ଭୁବନେଶ୍ୱର: ଆଜି ସକାଳେ ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନର ସ୍ମାରକୀ ପବିତ୍ର ବିଜୟ ମଶାଲକୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ହକି କମ୍ପେ୍ଲକ୍ସକୁ ଅଣାଯାଇଥିଲା । ଏହାକୁ ଭାରତୀୟ ହକି ଦଳର ପୂର୍ବତନ ଅଲିମ୍ପିକ୍ ଖେଳାଳି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ତଥା ଲାଜାରସ୍ ବାର୍ଲା ଶ୍ରଦ୍ଧା ଓ ସମ୍ମାନର ସହ ଗ୍ରହଣ କରିଥିଲେ । ୧୯୭୧ ଯୁଦ୍ଧର ବୀର ଯବାନମାନଙ୍କ ସ୍ମୃତିଚାରଣ କରିବା ସହ ବୀର ଯୋଦ୍ଧାମାନଙ୍କ ବୀରତ୍ୱ ଓ ସଫଳତା ପାଇଁ ଆମେ ଗର୍ବିତ ବୋଲି ପଦ୍ମଶ୍ରୀ ଶ୍ରୀ ତିର୍କୀ ପ୍ରକାଶ କରିଥିଲେ । ଏଥିସହ ଏଠାରେ ଆଗାମୀ ଜୁନିଅର ବିଶ୍ୱ ହକି ଚମ୍ପିୟାନସିପ୍ରେ ଅଂଶ ଗ୍ରହଣ କରିବାକୁ ଥିବା ପୁରୁଷ ଓ ମହିଳା ଦଳର ହକି ଖେଳାଳିମାନେ ମଧ୍ୟ ଉପସ୍ଥିତ ରହି ସ୍ୱର୍ଣ୍ଣିମ ବିଜୟ ମଶାଳକୁ ସମ୍ମାନ ପ୍ରଦର୍ଶନ କରିଥିଲେ ।
Author: Samikhsya Bureau
ଭୁବନେଶ୍ବର: ନିଜର ନାର୍ଯ୍ୟାଦାବୀ ପାଇବା ପାଇଁ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ତରଫରୁ ଓଡିଶାର 30 ଜିଲ୍ଲା ର 314 ବ୍ଲକ ର କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ବ୍ଲକ ଶିକ୍ଷା ଅଧିକାରୀ ଏବଂ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଦାବି ଜଣାଯାଇଛି । ଏଥିରେ ଓଡିଶା ଵର୍ଗ -ଗ( ଚୁକ୍ତିନାମା ନିୟମ ୨୦୧୩ ) ଅଧୀନସ୍ଥ କର୍ମଚାରୀ ଙ୍କ ପାଇଁ ଗତ ୧୧-୧୦-୨୦୨୧ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ର ସମସ୍ତ ସୁବିଧା ସୁଯୋଗ , ଓଡିଶା ର ଚୁକ୍ତିଭିତିକ କନିଷ୍ଠ ଶିକ୍ଷକ ମାନଙ୍କୁ ପ୍ରଦାନ କରିବାସହିତ ଚୁକ୍ତିନାମା ନିୟମ ୨୦୧୩ ରେ ସାମିଲ କରାଯାଉ। ସେହିପରି କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଅତିକୁଶଳୀ ( ତାଲିମପ୍ରାପ୍ତ) ହୋଇଥିବାରୁ ଦରମା ସର୍ବନିମ୍ନ ୧୬୦୦୦ କରିବାସହ , ଏହାକୁ ଗତ ୨୦୧୬ରୁ ଲାଗୁ କରାଯାଉ ବୋଲି ଦାବୀ କରାଯାଇଛି। ଦରମା ବୃଦ୍ଧି ଦିଗରେ ଖୁବ୍ ଶୀଘ୍ର ପଦକ୍ଷେପ…
ଭୁବନେଶ୍ବର: ଭାରତ ସଂଚାର ନିଗମ ଲିମିଟେଡର ଓଡିଶା ସର୍କଲ ଅଧୀନରେ ଥିବା ଟେଲିକମ୍ ମୁଖ୍ୟ ଜେନେରାଲ ମ୍ୟାନେଜର ଡକ୍ଟର ଉଦୟ ଶଙ୍କର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସ୍ଥିତ ବିଏସଏନ୍ଏଲ ଭବନଠାରେ ସତର୍କତା ସପ୍ତାହ ସମାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ପଣ୍ଡା କର୍ମଚାରୀମାନଙ୍କୁ ସମ୍ବୋଧନ କରି ବ୍ୟକ୍ତିଗତ ଜୀବନରେ ନିରାପତ୍ତା ମୂଳକ ସତର୍କତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟକୁ ସୁରୁଖୁରୁରେ ସମାପନ ପାଇଁ ଫାଇଲଗୁଡିକର ପ୍ରସ୍ତୁତ ବିଷୟରେ ପ୍ରତ୍ୟେକ ଘଟଣାର ଯୁକ୍ତିନିଷ୍ଠ ମନ୍ତବ୍ୟ ଦେବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ସତର୍କତା ବିଭାଗ ଡେପୁଟି ଜେନେରାଲ ମ୍ୟାନେଜର ଶ୍ରୀ କାର୍ତିକଚରଣ ପତି ସ୍ୱାଗତ ଅଭିଭାଷଣ ଅବସରରେ ସପ୍ତାହବ୍ୟାପୀ ଆୟୋଜିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ଦେଇଥିଲେ । ସତର୍କତା ସପ୍ତାହ ପାଳନର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରିଥିଲେ । ବରିଷ୍ଠ ଜେନେରାଲ ମ୍ୟାନେଜର ଶ୍ରୀ ପି.କେ. ମହାପାତ୍ର ସତର୍କତା ସପ୍ତାହ…
ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ରାଜଧାନୀର କଳିଙ୍ଗ ନଗରରେ ଘଟି ଯାଇଛି ଡବଲ ମର୍ଡର। ଏଥିରେ ଜଣେ ମହିଳା ଏବଂ ତାଙ୍କର ଦଶ ବର୍ଷ ପୁଅକୁ କେହି ହତ୍ୟା କରିଥିବା ଜଣାପଡିଛି। ଶବ ଦୁଇଟି ଘର ଭିତରେ ପଡିରହିଛି। ସ୍ଥାନିୟ ଲୋକେ ତମାଣ୍ଡୋ ପୋଲିସକୁ ଖବର ଦେବା ପରେ ଏହି ଘଟଣା ଜଣାପଡିଛି। ହେଲେ ଘରେ ଥିବା ମହିଳାଙ୍କ ସ୍ବାମୀ କୁଆଡେ ଫେରାର ଅଛନ୍ତି। ମୃତ ଦେହ ଦୁଇଟିକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ଘଟଣା ଉପରେ ପୋଲିସ ଛାନଭିନ ଆରମ୍ଭ କରିଦେଇଛି।
ଭୁବନେଶ୍ବର: ପୂର୍ବତଟ ରେଳପଥ ପକ୍ଷରୁ ସପ୍ତାହବ୍ୟାପୀ ଆୟୋଜିତ ହେଉଥିବା ସତର୍କତା ସଚେତନତା ସପ୍ତାହ ଆଜି ଶେଷ ହୋଇଛି। ଏହି ଅବସରରେ ଆୟୋଜିତ ଉଦଯାପନୀ ଉତ୍ସବରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଏବଂ ସମସ୍ତ ବିଭାଗର ପ୍ରମୁଖ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ। ବରିଷ୍ଠ ଉପମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଏହି ଅବସରରେ ଅନ୍-ଦି-ସ୍ପଟ୍ ପ୍ରବନ୍ଧ, ବିତର୍କ ଏବଂ ପେଣ୍ଟିଂ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରେଳ କର୍ମଚାରୀ ଓ ସେମାନଙ୍କର ପିଲାମାନଙ୍କୁ ସାର୍ଟିଫିକେଟ୍ ଏବଂ ପୁରସ୍କାର ପ୍ରଦାନ କରିଥିଲେ। ସତର୍କତା ସଚେତନତା ସପ୍ତାହ -୨୦୨୧ କୁ ସ୍ମରଣୀୟ କରିବା ପାଇଁ ରେଳପଥର ସତର୍କତା ବିଭାଗ ପକ୍ଷରୁ କର୍ମଚାରୀ ଏବଂ ରେଳ ବ୍ୟବହାରକାରୀଙ୍କୁ ସଚେତନ କରିବା ତଥା ସ୍ୱଚ୍ଛତା ଆଣିବା ପାଇଁ ଏହି ପ୍ରତିଯୋଗିତାଗୁଡ଼ିକର ଆୟୋଜନ କରିଥିଲା ଯାହାକି ପରବର୍ତ୍ତୀ ମୁହୂର୍ତ୍ତରେ ସ୍ୱଚ୍ଛତା ଏବଂ ପ୍ରଭାବଶାଳୀ ସେବା କରିବାରେ ସାହାଯ୍ୟ କରିବ। ଏହି ଅବସରରେ ଶ୍ରୀ ସୁଧୀର କୁମାର…
