ଦଳକୁ ପାକିସ୍ତାନ ପରାସ୍ତ କରିଛି। ସେମାନଙ୍କ ମ୍ୟାଚରେ ୨ ଟି ଛୋଟ ଦଳ (ସ୍କଟଲ୍ୟାଣ୍ଡ, ନାମିବିୟା) ବାକି ଅଛି ଏବଂ ଏହି ମ୍ୟାଚଗୁଡିକରେ ସେମାନଙ୍କର ବିଜୟ ନିଶ୍ଚିତ ବୋଲି ବିବେଚନା କରାଯାଏ। ଏଭଳି ପରିସ୍ଥିତିରେ ଗ୍ରୁପରୁ ସେମିଫାଇନାଲକୁ ଯାଉଥିବା ଅନ୍ୟ ଦଳ ଉପରେ ସସପେନ୍ସ ରହିଛି। ପ୍ରଥମ ନାମ ଆଫଗାନିସ୍ତାନର ଅଛି। ୨ ଟି ମ୍ୟାଚ୍ ଜିତିବା ପରେ ଆଫଗାନିସ୍ତାନ ଦଳ ଗ୍ରୁପ ତାଲିକାରେ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୨ ହଜାର ୫୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୫୧ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୨ ଲକ୍ଷ ୮୫ ହଜାର ୮୧୪ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୮ ହଜାର ୪୩୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୬ ଲକ୍ଷ ୬୮ ହଜାର ୫୬୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୫୮ ହଜାର ୮୧୭ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୩୧୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୫୧ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୩୦ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… – ବାଲେଶ୍ୱର ଜିଲ୍ଲାରୁ – ୩ – ଭଦ୍ରକ ଜିଲ୍ଲାରୁ – ୧ – ବଲାଙ୍ଗୀରି ଜିଲ୍ଲାରୁ- ୧୦ – କଟକ ଜିଲ୍ଲାରୁ – ୩୨ – ଢେଙ୍କାନାଳ ଜିଲ୍ଲାରୁ – ୪ – ଗଜପତି ଜିଲ୍ଲାରୁ- ୧ – ଗଞ୍ଜାମ ଜିଲ୍ଲାରୁ- ୪ – ଜଗତସିଂହପୁର ଜିଲ୍ଲାରୁ – ୪ – ଯାଜପୁର ଜିଲ୍ଲାରୁ – ୯ – ଝାରସୁଗୁଡ଼ା ଜିଲ୍ଲାରୁ – ୨ – କଳାହାଣ୍ଡି ଜିଲ୍ଲାରୁ – ୧ – କନ୍ଧମାଳ ଜିଲ୍ଲାରୁ- ୧ – କେନ୍ଦ୍ରାପଡ଼ା ଜିଲ୍ଲାରୁ – ୮ – ଖୋର୍ଦ୍ଧାରୁ-…
ଭୁବନେଶ୍ବର: ଆଜିଠାରୁ ଓଡିଶାରେ ଭୋଟର ସଂଶୋଧନ ପକ୍ରିୟା ଆରମ୍ଭ ହେଲା। ଏନେଇ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଯେଉଁମାନଙ୍କର ବୟସ ଆସନ୍ତା ଜାନୁୟାରୀ 1 ତାରିଖ ସୁଦ୍ଧା 18 ବର୍ଷ କିମ୍ବା ତଦୁର୍ଦ୍ଧ ହେଉଛି ସେମାନେ ନାମ ପଂଜୀକରଣ ପାଇଁ ଆବେଦନ କରିପାରିବେ। ଏଥିସହିତ ଯେଉଁମାନେ ଠିକଣା ପରିବର୍ତ୍ତନ କରିବାକୁ ଚାହିଁବେ କିମ୍ବା କିଛି ସଂଶୋଧନ କରିବାକୁ ଚାହିଁବେ ସେମାନେ ଏହି ପକ୍ରିୟାରେ ଭାଗ ନେଇପାରିବେ। ତେବେ ଏହି ସଂଶୋଧନ ପକ୍ରିୟା ନଭେମ୍ବବର 1 ତାରିଖରୁ ଆରମ୍ଭ ହୋଇ 30 ତାରିଖ ପର୍ଯ୍ୟନ୍ତ ଚାଲିବ। କେମିତି କରିବେ ଆବେଦନ ଯେଉଁମାନେ ଭୋଟର ଲିଷ୍ଟକୁ ସଂଶୋଧନ ବା ନାମ ଯୋଗ କରିବାକୁ ଚାହୁଁଛନ୍ତି ସେମାନେ ଏସବୁ ମାଧ୍ୟମରେ ଆବେଦନ କରିପାରିବେ। 1- ଭୋଟର ତାଲିକାରେ ସଂଶୋଧନ କରିବାକୁ ଚାହୁଁଥିଲେ ଆପଣ ମୋବାଇଲ ଆପ ମାଧ୍ୟମରେ କରିପାରିବେ। ଆପଣ ପ୍ଲେ ଷ୍ଟୋରକୁ ଯାଇ ଭୋଟର ହେଲପଲାଇନ ଆପ ଡାଉନଲୋଡ…
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟନୀତିରେ କହିଛନ୍ତି ଯେ, ଯେଉଁମାନେ ବଞ୍ଚିଥିଲେ ମଧ୍ୟ ମୃତ୍ୟୁସମ ଜୀବନ ବାତାଇଥାନ୍ତି। ସେହି ହିସାବରେ ପାଞ୍ଚ ପ୍ରକାରର ଲୋକ ଅଛନ୍ତି ସେମାନେ ମୃତ୍ୟୁସମ ଜୀବନ ବାତାଇଥାନ୍ତି। ସେମାନେ ହେଲେ ଯାହାର ପତ୍ନୀଙ୍କର ମୃତ୍ୟୁ ହୋଇଥିବ, ଆତ୍ମୀୟସ୍ବଜନଙ୍କଠାରୁ ଅପମାନ, ଋଣଭାର, ଦୁର୍ଦ୍ଦାନ୍ତ ବା ଦୁଷ୍ଟ ମାଲିକଙ୍କ ପାଖରେ କାମ କରୁଥିବା ଏବଂ ଦାରିଦ୍ର ଭିତରେ ରହିଥିବା ଲୋକ। ଯେତେ ଧନ ସଂପତ୍ତି ଥାଉ ନା କାହିଁକି ପତ୍ନୀଙ୍କ ବିୟୋଗ ସବୁବେଳେ ଦୁଃଖଦାୟକ ହୋଇ ରହିଯାଏ। ସେହିପରି ଋଣ ନ ସୁଝିବା ପର୍ଯ୍ୟନ୍ତ କେହି ବି ଭଲରେ ରହିପାରିବ ନାହିଁ। ଅନ୍ୟ ଏକ ପ୍ରସଂଗ ହେଲା ଦୁଷ୍ଟ ବା ଦୁର୍ଦ୍ଦାନ୍ତ ଲୋକଙ୍କ ପାଖରେ କାମ କରିବାର କଷ୍ଟ ମଧ୍ୟ କିଛି କମ ନୁହେଁ।
ମେଷ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ। ସତସଙ୍ଗର ଲାଭ ହେବ। ତୀର୍ଥଯାତ୍ରା ଯୋଜନା କରାଯିବ। ଅନାବଶ୍ୟକ ଖର୍ଚ୍ଚ ହେବ। ସରକାରୀ ସହାୟତା ମିଳିବ। ବ୍ୟବସାୟ ବୃଦ୍ଧି ପାଇବ। ବିରୋଧୀମାନେ ସକ୍ରିୟ ରହିବେ। ପୁଂଜି ବିନିଯୋଗ ଶୁଭ ହେବ। ଆପଣଙ୍କର ନିଜସ୍ବ ବୁଦ୍ଧି ବ୍ୟବହାର କରନ୍ତୁ। ଚାକିରୀର କ୍ଷେତ୍ରରେ ପ୍ରଭାବ ବୃଦ୍ଧି ଘଟିବ। ବୃଷ- ବାଣିଜ୍ୟର ଲାଭ ଅଛି । ସାଙ୍ଗମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ। ଆପଣ କଠିନ ପରିଶ୍ରମର ଫଳ ପାଇବେ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ଉଚ୍ଚ ପଦାଧିକାରୀମାନେ ଖୁସି ହେବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଉତ୍ସାହ ବୃଦ୍ଧି ପାଇବ। ଆୟର ନୂତନ ମାଧ୍ୟମ ମିଳିବ। ରୋଜଗାର ସହଜ ହେବ। ଘର ବାହାରେ ସୁଖ ମିଳିବ। ମିଥୁନ- ଲାଭ ସୁଯୋଗ ଆସିବ। ଅଫିସରେ ଚାକିରିର ସୁଖ ଦେଖାଇବ। ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଇତ୍ୟାଦି ଅନୁକୂଳ ଲାଭ ଦେବ। ପରିବାରର ସହାୟତା ପାଇବାରେ…
