ଓଡିଶା ଟେଲିକମ ସର୍କଲରେ ସତର୍କତା ସପ୍ତାହ ସମାପନ ଉତ୍ସବ

Published: Nov 2, 2021, 9:46 pm IST

ଭୁବନେଶ୍ବର: ଭାରତ ସଂଚାର ନିଗମ ଲିମିଟେଡର ଓଡିଶା ସର୍କଲ ଅଧୀନରେ ଥିବା ଟେଲିକମ୍ ମୁଖ୍ୟ ଜେନେରାଲ ମ୍ୟାନେଜର ଡକ୍ଟର ଉଦୟ ଶଙ୍କର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସ୍ଥିତ ବିଏସଏନ୍‌ଏଲ ଭବନଠାରେ ସତର୍କତା ସପ୍ତାହ ସମାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ପଣ୍ଡା କର୍ମଚାରୀମାନଙ୍କୁ ସମ୍ବୋଧନ କରି ବ୍ୟକ୍ତିଗତ ଜୀବନରେ ନିରାପତ୍ତା ମୂଳକ ସତର୍କତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।

କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟକୁ ସୁରୁଖୁରୁରେ ସମାପନ ପାଇଁ ଫାଇଲଗୁଡିକର ପ୍ରସ୍ତୁତ ବିଷୟରେ ପ୍ରତ୍ୟେକ ଘଟଣାର ଯୁକ୍ତିନିଷ୍ଠ ମନ୍ତବ୍ୟ ଦେବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।
ସତର୍କତା ବିଭାଗ ଡେପୁଟି ଜେନେରାଲ ମ୍ୟାନେଜର ଶ୍ରୀ କାର୍ତିକଚରଣ ପତି ସ୍ୱାଗତ ଅଭିଭାଷଣ ଅବସରରେ ସପ୍ତାହବ୍ୟାପୀ ଆୟୋଜିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ଦେଇଥିଲେ । ସତର୍କତା ସପ୍ତାହ ପାଳନର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରିଥିଲେ । ବରିଷ୍ଠ ଜେନେରାଲ ମ୍ୟାନେଜର ଶ୍ରୀ ପି.କେ. ମହାପାତ୍ର ସତର୍କତା ସପ୍ତାହ ପାଳନର ଉଦ୍ଦେଶ୍ୟ ଏବଂ ସମ୍ପର୍କୀତ ପ୍ରସଙ୍ଗ ଆଲୋଚନା କରିଥିଲେ ।

ଆଲୋଚନା ପରେ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଓଡିଶା ସର୍କଲ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଏବଂ ସଫଳତା ପ୍ରଦର୍ଶନ କରାଯାଇଥିଲା । ଭାରତର ମୁଖ୍ୟ ସତର୍କ ଅଧିକାରୀଙ୍କ ଦ୍ୱାରା ସର୍ବଭାରତୀୟ ସ୍ତରରେ ଏହା ପ୍ରଶଂସା ଲାଭ କରିଛି । କୋଭିଡ କଟକଣା ମଧ୍ୟରେ ସମାପନ ଉତ୍ସବକୁ ବିଭିନ୍ନ କଟକଣା ମଧ୍ୟରେ ପାଳନ କରାଯାଇଥିବାରୁ ସତର୍କତା ବିଭାଗକୁ ଶ୍ରୀ ପଣ୍ଡା ଧନ୍ୟବାଦ ଜଣାଇଥିଲେ । ଏହି ଉତ୍ସବରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସର୍ବଶ୍ରୀ ଡି.ସି. ପ୍ରଧାନ, ଡି.କେ.ବେହେରା, ଏସ.ଡି. ଦୁର୍ଗା, ଟି ହେମ୍ବ୍ରମ୍ ପ୍ରମୁଖ ବରିଷ୍ଠ ମ୍ୟାନେଜରମାନଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ଏହି ଉତ୍ସବରେ ଯୋଗଦେଇଥିଲେ ।

Related posts