ନୂଆଦିଲ୍ଲୀ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁର ମଧ୍ୟରେ ସିଧାସଳଖ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ଓ ଯୋଗାଯୋଗ ଏବଂ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ରାଜ୍ୟ ଯୋଜନା ଓ ସମନ୍ୱୟ, ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ରାଜ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ଏହି କାଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ରାଜ୍ୟ ସରକାର, ଇଣ୍ଡିଗୋ ଏୟାରଲାଇନ୍ସର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ସିନ୍ଧିଆ କହିଛନ୍ତି ଯେ ଭୁବନେଶ୍ୱର ହେଉଛି…
ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆଜି ଏକ ନୂଆଦଳ ଗଠନ କରିଛନ୍ତି। ସେହି ଦଳର ନାମ ହେଲା ‘ପଞ୍ଜାବ ଲୋକ କଂଗ୍ରେସ’ । ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ ଏକ ନୂତନ ରାଜନୈତିକ ଦଳ ଗଠନ କରିବାକୁ ଘୋଷଣା କରିଥିଲେ। ନୂଆଦଳ ଘୋଷଣା ପୂର୍ବରୁ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ନିକଟକୁ ଏକ ସାତ ପୃଷ୍ଠାର ଇସ୍ତଫା ପତ୍ର ପଠାଇଛନ୍ତି। ସେ ଏକ ନୂଆ ଦଳ ଗଠନ କରିବା ପରେ ବର୍ତ୍ତମାନ ପଂଜାବ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ତାଙ୍କ ଦଳରେ କେଉଁ ବିଧାୟକ ଯୋଗ ଦେବେ ସେ ନେଇ ଚର୍ଚ୍ଚା ଚାଲିଛି।
ଭୁବନେଶ୍ବର: ଦୀପାବଳିରେ ବାଣ ଫୁଟାଇବା ଏବଂ ପରିବେଶ ପ୍ରତି ଧ୍ୟାନ ଦେବାକୁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମସ୍ତ କଲେକ୍ଟର, ପୋଲିସ ଅଧୀକ୍ଷକ ଏବଂ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୀପାବଳି ପାଇଁ ସୁପ୍ରିମକୋର୍ଟ, ହାଇକୋର୍ଟ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶକୁ କଠୋର ଭାବେ କାର୍ଯ୍ୟକାରୀ କରିବାକୁ କହିଛନ୍ତି। ଆଜି ଲୋକସେବା ଭବନରୁ ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ସେ ସମୀକ୍ଷା ବୈଠକରେ ସେ ଏହି ନିର୍ଦ୍ଦେଶ ଦେଇଛନ୍ତି। ସେ ଏହା ସ୍ପଷ୍ଟ ଭାବରେ କହିଛନ୍ତି ଯେ କୋଭିଡରୁ ସୁସ୍ଥ ଥିବା ବ୍ୟକ୍ତିଙ୍କ ଜନସ୍ୱାସ୍ଥ୍ୟ ଏବଂ ପୋଷ୍ଟ-କୋଭିଡ ଯତ୍ନ ଗୁରୁତ୍ୱପୂର୍ଣ୍ଣ ଅଟେ। ଜନସ୍ୱାସ୍ଥ୍ୟ ଏବଂ ଉତ୍ସବ ମଧ୍ୟରେ ସଠିକ୍ ସନ୍ତୁଳନ ରହିବା ଆବଶ୍ୟକ। କେବଳ ପେଟ୍ରୋଲିୟମ ଏବଂ ବିସ୍ଫୋରକ ସୁରକ୍ଷା ସଂଗଠନ (PESO) ଦ୍ୱାରା ପ୍ରମାଣିତ ହୋଇଥିବା ବାଣ ବିକ୍ରି ହୋଇ ବ୍ୟବହାର ହେବ। କୈଣସି ବ୍ୟବସାୟୀ କିମ୍ବା ଖୁଚୁରା ବ୍ୟବସାୟୀ ସ୍ଥାନୀୟ ଜିଲ୍ଲାପାଳ କିମ୍ବା…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଆଜି ସମ୍ବଲପୁରରେ ୧୫୫୩ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଆରମ୍ଭ କରିଥିଲେ ଏବଂ ଏଥିରୁ ୩୫୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟିତ ହୋଇଛି। ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ରାଜ୍ୟ ସରକାର ଭଲ ପିଇବା ପାଣି ଉପରେ ଗୁରୁତ୍ବ ଦେଉଛନ୍ତି । ସେଥିପାଇଁ ସମ୍ବଲପୁରରେ ପିଇବା ପାଣି ପାଇଁ ୧୦୦୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଗାଁ ଓ ସହର ସବୁ ପରିବାର ପାଖରେ ପିଇବା ପାଣି ପହଞ୍ଚିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କୁଚିଣ୍ଡା ଓ ରେଢାଖୋଲ ଏନ୍.ଏ.ସି.ର ସବୁ ଘରକୁ ପାଇପ ପାଣି ଯୋଗାଇ ଦିଆଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୨ରେ ସମ୍ବଲପୁର ଜିଲ୍ଲାର ପ୍ରତି ଘରକୁ ପାଇପ ପାଣି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ଭୁବନେଶ୍ବର: ସଡକ ଦୁର୍ଘଟଣାରେ ଆହତ ଲୋକଙ୍କୁ ତୁରନ୍ତ ଚିକିତ୍ସା ପାଇଁ ରାଜ୍ୟ ସରକାର ୧୪୭ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରିଛନ୍ତି। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଦୁର୍ଘଟଣା କ୍ଷେତ୍ରରେ ପ୍ରଥମ ୪୮ ଘଣ୍ଟା ମଧ୍ୟରେ ଚିକିତ୍ସା ଯୋଗାଇ ଦେବା ଅତି ଜରୁରୀ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ପାଣ୍ଠି ଜରିଆରେ ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ମଧ୍ୟରେ ସମସ୍ତ ଚିକିତ୍ସା ଖର୍ଚ୍ଚ ଏହି ପାଣ୍ଠିରୁ ବହନ କରାଯିବ। ଆଜି କୁଚିଣ୍ଡାରେ ଆୟୋଜିତ ବିଜୁ ସ୍ବାସ୍ଯ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ ଅବସରରେ ଏହି ଘୋଷଣା କରିଛନ୍ତି। ସଡକ ଦୁର୍ଘଟଣାରେ ବହୁ ଲୋକଙ୍କର ମୃତ୍ୟୁ ହେଉଥିବା ସଂପର୍କରେ ଚିନ୍ତାପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ କ୍ଷେତ୍ରରେ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇ ପାରିଲେ, ଅନେକ ମୂଲ୍ୟବନ ଜୀବନ ବଞ୍ଚାଇ ହେବ । ସେହି କାର୍ଯ୍ୟରେ ଏହି ପାଣ୍ଠି…
ରିପୋର୍ଟ- ସୀତାରାମ ଅଗ୍ରୱାଲା ବାଣପୁର: କିଛିଦିନ ହେବ ଖୋର୍ଦ୍ଧା ଜିଲ୍ଲା ବାଣପୁର ବାଲୁଗାଁ ଅଞ୍ଚଳରେ ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକରେ ଅପମିଶ୍ରଣ ଏବଂ ପେଟ୍ରୋଲ, ଡ଼ିଜେଲ ମାପରେ ଅନିୟମିତତା ହେଉଥିବାର ବାରମ୍ବାର ଅଭିଯୋଗ ହୋଇଆସୁଅଛି। ତେବେ ଏହାକୁ ଗୁରୁତର ସହ ନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦେଶ କ୍ରମେ ଗତକାଲି ଯୋଗାଣ ଓ ମାପ ଓଜନ ବିଭାଗ ପକ୍ଷରୁ ବାଣପୁର ଏବଂ ବାଲୁଗାଁର ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକରେ ମିଳିତ ଚଢ଼ାଉ କରାଯାଇଥିଲା। ଉକ୍ତ ଚଢ଼ାଓ ର ନେତୃତ୍ୱ ନେଇଥିଲେ ଖୋର୍ଦ୍ଧା ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ବିଷ୍ଣୁ ଚରଣ ପରିଡା ଏବଂ ତ୍ରିଲୋଚନ ସାହୁ। ଉଭୟ ଅଧିକାରୀ କାଲି ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ବାଣପୁର ଓ ବାଲୁଗାଁର ତିନି ଗୋଟି ପେଟ୍ରୋଲ ପମ୍ପ ଉପରେ ଚଢ଼ାଉ ଜାରି ରଖିଥିଲେ। ତେବେ ବାଣପୁର ସ୍ଥିତ ପେଟ୍ରୋଲ ପମ୍ପ ଠାରୁ କାଗଜପତ୍ର ବାବଦକୁ 5000 ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ…
ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୁଚିଣ୍ଡାରେ ସମ୍ବଲପୁର ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୭ ଲକ୍ଷ ୭୩ ହଜାର ଲୋକ ଏହି ସୁବିଧା ପାଇବେ। କୁଚିଣ୍ଡା ର ସରସ୍ବତୀ ଭୋଇ ଜିଲ୍ଲାର ପ୍ରଥମ ହିତାଧିକାରୀ ଭାବରେ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ କାର୍ଡ଼ ଗ୍ରହଣ କରିଥିଲେ । ସମ୍ବଲପୁର ସହିତ ରାଜ୍ୟର ୮ଟି ଜିଲ୍ଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସାମିଲ ହେଲା । ଏହି ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଓଡିଶାର ବିକାଶରେ ସମ୍ବଲପୁରର ଅବଦାନ ବିଷୟରେ ଆଲୋକପାତ କରି କହିଥିଲେ ଯେ ରାଜ୍ୟର ସଂସ୍କୃତି, ରାଜନୀତି, ଶିକ୍ଷା, ଇତିହାସ, ଅର୍ଥନୀତି ସବୁକ୍ଷେତ୍ରରେ ସମ୍ବଲପୁରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସମ୍ବଲପୁରୀ ଶାଢୀ, ସମ୍ବଲପୁରୀ ଗୀତ ଓଡିଶାର ମହାନ ସଂସ୍କୃତିର ପରିଚୟ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା ସମଲେଇଙ୍କ ଆଶୀର୍ବାଦ ପାଇଁ ଲକ୍ଷ ଲକ୍ଷ ଭକ୍ତ…
ଭୁବନେଶ୍ୱର : ଆସନ୍ତାକାଲିଠାରୁ କୋଭିଡ୍ ମୃତକଙ୍କ ସମ୍ପର୍କୀୟଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ। ସେଥିପାଇଁ ରାଜ୍ୟ ସରକାର ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ସଂପର୍କିୟମାନେ ଆନଲାଇନରେ ଆବେଦନ କରିବେ। ସେଥିପାଇଁ ଏକ ସ୍ୱତନ୍ତ୍ର ଆପ୍ ଓ ସଫ୍ଟୱେର ପ୍ରସ୍ତୁତ କରାଯାଇଛି। ସେଥିରେ ଆବେଦନ କରିବାକୁ ପଡିବ। ଅନୁକମ୍ପା ରାଶି ପାଇବାକୁ କେମିତି କରିବେ ଆବେଦନ ଅନୁକମ୍ପା ରାଶି ପ୍ରଦାନ ପାଇଁ ଏକ ସ୍ବତନ୍ତ୍ର ୱେବସାଇଟ କରାଯାଇଛି। ଯାହାର ନାମ ରହିଛି ‘କୋଭିଡ-୧୯ ଏକ୍ସ-ଗ୍ରାସିଆ ଆସିଷ୍ଟାନ୍ସ ପେମେଣ୍ଟ ସିଷ୍ଟମ୍’ ବା ଇଂରାଜୀରେ CAPS ବୋଲି କୁହାଯାଇଛି। ସେଥିପାଇଁ ଯେଉଁମାନେ ଆବେଦନ କରିବେ ସେମାନେ caps.odisha.gov.in ଲଗଅନ କରିବାକୁ ପଡିବ। ସେଥିରେ ଦିଆଯାଇଥିବା ସମସ୍ତ ବିବରଣୀ ପୂରଣ କରି ସବମିଟ କରିବାକୁ ପଡିବ। ଏହି ୱେବସାଇଟ ଆସନ୍ତାକାଲିଠାରୁ କାର୍ଯ୍ୟକ୍ଷମ ହେବ। ଏହି ଅନଲାଇନ ପକ୍ରିୟାରେ ଜିଲ୍ଲାପାଳ ସହାୟତା ରାଶିର ମଞ୍ଜୁର କରିବେ। ପରେ ମୃତକଙ୍କ…
ନୂଆଦିଲ୍ଲୀ : ଦେଶର ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଥିବା ଲୋକସଭା ଓ ବିଧାନସଭ ନିର୍ବାଚନର ଭୋଟ ଗଣତି ଆଜି ସକାଳ ୮ ଟାରୁ ଆରମ୍ଭ ହୋଇଛି। ଏଥିରେ ତିନିଟି ଲୋକସଭା ଆସନ ଏବଂ ୨୯ ଟି ବିଧାନସଭା ଆସନ ରହିଛି। ଗତ ଅକ୍ଟୋବର ୩୦ ତାରିଖରେ ଏହି ସମସ୍ତ ଆସନରେ ଉପନିର୍ବାଚନ ହୋଇଥିଲା । ଯେଉଁ ତିନୋଟି ଲୋକସଭା ଆସନରେ ଉପନିର୍ବାଚନ ହୋଇଥିଲା ସେଗୁଡିକ ହେଉଛି ଦାଦ୍ରି ନଗର ହାବେଳି, ହିମାଚଳ ପ୍ରଦେଶର ମଣ୍ଡି ଓ ମଧ୍ୟ ପ୍ରଦେଶର ଖାଣ୍ଡଓ୍ବା । ସେହିପରି ବିଧାନସଭାରେ ଆସାମର ୫ଟି, ପଶ୍ଚିମବଙ୍ଗରେ ୪ଟି, ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ ଓ ମେଘାଳୟର ୩ ଲେଖାଏଁ ଆସନ ରହିଛି। ସେହିପରି ବିହାର, କର୍ଣ୍ଣାଟକ ଓ ରାଜସ୍ଥାନରେ ୨ ଲେଖାଏଁ ଆସନରେ ମଧ୍ୟ ଉପନିର୍ବାଚନ ହୋଇଥିଲା। ଏଥି ସହ ଆନ୍ଧ୍ର ପ୍ରଦେଶ, ହରିଆଣା, ମହାରାଷ୍ଟ୍ର, ମିଜୋରାମ, ନାଗାଲାଣ୍ଡ ଓ ତେଲେଙ୍ଗାନା ରାଜ୍ୟର ଗୋଟିଏ…
ନୂଆଦିଲ୍ଲୀ: ଦେଶରେ ଧିରେଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୧୦ ହଜାର ୪୨୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା୧ ଲକ୍ଷ ୫୩ ହଜାର ୭୭୬ରେ ପହଁଚିଛି। ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୪୫% ଅଟେ। ସମଗ୍ର ଦେଶରେ ସମୁଦାୟ ୩ କୋଟି ୩୬ ଲକ୍ଷ ୮୩ ହଜାର ୫୮୧ ଆରୋଗ୍ୟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୫ ହଜାର ୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଆରୋଗ୍ୟ ହାର ୯୮.୨୧% କୁ ବୃଦ୍ଧି ପାଇଛି। ସହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୨ଲକ୍ଷ ୯୬ ହଜାର ୨୩୭ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୫ ହଜାର ୪୧ ଜଣ। ଗତ ୨୪ ଘଣ୍ଟାରେ ୪୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଶରେ…
ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିବାରେ ଲାଗିଛି। ହେଲେ ସଂପୂର୍ଣ୍ଣ ନିୟନ୍ତ୍ରଣ ଅଛି ବୋଲି କହିହେବ ନାହିଁ। ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୪ ଜଣ ଅଛନ୍ତି। ସେହିପରି କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୯୧ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ୧୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୩୧୬ ଜଣ । ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୫୧ ଜଣ ଥିଲେ। ଅନ୍ୟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୩୦ ଜଣ ଥିଲେ। ତେବେ ସ୍ବାସ୍ଥ୍ୟ ବିଭାଗର ହିସାବ ଅନୁସାରେ ବର୍ତ୍ତମାନ ରାଜ୍ୟରେ ଏହି ନୂଆ ଆକ୍ରାନ୍ତ ସଂଖ୍ୟା ମିଶାଇଲେ ମୋଟ ୪ ହଜାର ୧୨୨ ଜଣ ସକ୍ରୀୟ ଆକ୍ରାନ୍ତ ସଂଖ୍ୟା ରହିଛି। ବର୍ତ୍ତମାନ ସୁଦ୍ଧା ମୋଟ କୋଭିଡ ଟେଷ୍ଟ ହୋଇଛି ୨ କୋଟି…
ଭୁବନେଶ୍ବର: ଏବେ ବି ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ସର୍ବାଧିକ ରହିଛି। ଗତ ୨୪ ଘଣ୍ଟାରେ ବିଭିନ୍ନ ଜିଲ୍ଲାରେ ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତ ସଂଖ୍ୟା ଦେଖିଲେ ଖୋର୍ଦ୍ଧାରେ ୧୭୭ ଜଣ ରହିଛନ୍ତି। ସେହିପରି ଅନ୍ୟ ଜିଲ୍ଲାର ସ୍ଥିତି ହେଲା.. ୧- ଭଦ୍ରକ ଜିଲ୍ଲାରୁ – ୮ ୨- ବଲାଙ୍ଗୀର ଜିଲ୍ଲାରୁ – ୫ ୩- ବୌଦ୍ଦ ଜିଲ୍ଲାରୁ – ୧ ୪- କଟକ ଜିଲ୍ଲାରୁ – ୨୯ ୫- ଢେଙ୍କାନାଳ ଜିଲ୍ଲାରୁ – ୧ ୬- ଗଞ୍ଜାମ ଜିଲ୍ଲାରୁ – ୪ ୭- ଜଗତସିଂହପୁର ଜିଲ୍ଲାରୁ – ୭ ୮- ଯାଜପୁର ଜିଲ୍ଲାରୁ – ୯ ୯- ଝାରସୁଗୁଡ଼ା ଜିଲ୍ଲାରୁ – ୨ ୧୦- କେନ୍ଦ୍ରାପଡ଼ା ଜିଲ୍ଲାରୁ – ୧ ୧୧- ଖୋର୍ଦ୍ଧାରୁ – ୧୭୭ ୧୨- କୋରାପୁଟ ଜିଲ୍ଲାରୁ – ୩ ୧୩- ମୟୁରଭଞ୍ଜ ଜିଲ୍ଲାରୁ – ୧୩ ୧୪- ନୟାଗଡ଼…
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇଛି। ଆଜି ୩୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୪ ଜଣ ଅଛନ୍ତି। ସେହିପରି କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୯୧ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ୧୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ରାଜ୍ୟରେ ୩୧୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୫୧ ଜଣ ଥିଲେ। ଅନ୍ୟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୩୦ ଜଣ ଥିଲେ।