ଭୁବନେଶ୍ବର: ଦେଶ ସ୍ୱାଧୀନ ହେବାର ୭୫ତମ ବର୍ଷରେ ଆମେ ପଦାର୍ପଣ କରିଛୁ। ଗତ ୭୫ ବର୍ଷ ଧରି ପ୍ରଗତିଶୀଳ ଭାରତ ଏବଂ ଏହାର ଜନସାଧାରଣ, ସଂସ୍କୃତି ଓ ଉପଲବ୍ଧିର ସମୃଦ୍ଧଶାଳୀ ଇତିହାସର ସ୍ମୃତିଚାରଣ ଓ ଏହାକୁ ପାଳନ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ‘ଆଜାଦୀ କା ଅମୃତ ମହୋତ୍ସବ’ ଆୟୋଜନ କରାଯାଉଛି। ଏହି ମହୋତ୍ସବ ଭାରତର ସେହି ମହାପୁରୁଷମାନଙ୍କ ପ୍ରତି ସମର୍ପିତ ଯେଉଁମାନେ କେବଳ ଦେଶକୁ ଏତେ ଦୂର ପର୍ଯ୍ୟନ୍ତ ଆଣିନାହାନ୍ତି ବରଂ ଏହି ଜୟ ଯାତ୍ରାରେ ଭାରତର ସାମାଜିକ, ସାଂସ୍କୃତିକ, ରାଜନୈତିକ ଏବଂ ଅର୍ଥନୈତିକ ପରିଚୟ ପାଲଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨୪ ଅକ୍ଟୋବର ୨୦୨୧ରେ ନିଜର ମନ କୀ ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ସେ ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, “କଳା, ସଂସ୍କୃତି, ସଙ୍ଗୀତ…
ଭୁବନେଶ୍ୱର: କଳ୍ପନା ଛକ ଟୋକା ସଂଘ ଦ୍ୱାରା ଅସହାୟ କର୍କଟ ପୀଡ଼ିତମାନଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠା ହୋଇଥିବା ସମାଜ ମଙ୍ଗଳ ହୁଣ୍ଡି ୨୦ତମ ସମାଜ ମଙ୍ଗଳ ହୁଣ୍ଡିର, ହୁଣ୍ଡିଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହୁଣ୍ଡିରୁ ଆଦୟ ମୋଟ ୨୦ ହଜାର ୧୫୦ଟଙ୍କା କଣାସ ବୀରକିଶୋରପୁର ଗ୍ରାମର ଛଅବର୍ଷର କର୍କଟ ପୀଡ଼ିତ ଶିଶୁ ସତ୍ୟନାରାୟଣ ସ୍ୱାଇଁକୁ ଅତିଥିମାନଙ୍କ ହସ୍ତରେ ପ୍ରଦାନ କରାଯାଇଛି। ସଂଘର ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଯୋଗଦେଇ ସମାଜ ମଙ୍ଗଳ ହୁଣ୍ଡି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଏସିପି ବିଷ୍ଣୁ ପ୍ରସାଦ ପାତ୍ର, ବିଜେଡ଼ି ରାଜ୍ୟ ସମ୍ପାଦକ ଅମରେଶ ଜେନା, ସମାଜସେବୀ ମୀରା ପରିଡ଼ା, କଣ୍ଠଶିଳ୍ପୀ ଡଃ ଜୟଶ୍ରୀ ଧଳ, ସମାଜସେବୀ ବନ୍ଦନା ହରିଚନ୍ଦନ, ସମାଜସେବୀ ଅମୀୟବାଳା ପରିଡ଼ା, ନିର୍ଦ୍ଦେଶକ ଚନ୍ଦ୍ରଭାନୁ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡିର ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣାରେ ଜୁନାଗଡ ବିଧାୟକ ତଥା ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ବିରୋଧ ବିକ୍ଷୋଭ ଜାରି ରହିଥିବା ବେଳେ ଜୁନାଗଡ ସହରରେ ଶନିବାର ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖିବାକୁ ମିଳିଛି। ଜୁନାଗଡ ଗସ୍ତ ସମୟରେ ସହସ୍ରାଧିକ ମହିଳା ସ୍ଥାନୀୟ ନିର୍ମାଣଧିନ ନୂଆ ବସଷ୍ଟାଣ୍ଡ ପାଖରେ ଜାତୀୟ ରାଜପଥରେ ମନ୍ତ୍ରୀଙ୍କୁ ଫୁଲମାଳା ଅର୍ପଣ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସେଠାରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମ ପରିସରରେ ମହିଳା ଓ ଶିଶୁଙ୍କ ପାଇଁ ଏକ ଉଦ୍ୟାନର ଶିଳାନ୍ୟାସ କରିବା ଅବସରରେ ମାତୃଜାତି ପ୍ରତି ମୋର ସ୍ୱତନ୍ତ୍ର ସମ୍ମାନ ରହିଛି ଓ ରହିବ ବୋଲି ମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସେଠାରୁ ମନ୍ତ୍ରୀ ସମର୍ଥକ ମାନଙ୍କ ସହିତ ସ୍ଥାନୀୟ ବ୍ଲକ ଛକ ପର୍ଯ୍ୟନ୍ତ ଆସିଥିବା ଦେଖାଯାଇଥିଲା। ସେହିପରି ରବିବାର ମନ୍ତ୍ରୀ ଜୁନାଗଡ ନିର୍ବାଚନ ମଣ୍ଡଳୀ ଗସ୍ତ କରି ମୋପରିବାର-ବିଜୁ ପରିବାର କାର୍ଯ୍ୟକ୍ରମରେ…
କନ୍ଦର୍ପ ବେହେରା ରେଢାଖୋଲ: ଆଜି ନାକଟିଦେଉଳ ଥାନା ମାରଓାଡିମୁଣ୍ଡା ଗ୍ରାମ ନିକଟରେ ଟାଟାମେଜିକ ଓ ବାଇକ ମୁହାଁ ମୁହିଁ ହେବାଫଳରେ ୨ ଜଣ ଆହତ ହୋଇଥିବା ଜଣା ପଡିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଦେବଗଡ ଜିଲ୍ଲା କଣ୍ଢଳ ନିକଟସ୍ଥ ବାବୁତଇଲା ଗ୍ରାମର ସୁନିଲ୍ ଡୁଙ୍ଗଡୁଙ୍ଗ (୩୦) ଓ ସରୋଜ୍ କୁଜୁର(୨୬) ଅପରାହ୍ନ ୪ଟାରେ ନାକଟିଦେଉଳ ପଟୁ ନିଜ ଗ୍ରାମ ବାବୁତଇଲାକୁ ନିଜର ହୋଣ୍ଡାସାଇନ୍ ରେ ଫେରୁଥିବା ବେଳେ ମାରଓାଡିମୁଣ୍ଡା ନିକଟରେ ଅପରପାଶ୍ୱର୍ରୁ ଆସୁଥିବା ଟାଟା ମେଜିକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ବାଇକ୍ ଚାଳକ ସୁନିଲ୍ ଓ ସରୋଜ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ନାକଟିଦେଉଳ ଡାକ୍ତରଖାନାକୁ ନେଇଥିଲେ କିଛି ସ୍ୱେଚ୍ଛାସେବୀ। ସୁନିଲ୍ ଡୁଙ୍ଗଡୁଙ୍ଗ ଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡିଛି। ସରୋଜ ସୁସ୍ଥଥିବା ଜଣା ପଡିଛି। ବେପରୁଆ ଗାଡିଚାଳନା ଯୋଗୁଁ ଏପରି ଦୁର୍ଘଟଣା ହେଉଥିବା…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ହାତୀ ଆକ୍ରମଣରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ମୃତକଙ୍କ ଘର ଭୋଇସାହିରେ ବୋଲି ଜାଣିବାକୁ ମିଳିଛି। ସୂଚନା ଅନୁଯାୟୀ, ସରସ୍ଵତୀ ବିଦ୍ୟା ମନ୍ଦିରର ଶିକ୍ଷକ ବିଜୟ କୁମାର ପଟ୍ଟନାୟକ (୫୫) ଏବଂ ତାଙ୍କର ଜଣେ ବନ୍ଧୁ ପିଲାଙ୍କୁ ପାଠ ପଢାଇ ଚାଲି ଚାଲି ଘରକୁ ଫେରୁଥିଲେ। କିନ୍ତୁ ନିରାକାରପୁର କଲେଜ ପଡିଆ ନିକଟରେ ହଠାତ ଗୋଟିଏ ହାତୀ ସେହି ଦୁଇଜଣଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ କରିଥିଲା। ତେବେ ବିଜୟ ହାତୀ ହାବୁଡରେ ପଡିଯାଇଥିବା ବେଳେ ତାଙ୍କ ବନ୍ଧୁ ଖସି ପଳାଇଯାଇଥିଲେ। ହାତୀ ଆକ୍ରମଣ କରିବାରୁ ବିଜୟଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ଦୁଃଖର ବିଷୟ ଯେ, ଜନବସତି ଅଞ୍ଚଳରେ ହାତୀ ପ୍ରବେଶ କରିଥିବା ଖବର ବନ ବିଭାଗକୁ ଖବର ଥିଲେ ମଧ୍ୟ ଏହା ପାଇଁ…
ଭୁବନେଶ୍ୱର: ରାଜ୍ୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନିଯୁକ୍ତିପ୍ରାପ୍ତ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନେଇ ଗଠିତ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ପକ୍ଷରୁ ଗତ ୨୦୧୩ ମସିହା ଠାରୁ ଲଗାତର ଭାବରେ ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇ ଆସୁଅଛି। ରାଜ୍ୟ ସରକାର ବିଭିନ୍ନ ସମୟରେ ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ଦାବିକୁ ସହୃଦୟତାର ସହ ବିଚାର କରି ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ଅନ୍ୟାନ୍ୟ ସୁବିଧା ସୁଯୋଗ ସମେତ ପାରିଶ୍ରମିକ ମଧ୍ୟ ବୃଦ୍ଧି କରି ଆସିଛନ୍ତି। ଗତ କିଛିଦିନ ତଳେ ରାଜ୍ୟ ସରକାର ରାଜ୍ୟରେ ନିଯୁକ୍ତିପ୍ରାପ୍ତ ଠିକା ପଦବୀକୁ ଉଚ୍ଛେଦ କରି ଠିକା କର୍ମଚାରୀମାନଙ୍କୁ ସ୍ଥାୟୀ କର୍ମଚାରୀ ଭାବରେ ଗ୍ରହଣ କରିବା ପାଇଁ ଘୋଷଣା କରିଛନ୍ତି। ଯାହାଫଳରେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ…
ବାଲେଶ୍ୱର: ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଉପଲକ୍ଷେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କ୍ଷେତ୍ର ଜନ ସମ୍ପର୍କ କାର୍ଯ୍ୟାଳୟ, ବାଲେଶ୍ୱର ଆନୁକୂଲ୍ୟରେ ନୀଳଗିରି ବ୍ଲକ୍ ଧୋବଶିଳା ଉଡ଼ା ପଡ଼ିଆ ଠାରେ “ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆୟୋଜିତ କର୍ମଶାଳାକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ ଏବଂ ଆଞ୍ଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ, ସ୍ଥାନୀୟ ସରପଞ୍ଚ ମାଳତୀ ସିଂ, ପଞ୍ଚାୟତ ସମିତି ସଭ୍ୟା ଜୟନ୍ତୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ବକ୍ତା ଭାବେ ନୀଳଗିରି ମହାବିଦ୍ୟାଳୟର ଇତିହାସ ଅଧ୍ୟାପିକା ମନ୍ଦାକିନୀ ଧଳ ଏବଂ ଜିଲ୍ଲା ପରିମଳ…
ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀର ଅହେତକୁ ଦରବୃଦ୍ଧି ଯୋଗୁ ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି। କରୋନା ମହାମାରୀ ଯୋଗୁଁ ଲୋକେ ନିଯୁକ୍ତି ହରାଇଛନ୍ତି, ଲୋକମାନଙ୍କର ଆର୍ଥିକ ରୋଜଗାର କମିଯାଇଛି। ଏହି ସମୟରେ କେନ୍ଦ୍ର ସରକାର ଜନସାଧାରଣଙ୍କୁ ବିଭିନ୍ନ ଆର୍ଥିକ ସହାୟତା ଦେବା ବଦଳରେ ସବୁ ଜିନିଷର ଦର ବୃଦ୍ଧିକୁ ରୋକିପାରୁ ନଥିବାରୁ ବିଜୁ ମହିଳା ଜନତା ଦଳ ପକ୍ଷରୁ ଏହାର ତୀବ୍ର ବିରୋଧ କରାଯାଇଛି। ଦରଦାମ ନିୟନ୍ତ୍ରଣ ସରକାରଙ୍କ ଅଧିନରେ ଥିବା ଭଳି ହୃତବୋଧ ହେଉନାହିଁ। ଯେଉଁଥିରେ ଜନସାଧାରଣଙ୍କ ମନରେ ଖୁବ୍ ଅସନ୍ତୋଷ ଦେଖାଦେଇଛି। ଆଜି ଏହି ଦରଦାମ ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ତରଫରୁ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ। ପ୍ରତିଦିନ ପେଟ୍ରୋଲ, ଡ଼ିଜେଲ ଏବଂ ରନ୍ଧନ ଗ୍ୟାସ୍ର ଦର ବୃଦ୍ଧି ଯୋଗୁ ମହିଳମାନେ ଗ୍ୟାସ୍ ଟାଙ୍କି ଧରି ଏବଂ ରାଜରାସ୍ତାରେ କାଠ ଚୁଲିରେ ରୋଷେଇ କରି ପ୍ରତିବାଦ କରିଥିଲେ। ଏହି ପ୍ରତିବାଦରେ ବିଜୁ ମହିଳା ଜନତା…
ଦୁବାଇ: ୟୁଏଇରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ୍ରେ ଦୁବାଇ ଏବଂ ଶାରଜା ପଡ଼ିଆରେ ଟସ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଯଦି ଆମେ ପରିସଂଖ୍ୟାନକୁ ଦେଖିବା, ଦୁବାଇ ଗ୍ରାଉଣ୍ଡରେ ଏପର୍ଯ୍ୟନ୍ତ ମୋଟ ୧୫ ଟି ମ୍ୟାଚ୍ ଖେଳାଯାଇଛି, ସେଥିମଧ୍ୟରୁ ୧୪ ଟି ମ୍ୟାଚ୍ ପ୍ରଥମେ ବୋଲିଂ କରିଥିବା ଦଳ ଜିତିଛି। ପଡ଼ିଆରେ ଡ଼ିୟୁ ଫ୍ୟାକ୍ଟର୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତେଣୁ ଟସ୍ ଜିତିଥିବା ଦଳ ବୋଲିଂ କରିବାକୁ ପସନ୍ଦ କରିବେ। ତେବେ ଆଜି ଭାରତ ବିରୋଧରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଆଜିର ମ୍ୟାଚ ପାଇଁ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ସୁର୍ଯ୍ଯକୁମାର ଯାଦବଙ୍କ ସ୍ଥାନରେ ଇଶାନ କିଶାନଙ୍କୁ ସୁଯୋଗ ମିଳିଥିବା ବେଳେ ଭୁବନେଶ୍ବର କୁମାରଙ୍କ ସ୍ଥାନରେ ଶ୍ରାଦ୍ଧୁଳ ଠାକୁର ପଡିଆକୁ ଓହ୍ଲାଇବେ।