ଭୁବନେଶ୍ବର: ଆଜି ହେଉଛି ଧନତରାସ। ଚଳିତ ବର୍ଷ ଧନତରାସରେ ତ୍ରିପୁସ୍କର ଯୋଗ ସଂପଠିତ ହୋଇଛି। ତ୍ରିପୁଷ୍କର ଯୋଗରେ ଯାହା ବି କାମ କରାଯାଏ, ଏହା ତ୍ରିଗୁଣ ଫଳାଫଳ ମିଳିଥାଏ। ତ୍ରିପୁଷ୍କର ଯୋଗରେ ସୁନା ଓ ରୂପା କିଣିବା ବ୍ୟତୀତ ପୁଞ୍ଜି ବିନିଯୋଗ ପାଇଁ ମଧ୍ୟ ଏକ ଭଲ ସୁଯୋଗ ଅଛି। ତ୍ରିପୁଷ୍କର ଯୋଗ ମଙ୍ଗଳବାର ଏବଂ ଦ୍ୱାଦଶ ତିଥିଙ୍କ ମିଳନ ଦ୍ୱାରା ଗଠିତ। ଦ୍ୱାଦଶ ତିଥି 1 ନଭେମ୍ବରରେ ରାତି 1:21 ରୁ ଏବଂ 2 ନଭେମ୍ବରରେ ସକାଳ 11:30 ପର୍ଯ୍ୟନ୍ତ ରହିବ। ତେଣୁ ଏହି ଯୋଗର ଲାଭ ଆଜି ସକାଳ 11.30 ପର୍ଯ୍ୟନ୍ତ ଉପଲବ୍ଧ ହେବ। ଲାଭ ଅମୃତ ଯୋଗ: ଧନ୍ତରସରେ, ‘ଲାଭ ଅମୃତ ଯୋଗ’ ମଧ୍ୟ ରହିଛି। ଯାହା ସକାଳ 10.30 ରୁ ରାତି 1.30 ପର୍ଯ୍ୟନ୍ତ ରହିବ। ଲାଭ ଅମୃତ ଯୋଗରେ ସପିଂ ମଧ୍ୟ ବହୁତ ଶୁଭଦାୟକ ବୋଲି ବିବେଚନା କରାଯାଏ | ଏହା ବ୍ୟତୀତ ଅପରାହ୍ନ…
ଭୁବନେଶ୍ବର: ଆଜି ହେଉଛି ଧନତରାସ। ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତରାସ ପଡିଥାଏ। ଏହିଦିନ ସୁନା ଓ ରୂପା ବ୍ୟତୀତ ପିତ୍ତଳ ବାସନ କିଣିବାର ପରମ୍ପରା ମଧ୍ୟ ଅଛି। ଭଗବାନ ଧନ୍ବନ୍ତରୀଙ୍କୁ ପୂଜା କରିବା ବ୍ୟତୀତ ଦେବୀ ଲକ୍ଷ୍ମୀ ଏବଂ କୁବେରଙ୍କୁ ମଧ୍ୟ ଏହି ଦିନ ପୂଜା କରାଯାଏ। ପୂଜା ପାଇଁ ଶୁଭ ସମୟ ଧନତରସରେ ଧନ୍ବନ୍ତରୀ ଏବଂ କୁବେରଙ୍କୁ ପୂଜା କରିବାର ବିଧି ମଧ୍ୟ ଅଛି। ଆଜି ସକାଳ 5:37 ରୁ ସନ୍ଧ୍ୟା 8.11 ପର୍ଯ୍ୟନ୍ତ ଏହାର ଶୁଭ ମୂହୁର୍ତ୍ତ ରହିଛି। ଏହି ସମୟରେ, ବୃଷ ଅବଧି 6.18 ମିନିଟରୁ ସନ୍ଧ୍ୟା 8.14 ମିନିଟ୍ ପର୍ଯ୍ୟନ୍ତ ଚାଲିବ। ଧନତରାସରେ ଉପାସନା ପାଇଁ ଶୁଭ ସମୟ ସନ୍ଧ୍ୟା 6.18 ମିନିଟରୁ 8.14 ମିନିଟ୍ ପର୍ଯ୍ୟନ୍ତ ଉପଯୁକ୍ତ। ଏହି ଦିନ କିଣାକିଣି ପାଇଁ ଶୁଭ ସମୟ ଅଟେ। ଅବଶ୍ୟ, ଆଜି ଧନତରାଶରେ କ୍ରୟ ପାଇଁ ଅନେକ ଶୁଭ ଯୋଗ ରହିଛି,…
ନୂଆଦିଲ୍ଲୀ: ବିଭିନ୍ନ ସମୟରେ ରାଶିଫଳକୁ ନେଇ ହୁଏ ତର୍କବିତର୍କ। ଜ୍ୟୋତିଷ ଶାସ୍ତ୍ର ଉପରେ ଉଠେ ପ୍ରଶ୍ନ। ହେଲେ ଏହା ଏକ ପ୍ରାଚୀନ ଶାସ୍ତ୍ର। ମୁନିଋଷିଙ୍କ ଦ୍ବାରା ଏହା ସ୍ବୀକୃତ ଅଟେ। ସେଥିପାଇଁ ଏହି ରାଶିଫଳ ଅନେକଙ୍କ ଜୀବନରେ ବେଶ୍ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଆଜି ଜାଣିବା କଣ ରହିଛି ରାଶିଫଳ। ମେଷ:- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆପଣ ଆୟର ବୃଦ୍ଧି ଦେଖାଦେବ, ଯେଉଁଥିପାଇଁ ଆପଣଙ୍କ ଚେହେରାରେ ଖୁସିର ଅନୁଭବ ଆସିବ। ଆପଣ ଆଜି ଅଫିସରେ ବସଙ୍କ ସହିତ କଥା ହେବେ। କେହି ଶଶୂର ଘର ଲୋକ ଭେଟିବାକୁ ଆସିପାରନ୍ତି। ଜୀବନସାଥୀ ବହୁତ ଖୁସି ହେବେ। ବୃଷ:- ଆଜି ଆପଣଙ୍କ ଦିନ ଉତ୍କଣ୍ଠାର ପରିପୂର୍ଣ୍ଣ ହେବ। ଖର୍ଚ୍ଚର ହଠାତ୍ ବୃଦ୍ଧି ଚିନ୍ତା କରିପାରେ। ଘରର ବୃଦ୍ଧମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ଏହା ଖରାପ ହୋଇପାରେ। ଅତୀତରେ କିଛି କାମ ପାଇଁ କରାଯାଇଥିବା କାର୍ଯ୍ୟ ଆଜି ଫଳ ଦେବାକୁ ଯାଉଛି।…