ଦେହରାଦୁନ୍: ଉତ୍ତରପ୍ରଦେଶର ଦେହରାଡୁନ୍ ଜିଲ୍ଲାର ଚକରତା ତହସିଲରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩ କୁ ବୃଦ୍ଧି ପାଇଛି। ରିଲିଫ ଏବଂ ଉଦ୍ଧାରକାରୀ ଦଳ ଦ୍ୱାରା ଆଉ ଦୁଇଟି ମୃତଦେହ ଅଳିଆ ଗଦାରୁ ବାହାର କରାଯାଇଛି। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୁଲହାଡ-ବେଲା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ପ୍ରଶାସନର ଅଧିକାରୀଙ୍କ କହିବାନୁସାରେ, ଏହି ରାସ୍ତାରେ ଦ୍ରୁତ ଗତିରେ ଆସୁଥିବା ଗାଡି ନିୟନ୍ତ୍ରଣ ହରାଇ ଏକ ଗଭୀର ଘାଟିରେ ପଡ଼ିଯାଇଥିଲା, ଯେଉଁଥିପାଇଁ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଟିମ୍ ଏବଂ ଏସଡିଆରଏଫ ଟିମ୍ ସହିତ ଚକରତା ଏସଡିଏମ ପହଞ୍ଚିଛନ୍ତି। ସେଠାରେ ରିଲିଫ କାମ ଚାଲିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ନିକଟ ଗ୍ରାମବାସୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ନିରାକାରପୁର: ରେଳ ଯାତ୍ରୀ ସଂଘ ପକ୍ଷରୁ ନିରାକାରପୁର ରେଳ ଷ୍ଟେସନ୍ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଖୋର୍ଦ୍ଧା ରୋଡ଼ ବ୍ରହ୍ମପୁର ରୁଟରେ ସମସ୍ତ ପାସେଞ୍ଜର ଟ୍ରେନର ଚଳାଚଳକୁ ପୂର୍ବ ଭଳି ନିୟମିତ କରିବା, ସ୍ୱଳ୍ପ ମୂଲ୍ୟରେ ପାସେଞ୍ଜର ଟ୍ରେନର ଦୈନନ୍ଦିନ, ମାସିକିଆ ଏବଂ ତ୍ରୟମାସିକିଆ ଟିକେଟ ବିକ୍ରି ପାଇଁ ଆଜି ସଂଘ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି। ରେଳଯାତ୍ରୀ ସଂଘର ରାଜ୍ୟ ସଂଯୋଜକଙ୍କ ଡାକରାରେ ସ୍ଥାନୀୟ ଅଂଚଳର ଯୁବନେତା ବିଦୁଭୂଷଣ ମହାରଣାଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ମାନ୍ୟବର କେନ୍ଦ୍ର ରେଳ ମନ୍ତ୍ରୀ, ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଖୋର୍ଦ୍ଧାରୋଡ୍ ପୂର୍ବତଟ ରେଳ ବିଭାଗର ଜେନେରାଲ୍ ମ୍ୟାନେଜରଙ୍କ ଉଦ୍ଧେଶ୍ୟରେ ଏକ ସ୍ବତନ୍ତ୍ର ଦାବିପତ୍ର ନିରାକାରପୁର ଷ୍ଟେସନ୍ ମ୍ୟାନେଜରଙ୍କୁ ପ୍ରଦାନ କରାଯାଇଛି। ସଂଘର ସମସ୍ତ ସଦସ୍ୟମାନଙ୍କ ଉପସ୍ଥିତ ଓ ନେତୃତ୍ଵ ଦ୍ଵାରା ଆୟୋଜିତ ଏହି ବିକ୍ଷୋଭରେ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ, ଶିକ୍ଷାବିତ, ସାଧାରଣ ଜନତା ଓ ସ୍ଥାନୀୟ…
ଭୁବନେଶ୍ୱର: ଓଡ଼ିଶା ବ୍ରାହ୍ମଣ ମହାସଂଘର ରାଜ୍ୟ କାର୍ଯ୍ୟକାରିଣୀ ସମିତି ବୁଦ୍ଧବିହାର ଠାରେ ବିଶିଷ୍ଟ ଚିକିତ୍ସାବିତ୍ ପ୍ରଫେସର ବିଷ୍ଣୁଚରଣ ମିଶ୍ରଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ଚଳଚ୍ଚିତ୍ର ନିଗର ଅଧ୍ୟକ୍ଷ, ସୁପ୍ରସିଦ୍ଧ କଳାକାର କୁନା ତ୍ରିପାଠୀ ଯୋଗ ଦେଇ ବ୍ରାହ୍ମଣ ସମାଜ ପୁରୋହିତ ଭାବେ ସମାଜ ଓ ସଂସାରର ମଙ୍ଗଳ କାମନା କରୁଥିବା ବେଳେ ନିଜର ସ୍ୱାଭିମାନକୁ ରକ୍ଷା କରି ଏକ ବଳିଷ୍ଠ ସଂଗଠନରେ ପରିଣତ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ବିଶିଷ୍ଟ ଅତିଥି ଇଂ ସୀମାଞ୍ଚଳ ମହାପାତ୍ର ତେଲେଙ୍ଗାନା, ଆନ୍ଧ୍ର ଓ କର୍ଣ୍ଣାଟକ ଭଳି ଓଡ଼ିଶା ସରକାର ବ୍ରାହ୍ମଣ କଲ୍ୟାଣ ନିଗମ ପ୍ରତିଷ୍ଠା କରିବାକୁ ଦାବି ଉପସ୍ଥାପନ କରିଥିଲେ। ବିଶିଷ୍ଟ ସଂସ୍କୃତ ବିଦ୍ୱାନ ଡଃ ସଦାନନ୍ଦ ଦୀକ୍ଷିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଅଧିବେଶନର ପ୍ରାରମ୍ଭରେ ରାଜ୍ୟ ସମ୍ପାଦକ ରାମ ପ୍ରସାଦ ଦାଶ ବିବରଣୀ ପାଠ କରିଥିଲେ ଏବଂ କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ମହାପାତ୍ର ଆୟବ୍ୟୟର ବିବରଣୀ…
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମ୍ପର୍କରେ ସମସ୍ତ ରାଜନୈତିକ ଦଳ ଲୋକଙ୍କୁ ପ୍ରଲୋଭିତ କରିବା ଭଳି ପ୍ରତିଶୃତି ଦେଉଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ଅନ୍ୟ ଦଳଠାରୁ ଗୋଟିଏ ପାଦ ଆଗରେ ରହି ରାଷ୍ଟ୍ରିୟ ଲୋକ ଦଳ (ଆରଏଲଡି) ଆଜି ନିର୍ବାଚନ ଘୋଷଣା ପତ୍ର ପ୍ରକାଶ କରିଛି। ଏକ କାର୍ଯ୍ୟକ୍ରମ ସମୟରେ ଆଗାମୀ ନିର୍ବାଚନ ସମ୍ପର୍କରେ ଦଳର ସଭାପତି ଜୟନ୍ତ ଚୌଧୁରୀ ତାଙ୍କ ଦଳର ଘୋଷଣା ପତ୍ର ପ୍ରକାଶ କରିଛନ୍ତି। ଆରଏଲଡିର ଘୋଷଣା ପତ୍ର: ୧- ବେସରକାରୀ ଏବଂ ସରକାରୀ କ୍ଷେତ୍ରରେ 1 କୋଟି ଚାକିରି। ୨- ଚାଷୀଙ୍କୁ ଆଳୁରେ ଦେଢ ଗୁଣ ଅଧିକ ମୂଲ୍ୟ ଦିଆଯିବ, ଆଗ୍ରା ଠାରେ ରାଜ୍ୟ ଆଳୁ ଅନୁସନ୍ଧାନ ପ୍ରତିଷ୍ଠାନ ଏବଂ ରପ୍ତାନି ପ୍ରୋତ୍ସାହନ କେନ୍ଦ୍ର ପ୍ରତିଷ୍ଠା କରାଯିବ। ୩- ଆଖୁ ଚାଷୀଙ୍କୁ ଖର୍ଚ୍ଚ ଦେଢ ଗୁଣ ଦିଆଯିବ, 1୧୪ ଦିନରେ ଦେୟ ନିଶ୍ଚିତ କରାଯିବ। ୪- କେନ୍ଦ୍ର ସରକାରଙ୍କ ଅନୁଯାୟୀ କୃଷକମାନଙ୍କୁ ବାର୍ଷିକ ୬…

